ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ତରଞ୍ଜା ଗାଁରେ ଭୂମିହୀନ ପରିବାରକୁ ପଟ୍ଟା ବଣ୍ଟନ। ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଭୂମିହୀନ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ଦୁଃଖ ଶୁଣିବା ସହ ବସୁନ୍ଧରା ଯୋଜନାରେ ସମସ୍ତଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଛନ୍ତି । ପଟ୍ଟା ପାଇ ଥିବା ପରିବାର ଓ ସ୍ଥାନୀୟ ବିଧାୟକ ଏହି ମହାନ୍ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
ବଢୁଛି କାନାଡା-ଭାରତ ତିକ୍ତତା
ନୂଆଦିଲ୍ଲୀ: ବଢୁଛି କାନାଡା-ଭାରତ ତିକ୍ତତା । ଭାରତରେ ରହୁଥିବା କାନାଡା ନାଗରିକଙ୍କ ଲାଗି ଭିସା ପ୍ରଦାନ ବାତିଲ କରିଛି ଭାରତ । ସେପଟେ ନ୍ଯାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ ପକ୍ଷରୁ ଜାରି କରାଯାଇଛି ଆତଙ୍କବାଦୀଙ୍କ ତାଲିକା । ଜାରି କରାଯାଇଥିବା ୪୩ ଜଣିଆ ତାଲିକାରେ ରହିଛନ୍ତି କାନାଡାରେ ବାସ କରୁଥିବା କେତେକ ଆତଙ୍କବାଦୀ । ସେମାନେ ଭାରତ ବିରୋଧୀ କାର୍ଯ୍ଯକଳାପରେ ସାମିଲ ଥିବା ସହ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ଜଡିତ ଅଛନ୍ତି । ଏହି ଆତଙ୍କବାଦୀମାନେ ଖଲିସ୍ତାନ ସମର୍ଥନ ହୋଇଥିବାବେଳେ ସେମାନେ ଭାରତରୁ ପଳାୟନ କରି କାନାଡାରେ ରହୁଛନ୍ତି ।
ସେମାନଙ୍କ ମଧ୍ୟରେ ଅଛନ୍ତି ଖଲିସ୍ତାନ ଟାଇଗର ଫୋର୍ସ ନେତା ଅସଦୀପ ଗିଲ ଓରଫ ଆର୍ସ ଦାଲ୍ଲା, ଲଖବୀର ସିଂ ଲିଣ୍ଡା, ସିଦ୍ଧୁ ମୋସେଓ୍ବାଲା ହତ୍ଯାକାଣ୍ଡର ମୁଖ୍ଯ ଅଭିଯୁକ୍ତ ଗୋଲ୍ଡି ବ୍ରାର, ଲରେନ୍ସ ବିଷ୍ଣୋଇ, ଅନମୋଲ ବିଷ୍ଣୋଇ, ବର୍ତ୍ତମାନ ପଞ୍ଜାବର ଏକ ଜେଲରେ ଥିବା ଜଗଦୀପ ସିଂ ଓରଫ ଜଗୁ ଭଗବାନପୁରୀ ପ୍ରମୁଖ । କେତେକ ଜଣାଶୁଣା ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେବା ଲାଗି ବି ଜନସାଧାରଣଙ୍କୁ ଆହ୍ବାନ ଦେଇଛି ଏନଆଇଏ । ସେପଟେ କାନାଡାରେ ରହୁଥିବା ଭାରତୀୟଙ୍କ ଲାଗି ଭାରତ ସରକାର ଜାରି କରିଥିବା ଗାଇଡଲାଇନକୁ ଅଗ୍ରାହ୍ଯ କରିଛନ୍ତି କାନାଡା ସରକାର ।
ସାଧାରଣ ନିରାପତ୍ତା ମନ୍ତ୍ରୀ ଡୋମିନିକ ଲେବଲାଙ୍କ କହିଛନ୍ତି- କାନାଡାର ଏକ ସୁରକ୍ଷିତ ରାଷ୍ଟ୍ର । ଭାରତ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀର ମାନେ କିଛି ନାହିଁ । ସେପଟେ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂ ଓରଫ ଅର୍ଷ ଦାଲାଙ୍କ ସହଯୋଗୀ ସୁଖଦୋଲ ସିଂକୁ କାନାଡାର ଓ୍ବିନପିଗ ସିଟିରେ ହତ୍ୟା କରାଯାଇଛି । ଭାରତର ଓ୍ବାଣ୍ଟେଡ ଲିଷ୍ଟରେ ଥିବା ସୁଖଦୋଲ ଏକ କ୍ୟାଙ୍ଗଓ୍ବାରରେ ପ୍ରାଣ ହରାଇଛି । ଏ- କାଟେଗୋରୀର ଗ୍ୟାଙ୍ଗଷ୍ଟର କୁହାଯାଉଥିବା ସୁଖଦୋଲ ପଞ୍ଜାବରୁ ଫେରାର ହୋଇ କାନାଡା ଚାଲିଯାଇଥିଲା । ହତ୍ୟା ପଛରେ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସୂଚନା ମିଳିଛି ।
ସୌମ୍ୟରଞ୍ଜନ ବିଜେଡିରୁ ବହିଷ୍କୃତ
ଭୁବନେଶ୍ବର: ବିଜେଡିରୁ ବହିଷ୍କାର ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକଙ୍କୁ ବିଜେଡିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସୌମ୍ୟଙ୍କ ସହ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମଧ୍ୟ ଦଳରୁ ବହିଷ୍କୃତ । ୨ ବିଧାୟକଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ । ସୌମ୍ୟ ନିଜର ଗଣମାଧ୍ୟମକୁ ଢ଼ାଲ କରି ବାରମ୍ବାର ମିଛ ଖବର ପ୍ରସାରଣ କରୁଥିଲେ । ଏପରିକି ବହୁ କର୍ମଚାରୀଙ୍କ ନାଁରେ ଲୋନ କରିଥିବାବେଳେ ଜନସାଧାରଣଙ୍କୁ ଠକୁଥିବା ଭଳି ସଙ୍ଗୀନ ଅଭିଯୋଗମାନ ତାଙ୍କ ନାଁରେ ଅଭିଯୋଗ ରହିଛି ।

ଜନ ବିରୋଧୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସୌମ୍ୟଙ୍କ ବିରାେଧରେ ଆକ୍ସନ ନେଇଛନ୍ତି । ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୦୨ (ଖ)ରେ ମାମଲା ରୁଜୁ ହୋଇଥିଲା । ସୌମ୍ୟଙ୍କ ବିରୋଧରେ ଲାଗିଥିବା ଦଫା ଗୁଡ଼ିକ ଜାମିନୀ ବିହିନ । ସମ୍ବାଦର ବହୁ ପୁରାତନ କର୍ମଚାରୀ ଶୋଷଣର ଶିକାର ହୋଇଥିବା EOWରେ ହାଜର ହାଇଥିଲେ । ସେମାନଙ୍କ ଅଜ୍ଞାତରେ ଲୋନ କରିଥିବା ଭଳି ମଧ୍ୟ ଅଭିେଯାଗ ହୋଇଛି । ଅନେକ କର୍ମଚାରୀଙ୍କ ନାଁରେ ୨୦ ବର୍ଷରେ ୫ଟି ଲେଖାଏଁ ମଧ୍ୟ ଲୋନ ହୋଇଥିବା ସେମାନେ ଅଭିଯୋଗ କରିଥିଲେ । ଜନ ବିରୋଧୀ ଅଭିଯୋଗ ବଢ଼ିବାରେ ଲାଗିଥିବାବେଳେ ମୁଖ୍ୟମନ୍ତ୍ରୀ ଆକ୍ସନ ନେଇଛନ୍ତି ।
ଜନତାଙ୍କ ମଙ୍ଗଳ ସାଧନ କରୁଥିବା ମୁକ୍ୟମନ୍ତ୍ରୀ ସବୁବେଳେ ଜନ ବିରୋଧୀଙ୍କ ବିପକ୍ଷରେ ଆକ୍ସନ ନେଇଥିବାର ନଜିର ମଧ୍ୟ ରହିଛି । ପୂର୍ବରୁ ଜନ ବିରୋଧୀ କାର୍ଯ୍ୟ ପାଇଁ ବହୁ ନେତା ମଧ୍ୟ ଦଳରୁ ବିଦା ହୋଇଛନ୍ତି । ତେବେ ରେମୁଣା ବିଧାୟକ ସୁଧାଂଶୁଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ସେ ଘୋଟାଲା କରିଥିବା ଅଭିଯୋଗ ଲାଗିଥିବାବେଳେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଆକ୍ସନ ନେଇଛନ୍ତି ।
ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ମଧ୍ୟ ଜନବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା ହୋଇଛନ୍ତି। ବାଲେଶ୍ବର ନିଗମାନନ୍ଦ ଆସୋସିଏଟରେ ପାର୍ଟନର ଥିବା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡି ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ସେ ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ୩କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ମାମଲାର ତଦନ୍ତ କରୁଛି ଭିଜିଲାନ୍ସ । ସୁଧାଂଶୁ ପରିଡ଼ାଙ୍କୁ ମଧ୍ୟ ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ବଢ଼ୁଛି ଅଭିଯୋଗ, ଜୟଦେବ ବିହାର ସ୍ଥିତ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜରଙ୍କ ସହ ତିନି କର୍ମଚାରୀ ଇଓଡବ୍ଲ୍ୟୁରେ ହାଜର
ଭୁବନେଶ୍ବର: ସମ୍ବାଦ ବ୍ୟାଙ୍କ ସ୍କାମ ମାମଲାରେ ଇଓଡବ୍ଲ୍ୟୁର ତଦନ୍ତ ଜାରି । ଗୁରୁବାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କମର୍ଚାରୀଙ୍କୁ କରାଯାଉଛି ପଚରାଉଚରା । ଏନେଇ ଭୁବନେଶ୍ବର ଜୟଦେବ ବିହାର ସ୍ଥିତ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜରଙ୍କ ସହ ତିନି କର୍ମଚାରୀ ଇଓଡବ୍ଲ୍ୟୁରେ ହାଜର ହୋଇଛନ୍ତି । ସମ୍ପୃକ୍ତ ବ୍ୟାଙ୍କରୁ ଅଧିକାଂଶ ସାମ୍ବାଦିକଙ୍କ ନାଁରେ ଲୋନ୍ ଉଠା ଯାଇଥିଲା । ଲୋନ ଦେଲା ବେଳେ କେଉଁ ସବୁ ତଥ୍ୟ ଦାଖଲ କରାଯାଇ ଥିଲା, ସେନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲୁ । ଆଉ କିଛି ଜଣଙ୍କୁ ପଚରା ଉଚରା ପାଇଁ ନୋଟିସ ପଠାଇଛି ଇଓଡବ୍ଲ୍ୟୁ ।
ଖୋଲୁଛି ସମ୍ବାଦ ଶୋଷଣ ଗୁମର । ଦିନକୁ ଦିନ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । ଜଣକ ପରେ ଜଣେ ପୂର୍ବତନ କର୍ମଚାରୀ ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆଣୁଛିଛନ୍ତି ବ୍ୟାଙ୍କ ସ୍କାମ ଅଭିଯୋଗ । ମାମଲରାର ସରଜମିନ୍ ତଦନ୍ତ ଚଳାଇଛି ଇଓଡବ୍ଲ୍ୟୁ ତଦନ୍ତକାରୀ ସଂସ୍ଥା । ଆଜି କିଛି ବ୍ୟାଙ୍କ କର୍ମଚାରୀଙ୍କୁ ପଚରା ଉଚରା କରାଯିବ । ଆଉ କିଛି ଜଣଙ୍କୁ ପଚରା ଉଚରା ପାଇଁ ନୋଟିସ ପଠାଇଛି ଇଓଡବ୍ଲ୍ୟୁ । ଦିନକୁ ଦିନ ଅଭିଯୋଗ ବଢୁଥିବା କହିଛନ୍ତି କହିଛନ୍ତି EOW ଏସପି ଦିଲୀପ ତ୍ରିପାଠୀ । ସେପଟେ ସମ୍ବାଦର ପୂର୍ବତନ କର୍ମଚାରୀ କହୁଛନ୍ତି ନିର୍ଯାତନା କାହାଣୀ ।
କର୍ମଚାରୀଙ୍କ ନାଁରେ ହେଉଥିଲା ଲୋନ୍। ଅଖାରେ ପୂରାଇ ଋଣ ଟଙ୍କା ନେଉଥିଲେ ବୈଜୟନ୍ତୀ ମ୍ୟାଡାମ୍। ହକ୍ ପାଇଁ ସ୍ବର ଉଠାଇଲେ ଚାକିରିରୁ ବିଦା ପାଇଁ ମାନସିକ ଚାପ ଦିଆଯାଉଥିଲା । ସମ୍ବାଦ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଉରକେଲାର ରଶ୍ମୀ ମୁଦୁଲି । ସେହିଭଳି ଲୋନ୍ ପାଇଁ ସମ୍ବାଦ ଛାଡ଼ିଛନ୍ତି ଭୈରବ ଚନ୍ଦ୍ର ବ୍ରହ୍ମା। ୧୯୯୦ ମସିହାରୁ ସମ୍ବାଦରେ କାମ କରୁଥିଲେ ଭୈରବ। ତାଙ୍କ ନାଁରେ ପୂର୍ବରୁ ତିନି ଥର ଋଣ କରାଯାଇଥିଲା। ଚତୁର୍ଥ ଥର ଋଣ କରିବାକୁ ସଫା ସଫା ମନା କରିବା ସହ ଚାକିରି ଛାଡିଥିଲେ ଭୈରବ।
ଏନେଇ ସିଧାସଳଖ ସୌମ୍ୟ ରଂଜନ ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ପୂର୍ବତନ ଡିଜିଏମ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି। ସେହିପରି କ୍ଷୋଭ ପ୍ରକାଶ କରିଛନ୍ତି ଦେବଗଡ଼ ଜିଲ୍ଲାର ମିତ୍ରଭାନୁ ମହାପାତ୍ର। ସେ ୫ବର୍ଷ ଧରି ସମ୍ବାଦ ପାଇଁ କାର୍ଯ୍ୟ କରିବା ପରେ ହଠାତ ଦିନେ ତାଙ୍କ ଏଜେନ୍ସି କାଟି ଦିଆଗଲା । ହେଲେ ସତ ଜାଣିବା ପରେ ସମ୍ବାଦ ଛାଡଥିଲେ ମିତ୍ରଭାନୁ । କିନ୍ତୁ ଏଜେନ୍ସି ବାବଦକୁ ଜମା କରିଥିବା ଟଙ୍କା ଆଜି ପର୍ଯ୍ୟନ୍ତ ଫେରସ୍ତ ପାଇନାହାନ୍ତି ।
୧୨ ଜିଲ୍ଲାରେ ପ୍ରବଳ ଛେଚିବ
ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ଭିଜୁଛି ଉପାନ୍ତରୁ ଉପକୂଳ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ସତର୍କତା ଜାରି । ତଳିଆ ଅଞ୍ଚଳରେ ସୃଷ୍ଟିହେବ ଜଳମଗ୍ନ ପରିସ୍ଥିତି । ଆକସ୍ମିକ ବନ୍ୟା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଝାଡଖଣ୍ଡ ମୁହାଁ ହେବ ।
ପ୍ରଭାବରେ ଆହୁରି ଦୁଇଦିନ ନିର୍ଧୁମ କାଚିବ । ଆଜି ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲା ନୂଆପଡା, ବରଗଡ, ବଲାଙ୍ଗିର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଲଘୁଚାପର ପ୍ରଭାବ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପଡିବ । ଫଳରେ ନଦୀ ଗୁଡିକ ପୁଣି ଫୁଲିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ । ମହାନଦୀରେ ମୁଣ୍ଡଳିଠାରେ ୩ ଲକ୍ଷ ୭୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି । ହୀରାକୁଦ ଜଳ ସ୍ତର ଖସିବାରେ ଲାଗିଛି । ହୀରାକୁଦ ସ୍ଥିତି ସ୍ବାଭାବିକ ଅଛି । ହୀରାକୁଦ ଜଳଭଣ୍ଡାରରେ ୬୨୮ ଫୁଟ ପାଣି ଅଛି । ଜଳଭଣ୍ଡାରରେ ଆହୁରି ପାଣି ରହିବାର କ୍ଷମତା ଅଛି । ଫଳରେ ସମସ୍ତ ଗେଟ୍କୁ ବନ୍ଦ କରିଦିଆ ଯାଇଛି । ଆଜି ଉପରମୁଣ୍ଡରେ ଆଉ ତଳମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
୩୦ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ଜବତ, ୩ ଗିରଫ
କୋରାପୁଟ : 30 ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ କାର ଜବତ । ଜିପ ସହ 3ଜଣକୁ ଗିରଫ କଲା କୋରାପୁଟର ଲମତାପୁଟ ଏବଂ ମାଛକୁଣ୍ଡ ପୋଲିସ l ସୀମାନ୍ତ ଆନ୍ଧ୍ରପ୍ରଦେଶରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇ ମାଫିଆଙ୍କୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲା ପୋଲିସ । ହେଲେ ମାଫିଆ ମାନେ ପୋଲିସର ଗାଡିକୁ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା କରିଥିଲେ l ପୋଲିସ ଗାଡ଼ିଟି ରାସ୍ତା କଡକୁ ଖସିପଡ଼ିଥିଲେ ମଧ୍ୟ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଥିଲେ l ଗାଡିକୁ ଯାଞ୍ଚ କରିବାରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ବାହାରିଥିଲା l ସେପଟେ ମାଛକୁଣ୍ଡ ପୋଲିସ ହନୁମାଲ ଗ୍ରାମ ନିକଟରୁ ଏକ ଜିପକୁ ଅଟକାଇ ଯାଞ୍ଚ କରିବାରୁ ପ୍ରାୟ 190 କେଜି ଗଞ୍ଜେଇ ଜବତ କରିଥିବା ବେଳେ ଜଣକୁ ଗିରଫ କରିଛି ପୋଲିସ l ଏହି ଗଞ୍ଜେଇ ମାଲକାନଗିରି ଜିଲ୍ଲା ଦେଇ ଛତିଶଗଡ଼ ଚାଲାଣ ହେଉଥିଲା l
ଆଜି ନାମାଙ୍କନ ଭରିବେ ବାଚସ୍ପତି ପ୍ରାର୍ଥୀ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର : ଆଜି ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ । ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବ । ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିବା ବେଳେ ବିଧାନସଭାରେ ବାଚସ୍ପତି ପଦ ପାଇଁ ଜଣେ ମହିଳାଙ୍କ ନାଁ ଘୋଷଣା କରି ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି । ଏଥିସହ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭା ବାଚସ୍ପତି ହେବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମିଳା ମଲ୍ଲିକ । ୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଛନ୍ତି । ବିଭିନ୍ନ ସମୟରେ ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି ।
୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ସେ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୨୨ରେ ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ସେ ନାମାଙ୍କନ ପତ୍ର ଦାଖଲ କରିବେ । ଆସନ୍ତାକାଲି ପୂର୍ବାହ୍ନ ସାଢେ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ସଂଖ୍ୟାଦୃଷ୍ଟିରୁ ପ୍ରମିଳା ମଲ୍ଲିକ ଆପାତତଃ ବିଜୟୀ ହେବେ । ପ୍ରମିଳା ବାଚସ୍ପତି ହେବେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ।
ସମ୍ବାଦ ବ୍ୟାଙ୍କ ସ୍କାମ ମାମଲା, ଆଜି ବ୍ୟାଙ୍କ କର୍ମଚାରୀଙ୍କୁ ହେବ ପଚରା ଉଚରା
ଭୁବନେଶ୍ୱର : ଖୋଲୁଛି ସମ୍ବାଦ ଶୋଷଣ ଗୁମର । ଦିନକୁ ଦିନ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । ଜଣକ ପରେ ଜଣେ ପୂର୍ବତନ କର୍ମଚାରୀ ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆଣୁଛିଛନ୍ତି ବ୍ୟାଙ୍କ ସ୍କାମ ଅଭିଯୋଗ । ମାମଲରାର ସରଜମିନ୍ ତଦନ୍ତ ଚଳାଇଛି ଇଓଡବ୍ଲ୍ୟୁ ତଦନ୍ତକାରୀ ସଂସ୍ଥା । ଆଜି କିଛି ବ୍ୟାଙ୍କ କର୍ମଚାରୀଙ୍କୁ ପଚରା ଉଚରା କରାଯିବ । ଆଉ କିଛି ଜଣଙ୍କୁ ପଚରା ଉଚରା ପାଇଁ ନୋଟିସ ପଠାଇଛି ଇଓଡବ୍ଲ୍ୟୁ । ଦିନକୁ ଦିନ ଅଭିଯୋଗ ବଢୁଥିବା କହିଛନ୍ତି କହିଛନ୍ତି EOW ଏସପି ଦିଲୀପ ତ୍ରିପାଠୀ । ସେପଟେ ସମ୍ବାଦର ପୂର୍ବତନ କର୍ମଚାରୀ କହୁଛନ୍ତି ନିର୍ଯାତନା କାହାଣୀ । କର୍ମଚାରୀଙ୍କ ନାଁରେ ହେଉଥିଲା ଲୋନ୍। ଅଖାରେ ପୂରାଇ ଋଣ ଟଙ୍କା ନେଉଥିଲେ ବୈଜୟନ୍ତୀ ମ୍ୟାଡାମ୍। ହକ୍ ପାଇଁ ସ୍ବର ଉଠାଇଲେ ଚାକିରିରୁ ବିଦା ପାଇଁ ମାନସିକ ଚାପ ଦିଆଯାଉଥିଲା । ସମ୍ବାଦ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଉରକେଲାର ରଶ୍ମୀ ମୁଦୁଲି । ସେହିଭଳି ଲୋନ୍ ପାଇଁ ସମ୍ବାଦ ଛାଡ଼ିଛନ୍ତି ଭୈରବ ଚନ୍ଦ୍ର ବ୍ରହ୍ମା। ୧୯୯୦ ମସିହାରୁ ସମ୍ବାଦରେ କାମ କରୁଥିଲେ ଭୈରବ। ତାଙ୍କ ନାଁରେ ପୂର୍ବରୁ ତିନି ଥର ଋଣ କରାଯାଇଥିଲା। ଚତୁର୍ଥ ଥର ଋଣ କରିବାକୁ ସଫା ସଫା ମନା କରିବା ସହ ଚାକିରି ଛାଡିଥିଲେ ଭୈରବ।
ଏନେଇ ସିଧାସଳଖ ସୌମ୍ୟ ରଂଜନ ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ପୂର୍ବତନ ଡିଜିଏମ ବିନୋଦ ଚନ୍ଦ୍ର ପଣ୍ଡା ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି। ସେହିପରି କ୍ଷୋଭ ପ୍ରକାଶ କରିଛନ୍ତି ଦେବଗଡ଼ ଜିଲ୍ଲାର ମିତ୍ରଭାନୁ ମହାପାତ୍ର। ସେ ୫ବର୍ଷ ଧରି ସମ୍ବାଦ ପାଇଁ କାର୍ଯ୍ୟ କରିବା ପରେ ହଠାତ ଦିନେ ତାଙ୍କ ଏଜେନ୍ସି କାଟି ଦିଆଗଲା । ହେଲେ ସତ ଜାଣିବା ପରେ ସମ୍ବାଦ ଛାଡଥିଲେ ମିତ୍ରଭାନୁ । କିନ୍ତୁ ଏଜେନ୍ସି ବାବଦକୁ ଜମା କରିଥିବା ଟଙ୍କା ଆଜି ପର୍ଯ୍ୟନ୍ତ ଫେରସ୍ତ ପାଇନାହାନ୍ତି ।
ଆସନ୍ତା ୨୨ରେ ବାଚସ୍ପତି ନିର୍ବାଚନ, କାଲି ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ
ଭୁବନେଶ୍ବର: ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିବା ବେଳେ ବିଧାନସଭାରେ ବାଚସ୍ପତି ପଦ ପାଇଁ ଜଣେ ମହିଳାଙ୍କ ନାଁ ଘୋଷଣା କରି ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି । ଆସନ୍ତା ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ । ଏଥିସହ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳା ବିଧାନସଭା ବାଚସ୍ପତି ହେବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମିଳା ମଲ୍ଲିକ ।
୧୯୯୦, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଞ୍ଝାରପୁର ଆସନରୁ ହୋଇଛନ୍ତି ବିଧାୟିକା । ୧୯୯୦ରେ ପ୍ରଥମେ ଜନତା ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ପ୍ରମିଳା । ୨୦୦୦ ମସିହାରୁ କ୍ରମାଗତ ଭାବେ ସେ ବିଜେଡିରୁ ବିଧାୟିକା ଭାବେ ଜିତିଛନ୍ତି । ବିଭିନ୍ନ ସମୟରେ ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି ।
୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ସେ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଛନ୍ତି । ୨୦୨୨ରେ ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସେ ନାମାଙ୍କନ ପତ୍ର ଦାଖଲ କରିବେ । ୨୨ ତାରିଖ ପୂର୍ବାହ୍ନ ସାଢେ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ସଂଖ୍ୟାଦୃଷ୍ଟିରୁ ପ୍ରମିଳା ମଲ୍ଲିକ ଆପାତତଃ ବିଜୟୀ ହେବେ । ପ୍ରମିଳା ବାଚସ୍ପତି ହେବା ପରେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ।
ଏକଦା ଜୀବିତ ଥିଲେ ମେକ୍ସିକୋରେ ମିଳିଥିବା ଏଲିୟନ୍ସ, ମିଳିଲା ରୋଚକ ତଥ୍ୟ
ମେକ୍ସିକୋ: ମେକ୍ସିକୋରୁ ମିଳିଥିବା ଦୁଇ ଛୋଟ ଛୋଟ ଏଲିୟନ ମମିକୁ ନେଇ ରୋଚକ ତଥ୍ୟ ଦେଇଛନ୍ତି ଡାକ୍ତର। ଏହି ଦୁଇ ଏଲିୟନଙ୍କ ମଧ୍ୟରୁ ଜଣଙ୍କର ଶରୀର ପୂର୍ବରୁ ଜୀବିତ ଥିଲା। ତା’ର ସବୁ ଅଙ୍ଗପ୍ରତ୍ୟଙ୍ଗ ଠିକ୍ ଭାବେ କାର୍ଯ୍ୟ କରୁଥିଲା।
ମେକ୍ସିକୋର ନୁର କ୍ଲିନିକରେ ଏହି ଏଲିୟନଙ୍କ ସିଟି ସ୍କାନ କରାଯାଇଥିଲା। ଏମଆରଆଇ ମଧ୍ୟ କରାଯାଇଥିଲା। ଏହାବ୍ୟତୀତ ଅନ୍ୟ ଚେକଅପ୍ ମଧ୍ୟ କରାଯାଇଥିଲା। କିନ୍ତୁ ମଣିଷ ଶରୀର ଭଳି ଏହି ଏଲିୟନ୍ସ ମମିଙ୍କ ଶରୀରରେ କୌଣସି ପରିବର୍ତ୍ତନ ହେଉନଥିବା ଦାବି କରିଛନ୍ତି ଡାକ୍ତର । ଏହି ଶବ ବାସ୍ତବରେ କୌଣସି ‘ଅଣ-ମାନବ’ଙ୍କର ବୋଲି ପ୍ରମାଣ ମିଳିଥିବା ପରୀକ୍ଷା କରିଥିବା ଟିମ୍ କହିଛନ୍ତି। ଶବଗୁଡିକୁ କୃତ୍ରିମ ଭାବେ ପ୍ରସ୍ତୁତ କରାଯାଇ ନାହିଁ କି ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।
ଦୁଇ ଏଲିୟନଙ୍କ ମଧ୍ୟରୁ ଜଣଙ୍କ ପେଟରୁ ବଡ଼ ଆକାରର ଲମ୍ପ ମିଳିଥିଲା । ଯାହାକୁ ଡାକ୍ତର ମାନେ ଗର୍ଭ କିମ୍ବା ଅଣ୍ଡା ବୋଲି ବିବେଚନା କରିଛନ୍ତି । ସେମାନଙ୍କର ଡିଏନଏ ମଧ୍ୟ ଟେଷ୍ଟ କରାଯାଇଛି । ସେମାନଙ୍କ ତୁଳନା ୧୦ ଲକ୍ଷ ପ୍ରଜାତିଙ୍କ ସହ କରାଯାଇଛି । କିନ୍ତୁ ମନୁଷ୍ୟ ଜାଣିଥିବା ସେଭଳି କୌଣସି ପ୍ରଜାତି ସହ ସେମାନଙ୍କର ମେଳ ଖାଉନାହିଁ ।
ନିଜକୁ UFOର ଏକ୍ସପର୍ଟ ବୋଲାଉଥିବା ସାମ୍ବାଦିକ ଜେମି ମସନ ଗତ ସପ୍ତାହରେ ଦୁଇ ଏଲିୟନ ମମି ଦେଖାଇଥିଲେ । ଯାହାକୁ ଦେଖିବା ପାଇଁ ମେକ୍ସିକୋ ସରକାରର ବଡ଼ ଅଫିସର ଓ କଂଗ୍ରେସ ଲୋକ ପହଞ୍ଚିଥିଲେ । ସେ ଦାବି କରିଥିଲେ ଯେ, ଦୁଇ ଏଲିୟନ ମମି ଅଲଗା ଦୁନିଆରୁ ଆସିଛନ୍ତି ଏବଂ ଦୁହିଁଙ୍କୁ ପେରୁରୁ ଠାବ କରାଯାଇଥିଲା ।

