spot_img
Home Blog Page 2241

ଆଜି ବିଶ୍ବ ମଧୁମେହ ଦିବସ, ୫ଟି ଜିନିଷ ଖାଇବା କମ୍ କଲେ ବର୍ତ୍ତିପାରିବେ ମଧୁମେହରୁ

ଭୁବନେଶ୍ବର: ଆଜି ବିଶ୍ବ ମଧୁମେହ ଦିବସ । ବିଶ୍ବବ୍ୟାପୀ ପାଳିତ ହେଉଛି ଦିବସ । ବିଶ୍ବର ପ୍ରାୟ ୪୦ କୋଟି ଲୋକ ମଧୁମେହରେ ପୀଡିତ ଥିବାବେଳେ ଏହି ଦିବସ ସଚେତନତା ଲାଗି ବାର୍ତ୍ତା ଦେଇଛି । ଉଚ୍ଚ ରକ୍ତ ଶର୍କରା କାରଣରୁ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ । ସଚେତନ ନହେଲେ ଦୃଷ୍ଟିହୀନତା, ଅଙ୍ଗଛେଦନ, ହୃଦଘାତ, କିଡନୀ ରୋଗ ଆଦିର ଶିକାର ହେବାକୁ ପଡିଥାଏ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ କେବଳ ମଧୁମେହରେ ୨୦୧୬ ରେ ପ୍ରାଣ ହରାଇଥିଲେ ୧୬ ଲକ୍ଷ ଲୋକ । ଏହାର ପ୍ରଭାବ ଏପରି ଯେ ଆସନ୍ତା ୨୦୨୪ ବେଳକୁ ବିଶ୍ବର ପ୍ରାୟ ୬୩ କୋଟି ଲୋକ ମଧୁମେହରେ ପୀଡିତ ହେବେ । ଚିନିର ବ୍ୟବହାର କମ କରିବା, ନିୟମିତ କାମ କରିବା, ଯଥେଷ୍ଟ ପାନୀୟ ଜଳ ପିଇବା, ଶରୀର ଓଜନ ଯାଞ୍ଚ କରିବା, ଧୂମପାନ ତ୍ୟାଗ କରିବା, ଭିଟାମିନ-ଡି ସ୍ତର ସଠିକ୍ ରଖିବା, ଭିଟାମିନଯୁକ୍ତ ଶାଗ ସମେତ ଅନ୍ୟାନ୍ୟ ସବୁଜ ପରିବା ଖାଇବା ଦ୍ବାରା ମଧୁମେହକୁ ନିୟନ୍ତ୍ରଣ କରାଯାଇଥାଏ । ୧୯୫୦ରେ ଆମଷ୍ଟରଡ୍ୟାମରେ ଆନ୍ତର୍ଜାତିକ ମଧୁମେହ ମହାସଙ୍ଘ ବା ଆଇଡିଏଫ ପ୍ରତିଷ୍ଠା ହୋଇଥିଲା । ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହଭାଗିତାରେ ୧୯୯୧ରେ ବିଶ୍ବ ମଧୁମେହ ଦିବସ ପ୍ରତିଷ୍ଠା ହୋଇଥିଲା । ୨୦୦୬ରେ ଜାତିସଂଘ ଏହାକୁ ମାନ୍ୟତା ଦେବା ପରେ ପ୍ରତିବର୍ଷ ୧୪ ନଭେମ୍ବରକୁ ବିଶ୍ବ ମଧୁମେହ ଦିବସ ଭାବେ ପାଳନ କରାଯାଇଆସୁଛି । ୧୯୨୨ରେ ଇନସୁଲିନର ଆବିଷ୍କାର କରିଥିବା ସାର୍ ଫ୍ରେଡରିକ ବାଣ୍ଟିଙ୍ଗଙ୍କ ଜନ୍ମଦିବସକୁ ହିଁ ମଧୁମେହ ଦିବସ ଭାବେ ପାଳନ କରାଯାଉଛି । ବିଶ୍ବର ୧୭୦ରାଷ୍ଟ୍ରରେ ଏହି ଦିବସ ପାଳିତ ହେଉଛି । କାନାଡାର ମହାବିଜ୍ଞାନୀ ଫ୍ରେଡରିକଙ୍କୁ ମେଡିସିନ ଲାଗି ୧୯୨୩ରେ ମିଳିଥିଲା ନୋବେଲ ସମ୍ମାନ ।

ଆଜି ଶିଶୁଦିବସ, ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମଦିନ

ଭୁବନେଶ୍ବର: ଆଜି ଶିଶୁଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମଦିନ । ଏହି ଅବସରରେ ଦେଶର ବିଭିନ୍ନ ସ୍କୁଲରେ ଶିଶୁ ଦିବସ ପାଳନ ହେଉଛି  । ଶିଶୁଙ୍କ ଅଧିକାର, ଶିକ୍ଷା ଓ ମଙ୍ଗଳ ପାଇଁ ଶିଶୁ ଦିବସ ପାଳନ କରାଯାଏ  । ଶିଶୁମାନଙ୍କୁ ପଣ୍ଡିତ ଜବାହରଲାଲ ନେହରୁ ବହୁତ ଶ୍ରଦ୍ଧା କରୁଥିଲେ  । ପିଲାମାନଙ୍କୁ ଈଶ୍ବରଙ୍କ ରୂପ ମନେକରୁଥିଲେ । ଶିଶୁମାନଙ୍କ ସହ ନେହେରୁ ସମୟ ଅତିବାହିତ କରିବାକୁ ଭଲ ପାଉଥିଲେ ।

ସବୁବେଳେ ପିଲାମାନଙ୍କର ସଂସ୍କାର ଓ ଉତ୍ତମ ଶିକ୍ଷା ଉପରେ ଧ୍ୟାନ ରଖୁଥିଲେ ନେହେରୁ  । ଦେଶର ଆଗାମୀ ପିଢ଼ି ଶିଶୁମାନେ ହୋଇଥିବାରୁ ସେମାନଙ୍କ ଶାରିରୀକ ଓ ମାନସିକ ବିକାଶ ନେଇ ସବୁବେଳେ ଧ୍ୟାନ ଦେଇଆସୁଥିଲେ  । ୧୯୬୪ ମସିହା ମଇ ୨୭ରେ ନେହରୁଙ୍କ ପରଲୋକ ହୋଇଥିଲା  । ସେହି ବର୍ଷଠାରୁ ତାଙ୍କର ଜନ୍ମଦିନକୁ ଶିଶୁଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା  । ଯାହାକି ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁଦିବସ ରୂପେ ପାଳନ କରାଯାଉଛି  । ଏଥିସହ ପଣ୍ଡିତ ଜବାହରଲାଲ ନେହରୁଙ୍କୁ ମଧ୍ୟ ନବଭାରତ ନିର୍ମାତା ବୋଲି କୁହାଯାଉଛି । ଜବାହାର ଲାଲ ନେହେରୁ ସମସ୍ତଙ୍କ ପ୍ରିୟ ଚାଚା ନେହେରୁ ନାମରେ ବେଶ୍ ପରିଚିତ ଥିଲେ  ।

କରାଚି ବନ୍ଦରରେ ଚୀନର ସମରସଜ୍ଜା, ଦକ୍ଷିଣ ଏସିଆରେ ହଲଚଲ

ନନ୍ଦିଘୋଷ ବ୍ୟୁରୋ: କରାଚି ବନ୍ଦରରେ ଚୀନର ସମରସଜ୍ଜା । ଉଭୟ ପାକିସ୍ତାନ ଓ ଚୀନ ପକ୍ଷରୁ ସର୍ବବୃହତ ନୌସମରାଭ୍ୟାସ ହେବାକୁ ଯାଉଥିବାବେଳେ ଏହାକୁ ନେଇ ଦକ୍ଷିଣ ଏସିଆ ହୋଇଛି ହଲଚଲ । ଭାରତୀୟ ମହାସାଗରରେ ଚୀନ ନିଜର ପ୍ରଭୁତ୍ବ ବିସ୍ତାର କରିବାକୁ ଯୋଜନା ଜାରି ରଖିଥିବାବେଳେ ସି ଗାର୍ଡିଆନ-୩ ସମରାଭ୍ୟାସକୁ ଗୁରୁତ୍ବ ଦିଆଯାଉଛି ।

ଗତ ୫ ବର୍ଷ ଧରି ଭାରତ ମହାସାଗରରେ ଚୀନର ବହୁ ଗୁପ୍ତଚର ଜାହାଜ ପଇଁତରା ମାରିବା ଦେଖାଯାଉଛି । ଗତବର୍ଷ କଲମ୍ବୋରେ ସି ୟାନ ୬ ଜାହାଜ ମୁତୟନ ହୋଇଥିବାକୁ ନେଇ ଅନେକ ସସପେନସ ପ୍ରକାଶ ପାଇଥିଲା । ମୁତୟନ ହୋଇଥିବା ଜାହାଜ ମଧ୍ୟରେ ରହିଛି ଟାଇପ ୦୩୯ ଡିଜେଲ ଇଲେକ୍ର୍ଟିକ ସବମେରିନ । ଏହି ଜାହାଜ ନୌସେନାର ଅନେକ ଗୋପନୀୟ ତଥ୍ୟ ହାସଲ କରିବା କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଗତ ୨୦୧୩ରୁ ଚୀନର ପିପୁଲସ ଲିବରେସନ ଆର୍ମି ନାଭି ବା ପ୍ଲାନ ପକ୍ଷରୁ ଭାରତ ମହାସାଗରରେ ୮ ଥର ବୁଡାହାହାଜ ମୁତୟନ ହେଲାଣି ।

କରାଚି ବନ୍ଦରରେ ଚୀନର ଟାଇପ-୯୨୬ ସବମେରିନ ମୁତୟନ ହୋଇଥିବାବେଳେ ଟାଇପ ୫୨ ଡି ଡେଷ୍ଟ୍ରୟର, ଦୁଇଟି ଟାଇପ ୫୪ ଫ୍ରିଗେଟ, ଟାଇପ ୯୦୩ ଜାହାଜ ମୁତୟନ ହୋଇଛି । ଦୂରଗାମୀ ଅପରେସନ କରିବାରେ ଏହି ସବୁ ଜାହାଜ ସକ୍ଷମ । ଗତବର୍ଷ ଭାରତର ପ୍ରତିବାଦ ସତ୍ତ୍ବେ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଡେରା ପକାଇଥିଲା ଚୀନ ଜାହାଜ ଓ୍ବାନ ଓ୍ବାଙ୍ଗ ୫ । ଏପରିକି ଓଡିଶାସ୍ଥିତ ଅବଦୁଲ କଲାମ ଦ୍ବୀପରୁ ଭାରତୀୟ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ପର୍କରେ ଗୋପନ ତଥ୍ୟ ହାସଲ ଏହାର ଉଦ୍ଦେଶ୍ୟ ଥିଲା ବୋଲି ଅଭିଯୋଗ ହୋଇଥିଲା ।

ଉତ୍ତରକାଶୀରେ ଟନେଲ ଧସିବା ଘଟଣା: ଆସନ୍ତାକାଲି ସମସ୍ତଙ୍କୁ ଉଦ୍ଧାର କରାଯିବା ସମ୍ଭାବନା

ଉତ୍ତରକାଶୀ: ଉତ୍ତରକାଶୀରେ ଟନେଲ ଧସିବା ଘଟଣା । ଘଟଣାସ୍ଥଳରେ ଜାରି ରହିଛି ମେଗା ରେସ୍କ୍ୟୁ ଅପରେସନ । ବୁଧବାର ହିଁ ସମସ୍ତଙ୍କୁ ଉଦ୍ଧାର ସମ୍ଭାବନା ରହିଛି ବୋଲି କହିଛନ୍ତି ଉତ୍ତରକାଶୀ ବିପର୍ଯ୍ୟୟ ପରିଚାଳନା ସମ୍ପାଦକ ରଞ୍ଜିତ କୁମାର ସିହ୍ନା । ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ଏକ ଏସ୍କେପ ପାସେଜ ତିଆରି ହୋଇଛି । ଏହାର ଦୂରତା ପ୍ରାୟ ୬୦ ମିଟର ।

୨୦ ମିଟରର ସ୍ଲାବକୁ ବାହାର କରାଯାଇଛି । ପାସେଜର ଆଉ ୩୫ ମିଟର ରାସ୍ତା ବାକି ରହିଛି । ଶ୍ରମିକଙ୍କ ନିକଟରେ ମେଡିସିନ, ବିଦ୍ୟୁତ, ଖାଦ୍ୟ, ପାନୀୟ ଓ ଅମ୍ଳଜାନ ସଫଳତାର ସହ ପହଞ୍ଚାଯାଉଛି । ଓ୍ବାଇଫାଇ ଜରିଆରେ ସେମାନଙ୍କ ସହ ଯୋଗାଯୋଗ ଜାରି ରହିଛି । ଟନେଲ ହେଉଥିବା ଅଞ୍ଚଳରେ ଭୂସ୍ଖଳନ ହେବା ଯୋଗୁ ଟନେଲ ଭିତର ଧସିଥିଲା ବୋଲି କୁହାଯାଇଛି । ବାରମ୍ବାର ମାଟି ଧସିବା ଯୋଗୁ ଉଦ୍ଧାର ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି ।

ହାଇଡ୍ରୋଲିକ ଜ୍ୟାକ ଜରିଆରେ ୯୦୦ ମିଲିମିଟର ଓସାରର ଏକ ପାଇପକୁ ଟନେଲ ଭିତରକୁ ପଠାଯିବା ପରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଆଶା ରଖିଛନ୍ତି ରେସ୍କ୍ୟୁ ଟିମ । ରେସ୍କ୍ୟୁ ଅପରେସନରେ ଜଳସେଚନ ବିଭାଗ ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି । ସିଲ୍କୟାରାରୁ ଗଙ୍ଗୋତ୍ରୀ –ଯମୁନେତ୍ରୀକୁ ସଂଯୋଗ କରୁଥିବା ସାଢେ ଚାରି କିଲୋମିଟରର ଟନେଲର ଆରମ୍ଭରୁ ପ୍ରାୟ ୪୦୦ ମିଟର ବଫର ଜୋନରେ ଫସିଛନ୍ତି  ।

ଅନ୍ୟପଟେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନଙ୍କୁ ସୁରକ୍ଷିତ ଉଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକ୍ରିୟା ଜାରି ରହିଛି । ସେମାନେ ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ବାସିନ୍ଦା । ଏନେଇ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶକ ଦିଲୀପ ରାଉତରାଏ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅନୁରୋଧ କରିଛନ୍ତି । ଓଡିଶା ଶ୍ରମିକ ମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ଓ ଉତ୍ତରାଖଣ୍ଡ ରାଜ୍ୟ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଇଛି ।

ଜମୁଛି ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର, ଭୋପାଳରେ ଗ୍ରାଣ୍ଡ ରୋଡ ସୋ’ରେ ରାହୁଲ

ମଧ୍ୟପ୍ରଦେଶ: ଜମୁଛି ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର । ଆସନ୍ତା ୧୭ରେ ମଧ୍ୟପ୍ରଦେଶ ନିର୍ବାଚନ ହେବାକୁ ଯାଉଥିବାବେଳେ କଂଗ୍ରେସ ପକ୍ଷରୁ ହୋଇଛି ଜୋରଦାର ପ୍ରଚାର । ବିଭିନ୍ନ ଅଞ୍ଚଳକୁ ତୋଫାନି ଗସ୍ତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭୋପାଳରେ ଗ୍ରାଣ୍ଡ ରୋଡ ସୋ କରିଛନ୍ତି ରାହୁଲ । ସେ କହିଛନ୍ତି ଯେଉଁଠି ବିଜେପି ସରକାର କରିଥାଏ ସେଠାରେ ଦୁର୍ନୀତି ଘଟିଥାଏ । କୋଟିପତିଙ୍କ ସୁରକ୍ଷା କରିଥାଏ ଦଳ । ମଧ୍ୟପ୍ରଦେଶରେ ବିଜେପି ସରକାର ଅମଳରେ ପ୍ରଗତି ଘଟିନାହିଁ । ଜିଏସଟି ଜରିଆରେ କୃଷକଙ୍କୁ ଶୋଷଣ କରାଯାଉଛି । ବେରୋଜଗାରୀ ଶୀର୍ଷ ସ୍ଥାନରେ ପହଞ୍ଚିଛି । କର୍ଣ୍ଣାଟକରେ ବିଜେପିର ସ୍ବପ୍ନ ମଉଳି ଗଲା । ମଧ୍ୟପ୍ରଦେଶରେ କଂଗ୍ରେସ ୧୫୦ ଆସନ ପାଇବ ବୋଲି ଜୋର ଦେଇକହିଛନ୍ତି ରାହୁଲ । ଭ୍ରଷ୍ଟାଚାରରେ ମଧ୍ୟପ୍ରଦେଶ ସରକାର ସମସ୍ତ ରେକର୍ଡ ଭଙ୍ଗ କରିଛନ୍ତି ବୋଲି ସେ କହିଛନ୍ତି ।

ବିଜୟଧାରା ଜାରି ରଖିବ କି ଟିମ୍ ଇଣ୍ଡିଆ?

ମୁମ୍ବାଇ: ୱାଙ୍ଖଡେରେ ଜବରଦସ୍ତ ହେବ ଫାଇଟ୍। ମୁହାଁମୁହିଁ ହେବେ ବିଶ୍ବକପର ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଓ ନ୍ୟୁଜିଲାଣ୍ଡ। ଖେଳାଯିବ ପ୍ରଥମ ସେମିଫାଇନାଲ। ଚଳିତ ବିଶ୍ବକପରେ ବିଜୟଧାରା ଜାରି ରଖିଛି ଭାରତ। ଲଗାତର ୯ଟି ଲିଗ୍ ବିଜୟ ସହ ଟିମ ଇଣ୍ଡିଆର ମନୋବଳ ଦୃଢ ରହିଛି । ସମସ୍ତ ପ୍ଲେୟାର ଫର୍ମରେ ଅଛନ୍ତି୍। ବୋଲିଂରେ ଚମକପ୍ରଦ ପ୍ରଦର୍ଶନ ଦଳର ଆତ୍ମବିଶ୍ବାସ ଆହୁରି ବଢାଇଛି । ବ୍ୟାଟ୍ସମ୍ୟାନ୍ ପୂର୍ବରୁ ଏହା ପ୍ରମାଣ କରି ସାରିଛନ୍ତି। ତେବେ ୨୦୧୯ର ଇତିହାସ ଦୋହରାଇବାକୁ ଚାହିଁବେନି ରୋହିତ ଆଣ୍ଡ କୋ। ଏଥର ସେମି ଜିତି ଫାଇନାଲ ହାତେଇବାକୁ ଲକ୍ଷ୍ୟ ରଖିଛି।

ମୁମ୍ବାଇର ୱାଙ୍ଖଡେରେ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ। ବେଶ ଦମଦାର ହେବ ଏହି ମ୍ୟାଚ୍ । ଭାରତ ଏବଂ କିୱି ଦଳ ମଧ୍ୟରେ ଚାଲିବ ହାଇଭୋଲଟେଜ ଟକ୍କର। ମଝିରେ ଆଉ ଗୋଟିଏ ଦିନ । ସେମିରେ ବିଜୟ ନେଇ ଭାରତର ମନୋବଳ ଦୃଢ ରହିଛି  ।  ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରହିଛି ଟିମ ଇଣ୍ଡିଆ। ଭାରତ ସେମି ଜିତି ଫାଇନାଲକୁ କବଜା କରିବାକୁ ଲକ୍ଷ୍ୟ ରଖିଛି। ଲିଗ୍ ପର୍ୟ୍ୟାୟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବାରୁ ରୋହିତ ବାହିନୀ ମଧ୍ୟରେ ବିଜୟ ନେଇ ଭରି ରହିଛି ଆତ୍ମବିଶ୍ବାସ । ଆଉ ଏହାକୁ ପଡିଆରେ କରି ଦେଖାଇବ ଟିମ ଇଣ୍ଡିଆ।

୨୦୧୯ ବିଶ୍ବକପ ସେମିରେ ନ୍ୟୁଜିଲାଣ୍ଡ ସହ ଭାରତର ସାମ୍ନାସାମ୍ନି ହୋଇଥିଲା । ମାଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚରେ ୧୮ ରନରେ ହାରିଥିଲା ଭାରତ । ବର୍ଷା ଯୋଗୁଁ ଦୁଇ ଦିନ ଧରି ଖେଳାଯାଇଥିଲା ଏହି ସେମିଫନାଲ। ସେଇ ଇତିହାସର ପୁନରାବୃତ୍ତି କରିବାକୁ ଚାହିଁବନି ଭାରତ। ଏଥର ଭାରତ ପାଖରେ ବଛାବଛା ଖେଳାଳି ରହିଛନ୍ତି । ସ୍ପେଶାଲିଷ୍ଟ ପେସର ଭାରତର ଦମ୍ଭ । ମହମ୍ମଦ ସାମି, ମହମ୍ମଦ ସିରାଜ, ଜସପ୍ରୀତ ବୁମରା ଭଳି ପେସର ବିଶ୍ବର ଯେକୌଣସି ବ୍ୟାଟସମ୍ୟାନର ୱିକେଟ ଦୋହଲାଇବାକୁ ସକ୍ଷମ। କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜାଙ୍କ ସ୍ପିନ ନ୍ୟୁଜିଲାଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି । ଏହାସହ ଟିମ ଇଣ୍ଡିଆର ଶକ୍ତିଶାଳୀ ମିଡିଲ୍ ଅର୍ଡର ପ୍ରତିପକ୍ଷର ଟାର୍ଗେଟ୍ ପୂରଣ କରିବାକୁ ଦମ୍ଭ ରଖିଛନ୍ତି । କ୍ୟାପଟେନ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି, କେ.ଏଲ ରାହୁଲ ଓ ଶ୍ରେୟାସ ଆୟର ଟପ୍ ଫର୍ମରେ ଅଛନ୍ତି ।

ନ୍ୟୁଜିଲାଣ୍ଡ ମଧ୍ୟ ଭଲ ଫର୍ମରେ ରହିଛି । ଦିନିକିଆ ରେକର୍ଡରେ ଭାରତ ଆଗରେ ଥିବାବେଳେ ବିଶ୍ବକପ ରେକର୍ଡରେ କିୱି ଦଳ ଆଗରେ ରହିଛି । ବ୍ୟାଟର ରଚିନ ରବୀନ୍ଦ୍ର ଟପ୍ ଫର୍ମରେ ଅଛନ୍ତି । ୱିଲିମସନ, କନୱେ ଚଳିତ ବିଶ୍ବକପରେ ଦମଦାର ଖେଳ ଦେଖାଇଛନ୍ତି । ସେହିପରି ଟିମ ସାଉଦି, ଲକି ଫର୍ଗୁସନ ଏବଂ ଟ୍ରେଣ୍ଟ ବୋଲ୍ଟ ଯେକୌମସି ସମୟରେ ବୋଲିଂରେ ପଟ୍ଟ ପରିବର୍ତ୍ତନ କରିବାର ଶକ୍ତି ରଖିଛନ୍ତି । କେବେ ବିଶ୍ବକପ ଜିତିନଥିବା ନ୍ୟୁଜିଲାଣ୍ଡ ମଧ୍ୟ ଏଥର ବିଶ୍ବକପ ହାତେଇବାକୁ ଟାର୍ଗେଟ କରିଛି ।

ପୁଣି ୧୦ ହଜାର ଟଙ୍କାର ତଣ୍ଡ ଗଣିବେ ବିଧାୟକ ମହମ୍ମଦ ମୋକିମ୍

କଟକ :  ୧୦ ହଜାର ଟଙ୍କାର ତଣ୍ଡ ଦେବେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ୨୦୧୯ ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମୋକିମ୍ ୨୦୧୯ ନିର୍ବାଚନରେ ଅନିୟମିତତା କରିଥିବା ନେଇ ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ବିଜେଡି ପ୍ରାର୍ଥୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ।

ସେହି କ୍ରମରେ ଆଜି ମହମ୍ମଦ ମୋକିମଙ୍କ ପକ୍ଷରୁ ତାଙ୍କ ଓକିଲ ଯୁକ୍ତି ଉପସ୍ଥାପନା କରିବା ପାଇଁ ଧାର୍ଯ୍ୟ ହୋଇଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ୧୫ଦିନ ସମୟ ମାଗିବାରୁ କୋର୍ଟ ମୋକିମଙ୍କ ଉପରେ ଏହି ଫାଇନ ଲଗାଇଛନ୍ତି । କୋର୍ଟ ତାଙ୍କୁ ୭ଦିନ ସମୟ ଦେବା ସହ ଆସନ୍ତା ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି | ପୂର୍ବରୁ ମଧ୍ୟ ମହମ୍ମଦ ମୋକିମକୁ ଦୁଇ ଦୁଇଥର ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ହାଇକୋର୍ଟ ।

ଇସ୍ତଫା ଦେଲେ ପାକିସ୍ତାନ ବୋଲିଂ କୋଚ

ଇସଲାମବାଦ: ପାକିସ୍ତାନ ବୋଲିଂ କୋଚ ମର୍ଣ୍ଣି ମର୍କେଲ ଇସ୍ତଫା ଦେଇଛନ୍ତି । ମାତ୍ର ୫ ମାସ ମଧ୍ୟରେ ସେ ଇସ୍ତଫା ଦେଇଛନ୍ତି । ଗତ ଜୁନ ମାସରେ ମର୍କେଲ ବୋଲିଂ କୋଚଭାବେ ଦାୟିତ୍ବ ଗ୍ରହଣ କରିଥିବାବେଳେ ୬ ମାସ ପାଇଁ ଚକ୍ତି କରିଥିଲେ । ଚଳିତ ବିଶ୍ବକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ସମାଲୋଚନା କରାଯାଉଛି । କୁହାଯାଉଥିଲା କି, ବାବର ଅଧିନାୟକ ପଦ ଛାଡ଼ିବେ । ମାତ୍ର ଏହା ପୂର୍ବରୁ ବୋଲିଂ କୋଚ୍ ଇସ୍ତଫା ଦେଇଥିବା ପିସିବି ତଥା ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ମର୍କେଲଙ୍କ ସ୍ଥାନରେ ପାକିସ୍ତାନର ପୂର୍ବତନ ବୋଲର ଉମର ଗୁଲଙ୍କୁ ବୋଲିଂ କୋଚଭାବେ ନିଯୁକ୍ତ କରାଯାଇଛି ।

ସୂଚନା ଥାଉକି, ଚଳିତ ବିଶ୍ବକପରେ ପାକିସ୍ତାନ ୪ ମ୍ୟାଚ ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଦଳ ସେମି ରେସରୁ ବାଦ ପଡ଼ିବା ସହ ଲଗାତାରା ପରାଜୟ ଦଳକୁ ସମାଲୋଚନାର ଶିକାର ସଜାଇଥିଲା । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦଳର ପରାଜୟକୁ ବହୁ କ୍ରିକେଟପ୍ରେମୀ ସହି ପାରିନଥିଲେ । ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମଧ୍ୟ ପରାଜୟ ବରଣ କରିବା ସହ ସେମି ରେସରୁ ବାଦ ପଡ଼ିଛି ପାକିସ୍ତାନ । ଦଳର ଖେଳାଳି ସାଙ୍ଗକୁ ଦିଗଜ କ୍ରିକେଟରମାନେ ନିଜର ପରାଜୟକୁ ସହଜରେ ଗ୍ରହଣ କରିପାରୁ ନଥିବାବେଳେ ଭାରତର ବିଜୟକୁ ମଧ୍ୟ ସହିପାରୁନାହାନ୍ତି ।

ହ୍ୱାଟ୍ସଆପ୍ ଚଲାଇବା ପାଇଁ ଦେବାକୁ ପଡିବ ଟଙ୍କା !

ନନ୍ଦିଘୋଷ ବ୍ୟୁରୋ : ଆଉ ମଗଣା ସେବା ଦେବ ନାହିଁ ହ୍ୱାଟ୍ସଆପ୍ । ଏଣିକି ହ୍ୱାଟ୍ସଆପ୍ ଚଲାଇବା ପାଇଁ ଦେବାକୁ ପଡିବ ଟଙ୍କା । ଗତ କିଛି ମାସ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଯେଉଁଥିରେ ପେଡ୍ ସବସ୍କ୍ରିପସନ୍ ମଧ୍ୟ ଅନ୍ତର୍ଭୁକ୍ତ । ଗୋଟିଏ ପଟେ ଏକ୍ସ( ଟ୍ବିଟର)  ଏହାର ସେବା ପାଇଁ  ଟଙ୍କା ଚାର୍ଜ କରିବାକ ଆରମ୍ଭ କରିଥିବା ବେଳେ ଇନଷ୍ଟାଗ୍ରାମ ବର୍ତ୍ତମାନ ବ୍ଲୁଟିକ୍ ପାଇଁ ଟଙ୍କା ଆଦାୟ କରୁଛି ।

ହେଲେ ୟୁଜର୍ସ ମାନେ ଭାବି ବି ନଥିବେ କି ଏବେ ସେମାନଙ୍କ ପାଇଁ ଆଉ ଏକ ଦୁଃଖଦ ଖବର ଆସିବାକୁ ଯାଉଛି । ବହୁଳ ବ୍ୟବହାର ହେଉଥିବା ଆପ୍ ବା ଚାର୍ଟିଂ ପ୍ଲାଟଫର୍ମ ‘ହ୍ୱାଟ୍ସଆପ୍’ ମଧ୍ୟ ଖୁବ୍ ଶୀଘ୍ର ଏହି ସମାନ ମାର୍ଗ ଆପଣାଇବାକୁ ଯାଉଛି । କୁହାଯାଉଛି କି , ଆଉ କିଛି ଦିନ ପରେ ହ୍ୱାଟ୍ସଆପରେ ସବସ୍କ୍ରିବସନ୍ ପ୍ଲାନ୍ ଆସିବାକୁ ଯାଉଛି, ଯେଉଁରେ ବ୍ୟବହାରକାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ଦେୟ ଭରିବାକୁ ପଡିବ  ।

ଆପଣଙ୍କୁ କହି ରଖୁଛୁ ଯେ, ନିକଟରେ ହ୍ୱାଟ୍ସଆପ୍ ତରଫରୁ ଏହା ନେଇ ଆଲୋଚନା କରାଯାଇଛି ଏପରି  ନିଷ୍ପତି ନିଆଯାଇଛି ବୋଲି ଜଣାପଡିଛି । ଯାହା କି, କମ୍ପାନୀ ଆଉ ବେଶିଦିନ ଯାଏଁ ମାଗଣା ସେବା ଦେବ ନାହିଁ ବରଂ ୟୁଜର୍ସ ମାନଙ୍କ ଠାରୁ ଦେୟ ନେଇ ସେବା ଯୋଗାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି  । ଏହି କଥା ସବୁ ୟୁଜର୍ସଙ୍କୁ ଚିନ୍ତାରେ ପକାଇବ ଦେବ କାରଣ ଏପରି କେହି ବ୍ୟକ୍ତି ନଥିବେ ଯାହାଙ୍କ ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ ନଥିବ ।

ଯଦି ଏପରି ପ୍ଲାନ୍ ହ୍ୱାଟ୍ସଆପ୍ ପକ୍ଷରୁ ଆରମ୍ଭ ହେବ ତେବେ ମାସିକିଆ ବା ବର୍ଷିକିଆ ସବସ୍କ୍ରିବସନ୍ ପ୍ଲାନ୍ ରହିପାରେ ବୋଲି ଆଲୋଚନା କରାଯାଉଛି । ସୂଚନା ଅନୁଯାୟୀ, ଏହି ଦେୟ ଯୁକ୍ତ ପ୍ଲାନ୍ ଲାଗୁ ହେବା ପାଇଁ କିଛି ମାସ ଅବା ଆସନ୍ତା ବର୍ଷର ପ୍ରଥମ ମାସରୁ ଲାଗୁ ହୋଇପାରେ ।

ଆହୁରି କୁହାଯାଉଛି କି, ଯଦି ଆପଣଙ୍କୁ ହ୍ୱାଟ୍ସଆପରେ ବିଜ୍ଞାପନରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି , ତେବେ ଆପଣଙ୍କୁ ଅଲଗା ଏକ ସବସ୍କ୍ରିବସନ୍ ପ୍ଲାନ୍ କିଣିବାକୁ ପଡିବ  । କମ୍ପାନୀ ଅନ୍ୟ କୌଣସି ସେବା ପାଇଁ  ଦେୟ ଚାର୍ଜ ନ କଲେ ବି ଆପଣଙ୍କୁ ବିଜ୍ଞାପନ ବିହୀନ ହ୍ୱାଟ୍ସଆପ୍ ଚଲାଇବାକୁ ହେଲେ ଏହି ପ୍ଲାନ୍ ପାଇଁ ଟଙ୍କା ଦେବାକୁ ପଡିପାରେ  ।  ଏହି ପ୍ଲାନ୍ ପ୍ରଥମେ ଆମେରିକା ଏବଂ କାନାଡାରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି  ।

 

ଏମ୍ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟରେ ପ୍ରଥମ ଅଭିନବ “ଟ୍ରାଭେଲ୍ ହେଲଥ୍ କ୍ଲିନିକ୍”ର ଶୁଭାରମ୍ଭ

ଭୁବନେଶ୍ୱର: ନିରାପଦ ଏବଂ ସୁସ୍ଥ ଭ୍ରମଣ ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ସୁରକ୍ଷା ଦେବାରେ ଟ୍ରାଭେଲ ମେଡିସିନର ଭୂମିକା ସମୟର ବଡ଼ ଆହ୍ଵାନ। ତେଣୁ ବିଦେଶ ଯାତ୍ରା କରିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଗୋଟିଏ ସ୍ଥାନରେ ପୂର୍ଣ୍ଣାଙ୍ଗ ସୂଚନା ଉପଲବ୍ଧ ହେବା ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି ଆଜି ଏମ୍ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟର ପ୍ରଥମ ଅଭିନବ “ଟ୍ରାଭେଲ୍ ହେଲଥ୍ କ୍ଲିନିକ୍”ର ଶୁଭାରମ୍ଭ ହୋଇଯାଇଛି। ବିଦେଶ ଯାତ୍ରୀଙ୍କ ପାଇଁ ସମସ୍ତ ସୂଚନା ସହିତ ପୂର୍ଣ୍ଣାଙ୍ଗ ସେବା ଯୋଗାଇବାରେ ଦେଶରେ ଅନନ୍ୟ ସ୍ବାସ୍ଥ୍ୟ ଅନୁଷ୍ଠାନ ପାଲଟିଥିବା ପ୍ରକାଶ କରିଛନ୍ତି ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ।

ଏମ୍ସ ଭୁବନେଶ୍ଵର କମ୍ୟୁନିଟି ମେଡିସିନ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଟ୍ରାଭେଲ୍ ହେଲଥ୍ କ୍ଲିନିକ୍ ସପ୍ତାହର ପ୍ରତି ସୋମବାର ଏବଂ ଗୁରୁବାର ଅପରାହ୍ନ ଦୁଇରୁ ଚାରିଟା ପର୍ଯ୍ୟନ୍ତ କାମ କରିବ। ବାହାର ଦେଶରେ ଥିବା ବିଭିନ୍ନ ସଂକ୍ରାମକ ରୋଗ ସହିତ ଅନ୍ୟାନ୍ୟ ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ନିମନ୍ତେ ଏହି ବ୍ୟବସ୍ଥାର ସହଯୋଗ ନେବାକୁ ଡ. ବିଶ୍ଵାସ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ଜୀବିକା ଅନ୍ୱେଷଣରେ ବାହାର ଦେଶକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଏହି କ୍ଲିନିକ୍ ବେଶ ସହାୟକ ହେବବୋଲି ଡ. ବିଶ୍ଵାସ ଆଶାବ୍ୟକ୍ତ କରିଛନ୍ତି।

ଆଜିର ଉଦ୍‌ଘାଟନୀ ସମାରୋହରେ ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ଵାସଙ୍କ ସମେତ ମେଡିକାଲ୍ ଅଧୀକ୍ଷକ ଡ. ଦିଲୀପ କୁମାର ପରିଡ଼ା, ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ. ବିଜୟ କୁମାର ପାଣିଗ୍ରାହି, ଭାରତ ସରକାରଙ୍କ ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶିକା ଡ. ସୁଚିତ୍ରା ସାସମଲ୍, ରାଜ୍ୟ ଟୀକାକରଣ ଅଧିକାରୀ ଡ. ତାପସ ପାତ୍ର, ଭୁବନେଶ୍ଵର ବିମାନବନ୍ଦର ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ବିଶ୍ୱରଂଜନ ଦାଶ, କମ୍ୟୁନିଟି ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ମୁଖ୍ୟ ଡ. ସୋନୁ ହାଙ୍ଗମା ସୁବା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସ୍ଵତନ୍ତ୍ର କ୍ଲିନିକ୍ ସପ୍ତାହରେ ଦୁଇଥର ଚାଲିବ ଏବଂ ଆସୁଥିବା ଯାତ୍ରୀମାନଙ୍କୁ ୟେଲୋ ଫିଭର ଟିକା ଭଳି କେତେକ ଦେଶ ଆବଶ୍ୟକ କରୁଥିବା ନିର୍ଦ୍ଦିଷ୍ଟ ଟିକା ସହିତ ଅତ୍ୟାବଶ୍ୟକ ଟୀକାକରଣ ସେବା, ଯାତ୍ରା ସମୟରେ ସୁସ୍ଥ ଆଚରଣ ବିଷୟରେ ପରାମର୍ଶ, ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ କଷ୍ଟୋମାଇଜଡ୍ ମେଡିକାଲ୍ କିଟ୍ ଏବଂ ଅନ୍ୟାନ୍ୟ ପରାମର୍ଶ ଯୋଗାଇଦେବ। ଏମ୍ସ ସିଏମ୍ଏଫ୍ଏମ ବିଭାଗରେ ବାର୍ଷିକ ପ୍ରାୟ ୩୫୦୦ ହିତାଧିକାରୀ ହଳଦିଆ ଜ୍ୱର ଟିକା ନେଉଛନ୍ତି। ଅଜ୍ଞାତ ଯାତ୍ରୀଙ୍କ ମାଧ୍ୟମରେ ‘ବିଦେଶୀ’ ସଂକ୍ରାମକ ଏଜେଣ୍ଟଙ୍କ ପରିଚୟକୁ ରୋକିବା ପାଇଁ ଓଡ଼ିଶା ପ୍ରବେଶର ଦୁଇଟି ପଏଣ୍ଟ ଯଥା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱର ଏବଂ ପାରାଦୀପ ବନ୍ଦର ଉପରେ ନଜର ରଖିବାର ଗୁରୁତ୍ୱ ଉପରେ ଅତିଥିମାନେ ଗୁରୁତ୍ଵ ପ୍ରଦାନ କରିଥିଲେ।