spot_img
Home Blog Page 2721

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଯୋଜନାର ଅନ୍ୟତମ ଲକ୍ଷ୍ୟ

ଭୁବନେଶ୍ୱର : ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking  ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ। ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ।

ନଜର ପକାନ୍ତୁ ଏହି ଖବର ଉପରେ :  ମାତ୍ର ୭ଦିନରେ ଅଭିଯୋଗର ସମାଧାନ ନବରଙ୍ଗପୁରବାସୀଙ୍କ ପାଇଁ ଏକ ବିରଳ ଅନୁଭବ

ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏହି ପାଳିରେ ମୁଖ୍ୟମନ୍ତ୍ରୀ ଓଡିଶାରେ ରୂପାନ୍ତରର ଯୁଗ ଆରମ୍ଭ କରିବା ସହିତ ମା’ ମାନଙ୍କୁ ୫ଟି ସୁନ୍ଦର ଉପହାର ଦେଉଛନ୍ତି।

ମାତ୍ର ୭ଦିନରେ ଅଭିଯୋଗର ସମାଧାନ ନବରଙ୍ଗପୁରବାସୀଙ୍କ ପାଇଁ ଏକ ବିରଳ ଅନୁଭବ

୫ମ ପାଳିରେ ମା’ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସୁନ୍ଦର ଉପହାର 

– ୫ ଟଙ୍କାରେ ଆହାର,

– ମମତା ଯୋଜନାରେ ଗର୍ଭବତୀ ମା’ ମାନଙ୍କୁ ୫ ହଜାର ଟଙ୍କା ସହାୟତା,

– ଲକ୍ଷ୍ମୀ ବସ୍‌ ଯୋଜନାରେ ମା’ ମାନଙ୍କୁ ୫ ଟଙ୍କାରେ ବସରେ ଯିବାଆସିବାର ସୁବିଧା,

– ମିଶନ ଶକ୍ତିରେ ମା’ ମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ,

– ତା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବା ବେଳେ ମା’ ମାନଙ୍କ ପାଇଁ ଆଉ ଅଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।

ଭୁବନେଶ୍ୱର : – ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ନବମ ଦିନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ କଳାହାଣ୍ଡି ଜିଲ୍ଲାର  ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୫୫ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଜୁନାଗଡ, ଲାଞ୍ଜିଗଡ, ନର୍‌ଲା, ଧର୍ମଗଡ, ଭବାନିପାଟଣା  । ଏହିସବୁ ନିର୍ବାଚନମଣ୍ଡଳୀର ୧୩ଟି ବ୍ଲକ୍‌‌ର ୩୧୦ଟି  ଗ୍ରାମ ପଞ୍ଚାୟତରେ ୪୬୭୮ଟି ପ୍ରକଳ୍ପ ହେବ। ସେହିପରି ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୪.୫୦ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଡାବୁଗାଁ, ନବରଙ୍ଗପୁର, ଉମରକୋଟ, ଝରିଗାଁ ।

ଏଥିରେ ୧୦ଟି ବ୍ଲକ୍‌ର ୧୮୯ଟି   ଗ୍ରାମପଞ୍ଚାୟତରେ ୨୯୪୨ଟି ପ୍ରକଳ୍ପ କରାଯିବ। ଆଜିର କାର୍ଯ୍ୟକ୍ରମ ପାଇଁ କଳାହାଣ୍ଡି ଜିଲ୍ଲାର ୫ଟି ଓ ନବରଙ୍ଗପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ଗାଁଗୁଡିକ ହେବ ରୂପାନ୍ତରର ପ୍ରକୃତ କେନ୍ଦ୍ର। ଗାଁର ଲୋକମାନେ ହିଁ ନୂଆ ଓଡିଶାର ପରିଚୟ ସୃଷ୍ଟି କରିବେ ବୋଲି ସେ କହିଥିଲେ।

ଏହି ଖବର ପଢନ୍ତୁ : ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟର ୫୮ଟି କେନ୍ଦ୍ରରେ ପରୀକ୍ଷା ଆରମ୍ଭ

ସେ ପୁଣି କହିଲେ ଯେ  ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା । ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୩ଜଣ ପୋଲିସ ମୃତ

ନନ୍ଦିଘୋଷ ବ୍ୟୁରୋ : ପୁଣିଥରେ ପାକିସ୍ତାନରେ ଏକ ବଡ଼ ବିସ୍ଫୋରଣ ଘଟିଛି ।  ଏହି ଆକ୍ରମଣରେ ତିନି ଜଣ ପୋଲିସ ପ୍ରାଣ ହରାଇଛନ୍ତି। ଏମାନଙ୍କ ବ୍ୟତୀତ ୧୫ ଜଣ ଆହତ ହୋଇଥିବା କୁହାଯାଉଛି ଯେଉଁଥିରେ କିଛି ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି। ଜିଲ୍ଲାର ଟ୍ୟାଙ୍କ ବେସ ନିକଟ ଡେରା ଇସମାଇଲ ଖାନଙ୍କ ସ୍ଥାନୀୟ ବଜାରରେ ଏହି ବିସ୍ଫୋରଣ ଘଟିଛି। ରିପୋର୍ଟରେ କୁହାଯାଇଛି ଯେ ବିସ୍ଫୋରକ ସାମଗ୍ରୀ ଏକ ମୋଟରସାଇକେଲରେ ସ୍ଥିର କରାଯାଇଛି। ଅନେକ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିବା ପୋଲିସ କହିଛି। ପୋଲିସ କହିଛି ଯେ ବିସ୍ଫୋରଣର ଶବ୍ଦ ବହୁତ ଜୋରରେ ଥିଲା ଏବଂ ନିକଟସ୍ଥ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖାଇବର ପାଖ୍ଟନଖୱାରେ ପ୍ରତିଦିନ ଆତଙ୍କବାଦୀ ଆକ୍ରମଣ ଘଟେ। ଟାର୍ଗେଟରେ ପୋଲିସ କର୍ମଚାରୀ ଅଛନ୍ତି। ସଦ୍ୟତମ ଘଟଣା ସମ୍ପର୍କରେ ପୋଲିସ ଭ୍ୟାନ ମଧ୍ୟ ଏହି ଆକ୍ରମଣର ଟାର୍ଗେଟ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି। ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି। ସେ କହିଛନ୍ତି ଯେ ଆମେ ଏହି ଘଟଣାର ଅନୁସନ୍ଧାନ କରୁଛୁ ଏବଂ ଏହା ପଛରେ ଥିବା ଅପରାଧୀଙ୍କୁ ଗିରଫ କରାଯିବ। ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ କହିଛି ଯେ ଆଇନ ଶୃଙ୍ଖଳା ଏଜେନ୍ସିର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଷିଦ୍ଧ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଗତ ବର୍ଷ ନଭେମ୍ବରରେ ସରକାରଙ୍କ ସହ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ପାକିସ୍ତାନରେ ବିଶେଷ କରି ଖାଇବର ପାଖ୍ଟନଖୱା ଏବଂ ବାଲୁଚିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଖାଇବର ପାଖ୍ଟନଖୱା ତେହେରିକ ତାଲିବାନ ପାକିସ୍ତାନର ଗଡ଼ ଭାବରେ ପରିଗଣିତ ହୁଏ, ଯିଏ ପାକିସ୍ତାନ ପୋଲିସକୁ ଟାର୍ଗେଟ କରି ଆକ୍ରମଣ କରିଥାଏ । Pakistan blast targeting police kills five in northwestern province | Arab  News

ପଢନ୍ତୁ ଏହି ଖବର : ଗାଜାରେ ଫସିଥିବା ୬୦ଟି ଦେଶର ୭ ହଜାର ବିଦେଶୀ ନାଗରିକଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ

ଆତଙ୍କବାଦୀମାନେ ପେଶୱାରରେ ସେନାକୁ ଟାର୍ଗେଟ କରିଥିଲେ

ଜୁଲାଇରେ ପୃଥକ ପୃଥକ ଆତଙ୍କବାଦୀ ଆକ୍ରମଣରେ ପେଶୱାରର ହାୟାଟାବାଦ ଅଞ୍ଚଳରେ ପାରାମିଲିଟାରୀ ଫ୍ରଣ୍ଟିଅର୍ କର୍ପସ (ଏଫସି) ର ଏକ କନଭେନକୁ ଶକ୍ତିଶାଳୀ ବିସ୍ଫୋରଣରେ ଉଡାଇଦେଲେ । ସେଠାରେ ଅତି କମରେ ଆଠ ଜଣ ଆହତ ହୋଇଥିଲେ । ବିସ୍ଫୋରଣ ସ୍ଥାନ ନିକଟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କ୍ୟାଣ୍ଟ ଏସପି ୱାକାସ୍ ରାଫି ଆତ୍ମଘାତୀ ବିସ୍ଫୋରଣକୁ ନିଶ୍ଚିତ କରିଛନ୍ତି ।

 

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

କେନ୍ଦୁଝର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ମୃତକ ହେଲେ ଯାଜପୁର ଜିଲ୍ଲା ବାରାଗାଡ଼ିଆର ପ୍ରଭୁଦତ୍ତ ବିଶ୍ୱାଳ, ବିଭୁଦତ୍ତ ବିଶ୍ୱାଳ ଓ ମୃତ ଯୁବତୀ ଏମାନଙ୍କ ପଡୋଶୀ ବୋଲି ପରିଚୟ ମିଳିଛି । କେନ୍ଦୁଝର ଘସିପୁରା ଥାନା ଶାଳପଡ଼ା କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ସାମ୍ନା ରାସ୍ତାରେ ବାଇକ ସହିତ ଲୁହାପଥର ବୋଝେଇ ହାଇୱା ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଯୁବକ ଓ ଜଣେ ଯୁବତୀ ହାଇୱା ତଳେ ଚାପି ହୋଇଯାଇଥିଲେ ।

ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଘସିପୁରା ପୋଲିସ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି ।

ଏହି ଖବର ଉପରେ ନଜର ପକାନ୍ତୁ : ସ୍କୁଲରେ ପଶୁପଶୁ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି ଛାତ୍ରଛାତ୍ରୀ, ଚାଲିଛି ପୂଜାପାଠ

ରିଲିଜ ପୂର୍ବରୁ ଆସିଲା ’ଟାଇଗର-୩’ର ନୂଆ ପ୍ରୋମାେ, ଚର୍ଚ୍ଚାରେ କ୍ୟାଟ୍ରିନାଙ୍କ ଟାୱେଲ୍ ଫାଇଟ୍…

ମୁମ୍ବାଇ: ଦିପାବଳୀରେ ଧୁମ ମଚାଇବାକୁ ଆସୁଛି ଗୁଇନ୍ଦାଗିରି ଉପରେ ପର୍ଯ୍ୟବେସିତ ଫିଲ୍ମ ଟାଇଗର-ଥ୍ରୀ । ୟଶ ରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ଟାଇଗର-ଥ୍ରୀ ୧୨ ନଭେମ୍ବରରେ ରିଲିଜ ହେବ। ମୁଖ୍ଯ ଭୂମିକାରେ ଭାଇଜାନ ସଲମାନ ଖାନଙ୍କ ସହିତ ସ୍ଲିମ ବ୍ୟୁଟି କ୍ୟାଟ୍ରିନା କୈଫ ନଜର ଆସିବେ। ଜବରଦସ୍ତ ଆକ୍ସନରେ ଭରପୂର ସିନେମା।

ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା। ଏହାକୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣ ବୋର୍ଡ-ସିବିଏଫସି ବିନା କଟରେ ମଞ୍ଜୁରୀ ଦେଇଛି। ଏହାର ଅବଧି ଦୁଇ ଘଣ୍ଟା ୨୨ ମିନିଟ ରହିଛି। ଏଥିରେ ଇମ୍ରାନ ହାସମୀ ନେଗେଟିଭ ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିବେ।

 

ପଠାନ ସିନେମା ପରେ ଦର୍ଶକ ସଲମାନ ଓ ଶାହରୁଖଙ୍କୁ ଏକ ସାଙ୍ଗରେ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । କାରଣ କିଙ୍ଗ ଖାନ ଏଥିରେ କ୍ୟାମିଓ ରୋଲରେ ଦର୍ଶକଙ୍କୁ ନଜର ଆସିବେ। ସିନେମା ପାଇଁ ଆଡଭାନ୍ସ ବୁକିଂ ପାଞ୍ଚ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଫ୍ୟାନସଙ୍କ ମଧ୍ୟରେ ଖୁସି ଖେଳିଯାଇଛି।

ସ୍କୁଲରେ ପଶୁପଶୁ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି ଛାତ୍ରଛାତ୍ରୀ, ଚାଲିଛି ପୂଜାପାଠ

ଭଦ୍ରକ: ସ୍କୁଲ ପିଲାଙ୍କ ଅସ୍ବାଭାବିକ ଆଚରଣ । କିଛି ଛାତ୍ରଛାତ୍ରୀ ଛୋଟେଇ ଛୋଟେଇ ଚାଲିବା ସହିତ କେତେବେଳେ ଭୋ ଭୋ ହୋଇ କାନ୍ଦୁଛନ୍ତି, ତ ପୁଣି କେତେବେଳେ ଠୋଠୋ ହୋଇ ହସୁଛନ୍ତି । ସ୍କୁଲରେ ସୃଷ୍ଟି ହୋଇଛି ଅସ୍ବାଭାବିକ ପରିସ୍ଥିତି । ଭଦ୍ରକ ଜିଲା ବାସୁଦେବପୁର ନିକଟସ୍ଥ ଅଢୁଆଁ ନୋଡାଲ ପ୍ରାଇମେରୀ ସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

୧୦ ଦିନ ହେଲା ୫ ରୁ ୭ ଜଣ ଛାତ୍ରଛାତ୍ରୀ ଅସ୍ବାଭାବିକ ଆଚରଣ କରୁଛନ୍ତି । ବରଗଛ ମୂଳକୁ ନେଇଯିବାକୁ କାନ୍ଦି କାନ୍ଦି ନେହୁରା ହୋଇ କହୁଥିବା ଦେଖିବାକୁ ମିଳୁଛି । ବରଗଛ ମୂଳକୁ ନେଇ ଝୁଣା, ଧୂପ ଦେବାପରେ ପିଲା ଭଲ ହୋଇଯାଉଛନ୍ତି । ଏହି ଘଟଣାକୁ ନେଇ ନାନା ଚର୍ଚ୍ଚା ହେଉଛି ।

ଏନେଇ ଗତକାଲି ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ବସିଥିଲା । ନିଷ୍ପତ୍ତି ଅନୁସାରେ ଆଜି ଜଣେ ଗୁଣିଆ ଆସି ଝଡ଼ାଫୁଙ୍କା କରୁଛନ୍ତି । ସ୍କୁଲରେ ଚାଲିଛି ପୂଜାପାଠ । ତେବେ ଆଜିର ଯୁଗରେ ଏଭଳି ଘଟଣାକୁ ନେଇ ଲୋକଙ୍କ ବିଶ୍ବାସ ଓ ଅନ୍ଧବିଶ୍ବାସ ଉପରେ ପ୍ରଶ୍ନ ସୃଷ୍ଟି ହେବା ସହ ନାନା ଚର୍ଚ୍ଚା ହେଉଛି ।

ବିଷଧର ସାପ ଓ ବିଦେଶୀ ଝିଅଙ୍କ ସହ ପାର୍ଟି, ଗିରଫ ହୋଇପାରନ୍ତି ଫେମସ୍ ୟୁଟ୍ୟୁବର ଏଲଭିସ୍ ଯାଦବ

ମୁମ୍ବାଇ: ୟୁଟ୍ୟୁବର ଏଲଭିଶ ଯାଦବଙ୍କ ନାଁ ପୁଣିଥରେ ଚର୍ଚ୍ଚାରେ। ନିକଟରେ ଏକ ଅଜ୍ଞାତ ନମ୍ବରରୁ ଧମକୂପର୍ଣ୍ଣ କଲ୍ ଆସିବା ପାଇଁ ଟଙ୍କା ମଗାଯାଇଥିବା ନେଇ ଅଭିଯୋଗ କରିଥିଲେ ଏଲଭିସ୍ । କିନ୍ତୁ ଏବେ ଓଲଟା ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ତେବେ ଜାଣନ୍ତୁ କ’ଣ ରହିଛି ପୂରା ଘଟଣା…

ବିଷାକ୍ତ ନାଗସାପ ବିଷର ବ୍ୟବହାର ରେଭ୍ ପାର୍ଟିରେ ବ୍ୟାନ ଥିବାବେଳେ ଏଠାକୁ ସାପ ଅଣାଯାଇଥିଲା। ଏଭଳି ସଂଗୀନ ଅଭିଯୋଗ ପରେ ଘଟଣାକୁ ନେଇ ଏଲଭିସ୍ ଯାଦବଙ୍କ ନାଁରେ ମାମଲା ରୁଜୁ ହୋଇଛି। ନିକଟରେ ନୋଏଡା ପୋଲିସ ସେକ୍ଟର ୪୯ ଅଞ୍ଚଳରେ ରେଡ୍ କରିଥିଲା। ଏହି ସମୟରେ ପୋଲିସ ୫ଟି ବିଷଧର ସାପ ଓ ବିଷ ଜବତ କରିଥିଲା । ଘଟଣାରେ ୫ଜଣଙ୍କୁ ଅଟକ ରଖାଯାଇଥିଲା। ପଚରାଉଚରା ସମୟରେ ଏଲଭିଶ ଯାଦବଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଣି ଥରେ ଏଲଭିଶ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି । ଏପରିକି ଘଟଣାରେ ସେ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନାନୁସାରେ, ଏଲଭିଶ ଯାଦବଙ୍କ ନାଁରେ ନୋଏଡାରେ ଏକ ରେଭ ପାର୍ଟି ଆୟୋଜନ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ବେଆଇନ ଭାବେ ରେଭ୍ ପାର୍ଟିର ଆୟୋଜନ ହୋଇଥିବା ନେଇ ଅଭିଯୋଗ ହୋଇଛି।

 

 

କମ ଦାମ୍‌ରେ ପିଆଜ କିଣିବାକୁ ଆସି ଅଧିକ ଦରରେ କିଣିଲେ ବୁଟଡାଲି

ଭୁବନେଶ୍ବର: ପିଆଜ ଦେଖାଇ ବୁଟ ଡାଲି ବିକିଲା ନାଫେଡ  । ଭୁବନେଶ୍ବରର ଆଇଜି ପାର୍କ ପାଖରେ ଏପରି ଦେଖିବାକୁ ମିଳିଛି । ନାଫେଡ ପକ୍ଷରୁ ପିଆଜ ଓ ବୁଟ ଡାଲି ବିକ୍ରି ପାଇଁ ଦୁଇଟି ଗାଡ଼ି ଲାଗିଥିଲା  । ପିଆଜ କିଲୋ ପିଛା ୨୫ ଟଙ୍କା ଓ ବୁଟ ଡାଲି କିଲୋ ପିଛା ୬୦ ଟଙ୍କାରେ ବିକ୍ରି ପାଇଁ ଆସି ଗାଡି ପହଞ୍ଚିଥିଲା । ପିଆଜ ପାଇଁ ଲୋକଙ୍କ ଭିଡ଼ ଲାଗିବା ପରେ ମାତ୍ର ଅଳ୍ପ ପିଆଜ ବିକ୍ରି କରି ଆଇଜି ପାର୍କ ପାଖରେ ପିଆଜ ଗାଡି କେଉଁଆଡେ ଚାଲିଯାଇଥିଲା ।

ହେଲେ ପିଆଜ ପାଇଁ ଆସିଥିବା ଲୋକେ ପିଆଜ ନପାଇ ବୁଟ ଡାଲି କିଣି ନେଇଥିଲେ  । ପିଆଜ କିଣିବାକୁ ଆସି ଲୋକେ ନିରାଶ ହୋଇ ଶେଷରେ ବୁଟ ଡାଲି କିଣି ନେଇଥିଲେ । ବୁଟ ଡାଲିର ବଜାର ଦର ନାଫେଡ୍ ଦର ଠାରୁ କମ ଥିବା ଲୋକେ ଅଭିଯୋଗ କରିଛନ୍ତି ।

ହଷ୍ଟେଲରୁ ମୋବାଇଲ ଜବତ ହେଲା ବୋଲି ଝୁଲିପଡିଲେ ଛାତ୍ର

ଖୋର୍ଦ୍ଧା: ମୋବାଇଲ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ଖୋର୍ଦ୍ଧା- ନୟାଗଡ଼ ରାସ୍ତାରେ ଥିବା ଏକ ଘରୋଇ ସ୍କୁଲ ପରିସରରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ର ହେଲେ ପାରଳାଖେମୁଣ୍ଡି ଅଞ୍ଚଳର ପାବିଲ୍ୟାସ କାର୍ଜୀ । ସେ ଦଶମ ଶ୍ରେଣୀରେ ପଢୁଥିଲେ । ଛାତ୍ରଙ୍କ ମୃତଦେହ ଗତ ରାତିରେ ଗଛରେ ଝୁଲୁଥିବା ଦେଖି ସ୍କୁଲ ଅଧ୍ୟକ୍ଷ ପୋଲିସକୁ ଖବର ଦେଇଥିଲେ ।

ହଷ୍ଟେଲ ପାଖରେ ଥିବା ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ହଷ୍ଟେଲରୁ ଏହି ଛାତ୍ରଙ୍କ ନିକଟରୁ ସ୍କୁଲ କର୍ତ୍ତୃପକ୍ଷ ମୋବାଇଲ ଫୋନ୍ ଜବତ କରିଥିଲେ। ହଷ୍ଟେଲରେ ମୋବାଇଲ ବ୍ୟବହାର ଉପରେ କଟକଣା ଥିଲା । ଏହାପରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କଠାରୁ ମୋବାଇଲ୍‌ ଜବତ ହୋଇଥିବାରୁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଖୋର୍ଦ୍ଧା ଏସଡିପିଓ ଏବଂ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଛାତ୍ରଙ୍କ ପରିବାରକୁ ଖବର ଦିଆଯାଇଛି ।

ରାଜସ୍ଥାନରେ EDର ବଡ ରେଡ୍‌, ଏକକାଳୀନ ୨୫ଟି ସ୍ଥାନରେ ଚଢାଉ

ଜୟପୁର: ରାଜସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ । ଅର୍ଥ ହେରଫେର ମାମଲାରେ ଏକକାଳୀନ ୨୫ଟି ସ୍ଥାନରେ ରେଡ୍ କରୁଛି ଇଡି। ରାଜସ୍ଥାନରେ କାର୍ଯ୍ୟରତ ବରିଷ୍ଠ ଆଇଏଏସ୍ ସୁବୋଧ ଅଗ୍ରୱାଲଙ୍କ ଘରେ ଚାଲିଛି ଚଢାଉ । ଜଳ ଜୀବନ ମିଶନରେ ବ୍ୟାପକ ଅର୍ଥ ହେରଫର ଅଭିଯୋଗରେ ଇଡି ଏହି ରେଡ୍ କରୁଛି । ବରିଷ୍ଠ ଆଇଏଏସ ସୁବୋଧ ଅଗ୍ରୱାଲଙ୍କ ସମେତ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ଘରେ ମଧ୍ଯ ଇଡି ରେଡ୍ ଏକକାଳୀନ ରେଡ୍ କରୁଛି।

ରାଜଧାନୀ ଜୟପୁର ଏବଂ ଦୌସାରର ମୋଟ ୨୫ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ପିଏଚଇ ବିଭାଗରେ ଅତିରିକ ସଚିବ ଦାୟିତ୍ବରେ ଅଛନ୍ତି ବରିଷ୍ଠ ଆଇଏଏସ ସୁବୋଧ ଅଗ୍ରୱାଲ । ମନି ଲଣ୍ଡରିଂ ଅଧିନିୟମ ଅନ୍ତର୍ଗତ ଆଇନରେ ଇଡି ଏହି ରେଡ୍ କରୁଛି । ଏହାପୂର୍ବରୁ ଗତ ସେପ୍ଟେମ୍ବର ମାସରେ ମଧ୍ୟ ଇଡି ଅର୍ଥ ହେରଫେର ମାମଲାରେ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।

ଜଳ ଜୀବନ ମିଶନ କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାବେଳେ ଏହି ମିଶନରେ ରାଜସ୍ଥାନର ପିଏଚଇଡି ଅଧିନରେ ସବୁ କାମ ହେଉଛି। ଯୋଜନାରେ ହୋଇଥିବା ଅନେକ କାର୍ଯ୍ୟରେ ବ୍ୟାପକ ହେରଫେର ନେଇ ଅଭିଯୋଗ ପରେ ରେଡ୍ କରୁଛି ଇଡି ।