spot_img
Home Blog Page 26

ପ୍ରୋତ୍ସାହନ ଅଭାବରୁ ଲୋପ ପାଇବାକୁ ବସିଲାଣି ପରମ୍ପରା

ନନ୍ଦିଘୋଷ ବ୍ୟୁରୋ: କଥାରେ ଅଛି କଳା ବଞ୍ଚିଲେ, କଳାକାର ବଞ୍ଚେ। ରାଜତନ୍ତ୍ର ସମୟରୁ ମୟୂରଭଞ୍ଜରେ କଳାର ସ୍ଵତନ୍ତ୍ର ପରିଚୟ ରହିଆସିଛି । ପାରମ୍ପାରିକ ନୃତ୍ୟ ଗୀତକୁ ବେଶ ଅ।ଦର କରିବା ସହ କଳାକାରଙ୍କୁ ପ୍ରୋତ୍ସାହିତ କରୁଥିଲେ ରାଜା ମହାରାଜା । ସେ ଝୁମର ହେଉ କିମ୍ବା ଛଉ , କଳସ ନୃତ୍ୟ ହେଉ କି ଚାଂଗୁ କିମ୍ବା ଅ।ଦିବାସୀଙ୍କ ଦାସାଏ ନୃତ୍ୟ ଗୀତ। ସବୁର ରହିଛି ସ୍ଵତନ୍ତ୍ର ପରିଚୟ।

ଦୁର୍ଗାପୂଜା ଅବସରରେ ପାରମ୍ପରିକ ବେଶଭୂଷା ସହ ବାଦ୍ୟ ହାତରେ ଧରି ସାନ୍ତାଳ ସଂପ୍ରଦାୟର କଳାକାର ବାହାରିପଡ଼ନ୍ତି ପୋଟପାଟଣା ପାଇଁ । ଗାଁ ଗାଁ ବୁଲି ନୃତ୍ୟ ଗୀତର ତାଳେ ତାଳେ ମାଙ୍କ ଅ।ଗମନୀ ବାର୍ତ୍ତା ଦେଇଥାନ୍ତି। ମାତ୍ର ପ୍ରୋତ୍ସାହନ ଅଭାବରୁ ଲୋପ ପାଇବାକୁ ବସିଲାଣି ଏହି ପରମ୍ପରା। ସମୟ ବଦଳିବା ସହ ବଦଳିଛି କଳାର ପରିଭାଷା।  ଆଧୁନିକତାର ଛାପରେ ହେଉ କିମ୍ବା ପ୍ରୋତ୍ସାହନର ଅଭାବ, ଅନେକ ପାରମ୍ପରିକ ବାଦ୍ୟ, ନୃତ୍ୟ ଗୀତ ନିଜର ସତ୍ତା ହରାଇବାକୁ ବସିଲାଣି। ଏସବୁ ଭିତରେ କଳାକାରଙ୍କ ପାରମ୍ପରିକ କଳା ସଉକ ବଞ୍ଚଇବାରେ ରାହା ଯୋଗାଇଛି ମୟୂରଭଂଜ । ପବିତ୍ର ଦୁର୍ଗାପୂଜା ଅବସରରେ ବିଭିନ୍ନ ଅଂଚଳରୁ କଳାକାର ବାରିପଦା ସହରକୁ ଅ।ସିଥାନ୍ତି। ପାରମ୍ପରିକ ବେଶଭୂଷା ପରିଧାନ କରି ହାତରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ଧରି ବାହାରିପଡ଼ନ୍ତି ରୋଜଗାର ଆଶାରେ । ଗାଁ ଗାଁ ବୁଲି ଲୋକଙ୍କ ମନୋରଞ୍ଜନ କରିବା ସହ ଅର୍ଥ ଉପାର୍ଜନ କରିଥାନ୍ତି । ତେବେ ଆଦିବାସୀ ସଂପ୍ରଦାୟର କଳା ଲୋପ ପାଇବା ପୂର୍ବରୁ ସରକାର ପ୍ରୋତ୍ସାହନ ଯୋଗାଇଦେବା ଜରୁରୀ ହୋଇପଡିଛି।

ଢେଙ୍କାନାଳ ବଡ଼କମର ସେତୁ ଖୋଲିବା ନେଇ ବାଟ ଫିଟିଲା

ଢେଙ୍କାନାଳ : ଦୀର୍ଘ ଅପେକ୍ଷାର ହେବ ଅନ୍ତ । ସାକାର ହେବ ଲକ୍ଷ ଲକ୍ଷ ଲୋକଙ୍କ ସ୍ୱପ୍ନ। ନବୀନ ସରକାରଙ୍କ ଅମଳରେ ପ୍ରାୟ ୧୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଢେଙ୍କାନାଳ ବଡକମର ସେତୁ ଖୋଲିବା ନେଇ ବାଟ ଫିଟିଛି। ସେତୁ ନିର୍ମାଣ ପରେ ମଧ୍ୟ ଜମି ବିବାଦ ଓ ଗ୍ରାମ୍ୟ ଜଙ୍ଗଲକୁ ନେଇ ସମସ୍ୟା ଲାଗି ରହିଥିଲା। ଶାଫରନ୍ କମ୍ପାନୀର ଜମିକୁ ନେଇ ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ବିବାଦର  ଆଂଶିକ ସମାଧାନ ହୋଇଛି। ଫଳରେ ସେତୁ ଖୋଲିବା ନେଇ ବାଟ ଫିଟିଛି।

ଏହି ସେତୁ ଖୋଲିଲେ କେବଳ ଦୁଇ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ସୁଗମ ହେବ ତାହା ନୁହେଁ, ବରଂ ପୂରା ଅଞ୍ଚଳର ଚିତ୍ର ବଦଳିବ । ଜାତୀୟ ରାଜପଥ-୫୫ ସହ ଯୋଡ଼ି ହେବ ଜାତୀୟ ରାଜପଥ-୫୩। ଉପକୃତ ହେବେ ଲକ୍ଷାଧିକ ଲୋକ ।  ତେବେ ସେତୁ ଖୋଲିବା ପୂର୍ବରୁ ବିକଳ୍ପ ରାସ୍ତା, ସୁରକ୍ଷା ଓ ଭାରିଯାନ ଚଳାଚଳକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ଅଞ୍ଚଳବାସୀଙ୍କ ଦାବି, ସେତୁର ସୁରକ୍ଷାକୁ ପ୍ରାଥମିକତା ଦେଇ ସ୍ଥାୟୀ ସମାଧାନ କରାଯାଉ। ବିବାଦର ଆଂଶିକ ସମାଧାନ ପରେ ବଡକମର ସେତୁ ଖୋଲିବା ନେଇ ଆଶା ବଢ଼ିଛି।

ତେବେ କେବେ ଦୂର ହେବ ଏହି ପ୍ରତୀକ୍ଷାର ଅନ୍ତ? କେବେ ଗଡ଼ିବ ସେତୁ ଉପରେ ଗାଡ଼ି? ତାକୁ ଅପେକ୍ଷା…।

ରାଜଧାନୀ ଦିଲ୍ଲୀରେ ଉପରମୁହାଁ ପ୍ରଦଷୂଣ, ୩୦୦ ପାର AQI!

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପ୍ରଦଷୂଣ ସମସ୍ୟା ନେଇ ପ୍ରାୟ ସମସ୍ତେ ଅବଗତ । ପ୍ରତ୍ୟେକ ବର୍ଷ ଶୀତ ଦିନରେ ଏହା ରାଜଧାନୀବାସୀଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥାଏ । ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ପାଗରେ ସାମାନ୍ୟ ପରିବର୍ତ୍ତନ ସ୍ୱାସ୍ଥ୍ୟ ଉପରେ ଘୋର ପ୍ରଭାବ ପକାଇଥାଏ । ବର୍ତ୍ତମାନ ଦିନ ବେଳା ଖରା ଓ ରାତିରେ ହାଲୁକା ଥଣ୍ଡା ପଡୁଥିବା ବେଳେ ପ୍ରଦୂଷଣ ସ୍ତର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ଦିଲ୍ଲୀ ଏନସିଆରର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୦୦ ଅତିକ୍ରମ କରିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ଼କୁ ଆସିଛି ପ୍ରଶାସନ । ଏହାସହ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଇଛି। ପ୍ରଥମ ଥର ଏତେ ଶୀଘ୍ର ଜିଆରଏପି ଲାଗୁ ହୋଇଥିବା ଦିଲ୍ଲୀ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କହିଛନ୍ତି । ଆଗକୁ ରାତିର ତାପମାତ୍ରା ୧୮ ଡିଗ୍ରୀକୁ ଖସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

CPCB ତଥ୍ୟ ଅନୁଯାୟୀ, ପୁସା, ପଞ୍ଜାବୀ ବାଗ ଓ ଗ୍ରେଟର ନୋଏଡାର ନଲେଜ୍ ପାର୍କ ଭଳି ଅଞ୍ଚଳରେ ପ୍ରଦୂଷଣ ସ୍ତର ଚିନ୍ତାଜନକ ଅଟେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବୃଦ୍ଧ ଓ ଶ୍ୱାସ ସମସ୍ୟା ଥିବା ଲୋକଙ୍କୁ ସକାଳ ଓ ସନ୍ଧ୍ୟା ୱାର୍କ କରିବାକୁ ବାରଣ କରିବା ସହ ମାସ୍କ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

ଜିଆରଏପି-୧ ଲାଗୁ ପରେ …

  • ନିର୍ମାଣ ଓ ଭଙ୍ଗାରୁଜା ସ୍ଥଳରେ ଆଣ୍ଟି ସ୍ମଗ୍ ଗନ ବ୍ୟବହାର ଜରୁରୀ ।
  • ହୋଟେଲ, ଢାବା ଓ ରେଷ୍ଟୁରାଣ୍ଟରେ ବ୍ୟବହୃତ ତନ୍ଦୁରି ଭାଟିରେ କାଠ ବା କୋଇଲା ଜଳାଇବା ଉପରେ କଟକଣା ।
  • ରୋଡ଼ରେ ଯେପରି ଧୂଳି ନ ଉଡେ଼ ସେଥି ପାଇଁ ପାଣି ସିଞ୍ଚନ୍ ବ୍ୟବସ୍ଥା ସହ ମେସିନ ଦ୍ୱାରା ସଡ଼କ ସଫା ଅଭିଯାନ ଆରମ୍ଭ ।
  • ଖାଲି ସ୍ଥାନରେ ଶୁଖିଲା ପତ୍ର ଓ ଅଳିଆ ଆବର୍ଜନାରେ ନିଆଁ ଲଗାଇବା ଉପରେ କଟକଣା, ଧରାପଡ଼ିଲେ ଜରିମାନା ।

ବିଜୟା ଦଶମୀ ଅବସରରେ ଶ୍ରୀଜୀଉଙ୍କ ସୁନାବେଶ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିରରେ ପବିତ୍ର ଦଶହରା ବା ବିଜୟା ଦଶମୀ ଅବସରରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଅବକାଶ ନୀତି ପରେ ଚନ୍ଦନ ଲାଗି, ନୂଆଲୁଗା ଲାଗି କରାଯାଇ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ସୁନାବେଶରେ ଭୂଷିତ ହୋଇଥିଲେ।

ଏଥି ସହ ଆଜି ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜା ନୀତି ସମ୍ପର୍ଣ୍ଣ କରାଯାଇଥିଲା। ସକାଳ ଧୂପ ସରିବା ପରେ ଆୟୁଧ ମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯିବା ସହ ମେକାପ ସେବାୟତ ତିନୋଟି ରୂପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ବଡ଼ଦେଉଳକୁ ତିନିଥର ପରିକ୍ରମା କରିବା ପରେ ପୁଷ୍ପାଳକ ସେବକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖଚକ୍ର ଆୟୁଧ ଲାଗି କରିଥିଲେ।

ସେହିପରି ଆଜି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମ ଓ କୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବାର ପରମ୍ପରା ରହିଛି। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

SBI ଉପରେ ସାଇବର ଆଟାକ୍: ୩୮୯୭ ଗ୍ରାହକଙ୍କ ଡ଼ାଟା ଲିକ୍

ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କ ଉପରେ ସାଇବର ଆଟାକ୍ । ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇରେ ଏକ ବଡ଼ ଧରଣର ଡ଼ାଟା ଲିକ୍ ଖବର ସାମ୍ନାକୁ ଆସିଛି । ଫଳରେ ୩,୮୯୭ ଗ୍ରାହକଙ୍କ ଡ଼ାଟା ଡ଼ାର୍କ ୱେବରେ ଲିକ୍ ହୋଇଥିବା ଜଣାପଡ଼ିଛି । ସାଇବର ଠକ ଗ୍ରାହକଙ୍କ ବ୍ୟକ୍ତିଗତ ଚିହ୍ନଟ ତଥ୍ୟ ବା ପିଆଇଏଫକୁ ଚୋରି କରି ଡ଼ାର୍କ ୱେବରେ ଅପଲୋଡ଼ କରିଥିବା ନେଇ ଏସବିଆଇ ପକ୍ଷରୁ ସୂଚନା ମିଳିଛି । କିନ୍ତୁ ଏହି ଘଟଣା ବ୍ୟାଙ୍କର ଅପରେସନ, ଆର୍ଥିକ ପ୍ରଦର୍ଶନ କିମ୍ବା ବ୍ୟବସାୟକୁ ଆଦୌ ପ୍ରଭାବିତ କରିପାରି ନଥିବା ଏସ୍‌ବିଆଇ ସଫେଇ ଦେଇଛି।

ଏନେଇ ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ସାଇବର ଇନସିଡ଼େଣ୍ଟ ରେସପନ୍ସ ଓ କଣ୍ଟେନମେଣ୍ଟ ପ୍ରୋଟୋକଲକୁ ସକ୍ରିୟ କରାଯାଇଛି । ଏହା ସହ ସିଇଆରଟି-ଇନ୍ ଦ୍ବାରା ସ୍ବୀକୃତିପ୍ରାପ୍ତ ଏକ ସ୍ବାଧୀନ ସାଇବର ସୁରକ୍ଷା ଏଜେନ୍ସି ଅଭିଯୋଗ ହୋଇଥିବା ତଥ୍ୟ ଉଲ୍ଲଂଘନ କେଉଁ ପ୍ରକାରର ଓ ଏହାର ପରିସର ନିର୍ଣ୍ଣୟ କରିବା ପାଇଁ ନିୟୋଜିତ ହୋଇଛି। ଏନେଇ ତଦନ୍ତ ଚାଲିଛି । ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଓ ନିୟମ ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବ୍ୟାଙ୍କ କହିଛି । ଗ୍ରାହକଙ୍କ ଡାଟା ଲିକ୍ ଖବର ଗ୍ରାହକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରୁଛି। ଏହି ଘଟଣା ଦ୍ବାରା ବ୍ୟାଙ୍କ କାର୍ଯ୍ୟ ବାଧ୍ୟାପ୍ରାପ୍ତ ହେବ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

 

 

୫ କୋଟିରୁ ଉର୍ଦ୍ଧ୍ୱ ସୁନା ଓ ବିଦେଶୀ ମୁଦ୍ରା ଚୋରା ଚାଲାଣ ବେଳେ ମାଡ଼ି ବସିଲା DRI

ନନ୍ଦିଘୋଷ ବ୍ୟୁରୋ: ସୁନା ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍‌। ୫ ଗିରଫ। ୫ କୋଟି ୮୪ ଲକ୍ଷ ଟଙ୍କାର ସୁନା ଓ ବିଦେଶୀ ମୁଦ୍ରା ଜବତ। ବାଂଲାଦେଶରୁ ବିଦେଶୀ ସୁନା ଚୋରା ଚାଲାଣ କରି କୋଲକାତା ଦେଇ ହାଇଦ୍ରାବାଦକୁ ପଠାଉଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ବା DRI।ଏହି ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ କିଲୋ୧୪୭.୧ ଗ୍ରାମ୍ ବିଦେଶୀ ସୁନା, ୬୦ ହଜାର ଆମେରିକୀୟ ଡଲାର ଓ ୨୧ ହଜାର ୫୦୦ ୟୁରୋ ଜବତ କରାଯାଇଛି। ଜବତ ସାମଗ୍ରୀର ମୋଟ ମୂଲ୍ୟ ପ୍ରାୟ ୫ କୋଟି ୮୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସୂଚନା ଅନୁଯାୟୀ, ବାଂଲାଦେଶରୁ ବିଦେଶୀ ସୁନା ଆଣି କୋଲକାତା ଦେଇ ହାଇଦ୍ରାବାଦକୁ ଚାଲାଣ କରୁଥିବା ଏକ ଗ୍ୟାଙ୍ଗ୍‌ ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ DRIର ହାଇଦ୍ରାବାଦ ଜୋନାଲ୍ ୟୁନିଟ୍‌  ଓ ବିଜୟୱାଡା ରିଜିଓନାଲ୍ ୟୁନିଟ୍‌ ର ଅଧିକାରୀମାନେ ମିଳିତ ଭାବେ ଚଢ଼ାଉ କରିଥିଲେ। ବିଜୟୱାଡା ସହରର ବାହାର ଅଞ୍ଚଳରେ ଏକ ସ୍କର୍ପିଓ ଗାଡ଼ିକୁ ଅଟକାଯାଇ ଯାଞ୍ଚ କରାଯାଇଥିଲା। ଗାଡ଼ିରେ ଏକ ଗୁପ୍ତ ଚାମ୍ବର ଭିତରେ ଲୁଚାଇ ରଖାଯାଇଥିବା ବିଦେଶୀ ମୁଦ୍ରା ଜବତ ହୋଇଥିଲା। ଗାଡ଼ିରେ ଥିବା ଦୁଇ ଜଣଙ୍କୁ ପଚରାଉଚରା କରିବାରୁ ସେମାନେ ବିଜୟୱାଡାର ବାହାର ଅଞ୍ଚଳରେ ସୁନା ହସ୍ତାନ୍ତର କରିଥିବା ସ୍ୱୀକାର କରିଥିଲେ। ଜବତ ବିଦେଶୀ ମୁଦ୍ରା ଚୋରା ଚାଲାଣ ହୋଇଥିବା ସୁନା ବିକ୍ରିରୁ ମିଳିଥିବା ଟଙ୍କାର ଏକ ଅଂଶ ବୋଲି ସେମାନେ କହିଥିଲେ। ଏହାପରେ ତୁରନ୍ତ ଅନ୍ୟ ଏକ ଅଭିଯାନ ଆରମ୍ଭ କରି ହାଇଦ୍ରାବାଦ ଅଭିମୁଖେ ଏକ ଯାତ୍ରୀବାହୀ ବସ୍‌ରେ ଯାଉଥିବା ତିନି ଜଣ ସୁନା ଚାଲାଣକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଏକ ଟୋଲ୍ ପ୍ଲାଜା ନିକଟରେ ସେମାନଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ସେମାନଙ୍କଠାରୁ ପ୍ରାୟ ୩.୧ କିଲୋଗ୍ରାମ ଓଜନର ତିନୋଟି ବିଦେଶୀ ସୁନା ବିସ୍କୁଟ୍ ଜବତ ହୋଇଥିଲା। ସୁନାକୁ ଏକ ଥଳିରେ ରଖି ଅଣ୍ଟାରେ ବାନ୍ଧି ନେଉଥିବା ଜଣାପଡ଼ିଥିଲା।

ଏହି ଚୋରା ଚାଲାଣରେ ସୁନା ସଂଗ୍ରହ ଓ ପରିବହନ ସହ ଜଡ଼ିତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ପରେ ସେମାନଙ୍କୁ ସମ୍ପୃକ୍ତ ଅଞ୍ଚଳର ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯିବା ପରେ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ଏହି ଚୋରା ସୁନା ଚାଲାଣ ରାକେଟ୍‌ରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଓ ଏହାର ଅନ୍ୟ ଲିଙ୍କ୍ ଗୁଡ଼ିକ କେଉଁଠି ରହିଛି, ସେନେଇ DRI ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ବିମାନ ବନ୍ଦରରେ ୩ ଘଣ୍ଟା ଧରି ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିମାନ ବନ୍ଦରରେ ଦୀର୍ଘ ୩ ଘଣ୍ଟା ଧରି ଅଟକ ରହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ । ଏହାସହ ତାଙ୍କଠାରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଘଟଣାକୁ ନେଇ ଜୋର ଧରିଛି ରାଜନୀତି।

ସୂଚନାଥାଉ କି, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ପ୍ୟାରିସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ପରେ ତାଙ୍କୁ ଅଟକ ରଖାଯାଇଥିଲା। ଏନେଇ କେନ୍ଦ୍ର ଉପରେ ବର୍ଷିଛି ଆମ ଆଦମୀ ପାର୍ଟି। ଏପରିକି ତାଙ୍କୁ ଅଟକ ରଖିଥିବା ଅଧିକାରୀମାନେ ଉପର ମହଲରୁ ଚାପ ଯୋଗୁଁ ଅଟକାଇଛନ୍ତି ବୋଲି କହିଥିବା ସୂଚନା ମିଳିଛି। ମାନ୍ ଙ୍କ ବିଦେଶ ଗସ୍ତ ଉପରେ ବାରମ୍ବାର କଟକଣା ଲଗାଯାଉଥିବା ଅଭିଯୋଗ କରିଛି ଆପ । ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ଆପ୍ ନେତା ସୌରଭ ଭରଦ୍ବାଜ। ପ୍ୟାରିସରେ ପଞ୍ଜାବ ସାମଗ୍ରୀର ଲଞ୍ଚ ଲାଗି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ମାନ୍। ମାତ୍ର ସେ ଫେରିବା ପରେ ତାଙ୍କୁ ଜାଣିଶୁଣି ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି । ତେବେ ୫୦ ହଜାର ଟଙ୍କାର ଜରିମାନା କ’ଣ ପାଇଁ ଦିଆଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ପ୍ରଥମେ ପ୍ୟାରିସ ଗସ୍ତ ଲାଗି ଭଗବନ୍ତ ମାନ୍ ଙ୍କୁ ପଲିଟିକାଲ କ୍ଲିୟରାନ୍ସ ଦେଇ ନଥିଲେ କେନ୍ଦ୍ର ସରକାର। ଏହା ବିରୋଧରେ ମାନ୍ ପଞ୍ଜାବ ଓ ହରିଆଣା ହାଇକୋର୍ଟକୁ ଯାଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କ ପଦକ୍ଷେପକୁ ରଦ୍ଦ କରିଥିଲେ।

 

ମୋହନ ଭୁଲିଗଲେ: ନବୀନ ସାଥ୍ ଦେଲେ !

ନନ୍ଦିଘୋଷ ବ୍ୟୁରୋ: ସୌରଭ ଓ ଆଶୁତୋଷଙ୍କ ସପକ୍ଷରେ ବାହାରିଲେ ନବୀନ । ଉଭୟଙ୍କୁ ତୁରନ୍ତ ଛାଡିବାକୁ ଦାବି କଲେ । କକ୍ରୋଚ ଜନତା ପାର୍ଟିର ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ତୁରନ୍ତ ଛଡ଼ାଯାଉ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଛନ୍ତି, କଟକଣା ଲାଗିଥିବା ସ୍ଥାନରେ ବି ଜାତୀୟ ପତାକା ଉଡ଼ାଇଲେ ଏତେ ଦିନ ଧରି ଅଟକ ରଖାଯିବା ଉଚିତ ନୁହେଁ। ସୌରଭ ଓ ଆଶୁତୋଷଙ୍କ ନ୍ୟାୟିକ ହେପାଜତର ସମୀକ୍ଷା କରାଯାଉ। ଦେଶର ଆଇନ କାନୁନ ଓ ସାମ୍ବିଧାନିକ ଅଧିକାର ଉପରୁ ଯୁବ ବର୍ଗଙ୍କ ଭରସା ଯେମିତି ତୁଟି ନ ଯାଏ, ସେଥିପାଇଁ ବିଚାର ବିଭାଗ ଓ ପ୍ରଶାସନ ପଦକ୍ଷେପ ନେବା ଉଚିତ ବୋଲି ଉଲ୍ଲେଖ କରିଛନ୍ତି ନବୀନ ପଟ୍ଟନାୟକ। ଅକ୍ଟୋବର ୧୪ ତାରିଖରେ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରବେଶ ଅଭିଯୋଗରେ ସୌରଭ ଦାସ ଓ ଆଶୁତୋଷ ରାଙ୍କାକୁ ଜେଲ ପଠାଯାଇଛି। କଟକଣା ସତ୍ତ୍ଵେ ସେଠାରେ ଜାତୀୟ ପତାକା ଉଡ଼ାଇବାକୁ ଚେଷ୍ଟା କରିଥିଲେ ଦୁଇ ନେତା। ସେମାନେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଏଯାଏ ବେଲ୍ ମିଳିନି। ପ୍ରଥମେ ୧୯ ତାରିଖ ଯାଏ ପରେ ଆଉ ଦୁଇ ଦିନ ଅର୍ଥାତ ଆସନ୍ତାକାଲି ଯାଏ ସେମାନଙ୍କର ହାଜତ ମିଆଦ ବୃଦ୍ଧି କରିଛନ୍ତି କୋର୍ଟ।

କୋଟିଆ ସୁରକ୍ଷା: ସରକାରଙ୍କ ଉପରେ ବର୍ଷିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: କମିଟିରେ କୋଟିଆ ସୁରକ୍ଷା । ନବୀନଙ୍କ ଚିଠି ପରେ ବର୍ଷିଲା ବିଜେଡି। ସରକାରଙ୍କ ନିରବତାକୁ ନେଇ ଉଠିଲା ପ୍ରଶ୍ନ । କଂଗ୍ରେସ କହିଲା କ୍ଷମତା ପାଇଁ ମାଟି ବଳି ।…କୋଟିଆକୁ ନେଇ ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । କୋଟିଆକୁ ନେଇ ରାଜସ୍ବମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟ କୁଆଡ଼େ ଗଲା ବୋଲି ବିଜେଡି ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିଛନ୍ତି । ଆନ୍ଧ୍ରପ୍ରଦେଶ ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ ଉଠାଉଥିବା ବେଳେ ଓଡ଼ିଶା ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଛି । ବିଜେଡି କହିଛି କେନ୍ଦ୍ରରେ ବିଜେପି, ଓଡ଼ିଶାରେ ବିଜେପି ଏବଂ ଆନ୍ଧ୍ରରେ ଟିଡିପି ସହ ବିଜେପିର ମେଣ୍ଟ । ଟିଡିପି ଓହରିଗଲେ ସଙ୍କଟରେ ପଡ଼ିବ ବିଜେପି ସରକାର। ତିନି ରାଜ୍ୟରେ ଅନୁକୂଳ ରାଜନୈତିକ ସମୀକରଣ ସତ୍ତ୍ୱେ କୋଟିଆ ସମସ୍ୟାର ସମାଧାନ ହେଉନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ଅରୁଣ ସାହୁ । ଓଡ଼ିଆ ଅସ୍ମିତା ବଡ଼ ନା ଦଳୀୟ ସ୍ୱାର୍ଥ ? ଏହି ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି। କୋଟିଆର ସୁରକ୍ଷା ପାଇଁ ସରକାର କେବେ ଠୋସ୍ ପଦକ୍ଷେପ ନେବେ, ତାହା ସ୍ପଷ୍ଟ କରନ୍ତୁ । କେନ୍ଦ୍ରରେ ସରକାର ବଞ୍ଚାଇବା ପାଇଁ ଆନ୍ଧ୍ର ପାଖରେ ଆତ୍ମସମର୍ପଣ କରିଛି ଓଡିଶା ସରକାର ବୋଲି ବିଜେଡି ଅଭିଯୋଗ କରିଛି  । କୋଟିଆ ହେଉଛି ଓଡ଼ିଆ ଅସ୍ମିତାର ଗୋଟିଏ ଉଦାହରଣ । ଅଢେଇ ବର୍ଷରେ ଓଡ଼ିଆ ଅସ୍ମିତାକୁ କେତେ ବିଜେପି ସରକାର ବଞ୍ଚାଇଛନ୍ତି ତାହା କୋଟିଆ ପ୍ରସଙ୍ଗରେ ସ୍ପଷ୍ଟ ବୋଲି ବିଜେଡି କହିଛି ।

କୋଟିଆରେ ଆନ୍ଧ୍ର ନିର୍ବାଚନ କରୁଥିବା ବେଳେ ଓଡିଶା ସରକାର ନିରବଦଷ୍ଟା ସାଜିବାକୁ ନେଇ ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । କ୍ଷମତା ପାଇଁ ବିଜେପି ମାଟିକୁ ବିକ୍ରି କରିଦେଲା ବୋଲି କଂଗ୍ରେସ କହିଛି ।  ଯେଉଁ ସରକାର ନିଜ ମାଟିକୁ ବଞ୍ଚାଇପାରୁନାହିଁ ସେ ଓଡିଶାବାସୀଙ୍କ ପାଇଁ କଣ କରିବ । ବିଜେପି ସରକାର ରାଜ୍ୟରେ ରବର ଷ୍ଟାମ୍ପ ହୋଇ ଚାଲିଛି ବୋଲି କଂଗ୍ରେସ କହିଛି ।  ରାଜସ୍ବ ମନ୍ତ୍ରୀ ଓ ଆଇନ ମନ୍ତ୍ରୀ କାହିଁକି ତୁରନ୍ତ କୋଟିଆ ଯାଉନାହାନ୍ତି।  ନବୀନ ପଟ୍ଟନାୟକ ଯାହା କହିଛନ୍ତି ଠିକ କହିଛନ୍ତି । ଟିଡିପି ଯଦି ବିଜେପି ଠାରୁ ସମର୍ଥନ କାଢିନେବ ତେବେ ବିଜେପି ସରକାର କେନ୍ଦ୍ରରେ ଭାଙ୍ଗିଯିବ ବୋଲି କହିଛନ୍ତି କଂଗ୍ରେସ । ସେପଟେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସର ଅଭିଯୋଗ ଉପରେ ଜବାବ ରଖିଛି ଶାସକ ଦଳ ।

କୋଟିଆରେ ଥିବା ଖଣି ସମ୍ପଦ ଉପରେ ଆନ୍ଧ୍ର ସରକାର ଆଖି ପଡିଛି । ଆନ୍ଧ୍ର ଓଡ଼ିଶାରେ ଅନୁପ୍ରବେଶ କରୁଛି । ଓଡିଶା ସରକାରଙ୍କ ଅସମ୍ଭବ ନିରବତା ନେଇ ପୂରା ଓଡିଶାରେ ଉଠିଛି ପ୍ରତିବାଦର ସ୍ବର। ବିଜେପିକୁ ବିରୋଧୀଙ୍କ ପ୍ରଶ୍ନ, ଓଡ଼ିଆ ଅସ୍ମିତା କଣ ନିଜ ମାଟି ଅନ୍ୟ ରାଜ୍ୟକୁ ଟେକିଦେବା ।

ରିଲାଏନ୍ସର ତେଲରେ ଆମେରିକାର ଲୋଭ !

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଆମେରିକା ମଧ୍ୟରେ ହୋଇପାରେ ବଡ଼ ଶକ୍ତି ସହଯୋଗ। ଯଦିଓ ସରକାର – ସରକାର ମଧ୍ୟରେ ଆଲୋଚନା ହୋଇନି, ଏହା ସିଧା ଆମେରିକା ଓ ରିଲାଏନ୍ସ କମ୍ପାନି ମଧ୍ୟରେ ଆଲୋଚନା ହେବାର ଅଛି। ଆଜି ଭାରତରେ ପହଞ୍ଚିଛନ୍ତି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ। ଆସନ୍ତାକାଲି ସେ ଗୁଜରାଟ ଜାମନଗର ଯିବେ। ରିଲାଏନ୍ସର ତେଲ ବିଶୋଧନାଗାର ପରିଦର୍ଶନ କରିବେ। ଏହି ସମୟରେ ଶକ୍ତି ସୁରକ୍ଷା ନେଇ ଆଲୋଚନା ହେବ ବୋଲି ସେ ସଂକେତ ଦେଇଛନ୍ତି। ଭେନଜୁଏଲାର ତେଲକୁ ଜାମନଗରରେ ବିଶୋଧନ କରିବାର ପ୍ରସ୍ତାବ ମିଳିପାରେ। ଆମେରିକାରେ ମଧ୍ୟ ଏକ ବଡ଼ ବିଶୋଧନାଗାର ପ୍ରତିଷ୍ଠା କରିବାରେ ନିବେଶ କରୁଛି ରିଲାଏନ୍ସ। ଜାମନଗର ଯିବା ପୂର୍ବରୁ ଆଜି ମୁମ୍ଵାଇରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିଛନ୍ତି ମାର୍କୋ ରୁବିଓ। ରୁଷିଆର ତେଲ କିଣିବା ନେଇ ବି ଭାରତ ପ୍ରତି କୋହଳ ମନୋଭାବ ଦେଖାଇଛନ୍ତି ମାର୍କୋ। ରୁବିଓଙ୍କ ଏହି ଗସ୍ତ ସମୟରେ ପ୍ରସ୍ତାବିତ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ଶକ୍ତି ସମ୍ପର୍କ ଏବଂ ପ୍ରତିରକ୍ଷା ସହଯୋଗ ଏଜେଣ୍ଡାର ପ୍ରମୁଖ ରହିବ ବୋଲି ଆଶା କରାଯାଉଛି ।

ଏହି ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେରିକା ଶୁଳ୍କ ଏବଂ ଭାରତ ଦ୍ବାରା ଋଷୀୟ ତୈଳ କ୍ରୟକୁ ନେଇ ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍ ମଧ୍ୟରେ ସମ୍ପର୍କ କିଛି ବାଧାପ୍ରାପ୍ତ ହୋଇଛି । ତେଣୁ ଉଭୟ ପକ୍ଷ ଏହି ପାର୍ଥକ୍ୟକୁ ଅତିକ୍ରମ କରି ସେମାନଙ୍କର ସହଭାଗୀତାକୁ ସୁଦୃଢ କରିବା ପାଇଁ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ଏହି ବାଣିଜ୍ୟ ଚୁକ୍ତି  ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ହେବାର ସମ୍ଭାବନା ରହିଛି , ଯାହା ସମ୍ପ୍ରତି ଆମେରିକୀୟ ଅଧିକାରୀମାନେ ସଙ୍କେତ ଦେଇଛନ୍ତି ଯେ, ଦୁଇ ଦେଶ ଏକ ଚୁକ୍ତିନାମାରେ ପହଁଚିବାର ନିକଟର ।  ତେବେ ଗୁରୁତ୍ବପୂର୍ଣ୍ଣ  ପ୍ରଯୁକ୍ତିବିଦ୍ୟାରେ ସହଯୋଗ ସହିତ ଶକ୍ତି ସହଯୋଗ ଏବଂ ପ୍ରତିରକ୍ଷା ସମ୍ପର୍କ ମଧ୍ୟ ଆଲୋଚନାରେ ସ୍ଥାନ ପାଇବା ନେଇ ଆଶା କରାଯାଉଛି ।