spot_img
Home Blog Page 2092

ପୋଲିଙ୍ଗ ବୁଥରୁ ଧରା ହେଲେ ୫୩ ନକଲି ଭୋଟର

ନନ୍ଦିଘୋଷ ବ୍ୟୁରୋ : ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ଼ ଘଟଣା  । ପୋଲିଙ୍ଗ ବୁଥରୁ ଧରା ହେଲେ ୫୩ ନକଲି ଭୋଟର । ୟୁପିର ବୁଲନ୍ଦଶହରର ପୋଲିଙ୍ଗ ବୁଥରେ ମତଦାନ କରିବାକୁ ଆସିଥିବା ଏହି ନକଲି ଭୋଟରଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା  ।

ସୂଚନା ଅନୁସାରେ , ଏହି ଅଭିଯୁକ୍ତ ଭୋଟର ମାନେ ନକଲି ଆଧାର କାର୍ଡ ଏବଂ ନକଲି ଭୋଟର ଆଇଡି କାର୍ଡ ନେଇ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ଯାହା ତଥ୍ୟ ଯାଞ୍ଚ ସମୟରେ ଏସବୁ ନକଲି ବୋଲି ଜଣା ପଡିଥିଲା  । ଏହା ପରେ ପୋଲିସ ସମସ୍ତ ନକଲି ଭୋଟରକୁ ଗରିଫ କରି ନେଇଛି ଓ ଏହା ପଛର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଶତାଧିକ କର୍ମୀ

ଭୁବନେଶ୍ୱର : କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଶତାଧିକ କର୍ମୀ। ଏଆଇସିସି ସଦସ୍ୟ ତଥା କଂଗ୍ରେସ ନେତା ବିଦୁଭୂଷଣ ତ୍ରିପାଠୀ ବିଜେଡ଼ିରେ ସାମିଲ ହୋଇଛନ୍ତି। ବିଦୁଭୂଷଣଙ୍କ ନେତୃତ୍ୱରେ ତାଙ୍କର ଅନେକ ସମର୍ଥକ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ କଳିକେଶ ସିଂଦେଓ ଏବଂ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ। ବିଜେଡି ଓଡିଶା ବିକାଶକୁ ତ୍ୱରାନ୍ୱିତ କରି ଆଗକୁ ବଢୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଛୁ ବୋଲି କହିଛନ୍ତି ବିଦୁଭୂଷଣ। ସେହିପରି ବିଦୁଭୂଷଣଙ୍କ ସହ ତାଙ୍କର ସମର୍ଥକ ବିଜେଡିରେ ସାମିଲ ହେବା ପରେ ବଲାଙ୍ଗୀର ବିଜେଡି ଅଧିକ ସୁଦୃଢ ହୋଇଛି ବୋଲି କହିଛନ୍ତି ବଲାଙ୍ଗୀର ବିଜେଡି ବିଧାନସଭା ପ୍ରାର୍ଥୀ କଳିକେଶ ସିଂଦେଓ।

‘କେନ୍ଦ୍ରମନ୍ତ୍ରୀ ବିଏସକେୱାଇକୁ ବନ୍ଦ କରିବାକୁ ଦିନରାତି ଚକ୍ରାନ୍ତ କରୁଛନ୍ତି ’

ଉମରକୋଟ : ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ରାଜ୍ଯ ସରକାରଙ୍କ ଏକ ସଫଳ ଯୋଜନା ବିଏସକେୱାଇ । କିନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀ ବିଏସକେୱାଇକୁ ବନ୍ଦ କରିବାକୁ ଦିନରାତି ଚକ୍ରାନ୍ତ କରୁଛନ୍ତି । ବିଏସକେୱାଇ ପାଇଁ ଲୋକମାନେ ନବୀନଙ୍କୁ ଭଲ ପାଉଥିବାରୁ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଏହି କେନ୍ଦ୍ରମନ୍ତ୍ରୀଙ୍କୁ ଆପଣ ନିଶ୍ଚୟ ଜବାବ ଦେବେ ବୋଲି କହିଛନ୍ତି ପାଣ୍ଡିଆନ ।

ମୁଖ୍ଯମନ୍ତ୍ରୀ ସବୁବେଳେ ମାଆମାନଙ୍କ ପଛରେ ଛିଡା ହୋଇଛନ୍ତି । ସେଥିପାଇଁ ମିଶନ ଶକ୍ତିକୁ ସଶକ୍ତ କରିବା ପାଇଁ ବରାବର ଉଦ୍ଯମ କରୁଛନ୍ତି । ମିଶନ ଶକ୍ତି ମାଆମାନଙ୍କୁ ନିକଟରେ ଦୁବାଇ ପଠାଇବା ପାଇଁ ହୋଇଥିବା ଯୋଜନାକୁ ଭଣ୍ଡୁର କରିଛନ୍ତି ଏହି କେନ୍ଦ୍ରମନ୍ତ୍ରୀ । ଆସନ୍ତା ମେ ୧୩ ତାରିଖରେ ଏହି ଅଞ୍ଚଳରେ ନିର୍ବାଚନ ହେଉଛି । ମୁଖ୍ଯମନ୍ତ୍ରୀଙ୍କ କାମକୁ ନଜରର ରଖି ନବରଙ୍ଗପୁର ଲୋକସଭା ଓ ଉମରକୋଟ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବଡ଼ ବିଜ। ଦେବାକୁ ପାଣ୍ଡିଆନ ଆହ୍ବାନ ଦେଇଛନ୍ତି ।

ପିକଅପ୍ ଭ୍ୟାନରୁ ୩ ଲକ୍ଷରୁ ଅଧିକ ଟଙ୍କା ଜବତ

ନୂଆପଡ଼ା : ପିକଅପ୍ ଭ୍ୟାନରୁ ୩ ଲକ୍ଷରୁ ଅଧିକ ଟଙ୍କା ଜବତ। ନୂଆପଡା ଜିଲ୍ଲା ଖରିଆର ରୋଡରୁ ଛତିଶଗଡ ଅଭିମୁଖେ ଯାଉଥିବା ଏକ ପିକଅପ୍ ଭ୍ୟାନରୁ ୩ ଲକ୍ଷ ୬୯ହଜାର ଟଙ୍କା ଜବତ କରିଛି ପୋଲିସ। ସୀମାନ୍ତରେ ଥିବା ଚେକପୋଷ୍ଟରେ ପୋଲିସ ପୋଲିସ ଯାଞ୍ଚରୁ ଏହି ଟଙ୍କା ଜବତ ହୋଇଛି। ପିକଅପ୍ ଭ୍ୟାନର ମାଲିକ ମହମ୍ମଦ ଅକବର ବୋଲି ଜଣାପଡିଛି। ମହମ୍ମଦ ଅକବରଙ୍କ ଗାଡିରୁ ଏହି ଟଙ୍କା ଜବତ ହୋଇଥିବା ପୋଲିସ ସୂଚନା ଦେଇଛି। ଗତକାଲି ରାତିରେ ଗାଡ଼ିରୁ ପୋଲିସ ଏତେଗୁଡିଏ ଟଙ୍କା ଉଦ୍ଧାର କରିଛି। ଗାଡିର ମାଲିକ ମହମ୍ମଦ ଅକବର ଟଙ୍କା ବିଷୟରେ କୌଣସି ଉତ୍ତର ଦେଇ ନ ପାରିବାରୁ ଟଙ୍କାକୁ ପୋଲିସ ଜବତ କରିଛି। ଟଙ୍କା କେଉଠିକୁ ଯାଉଥିବା ଏହାର ଛାନବିନ କରୁଛି ପୋଲିସ।

ବିପୁଳ ଜନସମାବେଶ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି: କାର୍ତ୍ତିକ ପାଣ୍ଡିଆନ

ଉମରକୋଟ : ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଶାଳ ହୃଦୟ । ସେ ହୃଦୟରେ ଏକ ବଡ଼ସ୍ଥାନ ଆଦିବାସୀମାନଙ୍କ ପାଇଁ ରହିଛି । ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ବିଶାଳ ଜନସମାବେଶରେ ଉଦବୋଧନ ଦେଇ ଏହା କହିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ସଭାରେ ବହୁସଂଖ୍ଯକ ଲୋକଙ୍କ ଯୋଗଦାନ ସମ୍ପର୍କରେ ପାଣ୍ଡିଆନ କହିଥିଲେ ଯେ ଏଭଳି ବିପୁଳ ଜନସମାବେଶ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି । ନବୀନଙ୍କୁ ଆଦିବାସୀ ଭାଇ ଭଉଣୀ ଭଲପାଉଥିବାରୁ ବିରୋଧୀ ରାଗୁଛନ୍ତି । ଜନଜାତିଙ୍କର ଗର୍ବ ହେଉଛି ସେମାନଙ୍କ କଳା, ସଂସ୍କୃତି, ଖାଦ୍ଯ, ପରମ୍ପରା, ପୂଜାସ୍ଥଳୀ, ଦେବସ୍ଥଳୀ । ଏହାର ସୁରକ୍ଷା ପାଇଁ କେବଳ ନବୀନ ହିଁ ପଦକ୍ଷେପ ନେଇଛନ୍ତି । ଅନ୍ଯ କୌଣସି ରାଜ୍ଯ ବା ସରକାର ଏ ଦିଗରେ ଏଭଳି ପଦକ୍ଷେପ ନେଇନାହାନ୍ତି । ଜନଜାତି ସମୁଦାୟର ଐତିହ୍ଯ, ପରମ୍ପରା ଓ ସଂସ୍କୃତିର ରକ୍ଷଣାବେକ୍ଷଣ ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏସଡିସି ଅର୍ଥାତ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ।

ଆଦିବାସୀମାନଙ୍କୁ ନବୀନ କିଭଳି ଭଲ ପାଆନ୍ତି ତା’ର ୪ଟି ଉଦାହରଣ ଦେଇଥିଲେ ପାଣ୍ଡିଆନ । ପ୍ରଥମ ହେଲା ଏସଡିସି ଗଠନ । ଏହା ଜରିଆରେ ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାର ରକ୍ଷଣାବେକ୍ଷଣ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯାଉଛି । ଦ୍ବିତୀୟ ଉଦାହରଣଟି ହେଲା ଜନଜାତିଙ୍କ ବିରୋଧରେ ଥିବା ଲକ୍ଷାଧିକ ଛୋଟଛୋଟ ମାମଲା ମଧ୍ଯରୁ ପ୍ରାୟ ୫୦ ହଜାରରୁ ଅଧିକ ମାମଲା ନବୀନ ପ୍ରତ୍ଯାହାର କରିନେଇଛନ୍ତି । ଆଦିବାସୀ ଲୋକମାନେ କୋର୍ଟ କଚେରୀକୁ ନଦୌଡନ୍ତୁ ବୋଲି ସବୁବେଳେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଚାହାଁନ୍ତି । ସେହିଭଳି ତୃତୀୟ ଉଦାହରଣଟି ହେଲା ଆଦିବାସୀ ଝିଅଙ୍କ ଶିକ୍ଷା ପାଇଁ ୫ ଲକ୍ଷ ହଷ୍ଟେଲ ନିର୍ମାଣ କରାଯାଇଛି । କେବଳ ସେତିକି ନୁହେଁ, ଆଦିବାସୀ ଝିଅମାନେ ଯେପରି ଇଂରାଜୀ ମାଧ୍ଯମରେ ଶିକ୍ଷା ଗ୍ରହଣ କରିବେ, ସେଥିପାଇଁ ଅନ୍ବେଷା ଓ ଆକାଂକ୍ଷା ହଷ୍ଟେଲ ମଧ୍ଯ କରାଯାଇଛି । ଚତୁର୍ଥ ଉଦାହରଣଟି ହେଲା, ଜନଜାତି ସମୁଦାୟ ଜଙ୍ଗଲଜାତ ଦ୍ରବ୍ଯ ଉପରେ ନିର୍ଭର କରନ୍ତି । ପୂର୍ବରୁ ଜଙ୍ଗଲଜାତ ଦ୍ରବ୍ଯର ଉଚିତ ମୂଲ୍ୟ ମିଳୁନଥିଲା । ଆଦିବାସୀଙ୍କ ଦ୍ବାରା ସଂଗୃହୀତ ବନଜାତ ଦ୍ରବ୍ଯର ଉଚିତ ମୂଲ୍ଯ ପାଇଁ ନବୀନ ସରକାର ଲାଭ ଯୋଜନା ଆରମ୍ଭ କରିଛନ୍ତି । ପ୍ରତ୍ଯେକ ଜଙ୍ଗଲଜାତ ଦ୍ରବ୍ଯର ସର୍ବନିମ୍ନ ସହାୟକ ମୂଲ୍ଯ ନିର୍ଦ୍ଧାରଣ କରାଯାଇଛି । ଏହାଦ୍ବାରା ଆଦିବାସୀମାନେ ଜଙ୍ଗଲଜାତ ଦ୍ରବ୍ଯର ଉଚିତ ଦାମ ପାଇପାରୁଛନ୍ତି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ଉମରକୋଟରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତିକାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି, ୫ ବର୍ଷ ପୂର୍ବେ ଆଜିକାର ଜଣେ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ପ୍ରଚାର କରିବାକୁ ଆସି ବଡ଼ବଡ଼ କଥା କହିଥିଲେ । ତାଙ୍କ କଥା ଶୁଣି ଏଠି ଲୋକେ ବିଜେପି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିଥିଲେ । ଏହି ୫ ବର୍ଷରେ ସେହି ବିଜେପି ପ୍ରାର୍ଥୀ କ’ଣ କାମ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ସେହିଭଳି ଯେଉଁ କେନ୍ଦ୍ରମନ୍ତ୍ରୀ ଆସି ତାଙ୍କ ପାଇଁ ପ୍ରଚାର କରିଥିଲେ ସେ ନିର୍ବାଚନ ପରେ କେତେଥର ଏଠାକୁ ଆସିଛନ୍ତି ବା ଏ ଅଞ୍ଚଳ ପାଇଁ କ’ଣ କରିଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ । ଲୋକଙ୍କୁ କହିଥିଲେ, ସେ ଯଦି ପୁଣି ପ୍ରଚାରରେ ଆସନ୍ତି ତେବେ ତାଙ୍କୁ କାମର ହିସାବ ମାଗନ୍ତୁ । ପାଣ୍ଡିଆନ କହିଥିଲେ, ବିକାଶ ପାଇଁ ଶାନ୍ତି ଦରକାର । ଛତିଶଗଡ଼ର ଉଦାହରଣ ଦେଇ ପାଣ୍ଡିଆନ କହିଛନ୍ତି, ସେଠାରେ ବିଜେପି ସରକାର ଅଛି । ହେଲେ ସେଠାରେ ବୋମା ଫୁଟୁଛି । କିନ୍ତୁ ଓଡ଼ିଶାରେ ନବୀନ ଶାନ୍ତି ୃ ଫେରାଇ ଆଣିଛନ୍ତି । ଏହି ଅଞ୍ଚଳର ଶାନ୍ତି ବଜାୟ ରହିଛି । ଶାନ୍ତି ବଜାୟ ରହିଲେ ବିକାଶ ହେବା ସହ ଭବିଷ୍ଯତ ଉଜ୍ବଳ ହେବ ବୋଲି ପାଣ୍ଡିଆନ କହିଥିଲେ ।

ଭିଭିପାଟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ସବୁ ଆବେଦନ କଲେ ଖାରଜ

ନୂଆଦିଲ୍ଲୀ : ଭିଭିପାଟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଇଲେକ୍ଟ୍ରୋନିକ ଭୋଟିଂ ମେସି ସହ ଭିଭିପାଟ ଜରିଆରେ ବାହାରିଥିବା ପେପର ସ୍ପିପର ୧୦୦ ପ୍ରତିଶତ ଯାଞ୍ଚ କରିବା ସଂକ୍ରାନ୍ତ ପିଟିସନକୁ ଖାରଜ କରିଛନ୍ତି କୋର୍ଟ। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି- କୌଣସି ବ୍ୟବସ୍ଥା ଉପରେ ଭାରସାମ୍ଯମୂଳକ ଦୃଷ୍ଟିଭଙ୍ଗୀ ଜରୁରୀ। କୌଣସି ପ୍ରକ୍ରିୟାକୁ ଦିଗହୀନ ଭାବେ ବିରୋଧ କରିବା ଅନୁଚିତ। ଯୁକ୍ତିଯୁକ୍ତିଗତ ଭାବେ ସନ୍ଦେହ କରିବା ଠିକ୍। ମାତ୍ର ବିନା କାରଣରେ ସନ୍ଦେହ କରିବାର ମାନେ କିଛି ନାହିଁ। ସଂହତି ରକ୍ଷା କରିବା ହିଁ ଗଣତନ୍ତ୍ରର କର୍ତ୍ତବ୍ଯ। ଏହା ଉପରେ ଭରସା ରଖିବା ଆବଶ୍ଯକ। ତେବେ ଇଭିଏମର ମାଇକ୍ରୋକଣ୍ଟ୍ରୋଲରକୁ ଏକ ଇଞ୍ଜିନିୟର ଟିମ୍ ଯାଞ୍ଚ କରିବେ ବୋଲି କୋର୍ଟ କହିଛନ୍ତି।

ଏହା ସହ ବାଲଟ ପେପରରେ ମତଦାନ ନେଇ ହୋଇଥିବା ଆବେଦନକୁ ବି ଖାରଜ କରିଛନ୍ତି କୋର୍ଟ। ଇଭିଏମ ଦ୍ବାରା ହିଁ ନିର୍ବାଚନ ହେବ। ୪୫ ଦିନ ଯାଏ ଭିଭିପାଟକୁ ସୁରକ୍ଷିତ ରଖାଯିବ ବୋଲି କହିଛନ୍ତି କୋର୍ଟ। ଯଦି କୌଣସି ପ୍ରାର୍ଥୀ ଭିଭିପାଟ କ୍ରସ-ଭେରିଫିକେସନ ଲାଗି ଆବେଦନ କରନ୍ତି ତେବେ ତାଙ୍କୁ ଅର୍ଥ ଜମାଦେବାକୁ ପଡିବ। ଯଦି ଏଥିରେ କିଛି ତ୍ରୁଟି ଥାଏ ତେବେ ତାଙ୍କୁ ତାଙ୍କ ଅର୍ଥ ଫେରସ୍ତ କରାଯିବ। ବର୍ତ୍ତମାନ ଥିବା ବ୍ଯବସ୍ଥା ଅନୁସାରେ ପ୍ରତି ବିଧାନସଭା ମଣ୍ଡଳୀରେ କୌଣସି ୫ଟି ଇଭିଏମକୁ କ୍ରସ ଭେରିଫିକେସନ କରିବାର ବ୍ଯବସ୍ଥା ରହିଛି।

ଓଡ଼ିଶାର ୨୮ ବିଧାନସଭା ଆସନ ପାଇଁ ସରିଲା ନାମାଙ୍କନ , ୨୬୬ ପ୍ରାର୍ଥୀ କଲେ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଗୁରୁବାର ସରିଛି ନାମାଙ୍କନ । ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।  ବ୍ରହ୍ମପୁର ବିଧାନସଭା ଆସନ ପାଇଁ ସର୍ବାଧିକ ୨୦ ଜଣ ପ୍ରାର୍ଥୀ କରିଛନ୍ତି ନାମାଙ୍କନ। ୪ଟି ଲୋକସଭା ଆସନ ପାଇଁ ୩୯ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କୋରାପୁଟ ଲୋକସଭା ଆସନ ପାଇଁ ସର୍ବାଧିକ ୧୩ ଜଣ କରିଛନ୍ତି ପ୍ରାର୍ଥିପତ୍ର ଦାଖଲ।

ଶୁକ୍ରବାର ନାମାଙ୍କନ ଯାଞ୍ଚ ହେବାକୁ ଥିବା ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ  ଦାଖଲ ବାବଦରେ ସମସ୍ତ ତଥ୍ୟ ଦିଆଯାଇଛି । ୨୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି  ।

ଆଜି ନବରଙ୍ଗପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ଅଭିଯାନ ଜାରି

ନବରଙ୍ଗପୁର : ଦକ୍ଷିଣ ଓଡ଼ିଶାରେ ଆଜି ମଧ୍ଯ 5T ଓ ନବୀନ ଓଡ଼ିଶାର ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ଅଭିଯାନ ଜାରି ରହିଛି । ଗତକାଲି ପାଣ୍ଡିଆନ କୋରାପୁଟ ଲୋକସଭା ଅନ୍ତର୍ଗତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ପ୍ରଚାର କରିଥିଲେ । ଆଜି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁର ନିର୍ବାଚନ ମଣ୍ଡଳିର ପାପଡ଼ାହାଣ୍ଡିରେ ପାଣ୍ଡିଆନଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ମୁଖ୍ଯତଃ ରାଜ୍ଯ ସରକାରଙ୍କ ବିକାଶ ସମ୍ପର୍କିତ ହିସାବକିତାବ ଲୋକଙ୍କ ପାଖରେ ଉପସ୍ଥାପନ କରୁଛନ୍ତି ପାଣ୍ଡିଆନ । ଲୋକଙ୍କୁ ବିକାଶର ହିସାବ ଦେଇ ବିକାଶକୁ ଆହୁରି ଆଗକୁ ବଢାଇବା ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରୁଛନ୍ତି । ପାଣ୍ଡିଆନଙ୍କ ପ୍ରଚାର ସଭାରେ ହଜାର ହଜାର ଲୋକଙ୍କ ସମାଗମ ଦଳକୁ ଉତ୍ସାହିତ କରିଛି ।

ଆଚରଣ ବିଧି ଉଲ୍ଲଂଘନ ରାଜ୍ଯ ବିଜେପିର ଅଭ୍ଯାସ ହୋଇଗଲାଣି : ବିଜେଡି

ଭୁବନେଶ୍ୱର : ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିବା ରାଜ୍ଯ ବିଜେପିର ଅଭ୍ଯାସ ହୋଇଗଲାଣି । ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି । ଏନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ, ଗତ ୨୪ ତାରିଖରେ ଆଠମଲ୍ଲିକ ଏନଏସିର ୫ ନମ୍ବର ୱାର୍ଡରେ ସମ୍ବଲପୁର ଲୋକସଭା ଆସନ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରରେ ପିଲାଙ୍କୁ ବ୍ଯବହାର କରିଛନ୍ତି । ପୂର୍ବରୁ ସେ ଏନସିସି ଅଫିସ ଓ ସରକାରୀ ଅଫିସକୁ ପ୍ରଚାର ପାଇଁ ବ୍ଯବହାର କରିଥିଲେ ।

ସେହିପରି ବିଜେପି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ଯ ପ୍ରଚାର ବେଳେ ଛୋଟ ପିଲାମାନଙ୍କୁ ବ୍ୟବହାର କରୁଛନ୍ତି । ଅପରାଜିତା ଷଡ଼ଙ୍ଗୀ ସୋସିଆଲ ମିଡିଆରେ ଛୋଟପିଲାଙ୍କୁ ନିର୍ବାଚନ ପ୍ରଚାରରେ ବ୍ଯବହାର କରିଥିଲେ । ଗଞ୍ଜାମ ଜିଲ୍ଲାର ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ରାଲିରେ ଛୋଟ ପିଲାମାନେ ନାଚୁଥିବା ନଜିର ମଧ୍ଯ ରହିଛି । ଏଣୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବିଜେପି ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଦାବିପତ୍ର ଦେଇଛି ବିଜେଡି ।

ସାକାର ହେଉଛି ଓଡ଼ିଶାର ମେଟ୍ରୋ ସ୍ବପ୍ନ : ଭୁବନେଶ୍ବର ଜନପଥରେ ସର୍ଭେ ଆରମ୍ଭ

ଭୁବନେଶ୍ୱର : ସାକାର ହେଉଛି ଓଡ଼ିଶାର ମେଟ୍ରୋ ସ୍ବପ୍ନ । ବହୁପ୍ରତିକ୍ଷୀତ ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ରାଜଧାନୀରେ ଆରମ୍ଭ ହୋଇଛି ସର୍ଭେ । ବାଣୀବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ କରାଯାଉଛି । ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ ଦ୍ବାରା କରାଯାଉଥିବା । ଏଥିରେ ବିଡିଏ, ବିଏମସି, ୱାଟକୋ, ଟିପିସିଓଡିଏଲ, ଗେଲ୍‌ ବିଏସଏନଏଲ, ଟ୍ରାଫିକ ପୋଲିସ ଟିମ୍ ନିୟୋଜିତ ଅଛନ୍ତି । ମେଟ୍ରୋ ଯିବାକୁ ଥିବା ରାସ୍ତାରେ ଗଛ, ବିଦ୍ଯୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ କରାଯାଉଛି । ମେଟ୍ରୋ ପାଇଁ ରାସ୍ତାରୁ ହଟିବ ୟୁଟିଲିଟି ଲାଇନ ।

ଜାନୁଆରୀ ପହିଲାରେ ମେଟ୍ରୋ ଟ୍ରେନ ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିସ୍ଥାପନ କରିଥିଲେ । ୪ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୂଳିଆ ଯାଏଁ ୨୬ କିଲୋମିଟର ମେଟ୍ରୋ ଟ୍ରେନ ଚାଲିବାକୁ ନିଷ୍ପତ୍ତି ହୋଇଛି । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସମସ୍ତ ଖର୍ଚ୍ଚ ୬୨୨୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ ।କ୍ୟାପିଟାଲ ହସ୍ପିଟାଲରୁ ବାପୁଜୀନଗର, ଭୁବନେଶ୍ବର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀବିହାର ଦେଇ ଆଚାର୍ଯ୍ୟବିହାର ଛକ ଯାଏଁ ପ୍ରାୟ ୭ କିଲୋମିଟର ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬୮କୋଟି ଟଙ୍କାର ଟେଣ୍ଡର ଡକାଯାଇଛି । ଏପଟେ ବାରଙ୍ଗ ଅଞ୍ଚଳର ରତାଗଡ଼ରେ ମେଟ୍ରୋ ରେଳର କେନ୍ଦ୍ରୀୟ ଡିପୋ ପାଇଁ ୪୦ଏକର ଜାଗାରେ କାମ ଆରମ୍ଭ ହୋଇଛି।