spot_img
Home Blog Page 2592

ସୈନ୍ୟ ପ୍ରତ୍ୟାହାର କରିବାକୁ ଭାରତକୁ ମାଳଦ୍ବୀପର ଆହ୍ବାନ

ନୂଆଦିଲ୍ଲୀ: ମାଳଦ୍ବୀପରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେବା ଲାଗି ଭାରତକୁ ଆହ୍ବାନ ଜଣାଇଛନ୍ତି ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଭାରତ ମହାସାଗର ଅନ୍ତର୍ଗତ ତଥା କୌଶଳଗତ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମାଳଦ୍ବୀପର ୮ମ ରାଷ୍ଟ୍ରପତି ମୁଇଜୁ ଭାରତକୁ ଏହି ଆହ୍ବାନ ଜଣାଇଛନ୍ତି । ଭାରତର କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁଙ୍କ ସହ ସାକ୍ଷାତ ବେଳେ ମାଳଦ୍ବୀପରୁ ଭାରତୀୟ ସୈନ୍ୟ ପ୍ରତ୍ୟାହାର ଲାଗି ତାଙ୍କ ଦେଶବାସୀ ଚାହାଁନ୍ତି ବୋଲି ସେ କହିଥିଲେ ।

ଏହି ପ୍ରସଙ୍ଗକୁ ବି ସେ ନିର୍ବାଚନ ଇସ୍ୟୁ କରିଥିଲେ । ଗତବର୍ଷ ହୋଇଥିବା ନିର୍ବାଚନରେ ମୁଇଜୁ ୫୪ ପ୍ରତିଶତ ଭୋଟ ପାଇଥିବାବେଳେ ପ୍ରତିଦ୍ବନ୍ଦ୍ବୀ ତଥା ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି ୪୬ ପ୍ରତିଶତ ଭୋଟ ପାଇଥିଲେ । ମାଳଦ୍ବୀପ ସହ ଦ୍ବିପାକ୍ଷିକ ସମ୍ପର୍କ ନେଇ ଭାରତ ଓ ଚୀନ ମଧ୍ୟରେ ପ୍ରତିଯୋଗିତା ଚାଲିଆସିଛି । ପ୍ରୋଗ୍ରେସିଭ ପାର୍ଟି ଅ ମାଲଡିଭିସ ଓ ପିପୁଲ୍ସ ନ୍ୟାସନାଲ କଂଗ୍ରେସ ମେଣ୍ଟ ପକ୍ଷରୁ ମୁଇଜୁ ନିର୍ବାଚିତ ହୋଇଛନ୍ତି । ଏହି ମେଣ୍ଟ ଚୀନ ସମର୍ଥକ ।

ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ଭାରତ ସପକ୍ଷବାଦୀ ଥିଲେ । ୨୦୧୩-୨୦୧୮ରେ ଅବଦୁଲ୍ଲା ୟେମେନ ଗାୟୁମ ରାଷ୍ଟ୍ରପତି ଥିବାବେଳେ ଚୀନ ସହ ମାଳଦ୍ବୀପର ସମ୍ପର୍କ ଘନିଷ୍ଠ ହୋଇଥିଲା । ଚୀନର ବେଲଟ୍ ଆଣ୍ଟ ରୋଡ ଇନସିଏଟିଭିରେ ବି ସାମିଲ ହେବା ଲାଗି ୨୦୧୭ରେ ରାଜି ହୋଇଥିଲା ମାଳଦ୍ବୀପ ।

ମାଳଦ୍ବୀପରେ ଭାରତର କେତେ ସଂଖ୍ୟକ ସୈନ୍ୟ ଅଛନ୍ତି ତାହା ଜଣାପଡି ନଥିଲେ ମଧ୍ୟ ନିଜର ସାର୍ବଭୌମତ୍ବ ଦୃଷ୍ଟିରୁ ଭାରତୀୟ ସୈନ୍ୟଙ୍କ ପ୍ରତ୍ୟାହାର କରାଯାଉ ବୋଲି ଦାବି କରୁଛନ୍ତି ରାଷ୍ଟ୍ରପତି । ଭାରତୀୟ ବିମାନକୁ ସହାୟତା କରିବା ଲାଗି ମାଳଦ୍ବୀପରେ ୭୫ ଜଣ ଭାରତୀୟ ସୈନ୍ୟଙ୍କୁ ଅବସ୍ଥାପିତ କରାଯାଇଛି ବୋଲି ୨୦୨୧ରେ କହିଥିଲା ମାଳଦ୍ବୀପ ପ୍ରତିରକ୍ଷା ବାହିନୀ । ଜରୁରୀ ସ୍ଥିତିରେ ମେଡିକାଲ ସେବାଜନିତ ରେସ୍କ୍ୟୁ, ଉପକୂଳ ଅଞ୍ଚଳରେ ସର୍ଭେଲାନ୍ସ ଓ ଡ୍ରଗସ ଚୋରା ଚାଲାଣ ରୋକିବା ଲାଗି ଭାରତ ଏହି ସୈନ୍ୟଙ୍କୁ ମୁତୟନ କରି ରଖିଆସିଛି ।

ବିଶ୍ବକପ୍ ଫାଇନାଲ: ଟିମ୍ ଇଣ୍ଡିଆର ୪ ଗେମ୍ ଚେଞ୍ଜର, କରିବେ କଙ୍ଗାରୁ ଶିକାର

ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ବିଶ୍ବକପର ଫାଇନାଲ ଟକ୍କର । ଏଥର ଟିମ୍ ଅଷ୍ଟ୍ରେଲିଆକୁ ଫାଇନାଲରେ ହରାଇ ୨୦୦୩ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଭାରତୀୟ ଟିମ୍ । ୧୦ରୁ ୧୦ ମ୍ୟାଚ୍ ଜିତି ଫାଇନାଲକୁ ଆସିଥିବା ରୋହିତ ବାହିନୀ ପୂରା ଜୋସରେ ଅଛନ୍ତି । ଲିଗ୍ ପର୍ଯ୍ୟାୟରେ କଙ୍ଗାରୁ ଶିକାର କରିତିବା ଟିମ୍ ଇଣ୍ଡିଆ ଏହାକୁ ଦୋହରାଇ ତୃତୀୟ ଥର ପାଇଁ ବିଶ୍ବକପ୍ ମୁକୁଟ ପିନ୍ଧାବା ଲକ୍ଷ୍ୟରେ ରହିଛି । ତେବେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହାଲକାରେ ନେଇ ହେବନି । କାରଣ ୫ ଥର ବିଶ୍ବ ଚାମ୍ପିୟନ ସ୍ଥିତି ଯେମିତି ବି ଥାଉ ମ୍ୟାଚର ମୋଡ଼ ବଦଳାଇବାକୁ ସକ୍ଷମ । ଏବେ ଭାରତୀୟ ଟିମ୍ ପୂରା ଫର୍ମରେ ଥିବା ବେଳେ ସେହି ୪ ଖେଳାଳି ଯିଏ କଙ୍ଗାରୁକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଧୁଳି ଚଟାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଇରହିଛି । ତେବେ ଆସନ୍ତୁ ଜାଣିବା ଭାରତର ଏହି ୪ ଗେମ୍ ଚେଞ୍ଜରଙ୍କ ସମ୍ପର୍କରେ ଓ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ବିଶ୍ବକପ୍ ପରଫରମାନ୍ସ ଉପରେ ।

ରୋହିତ ଶର୍ମା: ଷ୍ଟ୍ରାଇକ ୧୨୪ ରେଟରୁ ଅଧିକ, ଦୁଇଟି ମ୍ୟାଚରେ ଫେଲ୍

ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟରୁ ଯଦିଓ ଶତକୀୟ ପାରି ଦେଖିବାକୁ ମିଳିନି, ତଥାପି ତାଙ୍କ ଦମଦାର ଷ୍ଟ୍ରାଟ୍, ଭାରତକୁ ବଡ଼ ସ୍କୋର କରିବାକୁ ପ୍ଲାଟଫର୍ମ ଯୋଗାଇଛି । ବିଶ୍ବକପରେ ୧୦ଟି ମ୍ୟାଚରେ ୫୫ ପ୍ରତିଶତ ଆଭରେଜ ଓ ୧୨୪.୧୫ ଷ୍ଟ୍ରାଇକରେଟ୍ରେ ୫୫୦ ରନ୍ କରିସାରିଛନ୍ତି । ବଡ଼ କଥା ହେଲା ୫୫୦ ରନରୁ ୪୧୬ ରନ୍ ବାଉଣ୍ଡ୍ରି ମାରି ହାସଲ କରିଛନ୍ତି ରୋହିତ । କେବଳ ଦୁଇଟି ମ୍ୟାଚରେ ୪୦ରୁ କମ୍ ରନ୍ କରିଛନ୍ତି ।

ପାଓ୍ବାର ପ୍ଲେରେ ରୋହିତଙ୍କ ଷ୍ଟ୍ରାଇକରେଟ୍ ୧୩୩ ରହିଛି । ପାଓ୍ବାର ପ୍ଲେରେ ୪୨ ଚୌକା ଓ ୨୧ ଛକା ମାରି ସାରିଛନ୍ତି । ଯଦି ଫାଇନାଲରେ ରୋହିତଙ୍କ ବ୍ୟାଟ୍ ଏମିତି କଥା କୁହେ, ତେବେ ଟିମ୍ ଇଣ୍ଡିଆର ପଥ ସୁଗମ ହୋଇଯିବ ଓ କଙ୍ଗାରୁ ଟିମର କାମ ସରିଯିବ ।

ବିରାଟ କୋହଲି: ବିଶ୍ବକପରେ ୭୧୧ ରନ୍, ୧୦୧ ରନର ଷ୍ଟ୍ରାଇକ ରେଟ୍

ବିରାଟ କୋହଲି । ଚଳିତ ବିଶ୍ବକପର ଏକ ନମ୍ବର ବ୍ୟାଟ୍ସମ୍ୟାନ । ୧୦ ମ୍ୟାଚରୁ ୮ଟିରେ ୫୦ରୁ ଅଧିକ ରନ୍ କରିଛନ୍ତି । ତାଙ୍କ ବ୍ୟାଟିଂ ଆଭରେଜ ରହିଛି ୧୦୧.୫୭ ପ୍ରତିଶତ । ଦିନିକିଆ ବିଶ୍ବକପ୍ ନକ ଆଉଟରେ ଭାରତ ହାରିବା ଧାରାକୁ ଶତକ ମାରି ଭାଙ୍ଗି ସାରିଛନ୍ତି ।

କୋହଲିଙ୍କୁ ଗୋଟିଏ ପଟେ ଓ୍ବିକେଟ୍ ସମ୍ଭାଳିବା ଦାୟିତ୍ବ ମିଳିଛି । ଲଗାତାର ସିଙ୍ଗିଲ, ଡବଲ ବାହାର କରି ଷ୍ଟ୍ରାଇକ୍ ରୋଟେଟ୍ କରୁଛନ୍ତି । ଯଦି ଦୁଇ ଓପ୍ନର ରୋହିତ ଓ ଗିଲ ଫେଲ ହୁଅନ୍ତି ତେବେ କୋହଲି ମ୍ୟାଚକୁ ସମ୍ଭାଳି ନେବେ । ଲିଗ୍ ପର୍ଯ୍ୟାୟରେ ଭାରତ ୨ ରନର ୩ ଟି ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିବା ବେଳେ କୋହଲି ଅର୍ଦ୍ଧ ଶତକ ମାରିବା ସହ ଭାରତକୁ ବିଜୟୀ କରାଇଥିଲେ ।

ରବୀନ୍ଦ୍ର ଜାଡେଜା: ବୋଲିଂ ଇକୋନମି ୫ରୁ କମ୍, ନେଲେଣି ୧୬ ଓ୍ବିକେଟ୍

୧୦ ମ୍ୟାଚରୁ ରବୀନ୍ଦ୍ର ଜାଡେଜା ୧୬ ଓ୍ବିକେଟ୍ ନେଇ ସାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଜେଡେଜା ୪୩ ମ୍ୟାଚରୁ ୫୬୬ ରନ୍ କରିବା ସହ ୩୭ ଓ୍ବିକେଟ୍ ବି ନେଇଛନ୍ତି । ଜାଡେଜା ଆଇସିସି ଇଭେଣ୍ଟରେ ୫ ଫାଇନାଲରେ ଟିମ୍ ଇଣ୍ଡିଆର ସଦସ୍ୟ ରହିସାରିଛନ୍ତି ।

ଜାଡେଜାଙ୍କୁ ମ୍ୟାନ ଓ୍ବିଥ ଗୋଲ୍ଡେନ ଆର୍ମ କୁହାଯାଇଥାଏ । କେବଳ ବ୍ୟାଟିଂ ଓ ବୋଲିଂ ନୁହେଁ ଦୁନିଆର ଜଣେ ଖତରନାକ ଫିଲ୍ଡର । ତାଙ୍କ ହାତରୁ କ୍ୟାଚ୍ ଖସିବା ତ ମୁସ୍କିଲ, ରନ୍ ନେଲେ ଆଉଟ୍ ନିଶ୍ଚିତ । ଅଷ୍ଟ୍ରେଲିଆର ୪ରୁ ୮ ନମ୍ବର ପର୍ଯ୍ରନ୍ତ ସମସ୍ତ ଖେଳାଳି ଡାହାଣହାତୀ । ଏମାନଙ୍କ ବିପକ୍ଷରେ ଜାଡେଜା ଟିମ୍ ଇଣ୍ଡିଆର ଟ୍ରମ୍ପ କାର୍ଡ ହେବେ ।

ମହମ୍ମଦ ସାମି: ୪ ମ୍ୟାଚ ନଖେଳି ବି ୨୩ ଓ୍ବିକେଟ ସହ ଟପ୍ ବୋଳର

ବିଶ୍ବକପର ପ୍ରଥମ ୪ଟି ମ୍ୟାଚରେ ମହମ୍ମଦ ସାମିଙ୍କୁ ଖେଳିବାକୁ ସୁଯୋଗ ମିଳି ନଥିଲା । ଏହାପରେ ୬ଟି ମ୍ୟାଚରୁ ସେ ୨୩ ଓ୍ବିକେଟ ନେଇ ଟପ୍ ବୋଲର ହୋଇସାରିଛନ୍ତି । ଏହି ବିଶ୍ବକପରେ ୩ ଥର ୫ରୁ ଅଧିକ ଓ୍ବିକେଟ ନେଇ ସାରିଛନ୍ତି । କପିଲ ଦେବ, ଇମରାନ ଖାନ ଓ ରିଚାର୍ଡ ହେଡଲିଙ୍କ ଭଳି ବୋଲର ବି ଏମିତି କାରନାମା କରି ପାରିନାହାନ୍ତି ।

ସାମି ଏହି ବିଶ୍ବକପରେ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ୫୨ଟି ବଲ ପକାଇଛନ୍ତି । ଏଥିରୁ ସେ ୮ ଓ୍ବିକେଟ ହାସଲ କରିଛନ୍ତି । ଅର୍ଥାତ ୯ ଓଭରରୁ କମ ବଲରେ ୮ ଓ୍ବିକେଟ୍ ନେଇଛନ୍ତି । ଅଷ୍ଟ୍ରେଲିଆ ଯିମରେ ଦୁଇ ଓପ୍ନରଙ୍କ ସହ ୪ ଜଣ ବ୍ୟାଟ୍ସମ୍ୟାନ ବାମହାତୀ । ଏହାବାଦ ସାମି ଏହି ବିଶ୍ବକପରେ ପାଓ୍ବାର ପ୍ଲେରେ ୮, ମିଡିଲ ଓଭରରେ ୭ ଓ ଡେଥ ଓଭରରେ ୬ ଓ୍ବିକେଟ୍ ନେଇଛନ୍ତି । ଅର୍ଥାତ ସେ ମ୍ୟାଚର ଯେକୌଣସି ସମୟରେ ଓ୍ବିକେଟ ନେଇ ଅଷ୍ଟ୍ରେଲିଆକୁ ଧୁଳି ଚଟାଇବାକୁ ସକ୍ଷମ ।

ବିଶ୍ବକପ୍ ମହାସମର: ଟସ୍ ଜିତି ଅଷ୍ଟ୍ରେଲିଆର ଫିଲ୍ଡିଂ ନିଷ୍ପତ୍ତି

ଅହମ୍ମଦାବାଦ: ଟସ୍ ପଡ଼ିବ ସହ ବିଶ୍ବକପ୍ ଫାଇନାଲର କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ଅଷ୍ଟ୍ରେଲିଆ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଅର୍ଥାତ ଆଗ ବ୍ୟାଟିଂ କରିବ ଭାରତ । ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଆନନ୍ଦର ମାହୋଲ । କାରଣ ଆଶା କରାଯାଉଥିଲା ଟସ୍ ଜିତିଲେ ଭାରତ ପ୍ରଥମେ ବ୍ୟାଟିଂ କରିବ ।

ଚଳିତ ବିଶ୍ବକପରେ ଭାରତୀୟ ବ୍ୟାଟ୍ସମ୍ୟାନ ଫୁଲ ଫର୍ମରେ ଅଛନ୍ତି । ରୋହିତ, ଗିଲ, ବିରାଟ ଏକା ଏକା ଭାରତକୁ ବଡ଼ ସ୍କୋର ଦେବାକୁ ସକ୍ଷମ । ସେହିପରି ସାମିଙ୍କ ଅଗ୍ନିବର୍ଷା ବୋଲିଂକୁ କଙ୍ଗାରୁ ଦଳ ସାମ୍ନା କେତେଦୂର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ସାମିଙ୍କୁ ସାଥ ଦେବାକୁ ଟିମ୍ ଇଣ୍ଡିଆର ଧୁରନ୍ଦର ବୋଲର ବୁମ ବୁମ ବୁମରା, ସିରାଜ, ଜାଡେଜା ଓ କୁଲଦୀପ ବି ପ୍ରସ୍ତୁତ ।

ବିଶ୍ବକପ୍ ଫାଇନାଲ: ଷ୍ଟାଡିୟମ ବାହାରେ ଜନସମୁଦ୍ର, ପହଞ୍ଚିଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ: ଆଉ କିଛି ସମୟକୁ ଅପେକ୍ଷା । ଆରମ୍ଭ ହେବ କ୍ରିକେଟ ଦୁନିଆର ସବୁଠାରୁ ବଡ଼ ବ୍ୟାଟଲ୍ ‘ବିଶ୍ବକପ୍ ବିଶ୍ବଯୁଦ୍ଧ’ । ଟକ୍କରା ଟକ୍କରି ହେବେ ଦୁଇ ଶକ୍ତିଶାଳୀ ଭାରତ ଓ ଅଷ୍ଟ୍ରେଲିଆ । ୧୦ରୁ ୧୦ ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ପାଖରୁ ୨୦୦୩ ବିଶ୍ବକପ୍ ଫାଇନାଲ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ୍ । ଏପଟେ ମ୍ୟାଚ୍କୁ ନେଇ ସାରା ଦେଶରେ ମାହୋଲ ଗରମ୍ । କେଉଁଠି କିଏ ଉପବାସ ବ୍ରତ ରଖୁଛି ତ ଆଉ କେଉଁଠି ଚାଲିଛି ହୋମଯଜ୍ଞ । ଏପଟେ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଆରମ୍ଭ ହୋଇଗଲାଣି ।

ନରେନ୍ଦ୍ର ମୋଦି ଷ୍ଟାଡିମୟ ଧିରେ ଧିରେ ନୀଳ ରଙ୍ଗରେ ରଙ୍ଗୀନ ହେବାକୁ ଲାଗିଛି । ଷ୍ଟାଡିୟମ ବାହାରେ ବିଭିନ୍ନ ଗେଟ୍ ଆଗରେ ଲାଗି ଗଲାଣି ଭିଡ଼ । ଏମିତି ଲାଗୁଛି ଯେମିତି ଏକ ଜନ ସମୁଦ୍ର ଷ୍ଟାଡିୟମ ମୁହାଁ । ହାତରେ ଜାତୀୟ ପତାକା, ଦେଖରେ ତ୍ରିରଙ୍ଗାର ଚିତ୍ରକୁ ଅଶୋକଚକ୍ର । ଯାହାକୁ ଚାହିଁବ ଦେଖିବ ଦେହରେ ଟିମ୍ ଇଣ୍ଡିଆ ଜର୍ସି ।

ଏପଟେ ଟିମ୍ ଇଣ୍ଡିଆ ମଧ୍ୟ ଷ୍ଟାଡିୟମରେ ପହଞ୍ଚି ସାରିଛି । କଡ଼ା ସୁରକ୍ଷା ବଳୟ ଭିତିରେ ଟିମ୍ ଇଣ୍ଡିଆର କାଫିଲା ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲା । ଟିମ୍ ଇଣ୍ଡିଆ ଗାଡ଼ି ଯାଇଥିବା ରାସ୍ତାର ଉଭୟ ପାର୍ଶ୍ବ ସକାଳୁ ପୂରଣ ହୋଇଯାଇଥିଲା । ଭାରତୀୟ ଖେଳାଳିଙ୍କ ଗୋଟିଏ ଝଲକ ପାଇବାକୁ ପ୍ରଶଂସକ ଅନାଇ ରହିଥିଲେ । ଆଉ ଟିମ୍ ଇଣ୍ଡିଆ ଗାଡି ଯେବେ ରାସ୍ତା ପାର ହେଉଥିଲା, ଇଣ୍ଡିଆ… ଇଣ୍ଡିଆ…  ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ସାରା ଆଞ୍ଚଳ ।

କ୍ରିକେଟ ଫ୍ୟାନଙ୍କ ଅମିତାଭ ବଚ୍ଚନଙ୍କୁ ଅନୁରୋଧ, ବିଶ୍ବକପ୍ ଫାଇନାଲ ଦେଖିବାକୁ ଯାଅନି

ନୂଆଦିଲ୍ଲୀ: ସାରା ଦେଶରେ ବିଶ୍ବକପ୍ ଫାଇନାଲକୁ ନେଇ କ୍ରେଜ୍ । ଟିମ୍ ଇଣ୍ଡିଆ ପ୍ରଶଂସକଙ୍କୁ କେବଳ ବିଜୟ ଦରକାର । ଆଉ ଅଷ୍ଟ୍ରେଲିଆକୁ ହରାଇ ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତୀୟ ଟିମ୍ ଓ ପୂରା ଦେଶ । ମ୍ୟାଚକୁ ନେଇ ସୋସିଆଲ ମିଡ଼ିଆରେ ଗଦା ଗଦା ପୋଷ୍ଟ । ଏହାରି ଭିତରେ ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଟୁଇଟ୍ ଅଧିକ ଚର୍ଚ୍ଚାରେ ରହିଛି । ଏଥିରେ ସେ ଲେଖିଛନ୍ତି ମ୍ୟାଚ ଦେଖିବାକୁ ଯିବ କି ନାହିଁ, ଚିନ୍ତା କରୁଛି । ଏହାପରେ ମ୍ୟାଚ୍ ଦେଖିବାକୁ ନଯିବା ପାଇଁ ୟୁଜର୍ସମାନେ ବିଗ୍ ବିଙ୍କୁ ପରାମର୍ଶ ଦେଇଛନ୍ତି ।

ମ୍ୟାଚ୍ ଦେଖିବାକୁ ଯିବେ କି ନାହିଁ ସେହି ଚିନ୍ତାରେ ଥିଲେ ଅମିତାଭ । ନିଜ ଭାବନାକୁ ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଥିଲେ । ଯଦିଓ ସେ କେଉଁ ମ୍ୟାଚ୍ କଥା କହୁଛନ୍ତି ଉଲ୍ଲେଖ କରି ନାହାନ୍ତି । ହେଲେ ତାଙ୍କ ପୋଷ୍ଟରେ ୟୁଜର୍ସଙ୍କ କମେଣ୍ଟର ଝଡ଼ ଲାଗି ଯାଇଥିଲା । ୟୁଜର୍ସମାନେ ତାଙ୍କୁ ବିଶ୍ବକପ୍ ଫାଇନାଲ ମ୍ୟାଚ ଦେଖିବାକୁ ନଯିବା ପାଇଁ ପରାମର୍ଶ ଦେଇ ଦେଇଥିଲେ ।

ଜଣେ ୟୁଜର୍ସ ବିଗ୍ ବିଙ୍କ ପୋଷ୍ଟରେ କମେଣ୍ଟ ଦେଇ ଲେଖିଛନ୍ତି, ‘ସାର୍ ଯାଆନ୍ତୁ ନାହିଁ, ପରବର୍ତ୍ତି ମ୍ୟାଚ୍ ଦେଖି ନେବେ ।’

ଆପଣ ଯାଆନ୍ତୁ ନାହିଁ କି ମୋଦି ଜୀଙ୍କୁ ଯିବାକୁ ଦିଅନ୍ତୁ ନାହିଁ ବୋଲି ଆଉ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି । ଜଣେ ୟୁଜର୍ସ ତ ଅମିତାଭଙ୍କୁ ଅଶୁଭ କହିବାକୁ ପଛାଇ ନାହାନ୍ତି । ସେ ତାଙ୍କ କମେଣ୍ଟରେ ଲେଖିଛନ୍ତି, ‘ଯଦି ଆପଣ ଦୁର୍ଭାଗ୍ୟର ପ୍ରତୀକ ତେବେ ଦୟାକରି ମ୍ୟାଚ୍ ଦେଖିବାକୁ ଯାଆନ୍ତୁ ନାହିଁ ।’

ୟୁଜର୍ସଙ୍କ ଏମିତି କମେଣ୍ଟ ଦେଖିବା ପରେ ଅମିତାଭ ବଚ୍ଚନ ବିଶ୍ବକପ୍ ଫାଇନାଲ ଦେଖିବାକୁ ଯିବେ କି ନାହିଁ ନିଶ୍ଚିତ ଚିନ୍ତା କରିବେ । ଏବେ ଦେଖିବାକୁ ବାକି ରହିଲା, ଟିମ୍ ଇଣ୍ଡିଆକୁ ସମର୍ଥନ କରିବାକୁ ବିଗ୍ ବି ଷ୍ଟାଡିୟମକୁ ଯିବେ ନା ଘରେ ବସି ମ୍ୟାଚ୍ ଦେଖିବେ ।

ଭାରତ ବିଶ୍ବକପ୍ ଜିତିବା ପାଇଁ ୧୦ ଯୁବକଙ୍କ ନିର୍ଜଳା ଉପବାସ

ମୁଜାଫରନଗର: ଆଜି ୨୦୨୩ ବିଶ୍ପକପ୍ ଫାଇନାଲ । ମୁହାଁମୁହିଁ ହେଉଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ତୃତୀୟ ଥର ବିଶ୍ବ ବିଜୟ ମୁକୁଟ ପିନ୍ଧିବା ଲକ୍ଷ୍ୟରେ ଭାରତ । ସେପଟେ ଷଷ୍ଠ ଥର ବିଶ୍ବକପ୍ ଜିତିବା ଲକ୍ଷ୍ୟରେ କଙ୍ଗାରୁ ଦଳ । ସବୁଠି ଭାରତ ବିଜୟ ପାଇଁ ଚାଲିଛି ପୂଜାର୍ଚ୍ଚନା । ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ବିଶ୍ବକପ୍ ଜିତିବା ପାଇଁ ମୁଜାଫରନଗରରେ ୧୦ ଯୁବକଙ୍କ ନର୍ଜଳା ଉପବାସ୍ । ଭାରତ ବିଶ୍ବ ବିଜୟୀ ହେବା ପରେ ଯାଇ ଖାଇବେ ବୋଲି କହିଛନ୍ତି ଏମାନେ ।

ସେମାନେ କହିଛନ୍ତି, ‘ଯେ ପର୍ଯ୍ୟନ୍ତ ଭାରତ ଜିତି ନଥିବ ସେମାନେ ନା କିଛି ଖାଇବେ ନା କିଛି ପିଇବେ ।’ ଶିବଚୌକକୁ ଯାଇ ମହାଦେବଙ୍କ ପୂଜାର୍ଚ୍ଚନା କରିବା ସହ ରାତି ୧୨ଟାରୁ ନିର୍ଜଳା ଉପବାସ ରଖିଛନ୍ତି । କେବଳ ସେତିକି ନୁହେଁ, ଯଦି ଭାରତ ଫାଇନାଲ ହାରିଯାଏ ତେବେ ଜୀବନରେ ଆଉ କେବେ କ୍ରିକେଟ୍ ମ୍ୟାଚ୍ ଦେଖିବେ ନାହିଁ ବୋଲି କହିଛନ୍ତି ।

ଭାରତ ବିଜୟ ପାଇଁ ସୁନ୍ଦରାକାଣ୍ଡ

ସେହିପରି ଫତେପୁରରେ ଭାରତ ବିଜୟ ପାଇଁ ସୁନ୍ଦରାକାଣ୍ଡ ପାଠ କରାଯିବା ସହ ହୋମଯଜ୍ଞ କରାଯାଇଛି । ଫତେପୁର ଡିଷ୍ଟ୍ରିଟ କ୍ରିକେଟ ଆସୋସିଏସନ୍ ପକ୍ଷରୁ ଏହି ସୁନ୍ଦରାକାଣ୍ଡର ଆୟୋଜନ କରାଯାଇଛି । ଯୁବ ଖେଳାଳିଙ୍କ ସହ ମହିଳାମାନେ ମଧ୍ୟ ଏହି ପୂଜାରେ ସାମିଲ ହୋଇଛନ୍ତି । ସିଦ୍ଧପୀଠ ମୋଟେ ମହାଦେବଙ୍କ ପାଖରେ ଟିମ୍ ଇଣ୍ଡିଆର ବ୍ୟାନର ଲଗାଯାଇ ହୋମଯଜ୍ଞ କରାଯାଇଛି ।

ଭାରତ ପିନ୍ଧିବ ମିସ ୟୁନିଭର୍ସ ମୁକୁଟ !

ଅଲ୍ ସାଲଭାଡୋର: ଆଜି ମିସ୍ ୟୁନିଭର୍ସ ପ୍ରତିଯୋଗିତା ଫାଇନାଲ । ଭାରତରୁ ପ୍ରତିନିଧିତ୍ବ କରୁଛନ୍ତି ଶ୍ବେତା ଶାରଦା । ଏଲ ସାଲଭଡରରେ ଅନୁଷ୍ଠିତ ଏହି ୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଶ୍ବେତା ମୁକୁଟ ପିନ୍ଧିବାର ସମ୍ଭାବନା ଅଧିକ ।

ଚଣ୍ଡୀଗଡ଼ର ୨୨ ବର୍ଷୀୟା ମଡେଲ ଶ୍ବେତା ଶାରଦା ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରୁଛନ୍ତି । ଏହି ଅବସରରେ ଏଲ ସାଲଭଡରରେ ଆୟୋଜିତ ହୋଇଥିଲା ନ୍ୟାସନେଲ କଷ୍ଟ୍ୟୁମ କମ୍ପିଟିସନ । ଏଥିରେ ଏକ ସୁନ୍ଦର ପାରମ୍ପରିକ ପୋଷାକ ପିନ୍ଧି ଗର୍ଜିଅସ୍ ଲୁକରେ ନଜର ଆସିଥିଲେ ଶ୍ବେତା । ଷ୍ଟେଜକୁ ଶ୍ବେତା ଆସିବା ପରେ ଦର୍ଶକ ତାଳିରେ ଫାଟି ପଡିଥିଲା ପୁରା ପରିବେଶ । ଶ୍ବେତା ପିନ୍ଧିଥିବା ବସ୍ତ୍ରକୁ ବେଶ ପ୍ରଶଂସା କରିଥିଲେ ଦର୍ଶକ । ଆଜି ହେବ ଫାଇନାଲ ।

୨୦୦୦ ମସିହାରେ ଶ୍ବେତା ଜନ୍ମ ଗ୍ରହଣ କରିଥଲେ । ମାଆ ପାଖରେ ବଢ଼ି ଆସିଥିବା ଶ୍ବେତା ୧୬ ବର୍ଷରେ ମୁମ୍ବାଇକୁ ଚାଲିଆସିଥିଲେ । ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ମଡେଲିଂ କ୍ୟାରିୟର । ଟିଭିର ଅନେକ କାର୍ଯ୍ୟକ୍ରମରେ ପୂର୍ବରୁ ନଜର ଆସିଛନ୍ତି ଶ୍ବେତା । ଏକାଧିକ ଡାନ୍ସ କମ୍ପିଟିସନରେ ନଜର ଜଲୱା ଦେଖାଇ ସାରିଛନ୍ତି । ଏକ ଡାନ୍ସ, ରିଅଲିଟି ଶୋ’ରେ ସେ ଜଣେ କୋରିଓଗ୍ରାଫର ଭାବେ ମଧ୍ୟ ନିଜର ଦାୟିତ୍ବ ତୁଲାଇଛନ୍ତି । ମୋଟ ୮୫ ଦେଶର ସୁନ୍ଦରୀ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆଜି ଓଡ଼ିଶା ଦିବସ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଛି ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା । ଆଜି ଅନୁଷ୍ଠିତ ହେବ ଓଡ଼ିଶା ଦିବସ । ଚଳିତବର୍ଷ ଭାରତ ଅନ୍ତର୍ଜାତୀୟ ମେଳାର ଥିମ୍ ରହିଛି ବସୁଧୈବ କୁଟୁମ୍ବକମ୍ । ଏହାର ମୁଖ୍ୟ ଆକର୍ଷଣ ରହିଛି ପାଭିଲିୟନର ବାହାରେ ତିଆରି କରାଯାଇଥିବା କୋଣାର୍କ ଚକ୍ର । ଏହି ପାଭିଲିୟନରେ ଓଡ଼ିଶାର ନୌବାଣିଜ୍ୟର ଇତିହାସକୁ ଦର୍ଶାଯାଇଛି । ଏହାସହ ଓଡ଼ିଶାର ସଂସ୍କୃତି ପରମ୍ପରାକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି ।

ରାଜ୍ୟର ୮ଟି ବିଭାଗର ୨୪ଟି ଷ୍ଟଲ ପ୍ରଦର୍ଶିତ କରାଯାଇଛି । ଆଜି ପ୍ରଗତି ମଇଦାନରେ ପାଳନ କରାଯିବ ଓଡ଼ିଶା ରାଜ୍ୟ ଦିବସ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମନ୍ତ୍ରୀ ପ୍ରଦୀପ ଅମାତ । ଓଟିଡିସି ଅଧ୍ୟକ୍ଷ ଲେଲିନ ମହାନ୍ତି, ସାଂସଦ ମାନସ ମଙ୍ଗରାଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ଧାରୁଆ ଜନଜାତିର ବିର୍ଲି ନୃତ୍ୟ, ଡାଲଖାଇ ନୃତ୍ୟ ସହ ଅଭିଲିପସା ପଣ୍ଡା ସଙ୍ଗୀତ ପରିବେଷଣ କରିବେ ।

ବିଶ୍ବକପ୍ ମହାମୁକାବିଲା: ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମହାସମର ଆଜି

ଅହମ୍ମଦାବାଦ: ଅହମ୍ମଦାବାଦରେ ମହାସମର । ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମୁକାବିଲା । ୨୦୦୩ ବିଶ୍ବକପ୍ ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ଭାରତ ପ୍ରସ୍ତୁତ । ଅପରାଜୟ ଭାବେ ଟିମ୍ ଇଣ୍ଡିଆ ଫାଇନାଲକୁ ପ୍ରବେଶ କରିଥିବା ବେଳେ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି । ଆଜିର ମ୍ୟାଚରେ ପ୍ଲେଇଂ ଇଲେଭେନରେ ଅଶ୍ୱିନୀଙ୍କୁ ସ୍ଥାନ ମିଳିବା ନେଇ ରୋହିତ ଶର୍ମାଙ୍କ ସଙ୍କେତ । ଭାରତ ତୃତୀୟ ଥର ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଟିମ୍ ଅଷ୍ଟେଲିଆ ଷଷ୍ଠ ଥର ଚାମ୍ପିୟନ ମୁକୁଟ ପିନ୍ଧିବାକୁ ଆପ୍ରାଣ ଉଦ୍ୟମ କରିବ ।

ଭାରତ ପାଇଁ ଉଭୟ ବ୍ୟାଟିଂ ଓ ବୋଲିଂ ଗୁରୁତ୍ବପୂର୍ଣ୍ଣ ରହିବ । ବ୍ୟାଟିଂରେ ରୋହିତ ଏବଂ ବିରାଟ ଶତକ ଛିଡ଼ା କରିପାରନ୍ତି । ସେହିପରି ବୋଲିଂରେ ପ୍ରଥମ ୧୦ ଓଭରରେ କଙ୍ଗାରୁ ଟିମକୁ ଝଟକା ଦେଲେ ବିଶ୍ବକପ ଉପରେ କବଜା ନିଶ୍ଚିତ । ଆଜିର ମହାମୁକାବିଲା ଲାଗି ଭାରତ ବୋଲିଂରେ କିଛିଟା ପରିବର୍ତ୍ତନ ମଧ୍ୟ କରିପାରେ । ସମସ୍ତ ୧୪୦ କୋଟି ଭାରତୀୟ ଆଶା ରୋହିତ ବାହିନୀ ଉପରେ ରହିଛି । ଅହମ୍ମଦାବାଦରେ ଏହି ମହାମୁକାବିଲାର ସାକ୍ଷୀ ରହିବେ ୧ ଲକ୍ଷ ୪୦ ହଜାରରୁ ଅଧିକ ଦର୍ଶକ । ଅପରାହ୍ନ ୨ଟାରେ ଆରମ୍ଭ ହେବ ମ୍ୟାଚ ।

ଗୁଜରାଟ ଅହମ୍ମବାଦରେ ଜମିବ ଖେଳ ସହ ଉତ୍ସବର ଆସର । ବିଶ୍ବକପ ଫାଇନାଲକୁ ନେଇ ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆରମ୍ଭରୁ ଦର୍ଶକଙ୍କୁ୍ ଦେଖିବାକୁ ମିଳିବ ଭାରତୀୟ ବାୟୁସେନାର କଳାକୌଶଳ । ବାୟୁସେନାର ସୂର୍ଯ୍ୟକିରଣ ଟିମ୍ ଆକାଶରେ କୌଶଳ ପ୍ରଦର୍ଶନ କରିବେ । ସାଢେ ଗୋଟାଏରୁ ୨୦ ମିନିଟ ଧରି ଚାଲିବ ଏ ରୋମାଂଚ ।

ଗହମ ଗହନ: ବାଟକୁ ଆସିଲେ ବ୍ୟବସାୟୀ ଓ ମିଲର୍ସ

ଭୁବନେଶ୍ବର: ଫିଟିଲା ଗହମ ଗାଏବର ଗହନ ରହସ୍ୟ । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ବାଟକୁ ଆସିଲେ ବ୍ୟବସାୟୀ ଓ ମିଲର୍ସ । ଅଟା ଦର କମ କରିବାକୁ ଉଭୟ ହେଲେ ରାଜି । ଆଜି ମିଲର୍ସ ସଂଘ ଓ ରାଜ୍ୟ ବ୍ୟବସାୟୀ ମହାସଂଘ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ନିଷ୍ପତ୍ତି । ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାର ମିଲର୍ସ କମ ଦରରେ ଅଟା, ସୁଜି, ମଇଦା ନଯୋଗାନ୍ତି ତା’ହେଲେ ବ୍ୟବସାୟୀ ଆଉ ଓଡ଼ିଶା ମିଲର୍ସଙ୍କଠାରୁ ଗହମଜାତ ପଦାର୍ଥ କିଣିବେ ନାହିଁ ।

ବଜାରରେ ଗହମ ମିଳୁନି । ଖୋଲା ଅଟା ୪୦ ଟଙ୍କା । ସୁଜି, ମଇଦାକୁ ଛୁଇଁ ହେଉନି । ଏଫସିଆଇଠାରୁ ତଥ୍ୟ ଆଣି ନନ୍ଦିଘୋଷ ଟିଭିର ଖୋଳତାଡ ପରେ ସାମ୍ନାକୁ ଆସିଲା ଭିତିରି ସଲାସୁତରା । ଭଭୟ ରାଜ୍ୟ ବ୍ୟବସାୟୀ ମହାସଂଘ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକାର ଶିକାର ହେଉଛନ୍ତି ଖାଉଟି । ରାଜଧାନୀରେ ଉଭୟ ରାଜ୍ୟ ବ୍ୟବସାୟୀ ମହାସଂଘ ଓ ମିଲର୍ସ ସଂଘ ଆଲୋଚନା କରି ଦର କମ୍ କରିବାକୁ ରାଜି ହୋଇଛନ୍ତି । ରାଜ୍ୟ ବ୍ୟବସାୟୀ ମହାସଂଘ ସିଧା ସିଧା କହିଛି, ଯଦି ନିଷ୍ପତ୍ତି ଅନୁଯାୟୀ ଅଟା କମ ଦରରେ ଓଡ଼ିଶା ମିଲର୍ସ ନ ଯୋଗାନ୍ତି ତା’ହେଲେ ବ୍ୟବସାୟୀ ଆଉ ସେମାନଙ୍କଠୁ ଗହମଜାତ ଦ୍ରବ୍ୟ କିଣିବେ ନାହିଁ । ବାହାର ରାଜ୍ୟରୁ ଅଟା, ସୁଜି, ମଇଦା କିଣିବେ ପଛକେ, ଖାଉଟିଙ୍କୁ ଆଉ ମହଙ୍ଗା ବଜାରର ଶିକାର ହେବାକୁ ଦିଆଯିବନି ।

୨୧ ଟଙ୍କା ୫୦ ପଇସାରେ ଗହମ କିଣି ୪୦ ଟଙ୍କାରେ ବିକ୍ରି କରିବା ଘୋର ଅନ୍ୟାୟ । ଖୋଦ ଏହି କଥା ସ୍ବୀକାର କରିଛନ୍ତି ଜଣେ ମିଲର । ଏଫସିଆଇ ପ୍ରତି ସପ୍ତାହରେ ନିଲାମ ଧରିଥିବା ମିଲର ପିଛା ୨୦୦ ମେଟ୍ରିକ୍ ଟନ୍ ଗହମ ଯୋଗାଉଛି । ବଜାରରେ ଦର ସନ୍ତୁଳନ ରଖିବାକୁ ଏହା ଯଥେଷ୍ଟ । ଭାଗୁଡ଼ି, ଚଷୁ ଓ ପରିବହନ ଖର୍ଚ୍ଚ ମିଶାଇଲେ ଗହମ କିଲୋ ୨୩ ଟଙ୍କା ପଡୁଛି । ପେଶା ମଜୁରୀ ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ମିଶାଇଲେ କିଲୋ ପ୍ରତି ୨୭.୫୦ ପଇସା ଖର୍ଚ୍ଚ ଆସୁଛି । ଦୋକାନ ଖର୍ଚ୍ଚ, କର୍ମଚାରୀଙ୍କ ଦରମା, ଲାଭ ପରିମାଣ ମିଶି ଖୋଲା ଅଟା କିଲୋ ୩୦ ଟଙ୍କାରେ ବିକ୍ରି କରି ହେବ । ଯଦି ପ୍ୟାକେଜିଂ କରାଯାଏ ତା’ହେଲେ କିଲୋ ୩୫ ଟଙ୍କା ରହିବ । ଖାଉଟିଙ୍କୁ ବାଧିଲା ଭଳି କିଛି କରିବା ଠିକ୍ ନୁହେଁ । କିଛି ଅସାଧୁ ମିଲରଙ୍କ ଯୋଗୁଁ ପୂରା ମିଲର୍ସ ସମାଜ ଖାଉଟିଙ୍କ ଅସନ୍ତୋଷ ଶିକାର ହେଉଛନ୍ତି । ବଡ଼ ଓ ଛୋଟ ମିଲର୍ସ ଏକାଠି ହୋଇ ଖାଉଟିଙ୍କ ସ୍ବାର୍ଥକୁ ଜଗିବା ଦରକାର ।