ମୁମ୍ବାଇ: ନିକଟରେ ରିଲିଜ୍ ହୋଇଛି ସଲମାନ ଖାନଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ସିନେମା ଟାଇଗର-୩ । ଫିଲ୍ମର କାହାଣୀ ସାଙ୍ଗକୁ ଆକ୍ସନ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି । ଦୀପାବଳି ଅବସରରେ ରିଲିଜ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଭଲ ରୋଜଗାର କରୁଛି । ତେବେ ଏହି ଫିଲ୍ମକୁ ନେଇ ଏବେ ବିବାଦ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଦର୍ଶକମାନେ ଫିଲ୍ମ ଦେଖୁଥିବାବେଳେ ହଲ ଭିତରେ ବାଣ ଫୁଟାଇ ଖୁସି ମନାଇଥିଲେ । ପ୍ରଥମେ ନାଚିଥିଲେ ଏବଂ ବାଣ ଫୁଟାଇ ହଲ ଭିତରେ ଖୁସି ମନାଇଥିଲେ । ଫିଲ୍ମର ଏକ ଦମଦାର ସିନ ବେଳେ ଏଭଳି ଦେଖିବାକୁ ମିଳିଥିଲା । ଯେଉଁ ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯାହାକୁ ନେଇ ୟୁଜର୍ସମାନେ ଟ୍ରୋଲ କରିଛନ୍ତି । ତେବେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଭାଇଜାନ ସଲମାନ ଖାନ । ସେ ଏକ ପୋଷ୍ଟ କରି ଲେଖିଛନ୍ତି ହଲ ଭିତରେ ବାଣ ଫୁଟାଇ କାହାକୁ ଆଘାତ ପହଞ୍ଚାନ୍ତୁ ନାହିଁ । ଏଭଳି କାର୍ଯ୍ୟ ଆଦୌ ଠିକ୍ ନୁହେଁ । ନିଜକୁ ଏବଂ ଅନ୍ୟମାନଙ୍କୁ ବିପଦରେ ପକାଇ ଫିଲ୍ମକୁ ଉପଭୋଗ କରନ୍ତୁ ନାହିଁ । ୟସ ରାଜ ଫିଲ୍ମ ଦ୍ବାରା ପ୍ରଯୋଜିତ ଟାଇଗର-୩ ଏବେ ବକ୍ସ ଅଫିସରେ କମାଲ କରୁଥିବାବେଳେ ଦର୍ଶକଙ୍କ ବେଶ ପସନ୍ଦ ପାଲଟିଛି । ପୂର୍ବରୁ ଏହାର ଦୁଇଟି ଯାକ ଫିଲ୍ମ ବେଶ ହିଟ୍ ହେବା ସହ ଦର୍ଶକଙ୍କ ମହଲରେ ବେଶ ଆଦୃତ ହୋଇଥିଲା ।
ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲ ବ୍ରେଭରମ୍ୟାନ ବହିଷ୍କୃତ
ନନ୍ଦିଘୋଷ ବ୍ୟୁରୋ : ମହଙ୍ଗା ପଡିଲା ପାଲେଷ୍ଟାଇନକୁ ସମର୍ଥନ । ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କୃତ କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ । ଗତ ସପ୍ତାହରେ ପାଲେଷ୍ଟାଇନ ସପକ୍ଷବାଦୀ ଆନ୍ଦୋଳନ ବେଳେ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯେଉଁଥିରେ ସେ ଲଣ୍ଡନ ପୋଲିସକୁ ସେ ପାଲେଷ୍ଟାଇନ ସମର୍ଥକ ବୋଲି ଅଭିଯୋଗ କରିଥିଲେ । ବର୍ତ୍ତମାନ ସୁଏଲାଙ୍କ ସ୍ଥାନରେ ଜେମସ କ୍ଲେଭରିଲଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି ।
ବ୍ରିଟେନର ବରିଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ଅନ୍ୟତମ ଥିଲେ ସୁଏଲା । ଗତ ସପ୍ତାହରେ ସେ ଏକ ଆର୍ଟିକିଲ୍ ପ୍ରକାଶ କରିଥିଲେ ଯେଉଁଥିରେ ତାଙ୍କ ବିବୃତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ବିନା ସମ୍ମତିରେ ସୁଏଲା ବିବୃତି ଦେଇଥିବା ନେଇ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି ।
ଗତ ଶନିବାର ପାଲେଷ୍ଟାଇନ ସପକ୍ଷରେ ଆନ୍ଦୋଳନ ଚାଲିଥିବାବେଳେ ତାହାକୁ ପୋଲିସର ଦମନ ନେଇ ସୁଏଲା ବିବାଦୀୟ ବୟାନ ଦେବା ସହ ଏକ ଲେଖା ମଧ୍ୟ ଲେଖିଥିଲେ । କିଛି ଦିନ ତଳେ ଗାଜାରେ ଅସ୍ତ୍ରବିରତି ନେଇ ହୋଇଥିବା ରାଲିକୁ ବି ସେ ‘ହେଟ ମାର୍ଚ୍ଚ’ ବୋଲି କହିଥିଲେ । ସୁଏଲାଙ୍କ ଏହି ଧରଣର ଭୂମିକା ବ୍ରିଟେନରେ ଉତ୍ତେଜନା ସୃଷ୍ଟି କରିବାରେ ସହାୟକ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା । ସୁଏଲାଙ୍କ ବିରୋଧରେ ପଦକ୍ଷେପ ନେବା ଲାଗି ତାଙ୍କ ଉପରେ ବିଭିନ୍ନ ମହଲରୁ ଚାପ ପଡୁଥିଲା ।
‘ଆଇସିସି ହଲ୍ ଅଫ୍ ଫେମ୍’ରେ ସାମିଲ ହେଲେ କିମ୍ବଦନ୍ତୀ କ୍ରିକେଟର୍ ବିରେନ୍ଦ୍ର ସେହଓ୍ୱାଗ
ନୂଆଦିଲ୍ଲୀ : ପୂର୍ବତନ ଇଣ୍ଡିଆ ଟିମ୍ କ୍ରିକେଟର ବିରେନ୍ଦ୍ର ସେହଓ୍ୱାଗଙ୍କୁ ବଡ଼ ସମ୍ମାନ । ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଛନ୍ତି ଭାରତୀୟ କିମ୍ବଦନ୍ତି କ୍ରିକେଟର୍ ଡାଏନା ଇଦୁଲଜି, ବିରେନ୍ଦ୍ର ସେହବାଗ ଓ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ ଅରବିନ୍ଦ ଡି’ସିଲ୍ଭା । ଏମାନଙ୍କୁ ଔପଚାରିକ ଭାବେ ହଲ୍ ଅଫ୍ ଫେମରେ ଆସନ୍ତା ୧୫ ତାରିଖରେ ସାମିଲ କରାଯିବ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବିଶ୍ବକପ୍ ସେମିଫାଇନାଲ୍ ଅବସରରେ ଏହି ତିନିଜଣଙ୍କୁ ଆଇସିସି ବିଶେଷ ଭାବେ ସମ୍ମାନିତ କରିବ ବୋଲି ଜଣାପଡ଼ିଛି।
🇮🇳 🇱🇰 🇮🇳
Three stars of the game have been added to the ICC Hall of Fame 🏅
Details 👇https://t.co/gLSJSU4FvI
— ICC (@ICC) November 13, 2023
ପୂର୍ବତନ ଇଣ୍ଡିଆ ଟିମ୍ କ୍ରିକେଟର ବିରେନ୍ଦ୍ର ସେହଓ୍ୱାଗ ଦୁନିଆର ସବୁଠାରୁ ଆଟାକିଂ ଓପନିଂ ବ୍ୟାଟ୍ସମ୍ୟାନ୍ ମଧ୍ୟରେ ପରିଗଣିତ ହୁଅନ୍ତି । ଏମିତି ବି କୁହାଯାଇପାରିବ କି ସେ ହିଁ ଟେଷ୍ଟ କ୍ରିକେଟ୍ ମ୍ୟାଚରେ ନିର୍ଭୟରେ ଖେଳିବାର ଅନ୍ଦାଜ ଶିଖାଇଛନ୍ତି । ସେ ନିଜ କ୍ୟାରିୟରରେ ଅନେକ ସ୍ମରଣୀୟ ମ୍ୟାଚ୍ ଖେଳିଛନ୍ତି । ମୁଲତାନରେ ପାକିସ୍ତାନ ବିପକ୍ଷରେ କରିଥିବା ୩୦୯ ରନର ଇନିଂସ କିଏ ବା ଭୁଲିପାରିବ । ଏହି ଚମତ୍କାର ଇନିଂସ ପରେ ସେହଓ୍ବାଗ ମୁଲତାନର ସୁଲତାନ ଭାବେ ପରିଚିତ ହୋଇଥିଲେ । ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ବିରେନ୍ଦ୍ର ସେହଓ୍ୱାଗଙ୍କୁ ଦିଆଯାଇଛି ଏହି ବଡ଼ ସମ୍ମାନ ।
ଆଇସିସି ପକ୍ଷରୁ ସେହଓ୍ୱାଗଙ୍କୁ ‘ହଲ୍ ଅଫ୍ ଫେମ୍’ରେ ସାମିଲ କରାଯାଇଛି । ସେହଓ୍ବାଗଙ୍କ ଛଡା ଭାରତୀୟ ମହିଳା ଟମର ପୂର୍ବ ଖେଳାଳି ଡାଏନା ଇଦୁଲଜି ଏବଂ ଶ୍ରୀଲଙ୍କାର କିମ୍ୱଦନ୍ତୀ କ୍ରିକେଟର୍ ଅରବିନ୍ଦ ଡି’ସିଲ୍ଭା ମଧ୍ୟ ହଲ୍ ଅଫ ଫେମରେ ସ୍ଥାନ ପାଇଛନ୍ତି । ଏହା ସହିତ ହଲ୍ ଅଫ ଫ୍ରେମରେ ଅନ୍ତର୍ଭୁକ୍ତ ମୋଟ ଖେଳାଳିଙ୍କ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି ।
ବିରେନ୍ଦ୍ର ସେହଓ୍ୱାଗ ଏବଂ ଡାଏନା ଇଦୁଲଜିଙ୍କ ପୂର୍ବରୁ ୭ ଜଣ ଭାରତୀୟ ଖେଳାଳି ଏହି ସମ୍ମାନ ମିଳିଛି । ୨୦୨୧ରେ ବୀନୁ ମାନକଡ୍ ଏହି ତାଲିକାରେ ସ୍ଥାନ ପାଇଥିଲେ । ସହିପରି ଜୁଲାଇ ୨୦୧୯ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଏହି ସମ୍ମାନ ମିଳିଥିଲା । ୨୦୧୮ରେ ରାହୁଲ ଦ୍ରାବିଡ଼ ଏବଂ ୨୦୧୫ରେ ଅନିଲ କୁମ୍ବଲେଙ୍କ ଏହି ମମ୍ମାନ ଦିଆଯିଇଥିଲା । ବିଶନ ସିଂ ବେଦୀ ଏବଂ ସୁନୀଲ ଗାବାସ୍କରଙ୍କୁ ୨୦୦୯ରେ ନୂଆକରି ଆରମ୍ଭ ହୋଇଥିବା ‘ ଆଇସିସି କ୍ରିକେଟ୍ ହଲ୍ ଆଫ୍ ଫେମ୍’ରେ ଏହି ସମ୍ମାନରେ ସାମିଲ କରାଯାଇଥିଲା । ୨୦୧୦ରେ କପିଲ ଦେବଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।
ସେହଓ୍ୱାଗଙ୍କ ଅନ୍ତର୍ଜାତୀୟ ରେକର୍ଡ :
ବିରେନ୍ଦ୍ର ସେହଓ୍ୱାଗ ମୋଟ୍ ୧୦୪ଟି ଟେଷ୍ଟ ମ୍ୟାଚରେ ୮,୫୮୬ ରନ୍ ସ୍କୋର କରିଛନ୍ତି , ଯେଉଁଥିରେ ମୋଟ୍ ୨୩ଟି ଶତକ ରହିଛି । ସେ ସାଉଥଆଫ୍ରିକା ବିପକ୍ଷରେ ଖେଳିଥିବା ଏକ ମାଚରେ ସର୍ବାଧିକ ୩୧୯ ରନ୍ ହାସଲ କରିଥିଲେ । ସେ ଦୁଇଟି ଟ୍ରିପଲ୍ ଶତକ ହାସଲ କରିଥିବା ଏକମାତ୍ର ଭାରତୀୟ ଖେଳାଳି ଅଟନ୍ତି । ଯଦି ଆମେ ଓ୍ବାନ୍ ଡେ ଇଣ୍ଟରନ୍ୟାଶନାଲ୍ ମ୍ୟାଚ କଥା କହିବା, ତେବେ ସେହଓ୍ୱାଗ ୧୫ଟି ଶତକ ଏବଂ ୩୮ଟି ଅର୍ଦ୍ଧଶତକ ହାସଲ କରି ୮୨୮୩ ରନ୍ ବନାଇଥିଲେ । ଏହା ଛଡା ଓ୍ୱାନ ଡେ ଇଣ୍ଟରନ୍ୟାସନାଲରେ ସେ ହାଇସ୍କୋରରେ ୨୧୯ ରନ୍ କରିଥିଲେ । ଏହା ଛଡା ୨୦୧୯ ଟି୨୦ ଇଣ୍ଟରନ୍ୟାସନାଲରେ ସେହଓ୍ବାଗଙ୍କ ନାରେ ୩୯୪ ରନ୍ ମଧ୍ୟ ସାମିଲ ରହିଛି ।



