spot_img
Home Blog Page 2710

ଟଙ୍କା ନଦେବାରୁ ସାଙ୍ଗକୁ ପଥରରେ ଛେଚି ହତ୍ୟା କଲେ ତିନି ସାଙ୍ଗ

ରାଉରକେଲା: ରାଉରକେଲା ହେକେଟ ରୋଡରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପଥରରେ ଛେଚି ହତ୍ୟା । ସାଙ୍ଗମାନକୁ ଟଙ୍କା ନଦେବାରୁ ତିନି ସାଙ୍ଗ ମିଶି ହତ୍ୟା କରିଥିବା ଅଭିଯୋଗ । ମୃତକ ହେଲେ ବାଲୁଘାଟ ବସ୍ତିର ରୁଦ୍ର ପାଢୀ ।

ଅଭିଯୋଗ ଅନୁସାରେ ରୁଦ୍ର ପ୍ରତିଦିନ ସାଙ୍ଗମାନଙ୍କ ପାଇଁ ଖର୍ଚ୍ଚ କରିଥାଏ । ଗଣେଶ ଭସାଣୀ ଦିନ ସାଙ୍ଗମାନେ ଟଙ୍କା ମାଗିଥିବା ବେଳେ ରୁଦ୍ର ଦେଇ ନଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ତିତି ସାଙ୍ଗ ମିଶି ପଥରରେ ଛେଚି ହତ୍ୟା କରିଥିଲେ । ଗତ ରବିବାର ଗଣେଶ ଭଷାଣୀ ପାଇଁ ଘରୁ ଆସି ରୁଦ୍ର ନିଖୋଜ ଥିଲେ । ଅଭିଯୋଗ ପରେ ଟାଙ୍ଗରପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭାରତ-କାନାଡ଼ ବିବାଦରେ ଶ୍ରୀଲଙ୍କାର ଏଣ୍ଟ୍ରି, କହିଲା- ଆତଙ୍କବାଦୀଙ୍କ ଘର ପାଲଟିଛି କାନାଡ଼ା

ନୂଆଦିଲ୍ଲୀ: ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା କାନାଡ଼ା ବିଶ୍ବ ଦରବାରରେ ଏକୁଟିଆ ପଡ଼ିବାରେ ଲାଗିଛି । ଭାରତ-କାନାଡ଼ା ବିବାଦରେ ଏଣ୍ଟ୍ରି କରିଛି ଆଉ ଏକ ଦେଶ । ଆଉ ଏହି ଦେଶ ହେଉଛି ଆମ ପଡ଼ୋଶୀ ଶ୍ରୀଲଙ୍କା । ଭାରତ ସମର୍ଥନରେ ଶ୍ରୀଲଙ୍କା ଖୋଲାଖୋଲି ବାହାରିଛି । ଶ୍ରୀଲଙ୍କା ବିଦେଶ ମନ୍ତ୍ରୀ ଅଲି ସାବରୀ କହିଛନ୍ତି, ‘କିଛି ଆତଙ୍କବାଦୀଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଛି । କୌଣସି ପ୍ରମାଣ ନଥାଇ କାନାଡ଼ା ପ୍ରଧାନମନ୍ତ୍ରୀ ଅପମାନଜନକ ଅଭିଯୋଗ ଆଣିଛନ୍ତି । ଶ୍ରୀଲଙ୍କାକୁ ନେଇ ବି ଟ୍ରୁଡୁ ଏମିତି ମିଛ ଅଭିଯୋଗ ଆଣି ନରସଂହାର ହୋଇଥିବା କହିଥିଲେ ।’

ସେହିପରି ଭାରତରେ ଥିବା ଶ୍ରୀଲଙ୍କାର ପୂର୍ବତନ ହାଇ କମିଶନର ମିଲିଣ୍ଡା ମୋରାଗୋଡ଼ କହିଛନ୍ତି, ‘କାନାଡ଼ ଅଭିଯୋଗକୁ ନେଇ ଭାରତର ପ୍ରତିକ୍ରିୟା କଠୋର ରହିଛି । ଏହି ବିବାଦରେ ଶ୍ରୀଲଙ୍କା ଭାରତ ସହ ରହିଛି । ଆତଙ୍କବଦୀଙ୍କ ପାଇଁ ଶ୍ରୀଲଙ୍କାର ବହୁତ କ୍ଷତି ହୋଇଛି । ଶ୍ରୀଲଙ୍କା ଆତଙ୍କବାଦୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତିରେ କାମ କରିଥାଏ ।’

ମୌସୁମୀ ଅଧିବେଶନ: ସ୍ବାଭାବିକ ଭାବେ ଗୃହ ଚାଲିବାକୁ ଦେବେ ତ ବିରୋଧୀ ?

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ରହିଛି ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ପଞ୍ଚାୟତିରାଜ, ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ, ବୈଷୟିକ ଶିକ୍ଷା, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।

ଏହାସହ ଶିକ୍ଷକ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ମୁଲତବି ପ୍ରସ୍ତାବ ଅଣାଯାଇଛି । ମୌସୁମୀ ଅଧିବେଶନରେ ଜାଣିଶୁଣି ପ୍ରଶ୍ନକାଳକୁ ବିଜେପି ଚଳାଇଦେଉନଥିବା ଅଭିଯୋଗ ହୋଇଛି । ବିଜେପିର କାର୍ଯ୍ୟକଳାପରେ ଗତକାଲି ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଆଜି ଅଧିବେଶନର ତୃତୀୟ ଦିନରେ ପ୍ରଶ୍ନକାଳ ସ୍ବାଭାବିକ ଚାଲିବ ନା ପୁରୁଣା ଷ୍ଟ୍ରାଟେଜୀକୁ ବିରୋଧୀ ଆପଣାଇ ହଟ୍ଟଗୋଳ କରିବେ ତାହା ଉପରେ ନଜର ରହିଛି ।

ଋଷର ଆକ୍ସନ: ଆଇସିସି ସଭାପତିଙ୍କୁ କଲା ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ

ମସ୍କୋ: ଆକ୍ସନ ମୋଡରେ ଋଷ । ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ (ଆଇସିସି)ର ସଭାପତି ପିତୋର ହଫମନସ୍କିଙ୍କୁ କଲା ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ । ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଆଇସିସି ପକ୍ଷରୁ ଗିରଫ ପରଓ୍ବାନା ଜାରି କରିବାର କିଛି ମାସ ପରେ ଜବାବ ଦେଇଛି ଋଷ ।

ଋଷର ଗୃହ ମନ୍ତ୍ରାଳୟ ଡାଟାବେସରେ ଏହି ସୂଚନା ଦିଆଯାଇଛି । ଏଥିରେ ଦର୍ଶାଯାଇଛି ଋଷୀୟ ଫେଡେରେସନର କ୍ରିମିନାଲ କୋଡ ଅନୁସାରେ ହଫମନସ୍କିଙ୍କୁ ଓ୍ବାଣ୍ଟେଡ ତାଲିକାରେ ସ୍ଥାନୀତ କରାଯାଇଛି । ତେବେ ହଫମନସ୍କିଙ୍କ ବିରୋଧରେ ଅଭିଯୋଗ କ’ଣ ରହିଛି ତାହା ଦର୍ଶାଯାଇନାହିଁ ।

ଗତ ମାର୍ଚ୍ଚ ମାସରେ ୟୁକ୍ରେନୀୟ ଶିଶୁଙ୍କୁ ବେଆଇନ ଭାବେ ଋଷକୁ ଚାଲାଣ କରୁଥିବା ଅଭିଯୋଗ କ୍ରମେ ନେଦରଲ୍ୟାଣ୍ଡସର ହଗସ୍ଥିତ ଆଇସିସି ମୁଖ୍ୟାଳୟ ପକ୍ଷରୁ ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଥିଲା । ଏହାସହ ଋଷର ଶିଶୁ ଅଧିକାର ସଂକ୍ରାନ୍ତ ପ୍ରେସିଡେନସିଆଲ କମିଶନର ମାରିଆ ଲୋଭା ବେଲୋଭାଙ୍କ ବିରୋଧରେ ବି ଆଇସିସି ଗିରଫ ପରଓ୍ବାନା ଜାରି କରିଥିଲା ।

ପୂର୍ବରୁ ଆଇସିସି ପ୍ରସିକ୍ୟୁଟର କରିମ ଖାନ ଓ ଅନ୍ୟ କେତେକ ଜଜଙ୍କ ବିରୋଧରେ ଋଷ ଜାରି କରିଥିଲା ଗିରଫ ପରଓ୍ବାନା । ଗତ କିଛିଦିନ ତଳେ ୟୁକ୍ରେନରେ ଆଇସିସି ପକ୍ଷରୁ ଏକ ଫିଲ୍ଡ ଅଫିସ ଖୋଲାଯାଇଥିଲା ।

ଶ୍ରୀନଅରରେ ପାଳନ ହେବ ସୁନିଆଁ ଉତ୍ସବ

ପୁରୀ: ଆଜି ହେଉଛି ପବିତ୍ର ସୁନିଆଁ ଉତ୍ସବ । ଆଜିଠାରୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୧୪ ଶହ ୩୧ ସାଲ ୬୭ ଅଙ୍କର ପ୍ରବେଶ ହୋଇଛି । ଏହି ଅବସରରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ ।

ଗଜପତି ମହାରାଜ ସ୍ବତନ୍ତ୍ର ପରିପାଟୀରେ ସିଂହାସନରେ ଉପବେଶନ କରିବା ପରେ ରାଜଗୁରୁ ଅନ୍ୟାନ ସେବାୟତଙ୍କ ଉପସ୍ଥିତିରେ ସୁବର୍ଣ୍ଣ ମୁଦ୍ରାରେ ଏହି ଅଙ୍କକୁ ଖୋଦେଇ କରାଯିବ । ଏହାପରେ ଏହି ମୁଦ୍ରାକୁ ପ୍ରଚଳନ କରାଯିବାର ପରମ୍ପରା ରହିଛି । ୧୬ ଶାସନର ବ୍ରାହ୍ମଣ ଅନ୍ୟ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ରୀତିନୀତିରେ ଏହି ଅଙ୍କକୁ ପ୍ରଚଳନ କରାଯିବ ।

ଆଜିଠାରୁ ଏହି ଅଙ୍କ ଜାତକ ଓ ପାଞ୍ଜି ଗଣନାରେ ବ୍ୟବହାର କରାଯିବ । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବିଶେଷ ପୂଜାର୍ଚ୍ଚନା । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ । ସେହିପରି ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ମଧ୍ୟ ପାଳନ କରାଯିବ ।

ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ମୋହନା: ପୁଣି ଅନ୍ଧ ବିଶ୍ବାସ ନେଲା ଜୀବନ । ଗୁଣି ଗାରେଡି ସନ୍ଦେହରେ ଚାଲିଗଲା ଦୁଇ ଜଣଙ୍କ ପ୍ରାଣ । ଘଟଣା ଘଟିଛି ମୋହନା ଅଡବା ଥାନା ଘୋଡ଼ାପଙ୍କା ଗାଁରେ । ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ବିଭତ୍ସ ଭାବେ ହତ୍ୟା କରିଛି ଦୁର୍ବୃତ୍ତ ।

ମୃତକ ହେଲେ ଘୋଡାପଙ୍କା ଗ୍ରାମର କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ପତ୍ନୀ ଶଶିତା ମଲ୍ଲିକ । କପିଳେନ୍ଦ୍ରଙ୍କୁ ଘରେ ପଶି ହତ୍ୟା କରାଯାଇଥିବା ବେଳେ, ସ୍ତ୍ରୀକୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବଲପୁର ବିଜେଡି ସଭାପତି ହେଲେ ରୋହିତ ପୂଜାରୀ

ଭୁବନେଶ୍ବର: ୩ ନେତାଙ୍କୁ ଗୁରୁ ଦାୟିତ୍ବ । ୨ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ୩ଜଣ ନେତାଙ୍କୁ ଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଗୁରୁ ଦାୟିତ୍ବ ଦେଇଛନ୍ତି  । ସିଦ୍ଧାର୍ଥ ଦାସଙ୍କୁ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି । ରୋହିତ ପୂଜାରୀ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ମାନସ ମାଡକାମୀଙ୍କୁ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ କରିଛନ୍ତି ଦଳ ସୁପ୍ରିମୋ।

ଏଣେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ପଦରୁ ରବିନ୍ଦ୍ର ପ୍ରଧାନଙ୍କୁ ଦଳରୁ ସସପେଣ୍ଡ୍ କରାଯାଇଛି । ସେହିପରି ପ୍ରକାଶ ପାଶୱାନଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ପଦରୁ ହଟାଇ ଦେଇଛନ୍ତି ବିଜେଡି ସୁପ୍ରିମୋ।

 

ଭାରତୀୟମାନେ ଭାତ ଖାଉଛନ୍ତି,ଆଇଫୋନ୍ ୧୫ କିଣନି

ନନ୍ଦିଘୋଷ ବ୍ୟୁରୋ: ଆପୋଲ ନିଜର ଆଇଫୋନ ୧୫ ଲଞ୍ଚ କରିଛି । ଆପୋଲ ପ୍ରଥମଥର ମେଡ ଇନ ଇଣ୍ଡିଆ ସେହିଦିନ ମଧ୍ୟ ଲଞ୍ଚ କରିଛି, ଯେଉଁଦିନ ସବୁଠି ଆଇଫୋନ ୧୫ ଲଞ୍ଚ ହୋଇଛି । ତେବେ ଚୀନର ମ୍ୟାନୁଫେକଚର ଆଇଫୋନ ୧୫ କେବଳ ୟୁରୋପ ଏବଂ ଆମେରିକା ମାର୍କେଟରେ ଲଞ୍ଚ କରିଛି । ଭାରତର ଆଇଫୋନ ୧୫ ଚୀନ ବଜାରରେ ବିକ୍ରି ପାଇଁ ସମସ୍ତ ପ୍ରକ୍ରିୟା ସରିଛି । ଏଭଳି ଏକ ସମୟରେ ଚୀନରେ ଲୋକମାନେ ଭାରତକୁ ନେଇ ସୋସିଆଲ ମିଡିଆରେ କମେଣ୍ଟମାନ କରୁଥିବା ଦେଖିବାକୁ ମିଳିଛି । ଭାରତୀୟମାନଙ୍କୁ ଅପମାନିତ କଲା ଭଳି ପୋଷ୍ଟ ମଧ୍ୟ କରିଥିବା ନଜରକୁ ଆସିଛି । ସେମାନେ କହିଛନ୍ତି କହିଛନ୍ତି କି, ଭାରତୀୟମାନେ ଭାତ ଖାଉଛନ୍ତି ସେମାନଙ୍କ ଆଇଫୋନ ୧୫ କିଣନି । ସେମାନଙ୍କ ଫୋନ କଭର ଖୋଲିଲେ ତରକାରୀଙ୍କ ଗନ୍ଧ ଆସୁଛି । ଏପରିକି ପୋଷ୍ଟରେ ପ୍ରକାଶ କରିଛନ୍ତି କି, ଭାତ ତରକାରୀ ଖାଇ ଏହି ଫୋନକୁ ଛୁଇଁବା ଦ୍ବାରା ସଂକ୍ରମଣ ମଧ୍ୟ ହେବ । ଏପରି ଅନେକ ଖରାପ କ୍ୟାପସନ ଦେଇ ପୋଷ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହାକି ଏବେ ହାଜ ଟ୍ୟାଗ ମଧ୍ୟ ଟ୍ରେଣ୍ଡ କରୁଛି ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଷଡ଼ଯନ୍ତ୍ର କରୁଛନ୍ତି ବିରୋଧୀ : ପ୍ରତାପ ଜେନା

ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଷଡ଼ଯନ୍ତ୍ର କରୁଛନ୍ତି ବିରୋଧୀ  । ରାଜନୈତିକ ଉଦ୍ଦେଶ୍ୟ ରଖି ବଦନାମ କରାଯାଉଛି ବୋଲି କହିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା  । ପ୍ରତାପ କହିଛନ୍ତି, ମାମଲାରେ ମୋ ବିରୋଧରେ ଆସିଥିବା ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ  । ଯେଉଁମାନେ ମାମଲାରେ ସଂପୃକ୍ତ ଥିଲେ ସେମାନେ ନିଜେ ଦୋଷ ସ୍ବୀକାର କରି ସାରିଥିଲେ  ।  ବିଜେପି ନେତା ତଥା ମାହାଙ୍ଗାରେ ପରାଜିତ ହୋଇଥିବା ଶାରଦା ପ୍ରଧାନ ମିଛ ଅଭିଯୋଗ ଆଣିବା ସହିତ ଚକ୍ରାନ୍ତ କରୁଛନ୍ତି  । ବିରୋଧୀ ରାଜନୈତିକ ମଇଦାନରେ ଆମକୁ ସାମ୍ନା କରିପାରୁନାହାନ୍ତି । ମାହାଙ୍ଗାରେ ଯେଉଁ ବିକାଶ ଚାଲିଛି ସେଥିରେ ଅସହିଷ୍ଣୁ ହୋଇପଡ଼ିଛନ୍ତି  । ଏଣୁ ମୋତେ ଫସାଇବାକୁ ଏଭଳି ହୀନ ଉଦ୍ୟମ କରାଯାଉଥିବା ପ୍ରତାପ କହିଛନ୍ତି  । କୋର୍ଟରେ ମୋ ବିରୋଧରେ ତଥ୍ୟ ଦେଇଥିବା ଲୋକଙ୍କର ଏବଂ ତାଙ୍କ ନିଜର ନାର୍କୋ ଟେଷ୍ଟ କରିବାକୁ ସେ ଦାବି କରିଛନ୍ତି  । ଏହାଦ୍ବାରା ସତ୍ୟାସତ୍ୟ ସାମ୍ନାକୁ ଆସିଯିବ ବୋଲି ପ୍ରତାପ କହିଛନ୍ତି  ।

ଲୋକେ ଆସିବେନି, ପ୍ରଶାସନ ଲୋକଙ୍କ ପାଖକୁ ଯିବ

ଭୁବନେଶ୍ବର: ଲୋକଙ୍କ ପାଖରେ ପ୍ରଶାସନ । ଚୁଟକିରେ ହେଉଛି ସମସ୍ୟାର ସମାଧାନ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସିଏମଓ ଲୋକଙ୍କ ପାଖରେ ପହଞ୍ଚିଛି। କୋଭିଡ୍ ପାଇଁ ଦୁଇ ବର୍ଷର ବ୍ରେକ୍ ପରେ ମୁ୍ଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଲୋକଙ୍କ ଦୁଆରେ ପହଞ୍ଚା ଯାଇଛି ବୋଲି ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିଏମ୍ ଅଭିଯୋଗ ସେଲ୍ CMO ଦ୍ୱାରା ପରିଚାଳିତ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ CMOର ଅଧିକାରୀମାନେ ସବୁ ଜିଲ୍ଲା ଗସ୍ତ କରି ଅଭିଯୋଗ ଶୁଣିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କ ଅଭିଯୋଗର ସମାଧାନ କରାଯାଉଛି । ସିଏମଓଙ୍କ ଜିଲ୍ଲାଗସ୍ତ ନେଇ ଲୋକେ ଖୁସି ଥିବା ବେଳେ ବିରୋଧୀ ଏହାକୁ ନେଇ ରାଜନୀତି କରିବା ଜନବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ବିରୋଧୀଙ୍କ ହୀନ ରାଜନୀତିର ବାଟ ବନ୍ଦ କରିଦେଇଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

ଲୋକଙ୍କ ପାଇଁ ସିଏମଓ। ସିଏମଙ୍କ ନିର୍ଦ୍ଦେଶରେ ସିଏମଓଙ୍କ ଜିଲ୍ଲାଗସ୍ତ। ଘର ପାଖରେ ପହଞ୍ଚିଛି ପ୍ରଶାସନ, ଶୁଣିଛି ସମସ୍ୟା। ୬ମାସରେ ୧୯୦ଟି ସ୍ଥାନରେ ଅଭିଯୋଗ ଶୁଣାଣି । ୫୭ହଜାର ୪୪୨ ଦରଖାସ୍ତରୁ ୪୩ହଜାର ୫୩୬ର ସମାଧାନ। ନବୀନଙ୍କ କହିଲେ ଲୋକେ ଖୁସି, ଜନ ପ୍ରତିନିଧି ବି ଖୁସ୍। ବିରୋଧୀଙ୍କ ବିରୋଧ ଜନବିରୋଧୀ। ଲୋକେ ଆସିବେନି, ପ୍ରଶାସନ ଲୋକଙ୍କ ପାଖକୁ ଯିବ। ୨ବର୍ଷର କୋଭିଡ୍ କଟକଣା ଯୋଗୁଁ ବ୍ୟାଘାତ ହୋଇଥିଲା ଲୋକଙ୍କ ଅଭିଯୋଗ ଶୁଣାଣି। ଲୋକଙ୍କ ଦୁଆରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସିଏମଓ ଲୋକଙ୍କ ପାଖକୁ ଯାଇଥିଲା।

ଅଭିଯୋଗ ଶୁଣିଲା ଓ ସମସ୍ୟାର ସାମାଧାନ ବି କଲା। ବିଧାନସଭାରେ ବିବୃତି ରଖି ବିରୋଧୀଙ୍କ ହୀନ ରାଜନୀତି ଓ ମିଛ ପ୍ରଚାରର କଡ଼ା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭାରେ ସିଏମଓଙ୍କ ଜିଲ୍ଲାଗସ୍ତ, ମନ୍ତ୍ରୀ ବଡ଼ ନା ସଚିବ ବଡ଼, ଚପର ଖର୍ଚ୍ଚ ନେଇ ବିବୃତିରେ ସ୍ପଷ୍ଟବାର୍ତ୍ତା ଦେଇଛନ୍ତି ନବୀନ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହିଁ CMOର ଅଧିକାରୀମାନେ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିଥିଲେ। ଗତ ୬ମାସ ମଧ୍ୟରେ ୧୯୦ରୁ ଅଧିକ ସ୍ଥାନରେ CMO ପହଞ୍ଚିଥିଲା। ପ୍ରତିଦିନ ତିନିରୁ ପାଞ୍ଚଟି ସ୍ଥାନରେ ଅଭିଯୋଗ ଶୁଣାଣି ହେଉଥିଲା। ଏହି ପ୍ରକ୍ରିୟାରେ ଲୋକଙ୍କ ଠାରୁ ୫୭ହଜାର ୪୪୨ଟି ଆବେଦନ ସଂଗ୍ରହ କରାଯାଇଥିଲା। ଏହା ମଧ୍ୟରୁ ଏବେ ସୁଦ୍ଧା ୪୩ହଜାର ୫୩୬ଟି ଆବେଦନର ସମାଧାନ ହୋଇସାରିଛି। ସାରା ଦେଶରେ ଲୋକଙ୍କ ଅଭିଯୋଗ ସମାଧାନର ଏହା ସବୁଠାରୁ ପ୍ରଭାବଶାଳୀ ବ୍ୟବସ୍ଥା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିରୋଧୀଙ୍କ ଜନବିରୋଧୀ ନୀତିକୁ କଡ଼ା ସମାଲୋଚନା କରିଛି ବିଜେଡି।

ମୁଖ୍ୟମନ୍ତ୍ରୀ ଅଭିଯୋଗ ସେଲ୍ ସବୁବେଳେ CMO ଦ୍ୱାରା ପରିଚାଳିତ ହୁଏ। ମନ୍ତ୍ରୀମାନେ ଏଥିରେ ସାମିଲ ହେବା ଆବଶ୍ୟକ ପଡିନାହିଁ। ଆବେଦନପତ୍ର ଗ୍ରହଣ ହେବା ପରେ ସେଗୁଡିକୁ ସଂପୃକ୍ତ ବିଭାଗକୁ ପଠାଯାଏ। ଏଥିରେ ମାନ୍ୟବର ମନ୍ତ୍ରୀ ବନାମ ଅଧିକାରୀଙ୍କ ପ୍ରସଙ୍ଗ କେଉଁଠି ବୋଲି ନବୀନ କହିଛନ୍ତି। ଆବେଦନର ସମାଧାନରେ ମନ୍ତ୍ରୀମାନେ ବିଭାଗର ମୁଖ୍ୟ ଭାବେ ପ୍ରମୁଖ ଭୂମିକା ନିଅନ୍ତି। ୫୭ହଜାର ଅଭିଯୋଗକାରୀ ଯଦି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିଥାନ୍ତେ ସେମାନଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିଥାନ୍ତା। ଦୈନିକ ମଜୁରୀ ବି ହାତଛଡା ହୋଇଥାନ୍ତା।

ଲୋକଙ୍କ ପାଖରେ ପହଞ୍ଚି ସେବା ଦେବାରେ CMO ର ତ୍ରୁଟି କେଉଁଠି? ହେଲିକପ୍ଟର ବ୍ୟବହାର ହୋଇ ନଥିଲେ ସାରା ରାଜ୍ୟ ବୁଲି ଅଭିଯୋଗ ଶୁଣାଣି କରିବାକୁ ଦେଢ ବର୍ଷ ଲାଗିଥାନ୍ତା। ଗତ ସାଢେ ତିନି ବର୍ଷରେ ହେଲିକପ୍ଟର ବାବଦକୁ ସରକାର ୪୦ କୋଟି ଖର୍ଚ୍ଚ କରିଛନ୍ତି। ମାସିକ କୋଟିଏରୁ ଦେଢ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେଉଥିଲା ବେଳେ CMOର ଅଭିଯୋଗ ଶୁଣାଣି ପାଇଁ ସମାନ ହାରରେ ହେଲିକପ୍ଟର ଖର୍ଚ୍ଚ ହୋଇଛି ବୋଲି ନବୀନ କହିଛନ୍ତି। ହେଲିକପ୍ଟର ବ୍ୟବହାର ମାତ୍ରାଧିକ ଖର୍ଚ୍ଚ ଅଭିଯୋଗ ସଂପୂର୍ଣ୍ଣ ମିଛ ବୋଲି ନବୀନ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିବୃତି  ସିଏମଓ ଜିଲ୍ଲା ଗସ୍ତର ସ୍ପଷ୍ଟତା ରାଜ୍ୟବାସୀଙ୍କ ପାଖରେ ପହଞ୍ଚିଛି ଓ ବିରୋଧୀଙ୍କ ଅଭିଯୋଗର ଜବାବ ମିଳିଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

ରାଜନୈତିକ କାରଣରୁ ଅସନ୍ତୁଷ୍ଟ ନହୁଅନ୍ତୁ ବିରୋଧୀ। ମୋ ସରକାର ପାଇଁ ଲୋକେ ପ୍ରଥମ, ଲୋକଙ୍କ ସମସ୍ୟାର ସମାଧାନ ପ୍ରାଥମିକତା। ଏହାକୁ ସଂପାଦନ କରିବା ଜାରି ରଖିବେ ବୋଲି ଗୃହରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ସମସ୍ୟା ସମାଧାନକୁ କିଏ କିପରି ବିରୋଧ କରିପାରିବ। ଏଭଳି ବିରୋଧ ଜନ ବିରୋଧୀ। ବିରୋଧୀଙ୍କ ଏପରି ମନୋବୃତ୍ତିକୁ ଜନତା ଉଚିତ ଜବାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।