spot_img
Home Blog Page 2493

ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନର ରେଜଲ୍ଟ ତାରିଖ

ନୂଆଦିଲ୍ଲୀ: ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନର ରେଜଲ୍ଟ ତାରିଖ। ୩ ତାରିଖ ବଦଳରେ ୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତାରିଖ ପରିବର୍ତ୍ତନ ସମ୍ପର୍କରେ ଆଜି ଭାରତୀୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ପୂର୍ବରୁ ନିର୍ବାଚନ କମିଶନ ଡିସେମ୍ବର ୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି କହିଥିଲେ। କିନ୍ତୁ ଏହା ରବିବାର ପଡ଼ୁଥିବା ଏକାଧିକ ସଂଗଠନ ବିରୋଧ କରିଥିଲେ। ମିଜୋରାମ ଏନଜିଓ ସଂଯୋଜକ କମିଟି ଏହା ବିରୋଧରେ ବିକ୍ଷୋଭ କରିଥିଲା। ମିଜୋରାମରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ। ରବିବାର ୩ ତାରିଖ ହେଉଛି ଇଷ୍ଟର। ତେଣୁ ଖ୍ରୀଷ୍ଟିୟାନଙ୍କ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ। ତେଣୁ ତାରିଖ ବଦଳାଇବାକୁ ଦାବି ହୋଇଥିଲା । ନିର୍ବାଚନ କମିଶନ କହିଛନ୍ତି, କାଉଣ୍ଟିଂ ତାରିଖ ବଦଳାଇବା ପାଇଁ ବିଭିନ୍ନ ସଂଗଠନ ଦାବି କରିଥିଲେ। ଏହାକୁ ସମ୍ମାନ ଜଣାଇ କେବଳ ମିଜୋରାମରେ ଭୋଟ ଗଣତି ଓ ରେଜଲ୍ଟ ପ୍ରକାଶ ୪ ତାରିଖରେ କରାଯିବ । ବାକି ୪ ରାଜ୍ୟ- ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ରାଜସ୍ଥାନରେ ଆସନ୍ତା ୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

 

ଦକ୍ଷିଣ ଓଡ଼ିଶାରେ ପଡିବ ବାତ୍ୟାର ବଡ ପ୍ରଭାବ

ଭୁବନେଶ୍ବର: ଓଡ଼ିଶା ଆସିବନି କିନ୍ତୁ ପଡିବ ପ୍ରଭାବ। ଦକ୍ଷିଣ ଓଡ଼ିଶାରେ ବାତ୍ୟା ମିଚାଉଁର ବଡ ପ୍ରଭାବ ପଡିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ଓ୍ବେଲମାର୍କ ଲୋପ୍ରେସର ଆଜି ଅବପାତରେ ପରିଣତ ହୋଇଛି। ଏବେ ଏହା ପୁଡୁଚେରୀଠାରୁ ୭୩୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୁତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୁତ ହୋଇ ଗଭୀର ଅବପାତ ଏବଂ ପରେ ବାତ୍ୟାର ରୂପ ନେବ। ଉତ୍ତର ତାମିଲନାଡୁ ଏବଂ ଚେନ୍ନାଇର ମଛଲିପଟ୍ଟନମ ମଝିରେ ଉପକୂଳ ଅତିକ୍ରମ କରିବ। ବାତ୍ୟାର ପ୍ରଭାବ ଦକ୍ଷିଣ ଉପକୂଳ ଓଡ଼ିଶାରେ ପଡିବ। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ତାରିଖରେ ଦକ୍ଷିଣ ଓଡ଼ିଶାର ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଦକ୍ଷିଣ ଓଡ଼ିଶାରେ ପଡିବ ବାତ୍ୟାର ବଡ ପ୍ରଭାବ। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ଜିଲ୍ଲାକୁ ଅରେଞ୍ଜ ଆଲର୍ଟ। ଘଣ୍ଟାପ୍ରତି ବହିବ ୪୦ରୁ ୫୦ କିଲୋମିଟର ବେଗରେ ପବନ। ସବୁ ବନ୍ଦରକୁ ଜାରି ହେଲା ୧ନମ୍ବର ବିପଦ ସଙ୍କେତ। ୫ରୁ ୭ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମନା। ୪ ତାରିଖ ସନ୍ଧ୍ୟାରେ ଉତ୍ତର ତାମିଲନାଡୁ ଏବଂ ମଛଲିପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା ମିଚାଉଁ । ବ୍ୟାପକ ଧାନ ଫସଲ ନଷ୍ଟ ହେବା ଆଶଙ୍କା। ଧୋଇଯିବ କଚ୍ଚା ଘର ଏବଂ ରାସ୍ତା । ୩ତାରିଖରୁ ଓଡ଼ିଶାରେ ବଦଳିବ ପାଗ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ। ୩ତାରିଖ ସୁଦ୍ଧା ବାତ୍ୟା ମିଚାଉଁର ରୂପ ନେଇ ସ୍ଥଳଭାଗମୁହାଁ ହେବ । ପରେ ରିକର୍ଭ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବ। ଲ୍ୟାଣ୍ଡଫଲ ସମୟରେ ପ୍ରବଳ ବର୍ଷା ସହ ସର୍ବାଧିକ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି ।

ବାତ୍ୟା ପ୍ରଭାବରେ ୩ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ବର୍ଷା। ୪ରୁ ବଢିବ ବର୍ଷାର ବିସ୍ତୃତି ଓ ପରିମାଣ। ଦକ୍ଷିଣ ଓଡ଼ିଶାର ୫ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଚେତାବନୀ ଜାରି ହୋଇଛି। ସେହିଭଳି ୫ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ଜିଲ୍ଲାକୁ ଅରେଞ୍ଜ ଏବଂ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆରେଞ୍ଜ ଆଲର୍ଟ ଥିବା ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି। ଏସବୁ ଜିଲ୍ଲାରେ ୭୦ରୁ ୨୦୦ ମିମି ଯାଏଁ ବର୍ଷା  ସମ୍ଭାବନା ରହିଛି। ସେହିଭଳି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ନୟାଗଡ଼ ସମେତ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ବର୍ଷା ସମୟରେ ଘଣ୍ଟା ପ୍ରତି ୩୫ରୁ ୪୫କିମି ଓ ଝଟକା ପବନର ବେଗ ୫୫ କିମି ପର୍ଯ୍ୟନ୍ତ ରହିବ।

ପ୍ରବଳ ବର୍ଷାରେ ଅମଳ ଉପଯୋଗୀ ଧାନ ନଷ୍ଟ ହେବା ଆଶଙ୍କା ରହିଛି। ଆକସ୍ମିକ ବନ୍ୟା ପରିସ୍ଥିତି ଦେଖା ଦେବା ସହ କଚ୍ଚା ଘର ଓ ରାସ୍ତା ପ୍ରଭାବିତ ହୋଇପାରେ। ସମୁଦ୍ର ଅତି ଅଶାନ୍ତ ରହିବା କାରଣରୁ ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରି ଆସିବାକୁ କୁହାଯାଇଛି। ୫ରୁ ୭ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ପୁରୀ ସିଗ୍ନାଲ ବନ୍ଦର ସହିତ ଗୋପାଳପୁର, ପାରାଦୀପ, ଧାମରା ବନ୍ଦର କୁ ୧ ନମ୍ୱର୍ ବିପଦ ସଂକେତ ଜାରି କରାଯାଇଛି।

ସାମାନ୍ୟ ଘୁଗୁନି ପାଇଁ ବିଭତ୍ସ ହତ୍ୟାକାଣ୍ଡ

ଭୁବନେଶ୍ବର:  ସାମାନ୍ୟ ଘୁଗୁନି ପାଇଁ ବିଭତ୍ସ ହତ୍ୟାକାଣ୍ଡ । କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ସତ । ଚନ୍ଦକା ଥାନା ସସ୍ମିତା ବେହେରା ହତ୍ୟାକାଣ୍ଡର ଖୁଲାସା କଲା ପୋଲିସ । ଅଭିଯୁକ୍ତ ମିଥୁନ ଜେନାକୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି ।

୫ ଟଙ୍କାର ଘୁଗୁନି ପାଇଁ ମର୍ଡର । ୨୪ ଦିନ ଅନ୍ଧାରରେ ବାଡ଼ି ବୁଲାଇଲା ଚନ୍ଦକା ଥାନା ପୋଲିସ୍ । ଶେଷରେ କ୍ରିମିନାଲକୁ କାବୁ କଲା ସ୍ପେଶାଲ ସ୍କ୍ୱାଡ୍ । ୨୪ ଦିନର କସରତ । ୩୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ମାରାଥନ ଜେରା । ଟାଓ୍ବାର ଡମ୍ପ ରେକର୍ଡ, କଲ୍ ରେକର୍ଡ, ପୋଷ୍ଟମର୍ଟମ ରିପୋର୍ଟରୁ, ଚନ୍ଦକା ଥାନା ପୋଲିସ କିଛି ନପାଇବା ପରେ ଶେଷରେ ଅଭିଯୁକ୍ତକୁ ଧରିଛି ସ୍ପେଶାଲ ସ୍କ୍ୱାଡ୍ । ଗତ ୭ ତାରିଖରେ ଗୋଠପାଟଣା ଛକରେ ଜଳଖିଆ ଦୋକାନ କରିଥିବା ସସ୍ମିତା ବେହେରାଙ୍କୁ ହତ୍ୟା କରାଯିବା ପଛରେ କାରଣ ହେଉଛି ଘୁଗୁନି । ହତ୍ୟାର ଦିନକ ପୂର୍ବରୁ ଜଳଖିଆ ଖାଇବା ବେଳେ ଘୁଗୁନି ମାଗିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରଦିନ ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ଘଙ୍ଗାପାଟଣା ତଳସାହିରର ମିଥୁନ ଜେନା ଏକ ଧାରୁଆ ଛୁରି କିଣି ଆଣିବା ସହ ସସ୍ମିତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ।

ମିଥୁନକୁ କାବୁ କରିବା ପରେ ଘଟଣାସ୍ଥଳରେ ସିନ୍ ରିକ୍ରିଏଟ କରିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରାଯାଇଛି । କିଛିଦିନ ତଳେ ଟ୍ୟୁସନ ଫି ପାଇଁ ଜଣେ ନିରୀହ ନିଷ୍ପାପ ଛାତ୍ରଙ୍କୁ ଛୁରି ଭୁଷି ହତ୍ୟା କରିବା ଘଟଣା ମନରୁ ଲିଭୁଣୁ ପୁଣି ଘୁଗୁନି ପାଇଁ ହତ୍ୟାକାଣ୍ଡ ଘଟଣାକୁ ସହଜରେ ହଜମ କରିପାରି ନାହିଁ ପୋଲିସ । କେସ୍ ନମ୍ବର ୩୫୦ ଦଫା ୩୦୨ ରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ପୋଲିସ ।

 

ଭୁବନେଶ୍ବରରେ ବଦଳିବ ଶ୍ମଶାନର ରୂପରେଖ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଦଳିବ ଶ୍ମଶାନର ରୂପରେଖ । ରୂପାନ୍ତରଣ ହେବ ସବୁ ଶ୍ମଶାନ।  ଏହି କ୍ରମରେ ସତ୍ୟନଗର ଶ୍ମଶାନର ଚିତ୍ର ବଦଳିବ । ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବଦାହ ପାଇଁ ବ୍ୟବସ୍ଥା କରିବ ବିଏମସି । ଆଜି ଏନେଇ ସତ୍ୟନଗର ଶ୍ମଶାନରେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାଶ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ପୁନରୁଦ୍ଧାର ନେଇ ଯୋଜନା କରିଛି ବିଏମସି । ଲୋକେ କିପରି ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇପାରିବେ ସେନେଇ ନୂଆ ପ୍ଲାନ କରାଯାଇଛି । ଏହା ସହ କବର ସ୍ଥାନର ମଧ୍ୟ ନବୀକରଣ କରାଯିବ ।

ପୁରୀ ସ୍ବର୍ଗହଦ୍ବାର ପରି ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ ।  ରୂପାନ୍ତରଣ ପାଇଁ ବିଏମସିର ମାଷ୍ଟରପ୍ଳାନ । ନୂଆରୂପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ । ଗେଟରୁ ଶବ ଦାହ ରୁମ ହେବ ନବୀକରଣ, ହଟିବ ଇଲେକ୍ଟ୍ରି ଚୁଲା । ଖର୍ଚ୍ଚହେବ ୨ କୋଟି ୩୪ ଲକ୍ଷ ଟଙ୍କା । ଶ୍ମଶାନ ରୁପାନ୍ତରିକରଣ ପର୍ଯ୍ୟାୟରେ ପ୍ରାଥମିର ପର୍ଯ୍ୟାୟରେ ସତ୍ୟନଗର ଶ୍ମଶାନକୁ ହାତକୁ ନେଇଛି ବିଏମସି । ରୂପରେଖ ବଦଳିବା ପରେ ଏମିତି ଦେଖାଯିବ ଶ୍ମଶାନ । ଆଜି ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶ୍ମଶାନକୁ ଆସୁଥିବା ଲୋକେ କିପରି ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇପାରିବେ ସେନେଇ ନୂଆ ପ୍ଲାନ କରାଯାଇଛି । ମୁଖ୍ୟଗେଟ, ସୁରକ୍ଷାକର୍ମୀ ରୁମ, ଶ୍ମଶାନ କାର୍ଯ୍ୟାଳୟ ଓ ଦୋକାନ, ମନୋରମ ପରିବେଶ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ, ପାର୍କିଂ, ଶବଦାହ ଗ୍ରାଉଣ୍ଡ ଓ କୋଠରୀ, ପ୍ରତିକ୍ଷାଳୟ, ଶୌଚାଳୟ, ଶବଦାହ ପାଇଁ ଗ୍ୟାସ ଚୁଲା ତିଆରି ହେବ । ଏହା ଶ୍ମଶାନ କଡରେ ଥିବା ପଖୋରୀରୁ ହେବ ପୁନଃଉଦ୍ଧାର ହେବ ବୋଲି କହିଛନ୍ତି ମେୟର ଓ ବିଧାୟକ ।

କେବଳ ହିନ୍ଦୁ ନୁହେଁ ମୁସଲମାନ ଓ ଖ୍ରୀଷ୍ଟୀଆନ ସମ୍ପ୍ରଦାୟ ଲୋକମାନଙ୍କ କବର ସ୍ଥାନର ନବୀକରଣ ହେବ । ବିଭିନ୍ନ ଜୋନରେ କବରସ୍ତାନ ଭିତ୍ତିଭୂମିର ଯୋଜନା କରାଯାଇଛି । କବରସ୍ତାନ ପାଇଁ ୨ ଏକର ମଧ୍ୟ ଜମି ଯୋଗାଇ ଦିଆଯାଇଛି ବୋଲି ମେୟର କହିଛନ୍ତି । ଭୁବନେଶ୍ବରର ଶ୍ମଶାନ ଗୁଡିକର ପୁନଃଉଦ୍ଧାର ପାଇଁ ବଏମସିର କର୍ପୋରେସନ ବୈଠକର ପ୍ରସ୍ତାବ ଦିଆଯାଇଥିଲା । କେବଳ ସତ୍ୟନଗର ଶ୍ମଶାନ ପାଇଁ ଖର୍ଚ୍ଚ ହେବ ୨ କୋଟି ୩୪ ଲକ୍ଷ ଟଙ୍କା । ବର୍ଷକ ଭିତରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛି ବିଏମସି ।

 

ଆଗରେ ସ୍ପା ସେଣ୍ଟର, ଭିତରେ ଚାଲିଥିଲା ସେକ୍ସ ରାକେଟ୍

ଭୁବନେଶ୍ବର: ଆଗରେ ସ୍ପା ସେଣ୍ଟର, ଭିତରେ ଚାଲିଥିଲା ସେକ୍ସ ରାକେଟ । ରାଜଧାନୀ ଭୁବନେଶ୍ବରରେ ସେକ୍ସ ରାକେଟ ଠାବ । ସତ୍ୟନଗର ଅଞ୍ଚଳରୁ ଠାବ ହେଲା ସେକ୍ସ ରାକେଟ । ୪ଜଣ ଯୁବତୀଙ୍କ ସହ ୨ ଯୁବକ ଅଟକ । ସତ୍ୟନଗର ପ୍ଲଟ ନମ୍ବର ୧୬ରେ ଚାଲିଥିଲା ସେକ୍ସ ରାକେଟ । ଘର ବାହାରେ ଏକ ମେଡ଼ିସିନ ସଂସ୍ଥାର ବୋର୍ଡ ଲଗାଇ ଚାଲିଥିଲା ଧନ୍ଦା । ଖବର ପାଇ ଚଢାଉ କରିଥିଲା ପୋଲିସ୍ । ଚଢ଼ାଉ ବେଳେ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ୍ । ରାତିକୁ ୮ରୁ ୧୨ ହଜାର ଟଙ୍କା ଦେଇ ଯୁବତୀଙ୍କୁ ଆଣୁଥିଲେ କଷ୍ଟମର । ଓଡ଼ିଶା ଓ ଓଡ଼ଶା ବାହାରୁ ଆସୁଥିଲେ ଯୁବତୀ । ଆଗକୁ ନୂଆବର୍ଷ ଓ ବଡ଼ଦିନ ଥିବାରୁ ସେକ୍ସ ରାକେଟ ଉପରେ ଚାଲିଥିଲା ଅପରେସନ । ଇମୋରାଲ ଟ୍ରାଫିକିଙ୍ଗ ଆକ୍ଟ ଅନୁଯାୟୀ ୪ ଜଣ ଯୁବତୀ ଓ ୨ ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍ ।

ମରଣା ଯନ୍ତ୍ରା ପାଲଟିଛି ୫୩ ନମ୍ବର ଜାତୀୟ ରାଜପଥ

ଢ଼େଙ୍କାନାଳ: ସାଧାରଣଲୋକଙ୍କ ଗମନାଗମନ ପାଇଁ ନିର୍ମାଣ ହୋଇଛି ନୂତନ ଜାତୀୟ ରାଜପଥ । କାମାକ୍ଷାନଗର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ବାଇପାସ ରାସ୍ତା ଏବେ ପାଲଟିଛି ମରଣ ଯନ୍ତା । ଦୁଇମାସ ଭିତରେ ଗଲାଣି ୧୦ରୁ ଅଧିକ ଜୀବନ। ଜାତୀୟ ରାଜପଥ ବିଭାଗ ତରଫରୁ କୌଣସି ସୁରକ୍ଷା ଚି଼ହ୍ନ, ବ୍ୟାରିକେଡ଼, ଲାଇଟ ବ୍ୟବସ୍ଥା ନଥିବାରୁ ଅକାଳରେ ଯାଉଛି ନିରୀହ ଜୀବନ।

ବାଇପାସ ପାଲଟିଛି ମରଣଯନ୍ତା । ୨ ମାସରେ ଗଲାଣି ୧୦ ଜୀବନ। ଯାଜପୁରର ଡ଼ୁବୁରୀ ଠାରୁ କାମାକ୍ଷାନଗର ସହର ଦେଇ ରାଉରକେଲା, ସମ୍ବଲପୁର, ଅନଗୁଳ, ତାଳଚେରକୁ ସଂଯୋଗ କରୁଛି ଜାତୀୟ ରାଜପଥ ୫୩ ।  ଗତ ୩ ମାସ ତଳେ ଏହି ରାସ୍ତାର ଉଦଘାଟନ ହୋଇଥିଲା l ଦୈନିକ ହଜାର ହଜାର ଭାରିଜାନ ରାସ୍ତା ଦେଇ ସୁବିଧାରେ ଚଳାଚଳ କରି ପାରୁଛନ୍ତିl  କିନ୍ତୁ ଜାତୀୟ ରାଜପଥ ବିଭାଗ ତରଫରୁ କୌଣସି ସୁରକ୍ଷା ଚି଼ହ୍ନ, ବ୍ୟାରିକେଡ଼, ଲାଇଟ ବ୍ୟବସ୍ଥା ନଥିବାରୁ ଅକାଳରେ ଯାଉଛି ନିରୀହ ଜୀବନ । କାମାକ୍ଷାନଗର ସହର ଦେଇ ଯାଇଥିବା ବାଇପାସ୍ ରାସ୍ତା ଏବେ ପାଲଟିଛି ଡେଥ୍ ଜୋନ୍।

ବାଇପାସର ଆଉ ଏକ ଦୁର୍ଘଟଣା ପ୍ରବଣ ସ୍ଥାନ ହେଉଛି ଜିରିଡାମାଳି ଏଣ୍ଟ୍ରି ପଏଣ୍ଟ l ଏହି ରାସ୍ତା ଦେଇ କାମାକ୍ଷାନଗରରୁ ଶହଶହ ଗାଡି ଯାତାୟାତ କରିଥାଏl  ଛକଟି ଏକ ବ୍ୟସ୍ତବହୁଳ ସ୍ଥାନ ହେବା ସହ ଏହା ଛଅଥାକିଆ ରାସ୍ତାl  କଙ୍କଡାହାଡ଼ ପଟୁ କାମାକ୍ଷାନଗର ସହରକୁ ଆସିବାକୁ ହେଲେ ଏହି ସ୍ଥାନରେ ଜାତୀୟ ରାଜପଥକୁ ପାର ହେବାକୁ ପଡିଥାଏl  ଏଠି ମଧ୍ୟ କୌଣସି ସୁରକ୍ଷା ଚି଼ହ୍ନ, ଆଲୋକୀକରଣ ବ୍ୟବସ୍ଥା, ପୋଲିସ ପେଟ୍ରୋଲିଂ ନଥିବାରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛିl ଯାହାକୁ ନେଇ ଅସନ୍ତୋଷ ଲୋକେ । ତୁରନ୍ତ ସମସ୍ୟାର ସମାଧାନ ନେଇ ହୋଇଛି ଦାବି ।

 

ଆସନ୍ତା ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇ ଫେବ୍ରୁଆରୀ ୧୨ ତାରିଖରେ ଶେଷ ହେବ । ଯୁକ୍ତ ୨ ବିଜ୍ଞାନ, କଳା ଓ ବାଣିଜ୍ୟ ପ୍ରାକ୍ଟିକାଲ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ଫେବୃଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ହେବା ଆଶା କରାଯାଉଛି। ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରଣ ଅଶୋକ କୁମାର ନାୟକ।ତେବେ ପରୀକ୍ଷା କେବେଠାରୁ ଆରମ୍ଭ ହେବ ଏ ନେଇ ଖୁବଶୀଘ୍ର ସବିଶେଷ କାର୍ଯ୍ୟକ୍ରମ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ।…

ଭୁବନେଶ୍ୱର ବରମୁଣ୍ଡା ବସ ଟର୍ମିନାଲ ପରିଦର୍ଶନ କରି ଶୀଘ୍ର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ 

ଭୁବନେଶ୍ବର: ୩୧ ଡିସେମ୍ବର ସୁଦ୍ଧା ଶେଷ ହେବ ବରମୁଣ୍ଡା ବସ ଟର୍ମିନାଲ। ଭୁବନେଶ୍ୱର ବରମୁଣ୍ଡା ବସ ଟର୍ମିନାଲ ପରିଦର୍ଶନ କରି ଅତିଶୀଘ୍ର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ପରିଦର୍ଶନ ବେଳେ ନିର୍ମାଣକାରୀ ସଂସ୍ଥା ସହ ଆଲୋଚନା କଲେ 5T ଅଧ୍ୟକ୍ଷ । ଆଇଟି ଭିତ୍ତିଭୂମି, ଯାତ୍ରୀଙ୍କ ସୁବିଧା ସହ ସୃଜନଶୀଳ ପରିବେଶ ସୃଷ୍ଟିକୁ ଗୁରୁତ୍ୱ ଦେଇଛନ୍ତି ପାଣ୍ଡିଆନ୍ ।

ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସୃଷ୍ଟି କରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀ ବିଶ୍ରାମାଗାର, ସଠିକ ପରିମଳ ବ୍ୟବସ୍ଥା, ବସ୍ ରହିବାକୁ ପର୍ଯ୍ୟାପ୍ତ ସ୍ଥାନ, ଆହାର କେନ୍ଦ୍ର, ବିଦ୍ୟୁତ ଓ ଶୌଚାଳୟ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି 5T ଅଧ୍ୟକ୍ଷ । ଟ୍ୟାକ୍ସି ସଂଘ, ବସ୍ ମାଲିକ ସଂଘ, OSRTCର ଅଧିକାରୀଙ୍କୁ ନିର୍ମାଣ କାମରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପରିଦର୍ଶନ ସମୟରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ବିଏମସି ଅଧିକାରୀ, ବିଡିଏ ଅଧିକାରୀ ଉପସ୍ଥିତ ରହିଥିଲେ । ବରମୁଣ୍ଡା ବସ ଟର୍ମିନାଲ ୧୫.୫ଏକର ଜାଗାରେ ନିର୍ମାଣାଧୀନ ରହିଛି ।

 

ନବୀନଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ, ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ସେମାନେ ସମସ୍ତେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଧନ୍ୟବାଦ୍ ଦେଇଥିଲେ। ତେବେ ପ୍ରତ୍ୟେକ ଶ୍ରମିକଙ୍କୁ  ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

ଟନେଲ୍ ଭିତରେ ସେମାନଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ଶୁଣିଥିଲେ। ସେମାନେ ବାସ୍ତବରେ ଜଣେ ଜଣେ ହିରୋ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରତିକୂଳ ପରିସ୍ଥିତିରେ ସେମାନେ ଯେପରି ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି ତାହା ବାସ୍ତବିକ୍ ପ୍ରେରଣା ଦାୟକ ବୋଲି ସେ କହିଥିଲେ। ଯେଉଁ ଶ୍ରମିକ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେମାନେ ହେଲେ ମୟୂରଭଞ୍ଜର ରାଜୁ ନାୟକ, ଧିରେନ୍ ନାୟକ ଓ ବିଶେଶ୍ୱର ନାୟକ ଏବଂ ନବରଙ୍ଗପୁରର ଭଗବାନ ଭତ୍ରା। ସେମାନଙ୍କ ସହିତ ସେମାନଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଥାଉକି, 5T ଅଧ୍ୟକ୍ଷ କାର୍ତ୍ତକ ପାଣ୍ଡିଆନ ଗୁରୁବାର ସେମାନଙ୍କ ସହ ଭିଡ଼ିଓ ଜରିଆରେ ଆଲୋଚନା କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ଏହି ସାକ୍ଷାତ ସମୟରେ ଶ୍ରମ ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ ଉପସ୍ଥିତ ଥିଲେ। ମନ୍ତ୍ରୀ ସେମାନଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଖବର ରଖିବା ପାଇଁ ଉତ୍ତରାଖଣ୍ଡ ଯାଇ ଥିଲେ ଓ ସମସ୍ତଙ୍କୁ ଧରି ଓଡ଼ିଶା ଫେରି ଥିଲେ।

 

 

ଝାରସୁଗୁଡ଼ା ଜିଲ୍ଲା ଲଖନପୁରରେ ITI ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଝାରସୁଗୁଡ଼ା ଜିଲ୍ଲା ଲଖନପୁରରେ ପ୍ରତିଷ୍ଠା ହେବ ITI । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଯନାୟକ ଏହାକୁ ଅନୁମୋଦନ କରିଛନ୍ତି । ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବାବେଳେ  ଏହି ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ବିନିଯୋଗ କରାଯିବ । ଝାରସୁଗୁଡା ଜିଲ୍ଲା ଏକ ଖଣିବହୁଳ ଅଞ୍ଚଳ । ଏଠାରେ ଖଣି ଉତ୍ତୋଳନ ଓ ଅନ୍ୟାନ୍ୟ ଆନୁସାଙ୍ଗିକ କାମ ପାଇଁ ଦକ୍ଷ ମାନବସମ୍ବଳର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଠାରେ ITI ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନୂତନ ITIରେ ୯ଟି ବିଷୟରେ ପ୍ରଶିକ୍ଷଣ ଦିଆଯିବ । ମଞ୍ଜୁର ହୋଇଥିବା ଅର୍ଥରେ Acadiic ଓ Workshop Building ନିର୍ମାଣ କରାଯିବା ସହିତ ବିଭିନ୍ନ ଉପକରଣ ଓ ଯନ୍ତ୍ରପାତି କିଣାଯିବ।