spot_img
Home Blog Page 2319

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ସଫଳ ଯାତ୍ରା ବିଷୟରେ ଜାଣନ୍ତୁ

ଭୁବନେଶ୍ୱର : ଭି.କେ ପାଣ୍ଡିଆନ୍ ହୁଏତ ଏହି ନାମକୁ ସମସ୍ତେ ଜାଣନ୍ତି କିନ୍ତୁ ତାଙ୍କର ସମ୍ପୂର୍ଣ୍ଣ ନାମ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ । ୨୯ ମଇ ୧୯୭୪ରେ ଜନ୍ମଗ୍ରହଣ କରିଥିଲେ ।ସେ ଜନ୍ମ ହୋଇଥିଲେ ତାମିଲନାଡୁରେ । ତାଙ୍କ ଜନ୍ମ ତାରିଖ ଅନୁଯାୟୀ, ୨୦୨୩ ରେ ତାଙ୍କୁ ୪୮ ବର୍ଷ । ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଏକ ଘରୋଇ ଉଚ୍ଚ ବିଦ୍ୟାଳୟରେ ତାଙ୍କର ପାଠପଢା ସମାପ୍ତ କରିଥିଲେ | ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ଭି କାର୍ତ୍ତିକେୟାନ୍ ପାଣ୍ଡିଆନ୍ ମଦୁରାଇର କୃଷି ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରୁ କୃଷି କ୍ଷେତ୍ରରେ ବିଏସ୍ସି ଏବଂ ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ଉଦ୍ଭିଦ ଫିଜିଓଲୋଜିରେ ଏମ୍.ଏସ୍ ପାଠପଢିଥିଲେ । ପୂର୍ବରୁ ନେଭେଲି ସ୍ପୋର୍ଟସ ହଷ୍ଟେଲରେ ତାଙ୍କର ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ | ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ ହେଉଛି ଯେଉଁଠାରେ ଭି.କେ ପାଣ୍ଡିଆନ୍ କୃଷି ମହାବିଦ୍ୟାଳୟରୁ କୃଷିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଫିଜିଓଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।VK Pandian: A Very Special Officer - Open The Magazine

୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ସେ ଓଡିଶାର କାଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ କ୍ୟାରିଅର । ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ ସେ ମୟୂରଭଞ୍ଜ ଜିଲ୍ଲାରେ କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ୨୦୦୭ ରୁ ୨୦୧୧ ପର୍ଯ୍ୟନ୍ତ ସେ ଗଞ୍ଜାମ ଜିଲ୍ଲାର କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ପାଣ୍ଡିଆନ ଜିଲ୍ଲାପାଳ ଥିବାବେଳେ ଗଞ୍ଜାମକୁ ମିଳିଛି ଅଶେଷ ସଫଳତା । ପାଣ୍ଡିଆନଙ୍କ ସମୟରେ ୪ ଥର ଜାତୀୟ ପୁରସ୍କାର ପାଇଛି ଗଞ୍ଜାମ । ସେ ଓଡିଶାର ୨୦୦୦ ବ୍ୟାଚରୁ ଜଣେ ଭାରତୀୟ ପ୍ରଶାସନିକ ସେବା (IAS) ସଦସ୍ୟ ଅଟନ୍ତି । ମଇ ୨, ୨୦୧୧ ଠାରୁ ସେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ରେ ୫T ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ ଥିଲେ କାର୍ଯ୍ୟରତ ।

ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର : ସ୍ବେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ । ୨୦୦୦ ବ୍ୟାଚର ଆଇଏଏସ ଅଫିସର ଥିଲେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । VRSକୁ ଅନୁମୋଦନ କଲେ କେନ୍ଦ୍ର ସରକାର । ୧୯୫୮ ଅଲଇଣ୍ଡିଆ ସର୍ଭିସ ରୁଲ୍ ୧୬(୨A) ଅନୁସାରେ ଅନୁମୋଦନ । ଓଡ଼ିଶା ରୂପାନ୍ତରଣରେ ପ୍ରମୁଖ ଭୁମିକା ନେଇଥିଲେ ପାଣ୍ଡିଆନ । ବିଭିନ୍ନ ଐତିହ୍ୟ ପ୍ରକଳ୍ପର ନବକଳେବରରେ ରହିଛି ଭୂମିକା । ଦୁଆରେ ଦୁଆରେ ପହଞ୍ଚି ଲୋକଙ୍କ ସମସ୍ୟାର କରିଛନ୍ତି ସମାଧାନ । ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରରେ ଶୀର୍ଷକୁ ନେବାରେ ପ୍ରମୁଖ ଭୂମିକା । ହକି ବିଶ୍ବକପ ଆୟୋଜନରେ ଉଲ୍ଲେଖନୀୟ ଯୋଗଦାନ। ଓଡ଼ିଶାର ଉତ୍କର୍ଷ ଇତିହାସରେ ପାଣ୍ଡିଆନଙ୍କର ରହିଛି ଭୂମିକା । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପରେ ଉଲ୍ଲେଖନୀୟ ଅବଦାନ । ପାଣ୍ଡିଆନଙ୍କ ତତ୍ତ୍ବାବଧାନରେ ଏକାମ୍ର ପ୍ରକଳ୍ପ କାର୍ଯ୍ୟକାରୀ । ତାରାତାରିଣୀ ମନ୍ଦିରର ନବକଳେବରରେ ରହିଛି ଭୂମିକା । ପ୍ରଶାସନିକ ସ୍ତରରେ ବିପ୍ଲବ ଆଣିଛନ୍ତି ପାଣ୍ଡିଆନ । ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବାରେ ରହିଛି ଭୂମିକା । ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା । କଟକର ରୂପାନ୍ତରଣ ଓ ଗମନାଗମନ ବ୍ୟବସ୍ଥାରେ ଆଣିଛନ୍ତି ବିପ୍ଳବ ।Centre directs Odisha Chief Secretary to take action against VK Pandian |  Sambad English

ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ କ୍ୟାରିଅର । ୨୦୦୨-୦୪ ପର୍ଯ୍ୟନ୍ତ ତୁଲାଇଥିଲେ ଉପଜିଲ୍ଲାପାଳ ଦାୟିତ୍ବ । ୨୦୦୫-୦୭ ଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ୨୦୦୭-୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିଲେ ପାଣ୍ଡିଆନ । ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଛନ୍ତି ପାଣ୍ଡିଆନ । ୨୦୧୯ରେ ୫T ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ ଥିଲେ କାର୍ଯ୍ୟରତ । ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୂପିନ୍ଦର ପାଲ ସିଂ ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

ବାତ୍ୟା ପ୍ରଭାବରେ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା

ଭୁବନେଶ୍ୱର : ବାତ୍ୟା ଦ୍ବାରା ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ  । ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର  । ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି  । ବାତ୍ୟାର ମୁକାବିଲା ପାଇଁ ପୌର ନିର୍ଦ୍ଦେଶକ ସମସ୍ତ ପୌରାଞ୍ଚଳ ପ୍ରଶାସକଙ୍କୁ ସତର୍କ ସୂଚନା ଜାରି କରିଛନ୍ତି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ମୁକାବିଲା ପାଇଁ ମାନବ ସମ୍ବଳ ସୁଦୃଢ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ତଳି ଅଞ୍ଚଳରେ ବର୍ଷା ଜଳ ଯେପରି ଜମି ନରହେ ସେଥିପାଇଁ ପ୍ରସ୍ତୁତ ହୋଇରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୌରାଞ୍ଚଳ ପ୍ରଶାସନ  । ସେହିପରି କଣ୍ଟ୍ରୋଲ ରୁମ ଗଠନ କରି ବିଭିନ୍ନ ବିଭାଗ ସହିତ ସମନ୍ବୟ ରକ୍ଷା କରାଯିବ  ।

ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମ୍ପର୍କରେ ରହିବାକୁ କୁହାଯାଇଛି  । ସେହିପରି ଆବଶ୍ୟକ ପଡ଼ିଲେ କର୍ମଚାରୀଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ପାରାଦୀପ, ଚାନ୍ଦବାଲି ଓ ବାଲେଶ୍ବର ବାତ୍ୟା ଦ୍ବାରା ବେଶୀ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି  । ଏଥିପାଇଁ ସତର୍କ ରହିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି  ।

ବାରବାଟୀ ଦୁର୍ଗ ଖନନ କାର୍ଯ୍ୟର ସମୀକ୍ଷା କରୁଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ

କଟକ : ବାରବାଟୀ ଦୁର୍ଗ ଖନନ କାର୍ଯ୍ୟର ସମୀକ୍ଷା କରାଯାଉଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ମହାନିର୍ଦ୍ଦେଶକ ପ୍ରଫେସର କିଶୋର କୁମାର ବାସା ସମୀକ୍ଷା କରିଛନ୍ତି  । ୧୦ଜଣିଆ ଟିମ ସହ ସେ ଦୁର୍ଗର ଅନୁଧ୍ୟାନ କରିଛନ୍ତି  । ଅକ୍ଟୋବର ୯ ତାରିଖରେ ପୁନର୍ବାର ଦୁର୍ଗରେ ଆରମ୍ଭ ହୋଇଛି ଖନନ କାର୍ଯ୍ୟ  । ପୂର୍ବରୁ ୨୦୦୬-୦୭ ମସିହାରେ ଶେଷ ଥର ପାଇଁ ଖନନ ହୋଇଥିଲା। ତେବେ ଆସନ୍ତା ୫ ବର୍ଷ ପାଇଁ ବାରବାଟୀ ଦୁର୍ଗର ଖନନ କାର୍ଯ୍ୟ ଜାରି ରଖିବ ବୋଲି କହିଛି ASI । ଦକ୍ଷିଣ ପୂର୍ବ ଏସିଆ ସହ ବାରବାଟୀ ଦୁର୍ଗ ଓ ଓଡିଶା ର ସମ୍ପର୍କକୁ ନେଇ ଖନନ ଯୋଜନା କରାଯାଇଛି । ଯେହେତୁ ଖନନ ସମୟରେ ଚାଇନିଜ ପାତ୍ର ମିଳିଛି, ତେଣୁ ଅନୁମାନ କରାଯାଉଛି ଜାଭା, ବାଲି ଓ ସୁମାତ୍ରା ସହ ଦୁର୍ଗର ସମ୍ପର୍କ ରହିଛି ।Barabati Fort Cuttack, History, Timings, Entry Fee, How to visit

ଏହାସହ ମଧ୍ୟଯୁଗୀୟ ସମୟର କିଛି କାଠ ସଂରଚନା ମାଟି ତଳେ ଥିବା ଅନୁମାନ କରୁଛି ASI । ପୂର୍ବରୁ ଦ୍ଵାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଇତିହାସ ଖୋଜି ପାଇଥିଲା ASI । ବର୍ତମାନ ତା ପୂର୍ବର ଅର୍ଥାତ ନବମ ଶତାବ୍ଦୀ କେଶରୀ ବଂଶର ସଂସ୍କୃତି ଓ ଐତିହ ପାଇବାର ପ୍ରୟାସ ଜାରି ରହିବ ବୋଲି କହିଛି ASI । ତେବେ ପର୍ଯ୍ୟଟକଙ୍କ ପାଇଁ କରାଯିବ ଅନ ସାଇଟ ମ୍ୟୁଜିଅମ । ଗ୍ଲାସ ଡେକ ନିର୍ମାଣ କରାଯାଇ ଇମରସିଭ ଆର୍କିଓଲୋଜୀ ଏକ୍ସପେରିଏନ୍ସ ପାଇଁ ଯୋଜନା କରାଯାଇଛି  । ଯେଉଁଠି ଖନନ କାର୍ଯ୍ୟର ଦୃଶ୍ୟ ଦେଖି ପାରିବେ ପର୍ଯ୍ୟଟକ ।

ହମାସ ପାଖରେ ଅଛି କି କେମିକାଲ୍ ହତିଆର?

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ଏବେ କେମିକାଲ୍ ହତିଆର ଚର୍ଚ୍ଚା ହେଉଛି । ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗ ଦାବି କରିଛନ୍ତି ଯେ ଅକ୍ଟୋବର ୭ରେ ମ୍ୟୁଜିକାଲ୍ ଫେଷ୍ଟିଭାଲ୍ ଉପରେ ଆକ୍ରମଣ କରିଥିଲା ହମାସ । ଆୁ ଏବେ ଆତଙ୍କବାଦୀ ମାନେ କେମିକାଲ୍ ଅସ୍ତ୍ରର ବ୍ୟବହାର କରିବାକୁ ଯୋଜନା ରଖିଛନ୍ତି ।

ଆତଙ୍କବାଦୀଙ୍କ ନିକଟରୁ କେମିକାଲ୍ ହତିଆର ତିଆରି ସମ୍ବନ୍ଧୀୟ ଯେଉଁ ସାମଗ୍ରୀ ମିଳିଥିଲା ତାହାର ସମ୍ପର୍କ ଅଲ-କାଏଦା ସହ ଥିବା ନେଇ ଦାବି କରିଛନ୍ତି ଇସ୍ରାଏଲର ରାଷ୍ଟ୍ରପତି ହେର୍ଜୋଗ।

ରାସାୟନିକ ଅସ୍ତ୍ରଗୁଡିକୁ ‘ୱିପନ୍ସ ଅଫ୍ ମାସ୍ ଡିଷ୍ଟ୍ରକସନ୍’ ବର୍ଗରେ ସ୍ଥାନିତ କରାଯାଇଛି। ଏହି ବର୍ଗରେ ଜୈବିକ ଏବଂ ପରମାଣୁ ଅସ୍ତ୍ର ମଧ୍ୟ ଅନ୍ତର୍ଭୁକ୍ତ। ରାସାୟନିକ ଅସ୍ତ୍ରର ତିଆରି, ରକ୍ଷଣାବେକ୍ଷଣ ଏବଂ ବ୍ୟବହାର ଅତି ସହଜ ହୋଇଥାଏ, ତେଣୁ ଏଗୁଡିକ ଅଧିକ ବ୍ୟବହୃତ ହୋଇଥିବା ବେଳେ ଏହା ଶସ୍ତା ମଧ୍ୟ।

୧୯୧୫ରେ ପ୍ରଥମେ ବ୍ୟବହୃତ ହୋଇଥିଲା-

ଯୁଦ୍ଧରେ ରାସାୟନିକ ଅସ୍ତ୍ର ବ୍ୟବହାରର ଇତିହାସ ଶହେ ବର୍ଷରୁ ଅଧିକ ପୁରୁଣା। ୧୯୧୫ରେ ପ୍ରଥମ ଥର ପାଇଁ ଏହାର ବ୍ୟବହୃତ ହୋଇଥିଲା । କ୍ଲୋରିନ୍ ପ୍ରଥମ ରାସାୟନିକ ଅସ୍ତ୍ର ଥିଲା| ଏହାଦ୍ୱାରା ଲୋକମାନେ ଶ୍ୱାସରୁଦ୍ଧ ହୋଇପଡୁଥିଲେ ଏବଂ ଠିକ୍ ସମୟରେ ଚିକିତ୍ସା ନମିଳିଲେ, ମୃତ୍ୟୁ ସୁନିଶ୍ଚିତ । ଏହା ପରେ ମଷ୍ଟର୍ଡ ଗ୍ୟାସ ଆସିଥିଲା, ଯାହା ଶରୀରରେ କ୍ଷତ ସୃଷ୍ଟି କରୁଥିଲା | ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲରଙ୍କ ନାଜି ସେନା କୀଟନାଶକରୁ ‘ନର୍ଭ ଏଜେଣ୍ଟ’ ତିଆରି କରିଥିଲେ। ‘ନର୍ଭ ଏଜେଣ୍ଟ’ ଶରୀରରେ ଶୀରାପ୍ରଶିରାକୁ ଅକାମି କରିଦେଉଥିଲା । ରିପୋର୍ଟ ଅନୁଯାୟୀ, ୧୯୮୪ରୁ ୧୯୮୮ ମଧ୍ୟରେ ଇରାନ-ଇରାକ ଯୁଦ୍ଧରେ ନର୍ଭ ଏଜେଣ୍ଟର ବହୁଳ ଭାବରେ ବ୍ୟବହୃତ ହୋଇଥିଲା ।

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିଜେପି ନେତାଙ୍କ ସହ ବନ୍ଧୁତା କରିବି : ନୀତୀଶ କୁମାର

ନନ୍ଦିଘୋଷ ବ୍ୟୁରୋ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ବିଜେପି ମଧ୍ୟରେ ପୁଣିଥରେ ‘ବନ୍ଧୁତା’ ଆଲୋଚନା ଉପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ପ୍ରତିକ୍ରୀୟା ସାମ୍ନାକୁ ଆସିଛି । ସୋମବାର ତେଜସ୍ୱୀ ଯାଦବ ସ୍ପଷ୍ଟ ସ୍ୱରରେ କହିଛନ୍ତି ଯେ ଏହା ଏକ ଅଦରକାରୀ କଥା । ଏହା ଉପରେ କୌଣସି ଆଲୋଚନା ହେବା ଉଚିତ୍ ନୁହେଁ | ଏହି ଅଦରକାରୀ କଥା ଉପରେ ମନ୍ତବ୍ୟ ଦେବାର କୌଣସି ଅର୍ଥ ନାହିଁ | ତେଜସ୍ୱୀ ଯାଦବଙ୍କ ଏହି ବିବୃତ୍ତି ନୀତୀଶ କୁମାର ମୋତିହାରୀରେ ଦେଇଥିବା ବିବୃତ୍ତି ପରେ ସାମ୍ନାକୁ ଆସିଛି । ମୋତିହାରୀ ମହାତ୍ମା ଗାନ୍ଧୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମାରୋହରେ ନୀତୀଶ କୁମାର କହିଥିଲେ ଯେ ‘ସେ ବଞ୍ଚିଥିବା ପର୍ଯ୍ୟନ୍ତ ବିଜେପି ନେତାଙ୍କ ସହ ବନ୍ଧୁତା କରିବେ।

ବିହାରରେ ତେଜସ୍ୱୀ ସରକାର ଭଲ ଭାବେ ଚାଲୁଛି

ଜାପାନ ଯାତ୍ରା ପାଇଁ ପାଟନା ଠାରୁ ଦିଲ୍ଲୀ ଯିବା ପୂର୍ବରୁ ତେଜସ୍ୱୀ ବିମାନବନ୍ଦର ବାହାରେ ଗଣମାଧ୍ୟମ ସହ କଥା ହୋଇଥିଲେ। ସେ କହିଛନ୍ତି ଯେ ଆଜି ଏହି ଘଟଣା ଚାଲିନାହିଁ।  ବିହାରରେ ସରକାର ବହୁତ ଭଲ ଚାଲୁଛନ୍ତି। ଆମେ ଜନସାଧାରଣଙ୍କୁ ଯାହା ପ୍ରତିଶ୍ରୁତି ଦେଇଛୁ ତାହା ପୂରଣ ହେଉଛି | ଆମ ମଧ୍ୟରେ ଭଲ ସମନ୍ୱୟ ଅଛି | ତେଜସ୍ୱୀ ଆହୁରି କହିଛନ୍ତି ଯେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେଉଛି ଏବଂ ବିକାଶମୂଳକ କାର୍ଯ୍ୟ କରାଯାଉଛି। Central Bureau of Investigation (CBI) | Tejashwi Yadav unlikely to appear  for CBI questioning on March 11 in land-for-jobs scam, seeks fresh date -  Telegraph India

‘ବନ୍ଧୁତା’ ଉପରେ କିଛି କହିବା ଅଦରକାରୀ : ତେଜାଶୱି

ବାସ୍ତବରେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିଜେପି ସହ ‘ବନ୍ଧୁତା’ ବକ୍ତବ୍ୟ ପରେ ବିହାରରେ ରାଜନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ତାଙ୍କ ବିବୃତ୍ତି ପରେ ବିଜେପି ଏବଂ ନୀତୀଶ କୁମାର ବିହାରରେ ଏକ ନୂଆ ‘ଖେଳ’ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଯାହା ଉପରେ ତେଜସ୍ୱୀ ଯାଦବ କହିଛନ୍ତି ଯେ ଦୀର୍ଘ ଦିନ ଧରି ଏଭଳି ଆଲୋଚନା ଚାଲିଛି, ଏହା ବନ୍ଦ ହେବା ଉଚିତ୍ । ତେଜସ୍ୱୀ କହିଛନ୍ତି ଯେ ଏହି ସବୁ ବିବାଦ ଏବଂ ଜିନିଷଗୁଡ଼ିକର କୌଣସି ପଦାର୍ଥ ନୁହେଁ | ଏପରି କିଛି କଥା ଉପରେ ବିତର୍କର ଅର୍ଥ କ’ଣ ଯାହାକୁ କେହି ଶୁଣୁ ନାହାଁନ୍ତି ? ସେ କହିଛନ୍ତି ଯେ ଏଭଳି ଜିନିଷ ଉପରେ ଅନେକ ଥର ସ୍ପଷ୍ଟୀକରଣ ଦିଆଯାଇଛି । ବର୍ତ୍ତମାନ ଏହା ଉପରେ କିଛି କହିବା ଆବଶ୍ୟକ ନାହିଁ |

ସମସ୍ତ ରାଜ୍ୟରେ ବିଜେପିର ପରାଜୟ ନିଶ୍ଚିତ : ତେଜସ୍ୱୀ ଯାଦବ

ତେଜସ୍ୱୀ ଯାଦବ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ବିଷୟରେ ମତ ଦେଇଛନ୍ତି, ଯେ ୫ଟି ରାଜ୍ୟରେ ଫଳାଫଳ କ’ଣ ହେବ ଆପଣ ସମସ୍ତେ ଜାଣିଛନ୍ତି। ସମସ୍ତ ରାଜ୍ୟରେ ବିଜେପିର ପରାଜୟ ନିଶ୍ଚିତ।

ବାଂଲାଦେଶରେ ଭୟାନକ ଟ୍ରେନ୍ ଦୁର୍ଘଟଣା; ୧୫ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଆହତ

ଢାକା: ବାଂଲାଦେଶରେ ସୋମବାର ଦିନ ଦୁଇଟି ଟ୍ରେନ୍ ଧକ୍କା ହେବା ଫଳରେ ୧୫ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ୧୦୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, ଏକ ମାଲବାହୀ ଟ୍ରେନ୍ ସହ ଯାତ୍ରୀବାହୀ ଟ୍ରେନ ଧକ୍କା ହେବା ଫଳରେ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜଧାନୀ ଢାକାଠାରୁ ୬୦ କିଲୋମିଟର ଦୂର ଭୈରବ ସହରରେ ଏହି ଅଘଟଣ ଘଟିଛି। ସାଦିକୁର ରହମାନ ନାମକ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଆମେ ଏଯାବତ୍ ୧୫ଟି ମୃତଦେହ ଉଦ୍ଧାର କରିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ, କାରଣ ବଗି ତଳେ କିଛି ବ୍ୟକ୍ତି ଚାପି ହୋଇରହିଥିବା ଆଶଙ୍କା କରାଯାଉଛି ବୋଲି ଶ୍ରୀ ରହମାନ କହିଛନ୍ତି।

ରୋଗୀଙ୍କ ଟିକେଟ୍‌ରେ ଏମ୍‌ଆରଆଇ, ରକ୍ତ, ପରିସ୍ରା ପରୀକ୍ଷା ହେବ କହି ଶୋଷଣ କରୁଥିଲେ

ବାଲେଶ୍ବର : ଫକୀର ମୋହନ ମେଡିକାଲ କଲେଜରେ ଏମ୍‌ଆର୍ ଗିରଫ ‌। ରୋଗୀଙ୍କ ଟିକେଟ୍‌ରେ ଏମ୍‌ଆରଆଇ, ରକ୍ତ, ପରିସ୍ରା ଓ ମଧୁମେହ ପରୀକ୍ଷା ପାଇଁ ଲେଖି ଶୋଷଣ ଅଭିଯୋଗରେ ଏମ୍‌ଆର ଅଜୟ ଭଞ୍ଜଙ୍କୁ ମେଡିକାଲ କଲେଜର ସିକ୍ୟୁରିଟି ସୁପରଭାଇଜର କାବୁ କରି ପୋଲିସର ଜିମା ଦେଇଛନ୍ତି । ପୋଲିସ ମାମଲା ରୁଜୁ ସହ ଅଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଏମ୍‌ଆର ଅଜୟ ଭଞ୍ଜ ବାଲେଶ୍ବର ମେଡିକାଲ କଲେଜର ଓପିଡିରେ ୪ ଜଣ ରୋଗୀଙ୍କ ନାମରେ ଟିକେଟ୍‌ କରିଥିଲେ । ଟିକେଟ୍‌ ଡାକ୍ତରଙ୍କୁ ନଦେଖାଇ ନିଜେ ଟିକେଟ୍‌ରେ ବିଭିନ୍ନ ଔଷଧ ସହିତ ଏମ୍‌ଆର୍‌ଆଇ ଓ ବିଭିନ୍ନ ପ୍ରକାରର ପରୀକ୍ଷା କରିବାକୁ ଲେଖିଥିଲେ ।

ଏଥି ସହିତ ନିର୍ଦ୍ଦିଷ୍ଟ ଦୋକାନରୁ ଔଷଧ କଣିବାକୁ ରୋଗୀଙ୍କୁ ପ୍ରବର୍ତ୍ତାଇବା ବେଳେ ଏମ୍‌ଆର୍‌ ଅଜୟ ଭଞ୍ଜଙ୍କୁ ସିକ୍ୟୁରିଟି ସୁପରଭାଇଜର ଅରୁଣ ଦତ୍ତ ମାଡ଼ି ବସିଥିଲେ । ପୋଲିସକୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ଅଜୟଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ନିଜ ହସ୍ତାକ୍ଷରରେ ଲେଖିଥିବା ୪ଟି ଆଉଟଡୋର ଟିକେଟ୍‌ ଜବତ କରିଛି  ।

ହମାସ ମୁଖ୍ୟଙ୍କୁ ତୁର୍କୀର ଚେତାବନୀ, ଆମ ଦେଶରୁ ବାହାରି ଯାଅ…

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ଏହାମଧ୍ୟରେ ତୁର୍କୀ ପକ୍ଷରୁ ହମାସର ରାଜନୈତିକ ବ୍ୟୁରୋ ମୁଖ୍ୟଙ୍କୁ ଝଟକା ଲାଗିଛି । ହମାସ ରାଜନୈତିକ ବ୍ୟୁରୋ ମୁଖ୍ୟ ଇସମାଇଲ ହାନିଆ ଏବଂ ଅନ୍ୟମାନଙ୍କୁ ତୁର୍କୀ ଛାଡିବାକୁ ଚେତାବନୀ ଦିଆଯାଇଛି ।

ଇସମାଇଲ ହାନିଆ ହେଉଛି ହମାସର ମୁଖିଆ। ୧୯୬୨ ଜାନୁଆରୀ ୨୯ ତାରିଖରେ ଗାଜା ଷ୍ଟ୍ରିପର ଏକ ଶରଣାର୍ଥୀ ଶିବିରରେ ଜନ୍ମ ହୋଇଥିଲା । ହାନିଆ ପାଠପଢା ସମୟରୁ ହିଁ ହମାସରେ ସାମିଲ ହୋଇଥିଲା। ଖାଲି ଏତିକି ନୁହେଁ ପରବର୍ତ୍ତୀ ସମୟରେ ସେ ପାଲେଷ୍ଟାଇନର ପ୍ରଧାନମନ୍ତ୍ରୀ ହୋଇଥିଲା। ବହୁ ବର୍ଷ ପୂର୍ବେ ଗାଜା ଷ୍ଟ୍ରିପରୁ ପଳାଇ କାତାର ରହୁଥିଲା ହାନିଆ । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ ପୂର୍ବରୁ ହାନିଆ କହିଥିଲା, ଯେ ଆମ ଲୋକଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ପାଶ୍ଚାତ୍ୟ ସମର୍ଥନକୁ ନେଇ ଆମେ ଏବେ ସବୁଶେଷ କରିବାକୁ ନିଷ୍ପତ୍ତି ନେଇଛୁ।

ହମାସ୍ କ’ଣ?

ହମାସ ହେଉଛି ପାଲେଷ୍ଟାଇନର ଏକ ମୁସଲିମ୍ ଉଗ୍ରବାଦୀ ସଂଗଠନ। ଏହା ୧୯୮୭ରେ ଗଠିତ ହୋଇଥିଲା । ଯାହାର ମୁଖିଆ ହେଉଛି ଇସମାଇଲ ହାନିଆ । ଇସ୍ରାଏଲ, ଆମେରିକା ସମେତ ଅନେକ ଦେଶ ହମାସକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛନ୍ତି। ୨୦୦୭ ଠାରୁ ଗାଜା ଷ୍ଟ୍ରିପ୍ ଉପରେ ହମାସ ଆଧିପତ୍ୟ ଜାହିର କରିଛି। ଦୀର୍ଘ ଦିନ ଧରି ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଆସୁଛି । ତେବେ ହମାସକୁ ସର୍ବାଧିକ ସମର୍ଥନ କରିଥାଏ ଇରାନ। ଖାଲି ଏତିକି ନୁହେଁ ହମାସକୁ ସବୁଠୁ ଅଧିକ ଫଣ୍ଡିଂ ଇରାନରୁ ଆସିଥାଏ ବୋଲି ରିପୋର୍ଟରୁ ପ୍ରକାଶ ।

ପୂର୍ବତନ ବାୟୁସେନା ଗ୍ରୁପ କ୍ୟାପଟେନଙ୍କଠାରୁ ଡିପ୍ଲୋମା ଛାତ୍ର ଲୁଟିନେଲା ୩୫ ଲକ୍ଷ ଟଙ୍କା

ଭୁବନେଶ୍ୱର : ଡାଟା ସାଇନ୍ସ ଡିପ୍ଲୋମା ଛାତ୍ରର ସାତିର ଦିମାକ୍ । ପୂର୍ବତନ ବାୟୁସେନା ଗ୍ରୁପ କ୍ୟାପଟେନଙ୍କଠାରୁ ଲୁଟିନେଲା ୩୫ ଲକ୍ଷ ଟଙ୍କା  । ଏନେଇ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ସନ୍ତୋଷ ସାହୁକୁ ଗିରଫ କରିଛି ସାଇବର ଥାନା ପୋଲିସ  । ଅଭିଯୋଗ ଅନୁସାରେ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳର ସନ୍ତୋଷ ସାହୁ ସହ ପୂର୍ବତନ ବାୟୁସେନା ଗ୍ରୁପ କ୍ୟାପଟେନ୍ କିଶୋର ଚନ୍ଦ୍ର ଗନ୍ତାୟତଙ୍କର ଦେଖା ହୋଇଥିଲା  । ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା  । ପରବର୍ତ୍ତୀ ସମୟରେ କିଶୋରଙ୍କଠାରୁ ଅଭିଯୁକ୍ତ ସନ୍ତୋଷ ୩୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । କିଶୋର ଅନଲାଇନ ଗେମ ଆପରେ ଟଙ୍କା ବିନିଯୋଗ କରି ଲକ୍ଷାଧିକ ଟଙ୍କା କ୍ଷତି ସହିଥିଲେ । ନିଜକୁ ଡାଟା ସାଇଣ୍ଟିଷ୍ଟର ପରିଚୟ ଦେଇ କିଶୋରଙ୍କ ଟଙ୍କାକୁ ଫେରାଇଆଣିବାର ପ୍ରତିଶ୍ରୁତି ଦେଇଥିଲା ସନ୍ତୋଷ  ।What We Know About Friday's Cyber Attack That Broke The Internet | Inc.com

ପରେ ସ୍କ୍ରିନ ସେୟାର ମାଧ୍ୟମରେ କିଶୋରଙ୍କ ମୋବାଇଲରୁ IMPS, UPI, INB ଜରିଆରେ ବାଙ୍ଗାଲୋର ଓ ଆସାନସୋଲ ସ୍ଥିତ ଆକାଉଣ୍ଟକୁ ଟଙ୍କା ପଠାଇଥିଲା  । ସେଠାରୁ ଚତୁରତାର ସହ ପରେ ନିଜ ଆକାଉଣ୍ଟକୁ ଟଙ୍କା ନେଇଆସିଥିଲା ଅଭିଯୁକ୍ତ । ଅକ୍ଟୋବର ୧୯ ତାରିଖରେ ଏନେଇ ଅଭିଯୋଗ ପରେ ସାଇବର ଲୁଟେରା ସନ୍ତୋଷଙ୍କୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ । ଅଭିଯୁକ୍ତଠାରୁ ୬ ଲକ୍ଷ ଟଙ୍କା ସହ ଚେକ୍ ବୁକ୍ ଓ ବ୍ୟାଙ୍କ୍ ପାସ ବୁକ୍ ଜବତ କରାଯାଇଛି । ଅଭିଯୁକ୍ତ ଜଣେ ଉଚ୍ଚ ଶିକ୍ଷିତ  ହୋଇଥିବାବେଳେ ଡାଟା ସାଇନ୍ସରେ ସେ ଡିପ୍ଲୋମା କରିଛି । ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ପୋଲିସ  ।