spot_img
Home Blog Page 2789

ରାଜ୍ୟରେ ଆରମ୍ଭ ହେଲା ନୂଆ ଓଡ଼ିଶା ଯୋଜନା, ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଦକ୍ଷତା ବଢାଇବାକୁ ଲକ୍ଷ୍ୟ

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ନୂତନ ଉନ୍ନତ ଅଭିଳାଷା ବା ନୂଆ ଓଡ଼ିଶା ଯୋଜନା । ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ପଦକ୍ଷେପ ନିଆଯିବ । ୩୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଉନ୍ନତ ଅଭିଳାଷା (ନୂଆ) ଓଡ଼ିଶା ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧି କରି ଦକ୍ଷ ମାନବ ସମ୍ବଳ ଅଭାବକୁ ଦୂର କରିବା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ ।

ପାରମ୍ପରିକ କ୍ଷେତ୍ର ହସ୍ତଶିଳ୍ପ, ହସ୍ତତନ୍ତ, କୃଷି ଇତ୍ୟାଦିରେ ନୂତନ ଜ୍ଞାନକୌଶଳର ବ୍ୟବହାରରେ ଥିବା ଦକ୍ଷତା ବ୍ୟବଧାନକୁ ଦୂର କରିବାରେ ଏହା ସହାୟକ ହେବ। ଏଥିରେ ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା, ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍ ଅନ୍ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୁବକଙ୍କ ପାଇଁ ଡିଜିଟାଲ ଓ ଇ-ପାଠ୍ୟକ୍ରମ, ବିଭିନ୍ନ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ଦକ୍ଷତା ଇତ୍ୟାଦି ରଖାଯିବ ।

୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଆଇଟିଆଇ, ପଲିଟେକ୍ନିକ୍, ସରକାରୀ ଦକ୍ଷତା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, କ୍ଲଷ୍ଟର ମାଧ୍ୟମରେ ଦକ୍ଷତା, ପୁନଃଦକ୍ଷତା ବୃଦ୍ଧି କରାଯିବ । ପ୍ରତିଷ୍ଠିତ ଶିଳ୍ପ ଏବଂ ତାଲିମ ପ୍ରଦାନକାରୀ ସଂଘ ଇତ୍ୟାଦିଙ୍କୁ ନେଇ ଦକ୍ଷତା କାର୍ଯ୍ୟକ୍ରମ କରାଯିବ । ରାଜ୍ୟରେ ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ର, ସୁସସଜ୍ଜିତ ଲ୍ୟାବ୍ ପ୍ରତିଷ୍ଠା ହେଲେ ସ୍କିଲ୍ସ-ଇନ୍- ଓଡ଼ିଶା’ ବ୍ରାଣ୍ଡକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ। ୨୦୨୩-୨୪ ବଜେଟରେ ଏହି ଯୋଜନାକୁ ନେଇ ପରିକଳ୍ପନା କରାଯାଇଥିଲା ।

ଦିଲ୍ଲୀରେ ସ୍ୱାଧୀନତା ଦିବସ ପ୍ୟାରେଡ଼ ଦେଖିବାକୁ ଅନୁଗୋଳ ଚାଷୀ ଦମ୍ପତିଙ୍କୁ ନିମନ୍ତ୍ରଣ

ଅନୁଗୋଳ: ଘାସ ଚାଷୀଙ୍କୁ ଦିଲ୍ଲୀ ଡାକରା । ସ୍ବାଧନତା ଦିବସରେ ଅତିଥି ଭାବେ ନିମନ୍ତ୍ରଣ । ସ୍ୱାଧୀନତା ଦିବସ ପ୍ୟାରେଡ଼ ପ୍ରତ୍ୟକ୍ଷ ଭାବେ ଦେଖିବେ ସ୍ବାମୀ-ସ୍ତ୍ରୀ । ଆସନ୍ତା ସ୍ବାଧୀନତା ଦିବସରେ ଅନୁଗୁଳ ଜିଲ୍ଲାର ଚାଷୀ ବିଭୁପ୍ରସାଦ ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଯାହାକୁ ନେଇ ଉଭୟ ବେଶ ଖୁସି ପ୍ରକଟ କରିଛନ୍ତି ।

ଜିଲ୍ଲାରୁ ଏକମାତ୍ର ନିମନ୍ତ୍ରିତ ଅତିଥି ହୋଇଥିବା ବେଳେ ସେ କେବେ ଏହା ଆଶା କରି ନଥିଲେ । ସ୍ୱାଧୀନତା ଦିବସ ଭଳି ପବିତ୍ର ଦିନରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ ମିଳିବା ପରେ ସେ ଆଉ ତାଙ୍କ ସ୍ତ୍ରୀ ବେଶ ଖୁସି ପ୍ରକାଶ କରିଛନ୍ତି । ଗତ ୧୨ ବର୍ଷ ହେଲା ଘାସ ଚାଷ କରି ତେଲ ବିକ୍ରି କରିଥାନ୍ତି । ଯେଉଁ ଜମି ଅନାବନା କିମ୍ବା ବନ୍ୟଜନ୍ତୁ ଦାଉ ଯୋଗୁଁ ପଡିଆ ହୋଇ ପଡ଼ିଥିଲା , ସେଥିରେ ସେ ଘାସ ଚାଷ କରି ସଫଳ ହୋଇଛନ୍ତି । ଏହାଠାରୁ ବଳି ଆନନ୍ଦ ଆଉ କିଛି ନାହିଁ ବୋଲି କହିଛନ୍ତି ।

କୁବେର କୋହଲି: ଇନଷ୍ଟାଗ୍ରାମରୁ ରୋଜଗାର କରନ୍ତି ସର୍ବାଧିକ ଟଙ୍କା

0

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ପୂବର୍ତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ସବୁବେଳେ ଆଗରେ ରହିଥାଏ । ସୋସିଆଲ ମିଡିଆରେ କୋହଲିଙ୍କ ମିଲିୟନ ମିଲିୟନ ଫଲୋର୍ସ ରହିଛନ୍ତି । ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି ବିରାଟ । ଏସିଆ ଏବଂ ଭାରତର କ୍ରୀଡ଼ାବିତଙ୍କ ମଧ୍ୟରେ ଇନଷ୍ଟାଗ୍ରାମରୁ ସର୍ବାଧିକ ଟଙ୍କା ରୋଜଗାର କରୁଥିବା ସେଲିବ୍ରେଟି ହେଉଛନ୍ତି କୋହଲି ।

ଗୋଟିଏ ପୋଷ୍ଟ ପାଇଁ ଇନଷ୍ଟାଗ୍ରାମରୁ ୧୧.୪୦ କୋଟି ଟଙ୍କା ସେ ପାଇଥାନ୍ତି ।  ଇନଷ୍ଟାଗ୍ରାମରୁ ସର୍ବାଧିକ ଟଙ୍କା ରୋଜଗାର କରୁଥିବା କ୍ରୀଡ଼ାବିତଙ୍କ ମଧ୍ୟରେ ସେ ତୃତୀୟରେ ରହିଛନ୍ତି । ଏହି ଲିଷ୍ଟର ପ୍ରଥମ ସ୍ଥାନରେ ରହିଛନ୍ତି ଫୁଟବଲର କ୍ରିଷ୍ଟିଆନ ରୋନାଲ୍ଡୋ  ଏବଂ ଦ୍ବିତୀୟ ସ୍ଥାନରେ ଅଛନ୍ତି ଫୁଟବଲର ଲିଓନେଲ ମେସି । ହୁପର HQ ୨୦୨୩ ଇନଷ୍ଟଗ୍ରାମ ଲିଷ୍ଟ ପ୍ରକାଶ କରିଛି । ବିଶ୍ବର ସେଲିବ୍ରେଟି ତାଲିକାରେ ବିରାଟ ୧୪ତମ ସ୍ଥାନରେ ରହିଛନ୍ତି ।

ମଣିପୁର ସ୍ଥିତି ଜାଣିନାହାନ୍ତି, ଆଲୋଚନା ବଦଳରେ ହସୁଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ଅନାସ୍ଥା ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ୨ ଘଣ୍ଟା ୧୩ ମିନିଟ ଭାଷଣରେ ମାତ୍ର ଦୁଇ ମିନିଟ ମଣିପୁର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିରୁ ସ୍ପଷ୍ଟ ଯେ ମଣିପୁରର ସ୍ଥିତି କଣ ସେ ଜାଣିନାହାନ୍ତି । ସେ ନିଜେ ଏହି ସ୍ଥିତିକୁ ଦେଖିବା କଥା ।

ମଣିପୁର ଯାଇ ଲୋକଙ୍କ କଥା ବୁଝିବା କଥା । ଲୋକଙ୍କୁ ବିଶ୍ବାସ ଦେବା ଦରକାର ସେମାନଙ୍କ ପାଇଁ ଏ ଦେଶରେ ପ୍ରଧାନମନ୍ତ୍ରୀ ଅଛନ୍ତି । କିନ୍ତୁ ମଣିପୁର କଥା ବୁଝିବା ପାଇଁ ଏ ସରକାର ସକ୍ଷମ ନୁହେଁ । ସଂସଦରେ ଏଭଳି ଗମ୍ଭୀର ସ୍ଥିତି ଉପରେ ଆଲୋଚନା କରିବା ବଦଳରେ ପ୍ରଧାନମନ୍ତ୍ରୀ ହସୁଛନ୍ତି । ମଣିପୁରରେ ଭାରତମାତାର ହତ୍ୟା କରିଛି ବିଜେପି । ସ୍ଥିତିକୁ ନିୟନ୍ତ୍ରଣ କରିବା ବଦଳରେ ଜଳିବାକୁ ଦିଆଯାଇଥିଲା ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଚାହିଁଥିଲେ ସେନାକୁ ପଠାଇ ଦୁଇ ଦିନରେ ହିଂସାକୁ ବନ୍ଦ କରାଯାଇ ପାରିଥାନ୍ତା । କିନ୍ତୁ କିଛି କଲେନି ମୋଦି । ହିଂସା ହେବାକୁ ଦିଆଯାଇଥିଲା । ଲୋକଙ୍କ ଘର ଜଳାଯାଇଥିଲା । ମହିଳାଙ୍କ ପ୍ରତି ଦୁଷ୍କର୍ମ ବଢିଥିଲା । ହେଲେ ଆଖି ବୁଜି ଦେଇଥିଲେ ସରକାର । ମୁଖ୍ୟମନ୍ତ୍ରୀଙ୍କ ଆଖି ଆଗରେ ହିଂସା ବଢିଥିଲା, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଭାରତ ମାତା ପ୍ରତି ଯେଉଁଠି ବି ଅତ୍ୟାଚାର ହେବ ମୁଁ ସେଠାରେ ରକ୍ଷା ପାଇଁ ଠିଆ ହେବି ବୋଲି ରାହୁଲ ଗାନ୍ଧୀ କହିଛନ୍ତି  ।

ଦେଶଦ୍ରୋହୀଙ୍କ ପାଇଁ କଡା ହେବ ଆଇନ, ୩ ନୂଆ ବିଲ୍‌ରେ କଣ କଣ ବଦଳିବ ?

ନୂଆଦିଲ୍ଲୀ: ହଟିବ ଦେଶଦ୍ରୋହ ଆଇନ । ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଭିଡ଼ ହତ୍ୟା କ୍ଷେତ୍ରରେ ମିଳିପାରେ ମୃତ୍ୟୁଦଣ୍ଡ । ଆଜି ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଣିଥିବା ନୂଆ ବିଲରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ଦୁଷ୍କର୍ମଜନିତ ଦଣ୍ଡ କ୍ଷେତ୍ରରେ କେତେକ ଆଇନରେ ପରିବର୍ତ୍ତନ ବ୍ୟବସ୍ଥା କରାଯାଇଛି । ନାବାଳିକା ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଥିବାବେଳେ ଆଜୀବନ କାରାଦଣ୍ଡର ସଂଜ୍ଞାକୁ ବଦଳାଇ ପ୍ରାକୃତିକ ଜୀବନ ଲାଗି ବନ୍ଦୀ ବୋଲି ବିଲରେ ରହିଛି ।

ଆଜୀବନ ସଶ୍ରମ କାରାଦଣ୍ଡର ସମୟସୀମା ୧୦ ବର୍ଷରୁ କମ୍ ହେବ ନାହିଁ କିନ୍ତୁ ସମ୍ପୂର୍ଣ୍ଣ ଜୀବନ କାଳ ଯାଏ ଏହା ପରିବର୍ଦ୍ଧିତ ହୋଇପାରେ । ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରକାଶ କଲେ ଦଣ୍ଡର ବ୍ୟବସ୍ଥା କରାଯାଇଛି । ଗଣଦୁଷ୍କର୍ମ କ୍ଷେତ୍ରରେ ୨୦ ବର୍ଷରୁ ଆଜୀବନ ଜେଲଦଣ୍ଡ ବ୍ୟବସ୍ଥା ରହିଛି । ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଏବଂ ହତ୍ୟାକୁ ରାଷ୍ଟ୍ର ବିରୁଦ୍ଧ ବୋଲି ଦର୍ଶାଯାଇଛି ।

ଆଜି ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଣିଥିବା ବିଭିନ୍ନ ବିଲରେ ଏହି ପ୍ରସ୍ତାବ ଆଗତ ହୋଇଛି । ଏହା ସହ ବଦଳିବ ଦେଶର ୩ଟି ଚର୍ଚ୍ଚିତ ସଂହିତା ଓ ଆଇନର ନାମ । ଭାରତୀୟ ପିଙ୍ଗଳ କୋଡ, ୧୮୬୦ର ନାଁ ବଦଳି ଏଣିକି ହେବ ଭାରତୀୟ ନ୍ୟାୟ ସଂହିତା-୨୦୨୩ । ଅପରାଧ ପ୍ରକ୍ରିୟା ଆଇନ, ୧୮୯୮ର ନାଁ ବଦଳି ଏଣିକି ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ । ସେହିପରି ଇଣ୍ଡିଆନ ଏଭିଡେନ୍ସ ଆକ୍ଟ-୧୮୭୨ର ନାଁ ବଦଳି ଏଣିକି ରହିବ ଭାରତୀୟ ସାକ୍ଷ୍ୟ ବିଲ୍ । ବ୍ରିଟିଶ ଅମଳରୁ ଏହି ଆଇନଗୁଡିକ କାର୍ଯ୍ୟକାରୀ ହୋଇଆସୁଥିଲା ।

ଲୋକସଭାରେ ଏସଂକ୍ରାନ୍ତ ବିଲ୍ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ବିଲଗୁଡିକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେ କହିଛନ୍ତି- ଲୋକମାନେ କୋର୍ଟକୁ ଯିବାକୁ ଏକ ଦଣ୍ଡ ବୋଲି ଭାବୁଛନ୍ତି । ସେମାନେ କୋର୍ଟକୁ ଯିବାକୁ ଭୟ କରୁଛନ୍ତି । ପୂର୍ବେ ଆଇପିସିରେ ୫୧୧ଟି ଧାରା ଥିଲା । ବର୍ତ୍ତମାନ ଏଥିରେ ୩୫୬ଟି ଧାରା ରହିବ । ୧୭୫ଟି ଆଇନର ସଂଶୋଧନ କରାଯାଇଛି । ବିବାଦୀୟ ଦେଶଦ୍ରୋହ ଆଇନ (ଆଇପିସିର ଧାରା ୧୨୫-ଏ)କୁ ଉଚ୍ଛେଦ କରାଯାଇ ନୂଆ ଧାରା ୧୫୦ ତିଆରି ହୋଇଛି ବୋଲି ସେ କହିଛନ୍ତି ।

୧୯ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ, ଆହୁରି ଆଗେଇବ ମିଲେଟ ମିଶନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋଟ୍ ୧୯ଟି ପ୍ରସ୍ତାବରେ ମୋହର ବାଜିଛି। ଆହୁରି ଆଗେଇବ ମିଲେଟ ମିଶନ । ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ପାଇଁ ପାଣ୍ଠି ଅନୁଦାନ ମଂଜୁର ହୋଇଛି। ସେହିପରି ଓଡ଼ିଶା ମୋବାଇଲ୍ ଟାଓ୍ବାର ଓ ଟେଲିଗ୍ରାଫ ଲାଇନ୍ ଓଏଫସି ଏବଂ ଏହି ସଂପର୍କିତ ଭିତ୍ତିଭୂମି ସଂଶୋଧନ ପଲିସିକୁ ଅନୁମୋଦନ ମିଳିଛି।

ନାଇଜର ପରିସରରେ ହେବାକୁ ଥିବା ଟାଟା କ୍ୟାନସର ହସପିଟାଲ ପାଇଁ ଜଟଣୀରେ ୪୮ଏକରରୁ ଅଧିକ ଜମି ଲିଜ୍ ସୂତ୍ରରେ ଦିଆଯାଇଛି। ରାଜ୍ୟର ୪ହଜାର ୩୩୭ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତରେ ସରକାର ବ୍ୟାଙ୍କିଂ ସେବା ଯୋଗାଇ ଦେବେ। ସିଏସପି ପ୍ଲସ୍ ବ୍ୟାଙ୍କିଂ ଆଉଟଲେଟ୍ ଦ୍ବାରା ସରକାର ଏହି ସେବା ଯୋଗାଇ ଦେବେ। ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ପ୍ରକଳ୍ପ। ସେହିପରି ରାଜ୍ୟରେ ଖାଲି ପଡିଥିବା ପଦବୀରେ ଅନୁସୂଚିତ ଜାତି ଜନଜାତିଙ୍କ ନିଯୁକ୍ତି ସଂପର୍କିତ ଅଧ୍ୟାଦେଶକୁ କ୍ୟାବିନେଟ୍ ମଂଜୁରୀ ।

ରାଜ୍ୟସଭାରୁ ଆପ୍ ସାଂସଦ ରାଘବ ଚଡ୍ଡା ନିଲମ୍ବିତ

ନୂଆଦିଲ୍ଲୀ: ରାଜ୍ୟସଭାରୁ ରାଘବ ଚଡ୍ଡା ନିଲମ୍ବିତ । ଆପ୍ ସାଂସଦ ରାଘବ ନିଲମ୍ବିତ । ବିଶେଷ ଅଧିକାର ସମିତିର ରିପୋର୍ଟ ଆସିବା ଯାଏଁ ନିଲମ୍ବିତ । ଦିଲ୍ଲୀ ସେବା ବିଲ ସିଲେକ୍ଟ କମିଟିକୁ ପଠାଇବା ପାଇଁ ରାଜ୍ୟସଭାରେ ଆଗତ ହୋଇଥିବା ପ୍ରସ୍ତାବରେ ରାଘବ ଦସ୍ତଖତ ଜାଲିଆତି କରିଥିବା ବିଜେପି ଅଭିଯୋଗ କରିଥିଲା । ବିଶୃଙ୍ଖଳିତ ଆଚରଣ ପାଇଁ ପୂର୍ବରୁ ଆପ୍ ସାଂସଦ ସଞ୍ଜୟ ସିଂଙ୍କୁ ରାଜ୍ୟସଭାରୁ ନିଲମ୍ବନ କରିଥିଲେ ସଭାପତି ।

ବଦଳିବ ଦେଶର ୩ଟି ଚର୍ଚ୍ଚିତ ସଂହିତା ଓ ଆଇନର ନାଁ

ନୂଆଦିଲ୍ଲୀ: ହଟିବ ଦେଶଦ୍ରୋହ ଆଇନ । ଏହା ସହ ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଆଜି ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଣିଥିବା ବିଭିନ୍ନ ବିଲରେ ଏହି ପ୍ରସ୍ତାବ ଆଗତ ହୋଇଛି । ଏହା ସହ ବଦଳିବ ଦେଶର ୩ଟି ଚର୍ଚ୍ଚିତ ସଂହିତା ଓ ଆଇନର ନାମ । ଭାରତୀୟ ପିଙ୍ଗଳ କୋଡ୍, ୧୮୬୦ର ନାଁ ବଦଳି ଏଣିକି ହେବ ଭାରତୀୟ ନ୍ୟାୟ ସଂହିତା-୨୦୨୩ । ଅପରାଧ ପ୍ରକ୍ରିୟା ଆଇନ, ୧୮୯୮ର ନାଁ ବଦଳି ଏଣିକି ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ । ସେହିପରି ଭାରତୀୟ ସାକ୍ଷ୍ୟ ଆଇନ ୧୮୭୨ର ନାଁ ବଦଳି ଏଣିକି ରହିବ ଭାରତୀୟ ସାକ୍ଷ୍ୟ ବିଲ୍ । ବ୍ରିଟିଶ ଅମଳରୁ ଏହି ଆଇନଗୁଡିକ କାର୍ଯ୍ୟକାରୀ ହୋଇଆସୁଥିଲା ।

ଲୋକସଭାରେ ଏ ସଂକ୍ରାନ୍ତ ବିଲ୍ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ବିଲଗୁଡିକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେ କହିଛନ୍ତି- ଲୋକମାନେ କୋର୍ଟକୁ ଯିବାକୁ ଏକ ଦଣ୍ଡ ବୋଲି ଭାବୁଛନ୍ତି । ସେମାନେ କୋର୍ଟକୁ ଯିବାକୁ ଭୟ କରୁଛନ୍ତି । ପୂର୍ବେ ଆଇପିସିରେ ୫୧୧ଟି ଧାରା ଥିଲା । ବର୍ତ୍ତମାନ ଏଥିରେ ୩୫୬ଟି ଧାରା ରହିବ । ୧୭୫ଟି ଆଇନର ସଂଶୋଧନ କରାଯାଇଛି । ବିବାଦୀୟ ଦେଶଦ୍ରୋହ ଆଇନ(ଆଇପିସିର ଧାରା ୧୨୫-ଏ)କୁ ଉଚ୍ଛେଦ କରାଯାଇ ନୂଆ ଧାରା ତିଆରି ହୋଇଛି ବୋଲି ସେ କହିଛନ୍ତି । ନୂଆ ଆଇନ ଅନୁସାରେ ଭିଡ଼ ହତ୍ୟା କ୍ଷେତ୍ରରେ ମୃତ୍ୟୁଦଣ୍ଡ ମିଳିପାରେ । ଦୁଷ୍କର୍ମଜନିତ ଦଣ୍ଡ କ୍ଷେତ୍ରରେ କେତେକ ଆଇନରେ ପରିବର୍ତ୍ତନ କରାଯାଇଛି । ନାବାଳିକା ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଥିବାବେଳେ ଆଜୀବନ କାରାଦଣ୍ଡର ସଂଜ୍ଞାକୁ ବଦଳାଇ ପ୍ରାକୃତିକ ଜୀବନ ଲାଗି ବନ୍ଦୀ ବୋଲି ବିଲରେ ରହିଛି । ଆଜୀବନ ସଶ୍ରମ କାରାଦଣ୍ଡର ସମୟସୀମା ୧୦ ବର୍ଷରୁ କମ୍ ହେବ ନାହିଁ କିନ୍ତୁ ସମ୍ପୂର୍ଣ୍ଣ ଜୀବନ କାଳ ଯାଏ ଏହା ପରିବର୍ଦ୍ଧିତ ହୋଇପାରେ । ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରକାଶ କଲେ ଦଣ୍ଡର ବ୍ୟବସ୍ଥା କରାଯାଇଛି ।

ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ ମାମଲା, ରହିତାଦେଶ ଦେବାକୁ ଅଗ୍ରାହ୍ୟ କରିଥିବା ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦୋଷୀ ସାବ୍ୟସ୍ତ ମାମଲାରେ ରହିତାଦେଶ ଦେବାକୁ ଅଗ୍ରାହ୍ୟ କରିଥିବା ଗୁଜରାଟ ହାଇକୋର୍ଟ ବିଚାରପତିଙ୍କୁ ବଦଳି । ସୁପ୍ରିମକୋର୍ଟ କଲେଜିୟମ ତାଲିକାରେ ବଦଳି ହେବାକୁ ଥିବା ବିଚାରପତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ଜଷ୍ଟିସ ହେମନ୍ତ ଏମ. ପ୍ରଚ୍ଛକ । ନିଜର ୧୨୩ ପୃଷ୍ଠା ବ୍ୟାପୀ ରାୟରେ ରାହୁଲଙ୍କ ଦୋଷୀ ସାବ୍ୟସ୍ତ ଦଣ୍ଡ ଉପରେ ରହିତାଦେଶ ଜାରି କରିବାର କୌଣସି କାରଣ ନାହିଁ । ପୂର୍ବରୁ ଜଷ୍ଟିସ ପ୍ରଚ୍ଛକ ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଜଡ଼ିତ ବିଜେପିର ପୂର୍ବତନ ମନ୍ତ୍ରୀ ମାୟା କୋଦନାନୀଙ୍କ ଓକିଲ ଥିଲେ । ଜଷ୍ଟିସ ପ୍ରଚ୍ଛକ ପ୍ରଥମେ ଗୁଜରାଟ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ଥିଲେ । ପରେ ସେ ଗୁଜରାଟ ସରକାରଙ୍କ ଆସିଷ୍ଟାଣ୍ଟ ପ୍ଲେଡର ଭାବେ କାର୍ଯ୍ୟ କରିଥିଲେ । ୨୦୧୫ରେ ସେ ଗୁଜରାଟ ହାଇକୋର୍ଟଙ୍କ ଲାଗି କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସେଲ ଭାବେ ୪ ବର୍ଷ ଧରି କାର୍ଯ୍ୟରତ ଥିଲେ । ୨୦୨୧ରେ ସେ ଗୁଜରାଟ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।

ସେହିପରି ୨୦୦୨ ଗୋଧ୍ରା ମାମଲାରେ ପ୍ରମାଣ ନଷ୍ଟ କରିବା ସଂକ୍ରାନ୍ତ ଏକ ଏଫଆଇଆର ରଦ୍ଦ କରିବା ଲାଗି ସମାଜସେବୀ ତିସ୍ତା ସେତିଲଭାଡଙ୍କ ମାମଲାର ଶୁଣାଣି କରିବାକୁ ଅଗ୍ରାହ୍ୟ କରିଥିବା ବିଚାରପତି ସମୀର ଡାଭେଙ୍କ ନାମ ମଧ୍ୟ ଏହି ବଦଳି ତାଲିକାରେ ସ୍ଥାନ ପାଇଛି । ସେହିପରି ରାହୁଲ ଗାନ୍ଧୀଙ୍କ ଦୋଷୀ ସାବ୍ୟସ୍ତ ମାମଲାରେ ଶୁଣାଣି କରିବାକୁ ଅଗ୍ରାହ୍ୟ କରିବା ଜଷ୍ଟିସ ଗୀତା ଗୋପୀଙ୍କୁ ବି ବଦଳି ତାଲିକାରେ ସ୍ଥାନୀତ କରାଯାଇଛି । କିଛିଦିନ ତଳେ ଜଣେ ନାବାଳିକା ବଳାତ୍କାରୀ ପୀଡ଼ିତାଙ୍କ ଗର୍ଭ ନଷ୍ଟ ଲାଗି ହୋଇଥିବା ମାମଲାର ଶୁଣାଣି କରି ମନୁସ୍ମୃତି ପ୍ରସଙ୍ଗ ଉଠାଇ ଚର୍ଚ୍ଚାରେ ଥିଲେ ଜଷ୍ଟିସ ସମୀର ଡାଭେ । ସିଜେଆଇ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଷନ କୌଲ, ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ବି.ଆର. ଗଭାଇ, ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଦ୍ବାରା ଏହି ବଦଳି ତାଲିକା ସ୍ଥିରୀକୃତ ହୋଇଛି । ଅଧିକ ନ୍ୟାୟିକ ସୁପରିଚାଳନା ଲାଗି ଏହି ତାଲିକା ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି ।

ରାଜ୍ୟରେ ଆରମ୍ଭ ହେଲା ନୂତନ ଉନ୍ନତ ଅଭିଳାଷା ଯୋଜନା, ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦିଆଯିବ ତାଲିମ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ନୂତନ ଉନ୍ନତ ଅଭିଳାଷ ବା ନୂଆ ଓଡ଼ିଶା ଯୋଜନା । ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରିବା ପାଇଁ ପଦକ୍ଷେପ ନିଆଯିବ । ୩୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଉନ୍ନତ ଅଭିଳାଷ (ନୂଆ) ଓଡ଼ିଶା ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧି କରି ଦକ୍ଷ ମାନବ ସମ୍ବଳ ଅଭାବକୁ ଦୂର କରିବା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ । ପାରମ୍ପରିକ କ୍ଷେତ୍ର ହସ୍ତଶିଳ୍ପ, ହସ୍ତତନ୍ତ, କୃଷି ଇତ୍ୟାଦିରେ ନୂତନ ଜ୍ଞାନକୌଶଳର ବ୍ୟବହାରରେ ଥିବା ଦକ୍ଷତା ବ୍ୟବଧାନକୁ ଦୂର କରିବାରେ ଏହା ସହାୟକ ହେବ । ଏଥିରେ ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା, ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍ ଅନ୍ ସ୍କିଲ୍ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୁବକମାନଙ୍କ ପାଇଁ ଡିଜିଟାଲ ଓ ଇ-ପାଠ୍ୟକ୍ରମ, ବିଭିନ୍ନ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ଦକ୍ଷତା ଇତ୍ୟାଦି ରଖାଯିବ ।

୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଆଇଟିଆଇ, ପଲିଟେକ୍ନିକ, ସରକାରୀ ଦକ୍ଷତା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, କ୍ଲଷ୍ଟର ମାଧ୍ୟମରେ ଦକ୍ଷତା, ପୁନଃଦକ୍ଷତା ବୃଦ୍ଧି କରାଯିବ । ପ୍ରତିଷ୍ଠିତ ଶିଳ୍ପ ଏବଂ ତାଲିମ ପ୍ରଦାନକାରୀ ସଂଘ ଇତ୍ୟାଦିଙ୍କୁ ନେଇ ଦକ୍ଷତା କାର୍ଯ୍ୟକ୍ରମ କରାଯିବ । ରାଜ୍ୟରେ ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ର, ସୁସଜ୍ଜିତ ଲ୍ୟାବ୍ ପ୍ରତିଷ୍ଠା ହେଲେ ସ୍କିଲ୍-ଇନ୍- ଓଡ଼ିଶା’ ବ୍ରାଣ୍ଡକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ। ୨୦୨୩-୨୪ ବଜେଟରେ ଏହି ଯୋଜନାକୁ ନେଇ ପରିକଳ୍ପନା କରାଯାଇଥିଲା ।