ଭୁବନେଶ୍ବର : ରାଜଧାନୀରେ ପୁଣି ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା। ଧିରିକୁଟି ବସ୍ତିରେ ଘରେ ପଶିଗଲା କାର୍। ଲୋକେ ଶୋଇଥିବା ବେଳେ ଦ୍ରୁତ ଗତିରେ ଘରେ ପଶିଗଲା କାର । ଭାଙ୍ଗିଲା ଘର ପାଚେରି, କାନ୍ଥ ଓ ଗାଧୁଆ ଘର। ଗାଡ଼ିଟିର ଚାରିପଟୁ ଭାଙ୍ଗିରୁଜି ହୋଇଛି ଚୁରମାର୍। ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୭ଜଣ ସଦସ୍ୟ। ୭ଜଣଙ୍କ ମଧ୍ୟରେ ଥିଲା ୧୫ଦିନର ଶିଶୁପୁତ୍ର। ନିଶାସକ୍ତ ଅବସ୍ଥାରେ ଥିଲା କାର ଡ୍ରାଇଭର। ଘଟଣା ସ୍ଥଳରେ ପହଞ୍ଚି ୩ଟି ପିଶିଆର୍ ଟିମ କରିଛି ଛାନବିନ। Xuv କାରରେ ଫସି ରହିଥିବା ଡ଼୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଲା ପିସିଆର୍ ଟିମ୍। ଡ଼୍ରାଇଭରଙ୍କ ପରିଚୟ ସ୍ପଷ୍ଟ ହୋଇ ନଥିବା ବେଳେ ମଞ୍ଚେଶ୍ଵର ଥାନା ପୋଲିସର ଛାନଭିନ ଚଳାଇଛି ।
ଖରାଦିନେ ପାରମ୍ପରିକ ପୋଷାକରେ କିପରି ଅନୁଭବ କରିବେ ଆରାମଦାୟକ? ଜାଣନ୍ତୁ ୫ଟି ସହଜ ଟିପ୍ସ
ନନ୍ଦିଘୋଷ ବ୍ୟୁରୋ: ଖରାଦିନେ ଶାଢ଼ି କିମ୍ବା ସୁଟ୍ ପିନ୍ଧିବା ବେଳେ ଅନେକ ସମୟରେ ଗରମ ଓ ଅସୁବିଧା ଅନୁଭବ ହୋଇଥାଏ। ତେବେ କିଛି ସରଳ ଫ୍ୟାଶନ୍ ଟିପ୍ସ ଅନୁସରଣ କଲେ ଆପଣ ଷ୍ଟାଇଲ୍ ସହ ଆରାମକୁ ମଧ୍ୟ ବଜାୟ ରଖିପାରିବେ।
୧. ହାଲୁକା ଓ ସହଜ ଅନୁଭବ କରୁଥିବା କପଡ଼ା ବାଛନ୍ତୁ
କପା, ଲିନେନ୍, ମସଲିନ୍, ସିଫନ୍ ଓ ଚନ୍ଦେରୀ ଭଳି କପଡ଼ା ଗରମ ଦିନରେ ଶରୀରକୁ ଆରାମ ଦେଇଥାଏ। ଏହି କପଡ଼ାରେ ତିଆରି ସୁଟ୍ କିମ୍ବା ଶାଢ଼ି ହେଉଛି ଉତ୍ତମ ବିକଳ୍ପ।
୨. ଭାରୀ କାମ ବଦଳରେ ମିନିମାଲ୍ ଡିଜାଇନ୍ ଚୟନ କରନ୍ତୁ
ଅଧିକ ଏମ୍ବ୍ରୋଡେରି କିମ୍ବା ଭାରୀ କାମ ଥିବା ପୋଷାକ ଗରମକୁ ବଢ଼ାଇପାରେ। ସରଳ ଓ ସୂକ୍ଷ୍ମ ଡିଟେଲିଂ ଥିବା ପୋଷାକ ଅଧିକ ଏଲିଗାଣ୍ଟ ଲାଗେ।
୩. ପେଷ୍ଟେଲ୍ ଓ ହାଲୁକା ରଙ୍ଗ ପିନ୍ଧନ୍ତୁ
ଆକାଶୀ ନୀଳ, ପୁଦିନା ସବୁଜ, ବେବି ପିଙ୍କ, ଲାଭେଣ୍ଡର କିମ୍ବା ହାଲୁକା ହଳଦିଆ ରଙ୍ଗ ଗ୍ରୀଷ୍ମ ପାଇଁ ସର୍ବୋତ୍ତମ। ଏଗୁଡ଼ିକ ଗରମ କମ୍ ଶୋଷଣ କରିଥାଏ।
୪. ଢିଲା ଫିଟ୍ ପୋଷାକକୁ ପ୍ରାଥମିକତା ଦିଅନ୍ତୁ
ଅତ୍ୟଧିକ ଟାଇଟ୍ ପୋଷାକ ଗରମରେ ଅସୁବିଧା ସୃଷ୍ଟି କରେ। ପାଲାଜୋ, ଶାରାରା କିମ୍ବା ଢିଲା ସିଲୁଏଟ୍ ସୁଟ୍ ଆପଣଙ୍କୁ ଆରାମଦାୟକ ଅନୁଭୂତି ଦେବ।
୫. ଗହଣାରେ ରଖନ୍ତୁ ମିନିମାଲ୍ ଲୁକ୍
ଭାରୀ ହାର ଓ ଗହଣା ବଦଳରେ ଛୋଟ କାନଫୁଲ, ନାଜୁକ ଚେନ୍ କିମ୍ବା ସିମ୍ପଲ୍ ରିଙ୍ଗ ବାଛନ୍ତୁ। ଏହା ଆପଣଙ୍କ ଲୁକ୍କୁ ଆକର୍ଷଣୀୟ କରିବା ସହ ଆରାମଦାୟକ ମଧ୍ୟ ରଖିବ।
ଏହି ଗ୍ରୀଷ୍ମରେ ସଠିକ୍ କପଡ଼ା, ରଙ୍ଗ ଓ ଷ୍ଟାଇଲ୍ ବାଛି ଜାତିଗତ ପୋଷାକରେ ରୁହନ୍ତୁ ଷ୍ଟାଇଲିସ୍, ସୁନ୍ଦର ଏବଂ ସମ୍ପୂର୍ଣ୍ଣ ଆରାମଦାୟକ।
ଗୋଟିଏ ଆମ୍ବର ଦାମ ୩ ହଜାର ଟଙ୍କା
ଗୋଟିଏ ଆମ୍ବର ଦାମ ୩ ହଜାର ଟଙ୍କା
ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ଆମ୍ବର ମୂଲ୍ୟ ୩ ହଜାର ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । କିଲେ କି ଦୁଇ କିଲୋ ନୁହେଁ ଆମ୍ବର ଓଜନ ପ୍ରାୟ ୫ କିଲୋଗ୍ରାମ ।ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର ନୂରଜୁହାଁ ଆମ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦୁର୍ଲଭ ଆମ୍ବ କେବଳ ତାର ଅଲଗା ସ୍ୱାଦ ପାଇଁ ନୁହେଁ, ଏହାର ଓଜନ ଏବଂ କମ୍ ମିଳୁଥିବାରୁ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନେକ ସମୟରେ ଗୋଟିଏ ନୂରଜହାଁ ଆମ୍ବର ଓଜନ ୩ ରୁ ୫ କିଲୋଗ୍ରାମ ପର୍ଯ୍ୟନ୍ତ ହୁଏ । ବଜାରରେ ଏହାର ଦାମ ୧୫୦୦ ରୁ ୩୦୦୦ ଟଙ୍କା ପ୍ରତି ପିସ୍ ପର୍ଯ୍ୟନ୍ତ ହୋଇଥାଏ । ଆଲିରାଜପୁର ଜିଲ୍ଲାର କାଠିୱାଡା ଅଞ୍ଚଳରେ ଚାଷ ହେଉଥିବା ଏହି ଖାସ୍ ଆମ୍ବ ବିଷୟରେ ସାରା ଦେଶରେ ଚର୍ଚ୍ଚା ହେଉଛି । ଆମ୍ବ ପ୍ରେମୀ ଓ ମାଳିମାନେ ଏହାକୁ ଦେଖିବା ଏବଂ ସ୍ୱାଦ ନେବା ପାଇଁ ଦୂର ଦୂରାନ୍ତରୁ ଆସୁଛନ୍ତି । ଏହାର ଅଧିକ ଚାହିଦା ପାଇଁ ଲୋକେ ଏହାକୁ ଆଗରୁ ବୁକିଂ କରିଥାନ୍ତି ।
ନୂରଜାହାଁ ଆମ୍ବ କାହାଣୀଟି ବହୁତ ଆକର୍ଷଣୀୟ । ବଗିଚା ମାଲିକ ଶିବରାଜ ସିଂହ ଜାଦବଙ୍କ ଅନୁସାରେ ପ୍ରାୟ ୫୦ ବର୍ଷ ପୂର୍ବେ ତାଙ୍କ ପିତା ଦଇଟି ଭିନ୍ନ ପ୍ରକାରର ଆମ୍ବ ଜାହାଙ୍ଗୀର ଏବଂ ଗୁଜୁରାଟର ପ୍ରସିଦ୍ଧ ରାଜାପୁରୀ ଆମ୍ବକୁ କଲମ କରି ଏକ ନୂଆ ପ୍ରକ୍ରିୟା ବିକଶିତ କରିଥିଲେ । ଏହି ଖାସ୍ ଆମ୍ବକୁ ପରେ ପ୍ରସିଦ୍ଧ ଗାୟିକା ଏବଂ ଅଭିନେତ୍ରୀ ନୁରଜାହାନଙ୍କ ନାମରେ ନାମିତ କରାଯାଇଥିଲା ।
ଏହି ଆମ୍ବର ସବୁଠାରୁ ବଡ଼ ବିଶେଷତ ହେଉଛି ଏହାର ଅସାଧାରଣ ଆକାର । କେତେକ ସମୟରେ ଏହା ଓଜନ ଛୋଟ ପପେଇ ଠାରୁ ମଧ୍ୟ ଅଧିକ ହୋଇଯାଏ । ଏହା ବ୍ୟତୀତ,ଏହାର ରସ, ମିଠା ଏବଂ ସୁଗନ୍ଧ ଏହାକୁ ଅନ୍ୟ ଆମ୍ବଠାରୁ ଭିନ୍ନ କରିଥାଏ । ଏହି କାରଣରୁ ଏହା ଦେଶରେ ସବୁଠାରୁ ଅଧିକ ଲୋକପ୍ରିୟ ଓ ମହଙ୍ଗା ଆମ୍ବ ମଧ୍ୟରେ ଗୋଟିଏ ହୋଇସାରିଛି । ଏହାକୁ ଏକ ଜାତୀୟ ପୁରସ୍କାର ମଧ୍ୟ ମିଳିସାରିଛି । ଶିବରାଜ ସିଂହ ଜାଦବ ଦାବି କରିଛନ୍ତି ଯେ ଦେଶରେ କେବଳ ତିନୋଟି ନୁରଜାହାଁ ଆମ୍ବ ଗଛ ଅଛି ଏବଂ ତିନୋଟି ଗଛ ତାଙ୍କ ବଗିଚାରେ ଅଛି । ସେ କହିଲେ ଯେ ଏହି ଦୁର୍ଲଭ ବିବିଧତାକୁ ବଢ଼େଇବା ପାଇଁ ଅନେକ ପ୍ରୟାସ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ନୂଆ ଚାରା ବିକଶିତ ହୋଇପାରିଲା । ସୀମିତ ଉତ୍ପାଦନ ଯୋଗୁଁ ଏହାର ଉପଲବ୍ଧତା ବହୁତ କମ୍ ରହିଛି । କମ୍ ଉତ୍ପାଦନ ସତ୍ତ୍ୱେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି ।
ଆମ୍ବ ଋତୁ ଆରମ୍ଭ ହେବାମାତ୍ରେ ଦେଶସାରା ଲୋକମାନେ ଏହାର ସୂଚନା ଖୋଜିବା ଆରମ୍ଭ କରନ୍ତି । କେତେବେଳେ ଚାହିଦା ଏତେ ଅଧିକ ଥାଏ ଯେ ଆଗ୍ରହୀ ଲୋକମାନଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିଥାଏ । ଏହାର ବଡ଼ ଆକାର, ବିରଳତା ଓ ସ୍ୱାଦିଷ୍ଟ ସ୍ୱାଦ ଯୋଗୁଁ ନୁରଜାହାଁ ଆମ୍ବ ମଧ୍ୟପ୍ରଦେଶର ବଗିଚାରେ ଏକ ଐତିହ୍ୟର ଅନନ୍ୟ ପ୍ରତୀକ ପାଲଟିଛି ଓ ଦେଶରେ ସବୁଠାରୁ ଲୋକପ୍ରିୟ ଆମ୍ବରେ ଏହାକୁ ବିବେଚନା କରାଯାଇଛି ।
ଆଇସ୍ଡ୍ ଟି ବନାମ ଗରମ ଚା: ଗ୍ରୀଷ୍ମ ଋତୁରେ କେଉଁଟି ସ୍ୱାସ୍ଥ୍ୟ ପାଇଁ ଭଲ? ଜାଣନ୍ତୁ ଆୟୁର୍ବେଦର ମତ
ପ୍ରଚଣ୍ଡ ଗରମ ହେଉ କିମ୍ବା ଶୀତ ଦିନ—ଚା’ ପ୍ରେମୀମାନେ ସେମାନଙ୍କର ପ୍ରିୟ ପାନୀୟକୁ କେବେବି ଛାଡ଼ି ପାରନ୍ତି ନାହିଁ। ଆଜିକାଲି ଲୋକଙ୍କ ଖାଦ୍ୟପେୟ ଅଭ୍ୟାସରେ ଅନେକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ଯୁବପିଢ଼ି (Gen-Z) ପାରମ୍ପରିକ ଗରମ କ୍ଷୀର ଚା’ ବଦଳରେ ଥଣ୍ଡା ଥଣ୍ଡା ‘ଆଇସ୍ଡ୍ ଟି’ (Iced Tea) ପିଇବାକୁ ବେଶ୍ ପସନ୍ଦ କରୁଛନ୍ତି। କିନ୍ତୁ ଆୟୁର୍ବେଦ ଅନୁସାରେ, ଗ୍ରୀଷ୍ମ ଋତୁ ପାଇଁ ଏହି ଦୁଇଟି ମଧ୍ୟରୁ କେଉଁଟି ସବୁଠାରୁ ଉତ୍ତମ ବିକଳ୍ପ? ଆସନ୍ତୁ ଜାଣିବା…
Iced Tea ର ଲାଭ ଓ ସୀମିତତା
ଆଇସ୍ଡ୍ ଟି ବର୍ତ୍ତମାନ ସମୟରେ ଏକ ସତେଜ ଗ୍ରୀଷ୍ମକାଳୀନ ପାନୀୟ ଭାବେ ବେଶ୍ ଲୋକପ୍ରିୟ। ଏହା ଶରୀରକୁ ହାଇଡ୍ରେଟେଡ୍ ରଖିବା ସହ ଏକ କମ୍-କ୍ୟାଲୋରୀ ବିକଳ୍ପ ଭାବେ କାମ କରେ।
-
ସୂର୍ଯ୍ୟ କିରଣରୁ ସୁରକ୍ଷା: ଆଇସ୍ଡ୍ ଗ୍ରୀନ୍ ଟି କିମ୍ବା ବ୍ଲାକ୍ ଟି’ରେ ପ୍ରଚୁର ପଲିଫେନୋଲ୍ (Polyphenols) ଥାଏ, ଯାହା ଚର୍ମର କୋଷଗୁଡ଼ିକୁ ସନବର୍ଣ୍ଣ ଏବଂ ସୂର୍ଯ୍ୟଙ୍କ କ୍ଷତିକାରକ କିରଣରୁ ରକ୍ଷା କରିଥାଏ।
-
ବିଭିନ୍ନ ସ୍ୱାଦ: ଏହା ବଜାରରେ ଭିନ୍ନ ଭିନ୍ନ ଫ୍ଲେଭରରେ ଉପଲବ୍ଧ ଏବଂ ଏହାକୁ ପ୍ରସ୍ତୁତ କରିବା ମଧ୍ୟ ସହଜ।
ଆୟୁର୍ବେଦର ଚେତାବନୀ
ବାହାରେ ମିଳୁଥିବା ଆଇସ୍ଡ୍ ଟି ଦେଖିବାକୁ ଯେତିକି ଆକର୍ଷଣୀୟ, ସ୍ୱାସ୍ଥ୍ୟ ପାଇଁ ସେତିକି ଉପକାରୀ ହୋଇନପାରେ:
-
କୃତ୍ରିମ ମିଠାର ବ୍ୟବହାର: ବଜାରରେ ମିଳୁଥିବା ଆଇସ୍ଡ୍ ଚା’ରେ ଅତ୍ୟଧିକ କୃତ୍ରିମ ମିଠା (Sugar) ଥାଏ। ଏହା ବଦଳରେ ଘରେ ଆଇସ୍ଡ୍ ଟି ପ୍ରସ୍ତୁତ କରି ସେଥିରେ ‘ଖଣ୍ଡ’ (ଅପରିଶୋଧିତ ଚିନି ବା ମିଶ୍ରି) କିମ୍ବା ମହୁ ଭଳି ପ୍ରାକୃତିକ ମିଠା ମିଶାଇବା ଭଲ।
-
କ୍ୟାଫେନ୍ର ପ୍ରଭାବ: ଏଥିରେ ଥିବା କ୍ୟାଫେନ୍ ଶରୀର ଓ ମନ ଉପରେ କେତେକ ନକାରାତ୍ମକ ପ୍ରଭାବ ପକାଇପାରେ।
ଆୟୁର୍ବେଦ ଅନୁସାରେ ଗରମ ବା ଉଷୁମ ଚା’ କାହିଁକି ଶ୍ରେଷ୍ଠ?
ଆୟୁର୍ବେଦ ଅନୁସାରେ, ଯେଉଁ ବ୍ୟକ୍ତିଙ୍କର ତିନୋଟି ଦୋଷ (ବାତ, ପିତ୍ତ ଏବଂ କଫ) ଏବଂ ପାଚନ ଅଗ୍ନି (Digestive Fire) ସନ୍ତୁଳିତ ଥାଏ, ସେ ହିଁ ପ୍ରକୃତ ସୁସ୍ଥ।
-
ପାଚନ କ୍ରିୟା ଉପରେ ପ୍ରଭାବ: ଅତ୍ୟଧିକ ଥଣ୍ଡା ପାନୀୟ (ଯେପରିକି ଆଇସ୍ଡ୍ ଟି) ପିଇବା ଦ୍ୱାରା ଶରୀରର ପାଚନ ଶକ୍ତି ବା ମେଟାବୋଲିଜିମ୍ ଦୁର୍ବଳ ହୋଇଯାଏ। ଏହା ପେଟ ଏବଂ ଗଳାରେ ଜଳାପୋଡ଼ା ସୃଷ୍ଟି କରିପାରେ।
-
ଉଷୁମ ପାନୀୟର ଆବଶ୍ୟକତା: ଆୟୁର୍ବେଦିକ ବିଶେଷଜ୍ଞ ଡାକ୍ତର ଚଞ୍ଚଲ ଶର୍ମାଙ୍କ ଅନୁଯାୟୀ, ଗ୍ରୀଷ୍ମ ଋତୁରେ ଶରୀରକୁ ସୁସ୍ଥ ରଖିବା ପାଇଁ ଅତ୍ୟଧିକ ଥଣ୍ଡା ପାନୀୟ ବଦଳରେ ଉଷୁମ ପାନୀୟ ପିଇବା ଉଚିତ୍। ଗରମ ଚା’ ପିଇବା ଦ୍ୱାରା ଶରୀରର ତାପମାତ୍ରା ପ୍ରଥମେ ସାମାନ୍ୟ ବଢ଼େ, କିନ୍ତୁ ପରେ ଏହା ଶରୀରକୁ ଭିତରୁ ସନ୍ତୁଳିତ ଏବଂ ଥଣ୍ଡା କରିବାରେ ସାହାଯ୍ୟ କରେ।
ହର୍ବାଲ୍ ବା ମସଲା ଚା’ର ଚମତ୍କାରୀ ଗୁଣ
ଆୟୁର୍ବେଦରେ କ୍ଷୀର ଚା’ ବଦଳରେ ପ୍ରାକୃତିକ ମସଲା ମିଶ୍ରିତ ହର୍ବାଲ୍ ଚା’ ପିଇବାକୁ ସବୁଠାରୁ ଭଲ ବୋଲି କୁହାଯାଇଛି:
ପ୍ରାକୃତିକ ଶକ୍ତି: ହର୍ବାଲ୍ ଚା’ରେ କ୍ୟାଫେନ୍ ନଥାଇ ମଧ୍ୟ ଏହା ସ୍ନାୟୁତନ୍ତ୍ରକୁ ସତେଜ କରେ, ରକ୍ତ ସଞ୍ଚାଳନ ବଢ଼ାଏ ଏବଂ ମାନସିକ ଶାନ୍ତି ପ୍ରଦାନ କରେ।
ଔଷଧୀୟ ଗୁଣ: ଚା’ରେ ଅଦା ବ୍ୟବହାର କରିବା ଦ୍ୱାରା ହଜମ ପ୍ରକ୍ରିୟା ଉନ୍ନତ ହୁଏ ଏବଂ ଡାଲଚିନି ରକ୍ତରେ ଶର୍କରା (Sugar) ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
ଆଣ୍ଟିଅକ୍ସିଡାଣ୍ଟରେ ଭରପୂର: ଚା’ରେ ଲବଙ୍ଗ ମିଶାଇବା ଦ୍ୱାରା ଶରୀରକୁ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଏଥିରେ ଥିବା ଆଣ୍ଟିଭାଇରାଲ୍ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ଗ୍ରୀଷ୍ମ ଦିନେ ଡାଏଟ୍ କୋକ୍ କିମ୍ବା ବଜାରର କେମିକାଲ୍ ଯୁକ୍ତ ଆଇସ୍ଡ୍ ଟି ପିଇବା ବଦଳରେ ଘରେ ତିଆରି ହର୍ବାଲ୍ ଚା’ କିମ୍ବା ସାଧାରଣ ଉଷୁମ ପାନୀୟ ଗ୍ରହଣ କରିବା ଆପଣଙ୍କ ପେଟ ଏବଂ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଉତ୍ତମ ପଦକ୍ଷେପ।
କେନ୍ଦୁଝରରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ଏନକାଉଣ୍ଟର
ନନ୍ଦିଘୋଷ ବ୍ୟୁରୋ: କେନ୍ଦୁଝରରେ ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକକୁ ଏନକାଉଣ୍ଟର । ଡାହାଣ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ପରେ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ଏସସିବିରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ ଉପରେ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟର୍ କରିଛି ପୋଲିସ । ପ୍ରଭାତ ନାଁରେ ବିଭିନ୍ନ ଥାନାରେ ୪୦ ରୁ ଉର୍ଦ୍ଧ୍ୱ ମାମଲା ରହିଛି। କିଛି ଦିନ ପୂର୍ବରୁ ବନ୍ଧୁକ ମୁନରେ ଆଠ ଲକ୍ଷ ଅଠର ହଜାର ଟଙ୍କା ଡକାୟତି ଘଟଣାରେ ସମ୍ପୃକ୍ତ ପ୍ରଭାତକୁ ଟାଙ୍ଗରାଣୀରୁ ଗିରଫ୍ କରିଥିଲା ସଦର ଥାନା ପୋଲିସ। ଗିରଫ ପରେ ତା ଠାରୁ ୧୨ ହଜାର ଟଙ୍କା ଜବତ କରିଥିଲା ପୋଲିସ। ବାକି ପଇସା ସଦର ଥାନା ମହୁଲଡିହା ଜଙ୍ଗଲରେ ରଖିଥିବା କହିଥିଲା । ପୋଲିସ ତାକୁ ମହୁଲଡିହା ଜଙ୍ଗଲକୁ ନେଇଥିଲା। ଗାତରୁ ଟଙ୍କା ବାହାର କରିବା ବେଳେ ଲୁଚାଇ ରଖିଥିବା ଦେଶୀ ବନ୍ଧୁକରୁ ସେ ପୋଲିସ ଉପରକୁ ଫାଇରିଂ କରିଥିଲା । ପୋଲିସର ପାଲଟା ଗୁଳିରେ ଗୁରୁତର ହୋଇଛି ପ୍ରଭାତ। …

