spot_img
Home Blog Page 25

ନିଜର ବିବାହକୁ ନେଇ ସ୍ପଷ୍ଟ କଲେ ରଶ୍ମିକା ଓ ବିଜୟ

ଅଭିନେତା ବିଜୟ ଦେବରାକୋଣ୍ଡା ଓ ରଶ୍ମିକା ମନ୍ଦାନା ଫେବୃଆରୀ ୨୬ରେ ପରସ୍ପରଙ୍କ ହାତ ଧରିବେ । ନିଜର ବିବାହକୁ ନେଇ ଷ୍ଟାର ଦମ୍ପତ୍ତି ସ୍ପଷ୍ଟ କରିଛନ୍ତି । ଉଦୟପୁର ଐତିହ୍ୟ ପ୍ରାସାଦରେ ଦମ୍ପତ୍ତିଙ୍କ ମ୍ୟାରେଜ ସମ୍ପନ୍ନ ହେବ । ଏହି ଓ୍ବେଡିଂର ନାମ ‘Virosh’ ରଖାଯାଇଥିବା ଦମ୍ପତ୍ତି ଉଲ୍ଲେଖ କରିଛନ୍ତି । ନିଜର ବିବାହକୁ ନେଇ ଦମ୍ପତ୍ତିଙ୍କୁ ତରଫରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ । ମାତ୍ର ରବିବାର ଦିନ ଦୁହେଁ ନିଜର ଇନଷ୍ଟାଗ୍ରାମ ଷ୍ଟୋରି ମାଧ୍ୟମରେ ନିଜର ଓ୍ବେଡିଂକୁ ନେଇ ସ୍ପଷ୍ଟ କରିଛନ୍ତି । ଏଥିସହ ତାଙ୍କୁ ଭଲ ପାଇବା ଦେଇ ଆସିଥିବା ଅଗଣିତ ଫ୍ୟାନ୍ସଙ୍କୁ ଦମ୍ପତ୍ତି ଧନ୍ୟବାଦ ଦେଇଛନ୍ତି ।

ଗତବର୍ଷ ଅକ୍ଟୋବର ମାସରେ ରଶ୍ମିକା ଓ ବିଜୟଙ୍କ ନିର୍ବନ୍ଧ ହାଇଦ୍ରାବାଦରେ ହୋଇଥିଲା । ଅକ୍ଟୋବର ୩ରେ ଦୁହେଁ ପରସ୍ପରଙ୍କୁ ରିଙ୍ଗସ ପିନ୍ଧାଇଥିଲେ ।  ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ‘ଗୀତା ଗୋବିନ୍ଦମ’ ଓ ୨୦୧୯ରେ ମୁକ୍ତିଲାଭ କରିଥିବା ‘ଡିୟର କମ୍ରେଡ’ରେ ଅଭିନୟ କରିବା ସମୟରୁ ହିଁ ଦୁହେଁ ଡେଟିଂରେ ଥିବା ଗୁଜବ ଶୁଣିବାକୁ ମିଳିଥିଲା । ଏହା ମଧ୍ୟରେ ସାଉଥ ଇଣ୍ଡଷ୍ଟ୍ରିର ପାଓ୍ବର କପଲ ନିଜର ବିବାହ ପ୍ରସ୍ତୁତି କରିସାରିଛନ୍ତି । କବଲ ନିଜର ଡେଷ୍ଟିନେସନ ଓ୍ବେଡିଂ ପାଇଁ ଉଦୟପୁରରେ ପହଞ୍ଚି ସାରିଛନ୍ତି । ଦୁହିଙ୍କୁ ନିଜର ପରିବାର ସହ ଉଦୟପୁର ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଏୟାରପୋର୍ଟ ବାହାରକୁ ଆସିବା ସମୟରେ ରଶ୍ମିକା ଫ୍ୟାନ୍ସଙ୍କୁ ହାତ ଯୋଡ଼ି ଶୁକ୍ରିଆ ଜଣାଇଥିଲେ ।

ଦୁର୍ଘଟଣା ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨ଛାତ୍ରୀ ; ପରୀକ୍ଷା ସେଣ୍ଟରକୁ ଯିବା ବେଳେ ଦୁର୍ଘଟଣା

ନନ୍ଦିଘୋଷ ବ୍ୟୁରୋ : ଦୁର୍ଘଟଣା ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨ ଛାତ୍ରୀ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଭଣା ନୋଡାଲ ହାଇସ୍କୁଲର ୨ ଜଣ ଦଶମ ଶ୍ରେଣୀ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି l ଛାତ୍ରୀ ଦୁଇ ଜଣ ହେଉଛନ୍ତି ମମତା ମାଝୀ ଓ ଜ୍ୟୋତିପ୍ରଭା ମାଝୀ l ଛାତ୍ରୀ ୨ ଜଣ ବିଷ୍ଣୁପୁର ନୋଡାଲ ହାଇସ୍କୁଲ ସେଣ୍ଟରକୁ ସାଇକେଲ ଯୋଗେ ପରୀକ୍ଷା ଦେବାକୁ ଯାଉଥିଲେ l ସେମାନେ ସ୍କୁଲ ଯିବା ବାଟରେ ବିଷ୍ଣୁପୁର ଛକ ନିକଟରେ ତାଙ୍କୁ ଏକ ମୋଟର ସାଇକେଲ ଧକ୍କା ଦେଇଥିଲା l ଫଳରେ ୨ ଜଣ ଛାତ୍ରୀ ଗୁରୁତର ହୋଇଥିଲେ l ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l ସେଠାରେ ଜ୍ୟୋତିପ୍ରଭାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l  ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି l

ପାରାଦୀପ ତାରିଣୀଗଡ଼ାରେ ଅଘଟଣ ; ୪ମହଲା ବିଶିଷ୍ଟ ନିର୍ମାଣଧିନ କୋଠାରୁ ପଡି ମହିଳା ମୃତ

ପାରାଦୀପ ତାରିଣୀଗଡ଼ାରେ ଅଘଟଣ । ଏକ ଚାରି ମହଲା ବିଲ୍ଡିଂରୁ ପଡ଼ି ମହିଳା ମୃତ । ମୃତ ମହିଳାଙ୍କ ପରିଚୟ ମିଳିନାହିଁ । ବିଲ୍ଡିଂର ଅଧାରେ ଏକ ପାଇପରେ ଲାଗି ରହିଛି କପଡା । ଚାରି ମହଲା ବିଶିଷ୍ଟ କୋଠାଟି କାମ ଚାଲିଥିବା ବେଳେ ଗୋଟିଏ ଘରେ ୯ ଜଣ ଯୁବକ ରହୁଛନ୍ତି । ଛାତ ଉପରେ ମହିଳାଙ୍କ ଚପଲ, ମଶାବତୀ, ସିଗାରେଟ ଓ ଖ‌ଇନି ଜରି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ମହିଳା ସେଠାକୁ କାହିଁକି ଆସିଥିଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ହତ୍ୟା କି ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଥିବା ବେଳେ ପାରଦୀପ ଆଦର୍ଶ ଥାନା ତଦନ୍ତ ଜାରି ରଖିଛି । ଘରେ ରହୁଥିବା ୯ ଜଣଙ୍କ ମଧ୍ୟରୁ ୭ ଯୁବକ ଅଟକଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ ଦୁଇଜଣ ଗତକାଲିଠାରୁ ଘରେ ନଥିଲେ । ଘରେ ଲାଗିଥିବା ସିସିଟିଭି ହାର୍ଡିକ୍ସକୁ ମଧ୍ୟ ଜବତ କରିଛି ପୋଲିସ । ସାଇଣ୍ଟିଫିକ ଟିମ ଆସିଲେ ତ୍ବରାନ୍ବିତ ହେବ ତଦନ୍ତ ।

ଦିଲ୍ଲୀର ଦୁଇଟି ସ୍କୁଲକୁ ବୋମା ଧମକ ; ଦିଲ୍ଲୀ ପୋଲିସର ତଦନ୍ତ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ଦୁଇଟି ସ୍କୁଲକୁ  ବୋମା ଧମକ। ବୋମାରେ ସ୍କୁଲକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ସେହି ଦୁଇଟି ସ୍କୁଲ ହେଲା ଧଉଳା କୁଆଁ ଅଞ୍ଚଳର ଆର୍ମି ପବ୍ଲିକ ସ୍କୁଲ ଓ ଲୋଧି ଲୋଡ୍ ରେ ତିବା ଏୟାରଫୋର୍ସ ବାଲ୍ ଭାରତୀ ସ୍କୁଲ। ଦିଲ୍ଲୀ ପୋଲିସ ଏହାର ତଦନ୍ତ କରୁଛି। ଖବର ପରେ ଅଗ୍ନିଶମ ବାହିନୀ ଯାଇ ପହଞ୍ଚିଥିଲା। କିନ୍ତୁ କୌଣସି ବୋମା କି  ବିସ୍ଫୋରକ ମିଳିନାହିଁ।

ଯାଜପୁର ରୋଡ ସୋଲେଇ ଗାଁରେ ଗୋଷ୍ଠୀ ସଂଘର୍ଷ ; ଜଣେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଯାଜପୁର ଜିଲ୍ଲା ଯାଜପୁର ରୋଡ ସୋଲେଇ ଗ୍ରାମରେ ଗୋଷ୍ଠୀ ସଂଘର୍ଷ । ସଂଘର୍ଷରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଗ୍ରାମରେ ଉତ୍ତେଜନା ଲାଗିରହିଛି । ମୃତା ବୃଦ୍ଧା ଜଣକ ହେଲେ ଗଦାଧର ଆଲଦାଙ୍କ ସ୍ତ୍ରୀ ଜେମା ଆଲଦା ବୋଲି ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୯ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଛଡ଼ାଇବା ନେଇ ହୋଲେଇ ଗ୍ରାମର କମାର ସାହି ଓ ଆଦିବାସୀ ସାହି ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା । ତେବେ ଆଜି ରାତିରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟରେ ଜଣେ ବୃଦ୍ଧା ତଳେ ପଡିଯିବାରୁ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦାନଗଦି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଶୈଳବାଳା କଲେଜକୁ ୟୁନିଭରସିଟି ମାନ୍ୟତା ଦାବି ; ଆଜି ସ୍ଥିର ହେବ ପରବର୍ତ୍ତୀ ରଣନୀତି

ନନ୍ଦିଘୋଷ ବ୍ୟୁରୋ : ତେଜିଛି କଟକ ଶୈଳବାଳା ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦେବା ଦାବିରେ ଆନ୍ଦୋଳନ। ଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଶ୍ବବିଦ୍ୟାଳୟ ମାନ୍ୟତା ଦାବିରେ ୩୦ ଦିନ ଧାରଣା ପରେ ଗେଟରେ ତାଲା ପକାଇ ରାସ୍ତା ଅବରୋଧ କରିଥିଲେ ଛାତ୍ରୀ । ଶନିବାର ସେମାନେ ରାସ୍ତାରୋକ କରିଥିଲେ। ପ୍ରାଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ବୁଝାସୁଝା କରିବା ପରେ ହଷ୍ଟେଲକୁ ଫେରିଥିଲେ ମଧ୍ୟ ଆନ୍ଦୋଳନ ଥମିନାହିଁ ବୋଲି କହିଥିଲେ। ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଜି ଏକ ବୈଠକ ବସିବାର ଅଛି। ଏହି ବୈଠକରେ ସ୍ଥିର ହେବ ରଣନୀତି। ଆଗୁ କଣ  କରାଯିବ, ଦାବି ପୂରଣ ନେଇ କେଉଁ ପନ୍ଥା ଆପଣାଯିବ, ସେ ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ଭିତ୍ତିଭୂମି, ଶିକ୍ଷାର ବାତାବରଣକୁ ଦେଖି ବିଶ୍ବବିଦ୍ୟାଳୟ କଥା ସରକାର ବିଚାର କରିବେ।

ଆଜିଠୁ ବର୍ଷା ସମ୍ଭାବନା ; ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ବର୍ଷା ସମ୍ଭାବନା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଆଜିଠୁ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସୁଦୃଶ ଲଘୁଚାପ କ୍ଷେତ୍ରଟି ସମୁଦ୍ର ପତନରୁ ପ୍ରାୟ ୫.୮ କି.ମି. ପର୍ଯ୍ୟନ୍ତ ବିସ୍ତାରିତ ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଏହା ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି  । ଆଜି ୮ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ସେହିପରି ଆସନ୍ତା କାଲି  ଯାଜପୁର, କଟକ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଓ ଝଟକା ପବନ ବହିପାରେ ।

ଦଣ୍ଡନାଚରେ ଅଶ୍ଳୀଳତାକୁ ନା: ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ

ଦଣ୍ଡନାଚରେ ଅଶ୍ଳୀଳତାକୁ ନା । ଅମାନ୍ୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପ୍ରଶାସନ । ଆୟୋଜକଙ୍କ ବିରୋଧରେ ହେବ ଅପରାଧିକ ମାମଲା । ଏସଓପିକୁ ସବୁ ଯାତ୍ରା ଦଳର ସ୍ବାଗତ । ସାମାଜିକ ନାଟକ ମାଧ୍ୟମରେ ହେବ ମନୋରଞ୍ଜନ । ଆଉ କିଛିଦିନ ପରେ ଆରମ୍ଭ ହେବ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା । ତେବେ ଯାତ୍ରାରେ କିଭଳି ନୃତ୍ୟଗୀତ ପରିବେଷଣ ହେବ ଓ କଳାକାରଙ୍କ ପୋଷାକ କିଭଳି ରହିବ ସେନେଇ ଏସଓପି ଜାରୀ କରିଛି ବ୍ରହ୍ମପୁର ମହାନଗର ନିଗମ । ଯାତ୍ରା କମିଟିକୁ ନେଇ ବିଇଏମସି କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଏନେଇ ଅବଗତ କରାଯାଇଛି । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ରୂପେ ବାରଣ କରାଯିବା ସହ ପାରମ୍ପରିକ ଓ ଧାର୍ମିକ କଥାବସ୍ତୁକୁ ନେଇ ସାମାଜିକ ନାଟକ କରିବାକୁ କୁହାଯାଇଛି । ବନ୍ୟ ଜୀବଜନ୍ତୁ ମାନଙ୍କୁ ଷ୍ଟେଜ ଉପରକୁ ବାରଣ କରାଯାଇଛି । ଆଇନ ଅମାନ୍ୟ କଲେ ଆୟୋଜକଙ୍କ ବିରୋଧରେ ହେବ ଅପରାଧିକ ମାମଲା । ଯେଉଁମାନେ ଦଣ୍ଡଯାତ୍ରା ଆୟୋଜନ କରିବେ ସେମାନେ ପୋଲିସ ଠାରୁ ଅନୁମତି ନେବାକୁ କହିଛନ୍ତି ବ୍ରହ୍ମପୁର ଏସପି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ ହୋଇଥିବା ଏସଓପି ପାଳନ କରିବାକୁ ସମ୍ମତି ଜଣାଇଛି ମହାନଗର ଦଣ୍ଡନାଚ ମହାସଂଘ । ସାମାଜିକ ନାଟକ ପରିବେଷଣ ପାଇଁ ଅନୁମତି ଦେଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି କଳାକାର ଓ ନାଟ୍ୟ ଦଳ । ତେବେ ଦଣ୍ଡଯାତ୍ରା ସମୟରେ ବ୍ରହ୍ମପୁରକୁ ସହର ବାହାର ତଥା ଜିଲ୍ଲାର ବିଭିନ୍ନ ବ୍ଳକରୁ ନାଟ୍ୟଦଳ ମାନେ ଆସିଥାନ୍ତି । ସେମାନଙ୍କୁ ଏସଓପି ବିଷୟରେ ଅବଗତ କରାଆବିକୁ ପରାମର୍ଶ ଦେଇଛି ମହାସଂଘ । ଏସଓପିକୁ ତଦାରଖ କରିବା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଦଣ୍ଡଯାତ୍ରା ସମୟରେ ବୁଲି ବୁଲି ଅନୁଧ୍ୟାନ କରିବ ।

ମୈଦାନରେ ଦମ ଦେଖାଇବେ ପୋଲିସ ବାବୁ: ଆରମ୍ଭ ହେଲା ରାଜ୍ୟ ପୋଲିସ ହକି ଚାମ୍ପିଅନସିପ

ମୈଦାନରେ ଦମ ଦେଖାଇବେ ପୋଲିସ ବାବୁ । ହକି ଷ୍ଟାଡିୟମରେ ଚାଲିବ ଜୋରଦାର ମୁକାବିଲା । ଆରମ୍ଭ ହେଲା ରାଜ୍ୟ ପୋଲିସ ହକି ଚାମ୍ପିଅନସିପ । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଉଦଘାଟିତ ହେଲା ୭୫ ତମ ରାଜ୍ୟ ପୋଲିସ ହକି ଚାମ୍ପିଅନସିପ । ଉଦଘାଟନୀ ଉତ୍ସବରେ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି ଵ୍ରିଜେଶ କୁମାର ରାଏ, ରାଉରକେଲା ଏସପି ନିତେଶ ଓ୍ଵାଧଓ୍ଵାନୀ, ସୁନ୍ଦରଗଡ଼ ଏସପି ଅମ୍ରିତା କାଉର ଓ ରାଉରକେଲା ମହାନଗର ନିଗମ କମିଶନର ଦିନା ଦସ୍ତଗୀର ଅତିଥି ଭାବେ ଯୋଗ ଦେଇଥିଲେ । ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ପୋଲିସ ହକି ଚାମ୍ପିଅନସିପରେ ୪ ଟି ପୁଲରେ ମୋଟ ୧୪ ଟି ଟିମ ଅଂଶ ଗ୍ରହଣ କରିଛନ୍ତି ।

ପୁଲ ଏ ରେ ଚତୁର୍ଥ OSAP ରାଉରକେଲା, କମିସନରେଟ୍ ବି, ସମ୍ବଲପୁର ଓ ସୁନ୍ଦରଗଡ଼ ଟିମ ଅଛନ୍ତି । ପୁଲ ବି ରେ ଷଷ୍ଠ OSAP ବାଟାଲିୟନ କଟକ, OISF ଭୁବନେଶ୍ୱର, ଅଷ୍ଟମ ବାଟାଲିୟନ ଛତ୍ରପୁର ଓ ଚତୁର୍ଥ IRBN ଦେବଗଡ ଟିମ ଅଛନ୍ତି । ପୁଲ ସି ରେ ରାଉରକେଲା, ଦ୍ଵିତୀୟ IRBN ରାୟଗଡ଼ ଓ ପୁରୀ ଟିମ ଅଛନ୍ତି । ପୁଲ ଡି ରେ କମିସନରେଟ୍ ଏ, ତୃତୀୟ ବାଟାଲିୟନ କୋରାପୁଟ ଓ କୋରାପୁଟ ଜିଲ୍ଲା ପୋଲିସ ଟିମ ଅଛନ୍ତି । ସବୁ ଟିମକୁ ନେଇ ଡ୍ରିଲ ଅନୁଷ୍ଠିତ ହୋଉଥିବାବେଳେ ବିଜୟ ନେଇ ଆଶାବାଦୀ ଖେଳାଳି । ୨୨ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଵାକୁ ଥିବା ୭୫ ତମ ରାଜ୍ୟ ପୋଲିସ ହକି ଚାମ୍ପିଅନସିପର ଉଦଘାଟନୀ ଉତ୍ସବରେ ରାଉରକେଲା ପୋଲିସ ଜିଲ୍ଲାର ବରିଷ୍ଠ ପୋଲିସ ଅଫିସରମାନେ ଉପସ୍ଥିତ ଥିଲେ ।

ମହାନଦୀର ଗଭୀର ଜଳରେ ଦୁଃସାହସିକ ଜଳକ୍ରୀଡ଼ା

ମହାନଦୀର ଗଭୀର ଜଳରେ ଦୁଃସାହସିକ ଜଳକ୍ରୀଡ଼ା । ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ସ୍କୁବା ଡାଇଭର ସବୀର ବକ୍ସ । ରାଜ୍ଯର ୫ ଜିଲ୍ଲାରୁ ୧୫୦ NSS ଛାତ୍ରଛାତ୍ରୀ ସାମିଲ । ୬ ଦିନ ଧରି ୧୨ଟି ଇଭେଣ୍ଟରେ ପ୍ରଶିକ୍ଷଣ ନେବେ ଛାତ୍ରଛାତ୍ରୀ । କଟକ ତୁଳସୀପୁର ଡିୟର ପାର୍କ ନିକଟରେ ମହାନଦୀରେ ଆରମ୍ଭ ହୋଇଛି ଏହି ପ୍ରଶିକ୍ଷଣ ଶିବିର । ରାଜ୍ଯର ୫ ଜିଲ୍ଲାରୁ ୧୫୦ NSS ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଛନ୍ତି । ଉଚ୍ଚଶିକ୍ଷା ତଥା କ୍ରୀଡା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜେ ଅତ୍ୟାଧୁନିକ ୱାଟର୍ ସ୍କୁଟରରେ ମହାନଦୀ ଜଳ ଭିତରକୁ ଯାଇ ଶିବିରକୁ ଉଦଘାଟନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ୬ ଦିନ ଧରି ୧୨ ଟି ଇଭେଣ୍ଟରେ ଦୁଃସାହସିକ ଜଳକ୍ରୀଡାର ବିଭିନ୍ନ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ପିଲାମାନେ ଦିନରାତି ମହାନଦୀ ଭିତରେ ଥିବା ପଠାରେ ରହି ନେବେ ଟ୍ରେନିଂ ।

ଆଗରୁ NSSର ସ୍ଥଳଭାଗରେ ବର୍ଷ ତମାମ ଛାତ୍ରଛାତ୍ରୀଙ୍କୁ ନେଇ ଶିବିର ଆୟୋଜିତ ହେଉଥିଲା । ତେବେ ନଦୀନାଳ, ସମୁଦ୍ର ଭରା ଆମ ରାଜ୍ୟର ଉପକୂଳ ଅଞ୍ଚଳର ପିଲାମାନେ ଜଳକ୍ରୀଡାର ବିଶେଷ ଅଭିଜ୍ଞତା ପାଇ ପାରୁ ନଥିଲେ । ତେଣୁ ଏଭଳି ଶିବିର ଦ୍ଵାରା ପ୍ରଥମ ପର୍ଯ୍ୟାୟରେ ଦେଢଶହ ଛାତ୍ରଛାତ୍ରୀ ଜଳକ୍ରୀଡାର କୌଶଳ ଶିକ୍ଷା ଦେବାକୁ ଏପରେ ଏକ ଶିବିର ଆୟୋଜନ କରାଯାଇଛି । ଅନ୍ତର୍ଜାତୀୟ ସ୍କୁବା ଡାଇଭର ସବୀର ବକ୍ସ ଓ ତାଙ୍କ ଟିମ ୬ ଦିନ ଧରି ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବେ । ଏହି ଶିବିରର ସଫଳତା ପରେ ଆଗକୁ ଅନ୍ୟ ଜିଲ୍ଲାର NSS ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ଶିବିର ଆୟୋଜିତ ହେବ ।