ନୂଆଦିଲ୍ଲୀ: ଦିଲ୍ଲୀରେ ଜେଜେମା ସହ ପାର୍କ ବୁଲିବାକୁ ଯାଇ ୫ ବର୍ଷର ଶିଶୁ ନିଖୋଜ। ଖୋଜାଖୋଜି କଲେ ବି ମିଳୁନି ପତ୍ତା। ନିଖୋଜ ଶିଶୁର ଘର ଭୁବନେଶ୍ବରରେ। ଦିଲ୍ଲୀ କ୍ରୀଷ୍ଣାନଗରରେ ନିଜ ବାପା, ମା ଓ ଜେଜେମା ରହୁଥିଲେ। ହେଲେ ଆଜି ସକାଳୁ ପାର୍କକୁ ବୁଲିବାକୁ ଯାଇଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଛି ୫ ବର୍ଷର ଶିଶୁ ପୁତ୍ର। ଏନେଇ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଜରି ରଖିଛି। ଶିଶୁର ବାପା ଦିଲ୍ଲୀରେ ଏକ ଘରୋଇ କମ୍ପାନୀ ଚାକିରି କରିଛନ୍ତି। ଯଦି କେହି ଶିଶୁ ପୁତ୍ର ସମ୍ପର୍କରେ ସୂଚନା ପାଆନ୍ତି, ତେବେ 8700609483 ନମ୍ବରରେ ଯୋଗାଯୋଗ କରିବାକୁ ପରିବାର ଲୋକ ଅନୁରୋଧ କରିଛନ୍ତି।
କେବେ ଘୋଷଣା ହେବ ନିର୍ବାଚନ ତାରିଖ?
ନନ୍ଦିଘୋଷ ବ୍ୟୁରୋ: ଦେଶରେ କୌଣସି ମୁହୂର୍ତ୍ତରେ ହୋଇପାରେ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା। ଆଜି ସଂଧ୍ଯା କିମ୍ବା ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା ସମ୍ଭାବନା ରହିଛି। ଦେଶରେ ନିର୍ବାଚନ ନେଇ ପୋଲ୍ ପ୍ଯାନେଲ ଗତକାଲି ଜାମମୁ ଓ କାଶ୍ମୀରରେ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ସାରା ଦେଶରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ ସମ୍ପନ୍ନ ହୋଇଥିବାବେଳେ କେତେବେଳେ ବି ତାରିଖ ଘୋଷଣା ହୋଇପାରେ। ଏହା ପୂର୍ବରୁ ୨୦୧୯ରେ ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ। ଏପ୍ରିଲ ୧୧ରୁ ମେ ୧୯ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତ ସାଧାରଣ ନିର୍ବାଚନ ଭଳି ଏଥର ମଧ୍ୟ ଏପ୍ରିଲ ଏବଂ ମେ ମାସରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ସମ୍ଭାବନା ରହିଛି। ଏକାଧିକ ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଦେଶର ସାଧାରଣ ନିର୍ବାଚନ।୧୭ତମ ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ ୧୬ ତାରିଖରେ ଶେଷ ହେଉଛି।
୨୦୧୯ ନିର୍ବାଚନରେ ବିଜେପିର ବିପୁଳ ବିଜୟ ହୋଇଥିଲା। ମୋଟ ୩୦୩ ଆସନରେ ବିଜୟୀ ହୋଇଥିଲା ବିଜେପି। ନିର୍ବାଚନରେ ଅଧିକ ସଂଖ୍ଯାରେ ମହିଳା ଭୋଟର ଅଂଶଗ୍ରହଣ କରିଥିଲେ। ଏନଡିଏ ପ୍ରାର୍ଥୀ ମୋଟ ୩୫୩ ଆସନରେ ବିଜୟୀ ହୋଇଥିଲେ। କଂଗ୍ରେସକୁ ମାତ୍ର ୫୨ ସିଟ୍ ମିଳିଥିଲା। ତେବେ ମୋଟ ୧୦ ପ୍ରତିଶତ ଆସନ ପାଇନଥିବାରୁ କଂଗ୍ରେସକୁ ବିରୋଧୀ ଦଳ ନେତା ପଦ ଦାବି କରିପାରିନଥିଲା। ୟୁପିଏକୁ ମୋଟ ୯୧ ଆସନ ମିଳିଥିଲା। ଅନ୍ୟ ଦଳ ୯୮ ଆସନ ଜିତିଥିଲେ। ଏଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ଶୁଣିବାକୁ ମିଳୁଛି। ୨୦୧୪ ସାଧାରଣ ନିର୍ବାଚନରେ ମୋଟ ୯ଟି ପର୍ଯ୍ଯାୟରେ ଭୋଟ ଗ୍ରହଣ ହୋଇଥିଲା।
ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ଆହତ
ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ଆହତ। ତାଙ୍କ କପାଳରେ କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ମମତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ନେଇ ସୂଚନା ଦେଇଛି ତୃଣମୂଳ କଂଗ୍ରେସ। ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ କପାଳରୁ ରକ୍ତ ବାହାରିବା ଦେଖାଯାଉଛି। ବର୍ଦ୍ଧମାନରୁ କୋଲକାତା ଫେରିବା ବାଟରେ ଏକ କାର୍ ଦୁର୍ଘଟଣାରେ ସେ ଆହତ ହୋଇଛନ୍ତି। ତାଙ୍କ କାର୍ ଦ୍ରୁତ ଗତିରେ ଆସୁଥିବାବେଳେ ସାମନାକୁ ଏକ କାର୍ ଆସିଯିବା ଯୋଗୁ ଡ୍ରାଇଭର ବ୍ରେକ ମାରିଥିଲେ। ଫଳରେ କାରରେ ଥିବା ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।
ଦୁବାଇ ଦେଖିଲା ଓଡ଼ିଶାର ଲୋକକଳା
ନନ୍ଦିଘୋଷ ବ୍ୟୁରୋ: ଦୁବାଇ ଦେଖିଲା ଓଡ଼ିଶାର ଲୋକକଳା। ଓଡ଼ିଶାର କଳା ଓ ସଂସ୍କୃତି ଅନନ୍ୟ। ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାକୁ ଦେଶ ତଥା ଦେଶ ବାହାରେ ପରିଚୟ ଦେବା ପାଇଁ ସରକାରଙ୍କ ଭିନ୍ନ ପ୍ରୟାସ । ଓଡ଼ିଶାର ଲୋକକଳା ଓ କଳାକାରଙ୍କ ପ୍ରତିଭାକୁ ମିଳିଛି ପରିଚୟ । ଦୁବାଇରେ ଓଡିଆ ଜନଜାତି ଶିଳ୍ପୀ ଦେଖାଇଛନ୍ତି କମାଲ । ବିଦେଶ ମାଟିରେ ପ୍ରଥମ ଥର ପାଇଁ ରାଜ୍ଯ ସରକାରଙ୍କ ଓଡିଆ ଭାଷା ସାହିତ୍ଯ ଏବଂ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ପ୍ରଦର୍ଶନୀ ଆୟୋଜିତ । ଦୁବାଇର ହୟାତ ପ୍ଲେସ ଏଆଇ ରିଗ୍ଗାରେ ଏହି ପ୍ରଦର୍ଶନୀ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଭାରତର କନସୁଲ୍ ଜେନେରାଲ୍ ସତୀଶ କୁମାର ଶିବମ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଓଡିଆ ଜନଜାତିର ବଛା ବଛା ୧୫ ଜଣ ଚିତ୍ରଶିଳ୍ପୀ ଯୋଗଦେଇ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ରଙ୍ଗତୂଳୀରେ କାନଭାସରେ ଜୀବନ୍ତ ହୋଇଉଠିଛି ପେଣ୍ଟିଂ। ସଉରା, ସାନ୍ତାଳୀ, କୋହ୍ଲ, କନ୍ଧ ଏବଂ ପରଜା ଆଦିବାସୀଙ୍କ ଜୀବନ ଓ ଜୀବିକା ଏହି ପେଣ୍ଟିଂ ମାଧ୍ୟମରେ ଜୀବନ୍ତ ହୋଇଛି।। ରାୟଗଡ଼ା,କୋରାପୁଟ, ମୟୂରଭଞ୍ଜ, କଳାହାଣ୍ଡି, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛନ୍ତି ଏହି କଳାକାର। ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମଧୂସୁଦନ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଛନ୍ତି।
ନିର୍ବାଚନ ଲଢ଼ିବେ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା
ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଫିଲ୍ମମେକର ରାମ ଗୋପାଲ ବର୍ମା ଓହ୍ଲାଇବେ ରାଜନୀତି ମଇଦାନକୁ । ନିର୍ବାଚନ ଲଢ଼ିବେ ରାମ ଗୋପାଲ । ଏନେଇ ନିଜେ ନିଜେ ଏକ୍ସରେ ପୋଷ୍ଟ କରିଛନ୍ତି ରାମ ଗୋପାଲ । ଆସନ୍ତା ଲୋକସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶରୁ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଠ କରିଛନ୍ତି । ତେବେ ଟ୍ବିଟ କରିବା ପରେ ଏହା ବେଶ ଭାଇରାଲ ହେଉଥିବାବେଳେ ଫ୍ୟାନ୍ସମାନେ ଶୁଭକାମନା ଜଣାଉଛନ୍ତି ।
SUDDEN DECISION..Am HAPPY to inform that I am CONTESTING from PITHAPURAM 💪💐
— Ram Gopal Varma (@RGVzoomin) March 14, 2024
ରାଜଧାନୀରେ ଉଦଘାଟିତ ହେଲା ପେଟ୍ ପାର୍କ
ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ଭରତପୁର ଜିଏ କଲୋନୀରେ ଭରତପୁର ନେଚର ପାର୍କ ଉଦଘାଟିତ । ଉତ୍ତର ବିଧାୟକ ସୁସାନ୍ତ ରାଉତ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହାକୁ ଉଦଘାଟନ କରିଛନ୍ତି। ଡେପୁଟି ମେୟର ମଞ୍ଜୁଲତା କହଁର ପ୍ରମୁଖ ଉପସ୍ଥିତ ଥିଲେ। ୫ ଏକର ଜମିରେ ଏହି ନେଚର ପାର୍କଟି ନିର୍ମାଣ ହୋଇଛି। ଏଥିରେ ପିଲାଙ୍କ ଖେଳିବା ପାଇଁ ବିଭିନ୍ନ ପ୍ରକାରର ଦୋଳି ରହିଛି, ଚଲା ପଥ, ମୁକ୍ତାକାଶ ବ୍ୟାୟାମ ଶାଳା, ପାଠାଗାର, ଫୁଡ୍ କୋର୍ଟ, ଯୋଗ ମଣ୍ଡପ, ଓଡ଼ିଶାରେ ପ୍ରଥମ ଥର ପାଇଁ ପୋଷା କୁକୁରଙ୍କ ଖେଳିବା ପାଇଁ ସ୍ବତନ୍ତ୍ର ପାର୍କ ରହିଛି । ପାର୍କ ଭିତରେ ସୁନ୍ଦର ଫୁଲ ବଗିଚା ସହ ସବୁଜିମାରେ ପରିପୂର୍ଣ୍ଣ ହୋଇଛି ପାର୍କ। ପାର୍କ ଉଦଘାଟନ ପରେ ପିଲାମାନେ ପାର୍କରେ ଖେଳୁଛନ୍ତି। ଏହି ପାର୍କ ଟି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ମାଣ କରାଯାଇଛି । ପାର୍କରେ ସୁନ୍ଦର ବ୍ୟବସ୍ଥା ହୋଇଥିବାରୁ ସ୍ଥାନୀୟ ବାସିନ୍ଦା ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସାରା ବିଶ୍ବରେ ବଢୁଛି କିଡନୀ ରୋଗୀ ସଂଖ୍ଯା, ରାଜ୍ଯ ସରକାରଙ୍କ ପ୍ରୟାସରୁ ଭଲ ସ୍ଥିତିରେ ଓଡ଼ିଶା
ନନ୍ଦିଘୋଷ ବ୍ୟୁରୋ: ଆଜି ବିଶ୍ୱ କିଡନୀ ଦିବସ । ୨୦୦୬ରୁ ସାରା ବିଶ୍ୱରେ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାର କୁ ଏହି ଦିବସ ରୂପରେ ପାଳନ କରାଯାଇ ଆସୁଛି । କିଡନୀର ଯତ୍ନ ତଥା ସୁରକ୍ଷା ପାଇଁ ସରଳ ଜୀବନଚର୍ଯ୍ୟାର ବାର୍ତ୍ତା ନେଇ ଆଜି ଏସସିବି ବଡମେଡିକାଲ ନେଫରୋଲୋଜି ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । ଏହି ରୋଗ ବ୍ୟୟବହୁଳ ତଥା ସମୟ ସାପେକ୍ଷ ହୋଇଥିବା ବେଳେ ରାଜ୍ଯ ସରକାରଙ୍କ ଯୋଗୁଁ ରୋଗୀଙ୍କୁ ମିଳୁଛି ମାଗଣା ଚିକିତ୍ସା । ଏଥିପାଇଁ ସାରା ବିଶ୍ବରେ ଭଲ ସ୍ଥିତିରେ ଅଛି ଓଡ଼ିଶା ।
ସାରା ବିଶ୍ବରେ ବଢୁଛି କିଡନୀ ରୋଗୀ ସଂଖ୍ଯା । ଅସନ୍ତୁଳିତ ଖାଦ୍ଯ ଓ ଜୀବନଚର୍ଯ୍ଯା ବଢାଇଛି ସମସ୍ଯା । ରାଜ୍ଯ ସରକାରଙ୍କ ପ୍ରୟାସରୁ ଭଲ ସ୍ଥିତିରେ ଓଡ଼ିଶା । ସାରାବିଶ୍ୱ ପାଳୁଛି ବିଶ୍ୱ କିଡନୀ ଦିବସ । କଟକ ଏସସିବି ମେଡିକାଲ ବୃକକ ବିଭାଗ ପକ୍ଷରୁ ଏହି ଦିବସର ଅନୁଚିନ୍ତାକୁ ନେଇ ହୋଇଛି ସଚତେତନତା ପଦଯାତ୍ରା । ସୁସ୍ଥ କିଡନୀ ସମସ୍ତଙ୍କ ପାଇଁ ଜରୁରୀ । ଏହାର ସୁରକ୍ଷା ଓ ଯତ୍ନ ପାଇଁ ଶୃଙ୍ଖଳିତ ଜୀବନଚର୍ଯ୍ୟା ପାଳନ କରିବାକୁ ଆଜି ଦିନରେ ସମସ୍ତେ ସକଳ୍ପ ନେବା ଆବଶ୍ଯକ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ବିଶ୍ୱରେ ପ୍ରତି 10 ଜଣରେ ଜଣେ କିଡନୀ ରୋଗୀ ଚି଼ହ୍ନଟ ହେଉଛନ୍ତି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବଢୁଛି ଚିନ୍ତା । ଏହାର ଚିକିତ୍ସା ବ୍ଯୟବହୁଳ ଓ ସମୟସାପେକ୍ଷ । ତେବେ ରାଜ୍ଯ ସରକାରଙ୍କ ପ୍ରୟାସରୁ ଓଡ଼ିଶାର ରୋଗୀଙ୍କୁ ମିଳୁଛି ମାଗଣା ଚିକିତ୍ସା । ଏଥିପାଇଁ ବରଦାନ ସାଜିଛି କଟକ ଏସସିବି ମେଡିକାଲ । ମଧୁମେହ ଉଚ୍ଚ ରକ୍ତଚାପ ରୋଗୀଙ୍କ କ୍ଷେତ୍ରରେ ରୋଗ ଅଧିକ ଦେଖା ଦେଉଥିବାରୁ ଲୋକଙ୍କ ସଚେତନ କରିଛନ୍ତି ବିଶେଷଜ୍ଞ । ନିୟମିତ ଖାଦ୍ୟ ଗ୍ରହଣ, ଅଯଧା ପେନ କିଲର ସେବନ ନକରି ଅଧିକ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି ।

