spot_img
Home Blog Page 2186

ସଡ଼କ ଦୁର୍ଘଟଣାରେ ପଞ୍ଚାୟତ ସିରିଜ୍ ଅଭିନେତ୍ରୀଙ୍କ ମୃତ୍ୟୁ

0

ମୁମ୍ବାଇ: ୱେବ୍ ସିରିଜ୍ ‘ପଞ୍ଚାୟତ ୨’ର ଅଭିନେତ୍ରୀ ଆଞ୍ଚଲ ତିୱାରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଞ୍ଚଲ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ ସକ୍ରିୟ ଥିଲେ। ଏହି ଦୁର୍ଘଟଣାରେ ମଧ୍ୟ ଅନ୍ୟ ଜଣେ ଭୋଜପୁରୀ ଅଭିନେତ୍ରୀ ସିମରନ୍ ଶ୍ରୀବାସ୍ତବ ଏବଂ କଣ୍ଠଶିଳ୍ପୀ ଛୋଟୁ ପାଣ୍ଡେଙ୍କର ମୃତ୍ୟୁ ଘଟିଛି।

ଏହି ସଡ଼କ ଦୁର୍ଘଟଣାରେ ଭୋଜପୁରୀ ସିନେ ଇଣ୍ଡଷ୍ଟ୍ରିର ୪ ଜଣ ଉଦୀୟମାନ କଳାକାରଙ୍କ ଦେହାନ୍ତ ଘଟିଛି। ରବିବାର ସନ୍ଧ୍ୟାରେ ବିହାରର କେମୁର ସ୍ଥିତ ଦେବକଲି ଗ୍ରାମ ନିକଟ ଜିଟି ରୋଡରେ ଏହି ସଡକ ଦୁର୍ଘଟଣା ହୋଇଥିଲା।

‘ପଞ୍ଚାୟତ ୨’ରେ ମୁଖ୍ୟ ଅଭିନେତ୍ରୀଙ୍କ ସାଙ୍ଗ ଚରିତ୍ରରେ ନଜର ଆସିଥିଲେ। ମୃତକଙ୍କ ମଧ୍ୟରେ ଆଞ୍ଚଲ ତିୱାରୀ, ସିମରନ୍ ଶ୍ରୀବାସ୍ତବ, ପ୍ରକାଶ ରାମ, ଦଦିବଲ ସିଂ, ଅନୁ ପାଣ୍ଡେ, ଶଶି ପାଣ୍ଡେ, ସତ୍ୟ ପ୍ରକାଶ ମିଶ୍ର ଏବଂ ବାଗିଶ ପାଣ୍ଡେ ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ପ୍ରଥମେ ଏସୟୁଭି କାର୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହି ସମୟରେ ସାମ୍ନା ପଟରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ  ଟ୍ରକ୍ ଚାଳକ ଫେରାର ହୋଇଯାଇଥିଲା ।

ପୋଲିସ ଓ ମାଓବାଦୀ ମଧ୍ଯରେ ଗୁଳିବିନିମୟ, ୪ ମାଓବାଦୀ ନିପାତ

ବିଜାପୁର: ଛତିଶଗଡ ବିଜାପୁର ପୋଲିସକୁ ମିଳିଲା ବଡ ଧରଣର ସଫଳତା । ବିଜାପୁର ଜିଲ୍ଲାର ଜାଙ୍ଗାଲ ଥାନା ଅଞ୍ଚଳରେ ପୋଲିସ ଓ ମାଓବାଦୀ ମଧ୍ଯରେ ଗୁଳିବିନିମୟ । ଗୁଳିକାଣ୍ଡରେ ୪ ମାଓବାଦୀ ନିପାତ ହୋଇଛନ୍ତି । ଘଟଣାରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି ।ଗୁଳିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଏସପି ଜିତେନ୍ଦ୍ର ଯାଦବ ।

ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ, ମୃତଦେହ ଛାଡ଼ି ପଳାଇଲେ ସମ୍ପର୍କୀୟ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ I ମୃତଦେହ ଛାଡ଼ି ପଳାଇଲେ ସମ୍ପର୍କୀୟ। ମୃତ ମହିଳାଙ୍କ ନାଁ ମୁନି ଦୀପ । ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ମୁନିଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ନେବା ପାଇଁ ସମ୍ପର୍କୀୟ ଯୁବକ ହରେକୃଷ୍ଣ ଯାଦବ ଏକ ବୋଲେରୋ ଭଡାରେ ଆଣିଥିଲେ। ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଆଗରେ ମୃତଦେହ ରଖି ହରେକୃଷ୍ଣ ଯାଦବ ଫେରାର୍ ହୋଇଯାଇଛନ୍ତି। ଗାଡି ଡ୍ରାଇଭରକୁ ଟଙ୍କା ଆଣିବାକୁ ଯାଉଥିବା କହି ମୃତଦେହ ଛାଡ଼ି ଫେରାର ହୋଇଯାଇଛନ୍ତି । ଦୀର୍ଘ ସମୟ ଅପେକ୍ଷା କଲା ପରେ ମେଡିକାଲ ଫାଣ୍ଡିରେ ଅଭିଯୋଗ କରିଛନ୍ତି ଗାଡି ଡ୍ରାଇଭର I ପୋଲିସର ତଦନ୍ତ ଆରମ୍ଭ କରିଛି I

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା। ମେହେର, ଅଗରିଆ, କୁଲତା ସମାଜ, ସନ୍ଥକବି ଭୀମ ଭୋଇ ଟ୍ରଷ୍ଟ, ୟୁନିଟ ୪ ମଜସିଦ ପ୍ରତିନିଧି, ଏପରି ୧୪ଟି ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ୍-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ନିଜ ନିଜ ସଙ୍ଗଠନ ବିଷୟରେ ଆଲୋଚନା କରିଛନ୍ତି।

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୧୫ ଯାତ୍ରୀ ଆହତ

କେନ୍ଦୁଝର: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ -ତେନ୍ତୁଳିଖୁଣ୍ଟି ରାସ୍ତାରେ ଦୁର୍ଘଟଣା। ବସ୍ ଓଲଟି ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।ସମସ୍ତ ଆହତଙ୍କୁ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଫୁଲଝର ଠାରୁ ପାଲଲହଡା ଅଭିମୁଖେ ଯାଉଥିବା ରାଧାମାଧବ ବସ୍‌ ତରମାକାନ୍ତ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛି।

ଗଗନଯାନ ମିଶନରେ ମହାକାଶକୁ ଯିବାକୁ ଥିବା ୪ ମହାକାଶଚାରୀଙ୍କ ନାଁ ଘୋଷଣା

ବେଙ୍ଗାଲୁରୁ: ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଇସ୍ରୋ। ଗଗନଯାନରେ ମହାକାଶ ଯିବେ ୪ ଟେଷ୍ଟ ପାଇଲଟ। ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରେ ନାଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏମାନେ ହେଲେ ଗ୍ରୁପ୍ କ୍ୟାପଟେନ ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କ୍ରିଷ୍ଣନ ଏବଂ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଲା । ଏହି ୪ ଜଣ ଟେଷ୍ଟ ପାଇଲଟ୍ ଦେଶର ବାୟୁସେନାର ସବୁ ପ୍ରକାର ଫାଇଟର ଜେଟ୍ ଉଡାଇ ସାରିଛନ୍ତି । ସବୁପ୍ରକାର ଫାଇଟର ଜେଟ୍ ବିଷୟରେ ଏହି ୪ଜଣ ପାଇଲଟଙ୍କର ସବିଶେଷ ଜ୍ଞାନ ରହିଛି । ଗଗନଯାନ ପାଇଁ ଏମାନେ ଋଷ ଯାଇ ପ୍ରଶିକ୍ଷଣ ନେଇଛନ୍ତି । ଏବେ ବେଙ୍ଗାଲୁରୁ ଏଷ୍ଟ୍ରୋନଟ୍ ଟ୍ରେନିଙ୍ଗ ଫ୍ୟାସିଲିଟିରେ ଏମାନଙ୍କ ଶେଷ ଟ୍ରେନିଂ ଚାଲିଛି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ହାଇ ଆଲର୍ଟରେ ଟୁଇନ ସିଟି, ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ୍ ଫୋର୍ସ

ଭୁବନେଶ୍ବର: ଆସନ୍ତାକାଲିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ମହାମହିମଙ୍କ ଗସ୍ତ ପାଇଁ ଟୁଇନ ସିଟିରେ ହାଇ ଆଲର୍ଟ । ବ୍ଲୁ ବୁକ ଗାଇଡଲାଇନ ମୁତାବକ ରହିବ ସୁରକ୍ଷା । ଏହା ପୂର୍ବରୁ ହେବ ରାଷ୍ଟ୍ରପତିଙ୍କ କାରକେଡ଼ ରିହାର୍ସାଲ । ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ, ସମ୍ବଲପୁର ଗସ୍ତ କରିବେ ରାଷ୍ଟ୍ରପତି। କଟକ ଭୁବନେଶ୍ୱରରେ ସୁରକ୍ଷା ପାଇଁ ଜୋରଦାର ହୋଇଛି ପ୍ରସ୍ତୁତି । ଟୁଇନସିଟିରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ୨୯ ତାରିଖ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକ୍ରମ ରହିଛି । ସେହିପରି ଭୁବନେଶ୍ୱର ପାଇଁ 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଜଣେ ଡିସିପିଙ୍କ ସହ ୧୦ଜଣ ଅତିରିକ୍ତ ଡିସିପି, ୨୦ ଜଣ ଏସିପି, ୩୮ଜଣ ଇନ୍ସପେକ୍ଟର, ୧୬୦ ଜଣ ଏସଆଇ, ଏଏସଆ, ୨ ୟୁନିଟ STU ମୁତୟନ ହେବେ । ବ୍ଲୁ ବୁକ ଗାଇଡଲାଇନ ମୁତାବକ ପୁରା ସହର ପୋଲିସ ଛାଉଣୀ ହେବ ବୋଲି କହିଛନ୍ତି ପୋଲିସ କମିଶନର । କଟକରେ ୧ ତାରିଖ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି ।

ଯୁକ୍ତଦୁଇ ପଦାର୍ଥ ବିଜ୍ଞାନ ପ୍ରଶ୍ନପ୍ରତ୍ର ତୁଟି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଲେ ସିଏଚଏସଇ କର୍ତ୍ତୃପକ୍ଷ

ଭୁବନେଶ୍ବର: ଯୁକ୍ତଦୁଇ ପଦାର୍ଥ ବିଜ୍ଞାନ ପ୍ରଶ୍ନପ୍ରତ୍ର ତୁଟି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଲେ ସିଏଚଏସଇ କର୍ତ୍ତୃପକ୍ଷ । ପ୍ରଶ୍ନ ସିଲାବସ ବାହାରୁ ନୁହେଁ, ଚଏସ୍ ଡେଫିସିଟ ହୋଇଛି ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି । ରେଗୁଲାର ଓ ଏକ୍ସ- ରେଗୁଲାର ପିଲାଙ୍କ ପାଇଁ ସିଲାବସକୁ ନେଇ ପଦାର୍ଥ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ତିଆରି ହୋଇଥିଲା। କିନ୍ତୁ ରେଗୁଲାର ପରୀକ୍ଷାର୍ଥୀଙ୍କ ଚଏସ୍ ଡେଫିସିଟ ହୋଇଛି ।

କେବଳ ଗୋଟିଏ ପ୍ରଶ୍ନ ରେଗୁଲାର ପିଲାଙ୍କ ସିଲାବସକୁ କଭର କରିନି। ମୋଟ୍ ୧୯ ନମ୍ବର ଚଏସ୍‌ ଡେଫିସିଟ ରହିଛି । ଯେଉଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ, ସେମାନେ ଗ୍ରେସ୍‌ ଏକ୍ ମାର୍କ ପାଇବେ। ତେବେ ଏକ୍ସ- ରେଗୁଲାର ପିଲାଙ୍କ କୌଣସି ଅସୁବିଧା ହୋଇନି। ପ୍ରଶ୍ନପତ୍ର ତିଆରିରେ କେଉଁଠି ତ୍ରୁଟି ରହିଛି, ତା’ର ଯାଞ୍ଚ କରାଯିବ। ପରୀକ୍ଷା ପ୍ରକ୍ରିୟା ସରିବା ପରେ ତ୍ରୁଟିକୁ ନେଇ ବିଶେଷଜ୍ଞ କମିଟି ବସିବ । ଫେବୃଆରୀ ୨୨ ରେ ଫିଜିକ୍ସ ପରୀକ୍ଷା ହୋଇଥିଲା। ମାର୍ଚ୍ଚ ୨୨ରୁ ମୂଲ୍ୟାୟନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୨ ରୁ ଏପ୍ରିଲ ୨ ଓ ଏପ୍ରିଲ ୪ ରୁ ୧୫ ତାରିଖ ପର୍ଯ୍ୟନ୍ତ ମୂଲ୍ୟାୟନ କରାଯିବ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି ।

ମିଶନ ଶକ୍ତି ମାଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର, ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ

ଭୁବନେଶ୍ବର: ମିଶନ ଶକ୍ତି ମାଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ । ସେହିଭଳି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଏହାସହ ସୁଧ ଫେରସ୍ତ ବାବଦକୁ ୧୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଗତ ୫ ବର୍ଷରେ ୯୨୫ କୋଟି ଟଙ୍କା ଫେରସ୍ତ କରାଯାଇଛି । ମିଶନ ଶକ୍ତି ବଜାର ଉଦଘାଟନ ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ୫ ବର୍ଷରେ ରାଜ୍ୟରେ ୫ ହଜାର ମିଶନ ଶକ୍ତି ବଜାର ଖୋଲାଯିବ ।

ଚଳିତବର୍ଷ ମିଶନ ଶକ୍ତିର ମା’ ମାନେ ୧୫ ହଜାର କୋଟି ଟଙ୍କା ଋଣ ପାଇଛନ୍ତି । ଆସନ୍ତା ୫ ବର୍ଷରେ ମିଶନ ଶକ୍ତି ମା’ଙ୍କୁ ୭୫ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ । ସେପଟେ ଆଜି ସଂଧ୍ଯାରେ ଉଦଘାଟିତ ହେବ ମିଶନ ଶକ୍ତି ବଜାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଜାରକୁ ଉଦଘାଟନ କରିବେ। ଏହାଦ୍ବାରା ଏଣିକି ଘରେ ଘରେ ପହଞ୍ଚିବ ମିଶନ ଶକ୍ତି ମହିଳାଙ୍କ ଉତ୍ପାଦ । ଗ୍ରାହକଙ୍କୁ ଉଭୟ ଅନଲାଇନ ଓ ଅଫଲାଇନ କିଣିବା ସୁବିଧା ମିଳିବ। ଏହି ବଜାରରେ ଲୋକେ ଝାଡ଼ୁଠାରୁ ପାଟଶାଢ଼ୀ, ବେତ ସୋଫା, ଘରକରଣା ଜିନିଷ, ମିଲେଟ୍ସ୍ ଉତ୍ପାଦ, ପଟ୍ଟଚିତ୍ର, ପେଣ୍ଟିଂ, କନ୍ଧମାଳ ହଳଦୀ ସମେତ ପ୍ରାୟ ପ୍ରାୟ ୧ ହଜାର ପ୍ରକାର ଉତ୍ପାଦ କିଣିବାର ସୁବିଧା ପାଇବେ । ମିଶନଶକ୍ତି ବଜାରର ପରିଚାଳନା ଦାୟିତ୍ବ ପାଇଛି ଖୋର୍ଦ୍ଧା ମାତୃଶକ୍ତି ଫାର୍ମର୍ସ ପ୍ରଡ୍ୟୁସ୍ କମ୍ପାନୀ ଲିମିଟେଡ୍।

କିଏ ଏହି ଭାରତୀୟ ବ୍ୟବସାୟୀ, ଯାହାଙ୍କ ମିଶନ ଦୁବାଇରେ ଥିବା କଏଦୀଙ୍କୁ ମୁକୁଳାଇବା

ନୂଆଦିଲ୍ଲୀ: ରମଜାନ ମାସରେ ମୁସଲିମ ଧର୍ମର ଲୋକମାନେ ବହୁ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଥାନ୍ତି । ଏହି ମାସକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ । ଏବେ ଜଣେ ବ୍ୟକ୍ତି ଲୋକଙ୍କୁ ସାହାଯ୍ୟ ତ କରିବାକୁ ଚହିଁଛନ୍ତି ସେ ପୁଣ ନିଆରା ଢଙ୍ଗରେ । ବ୍ୟକ୍ତି ଜଣଙ୍କ ସଯୁକ୍ତ ଆରବ ଏମିରେଟରେ ବନ୍ଦୀ ଥିବା କଏଦୀଙ୍କୁ ମୁକୁଳେଇବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେ ଟଙ୍କା ବି ଖର୍ଚ୍ଚ କରୁଛନ୍ତି । ଜାଣନ୍ତୁ ସେହି ବ୍ୟକ୍ତି ଜଣଙ୍କ କିଏ ।

ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଭାରତୀୟ । ତାଙ୍କ ନାଁ ହେଲା ଫିରୋଜ ମର୍ଚ୍ଚାଣ୍ଟ । ସେ ଜଣେ ବ୍ୟବସାୟୀ । ସେ ଦୁବାଇରେ ବନ୍ଦୀ ଥିବା ୯ଶହ କଏଦୀଙ୍କୁ ମୁକୁଳେଇବା ପାଇଁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେ ୨ କୋଟି ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ଫିରୋଜ ଲୋକଙ୍କୁ ସାହାଯ୍ୟ କରିବା ନେଇ ବହୁତ ଜଣାଶୁଣା । ସେ ରମଜାନ ଅବସରରେ କଏଦୀକୁ ମୁକୁଳାଇ ତାଙ୍କ ଘର ଲୋକଙ୍କ ସହ ମିଶାଇବାକୁ ଚହୁଁଛନ୍ତି ।

ଏଥିପାଇଁ ତାଙ୍କୁ ଦୁବାଇ ସହ ଭାରତରେ ବି ପ୍ରଶଂସା କରାଯାଉଛି । ଫିରୋଜ ଏବେ ଯାଏ ୫୬ କୋଟି ୪୧  ଲକ୍ଷ ଟଙ୍କା ଦାନ କରିସାରିଲେଣି । ୨୦୦୮ରେ ସଯୁକ୍ତ ଆରବ ଏମିରେଟର କେନ୍ଦ୍ରୀୟ ଜିଲ୍ଲାରେ ବନ୍ଦୀ ଥିବା ୨୦ ହଜାରରୁ ଅଧିକ କଏଦୀଙ୍କୁ ମୁକୁଳେଇଛନ୍ତି । କେବଳ କଏଦୀ ନୁହଁନ୍ତି ଯେଉଁମାନେ କରଜରେ ବୁଡ଼ିଥିବେ ଏବଂ ଜରିମାନା ଦେଇ ପାରୁ ନଥିବେ ତାଙ୍କୁ ମଧ୍ୟ ସେ ସାହାଯ୍ୟ କରିଛନ୍ତି । ସେ ଏହି ସବୁ କାମ କରିବାକୁ ସରକାରୀ ଅଧିକାରୀଙ୍କୁ ବି ସାହାଯ୍ୟ କରନ୍ତି । ଭାରତ ବି ଫିରୋଜଙ୍କୁ ବହୁ ପ୍ରଶଂସା କରିଛି ।