spot_img
Home Blog Page 2262

ବୈଜ୍ଞାନିକଙ୍କ ନିଆରା ଆବିଷ୍କାର : ଏପରି ଅବସ୍ଥାରେ ପାଇଲେ ୩୮ ନିୟୁତ ବର୍ଷ ପୂରଣା ପିମ୍ପୁଡି ଜୀବାଶ୍ମ

ବୈଜ୍ଞାନିକ ମାନେ ସମସ୍ତ ପ୍ରକାରର ଜୀବମାନଙ୍କୁ ନେଇ ଗଭୀର ଅଧ୍ୟୟନ କରନ୍ତି , ବେଳେ ବେଳେ ସେହି ଜୀବମାନଙ୍କ  ବିଷୟରେ କିଛି ବିଶେଷ ସୂଚନା ଜାଣିବା ପାଇଁ ଗବେଷଣା କରୁଥିଲେ ମଧ୍ୟ ତାହା ଜାଣିବା ବୈଜ୍ଞାନିକଙ୍କ ପ୍ରତି କଷ୍ଟକର ହୋଇଯାଇଥାଏ । ଜୀବମାନଙ୍କ ପ୍ରଜନନ ବିଷୟରେ ସୂଚନା ପାଇବା ସେମାନଙ୍କ ପାଇଁ ପ୍ରାୟ ଅସମ୍ଭବ ହୋଇଥାଏ। ସେଥିରେ ପୁଣି କୈାଣସି ପୂରାତନ ପ୍ରାଣୀର ପ୍ରଜନନ ବିଷୟରେ ସୂଚନା ସଂଗ୍ରହ କରିବା ଆହୁରି କଷ୍ଟକର ବ୍ୟାପାର । କିନ୍ତୁ ଗୋଟିଏ ଘଟଣାରେ ବୈଜ୍ଞାନିକ ମାନେ ୩୮ ନିୟୁତ ବର୍ଷ ପୁରୁଣା ବିଲୁପ୍ତ ପ୍ରଜାତିର ପିମ୍ପୁଡିର ପ୍ରଜନନ କ୍ଷମତା ବିଷୟରେ ସୂଚନା ପାଇ ବହୁତ ଖୁସି ହୋଇଯାଇଛନ୍ତି।

ଯଦି ଆପଣ କେବେ ଜୁରାସିକ ପାର୍କ ଚଳଚ୍ଚିତ୍ର ଦେଖିଥିବେ ତ , ସେହି ଚଳଚ୍ଚିତ୍ରର ଗୋଟିଏ ସିନ୍ ରେ ଦେଖାଯାଇଥିଲା ଯେ,  ଗୋଟିଏ ପଥରରେ ଏକ କୋଟି ବର୍ଷ ପୂର୍ବେ ଜମି ରହିଥିବା ମଶାର ଶରୀରରେ  ଗୋଟିଏ ଡାଇନେସୋର୍ର ରକ୍ତକଣିକା ମିଳିଥିଲା ଯାହାକୁ ସେ ମଶା ନିଜେ ମରିବା ପୂର୍ବରୁ କାମୁଡି ଥିଲା । କିନ୍ତୁ ଏଥର ଘଟଣାରେ କୈାଣସି ମଶା ଜମିରହିଥିବାର ନୁହେଁ  ଦୁଇଟା ପିମ୍ପୁଡି ପ୍ରଜନନ  କରୁଥିବା  ସମୟର ଜୀବାଶ୍ମ ମିଳିଛି । ଯାହାକି ଏବେ ବୈଜ୍ଞାନିକ ମାନଙ୍କୁ ଏତେ କୋଟି ବର୍ଷ ପୁରୁଣା  ବିଲୁପ୍ତ ଜୀବ ବିଷୟରେ ଜାଣିବା ପାଇଁ ସହଜ ସାବ୍ୟସ୍ତ୍ୟ ହେବ। ଏହି ଜୀବାଶ୍ମ ଗଠନର କାହାଣୀ ମଧ୍ୟ କିଛି ଫିଲ୍ମ ଠାରୁ  ନୁହେଁ।   ପିମ୍ପୁଡିର ଏହି ପ୍ରଜାତି ପ୍ରାୟ ୩୮ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ଦେଖାଯାଇଥିଲା । ଆର୍ବୁନ ବିଶ୍ବବିଦ୍ୟାଳୟର ଆସିଷ୍ଟାନ୍ସ ପ୍ରଫେସର୍ ନାବୁକି ମିଜୋମାଟୋଙ୍କ ନେତୃତ୍ବରେ ଏକ ଆର୍ନ୍ତଜାତୀୟ ଅନୁସନ୍ଧାନକାରୀ ଦଳ ଏକ ଅଠାରେ ଲାଗିରହିଥିବା ଦୁଇଟି ପିମ୍ପୁଡି ପ୍ରଜାତିର ବିଲୁପ୍ତ କୀଟ ବିଷୟରେ ଅଧ୍ୟୟନ କରିଛନ୍ତି। ଅମ୍ବର ଗଛରୁ ବାହାରୁଥିବା ଏକ ପ୍ରକାର ଅଠା ଯାହାକି ତଳେ ପଡିବା ମାତ୍ରେ ଜମିଯାଏ । ଏହି ଅମ୍ବର ଅଠାରେ ଦୁଇଟି ପିମ୍ପୁଡିଙ୍କର  ପରସ୍ପର ସହିତ ଲାଗିରହିଥିବାର ଜୀବାଶ୍ମ ସଂରକ୍ଷିତ ଥିବା ଦେଖାଯାଇଥିଲା । ପରସ୍ପର ସହ ଲାଗିରହିବା ଆଚରଣ ପ୍ରାୟ ସମସ୍ତ କୀଟପତଙ୍ଗ ଠାରେ ଦେଖିବାକୁ ମିଳିଥାଏ । ବୈଜ୍ଞାନିକ ମାନେ କହିଛନ୍ତି ଯେ ଜୀବମାନଙ୍କ ଏପରି ଆଚରଣ ସମ୍ବନ୍ଧୀୟ ସୂଚନା ଏହି କୀଟ ମାନଙ୍କ ବିଷୟରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବିଷୟରେ ଅନୁସନ୍ଧାନ କରିବାରେ ସହଜ ହେବ ।

 

ଶୈଳବାଳା ମହିଳା ମହାବିଦ୍ୟାଳୟରେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କଲେ 5T ଅଧ୍ୟକ୍ଷ

କଟକ: କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ 5T ଅଧ୍ୟକ୍ଷ ଛାତ୍ରୀମାନଙ୍କୁ ସ୍ମାର୍ଟ କାର୍ଡର ସଫଳ ବ୍ୟବହାର ସଂପର୍କରେ ପରାମର୍ଶ ଦେଇଥିଲେ।  ଛାତ୍ରୀମାନେ ବୃତ୍ତିର ସଫଳ ବିନିଯୋଗ କରି ନିଜର କ୍ୟାରିୟର ଗଢିବାକୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ। ବୃତ୍ତି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5 T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶୈଳବାଳା ମହିଳା ମହାବିଦ୍ୟାଳୟର ଛାତ୍ରୀ।

କଟକ ବଡ଼ ମେଡିକାଲରେ 5T ଅଧ୍ୟକ୍ଷଙ୍କ ସମୀକ୍ଷା

କଟକ: କଟକ ବଡ଼ ମେଡିକାଲ ଯାଇ ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ। ଏସସିବି ମେଡିକାଲର ନୂଆ ବିଲ୍ଡିଂର ସମୀକ୍ଷା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ତାଙ୍କ ସାଙ୍ଗରେ ଭିନୀଲ କ୍ରିଷ୍ଣା, କଟକ ଜିଲ୍ଲାପାଳ, ସିଡିଏ ଅଧ୍ୟକ୍ଷଙ୍କ ସମେତ ଓବିସିସି ଟିମ୍ ଓ ଏଲ ଆଣ୍ଡ ଟି ଅଧିକାରୀ ସାମିଲ ହୋଇଥିଲେ। କିପରି କାମ ଶୀଘ୍ର ଶେଷ ହେବ ସେନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ 5T ଅଧ୍ୟକ୍ଷ। କଟକରେ ନୂଆ-ଓ କାର୍ଯ୍ୟକ୍ରମ ଅବସରରେ ଏସସିବି ମେଡିକାଲ ଯାଇ ଚାଲିଥିବା କାର୍ଯ୍ୟର ତଦାରଖ କରିଥିଲେ 5T ଅଧ୍ୟକ୍ଷ।

ଚେକ୍ ରିପବ୍ଲିକର କ୍ରିଷ୍ଟିନା ପାଇସ୍କୋଭା ଜିତିଲେ ମିସ୍ ଓ୍ବାର୍ଲ୍ଡ ୨୦୨୪ ମୁକୁଟ

ମୁମ୍ବାଇ: ୨୦୨୪ ମିଓ୍ ଓ୍ବାର୍ଲ୍ଡ ବିଜୟିନୀ ହୋଇଛନ୍ତି ଚେକ୍ ରିପବ୍ଲିକ୍‌ର କ୍ରିଷ୍ଟିନା ପାଇସ୍କୋଭା । ମୁମ୍ବାଇର ଜିଓ କନଭେନସନ ସେଣ୍ଟରରେ ଆୟୋଜିତ ୭୧ତମ ସଂସ୍କରଣ ମିସ ୱାର୍ଲ୍ଡ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଠି ଏହି ମୁକୁଟ ହାତେଇଛନ୍ତି ୨୪ ବର୍ଷୀୟା କ୍ରିଷ୍ଟିନା । କ୍ରିଷ୍ଟିନାଙ୍କୁ ମିସ୍ ୱାର୍ଲଡ ମୁକୁଟ ପିନ୍ଧାଇଥିଲେ ଗତବର୍ଷର ମିସ୍ ୱାର୍ଲଡ ବିଜେତା କାରୋଲିନା ବିଲାୱସ୍କା ।

୧୧୫ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ମୁକୁଟ ହାତେଇଛନ୍ତି କ୍ରିଷ୍ଟିନା । କ୍ରିଷ୍ଟିନା ଏକା ସଙ୍ଗରେ ଜଣେ ଛାତ୍ରୀ ଏବଂ ଅନ୍ତରାଷ୍ଟ୍ରୀୟ ମଡେଲ । ସେ ଉଭୟ ଆଇନ୍ ଓ ବ୍ୟବସାୟ ପରିଚାଳନାରେ ଡିଗ୍ରୀ କରୁଛନ୍ତି । ଏହାସହ ମଡେଲିଂ ଓ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି । କ୍ରିଷ୍ଟିନା ପାଇସ୍କୋଭା ଫାଉଣ୍ଡେସନ ନାଁରେ ତାଙ୍କର ଏକ ସଂସ୍ଥା ରହିଛି, ଯାହା ମାଧ୍ୟମରେ ସେ ସମାଜସେବା କରିଥାନ୍ତି । ୨୮ ବର୍ଷ ବ୍ୟବଧାନରେ ଭାରତରେ ପୁଣି ମିସ୍ ୱାର୍ଲଡ୍ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ଏହା ପୂର୍ବରୁ ୧୯୯୬ରେ ବେଙ୍ଗାଲୁରୁରେ ମିସ୍ ୱାର୍ଲଡ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ମିସ୍ ୱାର୍ଲଡ୍ ୨୦୨୪ରେ ଭାରତରୁ ପ୍ରତିନିଧିତ୍ୱ କରୁଥିଲେ ଫେମିନା ମିସ୍ ଇଣ୍ଡିଆ-ୱାର୍ଲଡ ୨୦୨୨ର ବିଜେତା ସିନି ସେଟ୍ଟୀ ।

ଜୀବନ୍ତ ଜଳିଗଲେ ୨୫ ଛେଳି ଓ ୪ ଗୋରୁ

ବାଲେଶ୍ବର: ଶ୍ରୀରାମପୁର ପଞ୍ଚାୟତ ବଳବୁଧି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଜୀବନ୍ତ ଜଳିଗଲେ ୨୫ ଛେଳି ଓ ୪ ଗୋରୁ ।  ଗାଁର କୈଳାସ ମଲ୍ଲିକଙ୍କ ଘର ଓ ଗୁହାଳରେ ଏହି ନିଆଁ ଲାଗିଥିଲା ।

ଗତକାଲି ରାତି ପ୍ରାୟ ୨ଟା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଗାଁ ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେତେବେଳକୁ ଗୁହାଳ ଘର ସମ୍ପୂର୍ଣ୍ଣ ଜଳିଯିବା ସହ ୨୫ ଛେଳି ଓ ୪ ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଘରକୁ ଲାଗି ଗୁହାଳ ଘର ଥିବାରୁ ଘର ମଧ୍ୟ ପୋଡିଯାଇଛି ।

ଟ୍ରକ-କାର୍ ମଧ୍ୟରେ ଧକ୍କା, ଗୋଟିଏ ପରିବାରର ୭ ମୃତ

ଜୋନାପୁର: ଉତ୍ତରପ୍ରଦେଶ ଜୋନପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ କାର୍ ମଧ୍ୟରେ ଧକ୍କା, ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଛୋଟ ଛୁଆ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଦୁର୍ଘଟଣା କିଭଳି ହେଲା ସେ ନେଇ ଯାଞ୍ଚ କରୁଛି ପୋଲିସ । ଜୋନପୁର-ଅଜମଗଡ଼ ହାଇଓ୍ବେ କେରାକତ ଠାରେ ଏହି ଦୁର୍ଘଟଣା ଘଟିଛି । ସାମ୍ନା ପଟୁ ଦ୍ରୁତଗତିରେ ଟ୍ରକ ଆସି କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଉଭୟ କାର୍ ଓ ଟ୍ରକ୍ ଭାଙ୍ଗି ଚୂରମାର ହୋଇଯାଇଛି । ବିହାରର ସୀତାମଣ୍ଡୀରୁ ପ୍ରୟାଗରାଜ ଝିଅ ଦେଖିବାକୁ ଗୋଟିଏ ପରିବାରର ୯ ଜଣ ସଦସ୍ୟ କାରରେ ଯାଉଥିଲେ ।

ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ

କନ୍ଧମାଳ: ମାଓବାଦୀଙ୍କ ବିରୋଧରେ କଡ଼ା ଆକ୍ସନ । ସର୍ଚ୍ଚ ଅପରେସନରେ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଛତ୍ରଭଙ୍ଗ ଦେଲେ ମାସବାଦୀ ।

ମିଳିଥିବା ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଦୁର୍ଗାପଙ୍ଗl ଜଙ୍ଗଲରେ ଆଜି ଏସଓଜି ଯବାନ କମ୍ବିଂ ଅପରେସନ ଚଲାଇଥିଲେ । ଏହି ସମୟରେ ସେମାନଙ୍କର ମାଓବାଦୀଙ୍କ ସହ ମୁକାବିଲା ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ବିନିମୟ ହୋଇଥିଲା । ତେବେ ଘଞ୍ଚ ଜଙ୍ଗଲର ଫାଇଦା ନେଇ ମାଓବାଦୀମାନେ ଖସିଯିବାକୁ ସକ୍ଷମ ହୋଇଥିଲେ । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମାଗ୍ରୀ ଜବତ କରିଛନ୍ତି ।

ଟିଟିଲାଗଡ଼ ଜେଲ ବାଡ଼ ଡେଇଁ ଦୁଇ କଏଦୀ ଫେରାର

ଟିଟିଲାଗଡ଼: ଜେଲରୁ ଚମ୍ପଟ ମାରିଲେ କଏଦୀ । ଟିଟିଲାଗଡ଼ ଜେଲରୁ ଆସିଛି ଏମିତି ଖବର । ଜେଲରୁ ଦୁଇ ଜଣ କଏଦୀ ଫେରାର ହୋଇଯାଇଛନ୍ତି ।

ଗତକାଲି ରାତିରେ ଜେଲ ବାଡ଼ ଡେଇଁ କଏଦୀ ଦ୍ବୟ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଫେରାର୍ ୨ କଏଦୀ ହେଲେ ସୁମିତ୍ ବିହାରୀ ଓ ଶୋଭାବନ ରଣା । ୨ କଏଦୀ ଗୁରୁତର ଅଭିଯୋଗରେ ଜେଲରେ ସଜା କାଟୁଥିଲେ । ଚମ୍ପଟ କଏଦୀଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଲାଇଛି ।

ହଦଗଡ଼ ହସ୍ତୀ ଅଭୟାରଣ୍ୟରେ ହାତୀ ହାତୀଙ୍କ ମଧ୍ୟରେ ସଂଘର୍ଷ, ଗୋଟିଏ ଛୁଆ ହାତୀର ମୃତ୍ୟୁ

ଆନନ୍ଦପୁର: ହଦଗଡ଼ ହସ୍ତୀ ଅଭୟାରଣ୍ୟରୁ ହାତୀ ଛୁଆର ମୃତଦେହ ଉଦ୍ଧାର । ହାତୀ-ହାତୀଙ୍କ ମଧ୍ୟରେ ସଂଘର୍ଷରୁ ଛୁଆ ହାତୀଟିର ମୃତ୍ୟୁ ଘଟିଥିବା ବନ ବିଭାଗ ଅଧିକାରୀଙ୍କ ସୂଚନା । ମୃତ ହାତୀ ଛୁଆର ବୟସ ୫ରୁ ୬ ବର୍ଷ ହେବା । ଘଟଣା ସ୍ଥଳରେ ଏକାଧିକ ହାତୀ ଅନେକ ସମୟ ଧରି ରହିଥିଲେ । ତେବେ ମୃତ୍ୟୁର କାରଣ ନେଇ ତଦନ୍ତ ଜାରି ରହିଛି ।

ଇବ ନଦୀରୁ ମିଳିଲା ତୃତୀୟ ମୃତଦେହ

ସୁନ୍ଦରଗଡ଼: ଇବ ନଦୀରେ ଗୋଟାଏ ପରିବାରର ତିନି ଜଣ ବୁଡି ନିଖୋଜ ଘଟଣା । ମିଳିଲା ତୃତୀୟ ମୃତଦେହ । ପୂର୍ବରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକମାନେ ହେଲେ ମହମ୍ମଦ ରିଜୱାନ, ମହମ୍ମଦ ଫରହାନ ଏବଂ ମହମ୍ମଦ ସାହିଦ ।

ଗତକାଲି ଇବ୍ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ୩ ଜଣ ବୁଡ଼ି ଯାଇଥିଲେ । ତିନି ଜଣଙ୍କୁ ଉଦ୍ଧାର କରିବାକୁ ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ଼ ଅଗ୍ନିଶମ ବାହିନୀର ଟିମ୍ ସାମିଲ ହୋଇଥିଲେ । ଏହି ଘଟଣାକୁ ନେଇ ସୁନ୍ଦରଗଡରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।