ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଐତିହାସିକ ସଫଳତା। ଭାରତୀୟ ବାୟୁସେନା ଏକ ନୂଆ ଏବଂ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ସଫଳତା ହାସଲ କରିଛି। ପ୍ରଥମ ଥର ପାଇଁ ବାୟୁସେନା କାର୍ଗିଲର ଏୟାରଷ୍ଟ୍ରିପରେ ସି-୧୩୦ଜେ ହର୍କୁଲିସ୍ ବିମାନର ସୁରକ୍ଷିତ ଅବତରଣ କରିଛି। ବାୟୁସେନାର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି। ତେବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ରାତି ଅବତରଣର ଏହି ଭିଡିଓକୁ ସେୟାର କରି IAF କହିଛନ୍ତି, ପ୍ରଥମ ଥର ପାଇଁ IAF C-130 J ବିମାନ କାର୍ଗିଲ ଏୟାରଷ୍ଟ୍ରିପରେ ରାତ୍ରୀକାଳୀନ ଅବତରଣ କରିଛି। ତେବେ ବାୟୁସେନା ଏହି ପ୍ରଶିକ୍ଷଣ ମିଶନ ସମ୍ପର୍କରେ ଅଧିକ କିଛି ସୂଚନା ଦେଇନାହିଁ।
ଗତ ବର୍ଷ ନଭେମ୍ବର ମାସରେ ଭାରତୀୟ ବାୟୁସେନା ଉତ୍ତରାଖଣ୍ଡର ଏକ ଅଳ୍ପବିକଶିତ ଓ ଅବ୍ୟବହୃତ ଏୟାରଷ୍ଟ୍ରିପରେ ନିଜର ଦୁଇଟି ସି-୧୩୦ଜେ-୩୦ ‘ସୁପର ହର୍କୁଲିସ୍’ ସାମରିକ ପରିବହନ ବିମାନକୁ ସଫଳତାର ସହ ଅବତରଣ କରିଥିଲା। ଖରାପ ପାଗରେ ନିକଟସ୍ଥ ନିର୍ମାଣାଧୀନ ପର୍ବତ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଭାରୀ ଇଞ୍ଜିନିୟରିଂ ଉପକରଣ ପହଞ୍ଚାଇବା ପାଇଁ ଏହି ଅଭିଯାନ କରାଯାଇଥିଲା। କିନ୍ତୁ କାର୍ଗିଲ ପରି ଅତ୍ୟନ୍ତ ଦୁର୍ଗମ ଅଂଚଳରେ ହରକୁଲେସ ବିମାନର ନାଇଟ୍ ଲାଣ୍ଡିଂ କରିବା ଏକ ବଡ଼ ସଫଳତା ବୋଲି କୁହାଯାଉଛି । ବଡ଼ ବିମାନ ହୋଇଥିବାରୁ ଏହା ମାଧ୍ୟମରେ ଅଧିକ ସଂଖ୍ୟକ ସୈନ୍ୟ ସୀମାନ୍ତରେ ପହଞ୍ଚିପାରିବେ ।


ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ, ସେହି ସମୟରେ ଅଭିନେତା ଶତ୍ରୁଘନ ସିହ୍ନାଙ୍କ ସହ ରିନା ରୟଙ୍କ ନାଁ ଚର୍ଚ୍ଚା ହେଉଥିଲେ । ଉଭୟ ୭ ବର୍ଷ ପରସ୍ପରକୁ ଡେଟ୍ କରୁଥିଲେ । କିନ୍ତୁ କିଛି ସମସ୍ଯା ବା ନିଜ ନିଜ ଭିତରେ କୌଣସି କଥା ପାଇଁ ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିଲା ।
