spot_img
Home Blog Page 2092

ଷ୍ଟ୍ରବେରୀ ଦେଖାଇଛି ଜୀବନ ଜିଇଁବାର ବାଟ

କନ୍ଧମାଳ: ଷ୍ଟ୍ରବେରୀ ଦେଖାଇଛି ଜୀବନ ଜିଇଁବାର ବାଟ । ମିଶନ ଶକ୍ତି ସହାୟତାରେ ବୃନ୍ଦାବତୀ ସ୍ବୟଂ ସହାୟିକା ଗୋଷ୍ଠୀର ଆଦିବାସୀ ମହିଳା ଷ୍ଟ୍ରବେରୀ ଚାଷ କରି ଲାଭାନ୍ବିତ ହେବା ସହ ନିଜେ ନିଜକୁ ସ୍ବାବଲମ୍ବୀ କରିବାରେ ସକ୍ଷମ ହୋଇଛନ୍ତି ଏବଂ ରାଜ୍ୟ ସରକାରଙ୍କ ସହଯୋଗକୁ ସାଧୁବାଦ ଜଣାଇଛନ୍ତି ।

ଲାଲ ଟହ ଟହ ଷ୍ଟ୍ରବେରୀ  । ଛୋଟ ଛୋଟ ଗଛରେ ଫଳିଛି ପେନ୍ଥା ପେନ୍ଥା କୋଳି । ଭିନ୍ନ ଏକ ଚାଷ ଆଜି ମହିଳିଳାଙ୍କୁ କରିଛି ସ୍ବାବଲମ୍ବୀ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ସିନ୍ଦ୍ରିଗାଁ ଗ୍ରାମ ପଞ୍ଚାୟତ ବୃନ୍ଦାବତୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଷ୍ଟ୍ରବେରୀ ଚାଷ କରି ଆଜି ଲାଭବାନ ହୋଇପାରିଛନ୍ତି ।  ବରିପଡ଼ା ନିକଟରେ ଅଢେଇ ଏକର ଜମିରେ ୫୫ ହଜାର ଚାରା ରୋପଣ କରି ଷ୍ଟ୍ରବେରୀ ଚାଷ କରିଛନ୍ତି ଏହି ଏସଏଚଜି ମହିଳା । କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବ୍ଲକ୍ ପ୍ରଶାସନର ସହଯୋଗରେ ଏବେ କ୍ଷେତରେ ଫଳୁଛି ଲାଲ୍ ଲାଲ୍ ଷ୍ଟ୍ରବେରୀ । ଏହାକୁ ବିକ୍ରି କରି ମହିଳା ଗୋଷ୍ଠୀ ଆତ୍ମସନ୍ତୋଷ ଲାଭ କରିବା ସହ ବେସ ଲାଭବାନ ହୋଇପାରିଛନ୍ତି । କର୍ମ ନିଯୁକ୍ତିର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା ।

ଷ୍ଟ୍ରବେରୀ କଣ ଅଞ୍ଚଳବାସୀ ଜାଣିନଥିଲେ । ହେଲେ ରାଜ୍ୟ ସରକାରୀ ପ୍ରୋତ୍ସାହନ ଯୋଗୁ  ସିନ୍ଦ୍ରିଗାଁରେ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ଜିଲ୍ଲାପାଳଙ୍କ ସ୍ବତନ୍ତ୍ର ଦୃଷ୍ଟି ଓ ବ୍ଲକ୍ ପ୍ରଶାସନର ପ୍ରତ୍ୟକ୍ଷ ତତ୍ବାବଧାନରେ ଉନ୍ନତମାନର ଜ୍ଞାନକୌଶଳ ଶିକ୍ଷାଦାନ ଯୋଗୁଁ ଏହା ସଫଳ ହୋଇପାଛି । ଗ୍ରାମାଞ୍ଚଳର ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ ଓ ସଶକ୍ତିକରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

 

ଗୋଟିଏ ସ୍କୁଲରେ ଅଙ୍ଗନଓ୍ବାଡିରୁ ଯୁକ୍ତ ୨

ଯାଜପୁର: 5T ରୂପାନ୍ତରିତ ଆଧାରରେ ବଦଳୁଛି ସରକାରୀ ସ୍କୁଲର ଚେହେରା। କିନ୍ତୁ ଏପରି ଏକ ସ୍କୁଲ ରହିଛି ଯେଉଁ ଠାରେ ଅଙ୍ଗନୱାଡି ଠାରୁ ଯୁକ୍ତ ଦୁଇ ପାଠ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯାଉଛି। ଅତି ଆକର୍ଷଣୀୟ ଭାବେ ସ୍କୁଲ ନିର୍ମାଣ କରାଯାଉଥିବା ବେଳେ ରାଜ୍ୟର ଏହା ଶ୍ରେଷ୍ଠ 5T ସ୍କୁଲର ମାନ୍ୟତା ପାଇବାକୁ ଯାଉଛି।  ଅତ୍ୟାଧୁନିକ ଶୈକ୍ଷିକ ବ୍ୟବସ୍ଥା ସହ ଉଚ୍ଚମାନର ରୂପାନ୍ତରଣ ହୋଇଥିବା ଏହି ସ୍କୁଲ ଆସନ୍ତା ୧୨ ତାରିଖରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଆଉ ଯାହାକୁ ନେଇ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି  ବିଦ୍ୟାଳୟର  ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରି ।

ସୁନ୍ଦର ଦିଶୁଛି ସରକାରୀ ସ୍କୁଲ । ଛାତ୍ରଛାତ୍ରୀ ସହ ଅବିଭାବକଙ୍କୁ କରୁଛି ଆକର୍ଷିତ । ଗୋଟି ଛାତ ତଳେ ଅଙ୍ଗନବାଡି ଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ବ୍ୟବସ୍ଥା । ମୋ ସ୍କୁଲ ଯୋଜନାରେ ରୂପାନ୍ତରିତ ହୋଇଛି ସ୍କୁଲ । ଯାଜପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଏବେ ରାଜ୍ୟର ଶ୍ରେଷ୍ଠ 5T ସ୍କୁଲ ମଧ୍ୟରେ ପରିଚୟ ପାଇବାକୁ ଯାଉଛି। ୧୯୬୩ ମସିହାରେ ଏହି ସ୍କୁଲ ଜିଲ୍ଲାର ଏକ ସର୍ବପୁରାତନ ସ୍କୁଲ ହୋଇଥିବା ବେଳେ  ସଫଳ ଛାତ୍ରଛାତ୍ରୀ ଗଢ଼ିବାରେ ସ୍କୁଲର ଭିନ୍ନ ପରିଚୟ ରହିଛି। ସଂପୂର୍ଣ୍ଣ ନୂଆ ରୂପରେ ଗଢ଼ି ଉଠିଥିବାଏହି ସ୍କୁଲକୁ ଚାହିଁଲେ ଆଖି ଲାଖି ଯାଉଛି। ସ୍କୁଲରେ ଅଙ୍ଗନୱାଡି ଶିକ୍ଷାଦାନ ଠାରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶିକ୍ଷାଲାଭର ସୁବିଧା ରହିଛି। ହାଇସ୍କୁଲରେ  ଅତ୍ୟାଧୁନିକ ବିଜ୍ଞାନଗାର,ପାଠାଗାର,ଶୌଚାଳୟ,ପାର୍କି ଏବଂ ଭୋଜନାଳୟ ରହିଛି। ଏପରିକି ସ୍କୁଲ ପରିସରରେ ପୁଡକୋର୍ଟ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି । ଏଭଳି ସୁବିଧା ପାଇଁ ବେଶ ଖୁସି ଥିବା କହିଛନ୍ତି ଛାତ୍ରୀ ।

ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟରେ  ରାଜ୍ୟ ବାହାରର ୩ଶହ ଶ୍ରମିକଙ୍କ ନିୟୋଜିତ ହୋଇଛନ୍ତି । ବିଦ୍ୟାଳୟରେ ପ୍ରଥମରୁ ଦଶମ ୩୫୩ ଜଣ  ଛାତ୍ରୀ  ପାଠପଢ଼ୁଥିବା ବେଳେ ୧୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ତେବେ ଏପରି ମଡେଲ ସ୍କୁଲ ପୁରା ଓଡିଶାରେ ନିଆରା ବୋଲି ଚର୍ଚ୍ଚା ହେଉଛି।  ଏପରି ଉଦ୍ୟମ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ,ସ୍ଥାନୀୟ ବିଧାୟକ ଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ।

 

ପାକିସ୍ତାନରେ କିଏ ଗଢିବ ସରକାର?

ଇସଲାମବାଦ: ପାକିସ୍ତାନରେ କିଏ କରିବେ ସରକାର ଚାଲିଛି ପ୍ରକ୍ରିୟା। ପିଏମଏଲ-ଏନ ନେତା ନୱାଜ ସରିଫ ଓ ପିପିପି ନେତା ବିଲାୱାଲ ଭୁଟ୍ଟୋଙ୍କ ମଧ୍ୟରେ ସରକାର ଗଠନ ଲାଗି ଚାଲିଛି ଆଲୋଚନା। ସେପଟେ  ନିର୍ବାଚନରେ ଉଭୟ ପିଏମଏଲ-ଏନ ନେତା ନଓ୍ବାଜ ସରିଫ ଓ ପାକିସ୍ତାନ ତେହରିକ-ଇ-ଇନସାଫ ନେତା ଇମ୍ରାନ ଖାଁ ନିଜ ଦଳ ସଂଖ୍ୟା ଗରିଷ୍ଠତା ହାସଲ ନେଇ ଦାବି କରିଛନ୍ତି । କାହାର ବିଜୟ ହୋଇଛି ସେ ନେଇ ସ୍ପଷ୍ଟ ଆସୁନାହିଁ । ଗତକାଲି ପିଏମଏଲ ଏକ ତୃତୀୟାଂଶ ଆସନରେ ବିଜୟୀ ହୋଇଛି ବୋଲି ସରିଫ ଦାବି କରିବା ସହ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଥିଲେ । କୁହାଯାଉଛି ପିଟିଆଇ ବର୍ତ୍ତମାନ ସୁଦ୍ଧା ୯୯ ଆସନରେ ବିଜୟୀ ହୋଇଛି । ପିଏମଏଲ-ଏନ ୭୧, ପିପିପି ୫୩, ଏମକ୍ଯୁଏମ ୧୭ ଆସନ ହାସଲ କରିଛନ୍ତି । ସେପଟେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ୟବହାର କରି ଇମ୍ରାନଙ୍କ ଏକ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଛି । ଏହି ବାର୍ତ୍ତାରେ ସରିଫଙ୍କ ଦାବିକୁ ଇମ୍ରାନ ଅଗ୍ରାହ୍ୟ କରିଛନ୍ତି । ବାର୍ତ୍ତାରେ ଇମ୍ରାନ କହିଛନ୍ତି- ନଓ୍ବାଜ ସରିଫଙ୍କ ଲଣ୍ଡନ ପ୍ଲାନ ଫେଲ୍ ମାରିଛି । ଗତବର୍ଷ ଶେଷ ଭାଗରେ ତିନି ଥରର ପ୍ରଧାନମନ୍ତ୍ରୀ ସରିଫ ଲଣ୍ଡନରୁ ସ୍ବଦେଶ ଫେରି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ । ସରକାର ଗଠନ ଲାଗି ପିପିପି ସହ ଆଲୋଚନା ହୋଇଥିବା ସେ ଦାବି କରିଛନ୍ତି । ତେଣେ ପାକିସ୍ତାନର ନିର୍ବାଚନ ନିୟମ ଅନୁସାରେ ସ୍ବାଧୀନ ସଦସ୍ୟମାନେ ସରକାର ଗଠନ କରିପାରିବେ ନାହିଁ ବୋଲି ନିୟମ ଥିବାରୁ ସମସ୍ୟା ଅଧିକ ଘନୀଭୂତ ହୋଇଛି । ତେବେ କୌଣସି ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ସହ ମିଶି ସେମାନେ ସରକାର କରିପାରିବେ । ତେଣେ ସରକାର ଗଠନ ଲାଗି ପିପିପି ଅଧ୍ୟକ୍ଷ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ ଓ ଉପାଧ୍ୟକ୍ଷ ଅସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ସହ ନଓ୍ବାଜ ଆଲୋଚନା କରିଥିବା ସୂଚନା ମିଳିଛି ।

 

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ କି ଭାଇରାଲ ହେଲେ ପ୍ରଧାନଶିକ୍ଷକ ଦାୟୀ ରହିବେ

କଟକ: ମାଟ୍ରିକ ପ୍ରଶ୍ନପତ୍ର ଲିକ୍ କି ଭାଇରାଲ ହେଲେ ଏଥିପାଇଁ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ହିଁ ଦାୟୀ ରହିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକଙ୍କ ପଞ୍ଚମ ବ୍ଲକ ସ୍ତରୀୟ ମାସିକ ଆଲୋଚନା କାର୍ଯ୍ୟକ୍ରମରେ ଏନେଇ ଅବଗତ କରାଯାଇଛି । ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପ୍ରଶ୍ନପତ୍ର ଲିକ୍ ହେଲେ ପ୍ରଧାନଶିକ୍ଷକ ଦାୟୀ ରହିବା ସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରୀକ୍ଷା ଚାଲିଥିବା ସମୟରେ ପରିଚାଳକଙ୍କ ବ୍ଯତୀତ ଅନ୍ଯ କେହି ମୋବାଇଲ ନେଇଯାଇପାରିବେ ନାହିଁ । ପ୍ରଶ୍ନପତ୍ର ଥିବା ଆଲମାରିର ଚାବିକାଠି ଦିଆଯିବା ପୂର୍ବରୁ ସଂପୃକ୍ତ ଅଧିକାରୀଙ୍କ ପରିଚୟ ବାବଦରେ ପରିଚାଳକ ଭଲଭାବେ ଅବଗତ ହେବେ।

ଅଚିହ୍ନା ବ୍ୟକ୍ତିକୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ପରୀକ୍ଷାରେ କପି ରୋକିବା ଓ ଶତ ପ୍ରତିଶତ ଉପସ୍ଥାନ ଉପରେ ଗୁରୁତ୍ବ ଦିଆଯାଇଛି। ପରୀକ୍ଷା କେନ୍ଦ୍ରରେ ୧୨ରୁ ୨୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ନିରୀକ୍ଷକ, ୪୮ରୁ ୯୬ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ରିଲିଭିଂ ନିରୀକ୍ଷକ ଓ ୨୪ରୁ ୨୮ ପରୀକ୍ଷାର୍ଥୀଙ୍କ ପାଇଁ ଜଣେ ଭ୍ରାମ୍ୟମାଣ ନିରୀକ୍ଷକ ରହିବେ। ନିରୀକ୍ଷକ ପ୍ରଶ୍ନପତ୍ର ବାଣ୍ଟିବେ, ରିଲିଭିଂ ପରୀକ୍ଷକ ମୂଳ ନିରୀକ୍ଷକଙ୍କ ଅନୁପସ୍ଥିତିରେ ଦାୟିତ୍ଵ ତୁଲାଇବେ, ଭ୍ରାମ୍ୟମାଣ ନିରୀକ୍ଷକ ପରୀକ୍ଷା କେନ୍ଦ୍ର ବାହାର ସ୍ଥିତି ଉପରେ ନଜର ରଖିବେ । ସକାଳ ୭ଟା ସକାଳ ୭ଟା ୩୦ରେ ପରୀକ୍ଷା କେନ୍ଦ୍ର ଖୋଲିବ । ୮ଟା ୩୦ରେ ଓଏମ୍ଆର ସିଟ୍, ୮ଟା ୪୫ରେ ପ୍ରଶ୍ନ-ଉତ୍ତର ପୁସ୍ତିକା ବଣ୍ଟନ କରାଯିବ । ଅନୁପସ୍ଥିତଙ୍କ ତାଲିକା ଓ ଅନୁପସ୍ଥିତ ରହିବାର କାରଣ ପ୍ରଧାନ ଶିକ୍ଷକମାନେ ଦର୍ଶାଇବେ ।  ଶିକ୍ଷକ-ଶିକ୍ଷୟିତ୍ରୀ ନିୟମିତ ଭାବେ ଅନୁପସ୍ଥିତ ରହୁଥିବା ଥିବା ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ବୁଝାଇବେ ।

ପଞ୍ଜାବର ସମସ୍ତ ଆସନରେ ପ୍ରାର୍ଥୀ ଦେବ ଆପ୍

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ପାଖଉଥିବାବେଳେ ରାଜନୈତିକ ମାହୋଲ ସେତିକି ଉଷ୍ମ ହେବାରେ ଲାଗିଛି । ତେବେ ପଞ୍ଜାବ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେବ ଆପ । ଆମ ଆଦମୀ ପାର୍ଟି ପକ୍ଷରୁ ପଞ୍ଜାବର ୧୩ ଏବଂ ଚଣ୍ଡିଗଡ଼ର ୧୪ ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ପଞ୍ଜାବର ଏକ ସାଧାରଣ ସଭାରେ ଯୋଗଦେବା ଅବସରରେ ଏଭଳି ଘୋଷଣା କରିଛନ୍ତି କେଜ୍ରିଓ୍ବାଲ । ଭଗବନ୍ତ ମାନଙ୍କ ସହ ରାଜନୈତିକ ଆଲୋଚନା ମଧ୍ୟ କରିଛନ୍ତି । କେଜ୍ରିଓ୍ବାଲ କହିଛନ୍ତି କି, ଦୁଇବର୍ଷ ପୂର୍ବେ ଯେଭଳି ଆମକୁ ଆଶୀର୍ବାଦ କରିଥିଲେ ଏଥରକ ମଧ୍ୟ ସେଭଳି ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ।

୨ ବର୍ଷ ପୂର୍ବରେ ୧୧୭ ଆସନରୁ ୯୨ ଆସନରେ ଆଶିର୍ବାଦ କରିଥିଲେ । ଏଣୁ ଆସନ୍ତା ୧୫ ଦିନ ମଧ୍ୟ ୧୪ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ଏବଂ ଏଥିରେ ପୁଣିଥରେ ଆଶୀର୍ବାଦ କରିବାକୁ ଜନତାଙ୍କୁ ନିବେଦନ କରିଛନ୍ତି । ୨ ମାସ ମଧ୍ୟରେ ନିର୍ବାଚନ ହେବାକୁ ଥିବାବେଳେ ଏଭଳି ଲୋକଙ୍କୁ ନିବେଦନ କରିଛନ୍ତି । ସେପଟେ କଂଗ୍ରେସ ଅଲଗା ନିର୍ବାଚନ ଲଢ଼ିବାକୁ ଥିଲାବେଳେ ଆପ ମଧ୍ୟ ଅଲଗା ନିର୍ବାଚନ ଲଢ଼ିବ । ଇଣ୍ଡିଆ ମେଣ୍ଟର ବୈଠକରେ ହୋଇଥିବା ଆଲୋଚନା ଏବଂ ଏବେ ସମସ୍ତ ରାଜ୍ୟର ଦୃଶ୍ୟ କିଛି ଅଲଗା । ଆସନକୁ ନେଇ ହୋଇଥିବା ବୁଝାମଣାକୁ ନେଇ ଏବେ ଅଲଗା ସଂଖ୍ୟା ଦେଖା ଦେଉଥିବାବେଳେ ପୁଣିଥରେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

 

ବଢ଼ିଲା ଭତ୍ତା ଟଙ୍କା, ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି

ଭୁବନେଶ୍ବର: ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ ମାସିକ ପେନସନ ରାଶିରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ଏଣିକି  ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ। ଏହି ବର୍ଦ୍ଧିତ ପେନସନ ହିତାଧିକାରୀମାନେ ଚଳିତ ଫେବୃଆରୀ ମାସରୁ ପାଇବେ।

ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ଟ ୫୦୦, ଟ ୭୦୦ ଓ ଟ ୯୦୦ ପାଉଥିଲେ । ବର୍ଦ୍ଧିତ ପେନସନ ଅନୁଯାୟୀ ସେମାନେ ଏବେ ଯଥାକ୍ରମେ  ୧୦୦୦, ୧୨୦୦ ଓ  ୧୪୦୦ ଟଙ୍କା ପାଇବେ । ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ ୩୬୮୩ କୋଟି ଟଙ୍କା ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀ ଶନିବାର ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ହିତାଧିକାରୀଙ୍କ ପାଇଁ ମାସିକ ପେନସନରେ ମଧ୍ୟ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନଙ୍କୁ ଫେବୃଆରୀ ମାସର ପେନସନ ଫେବୃଆରୀ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ମିଳିବ।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ଲୋକ ମାନେ ଏହି ପେନସନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ ଯୋଜନାର ଏହି ପେନସନ ରାଶି ପରିମାଣକୁ ବୃଦ୍ଧି କରିଛନ୍ତି।ନିକଟରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କ ସଂଖ୍ୟା ବୃଦ୍ଧି କରିଥିଲେ। ଗତ ବର୍ଷ ଅଗଷ୍ଟରେ ୪.୧୩ ଲକ୍ଷ ବୃଦ୍ଧି ପାଇଥିଲା ଏବଂ ଏବେ ଆଉ ୪ ଲକ୍ଷ  ଅନ୍ତର୍ଭୁକ୍ତ ହେବା ପରେ ବର୍ତ୍ତମାନ ସମୁଦାୟ ୩୬.୭୫ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ବ୍ୟବସ୍ଥା କରିଛନ୍ତି। ଏଥିରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡିଶା ରାଜ୍ୟ ଏଡ୍‌ସ ସେଲ ଦ୍ୱାରା ଚିହ୍ନଟକୃତ  ଏଡ୍‌ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, transgender, କୋଭିଡ ଦ୍ୱାରା ହୋଇଥିବା ଅନାଥ ପିଲା ଓ ବିଧବାଙ୍କ ସହିତ ଅନାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି। ଏଥି ସହିତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଅତିରିକ୍ତ ସହାୟତା ଦେଉଛନ୍ତି। ଏହି ଯୋଜନାରେ ଛୋଟ  ପିଲା  ଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି। ୮୦ ବର୍ଷ ବା ଅଧିକ ବୟସର ଲୋକ ମାସକୁ ୭୦୦ ଟଙ୍କା ପାଆନ୍ତି।

ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଆନ୍ତି। ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଉର୍ଦ୍ଧ୍ ଲୋକଙ୍କୁ ମାସିକ ୯୦୦ ଟଙ୍କା ମିଳିଥାଏ। ବର୍ତ୍ତମାନ ସମସ୍ତେ ବର୍ଦ୍ଧିତ ଭତ୍ତା ପାଇବେ ।

ଲୁଟେରାଙ୍କ ନୂଆ ଚାଲ୍

ଭୁବନେଶ୍ବର: ସମ୍ଭ୍ରାନ୍ତ ବେଶରେ ବାହାଘର ଓ ରିସେପ୍ସନକୁ ଯାଉଛନ୍ତି । ଫୁଲତୋଡା ଦେଉଛନ୍ତି । ପରିବାର ସଦସ୍ୟଙ୍କୁ ଭେଟୁଛନ୍ତି । ତାପରେ କଳାକନା ବୁଲାଉଛନ୍ତି । ରାଜଧାନୀରେ ଏଭଳି ମାତିଛନ୍ତି ବାହାଘର ଲୁଟେରା । ଗହଳିର ସୁଯୋଗ ଦେଖି ଆସୁଛନ୍ତି । ରିସେପ୍ସନ ପାର୍ଟିରେ ବନ୍ଧୁ ଓ ବାହାଘରରେ ବରଯାତ୍ରୀ ବେଶରେ ଆସି କନିଆକୁ ମିଳିଥିବା ଗିଫ୍ଟ ଆଇଟମ ସହ ଟଙ୍କା ଖାମ୍ ଲୁଟି ନେଉଛନ୍ତି । ବଡଗଡ ଥାନା  ଅଂଚଳରେ ଥିବା ଏକ ମଣ୍ଡପରେ ଝିଅ ବାହାଘର ଚାଲିଥିବା ବେଳେ ପାଖାପାଖି ୫ ଲକ୍ଷ ଟଙ୍କା ଲୁଟି ନେଇ ଚାଲି ଯାଇଛି ଲୁଟେରା । ସିସିଟିଭିରେ କଏଦ ହୋଇଛି ଚୋରି ବେଳର ଦୃଶ୍ୟ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଏହାର ଏକ୍ସକ୍ଲୁସିଭ ଭିଡିଓ । ଯେଉଁଥିରେ ସ୍ପଷ୍ଟ ଭାବେ ଜଣାପଡୁଛି ଚୋର ଓ ଲୁଟେରାଙ୍କ କାରନାମା । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଚଳାଇଛି । ଅଭିଯୁକ୍ତଙ୍କୁ ଚିହ୍ନଟ ହୋଇଛି । ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ।

ମୁସଲିମ୍ ବହୁଳ ଆସନରେ ମୁସଲିମ୍ ନେତାଙ୍କୁ ହରାଇ ପାକିସ୍ତାନରେ ଇତିହାସ ରଚିଲେ ହିନ୍ଦୁ ନେତା

ଇସଲାମବାଦ: ପାକିସ୍ତାନରେ ହିନ୍ଦୁ ନେତାଙ୍କ ବିଜୟ । ମୁସଲିମ ବହୁଳ ଆସନରେ ହିନ୍ଦୁ ନେତାଙ୍କ ବିଜୟକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ବଡ଼ ବ୍ୟବଧାନରେ ମୁସଲିମ ନେତାଙ୍କୁ ହରାଇଛନ୍ତି ଏହି ହିନ୍ଦୁ ନେତା । ପାକିସ୍ତାନ ପିପୁଲ୍ସ ପାର୍ଟିର ହିନ୍ଦୁ ନେତା ମହେଶ କୁମାର ମଲାନି ଦକ୍ଷିଣ ସିନ୍ଧ ଅଞ୍ଚଳର ଥାରପାରକର ଆସନରେ ଅତି ସହଜରେ ବିଜୟ ହାସଲ କରିଛନ୍ତି । ସେ ୧ ଲକ୍ଷ ୧୩ ହଜାର ୩୪୬ ଭୋଟରେ ଡେମେକ୍ରେସି ଆଲାଏନ୍ସର ଅରବାବ ଗୁଲାମ ରହିମଙ୍କୁ ପରାସ୍ତ କରିଛନ୍ତି । ଦଳର ଜଣେ ପୁରୁଖା ନେତା ଭାବେ ଜଣାଶୁଣା ମହେଶ କୁମାର ୨୦୧୮ ମସିହାରେ ମଧ୍ୟ ବିଜୟ ହାସଲ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ମୁସଲିମଙ୍କ ସଂଖ୍ୟା ଅଧିକ ରହିଥିଲେ ସୁଦ୍ଧା ତାଙ୍କର ବହୁ ଲୋକପ୍ରିୟତା ରହିଛି । ମୁସଲିମ ସଂପ୍ରଦାୟର ଲୋକେ ତାଙ୍କୁ ବେଶ ଭଲ ପାଉଥିବାବେଳେ ଏହା ଭୋଟରେ ମଧ୍ୟ ପରିଣତ ହୋଇଛି ।

ପିପିପିର ବରିଷ୍ଠ ନେତା ହେଉଛନ୍ତି ମହେଶ କୁମାର ମଲାନି । ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟୋଙ୍କ ସମୟରୁ ଦଳ ସହ ଜଡିତ ରହିଛନ୍ତି । ମଲାନି ବ୍ରାହ୍ମଣ ସଂପ୍ରଦାୟର । ପାକିସ୍ତାନର ଦକ୍ଷିଣ ପ୍ରାନ୍ତର ଥାରପାରକର ହେଉଛି ସବୁଠାରୁ ବଡ଼ ଜିଲ୍ଲା । ଏଠାରେ ହିନ୍ଦୁ ସଂଖ୍ୟାଲଘୁ ସଂପ୍ରଦାୟ ହୋଇଥିବାବେଳେ ଉଭୟଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି ମଲାନି । ଏଣୁ ଏହା ତାଙ୍କ ବିଜୟର ମୁଖ୍ୟ କାରଣ ବୋଲି କୁହାଯାଇପାରେ ।

ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ କିଏ ସରକାର ଗଢ଼ିବ ତାକୁ ନେଇ ଦ୍ବନ୍ଦ ଲାଗି ରହିଛି । ଏହି ନିର୍ବାଚନରେ ବହୁ ଓଲଟ ପାଲଟ ହୋଇଛି । ଦେଶରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିନାହିଁ । ଏଣୁ ସରକାର ଗଠନ ପାଇଁ ସ୍ବାଧୀନ ନେତାଙ୍କ ଗୁରୁତ୍ବ ରହିଛି । ତେବେ ନିର୍ବାଚନ ପୂର୍ବରୁ ଏଭଳି ଲାଗୁଥିଲା କି, ପାକିସ୍ତାନ ମୁସଲିମ ଲିଗ-ନବାଜ (ପିଏମଏଲ)ର ବିଜୟ ସୁନିଶ୍ଚିତ ହେବ । ଏଭଳି ଲାଗୁଥିଲା କି, ପୁଣିଥରେ ନଓ୍ବାଜ ସରିଫ ପୁଣିଥରେ ସରକାର ଗଢ଼ିବେ । କିନ୍ତୁ ସବୁକିଛି ଓଲଟ ପାଲଟ ହୋଇଯାଇଛି । ସମୁଦାୟ ୨୬୬ ଆସନରୁ ୯୯ ଆସନରେ ସ୍ବାଧୀନ ବିଧାୟକ ଜିତିଛନ୍ତି । ଯେଉଁମାନେ ଇମ୍ରାନ ଖାନଙ୍କ ସମର୍ଥିତ । ଏଣୁ ସମସ୍ତଙ୍କ ନଜର ଏହି ବିଧାୟକଙ୍କ ଉପରେ । ପିଏମଏଲ ପକ୍ଷରୁ ନଓ୍ବାଜ ସରିଫ ସରକାର ଗଠନ ପାଇଁ ଦାବି କରିଥିବାବେଳେ ସେପଟେ ଇମ୍ରାନ ଖାନଙ୍କ ପିଟିଆଇ ମଧ୍ୟ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି ।

ଜାଣନ୍ତୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ ଇଣ୍ଡିଆରେ ସ୍ଥାନ ପାଇଥିବା ଆକାଶ ଦୀପଙ୍କ ସମ୍ପର୍କରେ ଅଜଣା କଥା

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି ଭାରତ । ପ୍ରଥମ ୨ଟି ଟେଷ୍ଟ ମ୍ୟାଚରେ ଭାରତ ଇଂଲଣ୍ଡ ୧-୧ ବିଜୟ ହୋଇଛନ୍ତି । ବାକି ତିନୋଟି ମ୍ୟାଚ ପାଇଁ ଦଳ ଘୋଷଣା ହୋଇଛି । ଏହି ଦଳରେ ଯୁବ ବୋଲର ଆକାଶ ଦୀପଙ୍କୁ ସ୍ଥାନ ମିଳିଛି । ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଥିବା ଆକାଶ ଦୀପ ଟେଷ୍ଟ ଦଳରେ ସ୍ଥାନ ପାଇଥିବାବେଳେ ଡେବ୍ୟୁ କରିବାକୁ ଯାଉଛନ୍ତି । ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଦଳର ସଦସ୍ୟ ରହିଛନ୍ତି । ପ୍ରଥମଥର ପାଇଁ ଟେଷ୍ଟ ସିରିଜରେ ସ୍ଥାନ ପାଇଥିବାବେଳେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି ।

ଟିମ ଇଣ୍ଡିଆରେ ସ୍ଥାନ ପାଇଥିବା ଆକାଶ ଦୀପଙ୍କ ଘର ବିହାରରେ । ରୋହତାସ ଜିଲ୍ଲାରେ ୧୯୯୬ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି ଆକାଶ । ତାଙ୍କକ ପିତା କେବେ ମଧ୍ୟ ଚାହୁଁ ନଥିଲେ କି, ପୁଅ କ୍ରିକେଟର ବନୁ । କିନ୍ତୁ ୨୦୦୭ ଟି-୨୦ ବିଶ୍ବକପରେ ଭାରତର ବିଜୟ ପରେ ଆକାଶ କ୍ରିକେଟ ପ୍ରତି ନିଜର ଆଗ୍ରହ ବଢ଼ାଇଥିଲେ । ଘର ବିହାରରେ ହୋଇଥିଲେ ସୁଦ୍ଧା ସେ ପଶ୍ଚିମବଙ୍ଗ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଛନ୍ତି । ତାଙ୍କ ଘାତକ ବୋଲିଂ ଆଗରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ମଧ୍ୟ ହାର ମାନିଥାନ୍ତି । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପକ୍ଷରୁ ଖେଳନ୍ତି ଆକାଶ ଦୀପ । ବିରାଟ କୋହଲି ତାଙ୍କ ଫେବରାଟ ଖେଳାଳି । ତେବେ ଆଇପିଏଲରେ ମଧ୍ୟ ଦମଦାର ପ୍ରଦର୍ଶନ କରୁ୍‌ଥିବା ଆକାଶ ଦୀପ ଆଗକୁ ନିୟମିତ ଭାରତୀୟ ଦଳରେ ଖେଳିବାର ଆଶା ରଖିଥିବା କୁହନ୍ତି ।

ଜାଣନ୍ତୁ କାହିଁକି ୧.୪ ଲକ୍ଷ ମୋବାଇଲ ଏବଂ ୩ ଲକ୍ଷ ସିମ ବନ୍ଦ କଲେ ସରକାର

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ସାଇବର ଠକେଇ ସଂଖ୍ୟା ବଢ଼ୁଥିବାବେଳେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ଦୃଷ୍ଟିରେ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସାଇବର ଠକେଇ ରୋକିବା ପାଇଁ ୧.୪ ଲକ୍ଷ ମୋବାଇଲ ବନ୍ଦ କରାଯାଇଥିବାବେଳେ ୩ ଲକ୍ଷ ସିମ ବ୍ଲକ କରାଯାଇଛି । ସେପଟେ ୫୦୦ ଲୋକଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ସାଇବର ଠକାମିକୁ ରୋକିବା ଉପରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିଲା । ଏପଆଇ ଏକୀକରଣ ମାଧ୍ୟମରେ (CFCFRMS) ପ୍ଲାଟଫର୍ମରେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ଅନବୋର୍ଡିଂ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା  । ବିବୃତ୍ତି ଅନୁଯାୟୀ, CFCFRMS ପ୍ଲାଟଫର୍ମକୁ ଜାତୀୟ ସାଇବର କ୍ରାଇମ ସୂଚନା ପୋର୍ଟାଲ (NCRP) ସହିତ ସଂଯୋଗ କରାଯିବ। ଏହା ପୋଲିସ, ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ମଧ୍ୟରେ ଉତ୍ତମ ସମନ୍ୱୟକୁ ସକ୍ଷମ କରିବ |