ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଟ୍ରାଫିକ ଛକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଦୁଇ ସ୍କୁଟି ଆରୋହୀ ମୃତ । ମୃତକ ହେଲେ ଦେଉଳ ପଦର ଗାଁର ରାଜକୁମାର ମହାକୁର ଓ ପୁଅ ଓମପ୍ରିତ। ପୁଅକୁ ନେଇ ଟିଉସନରୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଡ୍ରାଇଭର ଫେରାର ମାରିବା ବେଳେ ସ୍କୁଟି ଲାଗି ଜଳିଗଲା ହାଇଓ୍ବା । ସହର ପଟୁ ସ୍କୁଟିରେ ଯାଉଥିବାବେଳେ ସମ୍ବଲପୁର ମହାନଦୀ ସେତୁ ପଟୁ ଆସୁଥିବା ହାଇୱା ଦୁଇ ସ୍କୁଟି ଆରୋହିକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇ ଫେରାର ମାରିବା ବେଳେ ସ୍କୁଟି ହଇୱାରେ ଲାଗି ଘୋଷଡି ହୋଇଯାଇଥିଲା । ଫଳରେ କିଛିବାଟ ଗଲା ପରେ ରାସ୍ତାରେ ଜଳିଗଲା ହାଇଓ୍ବା । ଜିଲ୍ଲାପାଳ ଅଫିସ୍ ଆଗରେ ହାଇଓ୍ବାରେ ନିଆଁ ଲାଗି ଯାଇଥିଲା । ରାସ୍ତା ଉପରେ ଜଳନ୍ତା ଗାଡିକୁ ଛାଡି ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି। ଦୁର୍ଘଟଣାକୁ ନେଇ ବ୍ଲକ ଛକରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଲୋକ ଉତ୍ତେଜିତ ହୋଇ ପୋଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।ଘଟଣା ସ୍ଥଳରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୋଲିସ ଟିମ ସହ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛନ୍ତି ।
କଟକିଆଙ୍କ ମନୋରଞ୍ଜନର ନୂଆ ଠିକଣା ପାଲଟିବ ଫୁଡ୍ କୋର୍ଟ କମ୍ ଜଗର୍ସ ପାର୍କ
କଟକ: କଟକିଆ ମାନଙ୍କର ମନୋରଞ୍ଜନର ନୂଆ ଠିକଣା ପାଲଟିବ ବେଲଭ୍ୟୁ ନିକଟରେ ନିର୍ମାଣାଧୀନ ଫୁଡ୍ କୋର୍ଟ କମ୍ ଜଗର୍ସ ପାର୍କ । ବର୍ତମାନ ନିର୍ମାଣ କାର୍ଯ୍ୟ ପାଖାପାଖି ୮୦ ପ୍ରତିଶତ ସରିଛି । ଆସନ୍ତା ମାର୍ଚ୍ଚ ମାସ ଭିତରେ କାର୍ଯ୍ୟ ସରିବା ନେଇ ଲକ୍ଷ୍ୟ ରଖାଯାଇଛି । ଆଗକୁ ଏହା ଆକର୍ଷଣ ର କେନ୍ଦ୍ରବିନ୍ଦୁ ସାଜିବ ବୋଲି କହିଛନ୍ତି କଟକ ମେୟର । ଅନ୍ୟପଟେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି କଟକ ବାସିନ୍ଦା ।
ବିକାଶର ଶୀର୍ଷ ଛୁଉଁଛି କଟକ । ଉନ୍ନତ୍ତିକରଣରେ ଲେଖୁଛି ନୂଆ ଇତିହାସ । ଏବେ ସହରିଆଙ୍କ ମୋନରଞ୍ଜନର ନୂଆ ଠିକଣା ପାଲଟିବ ବେଳଭ୍ୟୁ ଛକ । ଏଠାରେ ନିର୍ମାଣ ଚାଲିଛି ଅତ୍ୟାଧୁନିକ ଓ ଆକର୍ଷଣୀୟ ଫୁଡ୍ କୋର୍ଟ କମ୍ ଜଗର୍ସ ପାର୍କ । କଟକ ମହାନଗର ନିଗମର ଏହା ଏକ ଅନ୍ୟତମ ନିର୍ମାଣାଧୀନ ପ୍ରକଳ୍ପ । ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନ ଏହାର ନିର୍ମାଣ କାର୍ଯ୍ୟ ହାତକୁ ନେଇଛି । ପାଖାପାଖି ଅଢ଼େଇରୁ ତିନି ଏକର ଜମିରେ ନିର୍ମାଣ କାର୍ଯ୍ୟ ଚାଲିଛି । ବ୍ୟୟ ଅଟକଳ ରହିଛି ୮.୫ କୋଟି ଟଙ୍କା । ଗୋଟିଏ ସ୍ଥାନରେ ଫୁଡ୍ କୋର୍ଟ, ୪୦୦ ମିଟରର ଜଗିଂ ଟ୍ରାକ୍, ଦୁଇ ଲେନ ବିଶଷ୍ଟ ସାଇକେଲ ଟ୍ରାକ୍ ଓ ଅତ୍ୟାଧୁନିକ କାର ପାର୍କିଂ ରହିଛି । ପୁରା ପାର୍କ ଟିର ଆଲୋକିକରଣ କରାଯିବା ସହ ୱାଟର ଫାଉଣ୍ଟେନ, ଘାସ ଗ୍ୟାଲେରୀ ମଧ୍ୟ ରହିବ । ଫେବୃଆରୀ କିମ୍ବା ମାର୍ଚ୍ଚ ମାସ ମଧ୍ୟରେ ଏହାକୁ ଲୋକାର୍ପିତ କରାଯିବ । କଟକ ବାସିନ୍ଦାଙ୍କ ସହ ବାହାର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଛି ଗୋଟିଏ ପରେ ଗୋଟିଏ ପଦକ୍ଷେପ ।
ଧାର୍ଯ୍ୟ ସମୟ ପୂର୍ବରୁ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବର୍ତମାନ ୮୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଏହି ଫୁଡ୍ କୋର୍ଟ କମ ଜଗର୍ସ ପାର୍କ ନିର୍ମାଣକୁ ନେଇ ବେଶ୍ ଖୁସି ପ୍ରକଟ କରିଛନ୍ତି କଟକ ବାସିନ୍ଦା । ଏହା ନିଶ୍ଚିତ ଭାବରେ ସହରବାସୀଙ୍କ ମନୋରଞ୍ଜନର ଅନ୍ୟତମ ଖୋରାକ ସାଜିବ ବୋଲି କହିଛନ୍ତି ।
ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନର ପ୍ରଭାବ, ରାସ୍ତା କଡରେ ଅଟକି ରହିଛି ହଜାର ହଜାର ଟ୍ରକ
ଭୁବନେଶ୍ବର: ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନର ପ୍ରଭାବ । ରାସ୍ତା କଡରେ ଅଟକି ରହିଛି ଟ୍ରକ । ଦୋକାନରେ ପହଞ୍ଚି ପାରୁନି ନିତ୍ୟବ୍ୟବହାର୍ଯ୍ୟ ଜିନିଷ । ସୁନ୍ଦରଗଡ ଓ ରାଉରକେଲାରେ ଷ୍ଟ୍ରାଇକ ଯୋଗୁ ହନ୍ତସନ୍ତ ହୋଇଛନ୍ତି ଖାଉଟି । ପଟ୍ରୋଲ ପମ୍ପରେ ତେଲ ପହଞ୍ଚି ପାରିନଥିବାରୁ ତେଲ ପାଇଁ ହିନସ୍ତା ହୋଇଛନ୍ତି ଲୋକ । ଭାରତୀୟ ଦଣ୍ଡବିଧି ଆଇନରେ ସଂଶୋଧନ ନହେଲେ ଆଗକୁ ଚକାଜାମ ଆନ୍ଦୋଳନର ଧମକ ଦେଇଛି ମହାସଂଘ।
ଗଡୁନି ଚକା । ଅଟକି ରହିଛି ଟ୍ରକ ଓ ଟ୍ୟାଙ୍କର । ଠିକଣା ସ୍ଥଳରେ ପହଞ୍ଚିପାରିଲାନି ନିତ୍ୟବ୍ୟବହାର୍ଯ୍ୟ ଜିନିଷ । ହନ୍ତସନ ଖାଉଟି । କେନ୍ଦ୍ରର ହିଟ ଆଣ୍ଡ ରନ୍ ଆଇନକୁ ଦେଶବ୍ୟାପୀ ବିରୋଧ । ଓଡ଼ିଶାରେ ବି ପଡିଛି ଟ୍ରକ, ଟ୍ୟାଙ୍କର ଡ୍ରାଇଭର ଆନ୍ଦୋଳନର ପ୍ରଭାବ । ସୁନ୍ଦରଗଡ଼ରେ କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଚନ୍ତି ଡ୍ରାଇଭର । ରାସ୍ତାରେ ଅଟକି ରହିଛି ଶହଶହ ଗାଡି । ନୂଆ ଆଇନକୁ ବିରୋଧ କରୁଛନ୍ତି ଡ୍ରାଇଭର । ଗରିବ ଡ୍ରାଇଭର ଉପରେ କେନ୍ଦ୍ର ସରକାର ଆହୁରି ବୋଝ ଲଦିଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ସୁନ୍ଦରଗଡର ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେରେ ମଧ୍ୟ ଏହି ଆଇନକୁ ବିରୋଧ କରି ଶହ ଶହ ଟ୍ରକ ଡ୍ରାଇଭର ରାସ୍ତାକୁ ଓହ୍ଲାଇଛନ୍ତି । ରାଉରକେଲାର ବେଦବ୍ୟାସ ନିକଟରେ ଜାତୀୟ ରାଜପଥ କଡରେ ମଧ୍ୟ ଚକାଜାମ ଦେଖବାକୁ ମିଳିଛି । ଅଟକି ରହିଛି ଶହ ଶହ ଟ୍ରକ ।
ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୪ (ଏ) ଦଣ୍ଡାଦେଶକୁ ବିରୋଧ କରି ସର୍ବଭାରତୀୟ ସ୍ତରରେ ତେଜୁଛି ଆନ୍ଦୋଳନ । ବୁଧବାର ଦିଲ୍ଲୀରେ ଛଅଟି ଫେଡେରେସନର ବୈଠକ ବସିବ । ବୈଠକ ପରେ କେନ୍ଦ୍ର ସରକାରଙ୍କୁ ଦିଆଯିବ ଦାବିପତ୍ର । ଏହି ଆଇନ ପ୍ରତ୍ୟାହାର ନହେଲେ ବ୍ୟାପକ ହେବ ଆନ୍ଦୋଳନ ।

