spot_img
Home Blog Page 2201

ରାହୁଲଙ୍କ ଶତକୀୟ ପାଳି ଭାଙ୍ଗିଦେଲା ଏହି ୩ ଖେଳାଳିଙ୍କ ସ୍ବପ୍ନ!

ନନ୍ଦିଘୋଷ ବ୍ୟୁରୋ: ବକ୍ସି ଡେ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪୫ ରନରେ ଅଲଆଉଟ ହୋଇଛି । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଖରାପ ପ୍ରଦର୍ଶନ କରିବା ସହ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା ଟିମ ଇଣ୍ଡିଆ । ମାତ୍ର କେ.ଏଲ ରାହୁଲଙ୍କ ଶତକୀୟ ପାଳି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛି । କିନ୍ତୁ ରାହୁଲଙ୍କ ଶତକ ୩ ଖେଳାଳିଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବା ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦିଅନ୍ତି । ରାହୁଲ ଏବେ ଦମଦାର ଫର୍ମରେ ନଜର ଆସୁଥିବାବେଳେ ଦଳରେ ସ୍ଥାନ ପାଇବା ଲକ୍ଷ୍ୟରେ ରହିଥିବା ସେମାନଙ୍କ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି ।

କେ.ଏସ. ଭରତ: ଭାରତୀୟ ଟେଷ୍ଟ ଦଳରେ ଖେଳିବାର ସୁଯୋଗ ରହିଥିବା କେ.ଏସ. ଭରତ ଜଣେ ଭଲ ଓ୍ବିକେଟ କିପର । ଯଦିଓ ସେ ବ୍ୟାଟିଂରେ ଟିକେ ଦୁର୍ବଳ ଅଛନ୍ତି । ଏଣୁ ରାହୁଲଙ୍କ ଶତକ ପରେ ଆଶା ମଉଳି ଯାଇଛି ।

ଇଶାନ କିଶାନ: ଭାରତୀୟ କ୍ରିକେଟ ଦଳର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଦୀର୍ଘଦିନ ଧରି ଦଳରେ ସ୍ଥାନ ପାଉଥିଲେ ସୁଦ୍ଧା ଖେଳିବାର ସୁଯୋଗ ପାଇନାହାନ୍ତି । ଦ୍ବିତୀୟ ଓ୍ବିକେଟ କିପରଭାବେ ଦଳରେ ସ୍ଥାନ ଆସୁଛନ୍ତି ମାତ୍ର ଖେଳିବାର ସୁଯୋଗ ପାଉ ନଥିବାରୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପୂର୍ବରୁ ମଧ୍ୟ ସେ ଦେଶକୁ ଫେରିଆସିଛନ୍ତି । ଏବେ ରାହୁଲଙ୍କ ବଡ଼ ପାଳି ପରେ ପୁଣି ଖେଳିବାର ସୁଯୋଗ ପାଇ ନପାରନ୍ତି ।

ଋଷଭ ପନ୍ଥ: ଦୁର୍ଘଟଣା ପରେ ଦଳକୁ ଫେରିନାହାନ୍ତି ଋଷଭ ପନ୍ଥ । ଟେଷ୍ଟରେ ନିୟମିତ ଓ୍ବିକେଟକିପର ବ୍ୟାଟ୍ସମ୍ୟାନଭାବେ ଖେଳିବାର ସୁଯୋଗ ପାଉଥିବା ଋଷଭ ପନ୍ଥ ଦଳକୁ ଫେରିବା ପରେ ସୁଯୋଗ ମିଳିବା କଷ୍ଟସାଧ୍ୟ ହେବ । ପ୍ରଥମ ଆଇପିଏଲ ଖେଳିବେ ଏବଂ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦଳରେ ସୁଯୋଗ ଦିଆଯିବ ବୋଲି ଆଶା ରଖାଯାଇଛି ।

 

ଝିଅକୁ ନୃଶଂସ ଭାବେ ହତ୍ୟା କଲା ବାପା

ପାନିପତ୍: ବାପା ସାଜିଲା ରାକ୍ଷସ । ନିଜ ଝିଅକୁ ଅତି ନୃଶଂସ ଭାବରେ ହତ୍ୟା କରିଛି ବାପା । ଯେଉଁ ଝିଅ କୁ ପାଳି ପୋଷି  ଛୋଟରୁ ଏତେ ବଡ କରିଥିଲା ସେହି ଝିଅ କୁ ଆଜି ଗୁଳି କରି ହତ୍ୟା କରିଛି ବାପା  । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି  ହରିୟାଣା ର ପାନିପତ୍ ଜିଲ୍ଲା ରେ । ସୂଚନାଅନୁସାରେ ,  ଜଣେ ବ୍ୟକ୍ତି ନିଜର ୧୭ ବର୍ଷର ଝିଅ ଭାବନାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛି । ବ୍ୟକ୍ତି ଜଣକ ଭାବନାଙ୍କ ଉପରକୁ ୪ରୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ  । ଗୁଳିର ଶଦ୍ଦ ଶୁଣିବା ମାତ୍ରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଯେତେବେଳେ ଆଖ ପାଖ ଅଞ୍ଚଳର ଲୋକେ କଣ ଗୁଳି ଶଦ୍ଦ ହେଲା ବୋଲି ଦେଖିବାକୁ ଯାଇଥିଲେ । ସେତେବେଳେ ଲୋକେ  ଘଟଣାସ୍ଥଳରେ ଦେଖିଥିଲେ କି ଭାବନା ରକ୍ତ ଜୁଡୁବୁଡୁ  ଅବସ୍ଥାରେ ତଳେ ପଡିରହିଛି  । ଏହା ପରେ ପଡୋଶୀ ଭାବନାଙ୍କୁ ପାଖରେ ଥିବା ପାର୍କ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି  । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । ପୋଲିସ୍ ର କହିବା ଅନୁସାରେ ତାଙ୍କୁ   ୧୭ ବର୍ଷର ଝିଅର ହତ୍ୟା କରାଯାଇଥିବା ସୂଚନା ମିଳିଥିଲା  । ଅଭିଯୁକ୍ତ ବାପା ଘଟଣାସ୍ଥଳରୁ ଫେରାର୍ ଅଛନ୍ତି  । ପୋଲିସ୍ ଏହା ମଧ୍ୟ କହିଛି ଯେ , ଏହା ଅନରକିଲିଂ ମାମାଲା ପରି ଜଣାପଡୁଛି  । ଭାବନାଙ୍କ ଶବ କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି  । ଅଭିଯୁକ୍ତ ପିତାକୁ ଖୋଜିବା ପାଇଁ ପୋଲିସ୍ ତନାଘନା ଆରମ୍ଭ କରିଦେଇଛି  । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟା ର କାରଣ ଅସ୍ପଷ୍ଟ ରହିଛି  ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଯାତ୍ରୀଙ୍କ ମୃତ୍ୟୁ, ୧୭ ଯାତ୍ରୀ ଆହତ

ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶ ଗୁନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡମ୍ଫର ସହିତ ବସଟି ଧକ୍କା ଫଳରେ ବସଟି ସଂପୂର୍ଣ୍ଣ ଜଳିଯାଇଛି । ଘଟଣାରେ ୧୩ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ୧୭ ଯାତ୍ରୀ ଆହତ ହୋଇଛନ୍ତି । ଏକ ଘରୋଇ ବସଟି ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଗୁନା ଅଞ୍ଚଳରେ ଯାଉଥିଲା । ମାତ୍ର ହଠାତ୍ ବସଟି ସମ୍ମୁଖରୁ ଆସୁଥିବା ଏକ ଡମ୍ଫର ସହ ଧକ୍କା ହୋଇ ଜଳି ଯାଇଥିଲା । ଏହି ଦୁର୍ଘଟଣାରେ ୧୩ଜଣ ଜୀବନ୍ତ ଜଳି ଯାଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁର୍ଘଟଣା ଯୋଗୁଁ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପାଇଁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି।

ଗଡ଼ସନ୍ତ୍ରୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନନେଇ ଟାର୍ଗେଟ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଅନୁଗୁଳ: ଧାମନଗର ପରେ ଗଡ଼ସନ୍ତୀ । ପୁଣି ନାଁ ନେଇ ଟାର୍ଗେଟ । ଧର୍ମେନ୍ଦ୍ରଙ୍କ ମାଟିରେ ଧର୍ମେନ୍ଦ୍ରଙ୍କୁ ପଏଣ୍ଟ୍ ବ୍ଲାଙ୍କ୍ ଟାର୍ଗେଟ୍ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲାରେ ଠିଆ ହୋଇ ଟାର୍ଗେଟ୍ କରିଛନ୍ତି ବିଜେଡି ବରିଷ୍ଠ ନେତା ଫାଇଭ ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଅନୁଗୁଳ ଜିଲ୍ଲାର ଗଡସନ୍ତ୍ରୀ ଠାରେ ସାଧାରଣ ସଭାରେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ସେ ତିନିଟି ପ୍ରଶ୍ନ ପଚାରିଛନ୍ତି। କେନ୍ଦ୍ରରେ ଦୀର୍ଘ ଦିନ ଧରି ସେ ମନ୍ତ୍ରୀ ହୋଇ ରହିଛନ୍ତି। କିନ୍ତୁ ଏ ଅଂଚଳ ପାଇଁ ତାଙ୍କର କଣ ଅବଦାନ ବୋଲି ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ ଚାହିଁଥିଲେ ତାଙ୍କ ଅଞ୍ଚଳରେ ଥିବା ୩୦ଟି ଯାକ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିଥାନ୍ତେ। ସେ କାହିଁକି କଲେ ନାହିଁ। ସେହିଭଳି ଏ ଅଂଚଳର ଲୋକ କାମ ଧନ୍ଦା ପାଇଁ ବାହାରକୁ ଯାଉଛନ୍ତି । ସେ ନିଜେ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଅଛନ୍ତି। ଚାହିଁଥିଲେ ଏ ଅଂଚଳରେ ବହୁ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିପାରିଥାନ୍ତେ । ଫଳରେ ଏ ଅଂଚଳ ଯୁବପିଢି ନିଜର ଦକ୍ଷତା ବୃଦ୍ଧି କରିଥାନ୍ତେ । କାହିଁକି ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କଲେନାହିଁ ବୋଲି ପଚାରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେହିପରି କଟକରୁ ଅନୁଗୁଳକୁ ଦେଇ ସମ୍ବଲପୁର ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥ କାହିଁକି ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡି ରହିଛି ବୋଲି ସେ ପରାରିଛନ୍ତି ।

ବର୍ଷେ ଭିତରେ କେନ୍ଦ୍ରମନ୍ତ୍ରୀ ୪୦ ଥର ଅନୁଗୁଳ ଜିଲ୍ଲା ଆସିଛନ୍ତି । ପ୍ରତିଥର ଟିକିଏ ଟିକିଏ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଥିଲେ ଅନୁଗୁଳର ପ୍ରଭୂତ ବିକାଶ ହୋଇପାରିଥାନ୍ତା । କିନ୍ତୁ କେନ୍ଦ୍ରମନ୍ତ୍ରୀ ତାହା କରିନାହାନ୍ତି । ଜୁନ ମାସରେ ଥରଟିଏ କାର୍ତ୍ତିକ ପାଣ୍ଡିଆନ ଅନୁଗୁଳ ଜିଲ୍ଲା ଆସିଥିଲେ ।ତାପରେ ୧୦୦ କୋଟି ଟଙ୍କା ଜିଲ୍ଲାକୁ ପ୍ରଦାନ କରାଯାଇଛି ବୋଲି ପାଣ୍ଡିଆନ କହିଛନ୍ତି। ନିଜ ଅଂଚଳ ପାଇଁ ନିଜର କର୍ତ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆତ୍ମସମୀକ୍ଷା କରନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ ଗଡ଼ସନ୍ତ୍ରୀ ଠାରେ ଆହ୍ବାନ ଦେଇଛନ୍ତି । ସଭାରେ ଯୋଗ ଦେବା ପୂର୍ବରୁ ଗଡ଼ସନ୍ତ୍ରୀରେ ଲୋଭି ଠାକୁରାଣୀ ମନ୍ଦିରରେ ପହଞ୍ଚିଥିଲେ ଫାଇଭ-ଟି କାର୍ତ୍ତିକ ପାଣ୍ଡିଆନ । ସେଠାରେ ମାଆଙ୍କୁ ଦର୍ଶନ କରିବା ସହ ପୂଜା କରିଥିଲେ । ପରେ ମନ୍ଦିର ପରିସର ଭିତରେ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପର ସମୀକ୍ଷା କରିଥିଲେ ।

ମା’ ଲୋଭୀ ଠାକୁରାଣୀଙ୍କ ପୀଠରେ ପାଣ୍ଡିଆନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗଡ଼ସନ୍ତି ମା’ ଲୋଭୀ ଠାକୁରାଣୀଙ୍କ ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି । ମନ୍ଦିର ଉନ୍ନତି ନେଇ କମିଟିର ଦାବିପତ୍ର ଗ୍ରହଣ କଲେ। ସାଧାରଣ ସଭାରେ ଯୋଗ ଦେବା ପୂର୍ବରୁ ଲୋକଙ୍କ ସହ ମିଶିଥିଲେ । ଲୋକଙ୍କ ପାଖକୁ ଯାଇ ଅଭିଯୋଗପତ୍ର ମଧ୍ୟ ଗ୍ରହଣ କରିଛନ୍ତି । 5T ଅଧ୍ୟକ୍ଷଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବିକାଶର ସମୀକ୍ଷା କରିବା ପାଇଁ ଅନୁଗୁଳ ଜିଲ୍ଲାରେ ପହଞ୍ଚିଥିବାବେଳେ ଲୋକଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ କେବେ ଘୋଷଣା ହେବ ଭାରତୀୟ ଟିମ୍?

ନୂଆଦିଲ୍ଲୀ: ଦକ୍ଷିଣଆଫ୍ରିକା ସିରିଜ ପରେ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ। ୩ ମ୍ୟାଚ ବିଶିଷ୍ଟ ଏହି ସିରିଜ ଖେଳାଯିବାକୁ ଥିବାବେଳେ ଭାରତୀୟ ଦଳ କେବେ ଘୋଷଣା ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ଦଳରେ କେଉଁମାନେ ସ୍ଥାନ ପାଇବେ ତାହା ବେଶ ଗୁରୁତ୍ବବହନ କରୁଛି । ୨୦୨୪ରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁଥିବାବେଳେ ଏହା ଶେଷ ଟି-୨୦ ସିରିଜ । ଏଣୁ ବିଶ୍ବକପ ପାଇଁ ଖେଳାଳିଙ୍କ ପ୍ରଦର୍ଶନ ବେଶ ଗୁରୁତ୍ବବହନ କରୁଛି । ଏହି ସିରିଜ ପରେ ଆଇପିଏଲ ଖେଳିବେ ଭାରତୀୟ ଖେଳାଳି । ଏଣୁ ଆଇପିଏଲ ସାଙ୍ଗକୁ ଏହି ଟି-୨୦ ସିରିଜ ବେଶ ଗୁଚରୁତ୍ବବହନ କରୁଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଋତୁରାଜ ଗାଏକ୍ବାଡ ଆହତ ରହିଥିବାବେଳେ ଏହି ସିରିଜରେ ନଖେଳି ପାରନ୍ତି । ସେପଟେ ଜାଡେଜା ଏବଂ ବୁମରାଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇପାରେ । ସୂର୍ଯ୍ୟ କୁମାର ଯାଦବଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଏବେ ଦଳରୁ ବାଦ ପଡ଼ିଛନ୍ତି । ଏଣୁ ସେ ମଧ୍ୟ ଖେଳିପାରିବେ ନାହିଁ । ତେବେ ଆସନ୍ତା ସପ୍ତାହରେ ଭାରତୀୟ ଦଳ ଘୋଷଣା ହେବ ବୋଲି ଆଶା କରାଯାଉଛି ।

ଅଭିନେତା ତଥା DMDK ପାର୍ଟିର ମୁଖ୍ୟ ବିଜୟକାନ୍ତଙ୍କ ପରଲୋକ

ଚେନ୍ନାଇ: ଅଭିନେତା ତଥା DMDK ପାର୍ଟିର ମୁଖ୍ୟ ବିଜୟକାନ୍ତଙ୍କ ପରଲୋକ ହୋଇଛି । ସେ କରୋନା ସଂକ୍ରମିତ ଥିବାବେଳେ ମେଡିକାଲରେ ଚିକିତ୍ସିତ ହେଉଥିଲେ । ନିକଟରେ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ କରୋନା ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଲେ । ନିଶ୍ବାସ ନେବାରେ ଅସୁବିଧା ହେଉଥିବାବେଳେ ଭେଣ୍ଟିଲେଟର ଲଗାଯାଇଥିଲା । ନଭେମ୍ବର ୨୦ ତାରିଖରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମଙ୍ଗଳବାର ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଥିଲା କି, ସେ ସୁସ୍ଥ ଅଛନ୍ତି ଶୀଘ୍ର ଘରକୁ ଫେରିବେ । ମାତ୍ର ଗୁରୁବାର ଏଭଳି ଖବର ସାମନାକୁ ଆସିଥିବାବେଳେ ଖେଳି ଯାଇଛି ଶୋକର ଛାୟା । ତାଙ୍କ ମୃତ୍ୟୁ ଖବର ପାଇଥିବାବେଳେ ବହୁ ରାଜନେତା ଏବଂ ଅଭିନେତାମାନେ ଟୁଇଟ କରି ଶୋକସନ୍ତପ ପରିବାରକୁ ସାନ୍ତ୍ବନା ଦେବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ବିଜୟକାନ୍ତ ଜଣେ ଜଣାଶୁଣା ସାଉଥ ଅଭିନେତା ଥିବାବେଳେ ତାଙ୍କର ଅନେକ ହିଟ୍ ଫିଲ୍ମ ରହିଛି । ୧୫୪ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ଏହାପରେ ରାଜନୀତିରେ ପ୍ରବେଶ କରି ଅନେକ ସଫଳତା ମଧ୍ୟ ହାସଲ କରିଛନ୍ତି । DMDK ପାର୍ଟି ଗଠନ କରି ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ରାଜନୀତିରେ ଛିଡ଼ା କରିଛନ୍ତି । ସେ ୨୦୧୧ର ୧୬ ତାମିଲନାଡ଼ୁ ବିଧାନସଭାରେ ବିରୋଧୀ ଦଳ ନେତାଭାବେ କାର୍ଯ୍ୟ ତୁଲାଇଛନ୍ତି । ନିକଟରେ ଅସୁସ୍ଥ ହୋଇଥିବାବେଳେ ବାରମ୍ବାର ମେଡିକାଲ ମଧ୍ୟ ଯିବାକୁ ପଡ଼ିଥିଲା ।

ଡିଏମଡିକେ ନେତା ତଥା ସିନେ ଅଭିନେତା ବିଜୟକାନ୍ତଙ୍କ ପରଲୋକ । କୋଭଡରେ ଆକ୍ରାନ୍ତ ହୋଇ ବିଜୟକାନ୍ତଙ୍କ ଦେହାନ୍ତ ଘଟିଛି । ୭୧ ବର୍ଷ ବୟସରେ ବିଜୟକାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶୀୟା ମୁରପୋକୁ ଦ୍ରାବିଡ କଝଗମ DMDKର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ବିଜୟକାନ୍ତ କୋଭିଡ ପଜିଟିଭ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିଲା ।ଶ୍ବାସଜନିତ ସମସ୍ୟାରୁ ତାଙ୍କର ମୃତ୍ୟୁ ହୋଇଛି । ବିଜୟକାନ୍ତ ପ୍ରଶଂସକଙ୍କ ମଧ୍ୟରେ କ୍ୟାପଟନେ ଭାବେ ବେଶ ଜଣାଶୁଣା । ତାମିଲ ସିନେ ଜଗତର ଜଣେ ଜଣାଶୁଣା ଅଭିନେତା ହେଉଛନ୍ତି ବିଜୟକାନ୍ତ । ନିଜର ଅଭିନୟ ବଳରେ ସେ ତାମିଲ ସିନେ ଜଗତରେ ଏକେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି ।ସେ ୧୫୪ରୁ ଅଧିକ ସିନେମାରେ ଅଭିନୟର ଛାପ ଛାଡି ଯାଇଛନ୍ତି ।

ସାଉଥ ଇଣ୍ଡିଆ ଆର୍ଟିଷ୍ଟ ଆସୋସିଏସନର ମଧ୍ୟ ସଦସ୍ୟ ଥିଲେ ବିଜୟକାନ୍ତ । ଦକ୍ଷିଣ ସିନେ ଜଗତରେ ବିଜୟକାନ୍ତ ଅନେକ ପରିବର୍ତ୍ତନ ଆଣିଥିଲେ । ୨୦୦୫ରେ DMDK ଦଳ ଗଠନ କରିଥିଲେ । ୨୦୦୬ରେ ତାମିଲନାଡୁ ନିର୍ବାଚନରେ ସମସ୍ତ ଆସନରେ ଦଳୀୟ ପ୍ରାର୍ଥୀ ଦେଇଥିଲା DMDK । ନିର୍ବାଚନରେ ୧୦ ପ୍ରତିଶତରୁ କମ ଭୋଟ ପାଇଥିଲା DMDK । ୨୦୧୧ରେ ଏଆଇଏଡ଼ିଏମକେ୍ ସହ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢିଥିଲା । ସେହି ସମୟରେ ୪୧ ଆସନରୁ ମୋଟ ୨୬ ଆନସରେ ଜିତିଥିଲେ DMDK ବିଧାୟକ । ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ଆଖ୍ୟା ପାଇଥିଲା ଡିଏମଡିକେ । ଦୁଇ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ବିଜୟକାନ୍ତ । ବିରୁଧାଚଳମ ଏବଂ ରିଶିବନ୍ଦୀୟମ ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ ନିର୍ବାଚନରେ DMDK ଲୋକସଭା ନିର୍ବାଚନ ଲଢିଥିଲା ।….

 

 

ଉତ୍ତର ଭାରତରେ ଜାରି ରହିଛି ଥଣ୍ଡା ସହ କୁହୁଡ଼ି

ନନ୍ଦିଘୋଷ ବ୍ୟୁରୋ: ସମଗ୍ର ଉତ୍ତର ଭାରତରେ ପ୍ରବଳ ଥଣ୍ଡା ସହ ଜାରି ରହିଛି କୁହୁଡି । ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଲୋକଙ୍କୁ କଲବଲ କରୁଛି । ଦିଲ୍ଲୀ ସମେତ ପୂରା ଏନ୍‌ସିଆର୍‌ରେ କୁହୁଡ଼ିର ମୋଟା ଚାଦାର ଢ଼ାଙ୍କି ରହିଛି । ଘନ କୁହୁଡ଼ି ଓ ଧୂଆଁ ଯୋଗୁ ରାସ୍ତା ଘାଟ ସ୍ପଷ୍ଟ ଭାବେ ଦେଖାଯାଉନି । ଦିଲ୍ଲୀର ବିଭିନ୍ନ ରାସ୍ତାରେ ଜିରୋ ଭିଜିଭିଲିଟି ସୃଷ୍ଟି ହୋଇଛି । ଏଥିଯୋଗୁ ଦୁର୍ଘଟଣା ଭୟ ମଧ୍ୟ ରହିଛି । ଘନ କୁହୁଡି ଯୋଗୁ ଯାତାୟତ ପ୍ରଭାବିତ ହୋଇଛି । ଗାଡ଼ି ମଟର ଚଳାଚଳରେ ବାଧା ଉପୁଜିଛି । ବିମାନ ଉଡାଣ ମଧ୍ୟ ପ୍ରଭାବିତ ହୋଇଛି । ଘନ କୁହୁଡ଼ି ଯୋଗୁ ଦିଲ୍ଲୀ ବିମାନବନ୍ଦରରେ ୧୩୨ରୁ ଅଧିକ ବିମାନ ପ୍ରଭାବିତ ହୋଇଛି । ଉଡାଣ ରଦ୍ଦ କରାଯାଇଛି । ଏଥିସହିତ ଦିଲ୍ଲୀ ଅଭିମୁଖେ ଯାଉଥିବା ୨୫ଟି ଟ୍ରେନ ବିଳମ୍ବରେ ଚାଲୁଛି । ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଘନ କୁହୁଡ଼ି ପାଇଁ ବହୁ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

 

ନିର୍ବାଚନ ଲଢ଼ିବେ କି ଧକଧକ ଗାର୍ଲ? ଜାଣନ୍ତୁ କଣ କହିଲେ ମାଧୁରୀ

ମୁମ୍ବାଇ: ଏହା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଚର୍ଚ୍ଚା ହୋଇଛି । ନିର୍ବାଚନ ଲଢ଼ିବେ ବଲିଉଡର ଧକଧକ ଗାର୍ଲ ମାଧୁରୀ ଦିକ୍ଷିତ। ନିକଟରେ ଏକ ଜାତୀୟ ଗଣମାଧ୍ୟମର ଟକ ସୋ’ ମାଧୁରୀ ଏବଂ ତାଙ୍କ ସ୍ବାମୀ ଯୋଗ ଦେଇଥିବାବେଳେ ୨୦୨୪ ନିର୍ବାଚନୀ ମଇଦାନରେ ପାଦ ଦେବେ କି ନାହିଁ? ,ଭଳି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ସିଧାସଳଖ ମନା କରିଛନ୍ତି ମାଧୁରୀ । ସେ କହିଛନ୍ତି କି, ମୋର ନିର୍ବାଚନ ଲଢ଼ିବାର ନାହିଁ । ନିର୍ବାଚନ ଆସିଲେ ଏଭଳି ଚର୍ଚ୍ଚା ହୋଇଥାଏ । ଏପରିକି ପ୍ରତି ନିର୍ବାଚନ ସମୟରେ ମଧ୍ୟ କିଛି ଦଳମାନେ ଲଢ଼ିବା ପାଇଁ ଅଫର ଦିଅନ୍ତି । ଅନେକ ବଡ଼ ବଡ଼ ଦଳ ପକ୍ଷରୁ ଅଫର ଦିଆଯାଇଥିଲେ ସୁଦ୍ଧା ମୁଁ କେବେ ରାଜି ହୋଇନାହିଁ । ସେପଟେ ମାଧୁରୀଙ୍କ ସ୍ବାମୀଙ୍କୁ ମଧ୍ୟ ସମାନ ପ୍ରଶ୍ନ କରାଯାଇଥିଲା । ସେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । କହିଥିଲେ ଆମର ରାଜନୀତିରେ ପସିବାର ନାହିଁ । ତେବେ ସେ ଯାହାବି ହେଉ ପୂର୍ବରୁ ଅନେକ ବଡ଼ ବଡ଼ ଅଭିନେତାମାନେ ରାଜନୀତି ମଇଦାନରେ ପାଦ ଦେଇ ସଫଳ ହୋଇଛନ୍ତି । ଓଡ଼ିଶାରେ ମଧ୍ୟ ଅନେକ ଅଭିନେତା ରାଜନେତା ପାଲଟିଛନ୍ତି । ଏଣୁ ନିର୍ବାଚନ ସମୟ ଆସିଲେ ଏଭଳି ଚର୍ଚ୍ଚା ହୋଇଥାଏ ।

 

ଟୁରିଷ୍ଟ ବସକୁ ପିଟିଲା ଡ୍ରମ୍ଫର, ୨୦ ଆହତ

ଆନନ୍ଦପୁର: କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଭାଲୁକୁମା ନିକଟରେ ଡ୍ରମ୍ଫରକୁ ବାଡେଇଲା ଟୁରିଷ୍ଟ ବସ । ୨ ଗୁରୁତର ୨୦ରୁ ଅଧିକ ଆହତ । ସମସ୍ତେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି । ପିକନିକ ସାରି ସମ୍ବଲପୁରରୁ ସୋର ଫେରୁଥିଲେ ବ୍ରହ୍ମଶ୍ମି ଟିଉଟୋରିଆଲର ଛାତ୍ରଛାତ୍ରୀ ଓ ଶିକ୍ଷକ । ଫେରିବା ସମୟରେ ଭାଲୁକୁମା ଛକ ଠାରେ ଏକ ଟ୍ରକ୍ ପଛ ପଟେ ଧ୍କକା ଦେଲା ବସ୍ । ଦୁର୍ଘଟଣାରେ ପ୍ରାୟ ୨୦ ଜଣ ଆହତ ହୋଇଥିବାବେଳେ ଡ୍ରାଇଭର ଓ ଜଣେ  ଶିକ୍ଷକ ଗୁରୁତର ରହିଛନ୍ତି । ଘଷିପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି ।