ନୂଆଦିଲ୍ଲୀ: ଆସନ ବୁଝାବଣା ନେଇ ଇଣ୍ଡିଆ ମେଣ୍ଟର ବୈଠକ ବସିବାକୁ ଥିବାବେଳେ ଟିଏମସି ଯୋଗ ଦେଇନାହିଁ । ଯାହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ସେ କହିଛନ୍ତି କି, ମମତା ହେଉଛନ୍ତି ଜଣେ ବେଇମାନ ଏବଂ ଅହଂକାରୀ ନେତା । ପଶ୍ଚିମବଙ୍ଗରେ ମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ବର୍ଷିଛନ୍ତି । କହିଛନ୍ତି, ଏହି ମହିଳା ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଦୀଙ୍କ ନେତୃତ୍ବରେ ନେତା ବନିଛନ୍ତି । ଯେଉଁମାନେ ତାଙ୍କୁ ନେତା ବନାଇଛନ୍ତି ସେମାନଙ୍କ ସହ ବେଇମାନି କରୁଛନ୍ତି । କେବଳ ଏତିକି ନୁହେଁ, ଅଧିର ଆହୁରି କହିଛନ୍ତି କି, ସୋନିଆ ଗାନ୍ଧୀ ତାଙ୍କୁ ଭିକ ମାଗୁ ନାହାନ୍ତି । ତମେ ମୋଦୀଙ୍କ ଧୋକା ଦେବାକୁ ଚାହୁଁନାହଁ । ତେଣୁ ତମେ ଆସନ ବାଣ୍ଟିବାକୁ ଚାହୁଁନାହଁ । ବିଜେପି ହିନ୍ଦୁତ୍ବକୁ ନେଇ ରାଜନୀତି କରୁଥିବାବେଳେ ତୁମେ ହିନ୍ଦୁତ୍ବକୁ ରୋକୁଛ । ତୁମ ଅହକାଂର ରହିବ ନାହିଁ । ତେବେ ପୂର୍ବରୁ ମଧ୍ୟ ଅଧିର କହିଥିଲେ କି, ଆମେ ତାଙ୍କୁ ଭିକ ମାଗୁନାହୁଁ । ସେ ନିଜେ କହିଥିଲେ କି, ଗଠବନ୍ଧନ କରିବା ପାଇଁ ।
ହାଇଓ୍ବା ଧକ୍କାରେ ଚାଲିଗଲା ଶିଶୁର ଜୀବନ, ନରସିଂହପୁର- ଅନୁଗୁଳ ମୁଖ୍ୟରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ
ବଡ଼ମ୍ବା: ହାଇୱା ଧକ୍କାରେ ଶିଶୁ ମୃତ । ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା, ରାସ୍ତା ଅବରୋଧ । କଟକ ଜିଲ୍ଲା ନରସିଂହପୁର ଥାନା ବାଘୁଆପାଳ ଗାଁରେ ହାଇୱା ଧକ୍କାରେ ଜଣେ ଶିଶୁ ପ୍ରାଣ ହରାଇଛି । ଶିଶୁଟି ସ୍କୁଲରୁ ଫେରୁଥିବା ବେଳେ ହାଇୱା ଧକ୍କା ଦେଇଥିଲା । ମୃତ ଶିଶୁ ହେଲା ବାଘୁଆପାଳ ଗାଁର ଦୀପୁ ଦେହୁରୀଙ୍କ ୬ ବର୍ଷର ପୁଅ ସମୀର ଦେହୁରୀ। ହାଇୱା ଧକ୍କା ଦେବା ପରେ ପରିବାର ଲୋକ ଦୀପୁକୁ ଚିକିତ୍ସା ପାଇଁ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି । ପରିବାର ପକ୍ଷରୁ ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଶିଶୁର ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଗାଁଲୋକ ନରସିଂହପୁର- ଅନୁଗୁଳ ମୁଖ୍ୟରାସ୍ତାକୁ ଟାୟାର ଜାଳି ଅବରୋଧ କରିଛନ୍ତି । ନରସିଂହପୁର ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଜୁଆ ଖେଳକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଅଭିଯୋଗ
ବଲାଙ୍ଗୀର: ବଲାଙ୍ଗୀର ପୁଇଁତଳା ଥାନା ଛତାପିପଲ ଗାଁରେ ଚାଞ୍ଚଲ୍ୟ । ପୋଖରୀରେ ଭାସୁଛି ବ୍ୟକ୍ତିଙ୍କ ମୃତଦେହ । ଜୁଆ ଖେଳକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ବ୍ୟକ୍ତିଙ୍କ ପରିବାର ଲୋକେ । ଶୁକ୍ରବାର ପୋଖରୀ ନିକଟରେ ଜୁଆ ଖେଳୁଥିଲେ ମୃତ ବ୍ୟକ୍ତି । ଘଟଣାସ୍ଥଳରେ ପୁଇଁତଳା ପୋଲିସ ପର ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପଠାଇ ଦେଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ମୃତକଙ୍କ ପରିବାରରେ ଖେଳିଯାଇଛି ଶୋକର ଛାୟା । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।
ଆରମ୍ଭ ହେଲା ଇ -ଲେକଚର ବ୍ୟବସ୍ଥା
ଭୁବନେଶ୍ବର: ଉଚ୍ଚଶିକ୍ଷାରେ ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆରମ୍ଭ ହେଲା ଇ – ଲେକଚର ବ୍ୟବସ୍ଥା । ଏଥିରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼ କରାଯାଇଛି । ଯାହା ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଭରଚୁଆଲ ପ୍ଲାଟଫର୍ମରେ ଏହାର ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ କଲେଜ ଓ ବିଶ୍ଵବିଦ୍ୟାଳୟକୁ ଚିଠି କରାଯାଇଛି ।
vtputkal.odisha.gov.in ଲିଙ୍କ କ୍ଲିକ୍ କଲେ ୪ଟି ସେମିଷ୍ଟାରର କୋର୍ସ ପଢି ହେବ । ଘରେ ବସି ସେମିଷ୍ଟାର ପାଇଁ ପ୍ରସ୍ତୁତ ହୋଇପାରିବେ ଛାତ୍ରଛାତ୍ରୀ । ଫିଜିକ୍ସ, କେମେଷ୍ଟ୍ରି, ବଟାନି, ଜୁଲୋଜି, ପଲିଟିକାଲ ସାଇନ୍ସ, ଓଡ଼ିଆ, ହିଷ୍ଟ୍ରି, ଇଂଲିଶ, ସାଇକୋଲୋଜି, କମର୍ସ ଓ ଇକୋନୋମିକ୍ସ ପରି ୧୧ଟି କଲେଜ ଓ ବିଶ୍ଵବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ଏହି ପୋର୍ଟାଲରେ ଅପଲୋଡ଼ ହୋଇଛି । ରୁଷା ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରିବାର ମୁଖ୍ୟ ଉଦେଶ୍ୟ ହେଉଛି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା ।

