spot_img
Home Blog Page 2664

ଦେହ ବ୍ୟବସାୟରେ ଲିପ୍ତ ଥିଲେ, ପୋଲିସର ରେଡ୍ ବେଳେ ଧରାପଡିଲେ ଜଣେ ପୋଲିସ କର୍ମଚାରୀ

ବରଗଡ଼: ଦେହ ବ୍ୟବସାୟରେ ଲିପ୍ତ ଥିଲା ଖାକି । ପୋଲିସର ରେଡ ବେଳେ ଧରାପଡିଲେ ଜଣେ ପୋଲିସ କର୍ମଚାରୀ । ରେଡ ବେଳେ ବରଗଡ ଜିଲ୍ଲା ପଦମପୁର ଉପ କାରାଗାରର ଜେଲ ଓ୍ବାର୍ଡର ଗିରଫ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛି ପୋଲିସ । ପଦମପୁର ରୋଡ ସ୍ଥିତ ରେଜେନ୍ସି ଲଜରେ ସେକ୍ସ ରାକେଟ ଚାଲିଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ପୋଲିସ । ଏନେଇ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତିଭୂଷଣ ଭୋଇଙ୍କ ନେତୃତ୍ବରେ ଏକ ଟିମ୍ ଲଜରେ ଚଢାଉ କରିଥିଲା । ଚଢାଉ ବେଳେ ଜଣେ ଦେହଜୀବୀ ସହ ଜଣେ ଗ୍ରାହକ ଗିରଫ ହୋଇଥିଲେ । ତଦନ୍ତରୁ ଜଣା ପଡିଛି ଗ୍ରାହକ ଜଣକ ପଦ୍ମପୁର ଉପକାରାଗାରାର ଜଣେ କର୍ମଚାରୀ । ପଦ୍ମପର ପୋଲିସ ମାମଲାର ଲଜ ମ୍ୟାନେଜରଙ୍କ ସହଳ ଗ୍ରାହକଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରହିଛି ।

କେଉଁଠୁ ଅସ୍ତ୍ରଶସ୍ତ୍ର ଆଣେ ହମାସ?

ନନ୍ଦିଘୋଷ ବ୍ୟୁରୋ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ବିବାଦ । ଗତ ଶନିବାରଠାରୁ ଇସ୍ରାଏଲ- ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଇସ୍ରାଏଲ ଉପରେ ଆତଙ୍କବାଦୀ ସଂଗଠନ ହମାସ ଜଳ, ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରୁଛି । ଗାଜାରୁ ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ ରକେଟ୍, ଗୁଳି ଚଳାଇଥିଲା ହମାସ । ଏହାର ଜବାବ ଦେଇ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ହମାସକୁ ଯୁଦ୍ଧରେ ସାହାର୍ଯ୍ୟ କରୁଛି ରକେଟ୍, ଡ୍ରୋନ୍ ଏବଂ ଗ୍ଲାଇଡର୍ ପରି ଅସ୍ତ୍ରଶସ୍ତ୍ର । କିନ୍ତୁ ଏସବୁ ଅସ୍ତ୍ରଗୁଡିକ ହମାସ ପାଖକୁ ଆସିଲା କିପରି ? କିଏ ଯୋଗାଇଛି ଅସ୍ତ୍ରଶସ୍ତ୍ର? ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଥାଏ । ତେବେ ଆସନ୍ତୁ ଜାଣିବା ଇସ୍ରାଏଲ-ହମାସ ବିବାଦକୁ ଅନେକ ଗୁରୁତ୍ବପୂର୍ଣ୍ଣ କଥା ।

କେଉଁ ରାସ୍ତା ଦେଇ ହମସାକୁ ପହଞ୍ଚୁଛି ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର

ଇସ୍ରାଏଲ-ପାଲେଷ୍ଟାଇନରେ ଯୁଦ୍ଧ ଆରମ୍ଭ ହୋଇସାରିଛି । ଇସ୍ରାଏଲର ଅଭେଦ୍ୟ ସୁରକ୍ଷାବଳୟକୁ ପାର କରି ହମାସର ଏହି ଆକ୍ରମଣ ସାରା ବିଶ୍ବକୁ ଚକିତ କରିଛି । ଯଦି ଆମେ ପୁରା ଯୁଦ୍ଧକୁ ଦେଖିବା, ତେବେ ହମାସ ଇସ୍ରାଏଲର ଦକ୍ଷିଣ ଏବଂ ମଧ୍ୟ ଭାଗକୁ ଟାର୍ଗେଟ କରିଛି । ସୈନ୍ୟ କ୍ୟାମ୍ପ ଉପରେ ଆକ୍ରମଣ କରି ଇସ୍ରାଏଲକୁ ଦୁର୍ବଳ କରିଦେଇଛି । ଏହି ଆକ୍ରମଣ ହଠାତ୍ ହୋଇନାହିଁ । ଏହା ପଛରେ ହମାସ ଦ୍ୱାରା ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି ।

ଏମିତି ଆରମ୍ଭ ହୋଇଥିଲା ଯୁଦ୍ଧ 

ସବୁଠାରୁ ବଡ ପରିବର୍ତ୍ତନ ୨୦୦୫ ମସିହାରେ ଇସ୍ରାଏଲ ଗାଜା ଠାରୁ ଅଲଗା ହେବା ପରେ ହୋଇଥିଲା । ସେବେଠାରୁ ହମାସକୁ ଇରାନ ଏବଂ ସିରିଆର ସାହାଯ୍ୟ ମିଳିବା ଆରମ୍ଭ ହୋଇଥିଲା। ଏହାପରେ ହମାସ୍ ଏକ ଗୁପ୍ତ ମାର୍ଗ ବିକଶିତ କଲା ଯାହା ମାଧ୍ୟମରେ ସେ ଅସ୍ତ୍ର ପାଇପାରିବ।  ୨୦୦୭ ମସିହାରେ ଇସ୍ରାଏଲର ନିଷେଧାଦେଶ ସତ୍ତ୍ୱେ ସୁଦାନରୁ Fajr-5 ରକେଟର ସାମଗ୍ରୀ ଗୁପ୍ତ ମାର୍ଗ ଦେଇ ହମାସକୁ ପଠାଇବାରେ ସଫଳ ହୋଇଥିଲା। ଏଭଳି ଭାବରେ ଧୀରେ ଧୀରେ ହମାସର ଅସ୍ତ୍ରଶସ୍ତ୍ର ବଢିବାକୁ ଲାଗିଲା ।

ହମାସ ଅସ୍ତ୍ରଶସ୍ତ୍ର ଆମଦାନୀ କରିବା ପାଇଁ ଗୁପ୍ତ ଟନେଲ ଏବଂ ସମୁଦ୍ର ମାର୍ଗକୁ ବାଛିଥିଲା । ହମାସ୍ ସମୁଦ୍ର ମାର୍ଗ ଦେଇ ଅସ୍ତ୍ରଶସ୍ତ୍ର ମଗାଏ । ଏହି ଅସ୍ତ୍ରଗୁଡିକ କ୍ୟାପସୁଲରେ ପ୍ୟାକ୍ ହୋଇ ଗାଜା ଉପକୂଳକୁ ଆସିଥାଏ। ସବୁଠାରୁ ବଡ କଥା ହେଉଛି ଯେ, ଅସ୍ତ୍ରଗୁଡିକ ଇସ୍ରାଏଲ ନୌସେନାଙ୍କୁ ଚକମା ଦେଇ ଗାଜାରେ ପହଞ୍ଚିଥାଏ ।

ଏହା ବ୍ୟତୀତ  ଅସ୍ତ୍ରଶସ୍ତ୍ର ପାଇଁ ହମାସ୍ ଅନ୍ୟ ଏକ ମାର୍ଗ ମଧ୍ୟ ବ୍ୟବହାର କରେ । ଯାହାକୁ ଗୁପ୍ତ ଟନେଲ୍ କୁହାଯାଏ। ଏହା ମଧ୍ୟ ୨୦୦୫ ପରେ ଆରମ୍ଭ ହୋଇଥିଲା । ଇଜିପ୍ଟ-ଗାଜା ସୀମା ଅନ୍ତର୍ଗତ ଏକ ଗୁପ୍ତ ଟନେଲ ନେଟୱାର୍କ ମାଧ୍ୟମରେ ହମାସ୍ ଇରାନ ଏବଂ ସିରିଆ ସହିତ ଏକ ଗୁପ୍ତ ଯୋଗାଣ ମାର୍ଗ ସୃଷ୍ଟି କରିଥିଲା । ଏହା ଏକ ସୁରକ୍ଷିତ ମାର୍ଗ ବୋଲି ପ୍ରମାଣିତ ହୋଇଛି । ଅନେକ ଆନ୍ତର୍ଜାତୀୟ ସଂଗଠନର ଉଦ୍ୟମ ସତ୍ତ୍ୱେ ମଧ୍ୟ ହମାସର ଏହି ଗୁପ୍ତ ଟନେଲ ପର୍ଯ୍ୟନ୍ତ କେହି ପହଞ୍ଚି ପାରିନାହାନ୍ତି ।

କେଉଁଠାରୁ ଆସେ ଅସ୍ତ୍ରଶସ୍ତ୍ର ?

ହମାସ୍ ଇରାନ ଏବଂ ସିରିଆ ସହିତ ମିଶି କାର୍ଯ୍ୟ କରିଥାଏ । ଏହି ଦେଶରେ ଥିବା  ଆତଙ୍କବାଦୀ ସଂଗଠନ ହମାସକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଅନ୍ତି। ହମାସ୍ ଅନ୍ୟ ଦେଶରୁ Fajr-3, Fajr-5 ଏବଂ M302 ରକେଟ କିଣିଥାଏ । ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ପ୍ରକାରର ଅସ୍ତ୍ର କିଣି ହମାସ ଶକ୍ତିଶାଳୀ ଆତଙ୍କବାଦୀ ସଂଗଠନ ହୋଇପାରିଛି। ରିପୋର୍ଟ ଅନୁଯାୟୀ, ଡ୍ରୋନ୍ ଆକ୍ରମଣଠାରୁ ଆରମ୍ଭ କରି ରକେଟ୍ ଆକ୍ରମଣ ପର୍ଯ୍ୟନ୍ତ ସବୁକିଛି ପାଇଁ ହମାସ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ହମାସ ପାଖରେ କୌଣସି ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ ।

ମନମୋହନ ସାମଲଙ୍କ ବଲାଙ୍ଗୀର ଗସ୍ତ ସମୟରେ ବିଜେପିର ଦୁଇ ଗୋଷ୍ଠୀ ହାତାହାତି

ବଲାଙ୍ଗୀର: ବଲାଙ୍ଗୀରରେ ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଲାଙ୍ଗୀର ଗସ୍ତ ସମୟରେ ଆଭାବନୀୟ ପରିସ୍ଥିତି । ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ହାତାହାତି । ବଳରାମ ସିଂ ଯାଦବ ଓ ସାଂସଦ ସଙ୍ଗୀତା ସିଂହଦେଓ ଗୋଷ୍ଠୀ ମଧ୍ୟରେ ବିଚ ରାସ୍ତାରେ ମୁଥ ମରାମରି ହୋଇଛନ୍ତି । ରାଜ୍ୟ ସଭାପତି ବଲାଙ୍ଗୀର ଆରଟିଓ ଛକ ଠାରେ ପହଁଞ୍ଚିବା ପରେ ସଙ୍ଗୀତା ସିଂ ଦେଓ ଓ ବିଜେପି ରାଜ୍ୟ ସଭାପତି ଥିବା ଗାଡି ଉପରକୁ ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ଚଢିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବିଜେପିର ଗୋପାଜୀ ପାଣିଗ୍ରାହୀ ଅନନ୍ତଙ୍କୁ ଧକ୍କା ମାରି ତଳକୁ ଠେଲି ଦେଇଥିଲେ । ଅନନ୍ତଙ୍କ ସମର୍ଥକ ମାନେ ଗୋପାଳ ଜୀଙ୍କୁ ଗାଡିରୁ ତଳକୁ ଭିଡ଼ି ନେଇ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ସଙ୍ଗୀତା ସିଂଦେଓ ଓ ଅନନ୍ତଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଦ୍ବିତୀୟ ମ୍ୟାଚ ବି ଖେଳିବେନି ଗିଲ୍, ଜାଣନ୍ତୁ କେମିତି ଅଛି ଗିଲଙ୍କ ସ୍ବାସ୍ଥ୍ୟବସ୍ଥା?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଯୁବ ଓପନର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରୁ ବାଦ ପଡ଼ିଥିଲେ । ବିଶ୍ବକପ ଭଳି ବଡ଼ ଇଭେଣ୍ଟ ପୂର୍ବରୁ ଡେଙ୍ଗୁ ଚିହ୍ନଟ ହେବା ଖବର ଅନେକ କ୍ରିକେଟପ୍ରେମୀଙ୍କ ଲାଗି ଦୁଃଖ ଖବର ନିଶ୍ଚିତ । ତେବେ ଦ୍ବିତୀୟ ମ୍ୟାଚରେ ଭାରତ ଆଫଗାନିସ୍ତାନକୁ ଭେଟିବାକୁ ଯାଉଛି । ତେବେ ଏହି ମ୍ୟାଚ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ମ୍ୟାଚରେ ମଧ୍ୟ ଗିଲ ଖେଳି ପାରିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଖେଳିପାରିବେ ନାହିଁ । ଡାକ୍ତରୀ ଦଳ ଗିଲଙ୍କ ଉପରେ ନଜର ରଖିଥିବାବେଳେ ସେ ଚେନ୍ନାଇରେ ଅଛନ୍ତି । ସୋମବାର ଭାରତୀୟ ଦଳ ଚେନ୍ନାଇରୁ ଦିଲ୍ଲୀ ଅଭିମୁଖେ ବାହାରିଥିବାବେଳେ ଗିଲ ସୁସ୍ଥ ହୋଇନଥିବାରୁ ସେ ଚେନ୍ନାଇରେ ରହିଛନ୍ତି ।

ଗିଲ ଦିନିକିଆରେ ଦମଦାର ପ୍ରଦର୍ଶନ କରିଛନ୍ତି । ଦିନିକିଆରେ ଦ୍ବିଶତକ ମଧ୍ୟ ହାସଲ କରିଥିବାବେଳେ ରୋହିତଙ୍କ ସହ ପାଳି ଆରମ୍ଭ କରୁଛନ୍ତି । ସେ ଦମଦାର ବ୍ୟାଟିଂ କରୁଥିବାବେଳେ ବଡ଼ ବଡ଼ ଘାତକ ବୋଲରଙ୍କୁ ମଧ୍ୟ ଧୁଲାଇକରିଛନ୍ତି । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଏବଂ ଏସିଆ କପରେ ମଧ୍ୟ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ ଗିଲ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବକପର ପ୍ରଥମ ମ୍ୟାଚରେ ଗିଲ ସ୍ଥାନରେ ଇଶାନ କିଶାନ ଓପନିଂ କରୁଥିଲେ । ମାତ୍ର ଏହି ଯୋଡ଼ି ବିଫଳ ହୋଇଛି । ଇଶାନ, ରୋହିତ ଏବଂ ଶ୍ରେୟସ ଆୟାର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ପାଭିଲିୟନ ଫେରି ଯାଇଥିଲେ । ତେବେ ଗିଲ ଥିଲେ ଏଭଳି ସ୍ଥିତି ଉପୁଜି ନଥାନ୍ତା ବୋଲି ଅନେକ କ୍ରୀଡ଼ାପ୍ରେମୀ ଯୁକ୍ତି ବାଢ଼ିଛନ୍ତି । ତେବେ ଗିଲ କେବେ ସୁସ୍ଥ ହେବେ ଏବଂ ଦଳକୁ ଫେରିବେ? ଏଭଳି ଚର୍ଚ୍ଚା ଏବେ ସବୁଠି ଆରମ୍ଭ ହୋଇଛି ।

 

କଂଗ୍ରେସ ଶାସିତ ରାଜ୍ୟରେ ହେବ ଜାତିଗତ ଜନଗଣନା, ଘୋଷଣା କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ହେବ ଜାତିଗତ ଜନଗଣନା । ଏନେଇ ଘୋଷଣା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ସୋମବାର କହିଛନ୍ତି, କଂଗ୍ରେସ କାର୍ଯ୍ୟସମିତି (ସିଡବ୍ଲୁସିର)ର ଚାରିଘଣ୍ଟା ହୋଇଥିବା ବୈଠକରେ ଐତିହାସିକ ନିଷ୍ପତି ନିଯାଇଛି ଯେ କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ଜାତିଗତ ଜନଗଣନା କରାଯିବ । ରାହୁଲ ଗାନ୍ଧି କହିଛନ୍ତି ଯେ, ସିଡବ୍ଲୁସିର ବୈଠକରେ ଜାତିଗତ ଜନଗଣନାର ଐତିହାସିକ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି ।

କଂଗ୍ରେସ ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ହିମାଚଳପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଏବଂ ଛତିଶଗଡ଼ରେ ଜାତିଗତ ଜନଗଣନା କରାଇବେ । ଏହି ସମ୍ବନ୍ଧରେ ଏକ ପ୍ରସ୍ତାବ ପାରିତ କରାଯାଇଛି । ସେ କହିଛନ୍ତି, ସମ୍ପୂର୍ଣ୍ଣ କଂଗ୍ରେସ ଦଳ ଏହି ନିଷ୍ପତ୍ତି ନେଇଛି । ଇଣ୍ଡିଆ ମେଣ୍ଟର ଅଧିକତମ ଦଳ ମଧ୍ୟ ଜାତିଗତ ଜନଗଣନା ଉପରେ ସହମତି ପ୍ରକାଶ କରିଛନ୍ତି । ରାହୁଲ ଆଗକୁ କହିଛନ୍ତି ଏହା ଧର୍ମ ବା ଜାତି ସମ୍ପର୍କରେ ନୁହେଁ । ଏହି ଜାତିଗତ ଜନଗଣନା ଗରିବ ଲୋକମାନଙ୍କ ପାଇଁ ଅଟେ ।

ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିଲା ରାଜ୍ୟ ଘରୋଇ ବସ୍ ଧର୍ମଘଟ ନିଷ୍ପତ୍ତି

ଭୁବନେଶ୍ୱର: ସ୍ଥଗିତ ରହିଲା ଘରୋଇ ବସ୍ ଧର୍ମଘଟ ନିଷ୍ପତ୍ତି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାରଙ୍କ ସହ ହୋଇଥିବା ଆଲୋଚନା ଅନୁଯାୟୀ କେବଳ ପଞ୍ଚାୟତରୁ ବ୍ଲକ ଯାଏଁ ଚାଲିବ ଲକ୍ଷ୍ମୀ ବସ । ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଲକ୍ଷ୍ମୀ ବସକୁ ଆସନ୍ତା 31 ତାରିଖ ଯାଏଁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଲକ୍ଷ୍ମୀ ବସରେ ଘରୋଇ ବସକୁ ସାମିଲ କରିବାକୁ ରାଜ୍ୟ ସରକାରଙ୍କୁ ସଂଘ ଅନୁରୋଧ କରିଛି । ଏନେଇ ରାଜ୍ୟ ସରକାର ତର୍ଜମା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଘରୋଇ ବସ ମାଲିକ ସଂଘ ଧର୍ମଘଟ ଡାକରାକୁ ସ୍ଥଗିତ ରଖିଛି । ଆସନ୍ତା 13 ତାରିଖରେ ଲୋକସେବା ଭବନରେ ପୁଣି ବସିବ ବୈଠକ ।

ଏହି ବୈଠକରେ ସହର ଭିତରେ ମୋ ବସ୍ ଚଳାଚଳ ପ୍ରସଙ୍ଗ ଓ ସଂଘର ଅନ୍ୟ ଦାବି ସମ୍ପର୍କରେ ଆଲୋଚନା କରାଯିବ ବୋଲି କହିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ । ଷ୍ଟିୟରିଂ କମିଟି ବୈଠକ ପୂର୍ବରୁ ଘରୋଇ ବସ୍‌ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବୈଠକରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ, ପରିବହନ କମିଶନର ଅମିତାଭ ଠାକୁର, କ୍ରୁଟ ଅଧ୍ୟକ୍ଷ ଅରୁଣ ବୋଥ୍ରା, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬୦୦ ବସ ଚାଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ସେ ମଧ୍ୟରେ ପଂଚାୟତରୁ ବ୍ଲକକୁ ହଜାରେ ବସ ଚାଲିବ । ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ୬୦୦ ବସ ଚାଲିବ । ଘରୋଇ ବସଗୁଡିକୁ ଲକ୍ଷ୍ମୀ ଯୋଜନାରେ ସାମିଲ ପାଇଁ ଲକ୍ଷ୍ମୀ ଯୋଜନାର ଲୋଗ ଓ ରଙ୍ଗ ବ୍ୟବହାର କରିବାକୁ ସଂଘ ସହମତି ପ୍ରକାଶ କରିଛି ।

କ୍ଲାଉଡିଆ ଗୋଲ୍ଡିନଙ୍କୁ ମିଳିଲା ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: କ୍ଲାଉଡିଆ ଗୋଲ୍ଡିନଙ୍କୁ ମିଳିଲା ଅର୍ଥନୀତି ବିଜ୍ଞାନରେ ନୋବେଲ । ମହିଳା ଶ୍ରମଶକ୍ତି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ମିଳିଛି ନୋବେଲ । ଏନେଇ ରୟାଲ ସୁଇଡିସ ଏକାଡେମି ପକ୍ଷରୁ କ୍ଷୋଷଣା ହୋଇଛି । ମହିଳାଙ୍କ ରୋଜଗାର ଓ ଶ୍ରମ ବଜାରରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଗବେଷଣା କରିବାରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ କ୍ଲାଉଡିଆ । ଶ୍ରମଶକ୍ତି କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଓ ଲିଙ୍ଗଗତ ପ୍ରଭେଦ ସମ୍ପର୍କରେ ସେ ଗବେଷଣା କରିଛନ୍ତି । ଶ୍ରମବଜାରରେ ଲିଙ୍ଗଗତ ପ୍ରଭେଦ ବାରିବା କ୍ଷେତ୍ରରେ ସେ ଗବେଷଣା କରିଥିଲେ ।

ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ୨୦୨୩ର ସ୍ୱେରିଗ୍ସ ରିକ୍ସବ୍ୟାଙ୍କ ପୁରସ୍କାର କ୍ଲାଉଡିଆ ଗୋଲ୍ଡିନଙ୍କୁ ଦେବା ନେଇ ନିଷ୍ପତ୍ତି କରାଯାଇଛି । ଉଲ୍ଲେଖଯୋଗ୍ୟ, ଅର୍ଥନୀତି ବିଜ୍ଞାନରେ ସ୍ୱେରିଗ୍ସ ରିକ୍ସବ୍ୟାଙ୍କ ପୁରସ୍କାର ଆଲଫ୍ରେଡ ନବୋଲଙ୍କ ସ୍ମୃତିରେ ଦିଆଯାଇଥାଏ । ସୂଚନାଥାଉକି, ଆଲଫ୍ରେଡ ନବୋଲ ନିଜ ଇଚ୍ଛାପତ୍ରରେ ଅର୍ଥନୀତି ବିଜ୍ଞାନ ପୁରସ୍କାରର ଉଲ୍ଲେଖ କରିନଥିଲେ । ସ୍ୱେରିଗ୍ସ ରିକ୍ସବ୍ୟାଙ୍କ ୧୯୬୮ରେ ପୁରସ୍କାରର ସ୍ଥାପନା କରିଥିଲେ ଏବଂ ରୟାଲ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସେଜ ୧୯୬୯ରେ ଆରମ୍ଭ ହେବାକୁ ଥିବା ଅର୍ଥନୀତି ବିଜ୍ଞାନରେ ପୁରସ୍କାର ବିଜେତାଙ୍କ ଚୟନ କାର୍ଯ୍ୟ ଦିଆଯାଇଥିଲା ।

ସିକ୍କିମ ବନ୍ୟା ବିଭୀଷିକାର ଆସୁଛି ନୂଆ ଚିତ୍ର, ଏବେବି ୧୦୫ ନିଖୋଜ

ଗ୍ୟାଙ୍ଗଟକ: ସିକ୍କିମରେ ବନ୍ୟା ବିଭୀଷିକାର ଆସୁଛି ନୂଆ ନୂଆ ଚିତ୍ର । ବର୍ତ୍ତମାନ ସୁଦ୍ଧା ସିକ୍କିମ ବନ୍ୟାରେ ୩୩ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ମୃତଦେହ ମଧ୍ୟରେ ୯ ଜଣ ସେନା ଯବାନ ରହିଛନ୍ତି । ଏବେବି ୧୦୫ ଜଣ ନିଖୋଜ ଥିବା ଜଣାପଡିଛି । ସିକ୍କିମର ପାକୟୋଙ୍ଗ ଜିଲ୍ଲାରେ ୬୩ ନିଖୋଜ ଥିବାବେଳେ, ଗାଙ୍ଗଟକରେ ୨୦, ମଙ୍ଗନ ଜିଲ୍ଲାରେ ନିଖୋଜଙ୍କ ଉଦ୍ଧାର ଲାଗି ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ ।

ସେନା, ଏନଡିଆରଏଫ୍ ଏବଂ ଏସଡିଆରଏଫ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ । ପଶ୍ଚିମବଂଗ ଜଲପାଇଗୁଡି ଜିଲ୍ଲାରୁ ଉଦ୍ଧାର ହୋଇଥିବା ମୃତଦେହ ମଧ୍ୟରୁ ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଏବେସୁଦ୍ଧା ବିଭିନ୍ନ ସ୍ଥାନରୁ ୨୬ଶହ ୫୩ ଜଣଙ୍କୁ ଉଦ୍ଧାର କରାଯାଇଛି । ତଥାପି ୬ ଜଣ ନାମଚି ଜିଲ୍ଲାରେ ନିଖୋଜ ଅଛନ୍ତି । ସ୍ବତନ୍ତ୍ର ରାଡାର ଓ ଡ୍ରୋନ ସହାୟତାରେ ନିଖୋଜଙ୍କୁ ଠାବ କରିବାକୁ ଅପରେସନ ଚାଲିଛି ।

ରାଜଧାନୀ ଗାଙ୍ଗଟକରୁ ମଙ୍ଗନ ଜିଲ୍ଲାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସିକ୍କିମରେ ୬୨ ହଜାରରୁ ଅଧିକ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ ସହାୟତା ଲାଗି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି । ରାଜ୍ୟର ବିଭିନ୍ନ ରିଲିଫ୍ କ୍ୟାମ୍ପରେ ୬ଶହରୁ ୭ଶହ ଜଣଙ୍କୁ ରଖାଯାଇଛି । ସିକ୍କିମ ବନ୍ୟାରେ ୧୬୫୫ଟି ଘର କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ ୧୪ ବ୍ରିଜ ଭାଂଗିଯାଇଛି ।

ପାର୍ବଣ ପୂର୍ବରୁ ଟ୍ରାଫିକ ନିୟମ ଭାଙ୍ଗି ୨୨୦ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଆସୁଛି ଦଶହରା । ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ପୂଜା ସମୟରେ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ଉପରେ ରହିବ ଅଧିକ ନଜର। ପାର୍ବଣ ଋତୁକୁ ଆଖିରେ ରଖି ଭୁବନେଶ୍ବରରେ ୨ ଦିନ ହୋଇଥିଲା ସ୍ପେଶାଲ୍ ଡ୍ରାଇଭ୍ ।

ମୋଟ ୨୨୦ ଜଣ ଚାଳକ ଟ୍ରାଫିକ୍‌ ନିୟମ ଭାଙ୍ଗିଥିବାରୁ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗକୁ ଏହି ସ୍ପେଶାଲ ଡ୍ରାଇଭ୍ ଜାରି ରହିବ । ବିଶେଷ କରି ପୂଜା ସମୟରେ ମଦ୍ୟପ ଡ୍ରାଇଭର ଓ ରଙ୍ଗ ସାଇଡ ଡ୍ରାଇଭ୍ କରୁଥିବା ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ କମିସନରେଟ ଟ୍ରାଫିକ।

ପୂଜା ସମୟରେ ରାତି ଦିନ ସବୁବେଳେ ରାଜରାସ୍ତାରେ ଚଢାଉ ହେବାସହ ରାଜଧାନିବାସୀ ଟ୍ରାଫିକ ନିୟମ ମାନିବାକୁ ଅପିଲ କରିଛନ୍ତି ଟ୍ରାଫିକ ଏସିପି । କିଛିଦିନ ତଳେ ବିକଟାଳ ସାଉଣ୍ଡ କରୁଥିବା ବୁଲେଟ ସାଇଲେନ୍ସର କୁ ମଧ୍ୟ ଜବତ କରିଥିଲା ପୋଲିସ । ତେବେ ପୂଜା ସମୟରେ ଦିନ ଓ ରାତିରେ ଚାଲିବ ଚଢ଼ାଉ ।

ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ଖସୁଛି ଭାରତୀୟ ସେୟାର ବଜାର

ମୁମ୍ବାଇ: ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ କଞ୍ଚା ତେଲ ଦର ୪ ପ୍ରତିଶତରୁ ଅଧିକ ଦର ବୃଦ୍ଧି ହୋଇଛି  । ଭାରତ ବ୍ରିଟିଶ ପେଟ୍ରୋଲିୟମ ଲିମିଟେଡର ସେୟାର ୨.୩୫% ପର୍ଯ୍ୟନ୍ତ ଖସିଯାଇଛି  । କୋରୋନା ମହାମାରୀ ଓ ଋଷ ୟୁକ୍ରେନ ସଂଘର୍ଷ ପରେ ଏବେ ଇସ୍ରାଏଲ ଓ ପାଲେଷ୍ଟାଇନ ଗ୍ରୁପ ହମାସ ମଧ୍ୟରେ ଜାରି ଯୁଦ୍ଧ ଯୋଗୁଁ ସେୟାର ମାର୍କେଟ ପ୍ରଭାବିତ ହୋଇଛି  । ଭାରତ ସମେତ ସମଗ୍ର ଦୁନିଆର ସେୟାର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି  । ଇସ୍ରାଏଲ ସେୟାର ମାର୍କେଟ ପ୍ରଥମେ ବୁଡିବା ପରେ ଏବେ ଭାରତୀୟ ସେୟାର ବଜାର ଇଣ୍ଡେକ୍ସ ପାଖାପାଖି ୫୦୦ ଅଙ୍କ ପର୍ଯ୍ୟନ୍ତ ଖସିଛି  ।

ସକାଳ ୯ଟା ସୁଦ୍ଧା ୪୫୨ ଅଙ୍କ ଖସି ୬୫,୫୨୫.୬୫ ସ୍ତରରେ ପହଞ୍ଚିଛି  । ମାର୍କେଟ ଖୋଲିବା ପୂର୍ବରୁ ସେନସେକ୍ସ ୭୦୨.୮୬ ଅଙ୍କ ସହ ଟ୍ରେଣ୍ଡ କରୁଛି  । ସୋମବାର ଷ୍ଟକ ମାର୍କେଟରେ ଅଙ୍କ ଖସିବା ଯୋଗୁଁ ଏହାର ପ୍ରଭାବ BSEର ଜଣାଶୁଣା କମ୍ପାନୀ ଉପରେ ପଡିଛି  । ଶୁକ୍ରବାର ୩୨୦ ଲକ୍ଷ କୋଟି ଟଙ୍କାରୁ ହ୍ରାସ ହୋଇ ୩୧୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି  । ବିଏସଇର ଜଣାଶୁଣା କମ୍ପାନୀର ସେୟାରରେ ନିବେଶ କରିଥିବା ନିବେଶକଙ୍କ ୪ ଲକ୍ଷ କୋଟି ସମ୍ପତ୍ତି ଗୋଟିଏ ଝଟକାରେ ସ୍ବାହା ହୋଇଯାଇଛି  ।

ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ସର୍ବାଧିକ ପ୍ରଭାବ କଞ୍ଚାତେଲରେ ପଡିଛି  । ସୋମବାର କାରବାର ଆରମ୍ଭରୁ ଭାରତ ବ୍ରିଟିଶ ପେଟ୍ରୋଲିୟମ ଲିମିଟେଡ ସେୟାର ୨.୩୫% ରୁ ଖସି ୩୩୯.୦୫ ଟଙ୍କା ସ୍ତରରେ ପହଞ୍ଚି ଟ୍ରେଣ୍ଡ କରୁଛି  । ଏହା ଛଡା ଭାରତୀୟ ରେଳ ଫାଇନାନ୍ସ କର୍ପୋରେସନ ୩.୪୭ ପ୍ରତିଶତ, ସୁଜଲନର ସେୟାର ୩.୯୫ ପ୍ରତିଶତକୁ ଖସିଛି  । ଆଦାନୀ ପୋର୍ଟର ସେୟାର ବି ୨.୯୨ ପ୍ରତିଶତକୁ ଖସି ୮୦୬.୫୦ ଟଙ୍କାରେ ପହଞ୍ଚିଛି  । ସେହିପରି ଏସବିଆଇ ଷ୍ଟକ ୧.୪୧ ପ୍ରତିଶତକୁ ହ୍ରାସ ପାଇ ୫୮୫.୯୦ ଟଙ୍କାରେ କାରବାର କରୁଛି  ।