spot_img
Home Blog Page 2773

ରିଲିଜ୍ ହେଉ ହେଉ ଲିକ୍ ହେଲା ’ଯବାନ’ର HD ପ୍ରିଣ୍ଟ୍ ଭିଡିଓ

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ଯବାନ । ଶାହାରୁଖ ଖାନଙ୍କ ଅଭିନୀତ ଏହି ଫିଲ୍ମ ଆଡଭାନ୍ସ ଟିକେଟ ବୁକିଂରେ ରେକର୍ଡ କରିଥିବାବେଳେ ଫାଷ୍ଟ ଡେ ଫାଷ୍ଟ ସୋ’ ଦେଖିବା ପାଇଁ ହଲରେ ଲାଗିଛି ଦର୍ଶକଙ୍କ ଭିଡ଼ । ସବୁଠି ମିଠା ଖୁଆଇବା ସହ ନାଚି ଖାଇ ଫ୍ୟାନ୍ସମାନେ ଖୁସି ମନାଇଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମ ଭଲ ରୋଜଗାର କରିବା ବୋଲି ଆଗୁଆ ଚର୍ଚ୍ଚା ହେଉଛି । କିନ୍ତୁ ଏହାରି ଭିତରେ ଫିଲ୍ମର HD ପ୍ରିଣ୍ଟ ଲିକ୍ ହୋଇଥିବା ଖବର ସମାନାକୁ ଆସିଛି । କିଛି ସାଇଟରେ ଭିଡିଓ ଲିକ୍ ହୋଇଯାଇଛି । Mp4movies, Vegamovies ଏବଂ Filmyzilla ଭଳି କିଛି ସାଇଟରେ ଲିକ୍ ହୋଇଛି । ଯଦିଓ କିଛି ସାଇଟ୍ ଏହାକୁ ପୁଣିଥିରେ ଡିଲିଟ୍ କରିଛନ୍ତି ତଥାପି କିଛି ସାଇଟରେ ଏବେ ମଧ୍ୟ ଲିଙ୍କ୍ ଉପଲବ୍ଧ ରହିଛି ।  ଯାହାକି ପ୍ରଯୋଜନା ସଂସ୍ଥା ଉପରେ ବଡ଼ ପ୍ରଭାବ ପକାଇବା ବୋଲି କୁହାଯାଉଛି । କୋଟି କୋଟି ଟଙ୍କାର କ୍ଷତି ସହିପାରେ ପ୍ରଯୋଜନା ସଂସ୍ଥା ।

ଜାପାନର ମୁନ୍ ମିଶନ, ଚନ୍ଦ୍ରକୁ ପଠାଇଲା ଯାନ

ନନ୍ଦିଘୋଷ ବ୍ୟୁରୋ: ଜାପାନର ମୁନ୍ ମିଶନ । ଚନ୍ଦ୍ରକୁ ଯାନ ପଠାଇଲା ଜାପାନ । ଗୁରୁବାର ସକାଳୁ ଜାପାନର ଜାତୀୟ ମହାକାଶ ଗବେଷଣା ସଂସ୍ଥା ମୁନ୍ ଲ୍ୟାଣ୍ଡର ଯାନର ଉତକ୍ଷେପଣ କରିଛି । ଗତ ମାସରେ ଏହି ଉତକ୍ଷେପଣ କରାଯିବାର ଥିଲା । ହେଲେ ଖରାପ ପାଗ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । ଜାପାନ ଜାତୀୟ ମହାକାଶ ଏଜେନ୍ସିର ଚନ୍ଦ୍ର ଲ୍ୟାଣ୍ଡରକୁ ନେଇ ଏଚ-୨-ଏ ରକେଟ ଉତକ୍ଷେପଣ କରିଛି । ଗତ ମାସରେ ଖରାପ ପାଗ ଯୋଗୁ ସପ୍ତାହରେ ତିନିଥର ମିଶନକୁ ସ୍ଥଗିତ ରଖିବା ପରେ ଜାପାନ ଶେଷରେ ଏହା କରିବାରେ ସଫଳ ହୋଇଛି ।

ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ ଜାପାନ ଏରୋସ୍ପେସ ଏକ୍ସପ୍ଲୋରେଶନ ଏଜେନ୍ସି କହିଛି ଏହି ରକେଟ ଦକ୍ଷିଣ ଜାପାନର ତାନେଗାସିମା ସ୍ପେସ ସେଣ୍ଟରରୁ ଉତକ୍ଷେପଣ ହୋଇଛି  । ଦୀର୍ଘ ଦିନ ଧରି ଜାପାନ ଏହାର ଚନ୍ଦ୍ର ମିଶନରେ କାର୍ଯ୍ୟ କରିଆସୁଛି । ଏହି ମିଶନ ଅଧୀନରେ ସ୍ମାର୍ଟ ଲ୍ୟାଣ୍ଡରକୁ ଚନ୍ଦ୍ର ଉପରେ ଅନୁସନ୍ଧାନ କରିବାକୁ ଅବତରଣ କରିବାକୁ ପଡିବ । ଆସନ୍ତା ବର୍ଷ ଆରମ୍ଭରେ ଚନ୍ଦ୍ରରେ ଅବତରଣର ସମୟ ଧାର୍ଯ୍ୟ କରାଯାଇଛି ।

ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଖେଳାଳିଙ୍କ ବନ୍ଧୁତ୍ବକୁ ନେଇ ଗମ୍ଭୀରଙ୍କ ପ୍ରତିକ୍ରିୟା ଉପରେ ଜବାବ ରଖିଲେ ଆଫ୍ରିଦ୍

ନୂଆଦିଲ୍ଲୀ: ଏସିଆ କପର ଲିଗ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚର କୌଣସି ଫଳାଫଳ ମିଳିନଥିଲା । ଭାରତ ପ୍ରଥମେ ବ୍ୟାଟିଂ କରିଥିବାବେଳେ ପାକିସ୍ତାନ ବ୍ୟାଟିଂ ପୂର୍ବରୁ ବର୍ଷା ମ୍ୟାଚରେ ବାଧକ ସାଜିଥିଲା । ତେବେ ଉଭୟ ଦେଶର ଖେଳାଳିଙ୍କ ବନ୍ଧୁତ୍ବପୂର୍ଣ୍ଣ ଫଟୋ ଏବଂ ସୋସିଆଲି ମିଡିଆରେ ଭାଇରାଲ ହୋଇଥିଲା । ଏକ ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ନିଜର ପ୍ରତିକ୍ରିୟା ଦେଇଥିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ସହଜରେ ଗ୍ରହଣ କରିପାରିନଥିଲେ । ସେ କହିଥିଲେ କି ପଡ଼ିଆ ଥିବାବେଳେ ଆକ୍ରୋଶ ହେବା ଆବଶ୍ୟକ । ମଇଦାନରୁ ଆସିବା ପରେ ତୁମେ ବନ୍ଧୁ ହୋଇପାରିବ । ଯାହାକୁ ନେଇ ୟୁଜର୍ସମାନେ ମଧ୍ୟ ଭିନ୍ନ ଭିନ୍ନ ମତ ଦେଇଥିଲେ । ତେବେ ଏହାରି ଭିତରେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦ୍ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି କି, ଆମେ କ୍ରିକେଟର ସାଙ୍ଗକୁ ଆମ୍ବାସଡର । ଆମର ସମଗ୍ର ବିଶ୍ବରେ ଫ୍ୟାନ୍ସ ଅଛନ୍ତି । ଏଣୁ ଆମେ ପ୍ରେମ ଏବଂ ସମ୍ପର୍କର ବାର୍ତ୍ତା ଦେବା ଉଚିତ୍ । ହଁ ପଡ଼ିଆରେ ଆକ୍ରମଣାତ୍ମକ ହେବା ଉଚିତ୍ । କିନ୍ତୁ ଏହା ବାହାରେ ମଧ୍ୟ ଆମର ଗୋଟେ ଜୀବନ ରହିଛି ।

 

ଜଳିଗଲା କପଡ଼ା ବୋଝେଇ ମିନିଟ୍ରକ୍

ବାଙ୍କୀ: ଜଳିଗଲା ଦାମୀ ବ୍ରାଣ୍ଡର କପଡା ଗାଡି  ।  ବୁଧବାର ବିଳମ୍ବିତ ରାତି ପ୍ରାୟ ୨ ସମୟରେ ବାରଙ୍ଗ ଥାନା ଅନ୍ତର୍ଗତ ପୁରୀ କେନାଲ ରୋଡ଼ରେ ଏକ କପଡା ବୋଝେଇ ମିନିଟ୍ରକ ଜଳିଯାଇଛି । ମିନି ଟ୍ରକଟି ଭୁବନେଶ୍ୱରରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ଡ୍ରେସ ଓ କପଡା ନେଇ ଅନୁଗୁଳ ଯାଉଥିବା ସମୟରେ ପୁରୀ କେନାଲ ରୋଡ଼ରେ ଜଳି ଯାଇଛି ।  ସ୍ଥାନୀୟ ଲୋକେ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପଂହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଭାରସାମ୍ୟ ହରାଇ ୨୦ ଫୁଟ୍‌ ପୋଲ ତଳକୁ ଖସିଲା କାର୍‌

ସୋରୋ: ଭାରସାମ୍ୟ ହରାଇ ୨୦ ଫୁଟ୍‌ ପୋଲ ତଳକୁ ଖସିଲା କାର୍‌ । ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ । ବାଲେଶ୍ୱର ଜିଲ୍ଲା 16ନଂ ଜାତୀୟ ରାଜପଥ ତଳନଗର ନିକଟରେ ପୋଲ ତଳକୁ ଖସିଲା କାର। ପଶ୍ଚିମବଙ୍ଗ ଖଡ଼ଗପୁରରୁ ଏକ କାରରେ ଦମ୍ପତି ଦୁଇ ପିଲାଙ୍କୁ ଧରି ପୁରୀ ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି  । ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଅଛି । ସୋର ପୋଲିସ କାର୍‌ଟିକୁ ଥାନାକୁ ଆଣି ତଦନ୍ତ କରୁଛି । ଆହତଙ୍କ ସଠିକ ପରିଚୟ ମିଳିପାରିନାହିଁ ।

ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର

ପୁରୀ: ପୁରୀରେ ଛୁରାମାଡ଼ । ବଳିଆପଣ୍ଡା ନାଲି ପଡିଆରେ ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର, ବଳିଆପଣ୍ଡା ଥାନା ଦ୍ୱାରା ମେଡିକାଲରେ ଭର୍ତ୍ତି l ଗୁରୁତର ଗଞ୍ଜାମର ୨୬ ବର୍ଷୀୟ ଶିବ ବେହେରା l ଶିବ ତାଙ୍କ ପରିବାର ସହ ବଳିଆପଣ୍ଡା ନାଲି ପଡିଆରେ ରହି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି l ଗତକାଲି ରାତିରେ  କୌଣସି କାରଣ ନେଇ ଦାଦା ଶଙ୍କର ବେହେରା ଶିବ ପେଟରେ ଛୁରୀ ଭୂଷି ଦେଇଥିଲା l  ବଳିଆପଣ୍ଡା ଥାନା ପୁଲିସ ଶିବକୁ ମେଡିକାଲରେ ଭର୍ତ୍ତି କରିବା ସହ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।

ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗର ASI

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗର ASI । ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଚଢ଼ାଉ  । ବାଲୁଗାଁ ସର୍କଲ ଅବକାରୀ ASI ସୁଦୀପ୍ତ ଦାସଙ୍କ ବିରୋଧରେ ଥିଲା ଅଭିଯୋଗ । ୪ DSPଙ୍କ ନେତୃତ୍ୱରେ ୬ ଇନ୍ସପେକ୍ଟର କରିଛନ୍ତି ଚଢ଼ାଉ । ଏକାକାଳୀନ ୪ଟି ସ୍ଥାନରେ ଚଢ଼ାଉ ହେଉଥିବା ନେଇ ସୂଚନା ମିଳିଛି । ନୟାଗଡ଼ ସ୍ଥିତ ପୈତୃକ ଘର ଓ ଭଡା ଘରେ ଚଢାଉ କରାଯାଇଛି  । ବାଲୁଗାଁରେ ଥିବା ଘର ଓ ଅଫିସ ପରିସରରେ ଛାପା ମାରୁଛି ଟିମ  । ବାବୁଙ୍କ ବିରୋଧରେ ପଡିଥିଲା ଏକାଧିକ ପିଟିସନ ।

ଆଜି ନୂଆଖାଇ ପାଇଁ ସ୍ଥିର ହେବ ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଗୁରୁବାର ସମ୍ବଲପୁରରେ ଲଗ୍ନ ନିର୍ଘଣ୍ଟ ସ୍ଥିର କରାଯିବ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭା ଦ୍ବାରା ଚଳିତ ରାଶି ନକ୍ଷତ୍ର ଅନୁସାରେ ଲଗ୍ନ ସ୍ଥିରିକୃତ କରାଯିବ । ପଣ୍ଡିତ ମହାସଭା ଦ୍ବାରା ଲଗ୍ନ ସ୍ଥିର କରାଯିବା ପରେ, ସେହି ଲଗ୍ନ ଓ ନିର୍ଦ୍ଧିଷ୍ଟ ସମୟରେ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ଏହାପରେ ପଶ୍ଚିମ ଓଡିଶାର ଘରେଘରେ ନୂଆଖାଇ ପାଳନ କରାଯିବ । ମାଆ ସମଲେଶ୍ବରୀଙ୍କ ନିକଟରେ ପ୍ରଥମେ ସରିଆ ଧାନରୁ ପ୍ରସ୍ତୁତ ଚୁଡା,ଖିରୀ ଓ ପିଠା ପ୍ରସ୍ତୁତ କରାଯାଇ ସାରୁ ପତ୍ରରେ ଲାଗି କରାଯିବ ।

ଏହାପରେ, ମନ୍ଦିର ବେଢା ପରିସରରେ ଥିବା ୧୧୭ ଦେବାଦେବୀଙ୍କୁ ମଧ୍ୟ ନବାନ୍ନ ଲାଗି କରାଯିବ । ଅପରାହ୍ନ ୪ଟା ୩୦ରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯିବା ପରେ ପୂରା ପଶ୍ଚିମ ଓଡିଶାରେ ନୂଆଖାଇର ପ୍ରସ୍ତୁତି ଆରମ୍ଭ ହୋଇଯିବ । ଏହି ଦିନକୁ ସାରା ପଶ୍ଚିମଓଡିଶାବାସୀ ଚାହିଁ ବସିଥାନ୍ତି । ପଶ୍ଚିମ ଓଡିଶାର ଯିଏ ଯେତେ ଦୂରରେ ଥିଲେ ମଧ୍ୟ ନୂଆଁଖାଇ ଦିନ ନିଜ ଘରକୁ ଫେରି, ପରିବାର ଲୋକଙ୍କ ସହ ନୂଆଁ ଖାଇ, ଜୁହାର ଭେଟ ହୋଇ ପୁଣି ନିଜ କର୍ମକ୍ଷେତ୍ରକୁ ଫେରି ଯାଇଥାନ୍ତି । ଏପରିକି ଯେତେ ରାଗରୁଷା ଥିଲେ ମଧ୍ୟ ନୂଆଁଖାଇ ଦିନ ଜୁହାର କରିଦେଲେ ସବୁ ରାଗରୁଷା ଶେଷ ହୋଇଯାଇଥାଏ । ନୂଆଖାଇ ପରେ ଜୁହାର ଭେଟ ଓ ପରେ ଭେଟଘାଟ୍ ପର୍ବ ପାଳନ କରାଯାଇଥାଏ ।

ବକୁଳ ପାଠାଗାରରେ ନ୍ୟୁୟର୍କର କୋଣାର୍କ ଚକ୍ରର କାହାଣୀ

ଭୁବନେଶ୍ବର: ରାଜଧାନୀର ବକୁଳ ପାଠାଗାରରେ ନ୍ୟୁୟର୍କର କୋଣାର୍କ ଚକ୍ରର କାହାଣୀ । ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଆନ୍ତର୍ଜାତୀୟ ସେଫ୍ ବିକାଶ ଖାନ୍ନାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା କୋଣାର୍କ ଚକ୍ର ପ୍ରତିକୃତି । ଏହି ଯାତ୍ରା କେମିତି ଥିଲା ତାହାକୁ ନେଇ ବକୁଳ ଫାଉଣ୍ଡେସନ ପକ୍ଷରୁ ବକୁଳ ପାଠାଗାରରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଯେଉଁଥିରେ ଆର୍ଟର କ୍ୟୁରେଟର ତଥା ଫିଲ୍ମ ନିର୍ମାତା ଡା. ଜିତେନ୍ଦ୍ର ମିଶ୍ର ଓ ପଥର ଶିଳ୍ପୀ ଅମରେଶ ବିନ୍ଧାଣୀ, ଅଭିନେତା ସବ୍ୟସାଚୀ ମିଶ୍ର ଯୋଗ ଦେଇଥିଲେ ।

ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର ଆନ୍ତର୍ଜାତୀୟ ସେଫ୍ ବିକାଶ ଖାନ୍ନାଙ୍କ ସହିତ ୧୦ ବର୍ଷର ବନ୍ଧୁତା । ବିକାଶ ଖାନ୍ନାଙ୍କ ଉପନ୍ୟାସ ଉପରେ ଆଧାରିତ ଫିଚର ଫିଲ୍ମ “ଦ ଲାଷ୍ଟ କଲର୍” ସମେତ ସେମାନେ ଏକାଠି କରିଥିବା ୬ଟି ଫିଲ୍ମ ବିଷୟରେ କାମ କରିଥିଲେ । କଳା ଓ ସଂସ୍କୃତି ବିଷୟରେ ପ୍ରୋତ୍ସାହନ ଦେବାକୁ ଆଗ୍ରହୀ ଥିଲେ ବିକାଶ ଖାନ୍ନା। ୨୦୨୦ରେ କୋଭିଡ୍ ସମୟରେ ବିକାଶ ନ୍ୟୁୟର୍କରେ ଥିବା ତାଙ୍କ ଫ୍ଲାଗସିପ୍ ରେଷ୍ଟୁରାଣ୍ଟ ପାଇଁ ତାଙ୍କ ବିଚାର ଉପରେ ଆଲୋଚନା ଆରମ୍ଭ କରିଥିଲେ । ଏକ ମ୍ୟୁଜିୟମ ନିର୍ମାଣ କରିବାକୁ ଚାହୁଁଥିଲେ ବିକାଶ। ମ୍ୟୁଜିୟମରେ ସମସ୍ତ ରାଜ୍ୟର ଖାଦ୍ୟ ଓ କଳାକୃତି ସ୍ଥାନ ପାଇଥିଲା । ଓଡ଼ିଶାର ପ୍ରସ୍ତର ଭାସ୍କର୍ଯ୍ୟକୁ ପ୍ରଦର୍ଶିତ କରିବା ସବୁଠାରୁ ଭଲ ହେବ ଏବଂ କୋଣାର୍କ ଚକ୍ର ଉପରେ ଚୂଡ଼ାନ୍ତ ରୂପ ଦେବାକୁ ଜିତେନ୍ଦ୍ର ବିକାଶଙ୍କୁ କହିଥିଲେ ।

ଏହା ପରେ ପଥର ଶିଳ୍ପୀ ଅମରେଶ ବିନ୍ଧାଣୀଙ୍କ ସମେତ ୮ଜଣ ଶିଳ୍ପୀ ମିଶି ଯାଜପୁର ଲଳିତଗିରିରେ ଚକ୍ର ନିର୍ମାଣ କରିଥିଲେ। ସମସ୍ତ ଖର୍ଚ୍ଚ ବିକାଶ ଖାନ୍ନା ବହନ କରିଥିଲେ  । ଚକ୍ରଟି ୧୮ଶହ ୫୦ କେଜି, ୮ ଫୁଟ୍ ଉଚ୍ଚତା ଓ ୧୦ ଫୁଟ୍ ଲମ୍ବର ଏକ ଭାସ୍କର୍ଯ୍ୟକୁ ଆମେରିକା ପଠାଇବାରେ ଅନେକ ଲଜିଷ୍ଟିକ୍ ଚ୍ୟାଲେଞ୍ଜ ରହିଥିଲା । ଭୁବନେଶ୍ୱରରୁ ଲଜିଷ୍ଟିକ୍ସର ସଂଯୋଜନା କରିଥିବା  ଅନ୍ତର୍ଜାମୀ ମିଶ୍ରଙ୍କ ସହାୟତାରେ ଶେଷରେ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ଏହାକୁ ନ୍ୟୁଜର୍ସିର ଏକ ଗୋଦାମକୁ ପଠାଯାଇଥିଲା। ଆଉ ଶେଷରେ ଚଳିତ ବର୍ଷ ଭାରତୀୟ ସ୍ୱାଧୀନତା ଦିବସ ଅବସରରେ ନ୍ୟୁୟର୍କର ଟାଇମ୍ସ ସ୍କୋୟାର୍ ରେ ଆନ୍ତର୍ଜାତୀୟ ସେଫ୍ ବିକାଶ ଖାନ୍ନାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା କୋଣାର୍କ ଚକ୍ର ପ୍ରତିକୃତି । ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ୍ର ନିର୍ମାଣ ଓ ସ୍ଥାପନରେ ଉଲ୍ଲେଖନୀୟ ଅବଦାନ ପାଇଁ ବକୁଳ ଫାଉଣ୍ଡେସନ ପକ୍ଷରୁ କ୍ୟୁରେଟର ଜିତେନ୍ଦ୍ର ମିଶ୍ର ଓ ପଥର ଶିଳ୍ପୀ ଅମରେଶ ବିନ୍ଧାଣୀଙ୍କୁ ସୁବାସ ପୂଜାରୀ ଓ ଅନ୍ତଯାର୍ମୀ ମିଶ୍ରଙ୍କୁ ସହ ସମ୍ବର୍ଦ୍ଧିତ କରାଯାଇଥିଲା।

ବାଲୁକା କଳାରେ ବାଇଡେନଙ୍କୁ ସ୍ବାଗତ

ପୁରୀ: ବାଲୁକା କଳା ମାଧ୍ୟମରେ ଜି-20 ସମ୍ବିଳନୀରେ ଯୋଗଦାନ ପାଇଁ ଆସୁଥିବା ଡେଲିଗେଟସମାନଙ୍କୁ ସ୍ବାଗତ । ପୁରୀ ବେଳାଭୁମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିର୍ମାଣ କରିଛନ୍ତି ଏହି ବାଲୁକା କଳା । 2 ହଜାର ମାଟି ଦୀପ ବ୍ୟବହାର କରି ଏହି ବାଲୁକା କଳାକୁ ନିର୍ମାଣ କରାଯାଇଛି । ବାଲୁକା କଳାରେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଛି । ଏହାକୁ ନିର୍ମାଣ କରିବା ପାଇଁ ସୁଦର୍ଶନଙ୍କୁ ପ୍ରାୟ 5 ଘଣ୍ଟା ସମୟ ଲାଗିଥିଲା ।