spot_img
Home Blog Page 2454

ଟିଟିଲାଗଡ଼ରେ ବିଜେଡିରେ ମିଶିଲେ ଶତାଧିକ କର୍ମୀ

ଟିଟିଲାଗଡ଼: ଟିଟିଲାଗଡରେ ବିଜେଡିର ମିଶ୍ରଣ ପର୍ବ । ଟିଟିଲାଗଡ଼ ବ୍ଲକ ବିଜୁ ଜନତା ଦଳ ଅଫିସରେ ସାମିଲ ହୋଇଛନ୍ତି ଶତାଧିକ ସଂଖ୍ୟାରେ ସଦସ୍ୟ । ବିଜେଡିରେ ସାମିଲ ହୋଇଥିବା ସଦସ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ଦଳର।  ବିଜୁ ଜନତା ଦଳର୍ ଜନମଙ୍ଗଳ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଶତାଧିକ ସଂଖ୍ୟାରେ ପୁରୁଷ ଓ ମହିଳା ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଟୁକୁନି ସାହୁ ବିଜୁ ଜନତା ଦଳର ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ୍ କରିଥିଲେ । ଦଳରେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟକରି ମୁଖ୍ୟମନ୍ତ୍ରୀଙ୍କ ହାତକୁ ସୁଦୃଢ କରିବା ସହ ଗାଁ ଗଣ୍ଡାର ବିକାଶ କରିବାକୁ ଆହ୍ଵାନ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ପୂର୍ବତନ କଂଗ୍ରେସ କର୍ମୀ ଲଲିତ ସାହୁ ଓ କୁଶକେଳା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶୁ ମାଝୀ ଓ ତାଙ୍କ ସମର୍ଥକ ମାନେ ଦଳରେ ଯୋଗ ଦେଇଛନ୍ତି୍ । ଦଳ ଓ ନେତୃତ୍ୱର ଦିଗଦର୍ଶନରେ କାର୍ଯ୍ୟ କରିବେ ବୋଲି ସମସ୍ତେ କହିଛନ୍ତି।

ଭଉଣୀ ଘରେ ପହଞ୍ଚିଲେ ଅରବାଜ, ୫୭ ବର୍ଷ ବୟସରେ କରିବେ ଦ୍ବିତୀୟ ବିବାହ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଅଭିନେତା ଅରବାଜ ଖାନ । ୫୭ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବାକୁ ଯାଉଥିବା ସଲମାନ ଖାନଙ୍କ ବଡ଼ଭାଇ ଏବେ ତାଙ୍କ ଭଉଣୀ ଅର୍ପିତାଙ୍କ ଘରେ ପହଞ୍ଚିଛନ୍ତି । ସେଠାରେ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ବିବାହରେ କେବଳ ପରିବାର ଲୋକେ ଏବଂ ଖାସ୍ ଅତିଥୀମାନେ ଯୋଗଦେବେ । ଅରବାଜ ଅର୍ପିତାଙ୍କ ଘରକୁ ଯାଉଥିବାର ଏକ ଭିଡିଓ ନଜରକୁ ଆସିଛି ।

ଅରବାଜ ମେକପ ଆର୍ଟିଷ୍ଟ ଶେରା ଖାନଙ୍କୁ ବିବାହ କରିବାକୁ ଯାଉଛନ୍ତି । ଉଭୟ ଦୀର୍ଘଦିନ ଧରି ଡେଟିଂ କରିଥିବାବେଳେ ଏବେ ବିବାହ ପାଇଁ ନିଷ୍ପତ୍ତି ନେଇଛନ୍ତି । ସେପଟେ ଅରବାଜ ପ୍ରଥମେ ଅଭିନେତ୍ରୀ ମଲାଇକାଙ୍କୁ ବିବାହ କରିଥିବାବେଳେ ତାଙ୍କର ୨୧ ବର୍ଷର ପୁଅ ଅଛନ୍ତି । ମଲାଇକା ଅର୍ଜୁନ କପୁରଙ୍କୁ ଡେଟ୍ କରୁଥିବାବେଳେ ସେମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ଅରବାଜଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଜାଣନ୍ତୁ ନବନିର୍ବାଚିତ କୁସ୍ତିସଂଘ ନିଲମ୍ବନ ପରେ କଣ କହିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ନବନିର୍ବାଚିତ ଟିମ ସସପେଣ୍ଡ । ଟିମକୁ ସସପେଣ୍ଡ କରିଛି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ । ବ୍ରିଜଭୂଷଣ ସିଂଙ୍କ ଇସ୍ତଫା ପରେ ସଞ୍ଜୟ ସିଂ ହୋଇଥିଲେ ସଭାପତି । ତେବେ ବ୍ରିଜଭୂଷଣଙ୍କ ନିକଟତମ ବ୍ୟକ୍ତି କୁହାଯାଉଥିବା ସଞ୍ଜୟ ସିଂ ସଭାପତି ନିର୍ବାଚିତ ହେବା ପରେ କ୍ଷୁବ୍ଧ ହୋଇଥିଲେ ପୂର୍ବତନ କ୍ରୀଡ଼ାବିତ । ଯାହାକୁ ନେଇ ବିବାଦ ଲାଗି ରହିଥିଲା । ତେବେ ନବନିର୍ବାଚିନ ଟିମ ସସପେଣ୍ଡ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସଭାପତି ସଞ୍ଜୟ ସିଂ ସେ କହିଛନ୍ତି କି, ଏପର୍ଯ୍ୟନ୍ତ ପୁରା ଅର୍ଡର ପଢ଼ିନାହାନ୍ତି । ପ୍ରଥମେ ଏହାକୁ ପଢ଼ିବେ ଏବଂ ପରେ କହିବେ । ଏହସହ କହିଛନ୍ତି କି, ମୁଁ ଏସମ୍ପର୍କରେ ଏବେ କିଛି କହିବାକୁ ଚାହୁଁନାହିଁ ।

ସୂଚନା ଥାଉକି, ନୂଆ ସଭାପତି ସଞ୍ଜୟ ସିଂଙ୍କ ସମସ୍ତ ନିଷ୍ପତ୍ତି ଉପରେ ବି ରୋକ ଲଗାଇଛି କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟ । ସଞ୍ଜୟଙ୍କ ନିର୍ବାଚନକୁ ବିରୋଧ କରି ପଦ୍ମଶ୍ରୀ ଫେରାଇଥିଲେ ବଜରଙ୍ଗ ପୁନିଆ । ସାକ୍ଷୀ ମଲ୍ଲିକ ବି କୁସ୍ତି ଜଗତରୁ ନେଇଛନ୍ତି ସନ୍ନ୍ୟାସ । ନବନିର୍ବାଚିତ ଟିମକୁ ସସପେଣ୍ଡ ପ୍ରସଙ୍ଗରେ କ୍ରୀଡ଼ା ମନ୍ତ୍ରାଳୟ କହିଛି-ବର୍ତ୍ତମାନ ନିୟମାବଳୀକୁ ଅବମାନନା କରିଛି ନୂଆ ସଂଘ । ନିର୍ବାଚନ ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ ହୋଇଥିବା କହିଛି ମନ୍ତ୍ରାଳୟ । ଗତ ଗୁରୁବାର ହୋଇଥିବା ନିର୍ବାଚନରେ ପୂର୍ବତନ ସଭାପତି ବ୍ରିଜ ଭୂଷଣଙ୍କ ସମର୍ଥକ ସଞ୍ଜୟ ସିଂ ବିଜୟୀ ହୋଇଥିଲେ । ୪୭ ଭୋଟରୁ ୪୦ ଭୋଟ ପାଇଥିଲେ ସଞ୍ଜୟ । ମାତ୍ର ୭ଟି ଭୋଟ ପାଇଥିଲେ ପ୍ରତିଦ୍ବନ୍ଦ୍ବୀ ଅନିତା ଶେଓରାନ । ଅନିତା ହେଉଛନ୍ତି କମନଓ୍ବେଲଥ ଗେମସର ଗୋଲ୍ଡ ମେଡାଲିଷ୍ଟ । ପୂର୍ବରୁ ସଞ୍ଜୟ ସିଂ ଉତ୍ତରପ୍ରଦେଶ ରେସଲିଂ ସଂଘର ଉପସଭାପତି ଥିଲେ ।

ଦଳକୁ ଫେରିବେ ତ ପାଣ୍ଡ୍ୟା?

0

ନୂଆଦିଲ୍ଲୀ: ଭାରତୀୟ ପ୍ରଂଶସକଙ୍କ ପାଇଁ ଖୁସି ଖବର । ଦଳକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା । ଆଫଗାନିସ୍ତାନ ବିପକ୍ଷ ସିରିଜରେ ଖେଳିବେ ହାର୍ଦ୍ଦିକ । କେବଳ ଖେଳିବେ ନାହିଁ ଦଳର ଅଧିନାୟକ ପଦ ମଧ୍ୟ ସମ୍ଭାଳିବେ ବୋଲି ସୂଚନା ମିଳୁଛି । ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଆହତ ରହିଛନ୍ତି । ତେବେ ୨୦୨୪ ଆଇପିଏଲ ଖେଳିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ସୂଚନା ମିଳିଛି କି, ଦଳକୁ ଫେରିବେ ହାର୍ଦ୍ଦିକ । ଜାନୁଆରୀ ୧୧ ତାରିଖରୁ ୩ଟି ଟି-୨୦ ସିରିଜ ଖେଳାଯିବାକୁ ଥିବାବେଳେ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ ଖେଳିବ ଭାରତ । ସୂର୍ଯ୍ୟକୁମାର ଯାଦବ ଆହତ କାରଣରୁ ଦଳରୁ ବାଦ ପଡ଼ିଥିବାବେଳେ ଫ୍ୟାନ୍ସମାନେ ପାଣ୍ଡ୍ୟା ଦଳକୁ ଫେରିବା ଖବର ଖୁସି ଦେଇଛି । ସେପଟେ ସୂର୍ଯ୍ୟକୁମାର ଯାଦବ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣଆଫ୍ରିକା ସିରିଜରେ ଭାରତର ଅଧିନାୟକ ଭାବେ ଦାୟିତ୍ବ ନେଇ ଦଳକୁ ସଫଳତା ଦେଇଛନ୍ତି ।

କୋବି ଚୋରି ସନ୍ଦେହରେ ମାଆକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଲା ପୁଅ

କେନ୍ଦୁଝର: ଜନ୍ମକଲା ମାଆ ଉପରେ ସଇତାନ ପୁଅର ଅତ୍ୟାଚାର । ସ୍ତ୍ରୀ ସହ ମିଶି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଜନ୍ମ କଲା ମାଆକୁ ନିସ୍ତୁକ ପିଟିଲା । ଏପରିକି ଡାକ୍ତରଖାନାରେ ପଶି ବୃଦ୍ଧାଙ୍କୁ ବୋହୂ ମାଡ଼ ମାରିଥିବା ଅଭିଯୋଗ । ତାହା ପୁଣି ଏକ କୋବ ଚୋରି ସନ୍ଦେହରେ ।

ସୂଚନାଯୋଗ୍ୟ, । କେନ୍ଦୁଝର ଜିଲ୍ଲା ଚମ୍ପୁଆ ସରାସପଶି ଗାଁର ଶତ୍ରୁଘ୍ନଙ୍କ ବାଡିରୁ ଏକ କୋବି କିଏ କାଟି ନେଇଥିଲା । ତେବେ ମାଆ କୋବି ଚୋରି କରିଥିବା ଶତ୍ରୁଘ୍ନ ଏବଂ ତାଙ୍କ ପତ୍ନୀ ସନ୍ଦେହ କରିଥିଲେ । ଏହାକୁ ନେଉ ଉଭୟ ମାଆକୁ ନିସ୍ତୁକ ମାଡ଼ ମାରିଥିଲେ । କଥା ସେତିକିରେ ସରି ନଥିଲା । ଘର ବାହାରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପୁଣି ମାଡ଼ ମାରିଥିଲେ ।

ଗାଁ ଲୋକ ଏହାକୁ ବିରୋଧ କରିବା ସହ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ବୃଦ୍ଧାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ । ପୁଅବୋହୂ ମାଆକୁ ମାଡ଼ ମାରିବା ଘଟଣାର ଏକ ଫଟୋ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି ।

ଗତ ବୁଧବାର ଘଟଣା ଘଟିଥିବା ବେଳେ ଦୁଇଦିନ ଧରି ପୁଅବୋହୂ ମାଆକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ମେଡିକାଲରେ ବୃଦ୍ଧା ଭର୍ତ୍ତି ହେବା ପରେ ବି ସେଠାରେ ବୋହୂ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି ।

ପିହୁ ଅପହରଣ ଘଟଣାରେ ମାଷ୍ଟରମାଇଣ୍ଡ ସହ ୪ ଗିରଫ

ଦେବଗଡ଼: ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାରେ ୪ ଗିରଫ । ମାଷ୍ଟରମାଇଣ୍ଡ ସମେତ ୪ ଅଭିଯୁକ୍ତକୁ ଗିରଫ କଲା ଦେବଗଡ଼ ପୋଲିସ । ମାଷ୍ଟରମାଇଣ୍ଡ ଦେବଗଡ଼ ଥାନା ଅନ୍ତର୍ଗତ ନୂଆଗାଁର ହିମାଂଶୁ ନାରଙ୍ଗ ବୋଲି ଜଣାପଡିଛି ।

ସହଯୋଗୀ ଅଭିଯୁକ୍ତମାନେ କୁଣ୍ଢେଇଗୋଳା ମେଣ୍ଢିପାଲି ସାଧୁବାହାଳ ଗାଁର ଦୀପକ ନାଏକ, ଦେବଗଡ଼ ବଲଣ୍ଡା ଗ୍ରାମର ରୋହିତ ପାତ୍ର ଓ ଜରେଇକେଳାର ମହେଶ୍ୱର ଶଗଡିଆ । ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର, ଦୁଇଟି ବାଇକ ଓ ୪ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।

ଗତ ୧୮ ତାରିଖ ସନ୍ଧ୍ୟାରେ ଟ୍ୟୁସନ ସାରି ଆଈ ସହ ଘରକୁ ଫେରୁଥିବା ବେଳେ ଜନଗହଳିପୂର୍ଣ୍ଣ ମୁଖ୍ୟରାସ୍ତାରୁ ପିହୁକୁ ଝାମ୍ପି ନେଇଥିଲେ ଅପହରଣକାରୀ । ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା ଉଦ୍ଦେଶ୍ୟରେ ମୋଟା ଅଙ୍କର ଟଙ୍କା ରୋଜଗାର ପାଇଁ ଅପହରଣ ଯୋଜନା କରିଥିଲେ ଅଭିଯୁକ୍ତ । ଅପହରଣର ୧୨ ଘଣ୍ଟା ପରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରୁ ଅପହୃତ ଶିଶୁ ପିହୁକୁ ଉଦ୍ଧାର କରିଥିଲା ପୋଲିସ ।

କୁମ୍ବି ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଦୁଇ ଯବାନ ଆହତ

ବାଲିଗୁଡ଼ା: କମ୍ବିଂ ଅପରେସନ ବେଳେ ଅଘଟଣ । ମାଓବାଦୀ ବିଛାଇ ଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଏସ୍ଓଜି ଯବାନ୍ ଆହତ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟସ୍ଥ ଟେକେଲାମିଲା ଜଙ୍ଗଲରେ କୁମ୍ବିଂ ଅପରେସନ ଘଟିଛି ଏଭଳି ଅଘଟଣ ।

ଏସଓଜି ଯବାନ୍ ଜଙ୍ଗଲରେ କୁମ୍ବିଂ କରୁଥିବା ବେଳେ ମାଓବାଦୀମାନେ ପୂର୍ବରୁ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଫଳରେ ଜଣେ ଏସଓଜି ଯବାନଙ୍କର ଆଖିରେ ଆଘାତ ଲାଗିଥିବା ବେଳେ, ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଛି ।

“ନାଁ ଚିରିବ ନାଁ ଫାଟିବ” ମାତ୍ର ୫୦ ଟଙ୍କାରେ ପିଭିସି ଆଧାର କାର୍ଡ , ଜଲଦି କରନ୍ତୁ ଆବଦେନ

ନୂଆଦିଲ୍ଲୀ: ବ୍ଯାଙ୍କ୍ ଆକାଉଣ୍ଟ ଖୋଲିବା ହେଉ ଅବା କୌଣସି ସରକାରୀ ଯୋଜନାର ଲାଭ ଉଠେଇବା ହେଉ ଆପଣଙ୍କ ପରିଚୟ ପତ୍ରର ସବୁ ଜାଗାରେ ଦରକାର ପଡିଥାଏ  । ଆଧାର କାର୍ଡ ଆଜିକା ସମୟର ଆପଣଙ୍କ ପରିଚୟର ଗୁରୁତ୍ବପୂର୍ଣ୍ଣ  ଦସ୍ତାବିଜ୍  ।  ଏହି କାଗଜଟି ସବୁ ଅର୍ଥନୈତିକ କାମ ପାଇଁ  ନିହାତି ଦରକାର  । କିନ୍ତୁ ଆପଣ କଣ ଏବେ ବି ସେହି ପୁରୁଣା ଲିମିଟେଡ୍ ଆଧାର କାର୍ଡ ବ୍ଯବହାର କରୁଛନ୍ତି କି ,  ଆଉ ପୁଣି ସେହି ଆଧାର କାର୍ଡ ପର୍ସରେ ରଖିଲେ  ମୋଡି କିମ୍ବା ଫାଟି ଯାଉଛି  ।  ଯାହା ଦ୍ବାରା କେଉଁଠି ଦରକାର ପଡିଲେ ଆଧାର କାର୍ଡ  ମୋଡି କିମ୍ବା ଫାଟି ଯାଇଥିବା କାରଣରୁ ଆପଣଙ୍କୁ ହଇରାଣ ହେବାକୁ ପଡୁଛି  ।  ବହୁତ ଥର ଏମିତି ଦେଖିବାକୁ ମିଳେ ଯେ , ଏହି ମୋଡି ଏବଂ ଫାଟିଯାଇଥିବା କାରଣରୁ ଲୋକଙ୍କୁ ବହୁ ଗୁରୁତ୍ବପୂର୍ଣ୍ଣ ଜାଗାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ  । ଏହି ଅସୁବିଧାରୁ ବର୍ତିବା ପାଇଁ ଆପଣ  ପିଭିସି ଆଧାର କାର୍ଡ ତିଆରି କରିପାରିବେ  । ଆଉ ଏଥିପାଇଁ ଆପଣଙ୍କୁ ମୋଟ୍ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ ବା (ୟୁଆଇଡିଆଇ) ଆଧାରକାର୍ଡ  ବ୍ଯବହାର କାରୀ ମାନଙ୍କୁ ପିଭିସି ଆଧାରକାର୍ଡ ବନେଇବା ପାଇଁ ପରାମର୍ଶ ଦେଇଛନ୍ତି  । ଆପଣ ଘରେ ବସି ପିଭିସି ଆଧାର କାର୍ଡ ଆବେଦନ କରିପାରିବେ । ଯାହାକି ନାଁ ଚିରିବ , ଫାଟିବ ପୁରା ଆପଣଙ୍କ ଜୀବନ କାଳ ଯାଏଁ ଚାଲିବ  । ମାତ୍ର ୫୦ ଟଙ୍କା ଖର୍ଚ୍ଚ କରି ଆପଣ ସବୁ ସମସ୍ଯାର ସମାଧାନ କରିପାରିବେ  । ଏହା ଲିମିଟେଡ୍ ଆଧାର କାର୍ଡ ପରି ନୁହେଁ ଏହା ପଲିଭିନାଇଲ୍ କ୍ଲୋରାଇଡ୍  (ପିଭିସି )  ଏଟିଏମ୍ ଏବଂ କ୍ରେଡିଟ୍ କାର୍ଡ ପରି ମଜବୁତ୍  । ଏହାକୁ ଆପଣ ନିଜର ପର୍ସରେ ଆରାମରେ ରଖିପାରିବେ  ।

ଭାରତ ଆସୁଥିବା କାର୍ଗୋ ଜାହାଜ ଉପରେ ହୁଥି ଆତଙ୍କବାଦୀଙ୍କ ଡ୍ରୋନ ଆକ୍ରମଣ

ନୂଆଦିଲ୍ଲୀ: ଭାରତ ଆସୁଥିବା କାର୍ଗୋ ଜାହାଜ ଉପରେ ଡ୍ରୋନ ଆକ୍ରମଣ । ଗୁଜରାଟ ଉପକୂଳରେ ଜାପାନର ଏହି ଜାହାଜ ଉପରକୁ ହୋଇଛି ଡ୍ରୋନ ଆକ୍ରମଣ । ଏଥିରେ ଜାହାଜରେ ନିଆଁ ଲାଗି ଯାଇଥିଲା । ନିଆଁକୁ ଲିଭାଯାଇଥିବା ଜଣାପଡିଛି । ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି । ଜାହାଜରେ ଅନ୍ୟ ସଦସ୍ୟଙ୍କ ସହ ୨୦ ଜଣ ଭାରତୀୟ ନାବିକ ଥିଲେ । ଇରାନ ସମର୍ଥିତ ୟେମେନରେ ସକ୍ରିୟ ହୁଥି ଆତଙ୍କବାଦୀ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ଆମେରିକା ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସହାୟତା ଲାଗି ଭାରତୀୟ କୋଷ୍ଟଗାର୍ଡ ପକ୍ଷରୁ ଏକ ଜାହାଜ ମୁତୟନ କରାଯାଇଛି । ସମୁଦ୍ର ଅଞ୍ଚଳରେ ମୁତୟନ କୋଷ୍ଟଗାର୍ଡର ସମସ୍ତ ଜାହାଜକୁ ସହାୟତା ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋରବନ୍ଦରରୁ ୨୧୭ ନଟିକାଲ ମାଇଲ ଦୂରରେ ଥିବା ଜାହାଜ ଉପରେ ଆକ୍ରମଣ ହୋଇଥିଲା । ଅଶୋଧିତ ତୈଳ ନେଇ ଏହି ଜାହାଜ ସାଉଦି ଆରବ ବନ୍ଦରରୁ ବାହାରି ମାଙ୍ଗାଲୋର ଅଭିମୁଖେ ଆସୁଥିଲା।

ଗତ ସୋମବାର ଦିନ ମଧ୍ୟ ମାଲଟାରୁ ଆସୁଥିବା ଏକ ଜାହାଜ ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ ଗୁରୁତର ନାବିକକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଭାରତୀୟ କୋଷ୍ଟ ଗାର୍ଡ କର୍ତ୍ତୃପକ୍ଷ । କିଛିଦିନର ବ୍ୟବଧାନ ପରେ ପୁଣି କାର୍ଗୋ ଜାହାଜକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ।

ଚିନ୍ତା ବଢ଼ାଇଲା କୋଭିଡ଼: ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ । ଗତକାଲି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଆଜି ଆଉ ଜଣେ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ଆକ୍ଟିଭ କେସ ୨ରେ ପହଞ୍ଚିଛି ।

୨୦ ଦିନର ବ୍ୟବଧାନ ପରେ ଗତକାଲି ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ବଢୁଥିବା କୋଭିଡ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଚେତନ ବାର୍ତ୍ତା ଦେଇଛି । ବୟସ୍କ ଓ ଏକାଧିକ ରୋଗରେ ପୀଡିତ ରୋଗୀଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛି ସ୍ବାସ୍ଥ୍ୟ ବିଭାଗ । ଜନଗହଳି ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଜନଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧିବା ସହ ସର୍ତକ ରହିବାକୁ ସଚେତନ କରିଛି ସ୍ବାସ୍ଥ୍ୟ ବିଭାଗ ।