spot_img
Home Blog Page 277

ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ବଡ଼ଠାକୁରଙ୍କ ହରିହର ବେଶ

ନନ୍ଦିଘୋଷ ବ୍ୟୁରୋ : ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ବଡ଼ଠାକୁରଙ୍କ ହରିହର ବେଶ । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ  ହରିହର ବେଶରେ ସଜିତ କରାଯିବ |  ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବା ବେଳେ ଏହି ବେଶରେ ହରି ଓ ହରଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହେବ । ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ l କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପର ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ଯେଉଁଦିନ ସୋମବାର ପଡେ, ସେହିଦିନ ରତ୍ନ ସିଂହାସନରେ ଅଧିଷ୍ଟିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି । ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଓ ଶୁକ୍ଳ ଦଶମୀ ମଧ୍ୟରେ  ସୋମବାର ପଡୁଥିବାରୁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶ ସଜିତ କରାଯିବ l ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିବେ । ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କର ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପି ଲାଭ କରିବେ ।

ଡରାଇଲାଣି ବାତ୍ୟା : ମାଲକାନଗିରି ଜିଲ୍ଲା ଦେଇ ଅତିକ୍ରମ କରିବ !

ନନ୍ଦିଘୋଷ ବ୍ୟୁରୋ : ଭୀଷଣ ବାତ୍ୟାର ରୂପ ନେବ ଘୂର୍ଣ୍ଣିଝଡ଼। ଏ ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର IMD। 2୮ ଓ ୨୯ ତାରିଖ ରାତିରେ ଲ୍ୟାଣ୍ଡଫଲ କରି ମାଲକାନଗିରି ଜିଲ୍ଲା ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ପ୍ରଭାବିତ ହେବ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଜଳଭଣ୍ଡାର ସ୍ଥିତି ନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ବସିଥିଲା ବୈଠକ। ବାତ୍ୟାର ସମ୍ଭାବ୍ୟ ସ୍ଥିତି ଦେଖି ଜଳଭଣ୍ଡାର ଉପରେ ନଜର ରଖାଯାଇଛି। ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେବ। ଗଜପତି ଜିଲ୍ଲାର ହରଭଂଗୀ ଜଳଭଣ୍ଡାର ଓ ରାୟଗଡା ଜିଲ୍ଲାର ବଡ଼ନଳାର ଜଳଧାରଣକୁ ଖସାଇ 90 ପ୍ରତିଶତକୁ ଅଣାଯାଇଛି। ଆବଶ୍ୟକ ପଡିଲେ ଆହୁରି ଖାଲି ହେବ। ପ୍ରଭାବିତ ଆଶଙ୍କା କରାଯାଉଥିବା ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟି ୩୦ ତାରିଖ ଯାଏଁ ବାତିଲ କରାଯାଇଛି। ଜଳଭଣ୍ଡାର ସ୍ଥିତି ନେଇ ପୁଣି ସମୀକ୍ଷା ହେବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ

ବିହାର ବିଧାନସଭା ନିର୍ବାଚନ : ଆରଜେଡି ନେତା ତେଜସ୍ଵୀ ଯାଦବଙ୍କ ମାଷ୍ଟରଷ୍ଟ୍ରୋକ

ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନକୁ ନେଇ ଆରଜେଡି ନେତା ତେଜସ୍ଵୀ ଯାଦବଙ୍କ ମାଷ୍ଟରଷ୍ଟ୍ରୋକ। ନିର୍ବାଚନକୁ ନେଇ କଲେ ବଡ଼ ଘୋଷଣା। ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିଙ୍କୁ ମିଳିବ ପେନସନ। ପ୍ରତି ପ୍ରତିନିଧିଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ସୁବିଧା ଦିଆଯିବ। ଏହା ସହ ପ୍ରତିନିଧିଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି କହିଛନ୍ତି ଏହା କହିଛନ୍ତି ଆରଜେଡି ନେତା ତେଜସ୍ଵୀ ଯାଦବ। ବିହାର ଜନତା ପରିବର୍ତ୍ତନ ପାଇଁ ଆଗ୍ରହୀ ବୋଲି କହିଛନ୍ତି ତେଜସ୍ଵୀ। ବର୍ତ୍ତମାନର ନୀତିଶ କୁମାର ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ, ବିହାରରେ ୨୦ ବର୍ଷ ଧରି ଏକ ଅକର୍ମା ସରକାର ଚାଲିଛି। ଆଉ ଏବେ ଜନସାଧାରଣ ପରିବର୍ତ୍ତନ ପାଇଁ ଆଗ୍ରହୀ।

ଲୋକମାନେ ବର୍ତ୍ତମାନର ସରକାରରୁ ମୁହଁ ଫେରାଇ ବିହାର ସରକାରଙ୍କୁ ବଦଳାଇବାକୁ ଚାହୁଁଛନ୍ତି। ଏହି ସରକାରେ ଦୁର୍ନୀତି ଏବଂ ଅପରାଧ ବ୍ୟାପକ ଭାବରେ ବୃଦ୍ଧି ପାଇଛି। ଲୋକମାନେ ବିଜେପିକୁ ବୁଝିପାରିଛନ୍ତି। ବିହାରରେ ଜାଣିଶୁଣି କାରଖାନା ସ୍ଥାପନ କରିବାକୁ ଦିଆଯାଇ ନଥିଲା। ମହାମେଣ୍ଟର ୧୭ ମାସ ସରକାରରେ ବହୁତ କାମ ହୋଇଥିଲା। ଆଗକୁ ମହାମେଣ୍ଟ ଲାଗି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ପ୍ରଚାର କରିବେ। ବିହାରର ଲୋକମାନେ ପୂର୍ବ ସରକାରଙ୍କୁ ୨୦ ବର୍ଷ ଦେଇଥିଲେ। ଏବେ ଆମେ କେବଳ ୨୦ ମାସ ମାଗୁଛୁ। ଏଥିରେ ପଞ୍ଚାୟତ ପ୍ରତିନିଧିଙ୍କ ସମ୍ମାନ ଦୁଇଗୁଣ କରାଯିବ। ଏହା ବ୍ୟତୀତ, ସୁନା କାରିଗର, ନାପିତ, କମାର ଏବଂ ବଢ଼େଇ ବୃତ୍ତିରେ ଜଡିତ ବ୍ୟକ୍ତିମାନଙ୍କୁ ଆତ୍ମନିଯୁକ୍ତି ପାଇଁ ୫ ଲକ୍ଷ ଟଙ୍କା ଏକକାଳୀନ ମିଳିବ। ତେଜସ୍ୱୀ ଯାଦବ ବିହାରରେ ଶିଳ୍ପ ଅଭାବ ପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।ବଡ଼ ବଡ଼ କାରଖାନା ଏବଂ ଆଇଟି ପାର୍କ ସବୁକୁ ଗୁଜରାଟକୁ ନିଆଯାଇଛି। ବିହାର ପ୍ରତି ଅବହେଳା ସହ ବିଶ୍ୱାସଘାତକତା କରାଯାଇଛି ବୋଲି କହିଛନ୍ତି ତେଜସ୍ଵୀ ଯାଦବ।

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଚିକିତ୍ସାରେ ଅବହେଳା, ୫ ଶିଶୁ HIV ପଜିଟିଭ

ନନ୍ଦିଘୋଷ ବ୍ୟୁରୋ : ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଚିକିତ୍ସା ଅବହେଳାର ନଗ୍ନଚିତ୍ର। ଚାଇବାସାର ସରକାରୀ ହସ୍ପିଟାଲରେ ସଂକ୍ରମିତ ରକ୍ତ ନେବା ପରେ ଜଣେ ସାତ ବର୍ଷର ଥାଲାସେମିଆ ରୋଗୀଙ୍କ ସମେତ ପାଞ୍ଚ ଜଣ ପିଲା HIV ପଜିଟିଭ୍ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ରାଞ୍ଚିରୁ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ଯାଇ ଘଟଣାର ତଦନ୍ତ କରୁଛନ୍ତି। ଶୁକ୍ରବାର ଦିନ ପ୍ରଥମେ ଏହି ଘଟଣା ସାମ୍ନାକୁ ଆସିଥିଲା ।

ଅଭିଯୋଗ ପରେ, ଝାଡ଼ଖଣ୍ଡ ସରକାର ଅଭିଯୋଗର ତଦନ୍ତ ପାଇଁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ଦିନେଶ କୁମାରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଡାକ୍ତରୀ ଦଳ ପଠାଇଛନ୍ତି। ପ୍ରଥମେ ଥାଲାସେମିଆ ରୋଗୀଙ୍କ ବାପା ଏହି ଅଭିଯୋଗ କରିବା ପରେ ଅନ୍ୟ ପିଲାଙ୍କୁ ଏଚଆଇଭି ସଂକ୍ରମିତ ରକ୍ତ ଦିଆଯାଇଥିବା ଜଣାପଡିଥିଲା। ପ୍ରାଥମିକ ତଦନ୍ତ ଅନୁଯାୟୀ, ରକ୍ତଭଣ୍ଡାରର କାର୍ଯ୍ୟରେ ଅନେକ ଅନିୟମିତତା ରହିଛି। ରକ୍ତ ନମୁନା ପରୀକ୍ଷାରେ ତ୍ରୁଟି, ରେକର୍ଡ ରକ୍ଷଣାବେକ୍ଷଣର ଅଭାବ ଏବଂ ସୁରକ୍ଷା ପ୍ରୋଟୋକଲ ପାଳନରେ ତ୍ରୁଟି ଥିବା ସୂଚନା ମିଳିଛି। ପ୍ରଥମ ସଂକ୍ରମିତ ଶିଶୁର ପରିବାର ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ଦାଖଲ କରି ନ୍ୟାୟ ଦାବି କରିଛନ୍ତି। ସ୍ଥାନୀୟ ପ୍ରତିନିଧିମାନେ ମଧ୍ୟ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ପଶ୍ଚିମ ସିଂହଭୂମ ଜିଲ୍ଲାରେ ମୋଟ ୫୧୫ ଏଚଆଇଭି ପଜିଟିଭ ସଂକ୍ରମିତ ଥିବାବେଳେ ୫୬ ଜଣ ଥାଲାସେମିଆ ରୋଗୀ ରହିଛନ୍ତି।

ମେଡିକାଲ ପଢିବା ପାଇଁ ଯାଇଥିଲେ, ଶବ ହୋଇ ଫେରିବେ

ନନ୍ଦିଘୋଷ ବ୍ୟୁରୋ :  ରାଜସ୍ଥାନ କୋଟାରେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଭୟପୁର ଗାଁର ନିଟ୍ ପରୀକ୍ଷା କୋଟାରେ ତାଲିମ ନେଉଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଜଣକ ହେଉଛନ୍ତି ପାତ୍ରପୁର ବ୍ଳକ ଜରଡ଼ା ପଂଚାୟତ ଅଭୟ ପୁର ଗ୍ରାମର ରାଧାଶ୍ୟାମ ପାତ୍ରଙ୍କ ପୁଅ ରୋସନ କୁମାର ପାତ୍ର। ତାଙ୍କର ବୟସ ୨୪ ବର୍ଷ। ରୋସନ ଗତବର୍ଷଠାରୁ କୋଟାରେ ରହି ଏକ ଅନୁଷ୍ଠାନରେ ତାଲିମ ନେଉଥିଲେ। ଗତକାଲି ତାଙ୍କର ମୃତ୍ୟୁ ହୋଇଛି ବୋଲି ଖବର ଆସିବା ପରେ ତାଙ୍କ ପରିବାର କୋଟା ଯାଇଛନ୍ତି। ସେମାନେ ପହଞ୍ଚିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ରୋସନଙ୍କ ମୃତ୍ୟୁ ଖବର ପାଇବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ଗଭୀର ଅବପାତରେ ପରିଣତ ହେଲା ଅବପାତ, ଆସନ୍ତା ୧୨ ଘଣ୍ଟାରେ ବାତ୍ୟା !

ନନ୍ଦିଘୋଷ ବ୍ୟୁରୋ : ଗଭୀର ଅବପାତରେ ପରିଣତ ହେଲା ଅବପାତ। ଆସନ୍ତା ୧୨ ଘଣ୍ଟାରେ ବାତ୍ୟା। ଆଜି ସକାଳ ୫.୩୦ ବେଳର ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତକାଲିର ଅବପାତ ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୮ ଅକ୍ଟୋବର ସକାଳ ସୁଦ୍ଧା ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୮ ଅକ୍ଟୋବର ରାତିରେ କାକିନାଡା ପାଖାପାଖି ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କିଲୋମିଟର ରହିପାରେ। ଝଟକା ପବନର ବେଗ ଘଣ୍ଟା ପ୍ରତି ରହିବ ୮୦ କିଲୋମିଟର। ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ।୨୭ରୁ ୨୯ ତାରିଖ ଯାଏ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ। ୨୭ରେ ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ ଜିଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୮ ତାରିଖ ମାଲକାନଗିରି, କୋରାପୁଟ, ରାୟଗଡ, ଗଜପତି, ଗଞ୍ଜାମ, ଜିଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ୨୯ରେ ବି ରେଡ ଆଲର୍ଟରେ ରହିଛି ୫ ଜିଲ୍ଲା। ସମସ୍ତ ବନ୍ଦରଗୁଡିକୁ ଡିସି-୧ ସଂକେତ ଜାରି କରାଯାଇଛି। ଆଜିଠାରୁ ୨୯ ଯାଏ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଭାରତ-ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବାର ଶୁଭାରମ୍ଭ। ୨୦୨୦ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ୟରେ ବିମାନ ସେବା ବାତିଲ ହୋଇଥିଲା। ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ହେବା ସମ୍ପର୍କରେ ସହମତି ପ୍ରକାଶ ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା। ବନ୍ଦ ରହିଥିବା ବିମାନ ସେବାକୁ ପୁନଃପ୍ରଚଳନ କରିବା ସଂକ୍ରାନ୍ତରେ ଦୁଇ ଦେଶ ମଧ୍ୟରେ ବୈଷୟିକ କଥାବାର୍ତ୍ତା ଚାଲୁ ରହିଥିଲା। ଗଲୱାନ ସଂଘର୍ଷ ପରେ ପରେ କୋଭିଡ ସମସ୍ୟା ଯୋଗୁ ବିମାନ ସେବା ଅଧିକ ପ୍ରଭାବିତ ହୋଇଥିଲା।

ରକ୍ତମୁଖା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ : କାନାଡା ଉପରେ ଲଗାଇଲେ ଅତିରିକ୍ତ ୧୦ ପ୍ରତିଶତ ଟାରିଫ

ନନ୍ଦିଘୋଷ ବ୍ୟୁରୋ : ପୁଣି ଟାରିଫ ପ୍ରସଙ୍ଗରେ ରକ୍ତମୁଖା ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। କାନାଡା ଉପରେ ଲଗାଇଲେ ଅତିରିକ୍ତ ୧୦ ପ୍ରତିଶତ ଟାରିଫ। ଓଟୱାରେ ଆୟୋଜିତ ଦୁଇ ରାଷ୍ଟ୍ର ମଧ୍ୟରେ ଆଲୋଚନା ପରେ ଟାରିଫ ବୃଦ୍ଧି କରିଛନ୍ତି ଟ୍ରମ୍ପ। ବିଭିନ୍ନ ଅପପ୍ରଚାରଧର୍ମୀ ବିଜ୍ଞାପନ ପ୍ରସାରଣ କରୁଥିବା ଅଭିଯୋଗରେ କାନାଡା ଉପରେ ଏହି ଟାରିଫ ବୋଝ ଲଦିଛନ୍ତି ଟ୍ରମ୍ପ। କାନାଡାର ଓଣ୍ଟାରିଓରେ ଆୟୋଜିତ ହୋଇଥିଲା ଟରଣ୍ଟୋ ବ୍ଲୁ ଜେସ ଓ ଲସ ଆଞ୍ଜେଲସ ଡଜର୍ସ ମଧ୍ୟରେ ବେସବଲ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଏକ ବିଜ୍ଞାପନ ପ୍ରସାରିତ ହୋଇଥିଲା। ଏଥିରେ ଆମେରିକାର ପୂର୍ବତନ ରିପବ୍ଲିକାନ ରାଷ୍ଟ୍ରପତି ରୋନାଲଡ ରେଗାନ ଆଗକୁ ଟ୍ରେଡ ୱାର ଓ ଅର୍ଥନୈତିକ ସଂକଟ ଆସୁଥିବା ସମ୍ପର୍କରେ ଚେତାବନୀ ଦେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଉତକ୍ଷିପ୍ତ ହୋଇଥିଲେ ଟ୍ରମ୍ପ। ବିଭିନ୍ନ ତଥ୍ୟର ଭୁଲ ଉପସ୍ଥାପନା ଯୋଗୁ କାନାଡା ବିରୋଧରେ ଏହି ପଦକ୍ଷେପ ନିଆଗଲା ବୋଲି ସେ କହିଛନ୍ତି। ଓଣ୍ଟାରିଓ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞାପନରେ ୧୯୮୭ରେ ରେଗାନଙ୍କ ଏକ ରେଡିଓ ବାର୍ତ୍ତାର ପ୍ରସାରଣ କରାଯାଇଥିଲା। ଏଥରେ ସେ ଟାରିଫକୁ ସମାଲୋଚନା କରିଥିଲେ। ତେବେ ବର୍ତ୍ତମାନ ସ୍ଥିତିରେ ରେଗାନ ଯାହା କହିଥିଲେ ତାହାର ଭୁଲ ଉପସ୍ଥାପନା କରାଯାଇଛି ବୋଲି କହିଛନ୍ତି ଟ୍ରମ୍ପ।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ନେଇ ୯ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ନନ୍ଦିଘୋଷ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀ କରିଛନ୍ତି ସମୀକ୍ଷା ବୈଠକ | ବାତ୍ୟା ପାଇଁ ସ୍କୁଲ ଛୁଟି ନେଇ ଆଜି ନିଆଯିବ ନିଷ୍ପତ୍ତି। ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ ୯ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ। ବାଲେଶ୍ଵର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଂଜାମ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ଯରେ ଯୋଗଦେବାକୁ ଏବଂ ହେଡକ୍ଵାର୍ଟର୍ସ ନ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାକୁ ନେଇ ୩୦ ଜିଲ୍ଲା ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ମନ୍ତ୍ରୀ। ବର୍ଷା ଯୋଗୁ ପ୍ରଭାବିତ ଜିଲ୍ଲାରେ ଧାନ ଫସଲ ନଷ୍ଟ ହେବା ଆଶଙ୍କା ରହିଛି।

ସ୍ୱାସ୍ଥ୍ୟ, କୃଷି, ଶକ୍ତି, ସମବାୟ ବିଭାଗ ଆଗୁଆ ପ୍ରସ୍ତୁତ ପାଇଁ କୁହାଯାଇଛି । ଜିଲ୍ଲାରେ ସମସ୍ତ ମୁଖ୍ୟାଳୟରେ ଅଧିକାରୀ ମାନେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ପର୍ଯ୍ୟାପ୍ତ ପରିମାଣ ର ଖାଦ୍ୟ, ପାନୀୟ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ରହିଛି। ସମସ୍ତ ପ୍ରକାର ବିଭାଗ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ରହିବାକୁ ଜିଲାପାଳମାନେ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଅଞ୍ଚଳରେ ହେଉଥିବା ବର୍ଷାର ପରିମାଣ ରେକର୍ଡ କରି ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ଯରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଡକ୍ଵାର୍ଟର୍ସ ନ ଛାଡିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ସ୍ଥିତି ନିୟନ୍ତ୍ରଣକୁ ଆସିବା ଯାଏଁ ଛୁଟି ବାତିଲ କରାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ; ଆନ୍ଧ୍ରରେ ଲ୍ୟାଣ୍ଡଫଲ, ଭିଜିବ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ : ଛନକା ସୃଷ୍ଟି କଲାଣି ବାତ୍ୟା। ଆଜି ଗଭୀର ଅବପାତରେ ପରିଣତ ହେବ। ଆସନ୍ତାକାଲି ସକାଳ ସୁଦ୍ଧା ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିଝଡ଼ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୮ ଅକ୍ଟୋବର ସକାଳ ସୁଦ୍ଧା ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୮ ଅକ୍ଟୋବର ରାତିରେ କାକିନାଡା ପାଖାପାଖି ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟ୍ଟନମ୍ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ ରୁ ୧୦୦ କିଲୋମିଟର ରହିପାରେ। ଝଟକା ପବନର ବେଗ ଘଣ୍ଟା ପ୍ରତି ରହିବ ୮୦ କିଲୋମିଟର। ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ।୨୭ରୁ ୨୯ ତାରିଖ ଯାଏ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ। ୨୭ରେ ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ ଜିଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୮ ତାରିଖ ମାଲକାନଗିରି, କୋରାପୁଟ, ରାୟଗଡ, ଗଜପତି, ଗଞ୍ଜାମ, ଜିଲାକୁ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ୨୯ରେ ବି ରେଡ ଆଲର୍ଟରେ ରହିଛି ୫ ଜିଲ୍ଲା। ସମସ୍ତ ବନ୍ଦରଗୁଡିକୁ ଡିସି-୧ ସଂକେତ ଜାରି କରାଯାଇଛି। ଆଜିଠାରୁ ୨୯ ଯାଏଁ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।