spot_img
Home Blog Page 2271

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ମହାତ୍ମା ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇଥିଲେ ।

ଏହି ଅବସରରେ ରାଜଧାନୀରେ ରାଜ୍ୟସ୍ତରୀୟ ପରେଡ ଅନୁଷ୍ଠିତ ହୋଇଛି। ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ରଙ୍ଗାରଙ୍ଗ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ଯପାଳ ରଘୁବର ଦାସ। ପରେଡରେ ଭାଗ ନେଇଥିଲେ ବିଭିନ୍ନ ବିଭାଗର ୪୮ଟି କଣ୍ଟିଜେଣ୍ଟ । ପଡୋଶୀ ରାଜ୍ଯ ସହ ସମନ୍ବୟ ରକ୍ଷା ଲାଗି ପରେଡରେ ସାମିଲ ହୋଇଥିଲେ ଝାଡ଼ଖଣ୍ଡ ପୋଲିସ କଣ୍ଟିଜେଣ୍ଟ। ପରେଡରେ ୪ଟି ସାଂସ୍କୃତିକ ଦଳ, ମହର୍ଷି ଡେୟାର ଡେଭିଲସ ସାମିଲ ହୋଇଥିଲେ। ଏହା ସହ itbp, crpf, sog, ssb, irb, osap, oisf, Apr, ଟ୍ରାଫିକ, fire, ହୋମଗାର୍ଡ ଓ କମିଶନରେଟ ପୋଲିସର କଣ୍ଟିଜେଣ୍ଟ ବି ସାମିଲ ହୋଇଥିଲେ। ପରେରେ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। 5ଟି ଅଧୀନରେ ସ୍କୁଲ ରୁପାନ୍ତରଣ ପରେ  ପ୍ରଥମ ଥର ପାଇଁ କ୍ୟାପିଟାଲ ହାଇସ୍କୁଲର ଛାତ୍ରୀ ବ୍ୟାଣ୍ଡ ବଜାଇ ପରେଡ଼ର ସାମିଲ ହୋଇଥିଲେ। ପରେଡରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପ୍ରଜ୍ଞାପନ ମେଢ଼ ସମେତ ଫାଇଭ-ଟି ରୂପାନ୍ତରଣ ସ୍କୁଲ ପ୍ରଜ୍ଞାପନ ମେଢ ସ୍ଥାନୀତ ହୋଇଥିଲା ।

ଦେଶ ପାଳୁଛି ୭୫ ତମ ଗଣତନ୍ତ୍ର ଦିବସ, ଦିଲ୍ଲୀରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ଭାରତ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ। ଏହି ପବିତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ।

ଏହି ସମୟରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚଳିତ ବର୍ଷର ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଉପସ୍ଥିତ ଥିଲେ। ଏଥିସହ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ, ତିନି ସେନାର ମୁଖ୍ୟ ଏବଂ କମାଣ୍ଡରମାନେ ମଧ୍ୟ କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସରେ ଉପସ୍ଥିତ ରହିଥିଲେ।

ଏହି ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭବ୍ୟ ପରେଡ ସମାରୋହ ଅନୁଷ୍ଠିତ ହେଉଛି। ଭାରତୀୟ ସେନର ୩ ବାହିନୀ, ଅର୍ଦ୍ଧସାମରିକ ବାହିନୀ, ଏନସିସି ସମେତ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ପରେଡ ପ୍ରଦର୍ଶନ। ପରେଡ ଅଭିବାଦନ ଗ୍ରହଣ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉତ୍ସବରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମାରୋହର ମୁଖ୍ଯ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଯୋଗ ଦେଇଛନ୍ତି । ବିଭିନ୍ନ ରାଜ୍ୟ ଓ ଅନୁଷ୍ଠାନ ପକ୍ଷରୁ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରାଯାଉଛି। ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖୁଛି ସାରା ବିଶ୍ବ । କର୍ତ୍ତବ୍ୟପଥରେ ଚମକିଛି ଓଡ଼ିଶାର ପ୍ରଜ୍ଞାପନ ମେଢ । ବିଭିନ୍ନ ପ୍ରଜ୍ଞାପନ ମେଢରେ ଭାରତୀୟ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ପରେଡରେ ସାମିଲ ହୋଇଛନ୍ତି ଫ୍ରାନ୍ସ ସେନାର କଣ୍ଟିଜେଣ୍ଟ । ଏଥିରେ ୯୫ ଜଣିଆ ମାର୍ଚିଂ କଣ୍ଟିଜେଣ୍ଟ ସହ ୩୩ ସଦସ୍ୟ ବିଶିଷ୍ଟ ଫ୍ରାନ୍ସ ବ୍ୟାଣ୍ଡ୍ ସାମିଲ ହୋଇଛନ୍ତି । ୨୦୨୩ ଫ୍ରାନ୍ସର ବାଷ୍ଟାଇଲ୍ ଡେ ପରେଡରେ ଭାରତୀୟ ସେନାର କଣ୍ଟିଜେଣ୍ଟ ସାମିଲ ହୋଇଥିଲା ।

‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଲୋକ କଳାକାର ମାନଙ୍କ ଜରିଆରେ ଚାଲିବ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ। ଲୋକମାନେ ପାଇବେ ବିକାଶର ବାର୍ତ୍ତା, ରୂପାନ୍ତରିତ ଓଡିଶାର ବାର୍ତ୍ତା। ଏହାଦ୍ବାରା ଜନସାଧାରଣ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସଂପର୍କରେ ଜାଣିବା ସହିତ ସରକାରଙ୍କ କାର୍ଯ୍ୟକ୍ରମରେ, ବିକାଶ କାର୍ଯ୍ୟକ୍ରମରେ ସହଭାଗୀ ହୋଇପାରିବେ।

ଏହି ଅଭିଯାନରେ ଏକ ମାସ ଧରି ରାଜ୍ୟର ୫୧ ହଜାର ୧୬୮ଟି ଗାଁରେ ଦୁଇ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସାରା ରାଜ୍ୟରେ ୨୨ ହଜାର ଲୋକ କଳାକାର ଦଳ ପଞ୍ଜୀକୃତ ହୋଇଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଲୋକ କଳାକାର ମାନଙ୍କର ଖୁବ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆମର ଲୋକ କଳାକାର ମାନେ ବହୁତ ଭଲ କାମ କରୁଛନ୍ତି। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବାର୍ତ୍ତା ଆପଣ ମାନେ ଲୋକଙ୍କୁ ଦେଉଛନ୍ତି। ଏହାଦ୍ଵାରା ଆମର ଲୋକକଳାର ଆଦର ବଢୁଛି ଏବଂ ଆମ କଳାକାରମାନେ ମଧ୍ୟ ରୋଜଗାର ପାଉଛନ୍ତି।

ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ଆପଣମାନେ ସଶକ୍ତ କରୁଛନ୍ତି ବୋଲି ମତ ଦେବା ସହିତ ସେ କହିଛନ୍ତି ଯେ ମୋ ସରକାର କଳା ଓ କଳାକାରଙ୍କ ଉନ୍ନତି ପାଇଁ ସଂକଳ୍ପବଦ୍ଧ।  ଆମ କଳା ଓ କଳାକାର ମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର ୨୦୧୦ରୁ କଳାକାର ସଂଘ ଗଠନ ହୋଇଛି। ଏହି ଉପକ୍ରମ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିଲା ଏବେ ଏହା ସବୁ ଜିଲ୍ଲା ଓ ସବୁ ବ୍ଲକରେ କାର୍ଯ୍ୟକାରୀ ହୋଇପାରିଛି।

ଗଣତନ୍ତ୍ର ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ

ଭୁବନେଶ୍ୱର: ଆସନ୍ତାକାଲି ସାରା ଦେଶ ପାଳିବ ୭୫ ତମ ସାଧାରଣତନ୍ତ୍ର ଦିବସ। ଏହାର ଅବ୍ୟବହିତ ପୂର୍ବରୁ ତ୍ରିରଙ୍ଗା ଆଲୋକରେ ଝଲସୁଛି ରାଜଧାନୀ। ସୁସଜ୍ଜିତ ହୋଇଛି ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ।

ଏଜି ଅଫିସ, ଜୟଦେବ ଭବନ, ଲୋକସେବା ଭବନ, ଓଡିଶା ବିଧାନସଭା, କମିଶନରେଟ ପୋଲିସ, ରବୀନ୍ଦ୍ର ମଣ୍ଡପ, ଓଡିଶା ଖଣି ନିଗମ ଭବନ, କୃଷି ଭବନ, ସୂଚନା ଓ ଲୋକ ସମ୍ପର୍କ ଭବନ, ଖାରବେଳ ଭବନ, ନିର୍ମାଣ ସୌଧ, ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ, ବିଏମସି ଅଫିସ, ଗୀତ ଗୋବିନ୍ଦ ସଦନ, ବୟନିକା ଭବନ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଦି ତ୍ରିରଙ୍ଗା ଆଲୋକରେ ସଜେଇ ହୋଇଛି। ଏହାସହ ଏଜି ଛକରୁ ୪ ନମ୍ବର ଟ୍ରାଫିକ ଛକ ଓ ରବୀନ୍ଦ୍ର ମଣ୍ଡପ ଛକରୁ କମିଶନରେଟ ପୋଲିସ ଅଫିସ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବକୁ ମଧ୍ୟ ସୁନ୍ଦର ଆଲୋକମାଳାରେ ସଜ୍ଜିତ କରାଯାଇଛି।

ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୫ତମ ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ସମ୍ୱିଧାନର ପ୍ରସ୍ତାବନା ଭାରତବାସୀଙ୍କ ଠାରୁ ଆରମ୍ଭ ହେଉଛି। ଏହି ଶବ୍ଦ ଆମ ସମ୍ୱିଧାନର ମୂଳ ଭାବନାକୁ ରେଖାଙ୍କିତ କରୁଛି। ଦେଶ ସ୍ୱାଧୀନତାର ଶତାବ୍ଦୀ ଆଡ଼କୁ ଅଗ୍ରସର ହୋଇ ଅମୃତ କାଳର ପ୍ରାରମ୍ଭିକ ପର୍ଯ୍ୟାୟ ଦେଇ ଯାଉଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରକୁ ସମ୍ୱୋଧିତ କରି କହିଛନ୍ତି ଯେ ଦେଶର ବୈଜ୍ଞାନିକ, ପ୍ରଯୁକ୍ତି ବିଶେଷଜ୍ଞ ପୂର୍ବାପେକ୍ଷା ବହୁ ଉଚ୍ଚ ଲକ୍ଷ୍ୟ ହାସଲ କରୁଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି କହିଛନ୍ତି ରାଷ୍ଟ୍ରପତି। ସେ କହିଛନ୍ତି ଯେ ନାରୀ ଶକ୍ତି ବନ୍ଦନ ଅଧିନିୟମ ମହିଳା ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି। ଏହା ଆମର ଶାସନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛଳ କରିବାରେ ସହଯୋଗ କରିବ।

ସେ ଆହୁରି ମଧ୍ୟ କହିଛନ୍ତି, କାଲି ଆମେ ସମ୍ୱିଧାନ ଲାଗୁ କରାଯିବାର ଉତ୍ସବ ପାଳନ କରିବା। ଭାରତରେ ଗଣତାନ୍ତ୍ରିକ ପ୍ରଣାଳୀ ବଡ଼ ଏବଂ ପାଶ୍ଚାତ୍ୟ ଗଣତନ୍ତ୍ରର ଅବଧାରଣାଠାରୁ ବି ପୁରୁଣା। ଏହି କାରଣରୁ ଭାରତକୁ ଗଣତନ୍ତ୍ରର ଜନନୀ ବୋଲି କୁହାଯାଇଥାଏ। ଦେଶ ଅମୃତ କାଳର ପ୍ରାରମ୍ଭିକ ବର୍ଷରେ ଅଛି। ଏହା ପରିବର୍ତ୍ତନର ସମୟ। ଦେଶକୁ ନୂଆ ଶିଖରକୁ ନେବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିଛି। ଆମ ଲକ୍ଷ୍ୟ ହାସଲ ପାଇଁ ପ୍ରତ୍ୟେକ ନାଗରିକଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି।

ଭିଜିଲାନ୍ସ କୋର୍ଟରେ ORHDCର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର: ORHDC ଦୁର୍ନୀତି ମାମଲା। ଭିଜିଲାନ୍ସ କୋର୍ଟରେ ORHDCର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ IAS ବିନୋଦ କୁମାର ପୁଣି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ସହ ୫ ପୂର୍ବତନ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୂର୍ବତନ କମ୍ପାନୀ ସେକ୍ରେଟାରୀ ଶାଶ୍ୱତୀ ରଂଜନ ମହାପାତ୍ର, ପୂର୍ବତନ ଆକାଉଣ୍ଟ ଅଫିସର ପ୍ରଦୀପ କୁମାର ରାଉତ, ପୂର୍ବତନ ଜୁନିଅର ଲୋନ ଅଫିସର ସତ୍ୟପ୍ରକାଶ ବେହେରା, ସହକାରୀ ସିଷ୍ଟମ ଆନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ୱାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସମସ୍ତଙ୍କୁ ୩ବର୍ଷ ଲେଖାଏଁ ଜେଲ ଓ ୫୦ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ବିନୋଦ କୁମାରଙ୍କ ସହ ୫ ପୂର୍ବତନ କର୍ମଚାରୀ ନିଜ ପଦର ଦୁରୂପଯୋଗ କରି ଋଣ ଦେଇଥିଲେ। ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଋଣ ଅର୍ଥ ବେଆଇନ ଭାବେ ସୀତାରା ବିଲ୍ଡକନ ପ୍ରା. ଲିଃ.କୁ ଦିଆଯାଇଥିଲା।

ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ହେବ ହୋମ୍ ଭୋଟିଂ ବ୍ୟବସ୍ଥା

ଭୁବନେଶ୍ୱର: ଯେଉଁଠି ଡ୍ୟୁଟି, ସେଇଠି ଭୋଟିଂ ସୁବିଧା। ୨୦୨୪ ସାଧାରଣ ନିର୍ବାଚନରେ ପୋଲିଂ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ଖୁସି ଖବର। ଦିବ୍ୟାଙ୍ଗ, ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଓ ଗୁରୁତର ରୋଗୀଙ୍କ ପାଇଁ ହୋମ୍ ଭୋଟିଂ ବ୍ୟବସ୍ଥା। ଜାନୁଆରୀ ୨୫, ଜାତୀୟ ଭୋଟର ଦିବସ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି।

ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାର ସମ୍ଭାବନା ରହିଛି। ୧୪୭ ବିଧାନସଭା ଓ ୨୧ ଲୋକସଭାରେ ପ୍ରାୟ ୩୭ହଜାର ୬୦୦ ବୁଥ୍ ଥିବା ବେଳେ ଏଥିପାଇଁ ଆବଶ୍ୟକୀୟ ଇଭିଏମ୍ ଓ ଭିଭିପାଟ ମହଜୁଦ ରହିଛି। ପୋଲିଂ କର୍ମଚାରୀଙ୍କ ପ୍ରଶିକ୍ଷଣ ସରିଛି। ସବୁ ପ୍ରକାରର ପ୍ରସ୍ତୁତି ସରିଥିବା ବେଳେ ଓଡ଼ିଶା ଗସ୍ତରେ ମୁଖ୍ୟ ନିର୍ବାଚନ କମିଶନ ଖୁବ୍ ଶୀଘ୍ର ଆସିବେ। ୨୦୧୯ରେ ଓଡ଼ିଶାରେ ୭୨.୯୨% ଭୋଟିଂ ହୋଇଥିବା ବେଳେ ୨୦୨୪ରେ ଏହା ବୃଦ୍ଧି କରିବା ଲକ୍ଷ୍ୟ ରହିଛି। ସମସ୍ତଙ୍କ ଫୋକସ ରହିଛି ଯୁବ ଭୋଟରଙ୍କ ଉପରେ।

ଜାତୀୟ ଭୋଟର ଦିବସ ପାଇଁ ସଚେତନତା ଶୋଭାଯାତ୍ରା ସହ ବିଭିନ୍ନ ପ୍ରତିଯୋଗିତା ହୋଇଛି। ଅଧିକ ଲୋକଙ୍କୁ ଭୋଟର ତାଲିକାରେ ସାମିଲ କରିଥିବାରୁ ଗଜପତି, ସୋନପୁର, ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସମ୍ମାନିତ କରାଯାଇଛି। ୧୯୫୨ ମସିହା ଦେଶର ପ୍ରଥମ ନିର୍ବାଚନ ପରଠାରୁ ପ୍ରତି ନିର୍ବାଚନରେ ସଂସ୍କାର ଅଣାଯାଇଥିବା ବେଳେ ୨୦୨୪ରେ ମଧ୍ୟ ମତଦାନ ସହଜ ଓ ସରଳ କରିବାକୁ ଉଦ୍ୟମ ଜାରି ରହିଛି। ତୃତୀୟ ଲିଙ୍ଗୀମାନଙ୍କୁ ଭୋଟର ତାଲିକାରେ ସାମିଲ କରାଯିବା ସହ ଏମାନଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର କରି ସମାଜକୁ ଭିନ୍ନ ବାର୍ତ୍ତା ଦେଇଛନ୍ତି ଆୟୋଗ।

ଉଚ୍ଚଶିକ୍ଷାନୁଷ୍ଠାନରେ ଆଞ୍ଚଳିକ ଭାଷାରେ ହେବ ପାଠପଢା

ଭୁବନେଶ୍ୱର: ଓଡ଼ିଶାରେ ଓଡ଼ିଆ ଭାଷାରେ ପାଠପଢା। ଆନ୍ଧ୍ରପ୍ରଦେଶରେ ତେଲୁଗୁରେ ଶିକ୍ଷାଦାନ। ସବୁ ରାଜ୍ୟରେ ନିଜ ନିଜ ଭାଷାରେ କରାଯିବ ଶିକ୍ଷାଦାନ । ରାଜ୍ୟର ସବୁ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆଞ୍ଚଳିକ ଭାଷାରେ ପାଠପଢା ପାଇଁ ଖସଡ଼ା ପ୍ରସ୍ତୁତ କରିଛି ୟୁଜିସି। ଗଣିତ ହେଉ କି ବିଜ୍ଞାନ, ଅର୍ଥନୀତି ହେଉ କି ବାଣିଜ୍ୟ, ପାଠପଢାର ମାଧ୍ୟମ ରହିବ ଆଞ୍ଚଳିକ ଭାଷା। ଏପରିକି ଅନେକ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ବୁଝିବାରେ ଅସୁବିଧା ହେଉଛି। ସେମାନଙ୍କୁ ବି ସରଳ ଆଞ୍ଚଳିକ ଭାଷାରେ ପଢାଯିବ।

ଭାରତୀୟ ଭାଷା ଗୁଡ଼ିକର ଶକ୍ତି ଓ ବ୍ୟବହାର ବୃଦ୍ଧି ସହ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଗ୍ରସ ଏନରୋଲମେଣ୍ଟ ରେସିଓରେ ଉନ୍ନତି ଆଣିବା ଲକ୍ଷ୍ୟରେ ୟୁଜିସି ଏହି ନିୟମ ଆଣିବାକୁ ଯାଉଛି। ଏ ଦିଗରେ ଅଥେନଟିକ୍ ଟର୍ମିନୋଲୋଜି, ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ୍, ମେସିନ ଅନୁବାଦ, ଟେକ୍ସଟ ଏଡିଟିଂ, ବହୁଭାଷା ଶିକ୍ଷାଦାନ ପରି ସମସ୍ୟା ରହିଛି। ଏହାକୁ ଦୂର କରିବାକୁ ୟୁଜିସି ଓ ଭାରତ ଭାଷା ସମିତି ଆସନ୍ତା ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ ଦୁଇ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ କରିବେ। ଏଥିପାଇଁ ପ୍ରାଧ୍ୟାପକ ବା ସହକାରୀ ପ୍ରାଧ୍ୟାପକ ଶ୍ରେଣୀୟ ଦୁଇ ଜଣ ବରିଷ୍ଠ ଶିକ୍ଷାବିତଙ୍କୁ ମାଷ୍ଟର ଟ୍ରେନର କରିବାକୁ ବିଶ୍ବବିଦ୍ୟାଳୟ ଗୁଡ଼ିକୁ ୩୧ ଜାନୁଆରୀ ଭିତରେ ନାଁ ମାଗିଛି ୟୁଜିସି। ସେମାନଙ୍କ ମଧ୍ୟରୁ ଜଣେ ବିଜ୍ଞାନ ଓ ଅନ୍ୟ ଜଣେ ବାଣିଜ୍ୟ କି ସାମାଜିକ ବିଜ୍ଞାନ ବିଭାଗ ହୋଇଥିବା ଚିଠି କରିଛି।

ଟ୍ରେନିଂ ପାଇଁ ଯାଉଥିବା ଶିକ୍ଷାବିତମାନଙ୍କ ଯାତାୟାତ ଓ ଦୈନିକ ଖର୍ଚ୍ଚ ବହନ କରିବ ସଂପୃକ୍ତ ଉଚ୍ଚଶିକ୍ଷାନୁଷ୍ଠାନ। ରହିବା, ଖାଇବା ଓ ଉପକରଣ ଖର୍ଚ୍ଚ ଗୁଡ଼ିକ ଭାରତ ଭାଷା ସମିତି ସହାୟତାରେ ଟ୍ରେନିଂ ସେଣ୍ଟର ଭାବେ ବଛା ଯାଇଥିବା ଉଚ୍ଚଶିକ୍ଷାନୁଷ୍ଠାନ ବହନ କରିବ। ଟ୍ରେନିଂ ପରେ ମାଷ୍ଟର ଟ୍ରେନର ଆଖ୍ୟା ପାଇ ଅନ୍ୟ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ କଣ୍ଟେଣ୍ଟ ଲେଖା ଓ ପାଠପଢାରେ ଦିଗଦର୍ଶନ ଦେବେ। ଏହା ସାରା ଦେଶରେ ଆଞ୍ଚଳିକ ଭାଷାରେ ପୁସ୍ତକ ଲେଖା ପାଇଁ କ୍ୟାଟାଲିଷ୍ଟ ଭାବେ କାମରେ ଆସିବ।

ଘରୋଇ କଳି ସମାଧାନ କରିବାରେ ଓଡ଼ିଶା ମହିଳା ଆୟୋଗଙ୍କ ରେକର୍ଡ

ଭୁବନେଶ୍ୱର: ମହିଳାଙ୍କ ଉନ୍ନତିରେ ପରିବାର ତଥା ସମାଜର ଉନ୍ନତି । ମହିଳା ଓ ଝିଅ ଶିକ୍ଷିତ ଦେଶ ହୁଏ ସଶକ୍ତ। ମହିଳା ଆର୍ଥିକ ସ୍ବାବଲମ୍ବୀ ହେଲେ ସୁଖୀ ରହେ ପରିବାର । ଦୂରେଇ ଯାଏଁ ଘରୋଇ ହିଂସା । ଏମିତି ଘରୋଇ ହିଂସାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାରେ ଦେଶରେ ରେକର୍ଡ କରିଛନ୍ତି ଓଡ଼ିଶା ରାଜ୍ୟ ମହିଳା କମିଶନ। ୯୬.୧୪ ପ୍ରତିଶତ ଘରୋଇ ହିଂସା ମାମଲାର ସମାଧାନ କରିପାରିଛନ୍ତି ।

ମହିଳାଙ୍କୁ ଆତ୍ମନିର୍ଭର କରିବାରେ ମୁଖ୍ୟମନ୍ତ୍ରୀଙ୍କ ମିଶନଶକ୍ତି ଆଜି ମହିଳାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ଓଡ଼ିଶାର ମହିଳା ହୋଇଛନ୍ତି ଆତ୍ମନିର୍ଭର। ଅଦ୍ବେକା କାର୍ଯ୍ୟକ୍ରମ ଜରିଆରେ ଝିଅ ଓ ମହିଳା ନିଜର ଆଇନଗତ ଅଧିକାର ବିଷୟରେ ଜାଣିପାରୁଛନ୍ତି। ମହିଳାଙ୍କୁ ସଶକ୍ତ କରିବାକୁ ହେଲେ ଘରର ପୁଅ ଓ ପୁରୁଷ ବ୍ୟକ୍ତି ଶିକ୍ଷିତ ହେବା ଦରକାର। ତା ନହେଲେ ମହିଳାଟିର ଅଧିକାର ବିଷୟରେ ସେମାନେ ସମ୍ବେଦନଶୀଳ ହେବେନି। ଓଡ଼ିଶା ମହିଳା ଆୟୋଗ ଆପୋଷ ସମାଧାନ ଜରିଆରେ ଘରୋଇ ହିଂସା ଓ ଦାମ୍ପତ୍ୟ ବିବାଦ ସମାଧାନ କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି।

ମହିଳାଙ୍କ ସମ୍ମାନ ଓ ଗରିମା ବଜାୟ ରଖିବା ସମସ୍ତଙ୍କ ଦାୟିତ୍ବ। ହିଂସାର ଶିକାର ହୋଇଥିବା ମହିଳାଟି କିପରି ନ୍ୟାୟ ପାଇବେ ସେ ନେଇ କମିଶନ, ପ୍ରଶାସନ, ପୋଲିସ ଓ ଗଣମାଧ୍ୟମର ଭୂମିକା ଅତୁଳନୀୟ। ପ୍ରଥମ କରି ରାଜ୍ୟ ମହିଳା କମିଶନ ମହିଳାଙ୍କ ଅଧିକାର ନେଇ ସଚେତନ କରିବା ଉଦ୍ଦେଶ୍ୟରେ ଓଡ଼ିଆରେ ମହିଳାଙ୍କ ଅବଗତି ନିମନ୍ତେ ଆଇନର ୩୬ଟି ବିଷୟରେ ଏକ ପୁସ୍ତିକା ପ୍ରସ୍ତୁତ କରିଛନ୍ତି। ଗତବର୍ଷ ଜାନୁଆରୀରୁ ଡିସେମ୍ବର ଭିତରେ ଘରୋଇ କଳି ଯୋଗୁ ଅଲଗା ରହୁଥିବା ୨୧୨ ସ୍ବାମୀ-ସ୍ତ୍ରୀ କଳିକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିଛି। ଏହା କମିଶନଙ୍କ ପାଇଁ ବଡ଼ ସଫଳତା। ମହିଳାଙ୍କ ଅଧିକାର ବିଷୟରେ ସଚେତନ କରିବା ପାଇଁ ସ୍କୁଲ ଓ କଲେଜ ସ୍ତରରେ କମିଶନଙ୍କ ପକ୍ଷରୁ ସଚେତନତା ଶିବିର ଆୟୋଜନ କରାଯାଉଛି। ଓଡ଼ିଶାରେ ସବୁ ବର୍ଗର ମହିଳା ନିଜର ଅଧିକାର ଓ ସ୍ବାଭିମାନ ବିଷୟରେ ଜାଣିବାକୁ ସକ୍ଷମ ହୋଇଛନ୍ତି ।

କ’ଣ ପ୍ରାଣ ପ୍ରତିଷ୍ଠା କାଳରେ ସତରେ ପ୍ରତିମା ସମ୍ମୁଖରେ ରଖାଯାଇଥିବା ଦର୍ପଣ ଭାଙ୍ଗିଯାଏ ?

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବା ଦିନଠାରୁ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟମାନ ଦେଖିବାକୁ ମିଳୁଛି । ପ୍ରାଣ ପ୍ରତିଷ୍ଠାକୁ ନେଇ ଲୋକଙ୍କ ଉଠୁଥିବା ବିଭିନ୍ନ ପ୍ରଶ୍ନ ସମ୍ପର୍କରେ ଲୋକେ ସର୍ଚ୍ଚ କରୁଥିବା ଦେଖିବାକୁ ମିଳିଛି । ତେବେ ଅଧିକାଂଶ ଲୋକେ ସର୍ଚ୍ଚ କରିଛନ୍ତି କି, କ’ଣ ପ୍ରାଣ ପ୍ରତିଷ୍ଠା କାଳରେ ସତରେ ପ୍ରତିମା ସମ୍ମୁଖରେ ରଖାଯାଇଥିବା ଦର୍ପଣ ଭାଙ୍ଗିଯାଏ ? ଯାହାକୁ ନେଇ ସାଧାରଣରେ ମଧ୍ୟ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।

ଜ୍ୟୋତିଷଙ୍କ ମୁତାବକ, ପ୍ରାଣ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ଭଗବାନଙ୍କ ଚକ୍ଷ୍ମୁକୁ ପରଦା ଆଢ଼ୁଆଳରେ ରଖାଯାଇଥାଏ । ଏପରିକି ଆଖିକୁ ବନ୍ଦ ରଖାଯାଇଥାଏ । ଏହାସହ କିଛି ଦିନ ପର୍ଯ୍ୟନ୍ତ ବେଦପାଠ କରାଯାଇଥାଏ । ମନ୍ତ୍ରପାଠ ପରେ ମୂର୍ତ୍ତିରେ ଦୈବିକ ଉର୍ଜା ଆସିଥାଏ । ଏଣୁ ଆଖିରୁ ପରଦା ହଟାଇବା ପରେ ସମ୍ମୁଖରେ ରହିଥିବା ଦର୍ପଣ ଭାଙ୍ଗିଯାଇଥାଏ ବୋଲି ବିଶ୍ବାସ ରହିଛି । ୟୁପିର ପ୍ରସିଦ୍ଧ କାଂସଗଜର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସୋରୋର ଜ୍ୟୋତିଷାଚାର୍ଯ୍ୟ ଡ. ଗୌରବ ଦିକ୍ଷିତ କହିଛନ୍ତି କି, ଭଗବାନଙ୍କ ପ୍ରାଣ ପ୍ରତିଷ୍ଠାର ପୁରା ବିଧି ହିସାବରେ ହୋଇଥାଏ । କିଛିଦିନ ଧରି ବୈଦିକ ମନ୍ତ୍ରପାଠ ସହ ପୂଜାର୍ଚ୍ଚନା କରାଯାଇଥାଏ । ବହୁ ସ୍ଥାନରେ ପ୍ରାଣ ପ୍ରତିଷ୍ଠାର ଅନ୍ତିମ ଦିନରେ ଭଗବାନଙ୍କ ମୂର୍ତ୍ତି ସମ୍ମୁଖରେ ଦର୍ପଣ ରଖାଯାଇଥାଏ । ଯାହାକି, ପ୍ରାଣ ପ୍ରତିଷ୍ଠା ହେବା ପରେ ମୂର୍ତ୍ତିର ଉର୍ଜା ପାଇଁ ଭାଙ୍ଗି ଯାଇଥାଏ । ଏହାପରେ ଭଗବାନଙ୍କ ମୂର୍ତ୍ତିରେ ଦୈବିକ ଶକ୍ତି ଜାଗ୍ରତ ହୋଇଥାଏ । ବେଦିକ ଶାସ୍ତ୍ରରେ ଏହାକୁ ଚକ୍ଷୁଦାନ କୁହାଯାଏ ।