ରାଉରକେଲା: ରାଉରକେଲା ସହରର ଦାଣ୍ଡିଆପାଲି ଠାରେ ଥିବା ଜୟ ପ୍ରକାଶ ହସ୍ପିଟାଲର ଦୁଇ ଦିନିଆ ବାର୍ଷିକ ଉତ୍ସବ ସମର୍ପଣ-୨୦୨୩ ଉଦଘାଟିତ ହୋଇଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ବାର୍ଷିକ ଉତ୍ସବର ଉଦଘାଟନୀ ଉତ୍ସଵରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାଵେ ଯୋଗ ଦେଇଥିଲେ। ଏହି ଅବସରରେ ରାଉରକେଲା ସହରର ପ୍ରତିଭାଵାନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିଵା ସହ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ହସ୍ପିଟାଲ ପକ୍ଷରୁ ସମ୍ମାନିତ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା BSKY କାର୍ଡ ଜରିଆରେ ଗରିବ ରୋଗୀମାନଙ୍କୁ ଘରୋଇ ହସ୍ପିଟାଲରେ ଉନ୍ନତମାନର ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମାଗଣାରେ ଯୋଗାଇ ଦିଆଯାଉ ଥିବାରୁ ଜୟ ପ୍ରକାଶ ହସ୍ପିଟାଲର ଚେୟାରମେନ ସଞ୍ଜୟ ବଂଶଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
କେବେ ଥମିବ ଋଷ-ୟୁକ୍ରେନ ଯୁଦ୍ଧ?
ନନ୍ଦିଘୋଷ ବ୍ୟୁରୋ: ଥମୁନି ଋଷ-ୟୁକ୍ରେନ ଯୁଦ୍ଧ । ଯୁଦ୍ଧର କେବେ ଅନ୍ତ ତାହାର ହୋଇପାରୁନି ରଫାଦଫା । ସେପଟେ ବାୟୁସେନା ଲାଗି ଋଷ ଯୋଗାଇଛି ଟିୟୁ-୧୬୦ଏମ ହ୍ବାଇଟ ବୋଲଷ୍ଟର । ହାରଜିତର ନିର୍ଣ୍ଣୟ ହୋଇପାରୁ ନଥିବାବେଳେ ଜଳ, ସ୍ଥଳ ଓ ଆକାଶ ବାହିନୀ ଲାଗି ଋଷ ଯୋଗାଇଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଋଷର ଷ୍ଟ୍ରାଟେଜିକ ନ୍ୟୁକ୍ଲିୟର ଫୋର୍ସ ବା ଏସଏନଏଫ ଲାଗି ପ୍ରତିରକ୍ଷା ବିଭାଗ ଯୋଗାଇଛି ୪ଟି ଅତ୍ୟାଧୁନିକ ଟିୟୁ-୧୬୦ ଏମ ହ୍ବାଇଟ ବୋଲଷ୍ଟର । ଏନେଇ ଘୋଷଣା କରିଛନ୍ତି ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଜେଇ ଶୋଇଗୁ । ତେଣେ ଋଷ ପକ୍ଷରୁ ୟୁକ୍ରେନ ରାଜଧାନୀ କିବ୍ ଉପରେ ହମଲା ଜାରି ରହିଛି । ସେପଟେ ଯୁଦ୍ଧକ୍ଷେତ୍ରରେ ସୈନ୍ୟମାନଙ୍କ ମନୋବଳ ବୃଦ୍ଧି ଲାଗି ମେଡିକାଲ ମାରିଜୁଆନାକୁ ଆଇନସମ୍ମତ କରିଛି ୟୁକ୍ରେନ । ଯୁଦ୍ଧ କ୍ଷେତ୍ରରେ ସୈନ୍ୟଙ୍କ ଲାଗି ଏହା ସହାୟକ ହେଉଥିବାରୁ ସରକାର ନେଇଛନ୍ତି ପଦକ୍ଷେପ ।
ଲାଞ୍ଚ ଟଙ୍କାରେ ବିଦେଶ ବୁଲୁଥିଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ
ଭୁବନେଶ୍ୱର: ଲାଞ୍ଚ ଟଙ୍କାରେ ବିଦେଶ ବୁଲୁଥିଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ। ଠୁଳ କରୁଥିଲେ ସୁନା ଅଳଙ୍କାର । କଳା ଟଙ୍କାରେ କିଣୁଥିଲେ ଦାମୀ ଜମି ଫ୍ଲାଟ । ଆୟ ବହିର୍ଭୁତ ସଂପତ୍ତିର ପରିମାଣ ପ୍ରାୟ ୨.୧୭ ପ୍ରତିଶତ। ଯାହା ଆୟ ଠାରୁ ୧୨୮ ପ୍ରତିଶତ ଅଧିକ।
ଖୋର୍ଦ୍ଧାରେ ୫ଟି ଦାମୀ ଜମି, ଭୁବନେଶ୍ୱରରେ ଦୁଇଟି ସ୍ଥାନରେ ଘର ଓ ୨ଟି ଫ୍ଲାଟ ରହିଛି। ଜବତ ହୋଇଛି ୬୧୩ ଗ୍ରାମ ସୁନା ସହିତ ନଗଦ ୮ ଲକ୍ଷ ଟଙ୍କା । ୩୩ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ଠାବ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ସରକାରୀ ବାବୁ। ଗିରଫ ପରେ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ।
ଅଧିକ ପଢନ୍ତୁ:- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; ଗିରଫ ହେଲେ ପ୍ରଶାନ୍ତ କୁମାର ଗନ୍ତାୟତ
ଉଲ୍ଲେଖଯୋଗ୍ୟ, ଭିଜିଲାନ୍ସର ରେଡ୍ ବେଳେ ପ୍ରଶାନ୍ତଙ୍କ ଭୁବନେଶ୍ବରରେ ଦୁଇଟି ବହୁତଳ ପ୍ରାସାଦ ଠାବ ହୋଇଛି । ୨ଟି ଫ୍ଲାଟ ସହ ୫ଟି ପ୍ଲଟ, ୧.୪୮କୋଟିର ଡିପୋଜିଟ ଠାବ । ୫୩୬ଗ୍ରାମ ସୁନା, ନଗଦ ୧.୨୧ ଲକ୍ଷ, ଗୋଟିଏ ଚାରି ଚକିଆ ଠାବ ହୋଇଛି ।
ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓ ଗଞ୍ଜାମର ୮ ଟି ସ୍ଥାନରେ ରେଡ୍ ହୋଇଥିଲା। ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର ପାଣ୍ଡରାସ୍ଥିତ ପ୍ଲଟ୍ ନମ୍ବର ୧୪ ଶହ ୮୫, ତିନି ମହଲା ଘର, ବ୍ରହ୍ମପୁର ନୀଳାଚଳ ହାଇଟ୍ ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁର ସ୍ଥିତ ବିଲ୍ଡିଂ, ଲକ୍ଷ୍ମୀସାଗର ନୀଳାଚଳ ସିଟି କେନାଲ ରୋଡରେ ଥିବା ଆପାର୍ଟମେଣ୍ଟ, ଅଫିସ, ବ୍ରହ୍ମପୁର ବୈଦନାଥପୁର ସ୍ଥିତ ପୈତୃକ ଘର, ଭୁବନେଶ୍ୱର ୟୁନିଟ ୩ସ୍ଥିତ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ।
ପୁଣି ବଢ଼ିଲା ଆପ୍ ନେତା ସଞ୍ଜୟ ସିଂଙ୍କ ଅଡୁଆ
ନୂଆଦିଲ୍ଲୀ: ପୁଣି ବଢ଼ିଲା ଆପ୍ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଅଡୁଆ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସାଂସଦଙ୍କୁ ମିଳିଲାନି ବେଲ୍। ଆଜି ପୁଣି ଥରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।
ଦିଲ୍ଲୀ ମଦନୀତି ମାମଲାରେ ଦିଲ୍ଲା ହାଇକୋର୍ଟ କହିଛନ୍ତି- ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଯଥାର୍ଥ। ଅର୍ଥ ହେରଫେର ମାମଲାରେ ସଞ୍ଜୟଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସମ୍ପୃକ୍ତି ସ୍ପଷ୍ଟ ବୋଲି କହିଛନ୍ତି ହାଇକୋର୍ଟ। ସେପଟେ ସଞ୍ଜୟଙ୍କ ଓକିଲ କହିଛନ୍ତି- ସଞ୍ଜୟଙ୍କୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗିରଫ କରାଯାଇଛି। ସେ ବେଆଇନ ଅର୍ଥ କାରବାର ମାମଲାରେ ସମ୍ପୃକ୍ତ ନୁହନ୍ତି । ସେପଟେ ଆସନ୍ତା ଜାନୁଆରୀ ୩ରେ ହାଜର ହେବା ଲାଗି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ଜାରି କରିଛି ସମନ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପର ବହୁ ବଡ ବଡ ନେତା ଫସିଛନ୍ତି। ଅକ୍ଟୋବର ୪ରେ ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା ଇଡି।

