spot_img
Home Blog Page 2389

ଛଟ ପୂଜା ପାଇଁ କୂଆଖାଇ ନଦୀ ପଠା ସହ ରାଜ୍ୟର ବିଭିନ୍ନ ନଦୀ କୂଳରେ ଜମୁଛି ଭିଡ

ଭୁବନେଶ୍ୱର : ଛଟ ପୂଜାକୁ ନେଇ ଚଳଚଞ୍ଚଳ । କୂଆଖାଇ ନଦୀ ପଠା ସହ ରାଜ୍ୟର ବିଭିନ୍ନ ନଦୀ କୂଳରେ ଭିଡ ଜମିଛି । ସୂର୍ଯ୍ୟ ପୂଜା ପରେ ଅର୍ଘ୍ୟ ପ୍ରଦାନ କରିଛନ୍ତି ବିହାରୀ ସଂପ୍ରଦାର ଲୋକ । ପରିବାର ଓ ଛୋଟ ପିଲାଙ୍କ ମଙ୍ଗଳ କାମନା କରି ପୂଜାର୍ଚ୍ଚନା କରାଯାଇଛି । ଭୁବନେଶ୍ବରରେ ହିନ୍ଦି ବିକାଶ ମଞ୍ଚ ପକ୍ଷରୁ ଛଟ ପୂଜାର ଆୟୋଜନ କରାଯାଇଛି । ବିହାର, ଝାଡ଼ଖଣ୍ଡ, ଓଡିଶା ଏବଂ ପୂର୍ବ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ଛଟ ପର୍ବ ପାଳନ କରାଯାଏ । ଭକ୍ତମାନେ ବିଶ୍ବାସ କରନ୍ତି ଯେ, ଛଟ ଦିନ ସୂର୍ଯ୍ୟଙ୍କ ପୂଜାରେ ଛଟି ମା’ ଖୁସି ରହିଥାନ୍ତି । ଛଟର ପ୍ରଥମ ଦିନକୁ ନହେ ଖୈ ଭାବରେ ପାଳନ କରାଯାଏ । ଯେଉଁଥରେ ଘର ସଫା କରିବା, ତା’ପରେ ଗାଧୋଇବା ଏବଂ ଶାକାହାରୀ ଖାଦ୍ୟ ସହିତ ଉପବାସ ଆରମ୍ଭ କରାଯାଏ । ଦ୍ବିତୀୟ ଦିନରେ ଭକ୍ତମାନେ ଦିନ ସାରା ଉପବାସ କରିବା ପରେ ସନ୍ଧ୍ୟାରେ ଖାଦ୍ୟ ଖାଇଥାନ୍ତି ।

ଯାହାକୁ ଖାର୍ନା କୁହାଯାଏ । ସେହିପରି ତୃତୀୟ ଦିନରେ ଛଟ ପ୍ରସାଦ ତିଆରି ହୋଇଥାଏ । ପ୍ରସାଦ, ଚାଉଳ ଲଡୁ ଏବଂ ଫଳ ଆଦି ରହିଥାଏ । ସନ୍ଧ୍ୟାରେ, ଅର୍ଘ୍ୟ ଏକ ବାଉଁଶ ଟୋକେଇରେ ସଜାଯାଏ ଏବଂ ପୋଖରୀ କିମ୍ବା ନଦୀ କୂଳରେ ସାମୂହିକ ଭାବରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଏ । ଚତୁର୍ଥ ଦିନରେ କାର୍ତ୍ତିକ ଶୁକ୍ଳା ସପ୍ତମୀରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଏ ।

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୟୁରଭଞ୍ଜ : ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାଟିର ଝିଅଙ୍କୁ ସ୍ବାଗତ କରିବାକୁ ମୟୂରଭଞ୍ଜରେ ହୋଇଛି ଜୋରଦାର ପ୍ରସ୍ତୁତି । ଦିଲ୍ଲୀସ୍ଥିତ ପାଲାମ ଏୟାରପୋର୍ଟରୁ ଉଡ଼ାଜାହାଜ ଯୋଗେ ପଶ୍ଚିମବଙ୍ଗର କୋଳେଇକୁଣ୍ଡା ଏୟାରବେସ୍ରେ ପହଞ୍ଚିବେ ମହାମହିମ । ପରେ ସେଠାରୁ ଏକ ସ୍ୱତନ୍ତ୍ର ହେଲିକପଟର ଯୋଗେ ବାରିପଦାର ରିଜର୍ଭ ପୁଲିସ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍ରେ ଦିନ ୧୧ଟା ୨୫ରେ ଅବତରଣ କରିବେ । ସେଠାରୁ ବାହାରି ସହିଦ ସ୍ମୃତି ଭବନରେ ଅନୁଷ୍ଠିତ ୩୬ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ କୁଳିଅଣା ବ୍ଲକରେ ଅବସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟର ଉଦ୍ଘାଟନ କରିବେ। ପରେ ସେଠାରୁ ବାହାରି ବାରିପଦା ସର୍କିଟ୍ ହାଉସରେ ମଧ୍ୟାହ୍ନଭୋଜନ କରି ସାମାନ୍ୟ ବିଶ୍ରାମ ପରେ ଅପରାହ୍ଣରେ ହେଲିକ୍ୟାପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଗସ୍ତ କରିବେ। ରାଇରଙ୍ଗପୁର ଡାକବଙ୍ଗଳାରେ ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ସେ ରାଇରଙ୍ଗପୁରସ୍ଥିତ ନିଜ ବାସଭବନରେ ବିଶ୍ରାମ ନେବେ। କାଲି ସକାଳ ୮ଟାରେ ବାସଭବନରୁ ବାହାରି ନିଜ ଶାଶୂଘର ପାହାଡ଼ପୁରରେ ପହଞ୍ଚି ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଉଦ୍ଘାଟନ କରିବେ। ପରେ ଏସଏଲଏସ ସ୍କୁଲ ପରିଦର୍ଶନ ସହ ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରିବେ।President Droupadi Murmu undergoes cataract surgery, Health News, ET  HealthWorld

ପରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବେ। ସେଠାରୁ ବାଦାମପାହାଡ଼ ରେଳ ଷ୍ଟେସନ୍ରେ ପହଞ୍ଚି ନୂତନ ଭାବେ ଟାଟାନଗର-ବାଦାମପାହାଡ ମେମୁ ଟ୍ରେନ, ବାଦାମପାହାଡ-ରାଉରକେଲା ଏକ୍ସପ୍ରେସ ଓ ସାଲିମାର- ବାଦାମପାହାଡ଼ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏଥିସହ ବାଦାମପାହାଡ଼ ଅମୃତ ରେଳଷ୍ଟେସନ୍ର ଶିଳାନ୍ୟାସ କରିବେ। ପରେ ରାଇରଙ୍ଗପୁର ଡାକ ଡିଭିଜନ୍ ଉଦ୍ଘାଟନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡ଼ି ହେବାର କାର୍ଯ୍ୟକ୍ରମ ରହିଛି। ବାଦାମପାହାଡ଼ରୁ ରାଇରଙ୍ଗପୁର ରେଳ ଷ୍ଟେସନକୁ ଟ୍ରେନ ଯୋଗେ ଯାତ୍ରା କରି ପହଞ୍ଚି ଦାଣ୍ଡବୋଷ ହେଲିପ୍ୟାଡରୁ ସମ୍ୱଲପୁର ଅଭିମୁଖେ ଯାତ୍ରା କରିବେ।

 

 

ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷିବ !

ରାଜ୍ୟରେ ପାଗରେ ଆସିପାରେ ସାମାନ୍ୟ ପରିବର୍ତ୍ତନ ।

ଆସନ୍ତା ଦୁଇଦିନ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣ ବର୍ଷା ସମ୍ଭାବନା ରହିଛି । ପଶ୍ଚିମାଝଡ଼ ଓ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ବର୍ଷା ସହ ବଜ୍ରପାତ ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଦକ୍ଷିଣ ଓଡ଼ିଶାରେ ପଶ୍ଚିମାଝଡ଼ ପ୍ରଭାବ ଦେଖାଦେବ ।

ଆଜି ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ କନ୍ଧମାଳରେ ହାଲୁକା ବର୍ଷା ହେବ । ବାକି ଅନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିବ । ତେବେ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ରାତ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

ବିଶ୍ବକପ ହାରିବା ପରେ ଆଶା ଧୂଳିସାତ, ଭାରତରେ ଆଉ ଖେଳିପାରିବେନି ଏହି ୫ ଖେଳାଳି

ଅହମ୍ମଦାବାଦ: ଆଶା ଆଶାରେ ରହିଗଲା । ଭାରତରେ ଅନୁଷ୍ଠିତ ବିଶ୍ବକପରେ ଅଷ୍ଟ୍ରେଲିଆ ଘରୋଇ ଦଳକୁ ପରାସ୍ତ କରି ଇତିହାସ ରଚିଛି । ୬ ଓ୍ବିକେଟରେ ଜିତଥିବା ଅଷ୍ଟ୍ରେଲିଆ ୫ ଭାରତୀୟ ଖେଳାଳିଙ୍କ ଭାରତରେ ବିଶ୍ବକପ ଖେଳିବାର ଆଶାକୁ ମଉଳାଇ ଦେଇଛି । ୨୦୨୭ରେ ସାଉଥଆଫ୍ରିକା, ଜିମ୍ବାଓ୍ବେ ଏବଂ ନାମ୍ବିଆରେ ଖେଳାଯିବ । ସେପଟେ ୨୦୩୧ରେ ଭାରତ ଏବଂ ବାଲାଂଦେଶ ବିଶ୍ବକପ ଆୟୋଜନ କରିବାକୁ ଯାଉଛି । ଯଦି ଭାରତୀୟ ଦଳର ୫ଜଣ ଖେଳାଳିଙ୍କ ବୟସକୁ ଦେଖିବା ତାହେଲେ ସେମାନେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବିଶ୍ବକପରେ ଆଉ ଖେଳିବାର ସୁଯୋଗ ପାଇପାରିବେ ନାହିଁ । ଏହି ୫ ଖେଳାଳି ହେଲେ ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ସାମି, ରବିନ୍ଦ୍ର ଜାଡେଜା ଏବଂ ସୂର୍ଯ୍ୟ କୁମାର ଯାଜବ । ଏମାନଙ୍କ ବୟସ ଏବେ ୩୩ ବର୍ଷରୁ ଅଧିକ ରହିଥିବାବେଳେ ୮ ବର୍ଷ ପରେ ପୁଣିଥରେ ଭାରତରେ ଆୟୋଜନ ହେବାକୁ ଯାଉଛି ବିଶ୍ବକପ । ଏଣୁ ଏମାନଙ୍କ ବୟସକୁ ଦେଖିବାକୁ ଗଲେ ଭାରତରେ ବିଶ୍ବକପ ଖେଳିବାର ସୁଯୋଗ ପାଇପାରିବେ ନାହିଁ ।

ସୂଚନା ଥାଉକି, ଚଳିତ ବିଶ୍ବକପରେ ଭାରତ ଲଗାତାର ୧୦ଟି ମ୍ୟାଚ ଜିତିଥିଲେ ସୁଦ୍ଧା ଫାଇନାଲରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ପରାଜୟ ବରଣ କରିଛି । ୨୪୧ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୬ ଓ୍ବିକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ । ଟ୍ରାଭିସ ହେଡଙ୍କ ଶତକୀୟ ପାଳି ବଳରେ ସହଜ ବିଜୟ ହାସଲ କରିଛି କଙ୍ଗାରୁ ଟିମ୍ ।

ବିଶ୍ବକପ ଫାଇନାଲରେ କାହିଁକି ହାରିଲା ଭାରତ? ଜାଣନ୍ତୁ ୫ କାରଣ

ଅହମ୍ମଦାବାଦ: ଚୁରମାର ହୋଇଛି ଭାରତୀୟଙ୍କ ବିଶ୍ବକପ ସ୍ବପ୍ନ । ଭାରତକୁ ହରାଇ ଷଷ୍ଠଥର ବିଶ୍ବକପ ଜିତିଛି ଅଷ୍ଟ୍ରେଲିଆ । ଭାରତ ନିଶ୍ଚିତ ବିଶ୍ବକପ ଜିତିବ । ଏଭଳି ଆଶା ରଖିଥିଲେ କ୍ରିକେଟପ୍ରେମୀ । କିନ୍ତୁ ଟ୍ରାଭିସ ହେଡଙ୍କ ଶତକୀୟ ପାଳି ଭାରତକୁ ପରାଜୟ ବରଣ କରିବାକୁ ବାଧ୍ୟ କରିଛି । ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଭାରତର ଆଶା, ଆକାକ୍ଷାକୁ ଭାଙ୍ଗି ଦେଇଛି କଙ୍ଗାରୁ ଟିମ୍ । ତେବେ ପ୍ରଂଶସକମାନେ ଏବେ ମଧ୍ୟ କାରଣ ଖୋଜୁଛନ୍ତି । ଏତେ ଭଲ ଖେଳୁଥିବା ଭାରତ କାହିଁକି ହାରିଲା ? ତେବେ ଆସନ୍ତୁ ନଜର ପକାଇବା ଭାରତ ହାରିବା ପଛର ୫ ମୁ୍‌ଖ୍ୟ କାରଣ ଉପରେ ।

ଖରାପ ଫିଲ୍ଡିଂ ଏବଂ ରନଆଉଟର ସୁଯୋଗ ହାତଛଡ଼ା

ଭାରତ ସେମିଫାଇନାଲରେ ଯେଭଳି ଖରାପ ଫିଲ୍ଡିଂ କରିଥିବା ଫାଇନାଲରେ ମଧ୍ୟ ସମାନ ଦଶା ଦେଖିବାକୁ ମିଳିଛି । ଖରାପ ଫିଲ୍ଡି ସାଙ୍ଗକୁ ରନଆଉଟ ମିସ୍ କରିଛି ଟିମ୍ । ଫାଇନାଲ ମୁକାବିଲାରେ ବହୁ ରନଆଉଟ ସୁଯୋଗକୁ ହାତଛଡ଼ା ଏବଂ କ୍ୟାସ ହାତଛଡ଼ା କରିଛନ୍ତି । ଯାହାକି ପରାଜୟର ଏକ କାରଣ ବୋଲି କହିପାରିବା ।

ଖରାପ ବୋଲିଂ: ସମ୍ପୂର୍ଣ୍ଣ ବିଶ୍ବକପରେ ପ୍ରଭାବ ବିସ୍ତାର କରିଥିବା ବୋଲରମାନେ ଫାଇନାଲରେ ସେମିତି ଆଖିଦୃଷ୍ଟିଆ ବୋଲିଂ ପ୍ରଦର୍ଶନ କରିପାରିଲେ ନାହିଁ । ସାମି, କୁଲଦୀପ ଯାଜବ, ଜାଡେଜା ଏବଂ ସିରାଜ କେହି ମଧ୍ୟ ଭଲ ବୋଲିଂ କରିପାରିନଥିଲେ । ବୁମରା ଦୁଇଟି ଓ୍ବିକେଟ ନେଇଥିବାବେଳେ ସାମିଙ୍କ ଉପରେ ଯେଉଁ ବିଶ୍ବାସ ରହିଥିଲା ତାହା ଫଳିତ ହୋଇନଥିଲା ।

ବ୍ୟାଟ୍ସମ୍ୟାନଙ୍କ ବେପରୁଆ ବ୍ୟାଟିଂ: ଆରମ୍ଭରୁ ନିରାଶଜନକ ପ୍ରଦର୍ଶନ । ରୋହିତ ବଡ଼ ସଟ ଖେଳି ପାଳି ଆରମ୍ଭ କରିଥିବାବେଳେ ଗିଲ୍ ପ୍ରଥମେ ନିରାଶ କରିଥିଲେ । ଏକ ସୁଯୋଗ ମିଳିଥିଲେ ସୁଦ୍ଧା ଖେଳି ପାରିନଥିଲେ । ସେପଟେ ସୂର୍ଯ୍ୟ କୁମାର ଯାଜବ ଏବଂ ଶ୍ରେୟସଙ୍କ ଉପରେ ଯେଉଁ ବିଶ୍ବାସ ରହିଥିଲା ସେମିତି ଖେଳିପାରିନଥିଲେ । ଏପରିକି ରୋହିତ ଦୁଇଟି ବଡ଼ ସଟ ଖେଳିଥିଲେ ସୁଦ୍ଧା ମ୍ୟାକ୍ସଓ୍ବେଲଙ୍କ ବଲରେ ବଡ଼ ସଟ ଖେଳିବାକୁ ଯାଇ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।

ଅତିରିକ୍ତ ରନ: ଅଷ୍ଟ୍ରେଲିଆ ତୁଳନାରେ ଭାରତ ବହୁ ଅତିରିକ୍ତ ରନ ବ୍ୟୟ କରିଛି । ସାମି ପ୍ରଥମରୁ ବହୁ ଅତିରିକ୍ତ ରନ ଦେଇ ଦଳକୁ ଚାପରେ ରଖିଥିଲେ । ଅଷ୍ଟ୍ରେଲିଆ ଖେଳାଳିମାନେ ଫିଲ୍ଡି କରି ରନ ବଞ୍ଚାଇଥିବାବେଳେ ଭାରତୀୟଙ୍କ କ୍ଷେତ୍ରରେ ସେମିତି ଦେଖିବାକୁ ମିଳିନଥିଲା ।

ଟ୍ରାଭିସ ଡେଡ୍: ହେଡଙ୍କ ଲଢ଼ୁଆ ବ୍ୟାଟିଂ ଦଳକୁ ବିଜୟ କରିଛି । ଭାରତ ପରାଜୟର ମୁଖ୍ୟ କାରଣ ହେଉଛନ୍ତି ହେଡ୍ । ୩ଟି ଓ୍ବିକେଟ ଯାଇଥିଲେ ସୁଦ୍ଧା ସେ ଦମ୍ଭର ସହ ମୁକାବିଲା କରି ଦଳକୁ ବିଜୟ ଉପହାର ଦେଇଛନ୍ତି । ଭାରତକୁ ନିରାଶ କରିବାର ସେ ହେଉଛନ୍ତି ମୁଖ୍ୟ କାରଣ ।

 

ଭାରତକୁ ହରାଇ ଷଷ୍ଠଥର ବିଶ୍ବବିଜେତା ବନିଲା ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ଘରୋଇ ମାଟିରେ ହାରିଲା ଭାରତ । ଟିମ ଇଣ୍ଡିଆକୁ ୬ ଓ୍ବିକେଟରେ ହରାଇ ବିଶ୍ବବିଜେତା ବନିଲା ଅଷ୍ଟ୍ରେଲିଆ । ହେଡଙ୍କ ଶତକୀୟ ପାଳି ବଳରେ କଙ୍ଗାରୁ ଟିମର ବଡ଼ ବିଜୟ । ଷଷ୍ଠଥର ବିଶ୍ବକପ ଜିତିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୪୩ ଓଭରରେ ଜିତିଛି କଙ୍ଗାରୁ ଦଳ । ୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ ପରେ ୨୦୨୩ ବିଶ୍ବକପ ଜିତିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ୨୪୧ ରନ୍‌ ଟାର୍ଗେଟ ଦେଇଥିଲା ଭାରତ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ।

ଭାଙ୍ଗିଗଲା ଭାରତର ସ୍ବପ୍ନ । ଅଷ୍ଟ୍ରେଲିଆ ହେଲା ବିଶ୍ବ ଚାମ୍ପିଅନ । ୨୦୨୩ ବିଶ୍ବକପ ଟାଇଟଲ ଜିତିଲା ଟିମ୍ କଙ୍ଗାରୁ । ଏହା ସହିତ ଦଳ ଷଷ୍ଠ ଥର ପାଇଁ ବିଶ୍ବକପ ଜିତି ରେକର୍ଡ କରିଛି । ଅହମ୍ମଦାବାଦରେ ବିଶ୍ବକପ ଫାଇନାଲରେ ୬ଓ୍ବିକେଟରେ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ । ଭାରତ ଦେଇଥିବା ୨୪୧ ରନର ଟାର୍ଗେଟକୁ ୪୩ ଓଭରରେ ଜିତିନେଇଥିଲା କଙ୍ଗାରୁ ଦଳ । ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଲଢୁଆ ବ୍ୟାଟିଂ ଦଳକୁ ବିଜୟ ଭେଟି ଦେଇଛି । ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତ ଶୋଚନୀୟ ପ୍ରଦର୍ଶନ କରି ୨୦୧୧ ପରେ ବିଶ୍ବକପ ଜିତିବାର ସ୍ବପ୍ନକୁ ଭାଙ୍ଗିଦେଇଛି । ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଦଳ ପାଇଁ ଭଲ ଆରମ୍ଭ କରିଥିଲେ ।

ଗିଲ ମାତ୍ର ୪ ରନ କରି ଆଉଟ ହୋଇଥିବାବେଳେ ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ । କିନ୍ତୁ ରୋହିତ ୪୭ ରନ କରି ଆଉଟ ହେବା ପରେ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ବିରାଟ କୋହଲି ଓ କେ.ଏଲ ରାହୁଲ ସତର୍କତା ସହ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । କିନ୍ତୁ ବିରାଟ ଆଉଟ ହେବା ପରେ ଦଳ ସଂକଟରେ ପଡ଼ିଯାଇଥିଲା । ରାହୁଲ ୬୬ ରନ କରି ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୨୮ଟି ବଲରୁ ୧୮ ରନ କରିଥିଲେ । ଶ୍ରେୟସ ଆୟାର ଓ ଜାଡେଜା ଦଳକୁ ନିରାଶ କରିଥିଲେ । କୂଳଦୀପ ଯାଦବ ଓ ମହମ୍ମଦ ସିରାଜ ସତର୍କତାର ସହ ଦଳକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ୫୦ ଓଭରରେ ସମସ୍ତ ଓ୍ବିକେଟ ହରାଇ ଭାରତ ୨୪୦ ରନ କରିବାକୁ ସକ୍ଷମ ହୋଇଥିଲା ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ଓ୍ବିକେଟ ନେଇଥିବାବେଳେ ଜୋସ ହେଜଲଉଡ୍ ୨ଟି ଓ୍ବିକେଟ ନେଇଥିଲେ । ୨୪୧ ରନର ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ । ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା । ଦଳୀୟ ସ୍କୋର ୧୬ ରନ ଥିବାବେଳେ ଡେଭିଡ ଓ୍ବାର୍ଣ୍ଣର ଆଉଟ୍ ହୋଇଥିଲେ । ପରେ ପରେ ମିଚେଲ ମାର୍ସ ଓ ସ୍ଟିଭେନ ସ୍ମିଥ ମଧ୍ୟ ପାଭିଲିଅନ ଫେରିଥିଲେ । ପରେ ପରେ ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଦଳ ପାଇଁ ସଂକଟମୋଚକ ସାଜି ବିଜୟ ଭେଟିଦେଇଥିଲେ । ୧୨୦ ବଲ ଖେଳି ୧୩୭ ରନ କରିଥିଲେ ହେଡ୍ । ଲାବୁସଚେନ ୧୧୦ ବଲରେ ୫୮ ରନ କରିଥିଲେ । ମାକ୍ସଓ୍ବେଲ ଅପରାଜିତ ୨ରନ କରି ଦଳ ପାଇଁ ଓ୍ବିନିଂ ସଟ୍ ମାରିଥିଲେ । ଭାରତ ତରଫରୁ ବୁମରା ୨ଟି ଓ୍ବିକେଟ ନେଇଥିବାବେଳେ ସାମି ଓ ସିରାଜ ଗୋଟିଏ ଲେଖାଏ ଓ୍ବିକେଟ ନେବାରେ ସକ୍ଷମ ହୋଇଥିଲେ । ଏହା ସହି ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ବକପ ଜିତିଥିଲା ।

ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା: ସୋମବାର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ମୟୂରଭଞ୍ଜର ଝିଅ ମହାମହିମଙ୍କ ସ୍ବାଗତ ପାଇଁ ସବୁଠି ପ୍ରସ୍ତୁତି । ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ନେଇ ଅଞ୍ଚଳରେ ନାହିଁ ନଥିବା ଉତ୍ସାହ । ଗସ୍ତକୁ ନେଇ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨୦ ତାରିଖ ଅପରାହ୍ନରେ ବାରିପଦା ସହୀଦ ସ୍ମୃତି ଭବନ ପରିସରରେ ଅଲ ଇଣ୍ଡିଆ ସାନ୍ତାଳୀ ଲେଖକ ଆସୋସିଏସନର ଏକ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି । ଏହାପରେ କୁଳିଅଣା ବ୍ଲକ ଅନ୍ତର୍ଗତ ପାଣିଜା ଗ୍ରାମରେ ପ୍ରତିଷ୍ଠା ହୋଇଥିବା ନବନିର୍ମିତ ଏକଲବ୍ୟ ମଡେଲ ସ୍କୁଲର ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ପରେ ରାଇରଙ୍ଗପୁର ଗସ୍ତ କରି ସେଠାରେ ରାତ୍ରୀଯାପନ କରିବେ । ୨୧ ତାରିଖ ଦିନ ନିଜର ପୈତୃକ ଗ୍ରାମ ପାହାଡ଼ପୁର ଗସ୍ତ କରି ସେଠାରେ ଏକ ତାଲିମ କେନ୍ଦ୍ରର ଉଦଘାଟନ କରିବା ସହ କିଛି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରି ସେଠାରୁ ଵାଦାମପାହାଡ ଗସ୍ତ କରିବେ । ସେଠାରେ ତିନୋଟି ନୂତନ ଟ୍ରେନ ଚଳାଚଳର ଶୁଭାରମ୍ଭ କରି ଵାଦାମପାହାଡ ଷ୍ଟେସନର ନୂତନ ଗୃହର ଶିଳାନ୍ୟାସ କରିବେ । ଏହି ଅବସରରେ ରାଇରଙ୍ଗପୁର ଠାରେ ମଧ୍ୟ ପୋଷ୍ଟାଲ ଡିଭିଜନର ନୂତନ ଗୃହ ଲୋକାର୍ପିତ କରି ସମ୍ବଲପୁର ଅଭିମୁଖେ ଗସ୍ତ କରିବେ । ସ୍ବାଗତ ପାଇଁ ଅପେକ୍ଷା କରିନ୍ତି ଅଞ୍ଚଳବାସୀ।

କୁଆଡ଼େ ଗଲେ ଲିଙ୍ଗା ଛୋଟରାୟ ? ଥାନାରେ ଏତଲା ପରେ ଫେରାର

ଭୁବନେଶ୍ବର: ଭୁବନେଶ୍ୱର ୬୩ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟରଙ୍କ ସ୍ବାମୀ ସଫେଇ କର୍ମଚାରୀମାନଙ୍କୁ ର୍ଦୁବ୍ୟବହାର ପ୍ରସଙ୍ଗ । ଖଣ୍ଡଗିରି ଓ ଡିସିପି ଅଫିସ ଘେରାଉ ପରେ ବିଜେପି ନେତା ଲିଙ୍ଗା ଛୋଟରାୟଙ୍କୁ ଗିରଫ ଦାବିରେ ରାଜମହଲ ଛକରେ ୨ଶହ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ୩ ଦିନ ହେଲା ସଫେଇ ବନ୍ଦ ଥିବାରୁ ହସ୍ତକ୍ଷେପ କଲେ ଭୁବନେଶ୍ବର ମେୟର ଓ ଅତିରିକ୍ତ କିମିଶନର । ସଫେଇ କର୍ମାଚାରୀଙ୍କ ଦାବି ମୁତାବକ ନ୍ୟାୟ ମିଳିବ ବୋଲି ମେୟର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେଇଛନ୍ତି କର୍ମଚାରୀ ।

କୁଆଡେ ଗଲେ କର୍ପୋରେଟରଙ୍କ ସ୍ବାମୀ ? କାହା ଛତ୍ରଛାୟା ତଳେ ଲିଙ୍ଗା ଛୋଟରାୟ ? ସଫେଇ କର୍ମଚାରୀଙ୍କୁ ଅସମ୍ମାନ କରି ଅଡୁଆରେ ବିଜେପି ନେତା । ଖଣ୍ଡଗିରି, ଡିସିପି ଅଫିସ ପରେ ରାଜମହଲରେ ହଲ୍ଲାବୋଲ । ମେୟରଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ହଟିଲେ ସଫେଇ କର୍ମଚାରୀ ।…ଭୁବନେଶ୍ୱର ୬୩ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟରଙ୍କ ସ୍ବାମୀଙ୍କ ର୍ଦୁବ୍ୟବହାର କରିଥିବା ଅଭିଯୋଗରେ ରାଜମହଲ ଛକରେ ୨୦୦ ଜଣ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ବିଜେପି ନେତା ଲିଙ୍ଗା ଛୋଟରାୟଙ୍କୁ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ କର୍ମଚାରୀ । ୩ଦିନ ଧରି ସଫେଇ ବନ୍ଦ ଥିବାରୁ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ଭୁବନେଶ୍ୱର ମେୟର ଓ ବିଏମସିର ଅତିରିକ୍ତ କମିଶନର ଆଲୋଚନା କରିଛନ୍ତି । ଅଭିଯୋଗ ଆଧାରରେ ଉଚିତ ନ୍ଯାୟ ପାଇବା ନେଇ ମେୟରଙ୍କ ଠାରୁ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ସଫେଇ କର୍ମଚାରୀ ।

ଭୁବନେଶ୍ୱର ୬୩ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟରଙ୍କ ସ୍ବାମୀ ଲିଙ୍ଗା ଛୋଟରାୟଙ୍କୁ ଗିରଫ ପାଇଁ ଦାବି ରଖିଛନ୍ତି ସଫେଇ କର୍ମଚାରୀ । ଥାନାରେ ମାମଲା ରୁଜୁ ହେଇଛି । କର୍ପୋରେଟରଙ୍କ ବ୍ୟତୀତ ସଫେଇ କର୍ମଚାରୀଙ୍କୁ ସ୍ୱାମୀ, ସ୍ତ୍ରୀ ଓ ପରିବାର ଲୋକ କାହାରି କିଛି କହିବାର ଅଧିକାର ନାହିଁ । ଅଭିଯୋଗ ପରେ ଲିଙ୍ଗା ଛୋଟରାୟ ଏବେ ଫେରାର ଅଛନ୍ତି । ତେବେ ଆଇନର ଉର୍ଦ୍ଧ୍ବରେ କେହି ନୁହନ୍ତି, ଯିଏ ବି ହେଉ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି ।

କ୍ଷୋଭ ପ୍ରକାଶ କଲେ କପିଲ ଦେବ, କହିଲେ ମୋତେ ବିଶ୍ବକପ ଫାଇନାଲକୁ ଡାକି ନାହାନ୍ତି

ଅହମ୍ମଦାବାଦ: ଚାଲିଛି ବିଶ୍ବକପ ଫାଇନାଲ ମ୍ୟାଚ । ସାରା ଭାରତ ବର୍ଷରେ ଖୁସିର ମାହୋଲ । ଫାଇନାଲ ମୁକାବିଲାରେ ଷ୍ଟାଡିୟମଠାରୁ ସହର ସବୁକିଛି ମନୋରମ ହୋଇଛି । ଏହି ଫାଇନାଲ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ସେଲିବ୍ରେଟିଙ୍କଠାରୁ ଆରମ୍ଭ କରି ରାଜନେତା ସମସ୍ତେ ମ୍ୟାଚ୍ ଦେଖିବା ପାଇଁ ପହଞ୍ଚିଛନ୍ତି । କିନ୍ତୁ ଭାରତକୁ ପ୍ରଥମ ବିଶ୍ବକପ ଦେଇଥିବା ଅଧିନାୟକ କପିଲ ଦେବଙ୍କୁ ଡକାଯାଇନାହିଁ । ସେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଇଣ୍ଟଭିୟୁର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ରବିବାର କପିଲ ଦେଇଥିବା ଇଣ୍ଟରଭିୟୁରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି, ସେ ବିଶ୍ବକପ ଫାଇନାଲ ଦେଖିବାକୁ ଯିବେ କି ନାହିଁ । ପୂର୍ବରୁ କୁହାଯାଉଥିଲା କି, ଫାଇନାଲ ଦିନ କପିଲଙ୍କୁ ସମ୍ମାନିତ କରାଯିବ । ମାତ୍ର କପିଲ କହିଛନ୍ତି କି, ତାଙ୍କୁ ଡକାଯାଇନାହିଁ । ଏଣୁ ସେ କେମିତି ଯିବେ ବୋଲି ବୋଲି ପାଲଟା ପ୍ରଶ୍ନ ପଚାରିଥିଲେ । ଯେଉଁ ଭିଡିଓଟି ଏବେ ବେଶ ଭାଇରାଲ ହେବା ସହ ଦିଗଜଙ୍କ ଏହି କ୍ଷୋଭକୁ ନେଇ ପ୍ରଂଶସକମାନେ ଭିନ୍ନ ଭିନ୍ନ କମେଣ୍ଟମାନ କରୁଛନ୍ତି ।

କପିଲ କହିଛନ୍ତି କି, ଏବେ ଭଲ ମ୍ୟାଚ ଚାଲିଛି । ପ୍ରସ୍ତୁତି ଉଚ୍ଚକୋଟିର ହେବା ସହ ଆୟୋଜନକୁ ପ୍ରଂଶସା କରୁଛି । ମାତ୍ର ଏବେ ଲୋକମାନେ ଆମକୁ ଭୁଲି ଗଲେଣି ଲାଗୁଛି । ଆମେ ଆଶା ରଖିଥିଲୁ କି, ଫାଇନାଲ ମ୍ୟାଚରେ ଯଦି ସମ୍ମାନିତ କରିଥାନ୍ତେ ତାହେଲେ ଆମ ୧୯୮୩ ବିଶ୍ବକପ ଦଳର ସମସ୍ତ ସଦସ୍ୟ ଯିବେ ବୋଲି ଯୋଜନା କରିଥିଲୁ । କିନ୍ତୁ ମୋତେ ଡକା ହୋଇନାହିଁ ।

 

ଉଚ୍ଚଶିକ୍ଷା କରି ବିଦେଶ ଗଲେ, କିନ୍ତୁ ଗାଁ କୁ ଭୁଲିନାହାନ୍ତି ସପ୍ତଦୀପା

ଚଣ୍ଡିଖୋଲ: ଉଚ୍ଚ ଶିକ୍ଷା କରି ଦେଶ ବିଦେଶରେ କାମ କଲେ କିନ୍ତୁ ଗାଁକୁ ଭୁଲିନାହାନ୍ତି । ଗାଁକୁ ଛୁଟିରେ ଆସି କରୁଛନ୍ତି ସେବା । ଡାକ୍ତର ଜଣଙ୍କ ହେଉଛନ୍ତି ଯାଜପୁର ଧର୍ମଶାଳାର ସପ୍ତଦୀପା ସଙ୍ଘମିତ୍ରା ସାହୁ । ମହିଳା ଓ ଶିଶୁଙ୍କ ଚିକିତ୍ସା ସହ କରାଉଛନ୍ତି ସଚେତନ ।

ଉଚ୍ଚଶିକ୍ଷା କରି ବିଦେଶ ଗଲେ କିନ୍ତୁ ଗାଁ କୁ ଭୁଲିନାହାନ୍ତି । ଛୁଟିରେ ଘରକୁ ଆସିଥିଲେ ମଧ୍ୟ ଲୋକଙ୍କ ସେବାରେ ଲାଗିଛନ୍ତି । ଡାକ୍ତର ଜଣଙ୍କ ହେଉଛନ୍ତି ସପ୍ତଦୀପା ସଙ୍ଘମିତ୍ରା ସାହୁ। ନିଜ ଗାଁକୁ ଆସି ଚିକିତ୍ସା କରିବା ସହ ମହିଳା ଓ ଶିଶୁଙ୍କୁ କରାଉଛନ୍ତି ସଚେତନ। ଯାଜପୁର ଧର୍ମଶାଳା ଚାରବାଟିଆ ଗାଁର ସପ୍ତଦୀପା ପିଲାବେଳୁ ଡାକ୍ତର ହୋଇ ରୋଗୀ ସେବା କରିବାର ଇଚ୍ଛା ରଖିଥିଲେ। 2010 ମସିହାରେ କଟକ SCBରେ MBBS ପାଠ ପଢା ସାରି ଅଧିକ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଚାଲି ଯାଇଥିଲେ।

ସପ୍ତଦୀପା ନିଜ ଘରକୁ ଛୁଟିରେ ଆସିଥିଲେ ସୁଦ୍ଧା ନିଜ ଗାଁ ପ୍ରତି କର୍ତ୍ତବ୍ୟକୁ ଭୁଲି ନାହାନ୍ତି। ନିଜ ଅଂଚଳରେ ଥିବା ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମହିଳା ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେଉଁ ଭଲି ଭଲ ରହିବ ସେନେଇ ସଚେତନ କରାଇଛନ୍ତି । ଭବିଷ୍ୟତରେ ସେ ବିଦେଶରୁ ଫେରି ନିଜ ରାଜ୍ୟ ଓ ଗାଁ ଲୋକଙ୍କର ସେବା କରିବାର ଲକ୍ଷ୍ୟ ରଖିଛନ୍ତି।