spot_img
Home Blog Page 2396

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; ଗିରଫ ହେଲେ ପ୍ରଶାନ୍ତ କୁମାର ଗନ୍ତାୟତ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା। ଗିରଫ ହୋଇଛନ୍ତି ଚିଫ୍ ସିଭିଲ୍ ସପ୍ଲାଇସ୍ ଅଫିସର ପ୍ରଶାନ୍ତ କୁମାର ଗନ୍ତାୟତ। ପ୍ରଶାନ୍ତ ଗନ୍ତାୟତଙ୍କ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ବରରେ ଦୁଇଟି ବହୁତଳ ପ୍ରାସାଦ ଠାବ କରିଛି ଭିଜିଲାନ୍ସ । ୨ଟି ଫ୍ଲାଟ ସହ ୫ଟି ପ୍ଲଟ, ୧.୪୮କୋଟିର ଡିପୋଜିଟ ଠାବ । ୫୩୬ଗ୍ରାମ ସୁନା, ନଗଦ ୧.୨୧ ଲକ୍ଷ, ଗୋଟିଏ ଚାରି ଚକିଆ ଠାବ ହୋଇଛି ।

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓ ଗଞ୍ଜାମର ୮ ଟି ସ୍ଥାନରେ ରେଡ୍‌ ହୋଇଥିଲା। ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର ପାଣ୍ଡରାସ୍ଥିତ ପ୍ଲଟ୍‌ ନମ୍ବର ୧୪ ଶହ ୮୫, ତିନି ମହଲା ଘର, ବ୍ରହ୍ମପୁର ନୀଳାଚଳ ହାଇଟ୍‌ ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁର ସ୍ଥିତ ବିଲ୍ଡିଂ, ଲକ୍ଷ୍ମୀସାଗର ନୀଳାଚଳ ସିଟି କେନାଲ ରୋଡରେ ଥିବା ଆପାର୍ଟମେଣ୍ଟ, ଅଫିସ, ବ୍ରହ୍ମପୁର ବୈଦନାଥପୁର ସ୍ଥିତ ପୈତୃକ ଘର, ଭୁବନେଶ୍ୱର ୟୁନିଟ ୩ସ୍ଥିତ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ।

ଯୁକ୍ତ ଦୁଇ ଫେଲ୍ କାଶ୍ମୀର ଠକ ଇଶାନ ବୁଖାରୀ, ୬ ଭାଷାରେ ରହିଛି ଦକ୍ଷତା; ଫୋନ୍ କଲରୁ ମିଳୁଛି ନୂଆ ତଥ୍ୟ..

ଭୁବନେଶ୍ୱର: କାଶ୍ମୀର ଠକ ଇଶାନ ବୁଖାରୀର ମିଳିଲା ସିଡିଆର। ଠକ ବୁଖାରୀର ଫୋନ କଲ୍ ରେକର୍ଡ ତଥ୍ୟକୁ ନେଇ ମିଳୁଛି ନୂଆ ନୂଆ ତଥ୍ୟ। STF ହାତରେ ଲାଗିଛି ବୁଖାରୀର CDR ରିପୋର୍ଟ୍। ଏକାଧିକ ଲୋକଙ୍କ ସହ ହ୍ଵାଟ୍ସଆପରେ କଥା ହେଉଥିଲା ବୁଖାରୀ। ତାର ୯ ଟି ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ଟଙ୍କା କାରବାର।

ଯୁକ୍ତ ୨ରେ ଫେଲ ହୋଇଥିଲା ଇଶାନ ବୁଖାରୀ । ଯୁକ୍ତ ଦୁଇରେ ଫେଲ ହୋଇ ମଧ୍ୟ ଥିଲା ତାର ୬ ଭାଷା ଉପରେ ଦକ୍ଷତା। ହ୍ବାଟଆପରୁ ଡ଼ିଲିଟି ହୋଇଥିବା ଭଏସ ମେସେଜ୍ ଉଦ୍ଧାର କରିଛି ଏସଟିଏଫ୍। ଲଗାତର ଚତୁର୍ଥ ଦିନରେ କାଶ୍ମୀର ଠକ ଇଶାନ ବୁଖାରୀକୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଇଶାନକୁ ଖୁବଶୀଘ୍ର ଜମମ୍ମୁ କାଶ୍ମୀର ପୋଲିସ ପଚରାଉଚରା କରିବ ବୋଲି ଜଣାପଡିଛି।

ଆତଙ୍କବାଦୀଙ୍କ ହାତରେ ଆମେରିକା ନିର୍ମିତ ବନ୍ଧୁକ, ପୁଞ୍ଚ ଆକ୍ରମଣରେ ହୋଇଥିଲା ବ୍ୟବହୃତ

0

ପୁଞ୍ଚ: ଜାମ୍ମୁ କାଶ୍ମୀର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ପିପୁଲ୍ସ ଆଣ୍ଟି-ଫାସିଷ୍ଟ ଫ୍ରଣ୍ଟ (ପିଏଏଫଏଫ୍)। ଏହି ଆକ୍ରମଣ ଘଟଣାରେ ୫ ଯବାନ ସହିଦ ହୋଇଥିବା ବେଳେ ୨ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀ ମାନେ ସୋସିଆଲ୍ ମିଡିଆରେ ଘଟଣାସ୍ଥଳର ଭିଡ଼ିଓ ମଧ୍ୟ ଜାରି କରିଛନ୍ତି। ଫଟୋରେ ଆତଙ୍କବାଦୀଙ୍କ ହାତରେ ଅତ୍ୟାଧୁନିକ ବନ୍ଧୁକ ଥିବା ଦେଖିବାକୁ ମିଳିଛି। ଯେଉଁ ବନ୍ଧୁକ ଗୁଡିକ ଆକ୍ରମଣରେ ବ୍ୟବହାର ହୋଇଥିଲା, ଆଉ ଏହି ବନ୍ଧୁକ ଗୁଡିକ ହେଉଛି ଆମେରିକାରେ ନିର୍ମିତ ଏମ ୪ କାର୍ବାଇନ୍ ରାଇଫଲ୍।

୧୯୮୦ ଦଶକରେ M4 କାର୍ବାଇନକୁ ଆମେରିକା ନିର୍ମାଣ କରିଥିଲା। ଏହା ହାଲୁକା, ଗ୍ୟାସ୍ ଓ ମାଗାଜିନ୍ ଚାଳିତ କାର୍ବାଇନ୍। ଆମେରିକାର ସଶସ୍ତ୍ର ବାହିନୀ ଏହି ରାଇଫଲକୁ ବ୍ୟବହାର କରୁଥିଲା ବେଳେ ୮୦ରୁ ଅଧିକ ଦେଶ ଏହାକୁ ବ୍ୟବହାର କରୁଛନ୍ତି। M4 କୁ କ୍ଲୋଜ୍ ଫାଇଟ୍ ପାଇଁ ଡିଜାଇନ୍ କରାଯାଇଛି। ଏହା ଖୁବ୍ ଶକ୍ତିଶାଳୀ ହତିଆର।

ଉଲ୍ଲେଖଯୋଗ୍ୟ, ଗତକାଲି ହୋଇଥିଲା ଏ ଗୁଳିବିନିମୟ। ପୁଞ୍ଚ ଅଂଚ୍‌ଳର ଡେରା କି ଗଲି ଅଂଚଳରେ ଯାଉଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ ଯବାନ। ସେନାର ଦୁଇ ଗାଡି ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ। ରାସ୍ତାରେ ଯାଉଥିବା ବେଳେ ସେନାର ଗାଡି ଉପରକୁ ଆତଙ୍କବାଦୀ ମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ମାସକ ମଧ୍ୟରେ ଆତଙ୍କୀଙ୍କ ଏହା ଦ୍ବିତୀୟ ଆକ୍ରମଣ। ଘଟଣାସ୍ଥଳରେ ସେନା-ଆତଙ୍କୀ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି । ସେପଟେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ ଏନଆଇଏ।

 

ପାରିବାରିକ କାରଣରୁ ଭାରତ ଫେରିଲେ କୋହଲି, ଟେଷ୍ଟ ସିରିଜରୁ ବାଦ ପଡିଲେ ଗାଏକ୍ବାଡ

ନୂଆଦିଲ୍ଲୀ: ଭାରତୀୟ ଟିମ୍ ତିନୋଟି ଫର୍ମାଟର ସିରିଜ୍ ପାଇଁ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି । ଦୁଇ ଦଳ ମଧ୍ୟରେ ଟି-୨୦ ଏବଂ ଦିନିକିଆ ମ୍ୟାଚ୍ ଖେଳାଯାଇଥିବାବେଳେ ଟେଷ୍ଟ ସିରିଜ୍ ଆୟୋଜିତ ହୋଇନାହିଁ  । ଏବେ ଟେଷ୍ଟ ସିରିଜ ପୂବର୍ରୁ ଭାରତୀୟ ଦଳକୁ ବଡ ଝଟକା ଲାଗିଛି । ପାରିବାରିକ କାରଣରୁ ଷ୍ଟାର ବ୍ୟାଟର ବିରାଟ କୋହଲି ଘରକୁ ଫେରିଥିବା ବେଳେ ଓପନର ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକ୍ୱାଡ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡିଛନ୍ତି । ଋତୁରାଜ ଆଙ୍ଗୁଠିରେ ପାଇଥିବା ଆଘାତ ସମସ୍ୟାରୁ କାରଣରୁ ତାଙ୍କୁ ଦକ୍ଷିଣ ଆଫ୍ରିକାରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ରିଲିଜ କରିଛି।

ସେହିପରି ପାରିବାରିକ କାରଣରୁ ଷ୍ଟାର ବ୍ୟାଟର ବିରାଟ କୋହଲି ଘରକୁ ଫେରିଛନ୍ତି  । ଫଳରେ ପ୍ରିଟୋରିଆରେ ଚାଲିଥିବା ତିନି ଦିନିଆ ଇଣ୍ଟର ସ୍କ୍ୱାଡ଼ ମ୍ୟାଚରେ ବିରାଟ ଖେଳିବେ ନାହିଁ। ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ଡିସେମ୍ବର ୨୬ରେ ସେଞ୍ଚୁରିଅନରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ସେ ଟିମ୍ ସହିତ ଯୋଗ ଦେବେ ।

ବିରାଟ କୋହଲି ପ୍ରାୟ ତିନି ଦିନ ପୂର୍ବରୁ ମୁମ୍ବାଇ ଯାଇଥିଲେ । ଏଥିପାଇଁ ସେ ବିସିସିଆଇ ଏବଂ ଟିମ ମେନେଜମଣ୍ଟ ଠାରୁ ଅନୁମତି ନେଇଥିଲେ । କୋହଲି ଶନିବାର ସୁଦ୍ଧା ଦକ୍ଷିଣ ଆଫ୍ରିକାକୁ ଫେରିବେ ବୋଲି ଆଶା କରାଯାଉଛି  । ସେହିପରି ଡିସେମ୍ବର ୧୯ ରେ ପୋର୍ଟ ଏଲିଜାବେଥରେ ଘରୋଇ ଟିମ୍ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ଗାଏକ୍ୱାଡଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ସେ ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରିବା ସମୟରେ ଆଙ୍ଗୁଠିରେ ଲାଗିଥିବା ଆଘାତରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାଁନ୍ତି ।

 

ଜବରଦସ୍ତ ଆକ୍ସନ୍ ସିକ୍ବେନ୍ସରେ ଭରପୂର ସଲାର୍

ମୁମ୍ବାଇ: ବଡ ପରଦାରେ ରିଲିଜ୍ ହେଲା ଏହି ବର୍ଷର  ବହୁ ପ୍ରତିକ୍ଷିତ ଆକ୍ସନ୍ ଫିଲ୍ମ ସଲାର୍  ।   ଜବରଦସ୍ତ ଆକ୍ସନ୍ ସିକ୍ବେନ୍ସରେ ଭରପୂର ଫିଲ୍ମଟିକୁ ଦେଖିବା ପାଇଁ ଆଜି ସକାଳୁ ସିନେମା ହଲରେ ଫ୍ଯାନ୍ସଙ୍କର  ପ୍ରବଳ ଭିଡ ବି ଦେଖିବାକୁ ମିଳିଥିଲା  । ଭୁବନେଶ୍ବର ସମେତ  ଦେଶର ଅନେକ ସିନେମା ହଲରେ ଆଜି ସକାଳ ୫ ଟାରୁ ରିଲିଜ୍ ହୋଇଛି ସଲାର୍  ।  ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କର ଅଭିନୀତ  ଏହି ଫିଲ୍ମ ଟି ଦେଖିବା ପାଇଁ ଫ୍ଯାନ୍ସଙ୍କ ମଧ୍ଯରେ ଅହେତୁକ ଆଗ୍ରହ ଦେଖିବାକୁ ମିଳିଛି  ।  ଫିଲ୍ମର କ୍ରେଜ୍ ଏତେ ଥିଲା  ଯେ  ବୁକ୍ ମାଇଁ ସୋ ଆପ୍ ରେ ସିନେ ପ୍ରେମୀ ମାନେ ଏତେ ସଂଖାରେ ଆଡଭାନ୍ସ ବୁକିଂ କରିବା ବେଳେ ଆପ୍ କିଛି ସମୟ ପାଇଁ କ୍ରାସ୍ ହୋଇଯାଇଥିଲା  ।  ପ୍ଯାନ୍ ଇଣ୍ଡିଆ ଷ୍ଟାର ପ୍ରଭାସଙ୍କର ବାହୁବଳୀ -୨ ର ସଫଳତା ପରେ ତାଙ୍କର କ୍ରେଜ୍ ବହୁତ ବଢିଯାଇଥିଲା  । କିନ୍ତୁ ତାଙ୍କର ଅଭିନୀତ  ପୂର୍ବ ଫିଲ୍ମ ଆଦିପୁରୁଷ , ରାଧେଶ୍ୟାମ ଏବଂ ସାହୋ  ବକ୍ସ ଅଫିସ୍ ରେ ଆଶାନୁରୂପ ଫଳ କରିପାରିନଥିବାରୁ ପ୍ରଭାସଙ୍କର ଷ୍ଟାର ଡମ୍ ଉପରେ ବଡ ପ୍ରଶ୍ନବାଚୀ  ସୃଷ୍ଟି ହୋଇଥିଲା  ।

କିନ୍ତୁ ସଲାର ରେ  ପ୍ରଭାସ ପୁଣି ନିଜର ଜଲ୍ଓ୍ବା  ଦେଖେଇଛନ୍ତି  । ସଲାରର ଟ୍ରେଲର ରେ ଦେଖି ତାଙ୍କ ଫ୍ଯାନ୍ସ ମାନେ ଯାହା ଅନୁମାନ କରିଥିଲେ ତାହା ଆଜି ସତ ହୋଇଛି  । ବକ୍ସ ଅଫିସରେ ସଲାର୍ ଧୁମ୍ ମଚାଇବ ବୋଲି ଆଶା କରାଯାଉଛି । ସାଲାର କୁ  ନିର୍ଦେଶନା ଦେଇଛନ୍ତି  ପ୍ରଶାନ୍ତ ନୀଲ୍  । ଏହି ଫିଲ୍ମ ରେ ପ୍ରୀତି ରାଜ୍ ସୁକୁମାରନ୍ , ଶୃତି ହାସନ୍ , ଜଗପତି ବାବୁ, ଶ୍ରୀୟା ରେଡ୍ଡୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି  ।

ଗତକାଲି ରିଲିଜ୍ ହୋଇଥିବା ବଲିଉଡ୍ ସୁପରଷ୍ଚାର ଶାହାରୁଖ୍ ଖାନ୍ ଙ୍କ ଅଭିନୀତ ଡଙ୍କି ଓ ପ୍ଯାନ୍ ଇଣ୍ଡିଆ ଷ୍ଟାର ପ୍ରଭାସଙ୍କର ସଲାର୍ ଭିତରେ ଜୋର୍ ଦାର୍ ଟକ୍କର  ହେବ  ବୋଲି ଅନୁମାନ କରାଯାଉଛି  ।  ଡଙ୍କିକୁ ମଧ୍ଯ ସିନେ ପ୍ରେମୀଙ୍କର ବହୁତ  ଭଲ ପାଇବା ମିଳିଥିବା ବେଳେ ଦେଖିବାକୁ ବାକି ରହିଲା ଡଙ୍କି କିମ୍ବା ସଲାର୍ କିଏ ବକ୍ସ ଅଫିସ୍ ରେର୍କଡ ଭାଙ୍ଗୁଛି  ।

ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି!

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇପାରନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ୨୦୨୪ ଜାନୁୟାରୀ ୨୬ରେ ଭାରତର ଗଣତନ୍ତ୍ର ଦିବସ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ଜାନୁୟାରୀ ୨୬ରେ ବାଇଡେନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ସେ କିଛି କାରଣ ହେତୁ ଜାନୁୟାରୀରେ ଏଠାକୁ ଆସିବାକୁ ମନା କରିଦେଇଥିଲେ। ଏହା ପରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କୁ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି  । ପ୍ୟାରିସରେ ବଷ୍ଟିଲ୍ ଡେ ପ୍ୟାରେଡରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଥିଲେ ।

ଜାନୁଆରୀ ୨୬ ରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବା ପାଇଁ ଯଦି ଆସନ୍ତି, ତେବେ ସେ ଷଷ୍ଠ ନେତା ହେବେ । ୧୯୭୬ ରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଜ୍ୟାକ୍ ଚିରାକ ପ୍ରଥମେ ଗଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ ।  ଏହା ପରେ ୧୯୮୦ରେ ଫ୍ରାନ୍ସର ରାଷ୍ଟ୍ରପତି ଭାଲେରୀ ଜିସ୍କାର୍ଡ ଡି ଏଷ୍ଟିଂ, ୧୯୯୮ରେ ରାଷ୍ଟ୍ରପତି ଜ୍ୟାକ ଚିରାକ ଯୋଗ ଦେଇଥିବା ବେଳେ ୨୦୦୮ରେ ରାଷ୍ଟ୍ରପତି ନିକୋଲାସ ସାର୍କୋଜି ଏବଂ ୨୦୧୬ରେ ରାଷ୍ଟ୍ରପତି ଫ୍ରାଙ୍କୋଇସ ଓଲାଣ୍ଡ ଭାରତର ଗଣତନ୍ତ୍ର ଦିବସରେ ଅଂଶଗ୍ରହଣ କରିଛନ୍ତି । ଭାରତ ଏପର୍ଯ୍ୟନ୍ତ ସର୍ବାଧିକ ସଂଖ୍ୟକ ଫ୍ରାନ୍ସ ନେତାଙ୍କୁ ଗଣତନ୍ତ୍ର ଦିବସରେ ଅତିଥି କରିଛି ।

ରାଜ୍ୟରେ ନୂଆ ଜିଲ୍ଲା ଗଠନ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ : ରାଜ୍ୟରେ ନୂଆ ଜିଲ୍ଲା ଗଠନ ଉପରେ ଲାଗିଲା ରୋକ୍ । ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରୋକ୍ ଲଗାଇଛନ୍ତି। ତେବେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପ୍ରକ୍ରିୟା ଜାରି ରଖିପାରିବେ। ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ ପରେ ହିଁ ରାଜ୍ୟ ସରକାର ନୂଆ ଜିଲ୍ଲା ଘୋଷଣା କରିପାରିବେ। ରାଇରଙ୍ଗପୁରକୁ ନୂଆ ଜିଲ୍ଲା ଘୋଷଣା ଦାବି କରି ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାରୁ ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ଅକ୍ଷୟ କୁମାର ମହାନ୍ତି ଏହି ମାମଲା ରୁଜୁ କରିଥିଲେ। ରାଇରଙ୍ଗପୁର ଏବଂ କରଞ୍ଜିଆ ସବ୍‌-ଡିଭିଜିନକୁ ନେଇ ରାଇରଙ୍ଗପୁର ଜିଲ୍ଲା ଘୋଷଣା କରିବାକୁ ଆବେଦନକାରୀ ଦାବି କରିଥିଲେ। ନୂତନ ଜିଲ୍ଲା ଗଠନ ନେଇ ଏବେ ରାଜ୍ୟ ସରକାର ଆରମ୍ଭ କରିଥିବା ପ୍ରକ୍ରିୟାରେ ଜଷ୍ଟିସ ରାଜକିଶୋର ଦାସ କମିଟିଙ୍କ ସୁପାରିସ୍‌ କାର୍ଯ୍ୟକାରୀ ହେଉନଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି। ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ପରିସୀମା, ପଛୁଆ ବର୍ଗ ପ୍ରସଙ୍ଗକୁ ନେଇ ନୂତନ ଜିଲ୍ଲା ଗଠନ କରିବାକୁ ରାଜକିଶୋର ଦାସ କମିଟି ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଆଧାରରେ ରାଜ୍ୟ ସରକାର ପୂର୍ବରୁ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରିଥିଲେ। କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ସେଥିରେ ଜଷ୍ଟିସ ରାଜକିଶୋର ଦାସ କମିଟିଙ୍କ ସୁପାରିସକୁ ସଠିକ ଭାବେ ପାଳନ କରାଯାଉନାହିଁ କିମ୍ବା କ୍ୟାବିନେଟ ସବକମିଟି ମଧ୍ୟ ଗଠନ କରାଯାଇ ନାହିଁ । ତେଣୁ ରାଜ୍ୟ ସରକାର ଏବେ ନୂଆ ଜିଲ୍ଲା ଘୋଷଣା କରିପାରିବେ ନାହିଁ। କିନ୍ତୁ ଜିଲ୍ଲା ଗଠନ ପ୍ରକ୍ରିୟା ଜାରି ରଖିପାରିବେ। ହାଇକୋର୍ଟଙ୍କ ଶୀତକାଳୀନ ଛୁଟି ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

 

କନ୍ଧମାଳରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦେଲେ କଠିନ ପରିଶ୍ରମର ମନ୍ତ୍ର

କନ୍ଧମାଳ: ଜୀବନରେ ସଫଳ ହେବା ପାଇଁ କଠିନ ପରିଶ୍ରମ ଜରୁରୀ। କନ୍ଧମାଳରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ଜୀବନରେ ସଫଳତା ପାଇଁ ପାଠପଢା ସହ ଅନ୍ୟ ପ୍ରତିଭାର ବିକାଶ ଜରୁରୀ। ନୂଆ-ଓ କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ ପ୍ରତିଭାର ବିକାଶ ପାଇଁ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୁକାୟିତ ପ୍ରତିଭାର ବିକାଶ ପାଇଁ କଠିନ ପରିଶ୍ରମ ଆବଶ୍ୟକ। କଠିନ ପରିଶ୍ରମର ଆଉ କିଛି ବିକଳ୍ପ ନାହିଁ।

ହକି ବିଶ୍ବକପ ସମୟରେ ସଚିନ୍ ତେନ୍ଦୁଲକର, ବୀରେନ୍ଦ୍ର ସେହଓ୍ବାଗଙ୍କ ପରି ମହାନ କ୍ରିକେଟର ଓ ବଲିଉଡ ବାଦଶାହ ଶାହାରୁଖ ଖାନଙ୍କୁ ଭେଟି ସଫଳତା ପଛର ଶ୍ରେୟ ସଂପର୍କରେ ପଚାରିଥିଲେ କାର୍ତ୍ତିକ ପାଣ୍ଡିଆନ। ସମସ୍ତେ ସଫଳତା ପାଇଁ କଠିନ ପରିଶ୍ରମକୁ ଶ୍ରେୟ ଦେଇଥିଲେ । ନିଜେ 5T ଅଧ୍ୟକ୍ଷ ମଧ୍ୟ ଗାଁରେ ସରକାରୀ ସ୍କୁଲରେ ପାଠ ପଢି ଆଇଏଏସ ହୋଇଥିବା କହିଛନ୍ତି। ୫ବର୍ଷ ବହୁତ ଗୁରୁତ୍ବପୂର୍ଣ୍ଣ ସମୟ। ଫୋକସ କରି କଠିନ ପରିଶ୍ରମ କଲେ ୫୦ବର୍ଷ ଭବିଷ୍ୟତ ଉଜ୍ଜ୍ବଳ ହେବ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସେମାନଙ୍କ ହାତରେ । ଆତ୍ମବିଶ୍ବାସ ସହ କଠିନ ପରିଶ୍ରମ କଲେ ଭବିଷ୍ୟତ ଉଜ୍ଜ୍ବଳ ହେବ ବୋଲି କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି । କନ୍ଧମାଳର ପିଲା ବି ବଡ଼ ସହରର ପିଲା ପାଉଥିବା ସବୁ ସୁବିଧା ପାଇପାରିବେ। ମାସେ ଦେଢ ମାସ ଭିତରେ ଜିଲ୍ଲାର ସବୁ କଲେଜ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲର ରୂପାନ୍ତରଣ ହୋଇଯିବ । ପିଲାଙ୍କୁ ସ୍ମାର୍ଟକ୍ଲାସ, ଇ-ଲାଇବ୍ରେରୀ ପରି ସୁବିଧା ମିଳିବ ବୋଲି କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି ।

ଝାରସୁଗୁଡ଼ା ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବେଲପାହାଡ଼ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳିଛି l ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ଏହି ବାଘର ଫଟୋ l କଲରାପତରିଆ ବାଘର ଫୁଟେଜ ଗତ ୧୪ ତାରିଖରେ ପିକୋଲ ଜଙ୍ଗଲରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରୁ ମିଳିଥିଲା।

ବର୍ତ୍ତମାନ ମଧ୍ୟ ବାଘଟି ପିକୋଲ ଜଙ୍ଗଲରେ ଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି l ଦୀର୍ଘ ୨ ବର୍ଷ ପରେ ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି କଳରାପତରିଆ ବାଘ। ବାଘଟି ସୁନ୍ଦରଗଡ଼ ଜିଲ୍ଲା ହିମଗିରି ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି l ପିକୋଲ ଜଙ୍ଗଲରେ ବାଘ ଥିବା ଜାଣିବା ପରେ ଆଖପାଖ ଗ୍ରାମବାସୀ ଭୟଭୀତ ଅଛନ୍ତି । ବନ ବିଭାଗ ପକ୍ଷରୁ ବାଘ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଲୋକଙ୍କୁ ସତର୍କ ଓ ସଚେତନ କରାଯାଉଛି ।

ରାଉରକେଲାରେ ଝାଡ଼ାବାନ୍ତି ସଂକ୍ରମଣ ରୋକିବାକୁ ଆକ୍ସନ୍ ମୋଡରେ ୱାଟର କର୍ପୋରେସନ୍ ଅଫ୍ ଓଡିଶା ୱାଟକୋ

ରାଉରକେଲା: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାଝାଡ଼ାବାନ୍ତି ସଂକ୍ରମଣ ରୋକିବାକୁ ଆକ୍ସନ୍ ମୋଡରେ ୱାଟର କର୍ପୋରେସନ୍ ଅଫ୍ ଓଡିଶା ୱାଟକୋ।  ରାଉରକେଲାର ୬୦ରୁ ଅଧିକ ସ୍ଥାନରେ ପାଣି ପାଇପ ଲିକେଜର ମରାମତି କରାଯାଇଛି। ସହରର ସମସ୍ତ ପାଣିଟାଙ୍କି ସଫା କରାଯାଉଛି। ଏଥିସହ ଚିହ୍ନିତ ହଟସ୍ପଟ୍ ଅଞ୍ଚଳରେ ଜଳର ଗୁଣବତ୍ତା ପରୀକ୍ଷା ଜୋରଦାର କରାଯାଇଛି।

ଗତ କିଛି ଦିନ ଧରି ଜଳର ଉତ୍ସ, ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ମୁଖ୍ୟ ଜଳଭଣ୍ଡାର, ବିତରଣ ନେଟୱାର୍କ ସ୍ତରରେ ହାଇପର କ୍ଲୋରିନେସନ୍ କରାଯାଇଛି। ସହରର ପ୍ରାୟ ୧୮୦୦ ହ୍ୟାଣ୍ଡ ପମ୍ପ ଏବଂ ଷ୍ଟାଣ୍ଡ ପୋଷ୍ଟ ଗୁଡିକରେ ମଧ୍ୟ କ୍ଲୋରିନେସନ୍ କାମ ସରିଛି। ଉଭୟ ଟ୍ରିଟମେଣ୍ଟ ଏବଂ ବଣ୍ଟନସ୍ତରରେ କ୍ଲୋରିନେସନ୍ ଦ୍ୱାରା ପାନୀୟ ଜଳକୁ ବିଶୁଦ୍ଧ କରାଯାଉଛି। ସହରରେ ଜଳସାଥୀ ଗ୍ରାହକଙ୍କ ଘରକୁ ଯାଇ ଅବଶିଷ୍ଟ କ୍ଲୋରିନ୍ ମାତ୍ରା ଜାଣିବା ପାଇଁ ପ୍ରତିଦିନ ପ୍ରାୟ ୩୦୦ଜଳ ନମୁନା ପରୀକ୍ଷା କରାଉଛନ୍ତି। ତଥ୍ୟକୁ ୱାଟକୋ ପ୍ରତିଦିନ ତଦାରଖ ଏବଂ ବିଶ୍ଳେଷଣ କରୁଛି। ଜଳ ଯୋଗାଣ ବଣ୍ଟନ ନେଟୱାର୍କକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ରଖିବା ପାଇଁ ୫୦ରୁ ଅଧିକ ତାଲିମପ୍ରାପ୍ତ ଶ୍ରମିକ ଏବଂ ୱାଟକୋ ଅଧିକାରୀ ସହରରେ ସମ୍ଭାବ୍ୟ ଲିକେଜ୍ ପଏଣ୍ଟରେ ପାଇପଲାଇନ ରକ୍ଷଣାବେକ୍ଷଣ କାମରେ ନିୟୋଜିତ ଅଛନ୍ତି। ନାଗରିକଙ୍କୁ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଅଭ୍ୟାସ ତଥା ନିରାପଦ ପାନୀୟ ଜଳର ବ୍ୟବହାର ନେଇ ଜଳସାଥୀମାନେ ଘରକୁ ଘର ଯାଇ ବୁଝାଉଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ରାଉରକେଲା ମହାନଗର ନିଗମ, ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନିୟମିତ ଭାବେ ନଜର ରଖାଯାଇଛି ।