spot_img
Home Blog Page 2461

ଆଜି ବି RBI ଆଗରେ ଲମ୍ବା ଲାଇନ୍, ୨ ହଜାର ଟଙ୍କିଆ ନୋଟ ବଦଳାଇଲେ ମିଳୁଛି ୩୦୦ ଟଙ୍କା କମିଶନ

ଭୁବନେଶ୍ବର: କାଲି ପରି ଆଜି ବି RBI ସମ୍ମୁଖରେ ୨ ହଜାର ଟଙ୍କା ନୋଟ୍ ବଦଳାଇବା ପାଇଁ ଲାଗିଛି ଲମ୍ବା ଭିଡ଼ । ଖୁଲମଖୁଲ୍ଲା କଳା ଟଙ୍କାକୁ କରାଯାଉଛି ବଦଳ । ମୋହରା ସାଜିଛନ୍ତି ଦିନ ମଜୁରିଆ, ଛୋଟ ବ୍ୟବସାୟୀ ଓ ବସ୍ତି ବାସିନ୍ଦା । ୨୦ ହଜାର ଟଙ୍କାର ୨ ହଜାର ନୋଟ ବଦଳାଇଲେ ମିଳୁଛି ୩୦୦ ଟଙ୍କା କମିଶନ ।

କିଛି ମୁଷ୍ଟିମେୟ ଓ ବଡ଼ ବଡ଼ ବ୍ୟବସାୟୀଙ୍କ ନୀରିହ ଲୋକଙ୍କୁ ମୋହରା କରିଛନ୍ତି  । ଦୈନିକ ୫୦୦ରୁ ୭୦୦ ଲୋକ ନୋଟ ବଦଳ କରୁଛନ୍ତି । ହେଲେ ଡେଡଲାଇନ ପରେ ବି ଟଙ୍କା ବଦଳକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି । ଏମାନଙ୍କୁ କମିଶନ ଦେଇ ଲାଇନରେ ଛିଡା କରାଉଥିବା ମାଲିକ କିଏ ? କାହା ଟଙ୍କା ଧରି ଏମାନେ ଉଦୁଉଦିଆ ଖରାରେ ନୋଟ ବଦଳାଇବାକୁ ଲାଇନରେ ଠିଆ ହୋଇଛନ୍ତି ?

ରିଜର୍ଭ ବ୍ୟାଙ୍କ ବାରମ୍ବାର ଅପିଲ କରି ଏବଂ ଡେଡଲାଇନ ଘୁଞ୍ଚାଇ ମଧ୍ୟ କାହିଁକି ଏମାନେ ସମୟ ଭିତରେ ଟଙ୍କା ଫେରାଇ ନଥିଲେ । ଅକ୍ଟୋବର ୭ ତାରିଖ ଟଙ୍କା ଫେରାଇବାର ଶେଷ ଡେଡଲାଇନ ଥିଲା । ଏହାପରେ ଦେଶର ୧୯ଟି ଆରବିଆଇରେ ଟଙ୍କା ବଦଳ ପାଇଁ ବ୍ୟବସ୍ଥା କରାଯାଇଛି ।

ଅଲିଭ୍‌-ରିଡ୍‌ଲେଙ୍କ ପାଇଁ ମାଛଧରା ଉପରେ କଟକଣା, ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ପାରାଦୀପ: ବିରଳ ପ୍ରଜାତିର କଇଁଛ ଅଲିଭ୍‌-ରିଡ୍‌ଲେଙ୍କ ଆଗମନ ପାଇଁ ଧାମରାରୁ ଦେବୀ ମୁହାଣ ଓ ଗହୀରମଥାରେ ମାଛଧରା ଉପରେ କଟକଣା ଜାରି କରାଯାଇଛି । ଆଜିଠୁ ମେ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା।

ଅଲିଭ୍-ରିଡେଲଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମେ ୩୧ ପର୍ଯ୍ୟନ୍ତ ଦୀର୍ଘ ୭ ମାସ ଧରି ମାଛଧରା ବୋଟ୍‌ ଓ ଟ୍ରଲର୍‌ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି । ୧୪୩୭ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଏବଂ ଧାମରା ମୁହାଣରୁ ଦେବୀ ମୁହାଣ ୧୬୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ମାଛଧରା ବୋଟ୍ ଓ ଟ୍ରଲର ଚଳାଚଳ କରିବ ନାହିଁ ।

ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିରଳ ଅଲିଭ ରିଡଲେ କଇଁଛଙ୍କ ପାଇଁ ବାବୁବାଲି ଓ ଅଗରନାସିରେ ଦୁଇଟି ଅଫିସ ଓ ୧୪ଟି ସ୍ଥାନରେ କଇଁଛ ସୁରକ୍ଷା ଶିବିର ସ୍ଥାପନ କରାଯିବ । ବିରଳ କଇଁଛଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍ ପୋଲିସ, ମତ୍ସ୍ୟ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କରିବେ ବୋଲି ଡିଏପଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

ଆଜିଠୁ ଆରମ୍ଭ ଇକୋ ରିଟ୍ରିଟ, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିବେ ପର୍ଯ୍ୟଟକ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ବହୁପ୍ରତିକ୍ଷିତ ଇକୋ ରିଟ୍ରିଟ୍  ।  ପ୍ରକୃତି କୋଳରେ ଖେଳିବେ ପର୍ଯ୍ୟଟକ ।  ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଦୁଃସାହସିକ ଜଳ କ୍ରୀଡ଼ାକୁ କରିବେ ଉପଭୋଗ । ସୁଦୀର୍ଘ ସମୁଦ୍ରର ବାଲୁକା ରାଶିରେ ଅତ୍ୟାଧୁନିକ କ୍ୟାମ୍ପ୍ ସହ ଷ୍ଟାର୍ ହୋଟେଲ ଖାଦ୍ୟର ନେବେ ମଜା । ଚଳିତ ଥର ୩ ମାସ ଧରି ୭ଟି ଜାଗାରେ ଏହା ଅନୁଷ୍ଠିତ ହେଉଛି । କୋରାପୁଟ, କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ଯ୍ୟଟକ ନିଆରା ଅନୁଭୂତି ସାଉଁଟିବେ। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡି, କୋରାପୁଟର ପୁଟସିଲ୍ ଓ ସାତକୋଶିଆ ଆଦି ୪ଟି ସ୍ଥାନରେ ଉଦଘାଟିତ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏକାସାଙ୍ଗରେ ୪ଟି ସ୍ଥାନର ଇକୋ ରିଟ୍ରିଟକୁ ଉଦଘାଟନ କରିବେ । ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ, ନିର୍ଦ୍ଦେଶକ ଓ ଅଧିକାରୀମାନେ ଉପସ୍ଥିତ ରହିବେ। ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ୍ ଡିସେମ୍ବର ୧ ତାରିଖରେ ସୋନାପୁର ଓ ଭିତରକନିକା ଏବଂ ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିକାଶ ପାଇଁ ସରକାର ଏହି ଉଦ୍ୟମ କରିଛନ୍ତି। ଏଥିରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ଯଥା, ବେଳାଭୂମି ଓ ପ୍ରାକୃତିକ ଶୋଭାରାଜିରେ ଭରପୂର ପରିବେଶରେ କଟେଜ୍, ଓ୍ବାଟର ରାଇଡସ୍, ଜେଟ୍ ସ୍କି, ବନାନା ରାଇଡ଼, ବୋଟିଂ ଆଦିରେ ମଧ୍ୟ ଫଟୋ ସୁଟ୍ କରିବାର ସୁଯୋଗ ମିଳିବ। ଏହାସହ ଜଙ୍ଗଲ ସଫାରୀ, ରୋପଓ୍ବେ ରାଇଡ଼କୁ ମଧ୍ୟ ଏଥିପାଇଁ ବ୍ୟବହାର କରିପାରିବେ ପର୍ଯ୍ୟଟକ। ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି ହୋଇଥିବା ବେଳେ ଇକୋ ରିଟ୍ରିଟ୍ ଓ୍ବେବସାଇଟ୍କୁ ଯାଇ ଯେକୌଣସି ବ୍ୟକ୍ତି ବୁକିଂ କରିପାରିବେ  ।

କଳାହାଣ୍ଡିବାସୀଙ୍କୁ ୧୨ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କଳାହାଣ୍ଡିର ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀ ଦେଖିବେ ବିକାଶର ନୂଆ ସୂର୍ଯ୍ୟୋଦୟ । କଳାହାଣ୍ଡି ଯାଇ ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ନବୀନ  ।  ଦିନ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣାର ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ପହଞ୍ଚିବେ । ସେଠାରେ ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଛାତ୍ରଛାତ୍ରୀଙ୍କ ସହିତ ନବୀନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି  । ଦୀର୍ଘ ଦୁଇ ଦଶନ୍ଧି ଧରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ଆଶା ପୂରଣ ହୋଇଛି  । ୪୮୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଛି ଭବାନୀପାଟଣା ମେଡିକାଲ କଲେଜ ଓ ହସ୍ପିଟାଲ । ୧୦୦ ସିଟରେ ନାମଲେଖା ପାଇଁ NMC ଠାରୁ ଅନୁମତି ଦେଇଛି ।  ଏହି ମେଡିକାଲ କଲେଜ ଓ ହସ୍ପିଟାଲଟିର ନାମ କଳାହାଣ୍ଡି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲ ରଖାଯାଇଛି । ସେଠାରୁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡ଼ିଆକୁ ଯିବେ ମୁଖ୍ୟମନ୍ତ୍ରୀ  ।

ସେଠାରେ କଳାହାଣ୍ଡି ଜିଲ୍ଲାରେ ଐତିହାସିକ ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିବେ  । ଏହାଛଡ଼ା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି  । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍

ଭୁବନେଶ୍ବର: ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍ । ଅକ୍ଟୋବର ୫ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି । ୫ ଜିଲ୍ଲାରେ ଆରମ୍ଭ ହେବ ପାଇଲଟ୍ ପ୍ରୋଜେକ୍ଟ ।

କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଥିବା ଡିଗ୍ରୀ କଲେଜ୍ ଗୁଡ଼ିକରୁ ଯୁକ୍ତ ଦୁଇ କଲେଜକୁ ପ୍ରଥମ ପର୍ଯ୍ୟାୟରେ ଅଲଗା କରାଯିବ । ନିକଟରେ ଥିବା ହାଇସ୍କୁଲ କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ । ସେହିପରି ଡିଗ୍ରୀ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ଓ କର୍ମଚାରୀ ପଦବୀକୁ ଅସ୍ଥାୟୀ ଭାବେ ପୂରଣ କରାଯିବ । ଅବସର ପ୍ରାପ୍ତ ଅଧ୍ୟାପକ, ଗେଷ୍ଟ ଫାକଲଟି ନିଯୁକ୍ତ କରି ଶିକ୍ଷକ ମରୁଡି ସମସ୍ୟାର ଦୂର କରିବା ପାଇଁ ନିଷ୍ପତ୍ତି ହୋଇଛି ।

ବିଜେପି, କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ଅନେକ ନେତା ଓ କର୍ମୀ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡରେ ବଢୁଛି ବିଜେଡିର ବଳ । ବିଜେପି, କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଅନେକ ନେତା ଓ କର୍ମୀ । ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପ୍ରାୟ ୫୦୦ ସହ କଂଗ୍ରେସ ଓ ବିଜେପି କର୍ମୀ ଆଜି ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ସମସ୍ତେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ।

ଭବାନୀପାଟଣା ବିଜୁ କଲ୍ୟାଣ ମଣ୍ଡପରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ବରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଜେଡି ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡି ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ ଓ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ରହିଥିଲେ । ଅନୁଷ୍ଠିତ ମିଶ୍ରଣ ପର୍ବରେ ଗୋଲାମୁଣ୍ଡା ବିଜେପି ସଭାପତି ଜୟରାମ ସାହୁଙ୍କ ସମେତ ୩୦୦  ବିଜେପି କର୍ମୀ ଓ ଜୁନାଗଡ଼ ବ୍ଲକର ୨୦୦ ସହ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି ।

ସ୍ବାସ୍ଥ୍ୟସେବାରେ ନିୟୋଜିତ ହେବେ ଆଉ ୭୦ ଆମ୍ବୁଲାନ୍ସ

ଭୁବନେଶ୍ବର: ରାଜ୍ୟରେ ରୋଗୀ ସେବା ହେବ ଆହୁରି ସଶକ୍ତ । ଆଉ ୭୦ଟି ଆମ୍ବୁଲାନ୍ସ କିଣିବେ ରାଜ୍ୟ ସରକାର । ୭୦ଟି ଆମ୍ବୁଲାନ୍ସ ମଧ୍ୟରେ ୩୦ଟି ଅତ୍ୟାଧୁନିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ରହିଥିବାବେଳେ ବାକି ୪୦ଟି ବେସିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ରହିଛି । ଏଗୁଡ଼ିକ ୧୦୮ ଆମ୍ବୁଲାନ୍ସ ପରିସୀମା ବାହାରେ କାମ କରିବ । ବିଶେଷ କରି ବିଏସକେଓ୍ବାଇରେ ରେଫର ହେଉଥିବା ରୋଗୀଙ୍କୁ ଏହି ଆମ୍ବୁଲାନ୍ସ ସେବା ଯୋଗାଇବା  ।

୧୦୮ ଆମ୍ବୁଲାନ୍ସ କେବଳ ସରକାରୀ ଡାକ୍ତରଖାନାକୁ ରୋଗୀଙ୍କୁ ନେଉଥିବାବେଳେ ନୂତନ ଆମ୍ବୁଲାନ୍ସ ବିଏସକେଓ୍ବାଇ ଅନୁବନ୍ଧିତ ବେସରକାରୀ ଡାକ୍ତରଖାନାକୁ ମଧ୍ୟ ରୋଗୀଙ୍କୁ ନେବାଆଣିବା କରିବ । ଘରୋଇ ହସ୍ପିଟାଲକୁ ରେଫର ହେଉଥିବା ରୋଗୀଙ୍କୁ ନୂତନ ଆମ୍ବୁଲାନ୍ସ ସେବା ଯୋଗାଇବ । ଭିଆଇପି ଡ୍ୟୁଟି ସହ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ନିୟୋଜିତ କରାଯିବ ।

ଗୋଟିଏ ଆମ୍ବୁଲାନ୍ସ ପାଇଁ ନିଯୁକ୍ତି ପାଇବେ ୨ ଜଣ ଡ୍ରାଇଭର । ସେମାନଙ୍କୁ ମାସିକ ୧୫ ହଜାର ଟଙ୍କା ପ୍ରଦାନ କରାଯାଇବ । ୨ ଜରୁରୀକାଳିନ ମେଡିକାଲ ଟେକ୍ନିସିଆନ, ହେଲଫର ମଧ୍ୟ ନିଯୁକ୍ତି ପାଇବେ । ଏନେଇ ସମସ୍ତ ମେଡିକାଲ କଲେଜ ସୁପରିନଟେଣ୍ଡେଣ୍ଟ, ସିଡିଏମଓ ଏବଂ ପିଏଚଓଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

5T ଅଧ୍ୟକ୍ଷଙ୍କୁ ଭେଟିଲେ ସରକାରୀ ଓ ବେସରକାରୀ ସଙ୍ଘ କର୍ମକର୍ତ୍ତା

ଭୁବନେଶ୍ବର: 5T ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଭେଟିଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂଘର କର୍ମକର୍ତ୍ତା । ନବୀନ ନିବାସରେ ସାକ୍ଷାତ କରି ଜଣାଇଲେ ଶୁଭେଚ୍ଛା । ପ୍ରାୟ ୨୭ରୁ ଅଧିକ ସଂଘର କର୍ମକର୍ତ୍ତା ସାକ୍ଷାତ କରି ନୂଆ ଦାୟିତ୍ବ ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

5T ଅଧ୍ୟକ୍ଷଙ୍କ ନେତୃତ୍ୟରେ ରାଜ୍ୟରେ ରୁପାନ୍ତରଣ ପ୍ରକ୍ରିୟା ଆହୁରି କ୍ରିୟାଶୀଳ ହେବା ସହ ରାଜ୍ୟର ଦ୍ରୁତ ବିକାଶ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂଘ । ଏହାସହ ଅନେକ ସମୟ ଧରି 5T ଓ ନବୀନ ଓଡିଶାର ଅଧ୍ୟକ୍ଷ୍ୟଙ୍କ ସହ ଆଲୋଚନା କରିଥିଲେ । ଓଡ଼ିଶାର ବିକାଶରେ ସମ୍ପୂର୍ଣ ସହଯୋଗ କରିବେ ବୋଲି ଉଭୟ ସଙ୍ଘର କର୍ମକର୍ତ୍ତା ପ୍ରତିଶୃତି ଦେଇଛନ୍ତି ।

ମିଶନ ମ୍ୟାନ୍ ଭି.କେ. ପାଣ୍ଡିଆନ: ରାଉରକେଲା ବିକାଶ ଧାରାକୁ ଦେଇଛନ୍ତି ସଞ୍ଜିବନୀ

ରାଉରକେଲା: ରାଉରକେଲା ଆଉ ଭି.କେ. ପାଣ୍ଡିଆନ । ଗୋଟିଏ ବୁଡ଼ିଯାଉଥିବା ସରକାରୀ ସଂସ୍ଥାକୁ କେମିତି ପୁନଃରୁଦ୍ଧାର କରାଯାଏ ? କ୍ଷତିରେ ଚାଲୁଥିବା ସଂସ୍ଥାକୁ ଲାଭଦାୟକ ଅନୁଷ୍ଠାନରେ ପରିଣତ କରି ଲୋକଙ୍କର ବିକାଶ କରାଯାଏ ? ଏକଥା ରାଉରକେଲାର ଏଡିଏମ ଭାବେ ପ୍ରତିପାଦିତ କରିଥିଲେ ଭି.କେ. ପାଣ୍ଡିଆନ । ମାତ୍ର ୮ ମାସର କାର୍ଯ୍ୟକାଳ ସମୟରେ ରାଉରକେଲା ବିକାଶ ପାଇଁ ସେ ଯେଉଁ ପଦକ୍ଷେପ ନେଇଥିଲେ ତାହା ଆଜି ବି ଲୋକଙ୍କ ମନରେ ଲିପିବଦ୍ଧ ହୋଇ ରହିଛି ।

ମିଶନ ମ୍ୟାନ୍ ଭି.କେ. ପାଣ୍ଡିଆନ । ତାଙ୍କ ଭିଜନ ଓଡ଼ିଶାର ବିକାଶକୁ ଦେଇଛି ଯାଦୁକରୀ ସ୍ପର୍ଶ । ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ତାଙ୍କ ସମର୍ପଣ ଭାବ ଓ ପ୍ରତିବଦ୍ଧତା ଆଜିର କି କାଲିର ନୁହେଁ । ପ୍ରଶାସନିକ ଜୀବନ ଆରମ୍ଭରୁ ହିଁ ସେବାକୁ ସଂକଳ୍ପ ଓ ବିକାଶକୁ ବ୍ରତ ଭାବେ ଗ୍ରହଣ କରିଥିଲେ ପାଣ୍ଡିଆନ । ରାଉରକେଲାରେ ତାଙ୍କର ସ୍ବଳ୍ପ କାର୍ଯ୍ୟକାଳର କାର୍ଯ୍ୟଶୈଳୀ ହିଁ ପାଣ୍ଡିଆନଙ୍କ ବିକାଶ ଆଭିମୁଖ୍ଯକୁ ସ୍ପଷ୍ଟ ପ୍ରତିପାଦିତ କରୁଛି ।

୨୦୦୪ ମସିହା ଅଗଷ୍ଟ ୧୩ ତାରିଖ । ରାଉରକେଲାର ଏଡିଏମ ଭାବେ ଯୋଗ ଦିଅନ୍ତି ଯୁବ ଓ ପ୍ରତିଭାବାନ ଆଇଏଏସ ଅଫିସର ଭି.କେ. ପାଣ୍ଡିଆନ । ଏହା ସହିତ ରାଉରକେଲା ଡେଭଲପମେଣ୍ଟ ଅଥରିଟି-ଆରଡିଏର ଅଧ୍ୟକ୍ଷ ଭାବେ ଦାୟିତ୍ବ ବି ନିଅନ୍ତି ।  ସେତେବେଳେ ୨୨ କୋଟି ଟଙ୍କାର ଋଣ ଭାରରେ ବୁଡ଼ି ଅସ୍ତିତ୍ବ ହରାଇବାକୁ ବସିଥିଲା ଆରଡିଏ । ସମ୍ପତ୍ତି ଆଟାଚ୍ କରିବାକୁ ବ୍ୟାଙ୍କ ନୋଟିସ ବି ଆସି ସାରିଥିଲା । ଏହାକୁ ବଞ୍ଚାଇବାକୁ ଯେତେବେଳେ ସବୁ ବାଟ ବନ୍ଦ ହୋଇଯାଇଥିଲା ସେତେବେଳେ ସଂକଟମୋଚକ ସାଜିଥିଲେ ଭି.କେ. ପାଣ୍ଡିଆନ । ସମସ୍ୟାର ମୂଳରେ ପହଞ୍ଚି ଆରଡିଏର ପୁନରୁଦ୍ଧାର ପାଇଁ କରିଥିଲେ ବ୍ଲୁପ୍ରିଣ୍ଟ । ବହୁତଳ ବିଶିଷ୍ଟ ଭିଏସିଏସ ମାର୍କେଟ କମ୍ପ୍ଲେକ୍ସକୁ କାର୍ଯ୍ୟକ୍ଷମ କରାଇ ଆରଡିଏକୁ ଲାଭ ଦେବା ପାଣ୍ଡିଆନଙ୍କ ଆଗରେ ଚ୍ୟାଲେଞ୍ଜ ଥିଲା । ଛେଣ୍ଡ କଲୋନୀ ଅଣଓସାରିଆ ରାସ୍ତାର ସଂପ୍ରସାରଣ ସହ ଦୋକାନ ଗୃହ ଉଚ୍ଛେଦ କରି ମାର୍କେଟ କଂମ୍ପ୍ଲେକ୍ସରେ ଦୋକାନୀଙ୍କୁ ଥଇଥାନ କରିବାକୁ ପାଣ୍ଡିଆନ ନିଷ୍ପତ୍ତି ନେଇଥିଲେ । ଆଉ ଏହାକୁ ସଫଳତାର ସହି କାର୍ଯ୍ୟକ୍ଷମ କରାଇ ଏକାବେଳେ ଲୋକଙ୍କୁ ୩ ତିନୋଟି ଲାଭ ଦେବା ସହ ଆରଡିଏର ଆର୍ଥିକ ସ୍ଥିତିକୁ ବି ସୁଧାରିଥିଲେ ।

୨୦୦୪ ଅଗଷ୍ଟ ୧୩ରୁ ୨୦୦୫ ଏପ୍ରିଲ ୨୭ । ମାତ୍ର ୮ ମାସର କାର୍ଯ୍ୟକାଳରେ ରାଉରକେଲାର ରୂପରେଖ ବଦଳାଇ ଦେଲେ ଭି.କେ. ପାଣ୍ଡିଆନ । ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡା ସହିତ ସବୁ କ୍ଷେତ୍ରରେ ମୂଳଦୁଆକୁ ମଜଭୁତ କଲେ । ଆଜି ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ହୋଇଛି । ହକି ବିଶ୍ବକପ ଆୟୋଜନ, ଗାଁର ଗାଁରେ ହକି ଖେଳର ବିକାଶରେ ରହିଛି ତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ।

ବିଶ୍ବ ପାଇଁ ଓଡ଼ିଶାର ମେଗା ମିଲେଟ୍‌ ପ୍ଲାନ୍‌: ଆସନ୍ତା ୯ ଓ ୧୦ରେ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ

ଭୁବନେଶ୍ବର: ବିଶ୍ବରେ ଓଡ଼ିଶାର ମିଲେଟ୍‌ ମିଶନ ବଡ଼ ମଡେଲ ସାଜିଛି । ଆସନ୍ତା ୯ ଓ ୧୦ ତାରିଖରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆୟୋଜନ ହେବ ଦୁଇଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ । ଏଥିରେ ପ୍ରଦର୍ଶନୀ, ପ୍ରତିଯୋଗିତା ଓ ଜଳବାୟୁ ପରିବର୍ତ୍ତନ ସମୟରେ ମିଲେଟ୍‌ କିପରି ବରଦାନ ସାଜିଛି, ସେ ନେଇ ଆଲୋଚନା ହେବ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି । ପ୍ରତିବର୍ଷ ଓଡ଼ିଶାରେ ବଢୁଛି ମାଣ୍ଡିଆ ଚାଷ

୨୦୨୩କୁ ଜାତିସଂଘ ଆନ୍ତର୍ଜାତିକ ମିଲେଟ୍‌ ବର୍ଷ ଭାବେ ପାଳନ କରୁଛି । ପ୍ରତିବର୍ଷ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ଲକ୍ଷ୍ୟ, ମାଣ୍ଡିଆ ଚାଷୀଙ୍କୁ ପ୍ରୋତ୍ସାହନ ଓ ଘରେ ଘରେ ମିଲେଟ୍‌ ଆଦର ବୃଦ୍ଧି । ମିଲେଟକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ଭାରତର ପ୍ରଥମ ରାଜ୍ୟ ଭାବେ ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ଓଡ଼ିଶା ଦୁଇ ଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ ଆୟୋଜନ କରୁଛି ।    ଭୁବନେଶ୍ବରରେ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶର ଚାଷୀ, ଗବେଷକ, ବ୍ୟବସାୟୀ, ମିଲେଟ୍‌ ଉପରେ କାମ କରୁଥିବା ସଂସ୍ଥା ଭାଗ ନେବେ । ମିଲେଟରେ ଉପକାରିତା ନେଇ ଆଲୋଚନା ହେବ । ବିଶ୍ବରେ ମିଲେଟ୍‌ ଚାହିଦା ବୃଦ୍ଧି ପାଇଁ ସମ୍ମିଳନୀରେ ଫୋକସ୍‌ କରାଯିବ । ସମ୍ମିଳନୀର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗ ଦର୍ଶନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଣ୍ଟା ଭିଡ଼ିଛି । ବୈଜ୍ଞାନିକ ପଦ୍ଧତି ଓ ପାରମ୍ପରିକ ଜ୍ଞାନକୌଶଳର ମିଶ୍ରଣରେ ଓଡ଼ିଶାର ୩୦ଟି ଜିଲ୍ଲାର ୧୭୭ ବ୍ଲକକୁ କିପରି ସଂପ୍ରସାରଣ କରାଯାଇଛି ମିଲେଟ, ତା’ର ସଫଳତା ଶୁଣିବ ବିଶ୍ବ । ମାଣ୍ଡିଆରେ ଭରପୂର ଆଇରନ ଓ ପ୍ରୋଟିନ ଅଛି । ଖାଇଲେ ଶରୀର ସୁସ୍ଥ ଓ ସତେଜ ରହିବା ସହ ଅନେକ ରୋଗରୁ ମୁକ୍ତି ମିଳୁଛି । ତେଣୁ ଦିନକୁ ଦିନ ମିଲେଟ ମିଶନ ସଫଳତା ସାଉଣ୍ଟୁ ଥିବା କୃଷି ଓ କୃଷକ ସଶକ୍ତୀକରଣ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି ।

ଜଳବାୟୁ ପରିବର୍ତ୍ତନ ସମୟରେ ମାଣ୍ଡିଆ ଚାଷ ଲାଭଦାୟକ ହୋଇଛି । ଚାଷୀଙ୍କ ପାଇଁ ସ୍ବତନ୍ତ୍ର ମାର୍କେଟ, ମିଶନ ଶକ୍ତି କ୍ୟାଫେ, ଚାଷୀଙ୍କୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏମଏସପି ବ୍ୟବସ୍ଥା କରିବା ସହ ଆୟ ଦୁଇଗୁଣା କରିବା ଏବଂ ପିଡିଏସରେ ଚାଉଳ ସହ ୧ ଟଙ୍କାରେ ମାଣ୍ଡିଆ ଦିଆଯାଉଛି । ଆଗକୁ ଆମ ହସ୍ପିଟାଲରେ ମିଲେଟ୍‌ କ୍ୟାଫେ ସହ ମଧ୍ୟାହ୍ନ ଭୋଜନରେ ମିଲେଟ ସାମିଲ କରାଯିବ । ଓଡ଼ିଶାରେ ପ୍ରତିବର୍ଷ ମିଲେଟ ଚାଷ ବୃଦ୍ଧି ପାଉଛି  ବୋଲି କହିଛନ୍ତି ପ୍ରମୁଖ ଶାସନ ସଚିବ ।

୨୦୧୭-୧୮ ବର୍ଷରେ ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ମିଲେଟ୍‌ ମିଶନ ଆରମ୍ଭ କରିଥିଲେ । ୨୦୨୭ ମସିହା ପର୍ଯ୍ୟନ୍ତ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ନେଇଛି କୃଷି ବିଭାଗ ।  ଆନ୍ତର୍ଜାତିକ ସମ୍ମିଳନୀରେ ବୈଷୟିକ ଅଧିବେଶନ, ବି ଟୁ ବି ମିଟିଂ, ଖାଦ୍ୟ ମହୋତ୍ସବ, ମିଲେଟ ଉପରେ କୁଇଜ ଓ ରନ୍ଧନ ପ୍ରତିଯୋଗିତା ହେବ । ସେଥିପାଇଁ ଏବେ ସଭିଁଙ୍କ ମୁହଁରେ ଗୋଟିଏ କଥା ‘ଥରେ ଖାଇଲେ ଖାଇବୁ ନୀତି, ରାତି ହେଉ କି ଦିନ; ଆମ ଗର୍ବ ଆମ ସମ୍ମାନ ମିଲେଟ ମିଶନ୍‌’ ।