spot_img
Home Blog Page 2455

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

କେନ୍ଦୁଝର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ମୃତକ ହେଲେ ଯାଜପୁର ଜିଲ୍ଲା ବାରାଗାଡ଼ିଆର ପ୍ରଭୁଦତ୍ତ ବିଶ୍ୱାଳ, ବିଭୁଦତ୍ତ ବିଶ୍ୱାଳ ଓ ମୃତ ଯୁବତୀ ଏମାନଙ୍କ ପଡୋଶୀ ବୋଲି ପରିଚୟ ମିଳିଛି । କେନ୍ଦୁଝର ଘସିପୁରା ଥାନା ଶାଳପଡ଼ା କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ସାମ୍ନା ରାସ୍ତାରେ ବାଇକ ସହିତ ଲୁହାପଥର ବୋଝେଇ ହାଇୱା ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଯୁବକ ଓ ଜଣେ ଯୁବତୀ ହାଇୱା ତଳେ ଚାପି ହୋଇଯାଇଥିଲେ ।

ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଘସିପୁରା ପୋଲିସ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି ।

ଏହି ଖବର ଉପରେ ନଜର ପକାନ୍ତୁ : ସ୍କୁଲରେ ପଶୁପଶୁ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି ଛାତ୍ରଛାତ୍ରୀ, ଚାଲିଛି ପୂଜାପାଠ

ରିଲିଜ ପୂର୍ବରୁ ଆସିଲା ’ଟାଇଗର-୩’ର ନୂଆ ପ୍ରୋମାେ, ଚର୍ଚ୍ଚାରେ କ୍ୟାଟ୍ରିନାଙ୍କ ଟାୱେଲ୍ ଫାଇଟ୍…

ମୁମ୍ବାଇ: ଦିପାବଳୀରେ ଧୁମ ମଚାଇବାକୁ ଆସୁଛି ଗୁଇନ୍ଦାଗିରି ଉପରେ ପର୍ଯ୍ୟବେସିତ ଫିଲ୍ମ ଟାଇଗର-ଥ୍ରୀ । ୟଶ ରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ଟାଇଗର-ଥ୍ରୀ ୧୨ ନଭେମ୍ବରରେ ରିଲିଜ ହେବ। ମୁଖ୍ଯ ଭୂମିକାରେ ଭାଇଜାନ ସଲମାନ ଖାନଙ୍କ ସହିତ ସ୍ଲିମ ବ୍ୟୁଟି କ୍ୟାଟ୍ରିନା କୈଫ ନଜର ଆସିବେ। ଜବରଦସ୍ତ ଆକ୍ସନରେ ଭରପୂର ସିନେମା।

ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା। ଏହାକୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣ ବୋର୍ଡ-ସିବିଏଫସି ବିନା କଟରେ ମଞ୍ଜୁରୀ ଦେଇଛି। ଏହାର ଅବଧି ଦୁଇ ଘଣ୍ଟା ୨୨ ମିନିଟ ରହିଛି। ଏଥିରେ ଇମ୍ରାନ ହାସମୀ ନେଗେଟିଭ ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିବେ।

 

ପଠାନ ସିନେମା ପରେ ଦର୍ଶକ ସଲମାନ ଓ ଶାହରୁଖଙ୍କୁ ଏକ ସାଙ୍ଗରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । କାରଣ କିଙ୍ଗ ଖାନ ଏଥିରେ କ୍ୟାମିଓ ରୋଲରେ ଦର୍ଶକଙ୍କୁ ନଜର ଆସିବେ। ସିନେମା ପାଇଁ ଆଡଭାନ୍ସ ବୁକିଂ ପାଞ୍ଚ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଫ୍ୟାନସଙ୍କ ମଧ୍ୟରେ ଖୁସି ଖେଳିଯାଇଛି।

ସ୍କୁଲରେ ପଶୁପଶୁ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି ଛାତ୍ରଛାତ୍ରୀ, ଚାଲିଛି ପୂଜାପାଠ

0

ଭଦ୍ରକ: ସ୍କୁଲ ପିଲାଙ୍କ ଅସ୍ବାଭାବିକ ଆଚରଣ । କିଛି ଛାତ୍ରଛାତ୍ରୀ ଛୋଟେଇ ଛୋଟେଇ ଚାଲିବା ସହିତ କେତେବେଳେ ଭୋ ଭୋ ହୋଇ କାନ୍ଦୁଛନ୍ତି, ତ ପୁଣି କେତେବେଳେ ଠୋଠୋ ହୋଇ ହସୁଛନ୍ତି । ସ୍କୁଲରେ ସୃଷ୍ଟି ହୋଇଛି ଅସ୍ବାଭାବିକ ପରିସ୍ଥିତି । ଭଦ୍ରକ ଜିଲା ବାସୁଦେବପୁର ନିକଟସ୍ଥ ଅଢୁଆଁ ନୋଡାଲ ପ୍ରାଇମେରୀ ସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

୧୦ ଦିନ ହେଲା ୫ ରୁ ୭ ଜଣ ଛାତ୍ରଛାତ୍ରୀ ଅସ୍ବାଭାବିକ ଆଚରଣ କରୁଛନ୍ତି । ବରଗଛ ମୂଳକୁ ନେଇଯିବାକୁ କାନ୍ଦି କାନ୍ଦି ନେହୁରା ହୋଇ କହୁଥିବା ଦେଖିବାକୁ ମିଳୁଛି । ବରଗଛ ମୂଳକୁ ନେଇ ଝୁଣା, ଧୂପ ଦେବାପରେ ପିଲା ଭଲ ହୋଇଯାଉଛନ୍ତି । ଏହି ଘଟଣାକୁ ନେଇ ନାନା ଚର୍ଚ୍ଚା ହେଉଛି ।

ଏନେଇ ଗତକାଲି ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ବସିଥିଲା । ନିଷ୍ପତ୍ତି ଅନୁସାରେ ଆଜି ଜଣେ ଗୁଣିଆ ଆସି ଝଡ଼ାଫୁଙ୍କା କରୁଛନ୍ତି । ସ୍କୁଲରେ ଚାଲିଛି ପୂଜାପାଠ । ତେବେ ଆଜିର ଯୁଗରେ ଏଭଳି ଘଟଣାକୁ ନେଇ ଲୋକଙ୍କ ବିଶ୍ବାସ ଓ ଅନ୍ଧବିଶ୍ବାସ ଉପରେ ପ୍ରଶ୍ନ ସୃଷ୍ଟି ହେବା ସହ ନାନା ଚର୍ଚ୍ଚା ହେଉଛି ।

ବିଷଧର ସାପ ଓ ବିଦେଶୀ ଝିଅଙ୍କ ସହ ପାର୍ଟି, ଗିରଫ ହୋଇପାରନ୍ତି ଫେମସ୍ ୟୁଟ୍ୟୁବର ଏଲଭିସ୍ ଯାଦବ

ମୁମ୍ବାଇ: ୟୁଟ୍ୟୁବର ଏଲଭିଶ ଯାଦବଙ୍କ ନାଁ ପୁଣିଥରେ ଚର୍ଚ୍ଚାରେ। ନିକଟରେ ଏକ ଅଜ୍ଞାତ ନମ୍ବରରୁ ଧମକୂପର୍ଣ୍ଣ କଲ୍ ଆସିବା ପାଇଁ ଟଙ୍କା ମଗାଯାଇଥିବା ନେଇ ଅଭିଯୋଗ କରିଥିଲେ ଏଲଭିସ୍ । କିନ୍ତୁ ଏବେ ଓଲଟା ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ତେବେ ଜାଣନ୍ତୁ କ’ଣ ରହିଛି ପୂରା ଘଟଣା…

ବିଷାକ୍ତ ନାଗସାପ ବିଷର ବ୍ୟବହାର ରେଭ୍ ପାର୍ଟିରେ ବ୍ୟାନ ଥିବାବେଳେ ଏଠାକୁ ସାପ ଅଣାଯାଇଥିଲା। ଏଭଳି ସଂଗୀନ ଅଭିଯୋଗ ପରେ ଘଟଣାକୁ ନେଇ ଏଲଭିସ୍ ଯାଦବଙ୍କ ନାଁରେ ମାମଲା ରୁଜୁ ହୋଇଛି। ନିକଟରେ ନୋଏଡା ପୋଲିସ ସେକ୍ଟର ୪୯ ଅଞ୍ଚଳରେ ରେଡ୍ କରିଥିଲା। ଏହି ସମୟରେ ପୋଲିସ ୫ଟି ବିଷଧର ସାପ ଓ ବିଷ ଜବତ କରିଥିଲା । ଘଟଣାରେ ୫ଜଣଙ୍କୁ ଅଟକ ରଖାଯାଇଥିଲା। ପଚରାଉଚରା ସମୟରେ ଏଲଭିଶ ଯାଦବଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଣି ଥରେ ଏଲଭିଶ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି । ଏପରିକି ଘଟଣାରେ ସେ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନାନୁସାରେ, ଏଲଭିଶ ଯାଦବଙ୍କ ନାଁରେ ନୋଏଡାରେ ଏକ ରେଭ ପାର୍ଟି ଆୟୋଜନ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ବେଆଇନ ଭାବେ ରେଭ୍ ପାର୍ଟିର ଆୟୋଜନ ହୋଇଥିବା ନେଇ ଅଭିଯୋଗ ହୋଇଛି।

 

 

କମ ଦାମ୍‌ରେ ପିଆଜ କିଣିବାକୁ ଆସି ଅଧିକ ଦରରେ କିଣିଲେ ବୁଟଡାଲି

0

ଭୁବନେଶ୍ବର: ପିଆଜ ଦେଖାଇ ବୁଟ ଡାଲି ବିକିଲା ନାଫେଡ  । ଭୁବନେଶ୍ବରର ଆଇଜି ପାର୍କ ପାଖରେ ଏପରି ଦେଖିବାକୁ ମିଳିଛି । ନାଫେଡ ପକ୍ଷରୁ ପିଆଜ ଓ ବୁଟ ଡାଲି ବିକ୍ରି ପାଇଁ ଦୁଇଟି ଗାଡ଼ି ଲାଗିଥିଲା  । ପିଆଜ କିଲୋ ପିଛା ୨୫ ଟଙ୍କା ଓ ବୁଟ ଡାଲି କିଲୋ ପିଛା ୬୦ ଟଙ୍କାରେ ବିକ୍ରି ପାଇଁ ଆସି ଗାଡି ପହଞ୍ଚିଥିଲା । ପିଆଜ ପାଇଁ ଲୋକଙ୍କ ଭିଡ଼ ଲାଗିବା ପରେ ମାତ୍ର ଅଳ୍ପ ପିଆଜ ବିକ୍ରି କରି ଆଇଜି ପାର୍କ ପାଖରେ ପିଆଜ ଗାଡି କେଉଁଆଡେ ଚାଲିଯାଇଥିଲା ।

ହେଲେ ପିଆଜ ପାଇଁ ଆସିଥିବା ଲୋକେ ପିଆଜ ନପାଇ ବୁଟ ଡାଲି କିଣି ନେଇଥିଲେ  । ପିଆଜ କିଣିବାକୁ ଆସି ଲୋକେ ନିରାଶ ହୋଇ ଶେଷରେ ବୁଟ ଡାଲି କିଣି ନେଇଥିଲେ । ବୁଟ ଡାଲିର ବଜାର ଦର ନାଫେଡ୍ ଦର ଠାରୁ କମ ଥିବା ଲୋକେ ଅଭିଯୋଗ କରିଛନ୍ତି ।

ହଷ୍ଟେଲରୁ ମୋବାଇଲ ଜବତ ହେଲା ବୋଲି ଝୁଲିପଡିଲେ ଛାତ୍ର

0

ଖୋର୍ଦ୍ଧା: ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ଖୋର୍ଦ୍ଧା- ନୟାଗଡ଼ ରାସ୍ତାରେ ଥିବା ଏକ ଘରୋଇ ସ୍କୁଲ ପରିସରରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ର ହେଲେ ପାରଳାଖେମୁଣ୍ଡି ଅଞ୍ଚଳର ପାବିଲ୍ୟାସ କାର୍ଜୀ । ସେ ଦଶମ ଶ୍ରେଣୀରେ ପଢୁଥିଲେ । ଛାତ୍ରଙ୍କ ମୃତଦେହ ଗତ ରାତିରେ ଗଛରେ ଝୁଲୁଥିବା ଦେଖି ସ୍କୁଲ ଅଧ୍ୟକ୍ଷ ପୋଲିସକୁ ଖବର ଦେଇଥିଲେ ।

ହଷ୍ଟେଲ ପାଖରେ ଥିବା ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ହଷ୍ଟେଲରୁ ଏହି ଛାତ୍ରଙ୍କ ନିକଟରୁ ସ୍କୁଲ କର୍ତ୍ତୃପକ୍ଷ ମୋବାଇଲ ଫୋନ୍ ଜବତ କରିଥିଲେ। ହଷ୍ଟେଲରେ ମୋବାଇଲ ବ୍ୟବହାର ଉପରେ କଟକଣା ଥିଲା । ଏହାପରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କଠାରୁ ମୋବାଇଲ୍‌ ଜବତ ହୋଇଥିବାରୁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଖୋର୍ଦ୍ଧା ଏସଡିପିଓ ଏବଂ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଛାତ୍ରଙ୍କ ପରିବାରକୁ ଖବର ଦିଆଯାଇଛି ।

ରାଜସ୍ଥାନରେ EDର ବଡ ରେଡ୍‌, ଏକକାଳୀନ ୨୫ଟି ସ୍ଥାନରେ ଚଢାଉ

ଜୟପୁର: ରାଜସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ । ଅର୍ଥ ହେରଫେର ମାମଲାରେ ଏକକାଳୀନ ୨୫ଟି ସ୍ଥାନରେ ରେଡ୍ କରୁଛି ଇଡି। ରାଜସ୍ଥାନରେ କାର୍ଯ୍ୟରତ ବରିଷ୍ଠ ଆଇଏଏସ୍ ସୁବୋଧ ଅଗ୍ରୱାଲଙ୍କ ଘରେ ଚାଲିଛି ଚଢାଉ । ଜଳ ଜୀବନ ମିଶନରେ ବ୍ୟାପକ ଅର୍ଥ ହେରଫର ଅଭିଯୋଗରେ ଇଡି ଏହି ରେଡ୍ କରୁଛି । ବରିଷ୍ଠ ଆଇଏଏସ ସୁବୋଧ ଅଗ୍ରୱାଲଙ୍କ ସମେତ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ଘରେ ମଧ୍ଯ ଇଡି ରେଡ୍ ଏକକାଳୀନ ରେଡ୍ କରୁଛି।

ରାଜଧାନୀ ଜୟପୁର ଏବଂ ଦୌସାରର ମୋଟ ୨୫ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ପିଏଚଇ ବିଭାଗରେ ଅତିରିକ ସଚିବ ଦାୟିତ୍ବରେ ଅଛନ୍ତି ବରିଷ୍ଠ ଆଇଏଏସ ସୁବୋଧ ଅଗ୍ରୱାଲ । ମନି ଲଣ୍ଡରିଂ ଅଧିନିୟମ ଅନ୍ତର୍ଗତ ଆଇନରେ ଇଡି ଏହି ରେଡ୍ କରୁଛି । ଏହାପୂର୍ବରୁ ଗତ ସେପ୍ଟେମ୍ବର ମାସରେ ମଧ୍ୟ ଇଡି ଅର୍ଥ ହେରଫେର ମାମଲାରେ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।

ଜଳ ଜୀବନ ମିଶନ କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାବେଳେ ଏହି ମିଶନରେ ରାଜସ୍ଥାନର ପିଏଚଇଡି ଅଧିନରେ ସବୁ କାମ ହେଉଛି। ଯୋଜନାରେ ହୋଇଥିବା ଅନେକ କାର୍ଯ୍ୟରେ ବ୍ୟାପକ ହେରଫେର ନେଇ ଅଭିଯୋଗ ପରେ ରେଡ୍ କରୁଛି ଇଡି ।

ବିଶ୍ବକପରେ ମାସ୍କ ପିନ୍ଧି ମୁହାଁମୁହିଁ ହେବେ ଶ୍ରୀଲଙ୍କା ବାଂଲାଦେଶ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ୨୦୨୩ ବିଶ୍ବକପ  । ଆଗାମୀ ମ୍ୟାଚ ଦିଲ୍ଲୀରେ ହେବାକୁ ଯାଉଛି  । ହେଲେ ଦିଲ୍ଲୀ ମ୍ୟାଚରେ ମାସ୍କ ପିନ୍ଧି ଖେଳିବେ ଖେଳାଳୀ  । ଏହାର କାରଣ ହେଉଛି ଦିଲ୍ଲୀ ପ୍ରଦୂଷଣ  । ଆସନ୍ତା କିଛି ଦିନ ମଧ୍ୟରେ ସ୍ଥିତି ସୁଧାରିବାର ନାଁ ନେଉନାହିଁ  । ଏହାରି ମଧ୍ୟରେ ବଡ ପ୍ରଶ୍ନ ଯେ ଏଭଳି ପାଗରେ କେମିତି ମ୍ୟାଚ ଖେଳାଯିବ  ।

ଆଗାମୀ ନଭେମ୍ବର ୬ରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଖେଳାଯିବ  । ସେପଟେ ଦିଲ୍ଲୀରେ ଲଗାତାର ପ୍ରଦୂଷଣ ପାଇଁ ମ୍ୟାଚକୁ ନେଇ ସସପେନ୍ସ ଜାରି ରହିଛି  । ପାଣିପାଗ ବିଭାଗ ଅନୁସାରେ  ଆଗାମୀ କିଛି ଦିନ ମଧ୍ୟରେ ସ୍ଥିତି ଏହିଭଳି ରହିବ  । ଏପରି ସ୍ଥିତିରେ ଲୋକଙ୍କୁ ୨୦୧୭ ମ୍ୟାଚ ମନେ ପଡୁଛି  । ୨୦୧୭ରେ ମାସ୍କ ପିନ୍ଧି ମୁହାଁମୁହିଁ ହୋଇଥିଲେ ଭାରତ ଓ ଶ୍ରୀଲଙ୍କା ଟିମ  ।

 

ସେହିଦିନ ଦିଲ୍ଲୀରେ ବାୟୁର ଗୁଣବତ୍ତା ୩୫୧ ଥିଲା ଯାହାକି ବିପଦଜନକ ଥିଲା  । ଏବେ ପୁଣି ଥରେ ବିଶ୍ବକପ ମ୍ୟାଚରେ ମାସ୍କ ପିନ୍ଧି ଖେଳିବା ସ୍ଥିତି ଉପୁଜିଛି  ।

ମ୍ୟାଚ ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ କମ କରିବା ପାଇଁ ପ୍ରୟାସ ଜାରି ରହିଛି  । ଷ୍ଟାଡିୟମ ଆଖପାଖରେ କଟକଣା ଲାଗୁ ହୋଇଛି  । ଧୂଳିରୁ ମୁକ୍ତି ପାଇଁ ରାସ୍ତାଘାଟରେ ପାଣି ସୁଞ୍ଚନ ସହ ଡଷ୍ଟ ସପ୍ରେସେଣ୍ଟର ବି ବ୍ୟବହାର କରାଯାଉଛି  । ସେହିପରି ମ୍ୟାଚ ଦେଖିବା ପାଇଁ ବ୍ୟକ୍ତିଗତ ଗାଡିର ବ୍ୟବହାର ନ କରି ମେଟ୍ରୋର ବ୍ୟବହାର କରିବା ପାଇଁ କୁହାଯାଇଛି  । କିନ୍ତୁ ମ୍ୟାଚକୁ ନେଇ BCCI ଏପର୍ଯ୍ୟନ୍ତ କୌଣସି ଅପଡେଟ ଦେଇନାହାନ୍ତି  ।

 

 

 

 

୫ ୱିକେଟ ନେବା ପରେ କାହା ପାଇଁ ଇସାରା କରିଥିଲେ ମହମ୍ମଦ ସାମି? ଗିଲ୍‌ କଲେ ଖୁଲାସା

ନୂଆଦିଲ୍ଲୀ: ୨୦୨୩ ବିଶ୍ବକପରେ ଗୋଟିଏ ପରେ ଗୋଟିଏ ଜଲୱା ଦେଖାଇ ଚାଲିଛନ୍ତି ଭାରତୀୟ ବୋଲର ମହମ୍ମଦ ସାମି  । ଶ୍ରୀଲଙ୍କା ବିପକ୍ଷରେ ୧୮ ରନ ଦେଇ ୫ ୱିକେଟ ହାତେଇଛନ୍ତି ସାମି  । ଏହି ମ୍ୟାଚରେ ୫ଟି ୱିକେଟ ନେଇ ଭାରତ ପାଇଁ ବିଶ୍ବକପରେ ସର୍ବାଧିକ ୱିକେଟ ନେଇଥିବା ରେକର୍ଡ ନିଜ ନାଁରେ କରିଛନ୍ତି  । ଶ୍ରୀଲଙ୍କାର ୫ଟି ୱିକେଟ ନେବା ପରେ ସାମି ଗ୍ରାଉଣ୍ଡରେ କିଛି ଇସାରା କରିଥିଲେ  । ଯାହା ଦେଖି ଅଡୁଆରେ ପଡି ଯାଇଛନ୍ତି ଫ୍ୟାନ୍ସ ଆଉ କମେଣ୍ଟେଟର  ।

କିଛି ପ୍ରଶଂସକ ଭାବିଥିଲେ ଯେ ବୋଧହୁଏ ସାମି ହରଭଜନ ସିଂଙ୍କ ରେକର୍ଡ ଭାଙ୍ଗି ଏପରି କରିଥିଲେ  । କିନ୍ତୁ ମ୍ୟାଚ ପରେ ସାମିଙ୍କ ଇସାରାର ଖୁଲାସା କରିଛନ୍ତି ଶୁଭମନ ଗିଲ୍‌  ।

ଗିଲ୍‌ କହିଛନ୍ତି ସାମିଙ୍କ ଇସାରା ଟିମ ଇଣ୍ଡିଆର ବୋଲିଂ କୋଚ ପାରସ ମହାମ୍ବ୍ରେଙ୍କ ପାଇଁ ଥିଲା  । କିନ୍ତୁ କାହିଁକି ସେ ଏଭଳି ଇସାରା ଦେଇଥିଲେ ସେ ନେଇ ଗିଲ୍‌ କିଛି କହି ନାହାନ୍ତି  । ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଚାଲିଥିବା ବେଳେ ସାମି ସର୍ବାଧିକ ୱିକେଟ ନେବା ପରେ ବଲ୍‌କୁ ନିଜ ମୁଣ୍ଡ ଉପରେ ଘୁରାଇ ଡ୍ରେସିଂ ରୁମ୍‌ ଆଡକୁ ଇସାରା କରିଥିଲେ  । ଏହା ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ସାମି ଏଭଳି ଇସାରା କାହା ପାଇଁ କରିଥିଲେ ?

ଭାରତ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୫୭ ରନ ସଂଗ୍ରହ କରିଥିଲା  । ଏହାର ଜବାବରେ ଶ୍ରୀଲଙ୍କା ଟିମ ୨୦ ଓଭର ବି ନ ଖେଲିପାରି ମାତ୍ର ୫୫ ରନ୍‌ରେ ଅଲ ଆଉଟ ହୋଇଯାଇଥିଲା  ।

୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟର ୫୮ଟି କେନ୍ଦ୍ରରେ ପରୀକ୍ଷା ଆରମ୍ଭ

0

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା । ୨୦ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟର ୫୮ଟି କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହେଉଛି । ୭ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାରେ ମୋଟ ୯୩ ହଜାର ୯୬୬ଜଣ ଆଶାୟୀ ପରୀକ୍ଷା ଦେବେ । ଲିଖିତ ପରୀକ୍ଷା କମ୍ପ୍ୟୁଟର୍ ବେସଡ ଟେଷ୍ଟ (ସିବିଟି) ମାଧ୍ୟମରେ ହେବ ।

ପରୀକ୍ଷାର ସୁପରିଚାଳନା ପାଇଁ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭର୍ଚୁଆଲରେ ଏକ ପ୍ରସ୍ତୁତି ବୈଠକ କରିଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଜିଲ୍ଲାପାଳ ଓ ଏସପିଙ୍କୁ ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ଦ୍ବାରା ନିଯୁକ୍ତ ନୋଡାଲ୍ ଅଫିସର ଓ ବିଭିନ୍ନ ନିର୍ଦ୍ଦେଶାଳୟର ୧୮ଜଣ ବରିଷ୍ଠ ଅଧିକାରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ପରୀକ୍ଷାର ତଦାରଖ କରୁଛନ୍ତି ।

ଏହାସହ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କାର୍ଯ୍ୟାଳୟରେ ଏକ କମାଣ୍ଡ ସେଣ୍ଟର୍ ଖୋଲାଯାଇଛି । ସେଠାରୁ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭିରେ ଲାଇଭ୍ ଷ୍ଟ୍ରିମିଂ ଦେଖି ପରୀକ୍ଷା ନିୟନ୍ତ୍ରଣ ସମ୍ପର୍କିତ ନିର୍ଦ୍ଦେଶ ଦିଆଯାଉଛି । ପରୀକ୍ଷାର୍ଥୀମାନଙ୍କ ଆଡମିଟ୍ କାର୍ଡ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଓସେପା କାର୍ଯ୍ୟାଳୟ ଏବଂ ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବର ଓ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସୁବିଧା କେନ୍ଦ୍ର ଖୋଲାଯାଇଛି । ପରୀକ୍ଷା ଆଜିଠୁ ୧୭ ତାରିଖ ଯାଏ ଦିନକୁ ଦୁଇଟି ସିଟିଂରେ ହେଉଥିବାବେଳେ ପରୀକ୍ଷା ସରିବାର ୧୫ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ।