spot_img
Home Blog Page 2277

ଆସନ୍ତା ଏପ୍ରିଲ ୧୬ରେ ସାଧାରଣ ନିର୍ବାଚନ ହେବାକୁ ନେଇ ବଢ଼ିଲା ଚର୍ଚ୍ଚା !

ନୂଆଦିଲ୍ଲୀ : ଆସନ୍ତା ଏପ୍ରିଲ ୧୬ରେ ହେବ କି ସାଧାରଣ ନିର୍ବାଚନ । ଅଫିସରଙ୍କୁ ସର୍କୁଲାର ଜାରି କରିବା ପରେ ବଢିଲା ଚର୍ଚ୍ଚା । ୧୧ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଥିଲା ଦିଲ୍ଲୀ CEO କାର୍ଯ୍ୟାଳୟ  । ଏପ୍ରିଲ ୧୬ ସମ୍ଭାବ୍ୟ ନିର୍ବାଚନ ତାରିଖ ବୋଲି ସର୍କୁଲାରରେ ଉଲ୍ଲେଖ ରହିଛି । ଏଥିରେ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଅଛନ୍ତି ଜଣାଇବାକୁ ସର୍କୁଲାରରେ ନିର୍ଦ୍ଦେଶ ରହିଛି । ଏପ୍ରିଲ ୧୬କୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛି । ଏହି ସର୍କୁଲାର ଭାଇରାଲ ହେବା ପରେ ସ୍ପଷ୍ଟିକରଣ ଦେଲେ ଦିଲ୍ଲୀ ସିଇଓ ।

ଏପ୍ରିଲ ୧୬କୁ କେବଳ ଆନୁମାନିକ ତାରିଖ ଭାବେ ଉଲ୍ଲେଖ କରାଯାଇଥିଲା  । ତେବେ ଏପ୍ରିଲ ୧୬ରେ ନିର୍ବାଚନ ହେବ ବୋଲି ବିଧିବଦ୍ଧ ତାରିଖ ଘୋଷଣା ହୋଇନାହିଁ  । ଏହି ତାରିଖକୁ ଆନୁମାନିକ ଭାବେ ଲକ୍ଷ୍ୟରେ ରଖି ନିର୍ବାଚନ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ରହିଛି ।

ମହାପ୍ରଭୁଙ୍କ ନିକଟରେ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ସପ୍ତମ ଦିନରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ନିକଟରେ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରଛନ୍ତି ମୁଖ୍ୟମନ୍ତ୍ରୀ  । ଏହାସହ ପୁଣିଥରେ ପରିକ୍ରମା ପ୍ରକଳ୍ପର ପୁନଃ ପ୍ରଦକ୍ଷୀଣ କରିଛନ୍ତି । 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ଯ ମୁଖ୍ୟମନ୍ତ୍ରୀଙ୍କ ସହିତ ପୁରୀ ଗସ୍ତ କରିଥଇଲେ  । ଭକ୍ତମାନଙ୍କୁ ମିଳୁଥିବା ନୂତନ ସୁବିଧା ସୁଯୋଗ ସମ୍ପର୍କର ଅନୁଭୂତି ନେବାପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପ୍ରକଳ୍ପର ଭବ୍ୟତା ଓ ଆଧ୍ୟାତ୍ମିକତା ପୂର୍ଣ୍ଣ ପରିବେଶକୁ ଦେଖି ମୁଖ୍ୟମନ୍ତ୍ରୀ ଆନନ୍ଦ  ଓ  ସନ୍ତୋଷ ପ୍ରକାଶ କରିଥଲେ ।

ଗତ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ। ଶ୍ରୀମନ୍ଦିରର ସୁରକ୍ଷା, ମହାପ୍ରଭୁଙ୍କ ଯାନିଯାତ୍ରା ଓ ଭକ୍ତ ମାନଙ୍କ ସୁବିଧା ଦୃଷ୍ଟିରୁ ଏହା ଅତି ଜରୁରୀ ଥିଲା। ମନ୍ଦିର ଚତୁଃପାର୍ଶ୍ଵରେ ୭୫ ମିଟର ପ୍ରଶସ୍ତ ଏହି ପରିକ୍ରମା ପ୍ରକଳ୍ପ ଅତ୍ୟନ୍ତ ଭବ୍ୟ, ସୌନ୍ଦର୍ଯ୍ୟମୟ ହେବା ସହିତ ପିଢ଼ି ପରେ ପିଢ଼ି ଭକ୍ତ ମାନଙ୍କୁ ଏକ ଆଧ୍ୟାତ୍ମିକ ପରିବେଶ ପ୍ରଦାନ କରୁଛି ।

କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ

ନୂଆଦିଲ୍ଲୀ : କର୍ପୂରୀ ଠାକୁରଙ୍କୁ ମିଳିବ ଭାରତରତ୍ନ ସମ୍ମାନ। ମରଣୋତ୍ତର ଭାବେ ତାଙ୍କୁ ମିଳିବ ଭାରତରତ୍ନ ସମ୍ମାନ । କର୍ପୂରୀ ଠାକୁର ବିହାରର ମୁଖ୍ୟମନ୍ତ୍ରୀ ଥିଲେ। ପଛୁଆ ବର୍ଗ ଲୋକଙ୍କ ଉନ୍ନତି ପାଇଁ ସେ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ। ଜନ ନାୟକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ କର୍ପୂରୀ । ୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ କର୍ପୂରୀ ଠାକୁର । କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ପୁରସ୍କାର ଦେବାକୁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଥିଲା । ଗତକାଲି ଜେଡିୟୁ ନେତା ଭାରତ ରତ୍ନ ଦେବା ସହି ତାଙ୍କ ନାଁରେ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଦାବି କରିଥିଲେ ।

ଜାନୁଆରୀ ୨୪ ତାରିଖ ବିହାରରେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ଜନ ନେତା କର୍ପୁରୀ ଠାକୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ କରାଯିବ । କର୍ପୁରୀଙ୍କ ଜୟନ୍ତୀ ପାଳନ କରିବାକୁ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ସମସ୍ତ ଦଳ ମଧ୍ୟରେ ଏକ ପ୍ରତିଯୋଗିତା ରହିଛି ।

ମିଶନ ଶକ୍ତି ମାଆଙ୍କ ମନରେ ଥିବା ସ୍ବପ୍ନରେ ଉଡାଣ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଏକ୍ସପୋଜର ଭିଜିଟରେ ମିଶନ ଶକ୍ତି ମାଆ । ଏବେ ହାଣ୍ଡିଶାଳ ନୁହେଁ ସିଧା ବିମାନରେ ଦୁବାଇ ଯାତ୍ରା । ମିଶନ ଶକ୍ତି ମାଆଙ୍କ ମନରେ ଥିବା ସ୍ବପ୍ନରେ ଉଡାଣ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଠାରୁ ତିନି ଦିନିଆ ଦୁବାଇ ଗସ୍ତରେ ଯାଇଛନ୍ତି 11 ଜିଲ୍ଲାର 35 ଜଣ ମାଆ । 11 ଜିଲ୍ଲା ଭିତରେ ଗଞ୍ଜାମ, ଝାରୁସୁଗୁଡ଼ା,କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନୂଆପଡ଼ା, ପୁରୀ,ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ର ମାଆ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ୍ସପୋଜର ଭିଜିଟ କାର୍ଯ୍ୟକ୍ରମ ହାତକୁ ନେଇଛି ପର୍ଯ୍ୟଟନ ବିଭାଗ ।shgଏବେ msme ହେବା ପରେ ମାଆ ମାନେ ସବୁ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି।ଦୁବାଇର ଏକାଧିକ ବିଜନେସ ମ୍ୟାନଙ୍କ ସହିତ ଆଲୋଚନା କରିବେ ମିଶନ ଶକ୍ତି ମହିଳା । ସେଠି କେମିତି ବ୍ୟବସାୟ ହେଉଛି, ସେମାନେ କିପରି ଗୁଣବତ୍ତା ଓ ସ୍ୱଚ୍ଛତା ଉପରେ ଧ୍ୟାନ ଦେଉଛନ୍ତି । ଏହା ସହିତ ସେମାନଙ୍କ ବ୍ୟବହାର କେମିତି ରହିଛି ସେନେଇ ଅନୁଧ୍ୟାନ କରିବେ  ।  ଓଡିଶାର ଧାନ , ଚାଉଳ , ମାଣ୍ଡିଆ , ହସ୍ତଶିଳ୍ପ  ଭଳି ସାମଗ୍ରୀ କିଭଳି ରାପ୍ତାନି ହୋଇପାରିବ ସେ ଉପରେ ଆଲୋଚନା କରିବେ । ଏହା ସହିତ ମାଆମାନେ ବିଭିନ୍ନ ଜାଗା ବୁଲି ଦେଖିବେ ।

SHGର ମାଆମାନେ କିପରି SME ଗଠନ କରିବେ ସେ ନେଇ ବ୍ୟାପକ ସୁଯୋଗ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆମର  ଅନ୍ନଦାତା ଥିଲେ ଏବେ କର୍ମଦାତା ପାଲଟିଛନ୍ତି। ମିଶନ ଶକ୍ତି ମାଆମାନକୁ ସ୍ୱାବଲମ୍ବୀ କରିବା ସହିତ ମୁଖ୍ୟସ୍ରୋତକୁ ଆଣିଥିବାରୁ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ  ଧନ୍ୟବାଦ ଜଣାଇଛନ୍ତି । ମିଶନ ଶକ୍ତି ମାଆମାନଙ୍କ ଦୁବାଇ ଗସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ମିଶନ ଶକ୍ତିର ମାଆମାନେ ବିଦେଶ ଗସ୍ତ ସମୟରେ ସେମାନଙ୍କ ଦକ୍ଷତା ବିକାଶ କରିବା ସହ, ଆନ୍ତର୍ଜାତୀୟ ମାନର ସାମଗ୍ରୀ ପ୍ରସ୍ତୁତ କରିବା ଓ ସେଗୁଡିକର ବ୍ୟବସାୟ କରିବା ଦିଗରେ ଅଭିଜ୍ଞତା ହାସଲ କରିବା ଲକ୍ଷ୍ୟ ରହିଛି ।

କୁଟିଆ କନ୍ଧ ସମାଜରୁ ଦୁଇ ଜଣଙ୍କୁ ପ୍ୟାରେଡ ଦେଖିବାକୁ ଆମନ୍ତ୍ରଣ

ନୂଆଦିଲ୍ଲୀ : ପ୍ରତ୍ୟେକ ବର୍ଷ କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ ଗଣତନ୍ତ୍ର ଦିବସ ଅବସରରେ ପ୍ରତି ରାଜ୍ୟରୁ ଆଦିବାସୀ ଅତିଥିମାନଙ୍କୁ କର୍ତ୍ତବ୍ୟ ପଥର VIP ଗ୍ୟାଲେରୀରେ ବସି ପ୍ୟାରେଡ ଦେଖିବାକୁ ଆମନ୍ତ୍ରଣ କରାଯାଇଥାଏ । ଚଳିତ ବର୍ଷ ଓଡ଼ିଶାରୁ କୁଟିଆ କନ୍ଧ ସମାଜରୁ ଦୁଇଜଣ ନିମନ୍ତ୍ରଣ ପାଇ ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ସେମାନେ ହେଉଛନ୍ତି କନ୍ଧମାଳ ଜିଲ୍ଲା ବିଲାମାଳ ପଞ୍ଚାୟତର ବୀରେନ୍ଦ୍ର ମାଝୀ ଓ ବେଲଘର ପଞ୍ଚାୟତର ହାରାମଣି ଜାନି । ଉଭୟ ବେଲଘର କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ମୋନୋନୀତ ହୋଇ ଆସିଛନ୍ତି । ତାଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିୟୋଜିତ ମଙ୍ଗଳ ଉନ୍ନୟନ ଅଧିକାରୀ ଦୀପକ କୁମାର ସାହୁ ଦିଲ୍ଲୀରେ ନେଇ ପହଞ୍ଚିଛନ୍ତି । ଆଗାମୀ ୧୦ ଦିନ ମଧ୍ୟରେ ସେ ଅନେକ କାର୍ଯ୍ୟକ୍ରମ ରେ ଯୋଗରେ ଦେବେ ।

ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତିଙ୍କ ସହ ପରେଡ ମଧ୍ୟ ଦେଖିବେ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏ ନେଇ ସେମାନେ ଖୁବ୍ ଉତ୍ସାହିତ ଥିବା ନନ୍ଦିଘୋଷ ଟିଭିକୁ କହିଛନ୍ତି । ଓଡ଼ିଶା ସମେତ ୧୮ ଟି ରାଜ୍ୟ ର PVTG ସମ୍ପ୍ରଦାୟର ଅତିଥି ଏହି ପ୍ୟାରେଡ ଦେଖିବା ସୁଯୋଗ ପାଇବେ ।

ଭୁବନେଶ୍ବର ଦକ୍ଷିଣ କାଳୀ ମନ୍ଦିରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ

ଭୁବନେଶ୍ବର : ଭୁବନେଶ୍ବର ଦକ୍ଷିଣ କାଳୀ ମନ୍ଦିରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଅତିଥି ଭାବରେ କୋଠାବାଡି ଶ୍ରମିକ ନିର୍ମାଣ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଧାୟକ ସୁଶାନ୍ତ ରାଉତ, ୧୨ ନମ୍ବର ଓ୍ବାର୍ଡର କର୍ପୋରେଟର ଜୟନ୍ତୀ ସାହୁ, ମତ୍ସ୍ୟ ନିଗମର ଅଧ୍ୟକ୍ଷ ସୁର୍ଯ୍ୟକାନ୍ତି ଜେନା ଯୋଗ ଦେଇ ୯୦ ଜଣ ଶ୍ରମିକଙ୍କୁ ୬୬ ଲକ୍ଷ  ୪୫ ହଜାର ୮୦୦ ଟଙ୍କାର ସହାୟତା ଅର୍ଥ ପ୍ରଦାନ କରିଥିଲେ । ଶ୍ରମିକମାନଙ୍କ ପରିବାରର ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

ଆଜି ଏହି ଯୋଜନାରେ ଶ୍ରମିକଙ୍କୁ ବିବାହ ସହାୟତା ରାଶି, ଶିକ୍ଷା ସହାୟତା, ପ୍ରସୂତି କାଳୀନ ସହାୟତା, ମୃତ ଶ୍ରମିକଙ୍କ ପରିବାକୁ ସହାୟତା ରାଶି, ନୂଆ ଲେବର କାର୍ଡ ମଧ୍ୟ ବଣ୍ଟନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪୧ ଲକ୍ଷ ଶ୍ରମିକ ରେଜିଷ୍ଟ୍ରେସନ କରିଛନ୍ତି । ଆଜି  ୨୬୦ ଜଣ ଶ୍ରମିକ ପ୍ରଞ୍ଜିକରଣ କରିଛନ୍ତି । ହିତାଧିକାରୀମାନେ ଆର୍ଥିକ ସହାୟତା ପାଇ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରାଜଧାନୀବାସୀଙ୍କ ନିଦ ହଯାଇଥିବା ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟ ଗିରଫ

ଭୁବନେଶ୍ୱର : ପୋଲିସକୁ ଚକମା ଦେବାପାଇଁ ବାଇକ ରେଣ୍ଟରେ ଆଣୁଥିଲେ । ରେଣ୍ଟାଲ ବାଇକରେ ଲୁଟପାଟ କରୁଥିଲେ । ରାଜରାସ୍ତାରେ ଚେନ ଓ ମୋବାଇଲ ଝାମ୍ପି ରାଜଧାନୀବାସୀଙ୍କ ନିଦ ହଯାଇ ଦେଇଥିବା ଏକ ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଅଭିଯୁକ୍ତମାନେ ହେଲେ ସୁରେଶ ନାୟକ ଓରଫ ରଙ୍ଗା ଓ ପି. ରାମୁଲୁ ରାଓ । ଅଭିଯୁକ୍ତ ରଙ୍ଗା ନାଁ ରେ ୩ଟି ଓ ପି. ରାମୁଲୁ ରାଓ ନାଁରେ ୧୦ ରୁ ଉର୍ଦ୍ଧ୍ବ କେସ ରହିଛି । ଗତ ୨୦ ତାରିଖରେ ଖଣ୍ଡଗିରି ବାରି ଅଞ୍ଚଳର ଲକ୍ଷ୍ମୀଧର ବାରିକ ବାଇକରେ ପତ୍ନୀଙ୍କ ସହ ବରମୁଣ୍ଡା ଓଭରବ୍ରିଜ ଦେଇ ଯାଉଥିବା ସମୟରେ ଚେନ ଲୁଟର ଶିକାର ହୋଇଥିଲେ ।

ସେଠାରୁ ଚେନ ଲୁଟିବା ପରେ ରାମମନ୍ଦିର ପାଖରୁ ଆଉ ଏକ ଚେନ ଓ ବିଜେବି କଲେଜ ସମ୍ମୁଖରୁ ମୋବାଇଲ ଲୁଟିଥିଲେ । ଏ ନେଇ ଅଭିଯୋଗ ପାଇବା ପରେ ପୋଲିସ ସିସିଟିଭି ଆଧାରରେ ତଦନ୍ତ କରି ଜଣେ ନାବାଳକ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୪ ଟି ସୁନା ଚେନ, ଗୋଟିଏ ବାଇକ, ମୋବାଇଲ ଆଦି ଜବତ କରାଯାଇଛି।  ଚୋରି ସୁନାକୁ ଅନ୍ୟ ଜାଗାରେ ବନ୍ଧକ ରଖି ଟଙ୍କା ଆଣୁଥିବା ଜାଣିବାକୁ ପାଇଛି କମିଶନରେଟ ପୋଲିସ ।

କେନ୍ଦୁଝର ଯୋଡ଼ାରେ ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଯୋଡ଼ାରେ ଅଘଟଣ । ମାଟି ଅତଡ଼ା ଧସି ୨ ଜଣ ଶ୍ରମିକଙ୍କ ମୃତ୍ୟୁ । ସୌଭାଗ୍ୟ ବଶତଃ  ଅଳ୍ପକେ ବର୍ତ୍ତିଲେ ଜଣେ ଶ୍ରମିକ । ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ  ଡିଆଇ ପାଇପ ଲାଇନ୍ ବିଛାଇବା କାମ ଚାଲୁଥିଲା ବେଳେ ଏପରି ଅଘଟଣ ଘଟିଛି । ମୃତ ଶ୍ରମିକ ହେଲେ ଯୋଡ଼ା ତଲକ ହଟିଙ୍ଗ ଅଞ୍ଚଳର ଚରଣ ଲୋହାର ଓ ଅର୍ଜୁନ ଲୋହାର । ଚେଭ୍ରୋକ୍ସ୍ କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ ନାମକ ଠିକା କମ୍ପାନୀ ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଥିଲା । ୧୨ ରୁ ୧୫ ଫୁଟ ଗଭୀରତା ପର୍ଯ୍ୟନ୍ତ ମାଟି ଖୋଳାଯାଇ ଡି ଆଇ ପାଇପ୍ ପକାଯାଉଥିଲା । ଅପରାହ୍ନରେ ୫ ଜଣ ଶ୍ରମିକ ସେଠାରେ ପାଇପ୍ ଲାଇନ୍ ବିଛାଇବା କାମରେ ନିୟୋଜିତ ଥିଲାବେଳେ, ୩ ଜଣ ଶ୍ରମିକ ଖାଲ ଭିତରକୁ ପଶି ମାଟି ସାଇଜ କରିବା ସମୟରେ ହଠାତ ଉପର ପଟୁ ହଠାତ୍ ମାଟି ଅତଡ଼ା ଧସି ଯାଇଥିଲା । ମୁକେଶ ସର୍ଦ୍ଦାର ନାମକ ଜଣେ ଶ୍ରମିକ ସେଠାରୁ ବାହାରକୁ ଧାଇଁ ନିଜର ଜୀବନ ବଞ୍ଚାଇଥିଲେ ।

ତେବେ ଚରଣ ଲୋହାର, ଅର୍ଜୁନ ଲୋହାର ମାଟିରେ ପୋତି ହୋଇ ଯାଇଥିଲେ । ଜେସିବି ସାହାଯ୍ୟରେ ମାଟି ବାହାର କରି ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲକୁ ନିଆଯାଇଥିଲେ ସୁଦ୍ଧା ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଘଟଣା ପରେ ସଂପୃକ୍ତ ଠିକା କମ୍ପାନୀର ଅଧିକାରୀ ମାନଙ୍କ ଦେଖା ନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଶ୍ରମିକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ । ଏଥିପାଇଁ ଏକ କମିଟି ଗଠନ କରାଯାଇଛି । କମିଟିରେ ଯୋଡ଼ା ନିର୍ବାହୀ ଅଧିକାରୀ, ଚମ୍ପୁଆ ଉପଜିଲ୍ଲାପାଳ ଓ ତହସିଲଦାର ଅଛନ୍ତି।

ଭାଇରାଲ୍ ହେଉଛି ପ୍ରଭୁ ରାମଙ୍କ ଦ୍ୱିତୀୟ ପ୍ରତିମାର ଚିତ୍ର, ଦେଖନ୍ତୁ…

ଅଯୋଧ୍ୟା: ଗତ  ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ମନ୍ଦିରରେ ରାମ ଲଲ୍ଳାଙ୍କୁ ପ୍ରତିଷ୍ଠା କରାଯାଇଛି। ଏହି ସମୟରେ ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଏପରିକି ପ୍ରତ୍ୟେକ ମନ୍ଦିର ଓ ପ୍ରତ୍ୟେକ ଘରେ ପ୍ରଭୁ ରାମଙ୍କ ନାମରେ ପ୍ରଦୀପ ପ୍ରଜ୍ୱଳିତ କରାଯାଇଥିଲା। ଫଳରେ ସାରା ଦେଶରେ ଦୀପାବଳିର ଭ୍ରମ ସୃଷ୍ଟି ହୋଇଥିଲା। ମୈସୁରର ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା କୃଷ୍ଣଶିଳାରେ ନିର୍ମିତ ଏହି ପ୍ରତିମାକୁ ମନ୍ଦିରର ଗର୍ଭ ଗୃହରେ ସ୍ଥାପନ କରାଯାଇଛି।

ଗର୍ଭ ଗୃହରେ ସ୍ଥାପନା ପାଇଁ ୩ଟି ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିଲା। କିନ୍ତୁ ଗୋଟିଏ ମୂର୍ତ୍ତି ଗର୍ଭ ଗୃହରେ ପ୍ରତିଷ୍ଠା ହେବାପରେ ବାକି ମୂର୍ତ୍ତିଗୁଡିକ କେଉଁଠି ସ୍ଥାପିତ ହେବ ଠିକ୍ ହୋଇନାହିଁ।

ତେବେ ନିକଟରେ ଦ୍ୱିତୀୟ ମୂର୍ତ୍ତିର ଚିତ୍ର ଖୁବ୍ ଭାଇରାଲ୍ ହେଉଛି । ଯାହା ଶ୍ୱେତ ବର୍ଣ୍ଣର । ଏଥିରେ ପ୍ରଭୁ ରାମଙ୍କ ଚରଣରେ ହନୁମାନ ବିରାଜମାନ କରିଛନ୍ତି । ଖାଲି ଏତିକି ନୁହେଁ ଏହାର ଚାରିପଟେ ଭଗବାନ ବିଷ୍ଣୁଙ୍କର ଅବତାର ରହିଛି । ଏଥିରେ ଭଗବାନ ବିଷ୍ଣୁଙ୍କ ୧୦ ଅବତାରର ଚିତ୍ର ରହିଛି । ଯେଉଁଥିରେ ମତ୍ସ୍ୟ, କୁର୍ମ, ବରାହ, ନରସିଂହ, ବାମନ, ପର୍ଶୁରାମ, ରାମ, କୃଷ୍ଣ, ବୁଦ୍ଧ ଏବଂ  କଲକି ଅବତାର ରହିଛି । ଯଦିଓ ତୃତୀୟ ପ୍ରତିମା ସମ୍ପର୍କରେ ଏଯାବତ୍ ଜଣାପଡିନାହିଁ ।

ଓଡ଼ିଶାରେ ହେବ ବିଶ୍ବର ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ

ଭୁବନେଶ୍ୱର : ମେକ ଇନ୍‌ ଓଡ଼ିଶାକୁ ବଡ଼ ସଫଳତା । ଓଡ଼ିଶାରେ ହେବ ବିଶ୍ବର ପ୍ରଥମ ଗ୍ରୀନ ଆମୋନିଆ ପ୍ଲାଣ୍ଟ । ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଆମୋନିଆ ପ୍ଲାଣ୍ଟ ଖୋଲାଯିବ  । ଏଥିପାଇଁ ୩୪୦ ଏକର ଜାଗା ଆବଣ୍ଟନ କରାଯାଇଛି  । ଏସିଏମଇ ଗ୍ରୁପ ଜାପାନର ଆଇଏଚଆଇ ସହ ମିଶି ଏକ ପ୍ରକଳ୍ପରେ କାମ କରିବେ  । ଏଥିପାଇଁ ଖର୍ଚ୍ଚ ହେବ ୬୦ ହଜାର କୋଟି ଟଙ୍କା  । ଏହି ପ୍ରକଳ୍ପ ହେଲେ ୩ ହଜାର ୭ଶହ ଲୋକଙ୍କୁ ନିଯୁକ୍ତି ମିଳିବ । ଜାପାନର ଏକ ଟିମ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପ୍ରକଳ୍ପ ବିଷୟରେ ସୂଚନା ଦେଛନ୍ତି ।Clean Hydrogen as A Major Enabler for Making Carbon-Free Ammonia and  Fertilizers - The European Files

ଗ୍ରୀନ ଆମୋନିଆ ପ୍ଲାଣ୍ଟ ହେଲେ ରାଜ୍ୟକୁ କିପରି ଫାଇଦା ମିଳିବ ସେ ବିଷୟରେ ବି ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ସଫଳ ହେବା ନେଇ ଆଶା କରିବା ସହ ଟିମକୁ ଧନ୍ୟବାଦ ଜଣାଇଛନ୍ତି ।