spot_img
Home Blog Page 2462

କାହିଁକି ଅଭିନେତ୍ରୀ ରିନାଙ୍କୁ ସାହାର୍ଯ୍ୟର ହାତ ବଢାଇଥିଲେ ଅଭିନେତା ଶତ୍ରୁଘନ ସିହ୍ନା ?

ବ୍ୟୁରୋ ରିପୋର୍ଟ : ବଲିଉଡର ଫେମସ୍ ଅଭିନେତ୍ରୀଙ୍କ ତାଲିକାରେ ରିନା ରୟଙ୍କ ନାଁ ରହିଛି। ରିନା ରୟ ୭୦-୮୦ ଦଶକର ବଲିଉଡର ଗୋଟେ ଅତି ସୁନ୍ଦର ଚେହେରା ଯାହା କେହି ଭୁଲି ନାହାନ୍ତି। ସେହି ସମୟରେ ଦର୍ଶକ ତାଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟରେ ପାଗଳ ଥିଲେ। ତାଙ୍କ କ୍ୟାରିୟର ଯେତିକି ହିଟ୍ ଥିଲା ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ଯନ୍ତ୍ରଣାଦାୟକ ଥିଲା। ସେହି ସମୟରେ ରିନାଙ୍କୁ ସାହାର୍ଯ୍ୟର ହାତ ବଢାଇଥିଲେ ଭେଟେରାନ ଅଭିନେତା ଶତ୍ରୁଘନ ସିହ୍ନା। ରିନାଙ୍କ ଜୀବନରେ ଅନେକ ଯନ୍ତ୍ରଣାଦାୟକ କାହାଣୀ ରହିଛି । ସେ ତାଙ୍କ ଜୀବନରେ ବହୁତ ସଂଘର୍ଷ କରି ଶେଷରେ ବଲିଉଡରୁ ଦୂରେଇ ଯାଇଥିଲେ।ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ, ସେହି ସମୟରେ ଅଭିନେତା ଶତ୍ରୁଘନ ସିହ୍ନାଙ୍କ ସହ ରିନା ରୟଙ୍କ ନାଁ ଚର୍ଚ୍ଚା ହେଉଥିଲେ । ଉଭୟ ୭ ବର୍ଷ  ପରସ୍ପରକୁ ଡେଟ୍ କରୁଥିଲେ । କିନ୍ତୁ କିଛି ସମସ୍ଯା ବା ନିଜ ନିଜ ଭିତରେ କୌଣସି କଥା ପାଇଁ ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିଲା ।

ଶତ୍ରୁଘନଙ୍କ ସହ ବ୍ରେକଅପ୍ ପରେ ରିନାଙ୍କ ଜୀବନରେ ପାକିସ୍ତାନ କ୍ରିକେଟର ମୋହସିନ ଖାନ୍ ଆସିଥିଲେ । ୧୯୮୩ ମସିହାରେ ଉଭୟ ବିବାହ କରିଥିଲେ । ଏହାପରେ ରିନା ତାଙ୍କ ସ୍ୱାମୀ ମୋହସିନଙ୍କ ସହ ପାକିସ୍ତାନରେ ଖୁସିରେ ଜୀବନ ବିତାଇବାକୁ ଲାଗିଲେ।

ବାହାଘର ପରେ ରିନା ଏବଂ ମୋହସିନଙ୍କର ଏକ ଝିଅ ହୋଇଥିଲା। ଝିଅ ହେବାର କିଛି ବର୍ଷ ପରେ ୧୯୯୦ ମସିହାରେ ଉଭୟଙ୍କର ଛାଡପତ୍ର ହୋଇଥିଲା । ଝିଅର ହେପାଜତ ତାଙ୍କ ସ୍ୱାମୀଙ୍କୁ ମିଳିଥିଲା । କିନ୍ତୁ ରିନା ତାଙ୍କ ଝିଅକୁ ନିଜ ପାଖରେ ରଖିବା ପାଇଁ ଚାହୁଁଥିଲେ। କିନ୍ତୁ ତାଙ୍କ ଝିଅର ହେପାଜତ ରିନାଙ୍କୁ ମିଳିପାରୁନଥିଲା। ସେ ନିରାସ ହୋଇ ଭାରତକୁ ଏକା ଫେରିଥିଲେ। ସେହି ସମୟରେ ସହାୟତର ହାତ ବଢାଇଥିଲେ ଶତ୍ରୁଘନ।

ମିଡିଆ ରିପୋର୍ଟ ଅନୁଯାୟୀ, ଶତ୍ରୁଘନ ସିହ୍ନା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜନରାଲ ଜିୟାଉଲଙ୍କ ଝିଅଙ୍କ ଭଲ ସାଙ୍ଗଥିଲେ । ଯେତେବେଳେ ଶତ୍ରୁଘନ ରିନାଙ୍କ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ ସେତେବେଳେ ସେ  ଜିୟାଉଲଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ। ଏହା ପରେ ରିନାଙ୍କୁ ତାଙ୍କ ଝିଅର ହେପାଜତ ମିଳିଥିଲା । ସେ ତାଙ୍କ ଝିଅକୁ ଭାରତକୁ ଫେରାଇ ଆଣିଥିଲେ । ଏହାପରେ ସେ ବଲିଉଡକୁ ଫେରିଥିଲେ। କିନ୍ତୁ ତାଙ୍କର ଫିଲ୍ମ ଚାଲିପାରିଲା ନାହିଁ । ଯେଉଁଥିପାଇଁ ସେ ସବୁଦିନ ପାଇଁ ଫିଲ୍ମ ଦୁନିଆରୁ ଦୂରେଇ ଗଲେ । ଏହାପରେ ରିନା ତାଙ୍କ ଝିଅଙ୍କ ସହ ମିଶି ମୁମ୍ୱାଇରେ ଆକ୍ଚିଙ୍ଗ୍ କ୍ଲାସ ଖୋଲିଲେ।

ପ୍ରକୃତିର ସୌନ୍ଦର୍ଯ୍ୟରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଗଣ୍ଡାହାତୀ ଜଳପ୍ରପାତ

ଗଜପତି: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନ ସ୍ଥଳୀରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ବ୍ୟସ୍ତ ବହୁଳ ଜୀବନରୁ ବାହାରି ନିଜ ଆତ୍ମୀୟ, ବନ୍ଧୁ ପରିବାର ସହ ଖୁସି ମନାଇବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଛୁଟୁଛନ୍ତି ଲୋକେ । କର୍ମମୟ ଜୀବନରୁ ବାହାରି କିଛି ସମୟ ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ହଜାଇଦେଉଛନ୍ତି । ଏହି ଋତୁରେ ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳପ୍ରପାତ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ସାଜିଛି ।

ପ୍ରାକୃତିକ ପରିବେଶର ଗନ୍ତାଘର ଗଜପତି । ଜିଲ୍ଲାରେ ରହିଛି ସୁନ୍ଦର ସୁନ୍ଦର ପର୍ଯ୍ୟଟନ ସ୍ଥଳୀ । ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରୁଛି ଗଣ୍ଡାହାତୀ ଜଳ ପ୍ରପାତ  । ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ରହିଛି ଏହି ସୁନ୍ଦର ଜଳପ୍ରପାତ  । ପାହାଡ଼ ପର୍ବତଘେରା ସବୁଜିମା ପରିବେଶ ମଧ୍ୟରେ ରହିଛି ଜଳପ୍ରପାତ  । ପ୍ରପାତରେ ଗାଧୁଆ ପୋଖରୀ ସାଙ୍ଗକୁ ଶିଶୁ ଉଦ୍ୟାନ ବହୁ ଆକର୍ଷଣୀୟ ହୋଇଛି । ବିଶେଷ କରି ନୂଆ ବର୍ଷରେ ଏଠାରେ ବଣଭୋଜିର ମଜା ଉଠାଇବା ପାଇଁ ସବୁ ବର୍ଗର ଲୋକେ ଛୁଟି ଆସନ୍ତି ।

ଏହି ପର୍ଯ୍ୟଟନସ୍ଥଳୀର ବିକାଶ ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ରାସ୍ତା ନିର୍ମାଣ କରାଯିବା ସହ ଏଠାରେ ଶିଶୁ ଉଦ୍ୟାନ, ପାନୀୟ ଜଳ ଭଳି ବିଭିନ୍ନ ମୌଳିକ ସୁବିଧାର ବ୍ୟବସ୍ଥା କରାଯାଇଛି। ଜଳପ୍ରପାତର  ତଳଭାଗର ବିକାଶ ହୋଇଥିବା ବେଳେ ଉପରଭାଗର ବିକାଶ କରିବା ଆବଶ୍ୟକ ରହିଛି । ଗଣ୍ଡାହାତୀ ଭଳି, ସୁଉଚ୍ଚ ମହେନ୍ଦ୍ରଗିରି ଶୈବ ପୀଠ,  ଗୁଦଗୁଦା ଜଳପ୍ରପାତ ଭଳି ଅନେକ ପର୍ଯ୍ୟଟନ ସ୍ଥଳନୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ।

ନକଲି ଖଣି ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି ଅସଲି ଖଣି ଅଧିକାରୀ

ରାୟଗଡ଼ା: ନକଲି ଖଣି ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି ଅସଲି ଖଣି ଅଧିକାରୀ । ରାୟଗଡା ଜିଲ୍ଲା ଗୁଣୁପୁର ଅଂଚଳରୁ ଆସିଛି ଏଭଳି ଅଭିଯୋଗ। ଜଣେ ଯୁବକ ନିଜକୁ ଖଣି ବିଭାଗରରେ କାମ କରୁଥିବା ପରିଚୟ ଦେଇ ବଂଶଧାରା ନଦୀରୁ ବାଲି ବୋଝେଇ ନେଇ ଆସୁଥିବା ୪ଟି ଟ୍ରାକ୍ଟରକୁ ବାଇପାସ୍ ରୋଡ୍ ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ଟ୍ରାକ୍ଟରର ଆବଶ୍ୟକ କାଗଜପତ୍ର ନଥିବାରୁ ଚଢା ଜରିମାନା ମାଗୁଥିଲେ। ନକଲି ଖଣି ଅଧିକାରୀଙ୍କ ପରିଚୟ ଜଣାପଡିବା ପରେ ସେ ହଡବଡେଇଯାଇ ଅସଲି ଖଣି ଅଧିକାରୀଙ୍କୁ ଡାକିଥିଲେ।

ଏହାପରେ ଅସଲି ଖଣି ଅଧିକାରୀ ଆସି ଟ୍ରାକ୍ଟରର ଦସ୍ତାବିଜ ଯାଞ୍ଚ କରି ୪୦ ହଜାର ଟଙ୍କା ଜରିମାନେ କରିଥିଲେ । ଅସଲି ଖଣିଅଧିକାରୀଙ୍କ ସହ ନକଲି ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଥିବା ଜଣାପଡିଛି । ଏହା ଜଣାପଡିବା ପରେ ଅସଲି ଖଣି ଅଧିକାରୀ ହଡବଡାଇ ନିଜ ମୁହଁକୁ ଲୁଚାଇବାକୁ ପଛାଇନଥିଲେ। ମୁହଁକୁ ଏକ କପଡ଼ାରେ ଘୋଡାଇ ଲୁଚାଇ ରଖୁଥିଲେ। ଏହାପରେ ନକଲି ଅଧିକାରୀଙ୍କୁ ତାଙ୍କ କାରରେ ବସାଇ ଗୁଣପୁର ଥାନାକୁ ଯିବାର ଅଛି କହି ଘଟଣାସ୍ଥଳରୁ ଛୁ ମାରିଥିଲେ। ନକଲି ବ୍ୟକ୍ତିଙ୍କୁ ଢାଲ କରି ଜରିମାନା ଆଦାୟ କରିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବେଆଇନ ଭାବେ ଜରିମାନା ଆଦାୟ ଅର୍ଥ ବାରମାରଣ ଅଭିଯୋଗ ହେଉଛି।

ମୁମ୍ବାଇରେ ATSର ବଡ଼ ଚଢ଼ାଉ, ୬ ଜଣ ହେଲେ ଗିରଫ

ମୁମ୍ବାଇ: ମୁମ୍ବାଇରେ ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ (ATS) ଦ୍ବାରା ବଡ଼ ଚଢ଼ାଉ । ମୁମ୍ବାଇର ବୋରିବଲି ଅଞ୍ଚଳରେ ଚଢ଼ାଉ କରାଯାଇ ଥିବାବେଳେ ଏକ ଗେଷ୍ଟ ହାଉସରୁ ୬ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୪ଟି ଜବତ କରାଯାଇଛି । ଗିରଫ ୬ ଜଣ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି । ଏମାନେ ବଡ଼ ଆତଙ୍କ ଘଟାଇବାକୁ ଯୋଜନା କରିଥିବାବେଳେ ପୋଲିସ ଗିରଫ କରିଥିବା ସୂଚନା ଦେଇଛି । ସେପଟେ ୩ଟି ବନ୍ଧୁକ ସହ ୩୬ଟି ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି । ପୋଲିସ କଡ଼ା ନଜର ରଖିଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି । ଅଭିଯୁକ୍ତମାନେ ବାହାର ରାଜ୍ୟରୁ ଆସି ଏଠାରେ ରହି ଯୋଜନା କରୁଥିବା କୁହାଯାଇଛି । wୂର୍ବରୁ ମୁମ୍ବାଇରେ ବଡ଼ ବଡ଼ ଅଘଟଣମାନ ଘଟିଥିବାବେଳେ ଆଜି ପର୍ଯ୍ୟନ୍ତ ଏହାକୁ ନେଇ ଚର୍ଚ୍ଚା ମଧ୍ୟ ହୁଏ ।

 

ୟୁଏଇରେ ଚମକିଲା ଭାରତୀୟ ଡ୍ରାଇଭରଙ୍କ ଭାଗ୍ୟ, ଉଠିଲା ୪୪ କୋଟି ଟଙ୍କାର ଲଟେରୀ

ନନ୍ଦିଘୋଷ ବ୍ୟୁରୋ: କୁହାଯାଏ ଭାଗ୍ୟ କେତେବେଳେ ଯେ କାହାକୁ କଣ ଦେବ ତାହା କାହାକୁ ମଧ୍ୟ ଜଣାନଥାଏ । ଭାଗ୍ୟ ମଣିଷକୁ ରାଜାରୁ ଭିକାରୀ ବନାଇ ଦିଏ ତ ଆଉ କେତେବେଳେ ଭିକାରୀ ଭାଗ୍ୟ ବଳରେ ରାଜା ମଧ୍ୟ ବନିଯାଏ । ତେବେ ୟୁଏଇରେ ରହୁଥିବା ଜଣେ ଭାରତୀୟ ଯିଏକି ସେଠାରେ ଡ୍ରାଇଭରଭାବେ କାମ କରନ୍ତି, ତାଙ୍କର ୪୪ କୋଟି ଟଙ୍କାର ଏକ ଲଟେରୀ ଲାଗିଛି । ଯାହାକି ସେ ନିଜେ ମଧ୍ୟ ବିଶ୍ବାସ କରିପାରୁନାହାନ୍ତି । ଡିସେମ୍ବର ୩୧ ତାରିଖରେ ସେ ଏହି ଲଟେରୀ ଜିତିଛନ୍ତି । ତେବେ ଏହି ଭାରତୀୟ ଡ୍ରାଇଭରଙ୍କ ନାମ ହେଉଛି ମୁନବର । କୁହାଯାଏ କି, ବର୍ଷ ଆରମ୍ଭରୁ ଭଲ ହେଲେ ବର୍ଷ ତମାମ ଭଲ କଟେ । ଏଣୁ ନୂଆବର୍ଷର ପୂର୍ବଦିନ ଏଭଳି ଖୁସି ଖବର ମିଳିଥିବାବେଳେ ଆଗକୁ ତାଙ୍କ ଭାଗ୍ୟ ଚମକିବ ବୋଲି ସେ ବିଶ୍ବାସ କରନ୍ତି ବୋଲି କହିଛନ୍ତି ।

ମୁନବର କହିଛନ୍ତି କି, ସେ ଗତ ପାଞ୍ଚ ବର୍ଷ ଧରି ପ୍ରତି ମାସରେ ଲଟେରୀ ଟିକେଟ କିଣନ୍ତି । ତାଙ୍କର ବିଶ୍ବାସ ନଥିଲା କି, ଏତେ ବଡ଼ ଲଟେରୀ ଲାଗିବ । ମୁନବରଙ୍କ ବ୍ୟତିତ ଅନ୍ୟ ୧୦ ଜଣ ବିଜେତାଙ୍କୁ ମଧ୍ୟ ୨୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଛି । ସେପଟେ ଅନ୍ୟଜଣେ ଭାରତୀୟ ଯିଏକି କେରଳର ଅଟନ୍ତି । ସେ ମଧ୍ୟ ଏକ ଲଟେରୀ ଜିତିଛନ୍ତି ।

ଅଙ୍କିତ ସକସେନା ହତ୍ୟା ମାମଲା, ପ୍ରେମିକାଙ୍କ ପରିବାରର..

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପଶ୍ଚିମ ଦିଲ୍ଲୀ ରଘୁବୀର ନଗରରେ ଘଟିଥିବା ଅଙ୍କିତ ସକସେନା ହତ୍ୟା ମାମଲାର ଶୁଣାଣି ଆସନ୍ତା ୧୫ ତାରିଖରେ ଶୁଣାଣି ହେବ । ୨୦୧୮ ମସିହାରେ ଘଟିଥିବା ଏହି ହତ୍ୟା ଘଟଣାରେ ଅଙ୍କିତଙ୍କ ପ୍ରେମିକାଙ୍କ ବାପା, ମା ଏବଂ ମାମୁଁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ ଅଙ୍କିତ ହତ୍ୟା ପଛର କାରଣ ଥିଲା ଧର୍ମ । ଅନ୍ୟ ଧର୍ମର ଝିଅ ସହ ତାଙ୍କର ପ୍ରେମ ହୋଇଥିବାବେଳେ ଝିଅଘର ଲୋକେ ଏହାକୁ ଗ୍ରହଣ କରିନଥିଲେ । ଯେଉଁ କାରଣରୁ ଘଟଣା ଦିନ ପ୍ରେମିକାଙ୍କ ବାପା, ମା ଏବଂ ମାମୁଁ ରାଜରାସ୍ତାରେ ଗଳାକାଟି ହତ୍ୟା କରିଥିଲେ । ଦିଲ୍ଲୀ ପୋଲିସ ଏହି ଘଟଣାରେ ଅଙ୍କିତଙ୍କ ପ୍ରେମିକାଙ୍କ ବାପା, ମା, ମାମୁଁ ଏବଂ ମାଇଁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କ ମାଇଁ ନାବାଳିକା ହୋଇଥିବାବେଳେ ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି ।

ତେବେ ଅଙ୍କିତ ପ୍ରେମିକା କହିଥିଲେ କି, ତାଙ୍କ ଜୀବନ ପ୍ରତି ବିପଦ ଅଛି ଏଣୁ ତାଙ୍କ ନାରୀ ନିକେତନରେ ରଖାଯାଇଛି । ଏହାସହ ସେ କହିଛନ୍ତି କି, ତାଙ୍କ ମାମୁଁ ଅଙ୍କିତଙ୍କୁ ମାରିବା ପାଇଁ ଯୋଜନା କରିଥିଲେ । ଏସମ୍ପର୍କରେ ମୁଁ ଜାଣିବା ପରେ ଅଙ୍କିତ ପାଖକୁ ଯାଉଥିଲି । ଏହାପୂର୍ବରୁ ମୋ ପରିବାର ଲୋକେ ଅଙ୍କିତଙ୍କୁ ହତ୍ୟା କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଆସନ୍ତା ୧୫ ତାରିଖରେ ଘଟଣାର ଶୁଣାଣି ହେବା ସହ ଦଣ୍ଡ ଦିଆଯିବ ।

ଜାନୁଆରୀ ୨୦ ରୁ ୨୫ ପର୍ଯ୍ୟନ୍ତ ଘରେ ରୁହ…ମୁସଲମାନଙ୍କୁ କାହିଁକି ଏମିତି କହିଲେ ବଦରୁଦ୍ଦିନ ଅଜମଲ

ନୂଆଦିଲ୍ଲୀ : ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମଧ୍ୟ ପଠାଯାଉଛି। ଏହି ବଡ଼ ଉତ୍ସବ ପାଇଁ ସାରା ଭାରତ ଖୁସି ଥିବା ବେଳେ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟର ଅଧ୍ୟକ୍ଷ ବଦରୁଦ୍ଦିନ ଅଜମଲଙ୍କ ବୟାନ ଏବେ ବିବାଦ ସୃଷ୍ଟି କରିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏକ ରାଲିକୁ ସମ୍ବୋଧିତ କରି ଅଜମଲ କହିଛନ୍ତି ଯେ, “ଜାନୁଆରୀ ୨୦ ରୁ ୨୫ ମଧ୍ୟରେ ମୁସଲମାନମାନେ ଘରେ ରହିବା ଉଚିତ ଏବଂ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଟ୍ରେନରେ ଯାତ୍ରା କରିବା ଠାରୁ ଦୂରେଇ ରହିବା ଉଚିତ। ସେ ତାଙ୍କ ବିବୃତିରେ କହିଥିଲେ ଯେ, ମୁସଲମାନଙ୍କର ସବୁଠାରୁ ବଡ ଶତ୍ରୃ ହେଉଛି ବିଜେପି । ଏମାନେ ଇସଲାମିକ ନିୟମ, ଜୀବନ, ​​ବିଶ୍ୱାସ, ମସଜିଦ ସହ ଖେଳିଛନ୍ତି, ଏମାନେ ଆମର ସବୁଠାରୁ ବଡ ଶତ୍ରୁ ବୋଲି କହିଛନ୍ତି ବଦରୁଦ୍ଦିନ ଅଜମଲ।

ଅଜମଲଙ୍କ ଏହି ବିବୃତିକୁ ନେଇ ବିରକ୍ତି ପ୍ରକାଶ କରିଛି ବିଜେପି । ବିଜେପି କହିଛି ଯେ, “ବିଜେପି ମୁସଲମାନମାନଙ୍କୁ ଘୃଣା କରେ ନାହିଁ। ଆମେ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ମନ୍ତ୍ର ସହିତ କାର୍ଯ୍ୟ କରୁଛୁ।

୨୩ କୋଟି ଟଙ୍କାରେ ନିର୍ମିତ ସ୍ମଗ ଟାଓ୍ବାରରେ ତାଲା ପକାଇଲେ କର୍ମଚାରୀ

ନୂଆଦିଲ୍ଲୀ : ଦିଲ୍ଲୀର ସ୍ମଗ ଟାଓ୍ବାରରେ ପଡିଲା ତାଲା। ୨୦୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହାକୁ ଉଦଘାଟନ କରିଥିଲେ। ତେବେ କର୍ମଚାରୀଙ୍କୁ ଦରମା ଦିଆଯାଇ ନପାରିବାରୁ ସେଥିରେ ତାଲା ପକାଯାଇଛି।

ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ହ୍ରାସ ହୋଇଥିବା ବେଳେ ୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ମଗ ଟାଓ୍ବାରରେ ତାଲା ପଡିଛି। ଦିଲ୍ଲୀ କନ୍ନଟପ୍ଲେସ ସ୍ଥିତ ଏହି ବିଲଡିଂକୁ କର୍ମଚାରୀମାନେ ତାଲା ପକାଇଦେଇଛନ୍ତି। କର୍ମଚାରୀଙ୍କୁ ଚାକିରି ଲାଗି ଗ୍ୟାରେଣ୍ଟି ଦିଆଯାଇ ନଥିବାବେଳେ ଡିସେମ୍ବରର ଦରମା ମିଳି ନଥିବାରୁ ତାଲା ପକାଯାଇଛି।

ତେବେ ସ୍ମଗ ଟାଓ୍ବାରର ପରିଚାଳନା ଲାଗି ଏକ ୧୩ ଜଣ ସଦସ୍ୟ ବିଶିଷ୍ଟ ସଂଗଠନ ଭିବଗ୍ୟୋର କନସଲଟିଂକୁ ଦାୟିତ୍ବ ଦିଆଯାଇଛି। ଏହି କୋଠାଟି ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଓ ଜାତୀୟ କୋଠା ନିର୍ମାଣ ନିଗମ ଅଧୀନରେ ରହିଛି। ଏହି ଟାଓ୍ବାରରେ ଖଞ୍ଜା ଯାଇଥିବା ୫ ହଜାର ଫିଲଟର ରହିଥିଲେ ବି ସେଗୁଡିକ ପୁରୁଣା ହୋଇଯାଇଛି । ସେଗୁଡିକୁ ବଦଳାଇବା ଲାଗି ପ୍ରସ୍ତାବ ଦିଆଯାଇଛି।

 

ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେ ଏହି ସବୁ କଂଗ୍ରେସ ନେତା  

ନୂଆଦିଲ୍ଲୀ: ଜାନୁଆରି ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ । ଏହି ଅବସରରେ କଂଗ୍ରେସ ନେତାମାନେ ଅଯୋଧ୍ୟାରେ ଆଗୁଆ ପହଞ୍ଚିବାର ଯୋଜନା ରହିଛି। କଂଗ୍ରେସ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ କଂଗ୍ରେସର କେଉଁ କେଉଁ ନେତା ଏଥିରେ ଯୋଗ ଦେବା ଜାଣିନ୍ତୁ।

କଂଗ୍ରେସର ୟୁପି ଯୋଡା ଯାତ୍ରା ଉତ୍ତରପ୍ରଦେଶର ସାହାରନପୁରରୁ ଆରମ୍ଭ ହୋଇ ଶନିବାର ଲକ୍ଷ୍ନୌରେ ଶେଷ ହୋଇଛି। ଏହାପରେ ଦଳର ରାଜ୍ୟ ଦାୟିତ୍ୱରେ ଥିବା ଅବୀନାଶ ପାଣ୍ଡେ, ନେତା ଓ କର୍ମୀଙ୍କ ସହ ଏକ ବୈଠକ କରିଥିଲେ। ଏଥିରେ ରାଜ୍ୟ ସଭାପତି ଅଜୟ ରାୟ, ପୂର୍ବତନ ସାଂସଦ, ବିଧାୟକ ଏବଂ ବହୁ ବଡ ବଡ ନେତା ଉପସ୍ଥିତ ଥିଲେ। ଏହି ବୈଠକରେ କଂଗ୍ରେସ ନେତାମାନେ କିଛି ଦିନ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିବା ନେଇ ଯୋଜନା କରିଛନ୍ତି ।

ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଜାନୁଆରୀ ୧୫ ରେ କଂଗ୍ରେସ ନେତାମାନେ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କୁ ଦର୍ଶନ କରିବେ। ୟୁପି ଦାୟିତ୍ୱରେ ଥିବା ଅବିନାଶ ପାଣ୍ଡେଙ୍କ ସହ ରାଜ୍ୟ ସଭାପତି ଅଜୟ ରାୟ, ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ କର୍ମୀମାନେ ଅଯୋଧ୍ୟା ଯିବେ। ଅଯୋଧ୍ୟାରେ ପହଞ୍ଚିବା ପରେ ସରୟୁ ନଦୀରେ ସ୍ନାନ କରି ପ୍ରଭୁ ରାମ ଏବଂ ହନୁମାନଙ୍କୁ ଦର୍ଶନ କରିବେ। ମକର ସଂକ୍ରାନ୍ତି ଅବସରରେ ସମସ୍ତ କଂଗ୍ରେସ ନେତା ଜାନୁଆରୀ ୧୫ରେ ପ୍ରଭୁ ରାମଙ୍କୁ ଦର୍ଶନ କରିବାର ଯୋଜନା ରହିଛି।

ସୂଚନା ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ସୋନିଆ ଗାନ୍ଧୀଙ୍କୁ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରା ଯାଇଛି । ଅଯୋଧ୍ୟାରେ ଏହି କାର୍ଯ୍ୟକ୍ରମ ୨ ୦୨୪  ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଜଜମାନ ହେବେ। ପ୍ରାଣ ପ୍ରତିଷ୍ଠା ପୂଜା ପ୍ରଧାନମନ୍ତ୍ରୀ କରିବେ।

ଚୋର ଧରାଇବାରେ ସାହାଯ୍ୟ କର, ୧୦ ହଜାର ଟଙ୍କା ପୁରସ୍କାର ନିଅ

ଭୁବନେଶ୍ବର: ଚୋରି ଧରିବା ପାଇଁ କମିାନରେଟ୍ ପୋଲିସର ଅଭିନବ ପ୍ରୟାସ । ରାଜଧାନୀରେ କାନ୍ଥବାଡ଼ରେ ଲଗାଗଲା ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର । ଚୋର ଧରାଇବାରେ ସାହାଯ୍ୟ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ । ଚୋର ଧରାଇ ଦେଲେ କମିଶନରେଟ ପୋଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କାର ପୁରସ୍କାର । ଗୋପନ ରହିବ ସୂଚନାକାରୀଙ୍କ ତଥ୍ୟ ।

ଡିସିପି ପ୍ରତୀକ ସିଂ ଏନେଇ ଦେଇଛନ୍ତି ସୂଚନା । ରାଜଧାନୀରେ ବିଭିନ୍ନ ଲୁଟରେ ସମ୍ପୃକ୍ତ ଅଭିଯୁକ୍ତ ଏବଂ ଦୀର୍ଘଦିନ ଧରି ଫେରାର ଥିବା ଲୁଟେରାଙ୍କୁ କାବୁ କରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡିଛି କମିଶନରେଟ ପୋଲିସ । ରାଜଧାନୀର ବିଭିନ୍ନ ସ୍ଥାନରେ ମରାଯାଇଛି ୱାଣ୍ଟେଡ୍ ଲୁଟେରାଙ୍କ ପୋଷ୍ଟର । ପାଖାପାଖି ୧୦୦ ଜାଗାରେ ଏଭଳି ପୋଷ୍ଟର ମାରିଛି ପୋଲିସ । ସବୁ ଥାନା ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ବଡ଼ ବଡ଼ ଲୁଟରେ ଫେରାର ଥିବା ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କ ଫଟୋ ସହ ପୋଷ୍ଟର ମାରିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ସୂଚନାଯୋଗ୍ୟ, ବିଗତ ଦିନରେ ରାଜଧାନୀରେ ବିଭିନ୍ନ ଆପାର୍ଟମେଣ୍ଟରୁ ହୋଇଥିଲା ସିରିଜ୍ ଲୁଟ୍ । ଘରେ କେହି ନଥିବା ସମୟରେ ଲୁଟେରା ବୁଲାଇଥିଲେ କଳା କନା । ହେଲେ ପୋଲିସ ଏପର୍ଯ୍ୟନ୍ତ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ତେଣୁ ଏବେ ପୋଲିସ ଏହି ଫେରାର ଲୁଟେରାଙ୍କୁ ଧରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡ଼ିଛି । ଏହି ଚୋର, ଲୁଟେରାଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କ ପରିଚୟ ଗୋପନ ରଖିବ ପୋଲିସ । ଚୋର ଧରାପଡ଼ିଲେ ପୋଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କା ନଗଦ ପୁରସ୍କାର । କମିଶନରେଟ ପୋଲିସର  ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ସାଧାରଣ ଲୋକେ ।