ଭୁବନେଶ୍ୱର : ଧନ୍ଯବାଦ ଓ କୃତଜ୍ଞତା ଜଣାଇବାକୁ ନବୀନ ନିବାସ ଆଗରେ ଗହଳି। ନୂତନ ଭାବେ ଘୋଷଣା ହୋଇଥିବା ଏନଏସି, ଭଞ୍ଜନଗର ଏନଏସିକୁ ମ୍ଯୁନିସିପାଲିଟିକୁ ଉନ୍ନୀତ, ବିଭିନ୍ନ ବର୍ଗ କର୍ମଚାରୀଙ୍କ ଦରମା, ପାରିଶ୍ରମିକ ଓ ଭତ୍ତା ବୃଦ୍ଧି ପରେ ନବୀନ ନିବାସରେ ଲାଗିଛି ଭିଡ଼। ବିଭିନ୍ନ ସଂଗଠନ କର୍ମକର୍ତ୍ତା, ଅଞ୍ଚଳର ନିର୍ବାଚିତ ପ୍ରତିନିଧି, ଏନଏସି ଓ ପୌର ପରିଷଦ କର୍ମକର୍ତ୍ତାମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି କୃତଜ୍ଞତା ଓ ଧନ୍ଯବାଦ ଜଣାଇଛନ୍ତି। ସେମାନଙ୍କ ସହ ସ୍ଥାନୀୟ ବିଧାୟକମାନେ ମଧ୍ୟ ଆସିଛନ୍ତି। ସମସ୍ତେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ଯବାଦ ଜଣାଇଛନ୍ତି।
ହୃଦଘାତରେ ଚାଲିଗଲେ ନିର୍ବାଚନ ଆୟୋଗଙ୍କ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକ
ଭୁବନେଶ୍ୱର : ହୃଦଘାତରେ ଚାଲିଗଲେ ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ତଥା ନିର୍ବାଚନ ଆୟୋଗଙ୍କ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକ । ଆଜି ସକାଳେ ପାର୍କରେ ବ୍ୟାୟାମ କରୁଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡି ଯାଇଥିଲେ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇବା ପରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ଓ ନିର୍ଦ୍ଦେଶକ ସରୋଜ କୁମାର ସାମଲ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ । ପ୍ରଫୁଲ୍ଲଙ୍କ ପରଲୋକରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଆଜିଠାରୁ ରୁଷିଆରେ ରାଷ୍ଟ୍ରପତି ନିର୍ବାଚନ ଲଢେଇ; ମଇଦାନରେ ୩ ରାଜନୈତିକ ଦଳର ପ୍ରାର୍ଥୀ
ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ଋଷ ରାଷ୍ଟ୍ରପତି ଲାଗି ନିର୍ବାଚନ। ଆସନ୍ତା ୧୭ ତାରିଖ ଯାଏ ଚାଲିବ ହାଇଭୋଲଟେଜ ଇଲେକ୍ସନ। ସମସ୍ତ ନାଗରିକ ନିର୍ବାଚନରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପ୍ରଥମ ଥର ଲାଗି ଦେଶରେ ଦିନିକିଆ ଭୋଟ ବଦଳରେ ହେବ ତିନିଦିନିଆ ଭୋଟ। ନିର୍ବାଚନ ପ୍ରକ୍ରିୟାର ତତ୍ତ୍ବାବଧାନରେ ରହିଛନ୍ତି ୨୯ଜଣ ନିର୍ବାଚନ କମିଶନ।
ଏହି ନିର୍ବାଚନ ୨୭ଟି ଋଷୀୟ ଅଞ୍ଚଳ ଓ କ୍ରିମିଆରେ ଅନୁଷ୍ଠିତ ହେବ। ବିଗତ ୨୦୧୪ରେ କ୍ରିମିଆକୁ ନିଜ ଅଧିକାରକୁ ନେଇଥିଲା ଋଷ। ଋଷ ଓ ଋଷ ଅଧିକୃତ ଅଞ୍ଚଳରେ ୧୧୨ ଦଶମିକ ୩ ନିୟୁତ ଭୋଟ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବେ। ଗତ ୨୦୧୨ରୁ ବର୍ତ୍ତମାନ ଯାଏ ରାଷ୍ଟ୍ରପତି ଅଛନ୍ତି ପୁଟିନ। ନିର୍ବାଚନରେ କମ୍ଯୁନିଷ୍ଟ ପାର୍ଟିର ନିକୋଲାଇ କାରିତୋନୋଭ, ଲିବରାଲ ଡେମୋକ୍ରାଟିକ ପାର୍ଟି ଅଫ ଋଷିଆର ଲିଓନିଦ ସ୍ଲଟସ୍କି, ନ୍ଯୁ ପିପୁଲ ପଲିଟିକାଲ ପାର୍ଟିର ଭ୍ଲାଦିସ୍ଲାଭ ଦାଭାନକୋଭ।
ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେରେ ଆଖିବୁଜା ଗୁଳିମାଡ଼, ୨ଜଣ ଆହତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେରେ ଗୁଳିକାଣ୍ଡ। ବଡ଼ଗାଁ-କୁତ୍ରା ମଝି ରାସ୍ତାରେ ଗୁଳିମାଡ ହୋଇଛି। ଗୁଳି ମାଡରେ ଦୁଇ ଆହତ ହୋଇଛନ୍ତି। ଆହତ ଦୁଇ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର। ୪ ରୁ ୫ ମୁଖା ପିନ୍ଧା ଯୁବକ ଆସି ଅତର୍କିତ କରିଥିଲେ ଗୁଳି ଚାଳନା। ପିକଅପ୍ ଗାଡ଼ିରେ ଯାଉଥିବା ବେଳେ ଗୁଳିମାଡ ହୋଇଥିଲା। ଜଣଙ୍କ ଛାତିରେ ବାଜିଛି ଗୁଳି ଅନ୍ୟ ଜଣଙ୍କ ବେକରେ ବାଜିଛି ଗୁଳି। ଖବର ପାଇ ଆହତଙ୍କ ଘରଲୋକ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ଆଣିଛନ୍ତି। ପୋଲିସ ମେଡ଼ିକାଲକୁ ପହଞ୍ଚି ଆରମ୍ଭ କରିଛି ତଦନ୍ତ।
ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା, ମାଟିତଳୁ ମିଳିଲା ମୃତଦେହ
କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣ ପାଟଣା ଥାନା ତଳଗୁମାଣ୍ଡି ଗାଁରେ ଚାଞ୍ଚଲ୍ୟ। ତଳଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗଙ୍କୁ ହତ୍ୟା । ହତ୍ୟା ପରେ ମାଟି ତଳେ ପୋତି ଦେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ହତ୍ଯାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କିଏ କାହିଁକି ତଳଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗଙ୍କୁ ହତ୍ୟା କରିଛି, ଜଣାପଡ଼ିନାହିଁ । ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ
ଭୁବନେଶ୍ଵର ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ ମୃତଦେହ
ଭୁବନେଶ୍ୱର : ଭୁବନେଶ୍ଵର ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ ମୃତଦେହ। ପାଣି ଭିତରୁ ଉଦ୍ଧାର କଲା ଲିଙ୍ଗରାଜ ଥାନା ପୋଲିସ । ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଉଦ୍ଧାର କରାଯାଇଛି ମୃତଦେହ । ମୃତ ମହିଳାଙ୍କ ପରିଚୟ ମିଳିଛି। ମୃତ ମହିଳାଙ୍କ ହେଲେ ତୃପ୍ତି ଦାସ। ତାଙ୍କର ବୟସ ପାଖାପାଖି ୪୦ ବର୍ଷ ହେବ। ନୟାପଲ୍ଲୀ ଅଂଚଳରେ ତାଙ୍କର ଘର। ଜୟଦେବ ବିହାରର ଏକ ମନ୍ଦିରକୁ ଯାଇ ନିଖୋଜ ହୋଇ ଯାଇଥିଲେ ତୃପ୍ତି। ଏ ନେଇ ନୟାପଲ୍ଲୀ ଥାନାରେ ଏକ ମିସିଂ ଏତଲା ହୋଇଥିଲା।
ତେବେ ମହିଳା ଜଣଙ୍କ ମାନସିକ ବିକାରଗସ୍ତ ଥିବା କହିଛନ୍ତି ପରିବାର ଲୋକେ। ଗତକାଲି ରାତିରେ ପାଣିରେ ବୁଡିଥିବା ନେଇ ସନ୍ଦେହ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ତଦନ୍ତରେ ପରିବାର ଲୋକେ ସହଯୋଗ କରୁଥିବା କହିଛି ପୋଲିସ।

