spot_img
Home Blog Page 2050

ଡିଏଚଏସ ଅଶ୍ବଚାଳନାରେ ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ଝିଅ ରିଦ୍ଧି

ନନ୍ଦିଘୋଷ ବ୍ୟୁରୋ: ପୁଣି ଜାତୀୟ ସ୍ତରରେ ଚମକିଲେ ଓଡ଼ିଆ ଝିଅ । ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ସ୍ତରୀୟ  ଡିଏଚଏସ ଦିଲ୍ଲୀ ଅଶ୍ବ ଚାଳନାରେ ଓଡ଼ିଆ ଝିଅ ସିଦ୍ଧି ସାମନ୍ତରାୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ରିଦ୍ଧି ୫ ବର୍ଷରୁ କମ୍ ଅଶ୍ବ ଚାଳନାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପ୍ରତିଯୋଗିତାରେ ରିଦ୍ଧି କନିଷ୍ଠ ପ୍ରତିଯୋଗୀଭାବେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଭୁବନେଶ୍ବରର କର୍ଣ୍ଣେଲ ଆଶିଷ ସାମନ୍ତରାୟ ଏବଂ ରୋହିଣୀଙ୍କ ସୁକନ୍ୟା ହେଉଛନ୍ତି ରିଦ୍ଧି । ସେ କିଟ୍ ଇଣ୍ଟର ନ୍ୟାସନାଲ ସ୍କୁଲରେ ୟୁକେଜିରେ ପଢ଼ୁଛନ୍ତି । ବଡ଼ ଭଉଣୀ ଋଷିକା ଜାତୀୟ ସ୍ତରରେ ଅଶ୍ବଚାଳନାରେ ସଫଳତା ହାସଲ କରିଥିବାବେଳେ ସେ ତାଙ୍କୁ ଅନୁସରଣ କରୁଛନ୍ତି । ବାପାଙ୍କଠାରୁ ଅଶ୍ବ ଚାଳନାରା ପ୍ରଶିକ୍ଷଣ ନେଉଛନ୍ତି ରିଦ୍ଧି ।

ନନ୍ଦିଘୋଷ ଟିଭି ପ୍ରତିନିଧିଙ୍କୁ ବିଜେପି ନେତାଙ୍କ ଆକ୍ରମଣ

ଭୁବନେଶ୍ବର: ବିଜେପି ନେତାଙ୍କ ଗୁଣ୍ଡାଗିରି । ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ନନ୍ଦିଘୋଷ ଟିଭି ପ୍ରତିନିଧିଙ୍କ ଉପରେ ଆକ୍ରମଣ କଲେ ବିଜେପି ନେତା ଯତୀନ ମହାନ୍ତି । ଠେଲାପେଲା କରିବା ସହ କ୍ୟାମେରା ଛଡ଼ାଇବା ପାଇଁ ପ୍ରୟାସ କରିଥିଲେ ଯତୀନ । ନନ୍ଦିଘୋଷ ଟିଭି ପ୍ରତିନିଧି ଖବର ସଂଗ୍ରହ କରିବା ପାଇଁ ଯାଇଥିବାବେଳେ ତାଙ୍କ ଦୁର୍ବ୍ୟବହାର କରିବା ସହ ଗେଟ ବାହାରକୁ ଠେଲିଥିଲେ ଯତୀନ ମହାନ୍ତି । ଯାହାକୁ ସାଧାରଣରେ ନିନ୍ଦା କରାଯିବା ସହ ବିଜେପିର ଗୁଣ୍ଡାଗର୍ଦ୍ଦି ଜଣାପଡ଼ିଛି । ଦଳରେ ପ୍ରାର୍ଥୀ ନଥିବାବେଳେ ଆମଦାନୀ ନେତାଙ୍କୁ ଟିକେଟ ଦେଉଥିବାବେଳେ ବାରମ୍ବାର ଦଳରେ କନ୍ଦଳ ଦେଖିବାକୁ ମିଳୁଛି । ଗୁରୁବାର ଜୟଦେବ ନିର୍ବାଚନ ମଣ୍ଡଳୀର ବସନ୍ତ ନାୟକଙ୍କ ସମର୍ଥକ ମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚେୟାର ଭାଙ୍ଗି ପ୍ରତିବାଦ କରୁଛନ୍ତି। ଅରବିନ୍ଦ ଢାଲି ହଟାଓ ଜୟଦେବ ବଞ୍ଚାଅ ନାରାରେ ପ୍ରତିବାଦ କରିଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଟଙ୍କା ନେଇ ଅରବିନ୍ଦ ଢ଼ାଲିଙ୍କୁ ଟିକେଟ ଦେଇଥିବା ଅଭିଯୋଗ ଆଣିଛନ୍ତି ବସନ୍ତ ନାୟକଙ୍କ ସମର୍ଥକ । ଯାହାକୁ ନେଇ ପାର୍ଟି ଅଫିସରେ ଜୋରଦାର ହଟଗୋଳ ଦେଖିବାକୁ ମିଳିଛି ।

 

ବିଜେପି ପାର୍ଟି ଅଫିସରେ ହଙ୍ଗାମା

ଭୁବନେଶ୍ବର: ଥମିବାର ନାଁ ନେଉନି ବିଜେପିର ଗୋଷ୍ଠୀ କନ୍ଦଳ । ବିଜେପି ପାର୍ଟି ଅଫିସରେ ପୁଣିଥରେ ଗଣ୍ଡଗୋଳ । ଜୟଦେବ ନିର୍ବାଚନ ମଣ୍ଡଳୀର ବସନ୍ତ ନାୟକଙ୍କ ସମର୍ଥକ ମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚେୟାର ଭାଙ୍ଗି ପ୍ରତିବାଦ କରୁଛନ୍ତି। ଅରବିନ୍ଦ ଢାଲି ହଟାଓ ଜୟଦେବ ବଞ୍ଚାଅ ନାରାରେ ପ୍ରତିବାଦ କରିଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଟଙ୍କା ନେଇ ଅରବିନ୍ଦ ଢ଼ାଲିଙ୍କୁ ଟିକେଟ ଦେଇଥିବା ଅଭିଯୋଗ ଆଣିଛନ୍ତି ବସନ୍ତ ନାୟକଙ୍କ ସମର୍ଥକ । ଯାହାକୁ ନେଇ ପାର୍ଟି ଅଫିସରେ ଜୋରଦାର ହଟଗୋଳ ଦେଖିବାକୁ ମିଳିଛି ।

କୋରାପୁଟ ବିଜେପିରେ କଳି

କୋରାପୁଟ: ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି କୋରାପୁଟ ବିଜେପି କଳି । ସମ୍ବର୍ଦ୍ଧନା ମଞ୍ଚରେ ପ୍ରାର୍ଥୀ ଓ ଆଶାୟୀ ମୁହାଁମୁହିଁ । ଦଳୀୟ ଟିକେଟକୁ ନେଇ ବିଜେପି ପ୍ରାର୍ଥୀ ରଘୁରାମ ମାଛ ଓ ଆଶାୟୀ ଭାଗିରଥି ପାଟନିଆ ହାତାହାତି ହୋଇଛନ୍ତି । କୋରାପୁଟ ଶିବ ମନ୍ଦିରରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଦଳୀୟ ଟିକେଟକୁ ନେଇ ଦୁଇ ନେତା ମୁହାଁମୁହିଁ ହୋଇଥିଲେ । ଭାଗିରଥି ପାଟନିଆଙ୍କ ଅଭିଯୋଗ ଅନୁସାରେ, ଦୀର୍ଘବର୍ଷ ଧରି ସେ ସଂଗଠନ କରିଆସୁଛନ୍ତି । କିନ୍ତୁ ଦଳ ତାଙ୍କ ବଦଳରେ ଆମଦାନୀ ନେତାଙ୍କୁ ଟିକେଟ ଦେଇଛି । ଉଭୟ ନେତାଙ୍କ ମଧ୍ଯରେ ଦୀର୍ଘସମୟ ଧରି କଥାକଟାକଟି ହୋଇଥିଲା । ଏକ ସଭାରେ ଦୁଇ ନେତାଙ୍କ ବିବାଦ ଦଳୀୟ କନ୍ଦଳକୁ ପଦାରେ ପକାଇଛି ।

କାରଣଦର୍ଶାଅ ନୋଟିସର ଉତ୍ତର ଦେଲେ ସୁର, ପୁଅ ବିରୋଧରେ କରିବେନି ପ୍ରଚାର

ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପାଇଁ ବିଧାୟକ ସୁରେଶ ରାଉତରାୟ ପ୍ରଚାର କରିବେନି। ସେ କହିଛନ୍ତି, ମୋ ସାନପୁଅ ଯେହେତୁ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ହୋଇଛନ୍ତି, ତେଣୁ ମୁଁ ଭୁବନେଶ୍ୱରର କୌଣସି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବିନି।

ତେବେ ପୂରା ଓଡ଼ିଶାରେ ପ୍ରଚାର କରିବି । କଂଗ୍ରେସର କାରଣଦର୍ଶାଅ ନୋଟିସର ଉତ୍ତର ଦେଇଛି । ମୁଁ ମଲା ଯାଏ କଂଗ୍ରେସରେ ରହିବି । ଦୁଇ ଦିନ ଭିତରେ କଂଗ୍ରେସ ବାକି ବିଧାନସଭା ଓ ଲୋକସଭା ଆସନ ପାଇଁ ଟିକେଟ ଘୋଷଣା କରିବ । ଅଧିକ ମହିଳାଙ୍କୁ ଟିକେଟ ଦେବା ପାଇଁ ମୁଁ ପିସିସି ସଭାପତିଙ୍କୁ ପ୍ରସ୍ତାବ ଦେଇଛି ବୋଲି ସୁରେଶ ରାଉତରାୟ କହିଛନ୍ତି ।

ବିଜେଡିରେ ମିଶିଲେ ବିଜେପିର ହେଭିୱେଟ୍ ନେତା ଓ କର୍ମୀ

ଭୁବନେଶ୍ୱର: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ କୋଟିଆ ବ୍ଲକର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ପାଙ୍ଗି।

ସେହିପରି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଅଭିରାମ ହଁତାଲ। ଅବସରପ୍ରାପ୍ତ ପ୍ରଶାସକ ତିଲକ ହେମନ୍ଦୁ ମଧ୍ୟ ମିଶିଛନ୍ତି । ମକୁନ୍ଦ ନାୟକ, ଉପେନ୍ଦ୍ର ହଁତାଲା, ପର୍ଶୁରାମ ପାଙ୍ଗି, ଦାଶରଥୀ ଖାଲ ବି ସାମିଲ ହୋଇଛନ୍ତି । ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଓ ସଂଗଠନ ସମ୍ପାଦକଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।  ଅନ୍ୟମାନଙ୍କ ମଧ୍ୟରେ ପଟାଙ୍ଗୀ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀଙ୍କ ପରି ନେତା ରହିଛନ୍ତି।

ଏହି ଅବସରରେ ସସ୍ମିତ ପାତ୍ର କହିଛନ୍ତି,  ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖି ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ୨୦୦ରୁ ଅଧିକ କର୍ମୀ ଦଳରେ ସାମିଲ ହୋଇଛନ୍ତି । ୨୦୨୪ ନିର୍ବାଚନରେ ପୋଟାଙ୍ଗୀରେ ବିଜେଡି ସୁଦୃଢ ହେବ । ରାମ ଚନ୍ଦ୍ର ପାଙ୍ଗି କହିଛନ୍ତି ଯେ ମୁଁ ୨୦୧୭-୨୦୧୯ ଯାଏଁ ବିଜେପିର ସଂଗଠନ କଲି । ବିଜେପି ସଂଗଠନ ନଥିଲା । ନିଜେ ଖର୍ଚ୍ଚ କରି ସଂଗଠନ କଲି । ମତେ କାଟିକି ନୂଆ ପ୍ରାର୍ଥୀ ଦେଲା ବିଜେପି । ଯାହା ଦୁଃଖ ଲାଗିଲା । ସବୁ ବୈଠକକୁ ବଏକଟ କଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଓ ନିର୍ମଳ ଭାବମୂର୍ତ୍ତି ସହ ମୋ ପୁତୁରା ପ୍ରଫୁଲ୍ଲ ପାଙ୍ଗିଙ୍କ ପରାମର୍ଶରେ ବିଜେଡିରେ ସାମିଲ ହେଲି ।

ସେହିପରି ଅଭିରାମ ହଁତାଲା କହିଛନ୍ତି, କଂଗ୍ରେସରେ କିଛି ମିଳିଲାନି । ଆମେ ବିଜେଡିରେ ମିଶି କାମ କରିବୁ ।

ବିଜେଡିରେ ମିଶିଲେ ନିମାପଡାର ଦିଲ୍ଲୀପ ନାୟକ । ନିରଞ୍ଜନ ମହାପାତ୍ର ଓ ମାନସ ପ୍ରଧାନଙ୍କ ସମେତ ଶତାଧିକ ନେତା ବି ସାମିଲ ହେଲେ । ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଆଜି ଅନୁଷ୍ଠାନିକ ଭାବେ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ସ୍ୱାଗତ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ନୂତନ ଓଡ଼ିଶା ଗଢିବା ପାଇଁ ସାମିଲ ହୋଇଛନ୍ତି । ନିମାପଡା ଗୋପରେ  ସଂଗଠନ ଆହୁରି ବଢିବ । ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା । ଦିଲ୍ଲୀପ ନାୟକ କହିଲେ, ବିଜେପିକୁ ସମୁଦ୍ରକୁ ଫିଙ୍ଗି ଶଙ୍ଖ ଧ୍ବନୀ ଦେଲୁ. ମୁଖ୍ୟମନ୍ତ୍ରୀଙ୍କୁ ବିକାଶ ଧାରାରେ ସାମିଲ ହୋଇ ଓଡ଼ିଶାକୁ ଏକ ନମ୍ବର କରିବା ।

ୱାୟାନାଡରେ ସ୍ମୃତି ଇରାନୀଙ୍କ ରୋଡ ସୋ

ୱାୟାନାଡ: କେରଳର ୱାୟାନାଡରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ନାମାଙ୍କନ ଭରିବାର ୨୪ ଘଣ୍ଟା ପରେ ଇରାନୀ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନରେ ଯୋଗ ଦେଉଛନ୍ତି। ଏପ୍ରିଲ ୨୬ରେ କେରଳରେ ନିର୍ବାଚନ ଅନୁଷ୍ଠିତ ହେବ, ଯେଉଁଠାରେ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇବେ ସିପିଆଇର ପ୍ରାର୍ଥୀ ଏନି ରାଜା ଏବଂ ବିଜେପିର ପ୍ରଦେଶ ଅଧ୍ୟକ୍ଷ କେ. ସୁରେନ୍ଦ୍ରନ୍।

ବିଜେପି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପରେ ସ୍ମୃତି ସହରରେ ଏକ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି। ରୋଡ୍ ସୋ’ ବେଳେ ସେ କହିଛନ୍ତି ଯେ, ମୁଁ ଅମେଠି ଭଳି ସ୍ଥାନରୁ ଆସିଛି। ଯେଉଁଠି ଗାନ୍ଧୀ ପରିବାର ୫୦ ବର୍ଷ ଶାସନ କରିଥିଲେ। ରାହୁଲ ଗାନ୍ଧୀ PFI ପରି ବ୍ୟାନ୍ ହୋଇଥିବା ସଂଗଠନ ଗୁଡ଼ିକ ଠାରୁ ସହାୟତା ନେଉଥିବା କହିଛନ୍ତି ସ୍ମୃତି।

୨୦୧୯ ଲୋକସଭା ନିର୍ବାଚନରେ ​​ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଅମେଠି ଆସନରୁ ରାହୁଲ ଗାନ୍ଧୀଙ୍କୁ ପରାଜିତ କରିଥିଲେ। ଏହି ଆସନକୁ କଂଗ୍ରେସର ଗଡ଼ କୁହାଯାଉଥିଲେ ମଧ୍ୟ ଦଳ ହାରିଯାଇଥିଲା। ସେହି ସମୟରେ ରାହୁଲ ଗାନ୍ଧୀ ଦଳର ସଭାପତି ଥିଲେ।

ଗତ ମାସରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ କରିଥିଲେ ଯେ ଯେତେବେଳେ ସୋନିଆ ଗାନ୍ଧୀ କେନ୍ଦ୍ରରେ କ୍ଷମତାରେ ଥିଲେ ଏବଂ ତାଙ୍କ ସହଯୋଗୀ ଅଖିଳେଶ ଯାଦବ ଉତ୍ତରପ୍ରଦେଶରେ କ୍ଷମତାରେ ଥିଲେ । ସେତେବେଳେ ସେମାନେ ଅମେଠିର ବିକାଶ ପ୍ରତି ଧ୍ୟାନ ଦେଇନଥିଲେ। ଅମେଠି ନିଜ ପରିବାର କହୁଥିବା କଂଗ୍ରେସ ଦଳ କିନ୍ତୁ ପରିବାରର ଦାୟିତ୍ୱ ପୂରଣ କରିନଥିଲା।

ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୱାୟାନାଡର ସାଂସଦ ଅଛନ୍ତି। ସେ ଗତକାଲି ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ତାଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ନାମାଙ୍କନ ପୂର୍ବରୁ ରାହୁଲ ଗାନ୍ଧୀ ଏକ ବଡ ରୋଡ୍ ସୋ କରିଥିଲେ।

ଜନବିରୋଧୀ ନେତାଙ୍କୁ ଗ୍ରହଣ କରିପାରୁନାହାନ୍ତି ଜନତା

ବ୍ରହ୍ମପୁର: ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ସବୁଠି ବିରୋଧ। ଜନବିରୋଧୀ ନେତାଙ୍କୁ ଗ୍ରହଣ କରିପାରୁନାହାନ୍ତି ଜନତା। ବ୍ରହ୍ମପୁର ଲୋକସଭା ଚିକିଟି ନିର୍ବାଚନ ମଣ୍ଡଳୀ ପାତ୍ରପୁର ବ୍ଲକର ଗୁଂଡୁରା ପଂଚାୟତ ଓ ବାଦପୁର ପଂଚାୟତ, ସାମନ୍ତରାୟପୁର ପଞ୍ଚାୟତର ବିଭିନ୍ନ ଗାଁରେ କରାଯାଇଛି ବିରୋଧ।

ଜଣେ ଦାଗୀ ନେତାଙ୍କୁ ସେମାନେ କଦାପି ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ। ଭୋଟରେ ଏହାର ଜବାବ ଦିଆଯିବ ବୋଲି ପଞ୍ଚାୟତବାସୀ କହିଛନ୍ତି। ଉଭୟ ବିଧାନସଭା ଓ ଲୋକସଭାରେ ବିଜେଡି ପ୍ରାର୍ଥୀଙ୍କୁ ସେମାନେ ଭୋଟ ଦେବେ ବୋଲି କହିଛନ୍ତି। କୋଭିଡ କାଳରେ ପ୍ରଦୀପ ପାଣିଗ୍ରାହୀ ଜିଲ୍ଲାବାସୀଙ୍କ ସୁଖଦୁଃଖ ବୁଝି ନଥିଲେ। ବରଂ ବାହାରେ ଅୟସ କରୁଥିଲେ।

ଯୁବକ ଯୁବତୀଙ୍କୁ ଚାକିରି ନାଁରେ ବ୍ଯାପକ ଠକେଇ କରିଥିଲେ। ଠକେଇ ସହ ବାଲି, ମଦ ମାଫିଆଙ୍କ ସମ୍ପର୍କରେ ଥିବା ବିଜେପି ସାଂସଦ ପ୍ରାର୍ଥୀଙ୍କୁ ସବୁଠି ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପଞ୍ଚାୟତବାସୀ।

ବିଜେଡ଼ି ସପକ୍ଷରେ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ଯୁବକଙ୍କୁ ଆକ୍ରମଣ

ଚାନ୍ଦବାଲି: ବିଜେଡ଼ି ସପକ୍ଷରେ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ଯୁବକଙ୍କୁ ଆକ୍ରମଣ। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ବିଜେପିର ଜଣେ ସମିତି ସଭ୍ୟ ଓ ତାଙ୍କ ଭାଇଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଖେରଙ୍ଗ ପଞ୍ଚାୟତ ପଳାଶପୁର ଗାଁର ମହେନ୍ଦ୍ର ପାତ୍ର ନାମକ ଯୁବକ ସୋସିଆଲ ମିଡ଼ିଆରେ ବିଜେଡ଼ି ସପକ୍ଷରେ ପୋଷ୍ଟ କରିଥିଲେ।

ବିଜେପିକୁ ପୋଷ୍ଟ ମାଧ୍ଯମରେ ସମାଲୋଚନା କରୁଥିଲେ। ପୋଷ୍ଟ ଦେଖି ଉତକ୍ଷିପ୍ତ ହୋଇ କିଛି ଦିନ ତଳେ ନାଲଗୁଣ୍ଡା ପଞ୍ଚାୟତର ସମିତି ସଭ୍ୟ ଅଭୟ ବଳ ମାଡ଼ ମାରିଥିବାର ଏକ ଲିଖିତ ଅଭିଯୋଗ ହୋଇଥିଲା। ପୁଣି ଗତକାଲି ତାଙ୍କ ଭାଇ ଓ ଅନ୍ୟ ଜଣେ ସହଯୋଗୀ ମହେନ୍ଦ୍ରକୁ ଏକୁଟିଆ ପାଇ ବଜାରରେ ଭୁଜାଲିରେ ଆକ୍ରମଣ କରିଥିଲେ। ଆହତ ଅବସ୍ଥାରେ ତାଙ୍କୁ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଦଳବିରୋଧୀ କାର୍ଯ୍ୟ ଅଭିଯୋଗ; କଂଗ୍ରେସରୁ ବହିଷ୍କାର ହେଲେ ବରିଷ୍ଠ ନେତା ସଞ୍ଜୟ ନିରୂପମ

ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସର ହଟଚମଟ। ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ସସପେଣ୍ଡ ହେଲେ ବରିଷ୍ଠ ନେତା ସଞ୍ଜୟ ନିରୂପମ। ଏହା ସହ ଲୋକସଭା ନିର୍ବାଚନରେ ତାରକା ପ୍ରଚାରକ ତାଲିକାରୁ ତାଙ୍କ ନାମକୁ ବାଦ୍ ଦିଆଯାଇଛି। ଉତ୍ତର-ପଶ୍ଚିମ ମୁମ୍ବାଇ ସମେତ କେତେକ ଆସନରେ ଇଣ୍ଡିଆ ମେଣ୍ଟ ସହଯୋଗୀ ଶିବସେନା (ଉଦ୍ଧବ ଠାକରେ) ଗୋଷ୍ଠୀ ପକ୍ଷରୁ ଟିକେଟ ବଣ୍ଟନକୁ ବିରୋଧ କରିଥିଲେ ସଞ୍ଜୟ। ଏହି ଆସନ ଲାଗି କଂଗ୍ରେସର ଜଣେ ନେତା ଆଶାୟୀ ଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ତାହାକୁ ଶିବସେନା ହାତରେ ଟେକି ଦିଆଯାଇଥିଲା।

ପୂର୍ବରୁ ବି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଦଳବିରୋଧୀ ଆଭିମୁଖ୍ୟ କାରଣରୁ ସଞ୍ଜୟଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ଏକ ଇସ୍ତାହାରରେ କହିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଲ। ସଞ୍ଜୟଙ୍କ ବିବାଦୀୟ ଟିପ୍ପଣୀ କାରଣରୁ ତାଙ୍କ ବିରୋଧରେ ଦଳ ପଦକ୍ଷେପ ନେଲା ବୋଲି କହିଛନ୍ତି ପିସିସି ସଭାପତି ନାନା ପାଟୋଲ।

ଉତ୍ତର-ପଶ୍ଚିମ ମୁମ୍ବାଇରୁ ଶିବସେନାରୁ ବର୍ତ୍ତମାନର ସାଂସଦ ଅମୋଲ କାର୍ତ୍ତିକାର ପ୍ରାର୍ଥୀ ହେବା ପରେ ବଢିଥିଲା ବିବାଦ। କୋଭିଡ ମହାମାରୀ ବେଳେ ଖିଚିଡି ସ୍କାମରେ କୀର୍ତ୍ତିକାର ସାମିଲ ଥିଲେ ବୋଲି ଅଭିଯୋଗ କରିଥିଲେ ସଞ୍ଜୟ। ସେପଟେ ସଞ୍ଜୟ କହିଛନ୍ତି, ତାଙ୍କୁ ସସପେଣ୍ଡ କରାଯାଇନାହିଁ ବରଂ ସେ ନିଜ ଆଡୁ ଦେଇଛନ୍ତି ଇସ୍ତଫା।