spot_img
Home Blog Page 2074

ବିଜେଡିରେ ମିଶିଲେ ଅନୁଗୁଳ ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନା

ଭୁବନେଶ୍ବର: ଆଜି ବିଜେଡିରେ ମିଶିଲେ ବିପ୍ଳବ ଜେନା । ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଭାବେ ସେ କିଛି ଦିନ ତଳେ ଇସ୍ତଫା ଦେବା ସହ ଦଳ ଛାଡ଼ିଥିଲେ । ତାଙ୍କ ପିତା ସ୍ବର୍ଗତ ରମେଶ ଜେନା ଅନୁଗୁଳରୁ ଥରେ ବିଧାୟକ ଥିଲେ । ମିଶ୍ରଣ ପୂର୍ବରୁ ପାରମ୍ପରିକ ନୃତ୍ୟ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ଶଙ୍ଖ ଭବନ । ବିପ୍ଳବ ଓ ୧୫ଶହ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଛନ୍ତି ।

ବିଜେଡିରେ ମିଶ୍ରଣ ସହ କଂଗ୍ରେସ ଶିବିର ନିୟମିତ ଝଟକା ପାଉଛି । କଂଗ୍ରେସ ଛାଡ଼ିଥିବା ପୂର୍ବତନ ରାଜନଗର ବିଧାୟକ ତଥା ପୂର୍ବତନ କେନ୍ଦ୍ରାପଡ଼ା କଂଗ୍ରେସ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି ଦୁଇ ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ । ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଯେ ନିରବଛିନ୍ନ ଭାବେ ଓଡ଼ିଶାକୁ ଗଢି ତୋଳିବାର ପ୍ରୟାସ, ମହିଳା ସଶକ୍ତିକରଣ, ଖାଦ୍ୟ ନିରାପତ୍ତା, ଛାତ୍ର, ଚାଷୀଙ୍କୁ ବିକାଶ ପରି ସବୁ କ୍ଷେତ୍ରରେ ଭାରତବର୍ଷ ପାଇଁ ଦିଗଦର୍ଶନ ପାଲଟିଛନ୍ତି । ତେଣୁ ୨୪ ବର୍ଷରୁ ନିଜ କାର୍ଯ୍ୟକ୍ରମ ପାଇଁ ସେ ଏକ ନମ୍ବର ହୋଇ ରହିଛନ୍ତି ।  ବିପ୍ଳବ ଜଣେ ଶ୍ରମିକ ନେତା । ବିଜେଡିରେ ମିଶିଲେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଣବ ଜଣାଇଥିଲେ । ବିପ୍ଳବ ମଧ୍ୟ ନିଜ ଆଡୁ ମିଶିବାକୁ କହିଥିଲେ । ଯାହାକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି । ଏକ ସମନ୍ୱୟ କମିଟି କରି ବିପ୍ଳବଙ୍କ ସହ ମିଶି କାମ କରିବାକୁ ଅନୁଗୁଳ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଦଳକୁ ଆସିଥିବା ନେତାମାନଙ୍କ ସମ୍ମାନ ଅକ୍ଷୁର୍ଣ୍ଣ ରହିବା ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ପ୍ରଣବ ଜଣାଇଛନ୍ତି । ସେହିପରି ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ କହିଛନ୍ତି ଯେ, ବିପ୍ଳବ ଜଣେ ଲଢୁଆ ନେତା, ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ବିକାଶ ଯାତ୍ରାରେ ଅନୁପ୍ରାଣିତ ହୋଇ ବିପ୍ଳବ ଜେନା ବିଜେଡିରେ ମିଶିଛନ୍ତି । ତାଙ୍କ ସହ ମିଶି ଅନୁଗୁଳ ବିକାଶକୁ ଆଗକୁ ନେବାକୁ ସେ ସୂଚନା ଦେଇଛନ୍ତି । ବିପ୍ଳବ ଜେନା ମଧ୍ୟ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଦୁଇ ଦିନ ତଳେ ବିଜେଡିରେ ମିଶିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଯେପରି BSKY କାର୍ଡ ଯୋଗୁଁ କାହାର ଚିକିତ୍ସାରେ କିଛି ଅସୁବିଧା ହେଉ ନାହିଁ ଦଳୀୟ ନେତାଙ୍କ ନିର୍ଦ୍ଦେଶରେ କାମ କରିବାକୁ ବିପ୍ଳବ କହିଛନ୍ତି ।

 

ମାତିଲେ ମାଓବାଦୀ, ଯବାନଙ୍କୁ ଟାଙ୍ଗିଆରେ ହାଣିଲେ

ବିଜାପୁର: ଛତିଶଗଡ ବିଜାପୁରରେ ମାତିଲେ ମାଓବାଦୀ। ମାଓବାଦୀମାନେ ଯବାନଙ୍କୁ ଟାଙ୍ଗିଆରେ ହାଣିଛନ୍ତି । ଦରଭା ସାପ୍ତାହିକ ହାଟରେ ଡ୍ୟୁଟି କରିବା ବେଳେ ମାଓବାଦୀ ଏହି ଆକ୍ରମଣ କରିଛନ୍ତି । ମାଓବାଦୀଙ୍କ ଏଭଳି କାଣ୍ଡ ନେଇ ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। CAFର କମ୍ପାନୀ କମାଣ୍ଡାଣ୍ଟ ତିଜାଉ ରାମ ଭୂରୀୟାଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ମାଓବାଦୀ ସଂଗଠନର ଦର୍ଭା ଗ୍ରୁପର ସଦସ୍ୟ ମାନେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି। ଘଟଣାସ୍ଥଳରେ ଅଧିକ ସଂଖ୍ୟାରେ ଯବାନଙ୍କୁ ମୁତୟନ କରାଯାଇଛି।

ରାଜ୍ୟରେ ଖୋଲିବ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ

ଭୁବନେଶ୍ବର: ରାଜ୍ୟରେ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ ଖୋଲିବ । ଚଳିତ ଶିକ୍ଷାବର୍ଷଠାରୁ କାର୍ଯ୍ୟକ୍ଷମ ହେବ ଏସବୁ କଲେଜ ।  5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ସମୟରେ ନିଜ ଅଞ୍ଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଲୋକମାନେ ଅନୁରୋଧ  କରିଥିଲେ।  ଯାହାକୁ ଭିତ୍ତି କରି ୧୮ଟି ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।  ସେହିପରି ଆସନ୍ତା ସପ୍ତାହରେ  ୧ ହଜାର ୫୬ ଜଣ ଅଧ୍ୟାପକଙ୍କୁ ଷ୍ଟାଫ୍ ସିଲେକ୍ସନ ବୋର୍ଡ ଜରିଆରେ ନିଯୁକ୍ତି ଦିଆଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ଯସାଚୀ ଏହି ସୂଚନା ଦେଇଛନ୍ତି।

୨ ହଜାର ମସିହାରେ ଓଡ଼ିଶାର ୫୪୮ଟି ଡିଗ୍ରୀ କଲେଜ ଥିଲା।  ଏବେ ୧ ହଜାର ୪୦ରେ ପହଞ୍ଚିଛି। ବିଶ୍ବବିଦ୍ୟାଳୟ ସଂଖ୍ୟା ୫ରୁ ବୃଦ୍ଧି ପାଇ ୨୪ରେ ପହଞ୍ଚିଛି। ଯେଉଁଥିରେ ୧୭ଟି ସରକାରୀ ଓ ୭ଟି ବେସରକାରୀ ବିଶ୍ବବିଦ୍ୟାଳୟ ଅଛନ୍ତି । କିଛି ଦିନ ପୂର୍ବରୁ ପୁରୀର ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ ହୋଇଛି। ରାଜ୍ୟରେ ୨୧ଟି ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ସେଣ୍ଟର ଅଫ୍ ଏକ୍ସଲେନ୍ସ ମଧ୍ୟ ଖୋଲିଛି। କଲେଜଗୁଡ଼ିକର ସ୍ଥାୟୀ ଭିତ୍ତଭୂମି ତିଆରି ହୋଇଥିବାରୁ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରୁମ ଓ ଲାବରେଟୋରି ସୁବିଧା ପାଇପାରିବେ। ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀ ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଆଦିର ଲାଭ ନେଇପାରିବେ | ସେହିପରି ବିଜୁ ଯୁବ ସଶକ୍ତିକରଣ ଯୋଜନା, ଗ୍ରୀନ୍ ପ୍ୟାସେଜ୍ ଯୋଜନା, ମାଗଣା ସିଭିଲ୍ ସର୍ଭିସ କୋଚିଂ ଭଳି ବିଭିନ୍ନ  ଯୋଜନା କରାଯାଇଛି। ମୋ କଲେଜ ଅଭିଯାନ ଅଧୀନରେ ବହୁ ପୁରାତନ ଛାତ୍ରଛାତ୍ରୀ କଲେଜ ସହ ଯୋଡ଼ି ହୋଇ ଯୁବପିଢ଼ିଙ୍କୁ ମାର୍ଗଦର୍ଶନ କରାଉଛନ୍ତି। କଲେଜଗୁଡ଼ିକରେ ଖାଲିଥିବା ପଦବି ପୂରଣ ଲାଗି ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ୨୦୨୨-୨୩ ଶିକ୍ଷାବର୍ଷରେ ୪୬୭ ଜଣ ନିଯୁକ୍ତି ପାଇଥିବା ବେଳେ ୨୦୨୩-୨୪ରେ ୧  ହଜାର ୩୩ ଜଣ ମନୋନୀତ ହୋଇଛନ୍ତି। ଲାପଟପ ଯୋଜନା ଦ୍ବାରା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ସିଧାସଳଖ ୩୦ ହଜାର ଟଙ୍କା ପଠା ଯାଉଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ଯସାଚୀ  ସୂଚନା ଦେଇଛନ୍ତି।  ।

ଅଭିନେତ୍ରୀ ସନ୍ନି ଲିଓନି ପୋଲିସ କନଷ୍ଟେବଳ ପ୍ରାର୍ଥୀ!

ଲକ୍ଷ୍ନୌ: ଅଭିନେତ୍ରୀ ସନ୍ନି ଲିଓନି ପୋଲିସ କନଷ୍ଟେବଳ ପ୍ରାର୍ଥୀ। କଥାଟି ନିଶ୍ଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ହେଲେ ସନ୍ନିଙ୍କ ଫଟୋ ଲାଗିଥିବା ଆଡମିଟ କାର୍ଡ ଭାଇରାଲ ହେବା ପରେ ଏପରି କିଛି ଚର୍ଚ୍ଚା ଜୋର ଧରିଛି। ବାସ୍ତବ କଥା କିନ୍ତୁ ଅଲଗା।  ଉତ୍ତରପ୍ରଦେଶରେ ପୋଲିସ କନଷ୍ଟେବଳ ପରୀକ୍ଷାକୁ ନେଇ ଏବେ ନାନା ସନ୍ଦେହ ଉପୁଜିଛି। ଆଡମିଟ କାର୍ଡରେ ପ୍ରାର୍ଥୀଙ୍କ ବଦଳରେ ସ୍ଥାନ ପାଇଛନ୍ତି ସନ୍ନି ଲିଓନି । ଉତ୍ତରପ୍ରଦେଶ ପୋଲିସ କନଷ୍ଟେବଳ ରିକ୍ରୁଟମେଣ୍ଟ ପରୀକ୍ଷାରେ ଏହି ଆଡମିଟ କାର୍ଡକୁ ନେଇ ଜୋର ଧରିଛି ଚର୍ଚ୍ଚା ।

ଆଡମିଟ କାର୍ଡରେ ପ୍ରାର୍ଥୀଙ୍କ ନାଁ ସନ୍ନି ଲିଓନି ରହିଥିବାବେଳେ ତାଙ୍କର ଫଟୋ ବି ସ୍ଥାନୀତ ହୋଇଛି ।  ଏହି ଆଡମିଟ କାର୍ଡକୁ ନେଇ ପୋଲିସ ପରୀକ୍ଷାର ସ୍ବଚ୍ଛତା ଉପରେ ସସପେନ୍ସ ସୃଷ୍ଟି କରିଛି । ରାଜ୍ୟର ୭୫ଟି ଜିଲ୍ଲାର ୨ ହଜାର ୩୮୫ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା । ବଡ଼କଥା ହେଉଛି ସନ୍ନି ଲିଓନିଙ୍କ ପରୀକ୍ଷା କେନ୍ଦ୍ର ବି ଆଡମିଟ କାର୍ଡରେ ଦର୍ଶାଯାଇଥିଲା । ତାହା ଥିଲା ତିରଓ୍ବା ତହସିଲ ଅନ୍ତର୍ଗତ କନୌଜସ୍ଥିତ ଶ୍ରୀମତୀ ସୋନେଶ୍ରୀ ମେମୋରିଆଲ ଗର୍ଲସ୍ କଲେଜ । ଏହି ଘଟଣାରେ କନୌଜ ପୋଲିସର ସାଇବର ସେଲ ତଦନ୍ତ ଆରମ୍ଭ କରିଛି ।

ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ

ପୁରୀ: ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। । ୨୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ଚଳିତ ମାସ ୨୧ ତାରିଖରୁ ଅନଲାଇନ ମାଧ୍ୟମରେ ଟେଣ୍ଡର ପକାଯିବ । ଏପ୍ରିଲ  ୨୧  ତାରିଖରେ ଖୋଲାଯିବ ଟେଣ୍ଡର । ଇଡକୋ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ୩ ବର୍ଷ  ମଧ୍ଯରେ ପିପିପି ମୋଡରେ  ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର କାର୍ଯ୍ୟ ଶେଷ କରାଯିବ।

ଏହାପରେ ଆକାଶପଥରେ ଯୋଡ଼ିହେବ ଶ୍ରୀକ୍ଷେତ୍ର । ପର୍ଯ୍ୟଟନ କ୍ଷେତ୍ରରେ ମିଳିବ ଅଦ୍ଭୁତପୂର୍ବ ସଫଳତା । ଏୟାରପୋର୍ଟ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।

୧ ହଜାର ୧୬୪ ଏକର ପରିମିତ ଅଞ୍ଚଳରେ ନିର୍ମାଣ ହେବ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର । ବିମାନ ଚଳାଚଳ ବିଭାଗର ସ୍ୱତନ୍ତ୍ର ଦଳ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିସାରିଛନ୍ତି । ପ୍ରସ୍ତାବିତ ବିମାନ ବନ୍ଦର ଶେଷ ହୋଇପାରିଲେ ପୁରୀ ଐତିହ୍ୟ ନଗରୀର ସ୍ୱପ୍ନ ସାକାର ହୋଇପାରିବ ବୋଲି ସେବାୟତ ଓ ବୁଦ୍ଧିଜୀବୀ ଆଶା ରଖିଛନ୍ତି ।

ଯାତ୍ରୀବାହୀ ବସକୁ ଧକ୍କାଦେଲା ଡମ୍ପର, ଦୁଇ ଆହତ

ଢେଙ୍କାନାଳ: ଯାତ୍ରୀବାହୀ ବସକୁ ଧକ୍କାଦେଲା ଡମ୍ପର। ଦୁଇଜଣ ଆହତ ହୋଇଥିବା ବେଳେ ବସରେ ଥିଲେ ୫୦ ଯାତ୍ରୀ । ଢେଙ୍କାନାଳ ତୁମୁସିଙ୍ଗା ଥାନା କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ। ବସଟି ଯାଜପୁର  ଟାଟା ମାଇନ୍ସ ଅଞ୍ଚଳରୁ ଭୁବନେଶ୍ୱର ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଡମ୍ଫର ଗାଡିର ଷ୍ଟିଅରିଂ ଛିଣ୍ଡି ଯିବାରୁ ହୋଇଛି ଦୁର୍ଘଟଣା। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକ ରହିଥିବା ସୂଚନା। ଖବର ପାଇ ଘଟଣା ସ୍ଥଳରେ ତୁମୁସିଙ୍ଗା ପୋଲିସ ପହଂଚି ଟ୍ରାଫିକ ହଟେଇବା ସହ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଗାଡ଼ିରେ ଛାଡ଼ିଥିବା ସୂଚନା ରହିଛି। ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ତାଲା ପଡ଼ିଥିବା ଘରକୁ ଲୁଟେରାଙ୍କ ଟାର୍ଗେଟ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ଭୁବନେଶ୍ବର: ରାଜଧାନୀରେ ତାଲା ପଡିଥିବା ଘରକୁ ପୁଣି ଲୁଟେରାଙ୍କ ଟାର୍ଗେଟ। କପିଳପ୍ରସାଦ କେଳୁଚରଣ ଲେନ୍ ୫ରେ ଥିବା ଘରୁ ଲୁଟ ହୋଇଛି। ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ରୁପା ଗହଣା ଲୁଟି ନେଇଛନ୍ତି ଲୁଟେରା। ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଘର ମାଲିକ ଧୃବ ପାତ୍ର ଗତ ଦୁଇଦିନ ତଳୁ ବେଙ୍ଗାଳୁରୁ ବୁଲିବାକୁ ଯାଇଛନ୍ତି। ଏହାର ସୁଯୋଗ ନେଇଥିଲେ ଲୁଟେରା। ତେବେ ଘର ଝରକା ଭଙ୍ଗା ଯାଇଥିବା ଦେଖି ପଡୋଶୀ ପ୍ରଥମେ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ ସହ ଛାନଭିନ କରୁଛି।

ଜନ୍ମ କଲା ଝିଅକୁ ଛାଡ଼ି ଅନ୍ୟ ଜଣଙ୍କ ପୁଅକୁ ଧରି ଛୁ ମାରିଲେ ମହିଳା, ସିସିଟିଭିରେ ରେକର୍ଡ ହେଲା ଦୃଶ୍ୟ

ବଲାଙ୍ଗିର: ସାମ୍ନାକୁ ଆସିଲା ବଲାଙ୍ଗିର ଶିଶୁ ଚୋରିର ସିସିଟିଭି ଫୁଟେଜ । ଚଞ୍ଚକତା କରି ନିଜ ଜନ୍ମ କଲା ଝିଅକୁ ଛାଡି ଅନ୍ୟ ଜଣକ ପୁଅକୁ ନେଇ ଫେରାର ମାରୁଛନ୍ତି ମହିଳା I ମହିଳା ଜଣକ ହେଲେ ବିଶାଖା ପୁଟା I ଯୋଜନା ମୁତାବକ ସ୍ଵାମୀ ଶରତ ପୁଟା ଜାଣିଶୁଣି ଷଡଯନ୍ତ୍ର ରଚିଥିଲା I ନିଜ ଜନ୍ମକଲା ଝିଅ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ପୁତ୍ର ଲୋଭରେ ଅନ୍ୟର ସନ୍ତାନକୁ ଧରି ଫେରାର୍ ମାରିଥିଲେ ଦମ୍ପତ୍ତି I କେମିତି SNCUରୁ ନବଜାତ ଶିଶୁ ପୁତ୍ରକୁ ନେଇ ଫେରାର ମାରୁଛନ୍ତି ମହିଳା ତାହାର୍ EXCLUSIVE ଫୁଟେଜ ନନ୍ଦିଘୋଷ ଟିଭି ହାତରେ ଲାଗିଛି I ନିଜର ଝିଅ ଜନ୍ମ ହୋଇଥିବା ଜାଣିଶୁଣି SNCUରୁ ଶିଶୁ ପୁତ୍ର ଚୋରି କରିନେଇଥିଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ସାହାଜପିଟା ଗାଁର ଶରତ ପୁଟା ଓ ବିଶାଖା ପୁଟା I କାଳେ କିଏ ଦେଖି ଦେବ ସେନେଇ ମେଡିକାଲ ବାହାରୁ ଏକ ଅଟୋ ରିକ୍ସା ଭଡା କରି ଗାଁକୁ ନେଇ ଚାଲିଯାଇଥିଲେ I ଗଣମାଧ୍ୟମରୁ ଶିଶୁ ପୁତ୍ର ଚୋରି ଖବର ପାଇବା ପରେ ଭୟରେ ଗାଁ ନିକଟସ୍ଥ କିଚେରମାଲ ଜଙ୍ଗଳରେ ଲୁଚିଥିଲେ I ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରି ଶିଶୁକୁ ଉଦ୍ଧାର କରିଥିଲା I ଶିଶୁ ପୁତ୍ରର ଅବସ୍ଥା ଗୁରୁତର ରହିଛି I ତାକୁ ଆଇସିୟୁରେ ରଖାଯାଇଛି I

ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି, ଦେଖାଯାଉନି ରାସ୍ତାଘାଟ

ଭୁବନେଶ୍ବର: ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି।  ଦୃଶ୍ୟମାନ କ୍ଷମତା କମିବା ସହ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇଛି। ଆସନ୍ତା ୨୦ ତାରିଖ ଯାଏଁ କୁହୁଡି କଲବଲ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଅନ୍ୟପଟେ ରାଜ୍ଯରେ ଏବେ ଉପରମୁହାଁ ହେଲାଣି ପାରଦ । ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ, ଆଗାମୀ ଦିନରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ବଢିବ। ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ତେଜ କିରଣ ତାତି ବୃଦ୍ଧି କରିବାରେ ସହାୟକ ହେବ। ହେଲେ ଆସନ୍ତା ୨୩ ତାରିଖ  ବେଳକୁ ଏକ ପଶ୍ଚିମା ଝଡର ପ୍ରଭାବ ରାଜ୍ୟ ଉପରେ ରହିବ। ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

ଚାଷୀ ଆନ୍ଦୋଳନ ଜାରି, ଦିଲ୍ଲୀ ପ୍ରବେଶ କରିବାକୁ ଅପେକ୍ଷା କରି ରହିଛନ୍ତି ଚାଷୀ

ନୂଆଦିଲ୍ଲୀ: ଚାଷୀଙ୍କ ଅମଳ ଫସଲକୁ ଗ୍ଯାରେଣ୍ଟି ଏମଏସପି ପ୍ରଦାନ ଦାବିରେ ଜାରି ରହିଛି ଚାଷୀ ଆନ୍ଦୋଳନ। ଦିଲ୍ଲୀ ଚଲୋ ଡାକରା ଦେଇଥିବା ଚାଷୀଙ୍କ ଆନ୍ଦୋଳନର ଆଜି ଷଷ୍ଠ ଦିନ। ଦିଲ୍ଲୀ ଉପକଣ୍ଠରେ ୧୦ ହଜାରରୁ ଅଧିକ ଚାଷୀ ଦିଲ୍ଲୀ ଚଲୋର ନାରା ଦେଇ ଆନ୍ଦୋଳନ କରୁଛନ୍ତି। ଦିଲ୍ଲୀ ପ୍ରବେଶ କରିବାକୁ ଅପେକ୍ଷା କରି ରହିଛନ୍ତି ଚାଷୀ। ଆଜି କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ରହିଛି। ପୂର୍ବରୁ ତିନି ତିନି ଥର ଆଲୋଚନା ବିଫଳ ହେବା ପରେ ଚତୁର୍ଥ ରାଉଣ୍ଡ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର ସରକାର। ଉଭୟ ପକ୍ଷ ଆଲୋଚନା କରି ବିବାଦର ସମାଧାନ ନେଇ ଆହ୍ବାନ କରିଛନ୍ତି। ସେପଟେ ବିବାଦର ସମାଧାନ ନହେବା ପର୍ଯ୍ୟ ଆନ୍ଦୋଳନ ଜାରି ରହିବ ବୋଲି କହିଛି ଆନ୍ଦୋଳନରେ ସାମିଲ ସଂଯୁକ୍ତ କିଶାନ ମୋର୍ଚ୍ଚା। ପଞ୍ଜାବ ସୀମାନ୍ତ ସମ୍ଭୁ ବର୍ଡରେ ହଜାର ହଜାର ସଂଖ୍ଯାରେ ଚାଷୀ ଆନ୍ଦୋଳନ କରୁଛନ୍ତି। ଚାଷୀଙ୍କୁ ଉପସ୍ଥିତି ନେଇ ବିପୁଳ ମାତ୍ରାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର ପଞ୍ଜାବ ୟୁନିଟ ତରଫରୁ ଜଳନ୍ଧରରେ ବୈଠକ ରହିଛି।ଗତ ୧୩ ତାରିଖରୁ ଆରମ୍ଭ ହୋଇଛି ଚାଷୀଙ୍କ ଏହି ଆନ୍ଦୋଳନ। ଗତ ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଥିଲା ଚାଷୀ ସଂଗଠନ। ଏଥିରେ ଦେଶର ଏକାଧିକ କୃଷକ ସଂଗଠନ ସହ ଶ୍ରମିକ ସଂଗଠନ ସାମିଲ ହୋଇଥିଲ।