ଜଗତସିଂହପୁର: ଶାରଳା ମନ୍ଦିର ମୁଖ୍ୟହୁଣ୍ଡିରୁ ଚୋରି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଲକ୍ଷାଧିକ ଟଙ୍କା, ମୋବାଇଲ ଫୋନ୍ ଓ କଟର ମେସିନ ଜବତ । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ର ମାଆ ଶାରଳାଙ୍କ ମୁଖ୍ୟହୁଣ୍ଡିର ତାଲା କାଟି ଗତ ୧୪ ତାରିଖରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିଲା । ତିର୍ତ୍ତୋଲ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି କରଞ୍ଜିଆରୁ କେନ୍ଦୁଝର ଜିଲ୍ଲା କେରି ମଇନ ଦାକେଲ ଗାଁର ଋଷି ମହନ୍ତକୁ ଗିରଫ କରିଛି। ତା’ ଠାରୁ ୧ ଲକ୍ଷ ୮୫ ହଜାରରୁ ଅଧିକ ଟଙ୍କା, ଦୁଇଟି ମୋବାଇଲ ଫୋନ୍, କଟର ମେସନ ଓ ରେଞ୍ଚି ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଋଷି ମହନ୍ତ ଗତ ଜୁନ ମାସରେ ଶାରଳା ମନ୍ଦିରକୁ ଆସି ଲୁଟ କରିବାର ଯୋଜନା ପ୍ରସ୍ତୁତ କରି ଫେରି ଯାଇଥିଲା । ଗତ ୧୪ ତାରିଖରେ ଚୋରି କରିଥିଲା ବୋଲି ଆଜି ଜଗତସିଂହପୁର ଅତିରିକ୍ତ ଏସପି ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଆଉ କିଏ ସମ୍ପୃକ୍ତ, ସେନେଇ ତଦନ୍ତ ଜାରି ରହିଛି ।
ମେଡିକାଲରେ ଭର୍ତ୍ତିହେଲେ ଭେଟେରାନ ଅଭିନେତ୍ରୀ ତନୁଜା
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ଅଭିନେତ୍ରୀ କାଜୋଲଙ୍କ ମାଆ ତନୁଜା ମେଡିକାଲରେ ଭର୍ତ୍ତି । ବୟସାଧିକ କାରଣରୁ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି । ହଠାତ ଅସୁସ୍ଥ ହୋଇ ପଡ଼ିଥିବାବେଳେ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲର ଚିକତ୍ସିତ ହେଉଛନ୍ତି । ସେ ଏବେ ଆଇସିୟୁରେ ରହିଥିବା ସୂଚନା ମିଳିଛି । ୮୦ ବର୍ଷୀୟା ତନୁଜାଙ୍କ ଉପରେ ଏବେ ଡାକ୍ତରମାନେ ନଜର ରଖିଛନ୍ତି । ଶୀଘ୍ର କିପରି ସେ ସୁସ୍ଥ ହେବେ ସେ ନେଇ ବହୁ ପ୍ରଂଶସକମାନେ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି ।
ସୂଚନା ଥାଉକି, ୧୯୪୩ ସେପ୍ଟେମ୍ବର ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ତନୁଜା ମାତ୍ର ୧୬ ବର୍ଷ ବୟସରେ ଫିଲ୍ମ ଜଗତରେ ପାଦ ଥାପିଥିଲେ । ତାଙ୍କ ନିଖୁଣ ଅଭିନୟକୁ ଆଜି ମଧ୍ୟ ବେଶ ପ୍ରଂଶସା କରାଯାଉଛି । ହାତୀ ମେରା ସାଥୀ, ଦୋ ଚୋର ଭଳି ବହୁ ସୁପରହିଟ୍ ଫିଲ୍ମରେ ନିଜର ଜ୍ବଳନ୍ତ ଅଭିନୟର ଛାପ ଛାଡ଼ିଛନ୍ତି।
ପୁଣି ଡରାଇଲାଣି କରୋନା, ଫେରିବ କି ମାସ୍କ
ନୂଆଦିଲ୍ଲୀ: କରୋନା ଭାଇରସ କଥା ମନେ ପଡ଼ିଗଲେ ଆଜି ମଧ୍ୟ ଦେହ ସିତେଇପଡ଼େ । ସହଜ ବୋଲି ଭାବିଥିବା ଭାଇରସ ଅନେକଙ୍କ ଜୀବନ ନେଇଛି । ତେବେ ପୁଣିଥରେ କରୋନା ଭାଇରସ ଚିନ୍ତା ବଢ଼ାଇଲାଣି । ରବିବାର ଦେଶରେ ୩୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ହୋଇଛି । କେବଳ କେରଳର ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରପ୍ରଦେଶର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୧ ରହିଛି । ତଥ୍ୟ ଅନୁଯାୟୀ ଏହି ରୋଗରୁ ୪,୪୪,୬୯,୭୭୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ୯୮.୮ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧.୧୯ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ କରୋନା ଭାଇରସ ଦେଶରେ ଚିନ୍ତାର ବିଷୟ ପାଲଟିଥିଲା ।
କରୋନା ଭାଇରସ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାବେଳେ ଲୋକେ ମାସ୍କକୁ ଭଉଳି ଗଲେଣି । ସମସ୍ତଙ୍କ ମୁହଁରେ ମାସ୍କ ରହୁଥିବାବେଳେ ଏବେ କିନ୍ତୁ କାଭାଁ ଲୋକ ବ୍ୟବହାର କରୁଛନ୍ତି । ତେବେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ହୋଇଥିବାବେଳେ କୁହାଯାଉଛି କି, ପୁଣିଥରେ ମାସ୍କ ଫେରିବ । କେରଳରେ ପୁଣିଥରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାବେଳେ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଲୋକଙ୍କ ସଚେତନ କରାଯାଉଥିବାବେଳେ ସ୍ବାସ୍ଥ୍ୟ କର୍ମୀ ମଧ୍ୟ ସଜାଗ ରହିଛନ୍ତି ।
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଓଢ଼ଣୀ ଷଷ୍ଠୀ
ପୁରୀ: ସୋମବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଓଢ଼ଣୀ ଷଷ୍ଠୀ । ମହାପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରେ ପ୍ରାବରଣ ଷଷ୍ଠୀ ଉତ୍ସବ ହେଉଛି ଅନ୍ୟତମ ଲୀଳା । ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ ନାମରେ ପରିଚିତ । ଏହି ସମୟରୁ ଅଧିକ ଶୀତ ଅନୁଭୂତ ହେଉଥିବାରୁ ମହାପ୍ରଭୁଙ୍କର ଘୋଡଲାଗି ନିତୀ ଅନୁଷ୍ଠିତ ହୋଇଥାଏ | ଶ୍ରୀକ୍ଷେତ୍ରର ସମସ୍ତ ଦେବାଦେବୀଙ୍କୁ ଘୋଡ଼ଲାଗି ଅନୁଷ୍ଠିତ ହୋଇଥାଏ | ମହାପ୍ରଭୁ ଏହିଦିନ ନୂତନ ଘୋଡ଼ ପରିଧାନ କରିଥାନ୍ତି। ପ୍ରତିବର୍ଷ ଏହା ନୂତନ ଭାବେ ନିର୍ମିତ କରାଯାଇଥାଏ |ଘୋଡ଼ଲାଗି ଆଜିଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଚାଲିବ । ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରର ପାରମ୍ପରିକ ଦରଜି ସେବାୟତଙ୍କ ଦ୍ଵାରା ଶୀତ ବସ୍ତ୍ର ପ୍ରସ୍ତୁତ କରାଯାଇଛି । ପତନୀ , ଗୀତ ଗୋବିନ୍ଦ ପାଟ ଏବଂ ସୂତା ପାଟରେ ଠାକୁରଙ୍କ ନୂତନ ବସ୍ତ୍ର ତିଆରି କରାଯାଇଛି ।

