ନିମାପଡ଼ା: ପୂରଣ ହେବାକୁ ଯାଉଛି ଦୀର୍ଘଦିନର ଦାବି। ଚାଷ କାର୍ଯ୍ୟପାଇଁ ବାଧକ ସାଜିବନି ଜଳ। ନିମାପଡାରେ ନିର୍ମାଣ ହେବାକୁ ଯାଉଛି ଚେକଡ୍ୟାମ। ୧୦ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମିକୁ ଜଳ ଯୋଗାଇବ ଡ୍ୟାମ। ଉପକୃତ ହେବେ ଆଖ ପାଖ ଅଞ୍ଚଳର ୫ଟି ପଞ୍ଚାୟତର ଶତାଧିକ ଚାଷୀ। ପୂରଣ ହେବାକୁ ଯାଉଛି ଦୀର୍ଘ ଦିନର ଦାବି। ପୁରୀ ନିମାପଡା ଶୁନଗୋରଡି ଗାଁ ଦେଇ ପ୍ରଭାହିତ ଧନୁଆ ନଦୀ ଉପରେ ନିର୍ମାଣ ହେବାକୁ ଯାଉଛି ଚେକଡ୍ୟାମ। ୧୦ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମିକୁ ଜଳ ଯୋଗାଇବ ଡ୍ୟାମ। ଉପକୃତ ହେବେ ଆଖ ପାଖ ଅଞ୍ଚଳର ୫ଟି ପଞ୍ଚାୟତର ଶତାଧିକ ଚାଷୀ। ଅଞ୍ଚଳରେ ପାଣି ଆଭାବ ଯୋଗୁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିଲା। ଚାଷୀକୁଳର ସମୂହ ସ୍ୱାର୍ଥକୁ ଦୁଷ୍ଟିରେ ରଖି ଚେକଡ୍ୟାମ ନିର୍ମାଣର ନିଷ୍ପତ୍ତି ନିଆଯାଇଛି। ଚେକଡ୍ୟାମ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଭୁବନେଶ୍ୱର ସ୍ଥିତ ଡ୍ରେନେଜ ବିଭାଗ ମାଧ୍ୟମରେ ୩କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆନୁଦାନ ଯୋଗାଇଦେଇଛନ୍ତି। ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଡ୍ଯାମ ନିର୍ମାଣ ହେଲେ ଚାଷ କାର୍ଯ୍ୟରେ ଉନ୍ନତି ଆସିପାରିବ ବୋଲି କହିଛନ୍ତି ଚାଷୀ। ଏନେଇ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ଅଞ୍ଚଳବାସୀ।
ବରକୁ ଉଠାଇ ନେଲା ପୋଲିସ
ସୁନ୍ଦରଗଡ଼: ବାଜା ବାଜୁଥିଲା, ବରଯାତ୍ରୀ ନାଚୁଥିଲେ । କନ୍ୟାଘର ପାଖେଇ ଆସୁଥିଲା । ମାତ୍ର ବରଯାତ୍ରୀ ଖୁସିରେ ନାଚୁଥିବାବେଳେ ବରକୁ ଉଠାଇ ନେଇଥିଲା ପୋଲି । ଜଣେ ମହିଳାଙ୍କ ସହ ସମ୍ପର୍କ ରଖି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ଯାଉଥିବାବେଳେ ବରକୁ ଉଠାଇ ଆଣିଛି ପୋଲିସ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ପୋଲିସ ବରକୁ ଉଠାଇ ଆଣିଥିବା ଦେଖିବାକୁ ମିଳିଛି । ବର ଜଣକ ହେଲେ ବିଷ୍ଣୁ ପିଙ୍ଗର । ତାଙ୍କ ଘର ଗୋବିନ୍ଦପୁର ଥାନା ବାଡ଼ା ଖୋଖୋପଡ଼ା ଗାଁରେ । ସଞ୍ଜୁ ନାମକ ଜଣେ ମହିଳାଙ୍କ ସହ ସେ ସମ୍ପର୍କ ରଖିଥିବାବେଳେ ଦୀର୍ଘଦିନ ହେବ ତାଙ୍କ ଘରକୁ ଯିବାକୁ ଆସିବା କରୁଥିଲେ। ଏପରିକି ସେମାନଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । କିନ୍ତୁ ଏବେ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିବାବେଳେ ସଞ୍ଜୁ ବିଷ୍ଣୁଙ୍କ ନାମରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ବିଷ୍ଣୁଙ୍କୁ ଉଠାଇ ଆଣିଥିବା କୁହାଯାଇଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବାପ ଘରକୁ ସ୍ତ୍ରୀ ଚାଲିଗଲା ବୋଲି ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ସ୍ବାମୀ
ଢେଙ୍କାନାଳ: ପାରିବାରିକ କହଳର କରୁଣ ପରିଣତି । ବାପ ଘରକୁ ସ୍ତ୍ରୀ ଚାଲିଗଲେ ବୋଲି ବେକରେ ରଶି ଲଗାଇ ଝୁଲି ପଡ଼ିଲେ ସ୍ବାମୀ। ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ଗାଁରୁ ଆସିଛି ଏଭଳି ଖବର । ମୃତକ ଜଣକ ହେଲେ ଚଣ୍ଡିପାଳ ନୁଆସାହିର ଅର୍ଜୁନ ବେହେରା। କୁହାଯାଉଛି କି, ଅର୍ଜୁନଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ଘର ଚଳାଇବା ପାଇଁ ଅନେକ ଧାର କରଜ କରିଥିଲେ। ଯେଉଁଥିପାଇଁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଶେଷରେ ଝଗଡ଼ା ଉଗ୍ର ନେବାରୁ ସ୍ତ୍ରୀ ମୀନତି ଘରଛାଡ଼ି ବାପ ଘରକୁ ପଳାଇଥିଲେ। ତେବେ ସ୍ଵାମୀ ଏହାକୁ ସହ୍ୟ କରି ପାରିନଥିଲେ । ଆଉ ଆପଣାଇଥିଲେ ଚରମ ପନ୍ଥା । ଘରେ କବାଟ ବନ୍ଦ କରି ଫ୍ୟାନରେ ରଶି ଲଗାଇ ଝୁଲିପଡ଼ିଥିଲେ ଅର୍ଜୁନ। ପରିବାର ଲୋକ ଖବର ପାଇବା ପରେ ଅର୍ଜୁନଙ୍କୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ପରିବାରରେ ଖେଳିଯାଇଛି ଶୋକର ଛାୟା ।
ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳଙ୍କୁ ଚାନ୍ଦା ପ୍ରସଙ୍ଗ, ସମ୍ପୂର୍ଣ୍ଣ ତଥ୍ଯ ଅପଲୋଡ କଲେ ନିର୍ବାଚନ କମିଶନ
ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନୀ ବଣ୍ଡର ଆସିଲା ତାଜା ତଥ୍ୟ। ୱେବସାଇଟରେ ଏହି ତଥ୍ୟ ଅପଲୋଡ୍ କରିଛନ୍ତି ନିର୍ବାଚନ କମିଶନ। ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ କେଉଁ କେଉଁ ରାଜନୈତିକ ଦଳଗୁଡିକୁ କେତେ ଅର୍ଥ ମିଳିଛି ଏସବୁର ତଥ୍ୟ ୱେବସାଇଟରେ ଅପଲୋଡ କରିଛନ୍ତି ନିର୍ବାଚନ କମିଶନ। ଏ ସମସ୍ତ ତଥ୍ୟ ସୁପ୍ରିମକୋର୍ଟକୁ ଏକ ମୁଦା ଲଫାଫାରେ ପ୍ରଦାନ କରିଥିଲେ ନିର୍ବାଚନ କମିଶନ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏହି ସମସ୍ତ ତଥ୍ୟ ମୁଦା ଲଫାଫାରେ ତଥ୍ୟ ଏବଂ ପେନଡ୍ରାଇଭରେ ଥିବା ଡିଜିଟାଲ୍ ରେକର୍ଡ ତଥ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଥିଲା। ନିର୍ବାଚନ କମିଶନ ଏହା ସୁପ୍ରିମକୋର୍ଟରୁ ପାଇବା ପରେ ଏହି ସମସ୍ତ ତଥ୍ୟ ଆଜି ୱେବସାଇଟରେ ଅପଲୋଡ୍ କରିଛନ୍ତି।ବିବୃତ୍ତି ଜାରି କରି ଏହି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ। ନିର୍ବାଚନ କମିଶନ ଜାରି କରିଥିବା ତଥ୍ୟରେ କେଉଁ ଦଳକୁ କେତେ ଟଙ୍କା ମିଳିଛି ଏ ସବୁ ତଥ୍ୟ ରହିଛି। ଏଥି ମଧ୍ୟରେ ବଣ୍ଡ ଜାରି ହୋଇଥିବା ତାରିଖ, କେତେ ଟଙ୍କା ଜମା ହୋଇଛିଷ ବଣ୍ଡର ନମ ବର, ଷ୍ଟେଟ ବ୍ଯାଙ୍କର କେଉଁ ଶାଖା ଏହି ବଣ୍ଡ ଜାରି କରିଛି, ବଣ୍ଡ ଜାରି ହୋଇଥିବା ତାରିଖ ଏବଂ ଅର୍ଥ ଜମା ହୋଇଥିବା ତାରିଖ ମଧ୍ୟ ଉଲ୍ଲେଖ ରହିଛି। ତେବେ ଏଥିରେ ବଣ୍ଡ ଗୁଡିକର ସ୍ଵତନ୍ତ୍ର ନମ୍ବର ପ୍ରଦାନ କରାଯାଇନାହିଁ। ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବାର ଦିନକ ପରେ ଏହି ନିର୍ବାଚନ କମିଶନ ଏହି ରଥ୍ୟ ପ୍ରଦାନ କରିଛନ୍ତି। ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ କରିବାକୁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଭୋଟ ଗ୍ରହଣ ଜୁନ ପହିଲାରେ ଶେଷ ହେବ ।

