spot_img
Home Blog Page 2738

ଆରପାରିରେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା: ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଶୋକ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କନ୍ୟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ । ଗୀତାଙ୍କ ଦେହାନ୍ତ ଖବର ଜଣାପଡ଼ିବା ପରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି । ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୋକବ୍ୟକ୍ତ କରିଛନ୍ତି ।

ଗୀତାଙ୍କ ପରଲୋକରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ ଟ୍ବିଟ୍ କରି ଶୋକବ୍ୟକ୍ତ କରିଛନ୍ତି ।  ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଶୋକ ପ୍ରକାଶ କରିବା ସହ ତାଙ୍କ ବିୟୋଗରେ ଓଡ଼ିଶା ଏକ ଉଜ୍ଜଳ ବ୍ୟକ୍ତିତ୍ୱଙ୍କୁ ହରାଇଲା ବୋଲି କହିଛନ୍ତି । ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ଗଡର ରାଣୀ ସାହେବା ଭି.ସୁଜ୍ଞାନ କୁମାରୀ ଦେଓ ଶୋକବ୍ୟକ୍ତ କରିବା ସହ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି ।

ସେହିପରି ଗୀତାଙ୍କ ପରଲୋକରେ ସାଂସଦ ମୁନ୍ନା ଖାଁ, ସାଂସଦ ସୁଜିତ କୁମାର, ସାଂସଦ ଶର୍ମିଷ୍ଠା ସେଠୀ ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ଗୀତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ।

ଗୀତାଙ୍କ ବିୟୋଗରେ ଗଭୀର ମର୍ମାହତ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂଦେଓ । ଦେଶ ଓ ଦେଶ ବାହାରେ ଜଣେ ଲେଖିକା ଭାବେ ଗୀତା ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ । ରାଜ୍ୟ ଓ ଦେଶ ଲାଗି ଗୀତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ଅନଙ୍ଗ । ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଶୋକ ପ୍ରକାଶ କରିବା ସହ କହିଛନ୍ତି, ‘ଗୀତା ଜୀ ଅନ୍ତର୍ଜାତୀୟ ସ୍ତରରେ ଅଜସ୍ର ଖ୍ୟାତି ଆର୍ଜନ କରିଥିଲେ । ତାଙ୍କ ବିୟୋଗ ବିଶ୍ବ ସାହିତ୍ୟ ଜଗତ ଲାଗି ଏକ ଅପୂରଣୀୟ କ୍ଷତି ।’

ରାଜ୍ୟରେ ରହିବନି ପାନୀୟ ଜଳ ସମସ୍ୟା, ଅଭିଯୋଗର କରାଯାଉଛି ସମାଧାନ

ଭୁବନେଶ୍ବର: ରାଜ୍ୟରେ ରହିବନି ପାନୀୟ ଜଳର ସମସ୍ୟା । ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଭିଯୋଗର କରାଯାଉଛି ସମାଧାନ । ଏହି ପରିପେକ୍ଷୀରେ ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକର ପାନୀୟ ଜଳ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବା ସମୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଅନେକ ଆପତ୍ତି ଅଭିଯୋଗ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ 5T ସଚିବଙ୍କ ସହିତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ  ସୁଶିଲ କୁମାର ଲୋହାନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ସେହିପରି ପିପିଲିରେ ଚାଲୁଥିବା ପାଇପ୍ ଜଳଯୋଗାଣ ପ୍ରକଳ୍ପ ଗୁଡିକରେ ଥିବା ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିଷ୍ପତ୍ତି  ଗ୍ରହଣ କରାଯାଇଛି । ବିଶେଷକରି ପ୍ରକଳ୍ପ ଗୁଡିକର ଉପରମୁଣ୍ଡରେ ବେଆଇନ ଭାବେ ପାଣି ଚୋରି ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ଯୋଜନା ଗୁଡିକରେ ତ୍ରୁଟି ଚିହ୍ନଟ ଓ ତୁରନ୍ତ ସମାଧାନ ପାଇଁ SCADA କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକ କର୍ମଚାରୀ ଯୋଗାଇଦେବା ସହିତ ସମସ୍ତ ପ୍ରକଳ୍ପ ଗୁଡିକୁ ବିଦ୍ୟୁତ ଯୋଗାଣ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ତେଲେଙ୍ଗାନାରୁ କଂଗ୍ରେସର ପ୍ରଚାର ଅଭିଯାନ: ଘୋଷଣା ହେବ ୫ ସୂତ୍ରୀ ଗ୍ଯାରେଣ୍ଟି

ତେଲେଙ୍ଗାନା: ବିଧାନସଭା ନିର୍ବାଚନ ତାତି । ଆଜିଠାରୁ ତେଲଙ୍ଗାନାରେ ଆରମ୍ଭ ହେବ କଂଗ୍ରେସର ପ୍ରଚାର ଅଭିଯାନ । ଶୁଭାରମ୍ଭ କରିବେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ଏହି ଅବସରରେ କଂଗ୍ରେସର ଏକ ବିଶାଳ ରାଲି ଆୟୋଜିତ ହେବ । ମହାରାଲିରେ କଂଗ୍ରେସ ନିଜର ୫ ସୂତ୍ରୀ ଗ୍ଯାରେଣ୍ଟି ଘୋଷଣା କରିବ ।

‘ବିଜୟ ଭେରୀ’ ନାମରେ ନାମିତ ଏହି ରାଲିରେ କଂଗ୍ରେସ ଆସନ୍ତା ନିର୍ବାଚନ ଲାଗି ବିଭିନ୍ନ ପ୍ରତିଶ୍ରୁତି ରଖିବ । ଏହାସହ ବିଭିନ୍ନ ମନ୍ଦ ପ୍ରଭାବରୁ ରାଜ୍ୟକୁ ମୁକ୍ତ କରିବା ଲାଗି ଭୂମିପୂଜା ହେବ ବୋଲି ଦଳ କହିଛି । ତେଲଙ୍ଗାନା ପିସିସି ସଭାପତି ରେବନ୍ତ ରେଡ୍ଡୀ କହିଛନ୍ତି- ଚଳିତବର୍ଷ ଶେଷ ବେଳକୁ ରାଜ୍ଯରେ ବିଧାନସଭା ନିର୍ବାଚନ ହେବ । ଏଥିଲାଗି ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି । ତେଲଙ୍ଗାନାରେ ଶାସକ ବିଆରଏସ ଇତିମଧ୍ଯରେ ମୋଟ ୧୧୯ ଆସନରୁ ୧୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା କରି ସାରିଛି । ୧୯୪୮ ମସିହା ସେପ୍ଟେମ୍ବର ୧୭ରେ ତତକାଳୀନ ରାଜା ଶାସିତ ହାଇଦ୍ରାବାଦ ଭାରତରେ ମିଶିଥିବରୁ ଏହି ଦିବସର ଗୁରୁତ୍ବ ରହିଆସିଛି ।

କାଲିଠୁ ସଂସଦ ସ୍ବତନ୍ତ୍ର ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ । ତା’ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ସଂସଦ ଅଧିବେଶନର ସୁପରିଚାଳନା ଲାଗି ବିରୋଧୀ ଦଳଙ୍କ ସହାୟତା ଲୋଡିବେ ସରକାର । ଅଦିନିଆ ଅଧିବେଶନକୁ ନେଇ ସରକାରଙ୍କୁ ବିରୋଧୀ ଦଳ ଘେରିଥିବାବେଳେ ଏହି ଅଧିବେଶନ କାର୍ଯ୍ୟକ୍ରମ ନେଇ ପୂର୍ବରୁ ସ୍ପଷ୍ଟ କରିଥିଲେ ସରକାର ।

୧୮ରୁ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ୪ଟି ବିଲକୁ ମଞ୍ଜୁରୀ ଦିଆଯିବ ବୋଲି ମିଳିଛି ସୂଚନା । ସେଥିରେ ରହିଛି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ସଂକ୍ରାନ୍ତ ବିଲ୍, ଯାହାକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା । ଡାକଘର ବିଲ, ଆଡଭୋକେଟ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲକୁ ମଧ୍ୟ ମଞ୍ଜୁରୀ ମିଳିବ ବୋଲି ସୂଚନା ମିଳିଛି ।

ସର୍ବଦଳୀୟ ବୈଠକରେ ସାମିଲ ହେବା ଲାଗି ସମସ୍ତ ବିରୋଧୀ ଦଳକୁ ଅନୁରୋଧ କରାଯାଇଥିଲା । ସଂସଦର ସ୍ବତନ୍ତ୍ର ଅଧିବେଶନର କାରଣ ସ୍ପଷ୍ଟ କରିବା ଲାଗି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ । ସାଧାରଣତଃ ସଂସଦର ବଜେଟ ଅଧିବେଶନ, ମୌସୁମୀ ଅଧିବେଶନ ଓ ଶୀତ ଅଧିବେଶନ ବସୁଥିବାବେଳେ କାହିଁକି ସ୍ବତନ୍ତ୍ର ଅଧିବେଶନର ଆବଶ୍ଯକତା ପଡିଲା ତାହାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଶେଷ ଥର ଲାଗି ଗତ ୨୦୧୭ ଜୁନ ୩୦ରେ ଏକ ସ୍ବତନ୍ତ୍ର ଅଧିବେଶନରେ ଲାଗୁ କରାଯାଇଥିଲା ଜିଏସଟି ।

ବିକ୍ରି ହେବ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କ୍ରିମିଆ ସମ୍ପତ୍ତି

କ୍ରିମିଆ: ବିକ୍ରି ହେବ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସମ୍ପତ୍ତି । ଋଷ ଅଧିକୃତ କ୍ରିମିଆରେ ଥିବା ଜେଲେନସ୍କିର ସମ୍ପତ୍ତିର ହେବ ବିକ୍ରି । କ୍ରିମିଆକୁ ଋଷ ୨୦୧୪ରେ ନିଜ ଅଧିକାରକୁ ନେଇଥିବାବେଳେ ସେଠାରେ ଋଷ ପକ୍ଷରୁ ନିଯୁକ୍ତ ଅଧିକାରୀମାନେ ଶାସନ କରୁଛନ୍ତି । ସେଠାରେ ୟୁକ୍ରେନୀୟଙ୍କ ମାଲିକାନାରେ ଥିବା ୧୦୦ରୁ ଅଧିକ ସମ୍ପତ୍ତିକୁ ବିକ୍ରି କରାଯିବ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି ।

କ୍ରିମିଆ ସଂସଦର ବାଚସ୍ପତି ଭ୍ଲାଦିମିର କୋନସ୍ତାନ୍ତିନୋଭ କହିଛନ୍ତି- କ୍ରିମିଆରେ ଥିବା ୮.୫୧ ମିଲିୟନ ଡଲାର ମୂଲ୍ୟର ସମ୍ପତ୍ତିକୁ ବିକ୍ରି କରାଯିବ । କ୍ରିମିଆରେ ୟୁକ୍ରେନର ବହୁ ରାଜନୀତିଜ୍ଞ ଓ ବ୍ୟବସାୟୀଙ୍କ ୫୦୦ରୁ ଅଧିକ ସମ୍ପତ୍ତିକୁ ଜାତୀୟକରଣ କରିଦିଆଯାଇଛି । ୨୦୧୪ରୁ କ୍ରିମିଆ ଋଷ କବଳରେ ଥିବା ସତ୍ତ୍ବେ ଏହାକୁ ୟୁକ୍ରେନର ଏକ ଅଂଶ ବୋଲି ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ଦିଆଯାଇଛି ।

ଏପଟେ ଗତ ୫୭୧ ଦିନ ହେଲା ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିଛି । ୟୁକ୍ରେନ ନେଟୋରେ ସାମିଲ ହେବାକୁ ପ୍ରୟାସ କରିବା ପରେ ସୁରକ୍ଷା କାରଣ ଦେଖାଇ ଋଷ ଆକ୍ରମଣ କରିଛି । ନେଟୋ ଦେଶଙ୍କ ପାଖରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇ ୟୁକ୍ରେନ ଋଷ ଆକ୍ରମଣଙ୍କୁ ପ୍ରତିହତ କରିବାକୁ ଚେଷ୍ଟା କରୁଛି । ହେଲେ ଏହି ୫୭୧ ଦିନ ମଧ୍ୟରେ ଋଷ ଏସବୁ ଅସ୍ତ୍ରଶସ୍ତ୍ରକୁ ଧ୍ବଂସ କରି ୟୁକ୍ରେନ ଓ ନେଟୋ ଦେଶଙ୍କୁ ଜବାବ ଦେଉଛି ।

ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ, ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ପରଲୋକରେ ଅନ୍ତର୍ଜାତୀୟ ସ୍ତରର ଲେଖିକା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ ଗୀତା ମେହେଟ୍ଟା । ୮୦ ବର୍ଷ ବୟସରେ ଗତକାଲି ନୂଆଦିଲ୍ଲୀସ୍ଥିତ ବାସଭବନରେ ହୋଇଛି ତାଙ୍କର ଦେହାନ୍ତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯିବେ ବୋଲି ସୂଚନା ମିଳିଛି ।

ଗୀତା ଏକାଧାରରେ ଜଣେ ଲେଖିକା, ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକା ଥିଲେ । ୧୯୪୩ରେ ଜନ୍ମିତ ଗୀତା ଭାରତ ଓ ବ୍ରିଟେନରେ ଶିକ୍ଷା ଲାଭ କରିଥିଲେ । ସେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ତାଙ୍କର କେତେକ ପ୍ରଖ୍ୟାତ ପୁସ୍ତକ ହେଉଛି- କର୍ମା କୋଲା, ସ୍ନେକ ଆଣ୍ଡ ଲ୍ୟାଡର୍ସ, ଏ ରିଭର ସୂତ୍ର, ଦ ଏଟରନାଲ ଗଣେଶ ଇତ୍ୟାଦି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୨୦୧୯ ମସିହାରେ କେନ୍ଦ୍ର ସରକାର ତାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରି ଗୀତା ଚର୍ଚ୍ଚାକୁ ଆସିଥିଲେ ।

ଗୀତାଙ୍କର ସ୍ବାମୀ ସୋନୀ ମେହେଟ୍ଟାଙ୍କର ଗତ ୨୦୧୯ରେ ପରଲୋକ ହୋଇଥିଲା । ୪୦ ବର୍ଷର ସାହିତ୍ୟ ଜୀବନରେ ଅନେକ ଉଲ୍ଲେଖନୀୟ ପୁସ୍ତକ ରଚନା କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

ପ୍ରଖ୍ୟାତ ଲେଖିକା ତଥା ବିଜୁ ପଟ୍ଟନାୟକଙ୍କ କନ୍ୟା ଗୀତା ମେହେଟ୍ଟାଙ୍କ ପରଲୋକ

ନନ୍ଦିଘୋଷ ବ୍ୟୁରୋ: ଆଉ ନାହାନ୍ତି ଅନ୍ତର୍ଜାତୀୟ ସ୍ତରର ଲେଖିକା ଗୀତା ମେହେଟ୍ଟା । ୮୦ ବର୍ଷ ବୟସରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦେହାନ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ଅନେକ ପୁସ୍ତକ ରଚନା କରି ଅର୍ଜନ କରିଥିଲେ ପ୍ରସିଦ୍ଧି । ସେ ହେଉଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କନ୍ୟା । ସେ ଏକାଧାରରେ ଜଣେ ଲେଖିକା, ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକ ଥିଲେ ।

ତାଙ୍କର ସ୍ବାମୀ ହେଉଛନ୍ତି ପ୍ରଖ୍ୟାତ ଆମେରିକୀୟ ପ୍ରକାଶକ ସୋନି ମେହେଟ୍ଟା । ୧୯୪୩ରେ ଜନ୍ମିତ ଗୀତା ଭାରତ ଓ ବ୍ରିଟେନରେ ଶିକ୍ଷା ଲାଭ କରିଥିଲେ । ସେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ତାଙ୍କର କେତେକ ପ୍ରଖ୍ୟାତ ପୁସ୍ତକ ହେଉଛି- କର୍ମା କୋଲା, ସ୍ନେକ ଆଣ୍ଡ ଲ୍ୟାଡର୍ସ, ଏ ରିଭର ସୂତ୍ର, ଦ ଏଟରନାଲ ଗଣେଶ ଇତ୍ୟାଦି ।

ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୨୦୧୯ ମସିହାରେ କେନ୍ଦ୍ର ସରକାର ତାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରି ସେ ଚର୍ଚ୍ଚାକୁ ଆସିଥିଲେ । ଗୀତାଙ୍କର ସ୍ବାମୀ ସୋନୀ ମେହେଟ୍ଟାଙ୍କର ଗତ ୨୦୧୯ରେ ପରଲୋକ ହୋଇଥିଲା । ୪୦ ବର୍ଷର ସାହିତ୍ୟ ଜୀବନରେ ଅନେକ ଉଲ୍ଲେଖନୀୟ ପୁସ୍ତକ ରଚନା କରିଥିଲେ ।

ରାଜ୍ୟରେ ଗଠନ ହେଲା ବିଜୁ ଶ୍ରମିକ ସାମ୍ମୁଖ୍ୟ, ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ଗଠନ ହେଲା ବିଜୁ ଶ୍ରମିକ ସାମ୍ମୁଖ୍ୟ । ପ୍ରଣବ ପ୍ରକାଶ ଦାସଙ୍କୁ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦେଲେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ସେହିଭଳି ଉପଦେଷ୍ଟା ଭାବେ ଦେବାଶିଷ ସାମନ୍ତରାୟ ଏବଂ ପ୍ରଭାସ କୁମାର ସିଂଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ପ୍ରଫୁଲ କୁମାର ମଲ୍ଲିକ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।

ସେକ୍ରେଟାରୀ ଜେନେରାଲ ଭାବେ ସୁବାସ ସିଂଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ସଂଯୋଜକ ଭାବେ ୧୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ପ୍ରୀତି ରଞ୍ଜନ ଘଡାଇ, ପ୍ରଣବ କୁମାର ବଳବନ୍ତରାୟ, ନିରଞ୍ଜନ ବିଶି, ବିକ୍ରମ କୁମାର ପଣ୍ଡା, ଯୁଗଳ କିଶୋର ନାୟକ, ନବ କିଶୋର ମହାନ୍ତ, ପଞ୍ଚାନନ ସେନାପତି, ବୈଦ୍ୟନାଥ ଦାସ, ରଜୀବ ମହାନ୍ତି, ଜଗଦୀଶ ବିଶ୍ବାଳଙ୍କୁ କେନ୍ଦ୍ରୀୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି ।

ସ୍କୁଲ ରୂପାନ୍ତରଣର ସମୀକ୍ଷା କଲେ 5T ସଚିବ

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାରେ 5T ଅଧିନରେ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ପର୍ଯ୍ୟାୟରେ ହେଉଥିବା ରୂପାନ୍ତରଣ କାର୍ଯ୍ୟକୁ ଭିସି ଜରିଆରେଶନିବାର ସମୀକ୍ଷା କରିଛନ୍ତି 5T ସଚିଵ ଭି.କେ. ପାଣ୍ଡିଆନ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସୁନ୍ଦରଗଡ଼ ଜିଲ୍ଲାର ୧୭ ଟି ବ୍ଲକ କାର୍ଯ୍ୟାଳୟ ପରିସରରେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୫୮ ଟି ଉଚ୍ଚ ବିଦ୍ୟାଳୟର ହେବ ରୂପାନ୍ତରଣ । କାର୍ଯ୍ୟର ଭିସି ଜରିଆରେ ସମୀକ୍ଷା କରିଛନ୍ତି 5T ସଚିଵ ଭି.କେ. ପାଣ୍ଡିଆନ । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସହିତ ସୁନ୍ଦରଗଡ଼ ଜିଲ୍ଲାର ୧୭ ଟି ବ୍ଲକ କାର୍ଯ୍ୟାଳୟ ପରିସରରେ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ସଵୁ ବିଦ୍ୟାଳୟର ଜମିପଟ୍ଟା ପ୍ରଦାନ କରାଯିଵା ସହ ସଵୁ ବିଦ୍ୟାଳୟରେ ଇଣ୍ଟରନେଟ ସଂଯୋଗ ଦିଆଯିବ । ନୂଆବର୍ଷରୁ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ନୁଆ କ୍ଲାସ ରୁମରେ ପାଠ ପଢିବେ ବୋଲି କହିଛନ୍ତି 5T ସଚିବ । ପ୍ରତି ବ୍ଲକର ଶ୍ରେଷ୍ଠ ୩ଟି ସ୍କୁଲକୁ ପୁରସ୍କୃତ କରାଯିଵା ସହ ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲ କର୍ପୋରେସନରେ ଶ୍ରେଷ୍ଠ ୩ଟି ସ୍କୁଲକୁ ପୁରସ୍କୃତ କରାଯିଵ । ଏହାସହ ସ୍କୁଲର ଉନ୍ନତି ପାଇଁ ଭଲ କାମ କରୁଥିବା ଏସଏମସି, ପୁରାତନ ଛାତ୍ର ଛାତ୍ରୀ ଓ ଲୋକ ପ୍ରତିନିଧିଙ୍କୁ ସମ୍ମାନୀତ କରାଯିବ । ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର ରୁପାନ୍ତରଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ୨୯୬ ଟି ଉଚ୍ଚ ବିଦ୍ୟାଳୟର ରୁପାନ୍ତରଣ କାର୍ଯ୍ୟ ଶେଷ ହେଵା ପରେ ଚତୁର୍ଥ ପର୍ଯ୍ୟାୟରେ ୫୮ ଟି ହାଇସ୍କୁଲର ରୁପାନ୍ତରଣ କାର୍ଯ୍ୟ କରାଯାଉଛି । ଉଚ୍ଚ ବିଦ୍ୟାଳୟର ରୂପାନ୍ତର ପରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢିଵା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢିଵାରେ ଲାଗିଛି । ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତର କରାଯାଉଥିବାରୁ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

ଲୁଟି ଖାଇବାର ନୂଆ ତରିକା ହନିଟ୍ରାପ!

ଭୁବନେଶ୍ବର: ଲୁଟି ଖାଇବାର ନୂଆ ତରିକା ହନିଟ୍ରାପ । ଅର୍ଚ୍ଚନା ପରେ ଏବେ ଚର୍ଚ୍ଚାରେ ଇରାନୀ । ରାତିରେ ହାତିଏ ପାଇବା ନିଶାରେ ଫସିଛନ୍ତି ଅନେକ । କେତେବେଳେ ନ୍ୟୁଡ଼ କଲ ତ ଆଉ କେତବେଳେ ଲାଇଭ ସେକ୍ସ । ଓଡିଶା ପୋଲିସରେ ଗତ ଦେଢ଼ ବର୍ଷରେ ୧୪ ଟି ସେକ୍ସଟ୍ରସନ ଘଟଣା ପୋଲିସ ପାଇଁ ପାଲଟିଛି ମୁଣ୍ଡବିନ୍ଧା ।

ଫୁଙ୍ଗୁଳା ଦେହ ଦେଖିଲୁ ଟଙ୍କା ଦେ, ନହେଲେ ନାମ ନେ । ସେକ୍ସଟ୍ରସନ ର ଇଜି ମନି ପାଇଁ ପାଗଳ ହେଲେଣି ମହିଳା । ଦେଢ଼ ବର୍ଷରେ ଓଡିଶା ପୋଲିସ ପାଖରେ ୧୪ କେସ୍ । ଷ୍ଟାର୍ ହୋଟେଲ ଓ କ୍ଲବରେ ପଡୁଛି ହନିଟ୍ରାପର ବ୍ଲୁ ପ୍ରିଣ୍ଟ । ବହୁରୂପୀ ଲେଡି ବ୍ଲାକମେଲର ଇରାନୀ ପାତ୍ର । କେତେବେଳେ ଲିପ୍ସା ମହାନ୍ତି ତ ଆଉ କେତବେଳେ ଅର୍ଚ୍ଚିତା କର। ଭିନ୍ନ ଭିନ୍ନ ନାଁ ରେ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ଲୋକଙ୍କୁ ଭକୁଆ ବନାଉଥିଲା ।

ମିଠା ମିଠା ମେସେଜ କରି ଲେଟ ନାଇଟରେ କରୁଥିଲା ନ୍ୟୁଡ କଲ । ଆଉ ଯିଏ ଫୁଙ୍ଗୁଳା ଦେହ ଦେଖିଲା, ସିଏ ଜାଲରେ ଫସିଲା। ପୁରା କ୍ରାଇମ ସିଣ୍ଡିକେଟକୁ କଣ୍ଟ୍ରୋଲ କରୁଥିଲା ସ୍ବାମୀ ବାପି ପାତ୍ର । ପର ପୁରୁଷ ହାତରେ ସ୍ତ୍ରୀକୁ ଟେକି ଦେବା ସହ ଖଟରେ ବିଛାଉଥିଲା ରାଜନିଗନ୍ଧା । ପୋଲିସ ଏହି ଘଟଣାରେ ୪ ଟି ଏତଲା ପାଇବା ସହ ୧୦ ରୁ ଉର୍ଦ୍ଧ ଠକେଇ ନେଇ ଅଭିଯୋଗ ପାଇଛି । ସୌଭାଗ୍ୟ ଜେନାଙ୍କ ଅଭିଯୋଗକ୍ରମେ ଦେବାନନ୍ଦ ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ପୂର୍ବରୁ ସହିଦନଗର ଥାନା ପକ୍ଷରୁ ପିହୁ ବିଶ୍ବସଙ୍କୁ ଗିରଫ କରାଯାଇଥିଲା । ବୀମା କରାଇବା ଆଳରେ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଠକି ନେଇଥିଲା ପିହୁ । ସେହିପରି ଚାନ୍ଦିପୁର ପ୍ରତିରକ୍ଷା ଘାଟିରେ ସୁନ୍ଦରୀ ଯୁବତୀଙ୍କ ଦ୍ବାରା ଠକେଇ ଓ ନାଇଜେରିଆନ ଠକଙ୍କ ହାନିଟ୍ରପ ଭଳି ଗତ ଦେଢ଼ ବର୍ଷରେ ୧୪ ମାମଲା ରୁଜୁ କରିଛି ଓଡିଶା ପୋଲିସ । ଇଜି ମନୀ ସହ ଦେହ ସୁଖ ପାଇବା ଆଶାରେ ମାୟାବିନୀ ମହିଳା ଠକେଇର ମାୟାଜାଲ ବିଛାଉଥିବା କହିଛନ୍ତି ସମାଜସେବୀ ।