spot_img
Home Blog Page 2070

ସର୍ବାଧିକ ପାସପୋର୍ଟ କରିଛନ୍ତି ମିଶନ ଶକ୍ତି ମହିଳା

ଭୁବନେଶ୍ବର: ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱଠାରେ ଆୟୋଜିତ ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀର ମଙ୍ଗଳବାର ଉଦଯାପନୀ ଦିବସ। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଅଭିଭାଷଣ ରଖିଛନ୍ତି ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ। ମିଶନ ଶକ୍ତି କିପରି ମହିଳାଙ୍କୁ ଉଦ୍ଯୋଗୀ କରିବା ସହ ମାଆଙ୍କୁ ପରିଚୟ ପ୍ରଦାନ କରିଛନ୍ତି ସେ ସମ୍ପର୍କରେ ସୂଚନା ଦେଇଥିଲେ ସୁଜାତା । ଚଳିତ ବର୍ଷ ସର୍ବାଧିକ ପାସପୋର୍ଟ କରିଛନ୍ତି ମିଶନ ଶକ୍ତି ମହିଳା । ରାଜ୍ଯର ବିକାଶରେ ମିଶନ ଶକ୍ତି ମହିଳା ପାର୍ଟନର ହୋଇପାରିଛନ୍ତି । ମିଶନ ଶକ୍ତି ଯୋଗୁଁ ମହିଳାଙ୍କ ଜୀବନରେ ଆସିଛି ପରିବର୍ତ୍ତନ । ମହିଳାଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାର ବିକାଶରେ ସ୍ଵୟଂ ସହାୟକ ଗୋଷ୍ଠୀ ଗୁରୁଦାୟିତ୍ଵ ତୁଲାଉଛନ୍ତି ବୋଲି କହିଛନ୍ତି ସୁଜାତା ।

 

 

ସୁପ୍ରିମକୋର୍ଟଙ୍କ ଘୋଷଣା, କୁଲଦୀପ କୁମାର ହେଲେ ଚଣ୍ଡିଗଡ଼ ମେୟର

ନନ୍ଦିଘୋଷ ବ୍ୟୁରୋ: ଚଣ୍ଡିଗଡ଼ ମେୟର ହେଲେ କୁଲଦୀପ କୁମାର । ଆପ ନେତା କୁଲଦୀପ କୁମାରଙ୍କୁ ନୂଆ ମେୟର ଭାବେ ଘୋଷଣା କରାଯାଇଛି । ସୁପ୍ରିମକୋର୍ଟରେ ମଙ୍ଗଳବାର ଏହାର ଶୁଣାଣି ହେଉଥିବାବେଳେ ଏଭଳି ଘୋଷଣା କରାଯାଇଛି । କଂଗ୍ରେସ ଏବଂ ଆପ ମିଶି ନିର୍ବାଚନ ଲଢ଼ିଥିବାବେଳେ ବିଜେପି ପ୍ରାର୍ଥୀ ମେୟର ହୋଇଥିଲେ । ୮ ଭୋଟ ଅବୈଧ ଘୋଷଣା କରାଯାଇଥିଲା । ମାତ୍ର ସୁପ୍ରିମକୋର୍ଟରେ ଏନେଇ ଶୁଣାଣି ହୋଇଥିବାବେଳେ କୁଲଦୀପ କୁମାରଙ୍କ ସମୟରେ ରାୟ ଯାଇଛି ।

ସୂଚନା ଥାଉକି, ଚଣ୍ଡିଗଡ଼ ମେୟର ନିର୍ବାଚନରେ ଗଡ଼ବଡ଼ ନେଇ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଫଳାଫଳରେ ଜାଲିଆତି ହୋଇଥିବା ନେଇ ଯାଞ୍ଚ ପରେ ରିଟର୍ଣ୍ଣିଂ ଅଫିସରଙ୍କୁ ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହାସହ ନାକଚ ହୋଇଥିବା ଆଠ ଭୋଟକୁ ମାନ୍ଯତା ଦେଇ ପୁନଃଗଣତି ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ । ୩୦ ଜାନୁଆରୀରେ ହୋଇଥିବା ମତଦାନରେ ଆଠ ଭୋଟ ଆମ ଆଦମୀ ପାର୍ଟି ସପକ୍ଷରେ ଯାଇଥିଲା । ହେଲେ ରିଟର୍ଣ୍ଣିଂ ଅଫିସର ଅନିଲ ମସିହ ସେଥିରେ ଗାର ପକାଇଦେଇଥିବା ନେଇ ଅଭିଯୋଗ କରିଥିଲା ଆପ । ଶୁଣାଣିବେଳେ ଅନିଲ ତାଙ୍କ କାରନାମା ସଂପର୍କରେ ମାନିଯାଇଥିଲେ । ଏହାପରେ ଖଣ୍ଡପୀଠ ଉକ୍ତ ୮ ବାଲଟ ପେପରକୁ ମାନ୍ୟତା ଦେଇ ସାନି ଗଣତି ଲାଗି ନିର୍ଦ୍ଦେଶ ଦେଇଛନ୍ତି । ୩୦ ଜାନୁଆରୀରେ ବହୁ ବାଦବିବାଦ ପରେ ମେୟର ନିର୍ବାଚନ କରାଯାଇଥିଲା । ଏଥିରେ ଅନୈତିକ କାମ କରାଯାଇ ବିଜେପି ପ୍ରାର୍ଥୀ ମନୋଜ ସୋନକରଙ୍କୁ ଜିତାଇ ଦିଆଯାଇଥିବା ଅଭିଯୋଗ ଆଣିଥିଲେ ଆପ-କଂଗ୍ରେସ ମେଣ୍ଟ ପ୍ରାର୍ଥୀ କୁଲଦୀପ କୁମାର ।

 

ଶମ୍ଭୁ ସୀମାରେ ସିମେଣ୍ଟ କାନ୍ଥ ଭାଙ୍ଗିଲେ କୃଷକ!

ନନ୍ଦିଘୋଷ ବ୍ୟୁରୋ: ଏମଏସପି ବୃଦ୍ଧି ସାଙ୍ଗକୁ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛନ୍ତି କୃଷକ । ଶମ୍ଭୁ ସୀମରେ କୃଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ମଙ୍ଗଳବାରଠାରୁ ଦିଲ୍ଲୀ ଅଭିମୁଖେ ବାହାରିବେ ଚାଷୀ । ଯେଉଁଠି ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ତେବେ ଶମ୍ଭୁ ସୀମାରେ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବଳୟ କରାଯାଇଛି । ଚାଷୀଙ୍କୁ ଅଟକାଇବା ପାଇଁ ସିମେଣ୍ଟ କାନ୍ତ ମଧ୍ୟ ରହିଛି । ତେବେ ଏହି କାନ୍ଥକୁ ଭାଙ୍ଗିବା ପାଇଁ ଚାଷୀମାନେ ଅସ୍ତ୍ର ସହ ମେସିନ ଆଣିଥିବା ଦେଖିବାକୁ ମିଳିଛି । କୃଷକ ନେତା ନବଦୀପ ଜଲବେଡା ପୋକଲେନ ମେସିନ ଧରି ଶମ୍ଭୁ ସୀମାରେ ପହଞ୍ଚିଛନ୍ତି । ପ୍ରଶାସନ ପକ୍ଷରୁ ରହିଥିବା ଏହି ସିମେଣ୍ଟ କାନ୍ଥକୁ ଭାଙ୍ଗି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି ।

ଚାଷୀମାନେ କହିଛନ୍ତି କି, ସରକାର ସେମାନଙ୍କ କଥାକୁ ଶୁଣୁନାହାନ୍ତି । ସରକାର ୨୩ ଫସଲ ଉପରେ ଏମଏସପି ବୃଦ୍ଧି କରିବା ଉଚିତ । ସରକାରଙ୍କ ପ୍ରସ୍ତାବରେ କୃଷକଙ୍କର କୌଣସି ଲାଭ ହେଉନାହିଁ । କିନ୍ତୁ ସରକାର ଆମ ସହ କୌଣସି ଆଲୋଚନା କରୁନାହାନ୍ତି । ଆମେ ଆଲୋଚନା କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଛୁ । ସରକାର ଆମ ପ୍ରସ୍ତାବରେ ରାଜି ହୁଅନ୍ତୁ କିମ୍ବା ଦିଲ୍ଲୀରେ ଆମକୁ ଶାନ୍ତିରେ ଆନ୍ଦେଳାନ କରିବାକୁ ଦିଅନ୍ତୁ । ଆମର ସମସ୍ତ କୃଷକ ଭାଇଙ୍କୁ ଅନୁରୋଧ କରାଯାଇଛି କି, ସେମାନେ କୌଣସି ହିଂସ କରିବେ ନାହିଁ ।

ଚଣ୍ଡିଗଡ଼ ମେୟର ନିର୍ବାଚନରେ ଗଡ଼ବଡ଼ ମାମଲା, ବର୍ଷିଲେ ସୁପ୍ରିମକୋର୍ଟ

ନନ୍ଦିଘୋଷ ବ୍ୟୁରୋ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଗଡ଼ବଡ଼ ନେଇ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଫଳାଫଳରେ ଜାଲିଆତି ହୋଇଥିବା ନେଇ ଯାଞ୍ଚ ପରେ ରିଟର୍ଣ୍ଣିଂ ଅଫିସରଙ୍କୁ ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହାସହ ନାକଚ ହୋଇଥିବା ଆଠ ଭୋଟକୁ ମାନ୍ଯତା ଦେଇ ପୁନଃଗଣତି ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ । ୩୦ ଜାନୁଆରୀରେ ହୋଇଥିବା ମତଦାନରେ ଆଠ ଭୋଟ ଆମ ଆଦମୀ ପାର୍ଟି ସପକ୍ଷରେ ଯାଇଥିଲା । ହେଲେ ରିଟର୍ଣ୍ଣିଂ ଅଫିସର ଅନିଲ ମସିହ ସେଥିରେ ଗାର ପକାଇଦେଇଥିବା ନେଇ ଅଭିଯୋଗ କରିଥିଲା ଆପ । ଶୁଣାଣିବେଳେ ଅନିଲ ତାଙ୍କ କାରନାମା ସଂପର୍କରେ ମାନିଯାଇଥିଲେ । ଏହାପରେ ଖଣ୍ଡପୀଠ ଉକ୍ତ ୮ ବାଲଟ ପେପରକୁ ମାନ୍ୟତା ଦେଇ ସାନି ଗଣତି ଲାଗି ନିର୍ଦ୍ଦେଶ ଦେଇଛନ୍ତି । ୩୦ ଜାନୁଆରୀରେ ବହୁ ବାଦବିବାଦ ପରେ ମେୟର ନିର୍ବାଚନ କରାଯାଇଥିଲା । ଏଥିରେ ଅନୈତିକ କାମ କରାଯାଇ ବିଜେପି ପ୍ରାର୍ଥୀ ମନୋଜ ସୋନକରଙ୍କୁ ଜିତାଇ ଦିଆଯାଇଥିବା ଅଭିଯୋଗ ଆଣିଥିଲେ ଆପ-କଂଗ୍ରେସ ମେଣ୍ଟ ପ୍ରାର୍ଥୀ କୁଲଦୀପ କୁମାର ।

 

ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ଓଡ଼ିଶାର ତିନି ରାଜ୍ୟସଭା ପ୍ରାର୍ଥୀ । ପ୍ରାର୍ଥିପତ୍ର ପ୍ରତ୍ଯାହାରର ସମୟ ଶେଷ ହେବାପରେ ବିପକ୍ଷରେ ପ୍ରାର୍ଥୀ ନଥିବାରୁ ସମସ୍ତେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସମସ୍ତଙ୍କୁ ନିର୍ବାଚିତ ହେବାର ସାର୍ଟିଫିକେଟ ପ୍ରଦାନ କରିଛନ୍ତି ରିଟର୍ଣ୍ଣିଂ ଅଫିସର । ଓଡ଼ିଶାର ତିନିଟି ରାଜ୍ଯସଭା ଆସନ ପାଇଁ ନିର୍ବାଚନ ହେଉଥିଲା । ବିଜେଡି ଦୁଇଜଣଙ୍କୁ ପ୍ରାର୍ଥୀ କରିଥିଲା । ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ବିଜେଡି ତରଫରୁ ନାମାଙ୍କନ ଦାଖଲ କରିଥିଲେ । ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଓଡ଼ିଶା ରାଜନୀତିରେ ସକ୍ରିୟ ଥିବା ବିଜେଡିର ଏହି ହେଭିଓ୍ବେଟ ନେତାଙ୍କୁ ଦିଲ୍ଲୀ ଯାଇ ରାଜ୍ୟ ପାଇଁ ଶାଣିତ ସ୍ବର ଉଠାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି । ସେହିପରି ପୁରୀ ଜିଲ୍ଲା ରାଜନୀତିର ଚର୍ଚ୍ଚିତ ଯୁବ ଚେହେରା ଶୁଭାଶିଷ ଖୁଣ୍ଟିଆଙ୍କୁ ବି ନବୀନଙ୍କ ଆଶୀର୍ବାଦ ମିଳିଛି । ତୃତୀୟ ଆସନ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେପି ପୁଣି ପ୍ରାର୍ଥୀ କରିଥିଲା । ମାତ୍ର ଅଶ୍ବିନୀଙ୍କ ବିଜୟ ପାଇଁ ବିଜେପି ପାଖରେ ସଂଖ୍ଯା ନଥିଲା । ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅଶ୍ବିନୀଙ୍କୁ ସମର୍ଥନ ଘୋଷଣା କରିଥିଲା ବିଜୁ ଜନତା ଦଳ । ରାଜ୍ଯରେ ରେଳ ଓ ଟେଲିକମ ସେବାର ବୃହତ୍ତର ବିକାଶ ପାଇଁ ଦଳ ସମର୍ଥନ କରିଥିଲା ।

 

ପୁଅର `ହସ’ ପାଇଁ କାନ୍ଦିଲା ପରିବାର

ନନ୍ଦିଘୋଷ ବ୍ୟୁରୋ: ପୁଅର `ହସ’ ପାଇଁ କାନ୍ଦିଲା ପରିବାର । ମରଣକୁ ବରଣ କଲେ ଯୁବକ । ମୁହଁରେ ହସ ଫୁଟାଇବା ପାଇଁ ପ୍ରଚେଷ୍ଟା ଯୋଗୁ ଚାଲିଗଲା ଜୀବନ । ହାଇଦ୍ରାବାଦରେ ଅଭାବନୀୟ ଘଟଣା । ସପ୍ତାହେ ତଳେ ସରିଥିଲା ନିର୍ବନ୍ଧ, ଚାଲିଗଲା ଜୀବନ । ୨୮ ବର୍ଷିୟ ଲକ୍ଷ୍ମୀ ନାରାୟଣ ଭିନଜାମଙ୍କ ମୃତ୍ୟୁ । ଗତ ୧୬ ତାରିଖରେ FMS ଇଣ୍ଟରନ୍ୟାସନାଲ ଡେଣ୍ଟାଲ କ୍ଲିନିକରେ କରିଥଲେ ସର୍ଜରୀ ।ନିଶ୍ଚେତକର ଓଭରଡୋଜ୍ କାରଣରୁ ମୃତ୍ୟୁ ହୋଇଥିବା ନେଇ ବାପାଙ୍କ ଅଭିଯୋଗ । ଲକ୍ଷ୍ମୀ ନାରାୟଣଙ୍କ ବାପା କହିଛନ୍ତି କି, `ପୁଅର ସର୍ଜରୀ ପରେ ଡାକ୍ତର ଆମକୁ ଡାକିଥିଲେ । କିନ୍ତୁ ଆମେ `ପହଁଚିବା ପୂର୍ବରୁ ମୃତ ଘୋଷଣା କରିଥିଲେ ଡାକ୍ତର’ ।

ସେପଟେ ପୁଅ ଅସ୍ତ୍ରୋପଚାର ବିଷୟରେ ଆମକୁ କିଛି କହିନଥିଲା । ଲକ୍ଷ୍ମୀ ନାରାୟଣର କୌଣସି ସ୍ବାସ୍ଥ୍ୟଗତ ଅସୁବିଧା ନଥିଲା । କିନ୍ତୁ ହଠାତ ମୋ ପୁଅର ମୃତ୍ୟୁ ପାଇଁ ଡାକ୍ତର ଦାୟୀ । ଆସନ୍ତା ମାର୍ଚ୍ଚ ମାସରେ ବିବାହ ହେବାକୁ ଥିଲା । ଏବେ ଆମ ପୁଅକୁ କିଏ ଫେରାଇ ଦେବ । ଡାକ୍ତରଙ୍କ ଦୋଷୀ ବୋଲି ଲକ୍ଷ୍ମୀ ନାରାୟଣଙ୍କ ବାପା ଅଭିଯୋଗ କରିଛନ୍ତି । ସେପଟେ ଘଟଣାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି । ମାମଲା ଥାନାରେ ପହଞ୍ଚିଥିବାବେଳେ ପୋଲିସର ତଦନ୍ତ ଜାରି ରହିଛି ।

 

ବରଗଡ଼ରେ ଲୋକାର୍ପିତ ହେଲା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ

ବରଗଡ଼: ୨୧୪୯ କୋଟି ଟଙ୍କା ବ୍ଯୟରେ ୬୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି ନବୀନ। ଓଡିଶାର ଜଳସେଚନର ବିକାଶ କ୍ଷେତ୍ରରେ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି ।

ଏହାଦ୍ବାରା ଜିଲ୍ଲାର ଚାଷୀମାନଙ୍କର ଜମିକୁ ପାଣି ଯୋଗାଇବା ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ଜରିଆରେ ଜିଲ୍ଲାର ୬୦ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ। ଜିଲ୍ଲାର ସୋହେଲା, ବିଜେପୁର, ବରପାଲି ଓ ଡୁଙ୍ଗୁରିପାଲି ବ୍ଲକର ଚାଷୀମାନେ ଏହା ଦ୍ୱାରା ବିଶେଷ ଉପକୃତ ହେବେ । ବଡ ବଡ ଜଳସେଚନ ପ୍ରକଳ୍ପ ଠିକ୍ ସମୟରେ ଶେଷ ହେଉଛି। ଆଜି ଓଡିଶା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାରା ଦେଶକୁ ଖାଦ୍ୟ ଯୋଗାଉଛି। ଏଥିରେ ବରଗଡ ଜିଲ୍ଲାର ଚାଷୀ ଭାଇମାନଙ୍କର ବହୁତ ବଡ ଅବଦାନ ରହିଛି ବୋଲି କହିଥିଲେ ନବୀନ।

ଯେତେବେଳେ ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ପ୍ରକଳ୍ପ ଘୋଷଣା କରିଥିଲେ ସେତେବେଳେ ବହୁ ଲୋକ ଏହା ଉପରେ ସନ୍ଦେହ ସୃଷ୍ଟି କରିଥିଲେ। ହୀରାକୁଦ ବନ୍ଧରୁ ବିଜେପୁର ୩୫ ମିଟର ଉଚ୍ଚରେ ଅବସ୍ଥିତ । କିନ୍ତୁ ସବୁ ସନ୍ଦେହକୁ ଦୂର କରି ମୁଖ୍ୟମନ୍ତ୍ରୀ ଦୃଢ ଇଚ୍ଛାଶକ୍ତି ବଳରେ ଆଧୁନିକ ଟେକନୋଲୋଜି ପ୍ରୟୋଗରେ ଏହାକୁ ସଫଳ କରିଛନ୍ତି । ଆଜି ମହାନଦୀରୁ ପାଇପ ଯୋଗେ ହଜାର ହଜାର ଏକର ଜମିକୁ ପାଣି ମିଳିଲା ବୋଲି କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ନିକଟରେ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡିକରେ ହିତାଧିକାରୀମାନଙ୍କର ଭତ୍ତା ବୃଦ୍ଧି କରିଛନ୍ତି। ଉପସ୍ଥିତ ଜନସାଧାରଣଙ୍କ ସହିତ ମତ ବିନିମିୟ କରି କାର୍ତ୍ତିକ ପାଣ୍ଡିଆନ ମମତା, ମଧୁବାବୁ ଯୋଜନା, ବୁଣାକାର, କଳାକାର, କେନ୍ଦୁପତ୍ର ତୋଳାଳୀ ଆଦି ସମସ୍ତଙ୍କ ପାଇଁ ହୋଇଥିବା ନୂଆ ବର୍ଦ୍ଧିତ ସହାୟତା ଉପରେ ସଚେତନ କରିଥିଲେ। ବରଗଡ କଳାର ଭୂମି ଓ ସଂସ୍କୃତିର ଭୂମି ବୋଲି କହି ବରଗଡ଼ବାସୀଙ୍କୁ ସମ୍ବୋଧିତ କରିଥିଲେ । ଏ ଅଞ୍ଚଳର ବୁଣାକାରମାନେ ବିଶ୍ୱରେ ଓଡିଶାର ପରିଚୟକୁ ଉଜ୍ଜ୍ୱଳ କରିଛନ୍ତି।

ଏବେ ସାରା ରାଜ୍ୟରେ ରୂପାନ୍ତର ପର୍ବ ଚାଲିଛି ବୋଲି କହି ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ, ମାଆ ସମଲେଇ ପ୍ରକଳ୍ପର ଅନୁଭବ କଥା କହିଥିଲେ । ଆଜି ଉଦ୍ଘାଟିତ ହୋଇଥିବା ରୂପାନ୍ତରିତ ପ୍ରସିଦ୍ଧ ନୃସିଂହନାଥ ପୀଠ ମଧ୍ୟ ଓଡିଶାର ଗୌରବକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଥିଲେ । ରୂପାନ୍ତର କାର୍ଯ୍ୟକ୍ରମରେ ହାଇସ୍କୁଲ ରୂପାନ୍ତରଣ ସଫଳତା ଅର୍ଜନ କରିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୪ କୋଟି ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି। ପରିବହନ ସେବାରେ ଲକ୍ଷ୍ମୀ ବସ୍ ଯୋଜନା ଗାଁରେ ଲୋକଙ୍କ ଜୀବନ ଧାରାକୁ ସହଜ କରିଛି । କ୍ରୀଡା କ୍ଷେତ୍ରରେ ଓଡିଶାର ସୁନାମ ବଢିଛି। ସେଥିରେ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କର ବିଶେଷ ଅବଦାନ ରହିଛି ବୋଲି ନବୀନ ପ୍ରଶଂସା କରି କହିଥିଲେ।

ବିବାହ ପୂର୍ବରୁ ଆକର୍ଷଣୀୟ ହସ ଚାହୁଁଥିଲେ, ଭୁଲ ଅସ୍ତ୍ରୋପଚାର ନେଲା ଜୀବନ

ହାଇଦ୍ରାବାଦ: ନିଜ ବିବାହରେ ଭିନ୍ନ ଦେଖାଯିବା ପାଇଁ ବରକନ୍ୟା ଅନେକ କସରତ କରିଥାନ୍ତି  । କିନ୍ତୁ ହାଇଦ୍ରାବାଦର ଜଣେ ଯୁବକଙ୍କୁ ବିବାହ ପ୍ରସ୍ତୁତି ମହଙ୍ଗା ପଡିଛି  । ବିବାହର ମାତ୍ର ସପ୍ତାହକ ପୂର୍ବରୁ ଆଖି ବୁଜିୁଛନ୍ତି ଯୁବକ  । ବିବାହ ପୂର୍ବରୁ ସ୍ମାଇଲ ଡିଜାଇନିଂ(ଦାନ୍ତ ଅସ୍ତ୍ରୋପଚାର) କରିବାକୁ ଯାଇଥିଲେ ଯୁବକ  । କିନ୍ତୁ ଭୁଲ ଅସ୍ତ୍ରୋପଚାର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି  ।

ଗତ ଫେବୃଆରୀରେ ହାଇଦ୍ରାବାଦସ୍ଥିତ ଜୁବଲୀ ହିଲ୍ସରେ FMS ଇଣ୍ଟରନ୍ୟାସନାଲ ଡେଣ୍ଟାଲ କ୍ଲିନିକରେ ସ୍ମାଇଲ ଡିଜାଇନିଂ ପ୍ରକିୟାରେ ୨୮ ବର୍ଷୀୟ ଲକ୍ଷ୍ମୀ ନାରାୟଣଙ୍କ ମୃତ୍ୟୁ ହୋଇଛି  । ଆନାସ୍ଥିସିଆ ଓଭରଡୋଜ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ବାପା ଅଭିଯୋଗ କରିଛନ୍ତି  ।

ସର୍ଜରୀ ଚାଲିଥିବା ସମୟରେ ଅଚାନକ ଲକ୍ଷ୍ମୀ ଚେତାଶୂନ୍ୟ ହୋଇଯାଇଥିଲେ  । ଏହି ସମୟରେ କ୍ଲିନିକ ପକ୍ଷରୁ ଫୋନ କରାଯାଇ ତାଙ୍କ ବାପାଙ୍କୁ ଆସିବାକୁ କୁହାଯାଇଥିଲା  । କ୍ଲିନିକରୁ ତାଙ୍କୁ ଅନ୍ୟତ୍ର ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିତିଲେ  ।

ବିଳମ୍ବିତ ରାତିରେ ଘରେ ପଶି ତିନି ଜଣଙ୍କୁ ହାଣିଲେ, ମା ମୃତ ପୁଅ ବୋହୂ ଗୁରୁତର

ଜଗତସିଂହପୁର: ଘରେ ପଶି ମାଆ, ପୁଅ ଓ ବୋହୂଙ୍କୁ ହାଣିଲେ ଦୁର୍ବୃତ୍ତ । ମାଆ ମୃତ, ପୁଅ-ବୋହୂ ଗୁରୁତର । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଓଗରପୁରରେ ଏହି ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ କଳା କପଡ଼ା ମୁହଁରେ ବାନ୍ଧି ସିଲୁ ବିଶ୍ବାଳଙ୍କ ଘରେ ପଶିଥିଲେ। ଦୁର୍ବୃତ୍ତମାନେ ସିଲୁ, ତାଙ୍କ ସ୍ତ୍ରୀ ଟିକିନା ଓ ମାଆ ମାନିଆ ବିଶ୍ୱାଳଙ୍କୁ ଅତି ନୃଶଂସ ଭାବେ ହାଣି ପକାଇଥିଲେ।

ଗୁରୁତର ଅବସ୍ଥାରେ ମାଆ ମାନିଆ ବିଶ୍ୱାଳ, ପୁଅ ସିଲୁ ବିଶ୍ୱାଳ ଓ ବୋହୂ ଟିକିନା ବିଶ୍ୱାଳଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ମାଆ ମାନିଆ ବିଶ୍ୱାଳଙ୍କ ମୃତ୍ଯୁ ହୋଇଛି। ପୁଅ ସିଲୁ ଓ ବୋହୂ ଟିକିନାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଜମିବାଡ଼ି କିମ୍ବା ପ୍ରେମ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ସିଲୁଙ୍କର କିଛି ମାସ ତଳେ ନାଉଗାଁ କୁଣ୍ଡେଶ୍ୱର ଅଞ୍ଚଳରେ ଟିକିନାଙ୍କ ସହ ବିବାହ ହୋଇଥିଲା। ସିଲୁ ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ରବିବାର ସନ୍ଧ୍ୟାରେ ସେ ଘରକୁ ଆସିଥିଲେ । ବାଲିକୁଦା ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ କରିୁଛନ୍ତି ।

ମାନିହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ

0

ଲକ୍ଷ୍ନୌ: ମାନିହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍। କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ମାନହାନିକର ମନ୍ତବ୍ୟ ଦେଇଥିବାରୁ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ଆଜି ଉତ୍ତରପ୍ରଦେଶ ସୁଲତାନପୁର ଡିଷ୍ଟ୍ରିକ୍ଟ ସିଭିଲ କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧୀ। କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଗତ ୨୦୧୮ ଅଗଷ୍ଟ ୪ ତାରିଖରେ ରାହୁଲଙ୍କ ବିରୋଧରେ ଜଣେ ବିଜେପି ନେତା ମାନହାନି ମାମଲା ଦାୟର କରିଥିଲେ। ବେଙ୍ଗାଳୁରୁରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ କିଛି ମାନହାନିକର ମନ୍ତବ୍ୟ ଦେଇଥିବାରୁ ରାହୁଲଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। କୋର୍ଟ ହାଜିରା କାରଣରୁ ଉତ୍ତରପ୍ରଦେଶରେ ଭାରତ ଯୋଡ ନ୍ୟାୟ ଯାତ୍ରା ସାମୟିକ ଭାବେ ବନ୍ଦ ରହିଥିଲା। କୋର୍ଟ ହାଜିରା ପରେ ଆମେଥିର ଫୁରସତଗଞ୍ଜରୁ ପୁଣି ଯାତ୍ରା ଆରମ୍ଭ ହେବ।