spot_img
Home Blog Page 2202

ଭସ୍ମ ଆରତୀ ବେଳେ ମହାକାଳ ମନ୍ଦିରରେ ଅଘଟଣ, ପୋଡିଗଲେ ୧୩ ସେବାୟତ

ଉଜ୍ଜୈନ: ସୋମବାର ସକାଳେ ମଧ୍ୟପ୍ରଦେଶ ଉଜୈନରେ ଅବସ୍ଥିତ ମହାକାଳ ମନ୍ଦିରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୋଲି ଦିନ ପବିତ୍ର ଭସ୍ମ ଆରତୀ ଅନୁଷ୍ଠିତ ହେଉଥିବା ବେଳେ ଅବିର ଫୋପାଡିବା କାରଣରୁ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ୧୩ ଜଣ ଜଳି ଯାଇଛନ୍ତି। ପୋଡ଼ି ଯାଇଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ସେବକ ଅଛନ୍ତି।

ସମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହାକାଳ ମନ୍ଦିରରେ ମୁଖ୍ୟ ପୁରୋହିତ ସଞ୍ଜୟ ଗୁରୁ, ବିକାଶ ପୂଜାରୀ, ମନୋଜ ପୂଜାରୀ, ଅନଶ ପୁରୋହିତ, ସେବକ ମହେଶ ଶର୍ମା ଏବଂ ଚିଣ୍ଟମାନ ଗେହଲୋଟ୍ ଆହତ ହୋଇଛନ୍ତି।

ଭସ୍ମ ଆରତୀ ସମୟରେ ମହାକାଳ ମନ୍ଦିରରେ ଅବିର ମଧ୍ୟ ବ୍ୟବହୃତ ହୁଏ। ଏହି ଆରତୀ ସମୟରେ ଆଜି ଗର୍ଭଗୃହ ମଧ୍ୟରେ କର୍ପୂର ପୋଡି ଯାଇଥିଲା । ଯେଉଁ କାରଣରୁ ସେଠାରେ ଉପସ୍ଥିତ ୧୩ ପୁରୋହିତ ପୋଡି ଯାଇଥିଲେ। ପୁରୋହିତ ମାନଙ୍କ ଅବସ୍ଥା ସ୍ଥିର ଥିବାବେଳେ ଡାକ୍ତରମାନେ ଚିକିତ୍ସା କରୁଛନ୍ତି  । ମନ୍ଦିରରେ ଦର୍ଶନ ସୁରୁଖୁରୁରେ ଚାଲିଛି  ।

ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଲେଶ୍ୱର ମନ୍ଦିରରେ ଆଜି ହଜାର ହଜାର ଭକ୍ତ ଉପସ୍ଥିତ ଥିଲେ। ସମସ୍ତେ ମହାକାଳଙ୍କ ସହ ହୋଲି ପାଳନ କରୁଥିଲେ। ଏତିକି ବେଳେ କେହି ଜଣେ ପଛରୁ ଆରତୀ କରୁଥିବା ପୁରୋହିତ ସଞ୍ଜୀବଙ୍କ ଉପରେ ଅବିର ଢାଳି ଦେଇଥିଲେ। ଅବିର ଦୀପ ଉପରେ ଢାଳି ଯାଇଥିଲା । ଏଥିରେ ଥିବା ରାସାୟନିକ ପଦାର୍ଥ ଥିବାରୁ ଅଗ୍ନିକାଣ୍ଡ ଘଟିଥଲା। ଅନ୍ୟ ପଟେ, ଗର୍ଭଗୃହର ରୂପା କାନ୍ଥକୁ ରଙ୍ଗ ଏବଂ ଅବିରରୁ ରକ୍ଷା କରିବା ପାଇଁ ସେଠାରେ ଫ୍ଲେକ୍ ରଖାଯାଇଥିଲା | ଏଗୁଡ଼ିକ ମଧ୍ୟ ନିଆଁ ବ୍ୟାପି ଯାଇଥିଲା  ।

 

ନିଆଁ ଲାଗିବା ପରେ କିଛି ଲୋକ ନିଆଁ ଲିଭାଇବା ସହ ନିଆଁକୁ ନିୟନ୍ତ୍ରଣ କରିଥିଲେ। କିନ୍ତୁ ସେତେବେଳକୁ ଆରତୀ କରୁଥିବା ସଞ୍ଜୀବ ପୂଜାରୀ, ବିକାଶ, ମନୋଜ, ସେବାୟତ ଆନନ୍ଦ କମଲ ଯୋଶୀଙ୍କ ସମେତ ଗର୍ଭଗୃହରେ ଉପସ୍ଥିତ ୧୩ ଜଣ ପୋଡି ଯାଇଥିଲେ। ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ।

ନନ୍ଦନକାନନରେ ନୂଆ ଅତିଥି, ଦ୍ୱିତୀୟ ଥର ମା’ ହେଲା ସିଂହୀ ରେୱା

ଭୁବନେଶ୍ବର: ନନ୍ଦନକାନନରେ ନୂଆ ଅତିଥି । ଦ୍ୱିତୀୟ ଥର ମା ହେଲା ସିଂହୀ ରେୱା । ଏସିଆଟିକ ସିଂହୀ ରେୱା ଔରସରୁ ୩ଟି ଅଣ୍ଡିରା ଶାବକ ଜନ୍ମ ନେଇଛନ୍ତି  । ଗତ ବର୍ଷ ଡିସେମ୍ବର ମାସରେ ସିଂଘ ଜିତ ସହିତ ରେୱାର ମିଳନ ହୋଇଥିଲା ।

ସିଂହ ମାନଙ୍କ ସଂଖ୍ୟା ଏବେ ୨୪ କୁ ବୃଦ୍ଧି ଘଟିଛି । ପ୍ରାଣୀ ଚିକିତ୍ସାଳୟର ଫିଡିଙ୍ଗ ଚାମ୍ବରରେ ସେମାନଙ୍କୁ ରଖାଯାଇଛି । ଉଭୟ ମା ଓ ଶାବକ ସୁସ୍ଥ ଥିବାବେଳେ ତାଙ୍କୁ ସିସି କ୍ୟାମେରାରେ ନିରୀକ୍ଷଣ କରାଯାଉଛି । ନନ୍ଦନକାନନ ପ୍ରାଣୀଉଦ୍ୟାନର ଉପ ନିର୍ଦେଶକ ସନତ କୁମାର ଏନ ଏନେଇ ସୂଚନା ଦେଇଛନ୍ତି ।

ପବିତ୍ର ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସୁନାବେଶ

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।ପାଟବସ୍ତ୍ର ପିନ୍ଧିବା ସହ ୩୨ ପ୍ରକାରର ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି ।ସକାଳ ଧୂପ ଶେଷ ହେବାପରେ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଦୋଳବେଦୀକୁ ବିଜେ କରିବେ ।

ସେଠାରେ ପରମ୍ପରା ଅନୁଯାୟୀ ବନ୍ଦାପନା ଅନୁଷ୍ଠିତ ହୋଇ ଅବିର ଖେଳ ହେବ । ଭକ୍ତ ମହାପ୍ରଭୁଙ୍କ ସହ ଫଗୁ ଖେଳର ସୁଯୋଗ ପାଇବେ ଭକ୍ତ । ପରେ ଦୋଳ ବେଦୀରେ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିଜେ କରିବା ସହ ରଙ୍ଗ ଖେଳ ନୀତି ହେବ । ମହାପ୍ରଭୁଙ୍କ ଏହି ଅନନ୍ୟ ଯାତ୍ରାରେ ସାମିଲ ହେବେ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ପଚରାଉଚରା ଜାରି, ଏଥର ହୋଲି ପାଳିବନି ଆପ୍‌

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତନାଘନା ଜାରି । କେଜରିୱାଲଙ୍କ ପଚରାଉଚରା କରୁଛି ଇଡି। ମିଳୁନି ଦିଲ୍ଲୀ ମଦ ଦୁର୍ନୀତି ସମୟର କେଜରିୱାଲଙ୍କ ପୁରୁଣା ମୋବାଇଲ ଫୋନ। ତଦନ୍ତକାରୀ ସଂସ୍ଥା ତରଫରୁ କେଜରିୱାଲଙ୍କ ପଚରାଉଚରା ଜାରି ରହିଛି। ମଦ ଦୁର୍ନୀତି ସମୟର କେଜରିୱାଲଙ୍କ ମୋବାଇଲ ଫୋନ କେଉଁଆଡେ ଗାୟବ ହୋଇଯାଇଥିବା ସନ୍ଦେହ କରାଯାଉଛି।

ସେପଟେ ଏହି ଫୋନ ବିଷୟରେ କେଜରିୱାଲ ଜାଣିନଥିବା କହିଛନ୍ତି। ମଦ ଦୁର୍ନୀତି ମାମଲାରେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତିହାର ଜେଲକୁ ଯାଇ ଅନ୍ୟତମ ଅଭିଯୁକ୍ତ ସମୀର ମେହେନ୍ଦୁଙ୍କ ବୟାନ ରେକର୍ଡ କରିଛି। ଆସନ୍ତାକାଲି ହୋଲି ଥିବାବେଳେ ଏହି ଦିନ ମଧ୍ୟ କେଜରିୱାଲଙ୍କ ପଚରାଉଚରା କରିବ ଇଡି। ତେବେ ହୋଲି ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପତ୍ନୀଙ୍କ ସହ ଓକିଲଙ୍କୁ ସାକ୍ଷାତ କରିପାରିବେ।

ଚଳିତ ଥର କେଜରିୱାଲଙ୍କ ଲାଗି ହୋଲି ଫିକା ଏବଂ ବେରଂଗ ରହିବ। ସେପଟେ କେଜରିୱାଲଙ୍କୁ ଇଡି ଗିରଫ କରିଥିବାରୁ ଚଳିତ ଥର ଆମ ଆଦମୀ ପାର୍ଟି ପକ୍ଷରୁ ହୋଲି ପାଳନ ନକରିବାକୁ ଘୋଷଣା କରାଯାଇଛି। ସେପଟେ କେଜରିୱାଲ ଜେଲରେ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ନିର୍ଦ୍ଦେଶକୁ ନେଇ ଉଠିଛି ପ୍ରଶ୍ନ। କିଏ ଏହି ନିର୍ଦ୍ଦେଶ ଦେଇଛି । ଏହି ନିର୍ଦ୍ଦେଶରେ କେତେ ସତ ରହିଛି ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ଜଳ ସଂକଟ ସମାଧାନ ଲାଗି ହୋଇଥିବା ନିର୍ଦ୍ଦେଶ କିଏ ଜାରି କରିଛି ଏହାର ତନାଘନା କରିବ ଇଡି। ଅରବିନ୍ଦ କେଜରିୱାଲଙ୍କୁ କୌଣସି କମ୍ପ୍ଯୁଟର ଦିଆଯାଇନଥିଲା। ଯାହାଦ୍ଵାରାକି କୌଣସି ନିର୍ଦ୍ଦେଶ ଟାଇପ କରାଯାଇଛି। ନା କୌଣସି କାଗଜ ନଥିପତ୍ରରେ କେଜରିୱାଲ ଦସ୍ତଖତ କରିଛନ୍ତି। ପତ୍ନୀ ସୁନୀତା କେଜରିୱାଲ ଇଡି ମୁଖ୍ୟାଳୟରେ ଅରବିନ୍ଦ କେଜରିୱାଲଙ୍କ ସହ ସାକ୍ଷାତ କରିଥିଲେ। ତେବେ କିଏ ଏହି ନିର୍ଦ୍ଦେଶ ଜାରି କରିଛି ଏହାର ତନାଘନା କରୁଛି ଇଡି।

କୋରାପୁଟ ଜିଲ୍ଲା ସୁଙ୍କି ଅଞ୍ଚଳରେ ମାଓ କ୍ୟାମ୍ପ ଠାବ

କୋରାପୁଟ: କୋରାପୁଟ ସୁଙ୍କି ଅଂଚଳରେ ମାଓ କ୍ଯାମ୍ପ ଠାବ। ସୁରକ୍ଷାକର୍ମୀଙ୍କ ଚଢାଉରେ ଗୋଟିଏ ଦେଶୀ ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ନିର୍ମିତ ଲାଗି ଅନ୍ୟ ସାମଗ୍ରୀ ଜବତ। ଦେଶୀ ବନ୍ଦୁକ ସହ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଓ ବିଏସଏଫର ମିଳିତ ଟିମ୍ ରେଡ କରିଥିଲା। ସୁଙ୍କି ଥାନା ଅନ୍ତର୍ଗତ ଅଳଶୀ ଗାଁ ନିକଟରେ ରେଡ୍ ବେଳେ ଦୁଇ ସନ୍ଦିଗ୍ଧଙ୍କ ସହ ସୁରକ୍ଷାକର୍ମୀଙ୍କ ମୁହାଁମୁହିଁ ହୋଇଥିଲା। ତେବେ ଘଟଣାସ୍ଥଳରୁ ଆନ୍ଧ୍ର ସୀମା ଦେଇ ଖସିଯିବାରେ ସଫଳ ହୋଇଥିଲେ ଦୁଇ ସନ୍ଦିଗ୍ଧ। ମାଓ ଗତିବିଧି ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା। ଚଢାଉରେ ଗୋଟିଏ ଦେଶୀ ବନ୍ଧୁକ, ମୋବାଇଲ ଫୋନ, ହାତୁଡି, ଲୁହାକଣ୍ଟା, ଷ୍ଟିଲ ପ୍ଲେଟ,ପ୍ଲାୟର, ବନ୍ଧୁକ ଟ୍ରିଗର ସାମଗ୍ରୀ, ଛୁରୀ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ ସୁରକ୍ଷାକର୍ମିୀ। ଏହି ସମସ୍ତ ସାମଗ୍ରୀକୁ ଜବତ କରିବା ସହ କମ୍ବିଂକୁ ଜୋରଦାର କରିଛି ପୋଲିସ। ଏହି ଅଂଚଳରେ ଦେଶୀ ବନ୍ଧୁକ କାରଖାନା ଚଳାଇଥିବା ସନ୍ଦେହରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ବନ କର୍ମଚାରୀଙ୍କୁ ମିଳିବ ଅଟୋମେଟିକ୍ ବନ୍ଧୁକ

ନନ୍ଦିଘୋଷ ବ୍ୟୁରୋ: ସତର୍କ, ସଜାଗ ବନ ବିଭାଗ। ଜଙ୍ଗଲ ବାହାରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବନ ବିଭାଗର ତତ୍ପରତା ହେଉ କି ଜଙ୍ଗଲ ଭିତରେ ଶିକାରୀଙ୍କ କବଳରୁ ବନ୍ୟଜନ୍ତୁଙ୍କ ରକ୍ଷା କରିବା, ସବୁଠି ବନ ବିଭାଗର କଡ଼ା ପଦକ୍ଷେପ। ଭଦ୍ରକର ସାପଧରାଳୀ ମିର୍ଜା ଆରିଫଙ୍କ ଗିରଫ ଘଟଣା ବନ୍ୟଜନ୍ତୁଙ୍କୁ ନେଇ ନିଜର ବୃତ୍ତି ପ୍ରବୃତ୍ତି ଦେଖାଉଥିବା ଭଳି  ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛି। ଏପଟେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କୁ ସାବାଡ଼ କରିବାକୁ ବନ କର୍ମଚାରୀମାନଙ୍କୁ ଅଧିକ ସଶକ୍ତ କରାଯାଇଛି। ପୂର୍ବରୁ ବନ୍ଧୁକ ଚଳାଇବାର କ୍ଷମତା ମିଳିସାରିଥିବା ବେଳେ ଏବେ ସେମାନଙ୍କୁ ମିଳିବ ଅଟୋମେଟିକ୍ ଗନ୍ ଏବଂ ବୁଲେଟ ପ୍ରୁଫ ଜ୍ୟାକେଟ। ବନ ବିଭାଗର କଠୋର ପଦକ୍ଷେପ ଶିକାରୀଙ୍କ କବଳରୁ ଅଭୟାରଣ୍ୟକୁ ରକ୍ଷା କରିବା ସହିତ ପରିବେଶ ସନ୍ତୁଳନ ଦିଗରେ ବି ସହାୟକ ହେବ ବୋଲି ପରିବେଶବିତ ମତ ରଖିଛନ୍ତି।

ବନ କର୍ମଚାରୀଙ୍କୁ ମିଳିବ ଅଟୋମେଟିକ୍ ବନ୍ଧୁକ। ଶିକାରୀଙ୍କ ଗୁଳିରୁ ରକ୍ଷା ପାଇବା ପାଇଁ ସୁରକ୍ଷା ଦାୟିତ୍ବରେ ଥିବା ବନ କର୍ମଚାରୀଙ୍କୁ ମିଳିବ ବୁଲେଟ ପୃଫ ଜ୍ୟାକେଟ। ଜଙ୍ଗଲ ଭିତରେ ଚାଲିଛି ଟ୍ରେନିଂ କ୍ୟାମ୍ପ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଫରେଷ୍ଟ ର୍ଗାଡ଼ ଓ ଫରେଷ୍ଟରଙ୍କୁ ମିଳିଛି ଅଧିକ କ୍ଷମତା। ସପ୍ତାହେ ଭିତରେ କୁଲଡ଼ିହା ଅଭୟାରଣ୍ୟରେ ଶିକାରୀଙ୍କ ସହ ଗୁଳି ବିନିମୟ ପରେ ଅଧିକ ସଜାଗ ଓ ସତର୍କ ହୋଇଛି ବନ ବିଭାଗ।କୁଲଡ଼ିହାରେ ଚାଲିଛି ବ୍ୟାପକ ସର୍ଚ୍ଚ ଅପରେସନ। ଶିମିଳିପାଳ ପରି କୁଲଡ଼ିହା ଅଭୟାରଣ୍ୟକୁ ଶିକାରୀମୁକ୍ତ କରିବାକୁ ବନ ବିଭାଗ ଜୋରଦାର କରିଛି ଅପରେସନ। ବନ ବିଭାଗର ଏଭଳି ଆଭିମୁଖ୍ୟକୁ ପରିବେଶବିତ୍ ଓ ବ୍ୟାଘ୍ର ବିଶେଷଜ୍ଞ ସ୍ବାଗତ କରିଛନ୍ତି।

ଏପଟେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ଚର୍ଚ୍ଚାରେ ବନ ବିଭାଗ। ଭଦ୍ରକର ସାପ ଧରାଳୀ ର୍ମିଜା ଆରିଫଙ୍କ ଗିରଫ କରି ବନ୍ୟଜନ୍ତୁଙ୍କ ନେଇ ଆଇନ ହାତକୁ ନେଉଥିବା ଅନ୍ୟମାନଙ୍କୁ ଚେତାବନୀ ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ। ଭୁବନେଶ୍ବର ଚନ୍ଦକା ଡ଼ିଭିଜନରେ ନୂଆ କରି ପ୍ରସ୍ତୁତ କରାଯାଇଥିବା ରାପିଡ଼ ରେସପନ୍ସ ଟିମର ସଫଳତା ସାମ୍ନାକୁ ଆସିଛି। ଜଙ୍ଗଲରେ ଆହତ ଏକ କଲରାପତରିଆ ବାଘକୁ ଉଦ୍ଧାର କରି ଚିକିତ୍ସା କରିଛି ଟିମ୍। ଏପଟେ ହାତୀ ବେକରେ ରେଡ଼ିଓ କଲାର ଲାଗିବା ପରେ ଏକ ଆହତ ଦନ୍ତାହାତୀର ବିଚରଣକୁ ଅନୁଧାନ କରିବାରେ ସଫତା ମିଳିଛି। ଏସବୁ ସଫଳତାକୁ ସୋସିଆଲ ମିଡିଆ ପେଜରେ ଉଲ୍ଲେଖ କରିଛନ୍ତି ପିସିସିଏଫ୍। ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ବନ ବିଭାଗର ତତ୍ପରତାକୁ ପ୍ରଶଂସା କରାଯାଇଛି।

ଓଡ଼ିଶା ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେପି, ୪ ସାଂସଦଙ୍କୁ ମିଳିଲାନି ସଂସଦ ଟିକେଟ୍

ନନ୍ଦିଘୋଷ ବ୍ୟୁରୋ: ବିଜେପିର ୪ ସାଂସଦଙ୍କୁ ମିଳିଲାନି ସଂସଦ ଟିକେଟ୍ । ଏପରିକି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କର ମଧ୍ଯ ଟିକେଟ୍ କଟିଛି । ଓଡ଼ିଶାର ମୋଟ ୨୧ ଲୋକସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ଯାଜପୁର, କଟକ ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଟିକେଟରୁ ବାଦ ପଡିଛନ୍ତି । ସେହିପରି ଆଉ ଦୁଇଟି ଆସନରେ ମଧ୍ଯ ଦଳ ପ୍ରାର୍ଥୀ ବଦଳାଇଛି । କୋରାପୁଟ ଓ ବ୍ରହ୍ମପୁର ଆସନରେ ନୂଆ ପ୍ରାର୍ଥୀ ଦେଇଛି ଭାରତୀୟ ଜନତା ପାର୍ଟି ।

ବିଜେପି ଟିକେଟରେ ହିମାଚଳର ମଣ୍ଡିରୁ କଙ୍ଗନା  ଲଢିବେ ଲୋକସଭା ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲା ବିଜେପିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୧୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେବେ ଏହି ତାଲିକାରେ ପ୍ରକାଶ ପାଇଛି ବଲିଉଡର ଜଣାଶୁଣା ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ନାମ । ହିମାଞ୍ଚଳପ୍ରଦେଶର ମଣ୍ଡିରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ କଙ୍ଗନାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ତାଙ୍କୁ ଦଳର ସୁପ୍ରିମୋ ଭରସା କରି ଟିକେଟ ଦେଇଛନ୍ତି । ସେପଟେ ପଲିଭିଟିରୁ ବରୁଣ ଗାନ୍ଧୀଙ୍କ ଟିକେଟ କାଟିଛି ବିଜେପି । ଦଳ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ବରୁଣ ଗାନ୍ଧୀଙ୍କୁ ଟିକେଟ ଦେଇନାହିଁ ବିଜେପି । ତାଙ୍କ ସ୍ଥାନରେ ପଲିଭିଟି ଆସନରୁ ଜିତିନ ପ୍ରସାଦଙ୍କୁ ଟିକେଟ ଦେଇଛି । ଅନ୍ୟପଟେ ଗାଜିଆବାଦରୁ ଜେନେରାଲ ବିକେ ସିଂଙ୍କ ଟିକେଟ କଟାଯାଇଛି ।

ପ୍ରକାଶ ପାଇଲା ବିଜେପିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ବିଜେପିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ।

ପୁରୀରୁ ପ୍ରାର୍ଥୀ ହେଲେ ସମ୍ବିତ ପାତ୍ର

ଭୁବନେଶ୍ବରରୁ ପ୍ରାର୍ଥୀ ହେଲେ ଅପରାଜିତା ଷଡ଼ଙ୍ଗୀ

ସମ୍ବଲପୁରରୁ ପ୍ରାର୍ଥୀ ହେଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହେଲେ ବୈଜୟନ୍ତ ପଣ୍ଡା

ଢେଙ୍କାନାଳରୁ ପ୍ରାର୍ଥୀ ହେଲେ ରୁଦ୍ର ନାରାୟଣ ପାଣି

ବାଲେଶ୍ବରରୁ ପ୍ରାର୍ଥୀ ହେଲେ ପ୍ରତାପ ଷଡ଼ଙ୍ଗୀ

ବଲାଙ୍ଗୀରରୁ ପ୍ରାର୍ଥୀ ହେଲେ ସଂଗୀତା ସିଂହଦେଓ

ଜଗତସିଂହପୁରରୁ ପ୍ରାର୍ଥୀ ହେଲେ ବିଭୂ ପ୍ରସାଦ ତରାଇ

ବରଗଡ଼ରୁ ପ୍ରାର୍ଥୀ ହେଲେ ପ୍ରଦୀପ ପୁରୋହିତ

ସୁନ୍ଦରଗଡ଼ରୁ ପ୍ରାର୍ଥୀ ହେଲେ ଜୁଏଲ ଓରାମ

କେନ୍ଦୁଝରରୁ ପ୍ରାର୍ଥୀ ହେଲେ ଅନନ୍ତ ନାଏକ

ମୟୂରଭଞ୍ଜରୁ ପ୍ରାର୍ଥୀ ହେଲେ ନବଚରଣ ମାଝୀ

ଭଦ୍ରକରୁ ପ୍ରାର୍ଥୀ ହେଲେ ଅଭିମନ୍ଯୁ ସେଠୀ

କଳାହାଣ୍ଡିରୁ ପ୍ରାର୍ଥୀ ହେଲେ ମାଳବିକା କେଶରୀ ଦେଓ

ନବରଙ୍ଗପୁରରୁ ପ୍ରାର୍ଥୀ ହେଲେ ବଳଭଦ୍ର ମାଝୀ

ଆସିକାରୁ ପ୍ରାର୍ଥୀ ହେଲେ ଅନିତା ଶୁଭଦର୍ଶିନୀ

ବ୍ରହ୍ମପୁରରୁ ପ୍ରାର୍ଥୀ ହେଲେ ପ୍ରଦୀପ ପାଣିଗ୍ରାହୀ

କୋରାପୁଟରୁ ପ୍ରାର୍ଥୀ ହେଲେ କାଲେରାମ ମାଝୀ

ଭାରତ ଏବଂ ଆମେରିକା ପରେ ଏହି ଦେଶରେ ବ୍ୟାନ୍ ହୋଇପାରେ ଟିକଟକ

ନନ୍ଦିଘୋଷ ବ୍ୟୁରୋ: ପୁଣିଥରେ ଲାଗିପାରେ ଚାଇିନିଜ୍ ଟିକଟକକୁ ଝଟକା । ଭାରତ ଆମେରିକା ପରେ ଏହି ଦେଶରେ ବ୍ୟାନ ହୋଇପାରେ ଟିକଟକ । ଏହା ଏକ ବିପଦଜନକ ଆପ ବୋଲି କୁହାଯାଇଛି । ତାଇଓ୍ବାନରେ ଏହି ଚାଇନିଜ୍ ଆପ୍ ବ୍ୟାନ୍ କରିବା ନେଇ ସୂଚନା ମିଳିଛି । ଏହା ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ଦର୍ଶା ଯାଇଛି । ତାଇଓ୍ବାନ କ୍ୟାବିନେଟରେ ଟିକଟକ ସମ୍ପର୍କରେ ଆଲୋଚନା ହୋଇଥିବାବେଳେ ସରକାରୀ ଏଜେନ୍ସି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଏହା ବ୍ୟାନ୍ କରାଯାଇଛି ।