ଭୁବନେଶ୍ବର: ହାତ ଦେଖି ଭବିଷ୍ୟତ କହୁଛନ୍ତି ବାବା। ଖଣ୍ଡଗିରି ମେଳାରେ ଏବେ ତ୍ରିକାଳଦର୍ଶୀ ବାବାଙ୍କୁ ନେଇ ବେଶ୍ ଚର୍ଚ୍ଚା ଦେଖିବାକୁ ମିଳିଛି। ଖଣ୍ଡଗିରି ପାଦ ଦେଶରେ ଚାଲିଥିବା କୁମ୍ଭମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଧୁ ଓ ସନ୍ଥ ଯୋଗ ଦେଇଛନ୍ତି। ମେଳାରେ ତ୍ରିକାଳଦର୍ଶୀ ବାବାଙ୍କ ପାଖରେ ଲୋକମାନଙ୍କର ଭିଡ ଦେଖିବାକୁ ମିଳୁଛି। ହସ୍ତରେଖା ଓ କପାଳ ରେଖା ଦେଖି ପଣ୍ଡିତ ଭକ୍ତ ଚରଣ ଦାସ ଓ ରାଜେଶ୍ବତ ଦାସ ମହାରାଜା ଲୋକମାନଙ୍କ ଅତୀତ, ବର୍ତମାନ ଓ ଭବିଷ୍ୟତ କହିପାରୁଛନ୍ତି।
ବିଜେପି ସାଂସଦ ଅପରାଜିତାଙ୍କୁ ବିରୋଧ କଲେ ନିଜ ଦଳର ସଭ୍ଯ ଓ କର୍ମକର୍ତ୍ତା
ଭୁବନେଶ୍ୱର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ଦଳ ଭିତରେ ବିରୋଧ ବଢୁଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ଅପରାଜିତା ଷଡ଼ଙ୍ଗୀଙ୍କୁ ସେତିକି ବିରୋଧ ବଢୁଛି । ବେଗୁନିଆ- ବୋଲଗଡ଼ରେ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ। ବେଗୁନିଆ- ବୋଲଗଡ଼ରେ ସକ୍ରିୟ ବିଜେପି ସଭ୍ୟମାନେ ଏକାଠି ହୋଇ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିବା ସହ ତାଙ୍କ ଦ୍ଵାରା ମନୋନୀତ ବିଧାୟକ ପ୍ରାର୍ଥୀଙ୍କୁ ମଧ୍ୟ ବିରୋଧ କରିଛନ୍ତି।
ଦଳୀୟ କର୍ମୀ ସମ୍ମିଳନୀରେ ଅପରାଜିତାଙ୍କ ବିରୋଧରେ ସମସ୍ତେ ସ୍ଲୋଗାନ ଦେଇଥିଲେ। ଅପରାଜିତା ହାୟ ହାୟ। ଅପରାଜିତା ତୁମ ମନମୁଖୀ କାମ ଚଳିବ ନାହିଁ। ଆଗାମୀ ନିର୍ବାଚନରେ ବେଗୁନିଆ ବୋଲଗଡ଼ବାସୀ ଜବାବ ଦେବେ ବୋଲି ସ୍ଲୋଗାନ ଦିଆଯାଇଥିଲା। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିଜ ନିର୍ବାଚନମଣ୍ଡଳୀରୁ ତୀବ୍ର ବିରୋଧ କରାଯାଉଛି।
ନିର୍ବାଚନ ପାଖେଇ ଆସୁଥିବା ବେଳେ ବିରୋଧ ଆହୁରି ବଢୁଛି ବିରୋଧ । ଆଗାମୀ ଦିନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଘେରିବାକୁ ତାଙ୍କ ଦଳର କର୍ମୀମାନେ ଜୋର ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ତିନିଦିନିଆ ଓଡିଶା ଗସ୍ତରେ ECI, କଳା ଟଙ୍କା ଏବଂ ମଦର ବ୍ୟବହାର ରୋକିବାକୁ ଗୁରୁତ୍ବ
ଭୁବନେଶ୍ବର: ତିନିଦିନିଆ ଓଡିଶା ଗସ୍ତରେ ଆସି ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଇସିଆଇ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନ ସମୟରେ କଳା ଟଙ୍କା ଏବଂ ମଦର ବ୍ୟବହାର ରୋକିବାକୁ ଗୁରୁତ୍ବ ଦେଇଛନ୍ତି ନିର୍ବାଚନ କମିଶନ। ଆୟକର ବିଭାଗ ଓ ଅବକାରୀ ବିଭାଗ ସହ ନିର୍ବାଚନ ଆୟୋଗ ବୈଠକ କରିଛନ୍ତି ।
ବିଏସଫ ଅଧିକାରୀ, ରିଜର୍ଭ ବ୍ୟାଙ୍କ ଅଧିକାରୀ, ପୋଷ୍ଟାଲ ଅଧିକାରୀ, ବିମାନ ବନ୍ଦର ନିର୍ଦ୍ଦେଶକ, ପିସିସିଏଫଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଅଛନ୍ତି । ଏହା ପରେ ଆଉ ଏକ ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜିଙ୍କ ଭଳି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ରାଜୀବ କୁମାର।
ଗତକାଲି ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ମୁଖ୍ୟ ନିର୍ବାଚନ କମିଶନର ଆଲୋଚନା କରିଥିଲେ। ସେପଟେ EVM, ବୁଥ୍ ସ୍ତରରେ ପ୍ରସ୍ତୁତି ଆଦିର ବି ସମୀକ୍ଷା କରିବେ ଇସିଆଇ ।
ଜବାହାରଲାଲ ନେହେରୁ ଷ୍ଟାଡିୟମରେ ବଡ ଅଘଟଣ, ଖସିପଡିଲା ସେଡ୍ ୮ ଆହତ
ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ଷ୍ଟାଡିୟମରେ ବଡ ଅଘଟଣ । ଷ୍ଟାଡିୟମର ଗେଟ ନମ୍ବର ୨ର ଏଣ୍ଟ୍ରି ଗେଟରେ ଏକ ସେଡ୍ ଭାଙ୍ଗି ପଡିଛି । ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ଅନେକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଭଗ୍ନାବଶେଷ ହଟାଇବା ପାଇଁ କ୍ରେନର ସାହାଯ୍ୟ ନିଆଯାଉଛି ।
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଗେଟ ନମ୍ବର ୨ରେ କାମ ଚାଲିଥିଲା । ସେତେବେଳେ ସେଠାରେ କିଛି ଶ୍ରମିକ ବସି ଖାଉଥିଲେ । ହଠାତ୍ ଷ୍ଟାଡିୟମର ସେଡ୍ ଖସିପଡିବାରୁ ଅଧିକାଂଶ ସେଡ୍ ତଳେ ଚାପି ହୋଇ ରହିଛନ୍ତି ।
କେବେ ରିଲିଜ ହେବ ପଞ୍ଚାୟତ ୩ ? ଖୁଲାସା କଲେ ରଘୁବୀର ସିଂ ଯାଦବ
ମୁମ୍ବାଇ: କେବେ ରିଲିଜ ହେବ ପଞ୍ଚାୟତ ୩ ? ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ସଂଶୟ ବଢିବାରେ ଲାଗିଛି । ୱେବସିରିଜ ପଞ୍ଚାୟତର ସିଜିନ ୩ ଦେଖିବାକୁ ଚାତକ ଭଳି ଚାହିଁରହିଛନ୍ତି ଦର୍ଶକ । ଏହାରି ମଧ୍ୟରେ ୱେବସିରିଜରେ ସରପଞ୍ଚଙ୍କ ସ୍ବାମୀ ଭୂମିକାରେ ନଜର ଆସିଥିବା ରଘୁବୀର ସିଂ ଯାଦବ ଆଗ୍ରାରେ ପହଞ୍ଚିଛନ୍ତି । ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଆଗ୍ରା ଆସିଛନ୍ତି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ୩କୁ ନେଇ ଏକ ବଡ ଖୁଲାସା କରିଛନ୍ତି ।
ଆଗ୍ରାରେ ରଙ୍ଗଲୋକ ସାଂସ୍କୃତିକ ସଂସ୍ଥାର ତତ୍ତ୍ବାବଧାନରେ ନାଟକ ପ୍ରଶିକ୍ଷଣ କର୍ମଶାଳା ଆସନ୍ତା ଫେବୃଆରୀ ୧୬ରୁ ଆରମ୍ଭ ହୋଇଯାଇଛି । ଗତ ୧୨ ବର୍ଷ ଧରି ସହରରେ ରଙ୍ଗମଞ୍ଚ ସ୍ଥାପିତ କରାଯିବ । ଏହି ପ୍ରୟାସକୁ ନଜରରେ ରଖି ଦେଶର ଲୋକପ୍ରିୟ ପଞ୍ଚାୟତ କଳାକାର ରଘୁବୀର ସିମ ଯାଦବ କର୍ମଶାଳାକୁ ନିର୍ଦ୍ଦେଶନା ଦେବା ପାଇଁ ପହଞ୍ଚିଛନ୍ତି ।
ୱେବସିରିଜ ପଞ୍ଚାୟତ ୩ର ରିଲିଜିଂ ଡେଟ୍ ସମ୍ବନ୍ଧରେ ତାଙ୍କୁ ପଚରା ଯାଇଥିଲା । କିନ୍ତୁ ରିଲିଜ ତାରିଖ ନେଇ ସେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । ପରୋକ୍ଷରେ ସେ କହିଛନ୍ତି ଯେ ସୁଟିଂ ସରିଗଲାଣି । ଏବେ ଏଡିଟିଂ ଚାଲିଛି । ଅର୍ଥାତ ଖୁବଶୀଘ୍ର ପଞ୍ଚାୟତ ୩ ରିଲିଜ ହୋଇପାରେ ।

