spot_img
Home Blog Page 2789

କୁଆଡେ ଗଲେ ଚୀନର ପ୍ରତିରକ୍ଷା ମନ୍ତ୍ରୀ? ଦୁଇ ସପ୍ତାହ ଧରି ଗାଏବ ଥିବାବେଳେ ବଢୁଛି ସସପେନ୍ସ

ହଂକଂ: କୁଆଡେ ଗଲେ ଚୀନର ପ୍ରତିରକ୍ଷା ମନ୍ତ୍ରୀ? ଆତ୍ମଗୋପନ ନା ଅନ୍ୟକିଛି? ଏହାକୁ ନେଇ ସାରା ଦେଶରେ ଜାରି ରହିଛି ସସପେ୍ନସ । ପ୍ରାୟ ୨ ସପ୍ତାହ ଧରି ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁ ହୋଇଯାଇଛନ୍ତି ଗାଏବ। ତେବେ ତାଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି ବୋଲି ସୂଚନା ଦେଇଛି ଆମେରିକା ।

ଏପରିକି ତାଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି ବୋଲି ଚର୍ଚ୍ଚା ଧରିଛି। ଗତ ଜୁଲାଇରେ ଚୀନର ବୈଦେଶିକ ମନ୍ତ୍ରୀ କ୍ବିନ ଗାଙ୍ଗ ନିଖୋଜ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ଗାଏବ ଘଟଣାକୁ ନେଇ ଜାରି ରହିଛି ସସପେନ୍ସ। ପୂର୍ବରୁ ରକେଟ ଫୋର୍ସ କମାଣ୍ଡର ବି ହୋଇଯାଇଥିଲେ ନିଖୋଜ। ଗତ ଦୁଇ ମାସ ତଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପିପୁଲସ ଲିବରେସନ ଆର୍ମି ରକେଟ ଫୋର୍ସର ଦୁଇ ଜଣ ଟପ୍ ଜେନେରାଲଙ୍କୁ ହଟାଇ ଦେଇଥିଲେ। ଆର୍ମି ରକେଟ ଫୋର୍ସ ହେଉଛି ଚୀନର ପାରମ୍ପରିକ ଓ ଆଣବିକ କ୍ଷେପଣାସ୍ତ୍ରକୁ ସମ୍ଭାଳୁଥିବା ବିଭାଗ।

 

ରିମାଣ୍ଡରେ ଆସିବ ଇରାନିର ସ୍ୱାମୀ ନିଶିକାନ୍ତ ପାତ୍ର, ହନିଟ୍ରାପରେ ଫସାଇ କରୁଥିଲେ ଲୁଟ୍

ଭୁବନେଶ୍ୱର: ଭୁବନେଶ୍ୱର ଇରାନୀ ଗ୍ୟାଙ୍ଗର ଗିରଫ ମାମଲା। ରିମାଣ୍ଡରେ ଆସିବ ଇରାନି ସ୍ୱାମୀ ନିଶିକାନ୍ତ ପାତ୍ର । ୫ ଦିନିଆ ରିମାଣ୍ଡରେ ଆଣିବା ଲାଗି ଏସଡିଜେଏମ୍ କୋର୍ଟରେ ଆବେଦନ କରିବ ତମାଣ୍ଡୋ ଥାନା ପୋଲିସ। ରିମାଣ୍ଡରେ ଆସିଲେ ଖୋଲିବ ହାନିଟ୍ରାପ ଲିଙ୍କ। ଆଗକୁ ଇରାନୀକୁ ମଧ୍ୟ ରିମାଣ୍ଡରେ ଆଣିବ ପୋଲିସ। ଏବେ ସୁଦ୍ଧା ଗ୍ୟାଙ୍ଗ ବିରୋଧରେ ୩ଟି ମାମଲା ରୁଜୁ ହୋଇଛି।

୩ ଜଣଙ୍କ ମଧ୍ୟରେ ଜଣେ ଡାକ୍ତର, ଛାତ୍ର ଓ ବୋଲଗଡ଼ର ଜଣେ ଗ୍ରୋସରି ବ୍ୟବସାୟୀ ଅଛନ୍ତି। ଇରାନୀ ଓ ତା’ ସ୍ୱାମୀର ସିଡିଆର ଆନାଲିସିସ କରୁଛି ପୋଲିସ। ଏପରି ସେମାନଙ୍କ ମୋବାଇଲକୁ ଜବତ କରି ତଦନ୍ତ ଲାଗି ଫରେନସିକ ଲାବକୁ ପଠାଇଛି ପୋଲିସ।

ସୂଚନା ଅନୁଯାୟୀ, ଡାକ୍ତରଙ୍କ ପରେ ଅନ୍ୟ ୩ ଜଣକୁ ହନିଟ୍ରାପରେ ପକାଇବାକୁ କରୁଥିଲେ ଯୋଜନା । କଳିଙ୍ଗ ନଗରର ଜଣେ ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟିଛନ୍ତି। ଲୋକଲଜ୍ୟା ଭୟରେ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିନାହାନ୍ତି। ତେବେ ସାରା ରାଜ୍ୟରେ ସେମାନେ ଠକେଇ କରିଥିବା ପୋଲିସର ସନ୍ଦେହ। ଖାଲି ଏତିକି ନୁହେଁ ଠକେଇର ଶିକାର ହୋଇଥିଲେ ଥାନାରେ ଅଭିଯୋଗ କରିବାକୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି।

ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ କଲେ ସେବାୟତ

ପୁରୀ: ପୁଣି ଶ୍ରୀମନ୍ଦିରରେ ନୀତି ବିଭ୍ରାଟ। ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ କଲେ ସେବାୟତ। ସେବାରୁ ନିବୃତ ଥିବା ଜଣେ ସିଂହାରୀ ସେବାୟତ ଆଜି ମହାପ୍ରଭୁଙ୍କ ମଙ୍ଗଳ ଆଳତି କରିବାରୁ ଏହାକୁ ନେଇ ଦେଖାଦେଇଛି ବିବାଦ। ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଗଲା ପରେ ଯାଇ ନୀତି ବଢ଼ିବ ବୋଲି ଅନ୍ୟ ସେବାୟତ ଜିଦ୍ ଧରିଛନ୍ତି । ନୀତିକାନ୍ତିରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିରରେ ସେବାୟତଙ୍କ ସହ ନୀତି ପ୍ରଶାସକଙ୍କ ଆଲୋଚନା ହୋଇଛି । ମଇଲମ ପରେ ଏବେବି ବନ୍ଦ ଅଛି ନୀତିକାନ୍ତି ।

ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଓ୍ବେଲମାର୍କ ଲୋପ୍ରେସର ପ୍ରଭାବରେ ଅତ୍ୟଧିକ ସକ୍ରିୟ ହୋଇଛି ମୌସୁମୀ। ପ୍ରଭାବରେ ଆସନ୍ତା କାଲି ଯାଏ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉପକୂଳ ଓଡ଼ିଶାରେ କାଁ ଭାଁ ବର୍ଷିବ। ଗରମ ଗୁଳୁଗୁଳି ଅନୁଭୂତ ହେବ।

ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କିଛି ସ୍ଥାନରେ ଫ୍ଲାସଫ୍ଲଡ ନେଇ ସତର୍କତା ଜାରି ହୋଇଥିବା ବେଳେ, ସହରିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିବ।

ଦକ୍ଷିଣ ଓଡ଼ିଶାର ଅଧିକାଂଶ ନଦୀରେ ଜଳସ୍ତର ବୃଦ୍ଧି ହେବା ସହ ଦୁର୍ଗମ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି। ୧୬ ତାରିଖରୁ କମିବ ବର୍ଷାର ପରିମାଣ। ହେଲେ ପୁଣି ୧୯ ତାରିଖରୁ ପୁଣି ଘୂର୍ଣ୍ଣିବଳୟ। ବଡ଼ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

BSKY ସାଜିଲା ବରଦାନ; ସୁସ୍ଥ ହୋଇ ଘରକୁ ଫେରିଲେ ମହିଳା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ୱର: ବିଏସକେୱାଇ ସାଜିଲା ବରଦାନ। ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ମାଗଣାରେ ଟ୍ୟୁମର ଅପରେସନ ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ରାଉରକେଲାର ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ରହୁଥିବା ୪୬ ଵର୍ଷୀୟ ବିଧବା ଯମୁନା ସାହୁ। ସେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁସ୍ଥ ହୋଇଛନ୍ତି।

ସେପ୍ଟେମ୍ବର ୬ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ରହି ଟ୍ୟୁମର ଅପରେସନ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡ ଜରିଆରେ ମାଗଣାରେ ଅପରେସନ ହୋଇ ସୁସ୍ଥ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯମୁନା।

ଆର୍ଥିକ ଅବସ୍ଥା ଖରାପ ଥିବାରୁ ଅପରେସନ କରି ସୁସ୍ଥ ହେବେ ବୋଲି ଯମୁନା ସାହୁ ଓ ତାଙ୍କ ପରିବାର ଲୋକ ଆଶା ରଖିନଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ମାଗଣାରେ ଚିକିତ୍ସା ସୁବିଧା ପାଇ ସୁସ୍ଥ ହୋଇ ଘରକୁ ଫେରିବା ପରେ ଖୁସିରେ କାନ୍ଦି ପକାଇ ଯମୁନା ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଣିକି ଆଧାର ଠାରୁ ଅଧିକ ଜରୁରୀ ହେବ କି ଜନ୍ମଗତ ପ୍ରମାଣପତ୍ର? ଜାଣନ୍ତୁ କ’ଣ କହୁଛି ନୂଆ ନିୟମ…

ନୂଆଦିଲ୍ଲୀ: ଜନ୍ମଗତ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ। ଶିକ୍ଷାନୁଷ୍ଠାନରେ ଆଡମିସନ, ବିବାହ ପଞ୍ଜିକରଣ, ଡ୍ରାଇଭିଂ ଲାଇସେନ୍ସ, ସରକାରୀ ଚାକିରି ଆଦି କ୍ଷେତ୍ରରେ ଏଣିକି ଆବଶ୍ୟକ ହେବ ଜନ୍ମଗତ ପ୍ରମାଣପତ୍ର। ଆସନ୍ତା ଅକ୍ଟୋବର ୧ରୁ ଲାଗୁହେବ ନିୟମ । କେନ୍ଦ୍ରୀୟ ଯୋଜନା ଓ ସେବା କ୍ଷେତ୍ରରେ ସ୍ବଚ୍ଛତା ବଜାୟ ରଖିବା ଲାଗି ଏହା ଆବଶ୍ୟକ ବୋଲି କୁହାଯାଇଛି ।

ଗତକାଲି ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସଂଶୋଧନ ଆଇନ ୨୦୨୩ କାର୍ଯ୍ୟକାରୀ ହେବା ପରେ ଏନେଇ ଘୋଷଣା କରିଥିଲା କେନ୍ଦ୍ର ଗୃହମନ୍ତ୍ରାଳୟ । ଏହି ଆଇନ କାର୍ଯ୍ୟକାରୀ ହେବା ପଛରେ ରହିଛି କେତେକ କାରଣ । ଏହା ଦ୍ବାରା ଦେଶର ଜନସଂଖ୍ୟାଜନିତ ସର୍ଭେ କ୍ଷେତ୍ରରେ ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କୁ ସହାୟକ ହେବ।

ଏହା ସହ ପଞ୍ଜିକୃତ ଜନ୍ମ-ମୃତ୍ୟୁ ନେଇ ଏକ ଜାତୀୟ ଡାଟାବେସ ପ୍ରସ୍ତୁତିରେ ବି ଏହା ସହାୟକ ହେବ । ରାଜ୍ୟ ଦ୍ବାରା ନିଯୁକ୍ତ ଚିଫ ରେଜିଷ୍ଟ୍ରାର ଓ ରାଜ୍ୟଦ୍ବାର ନିଯୁକ୍ତ ଆଞ୍ଚଳିକ ରେଜିଷ୍ଟ୍ରାରଙ୍କ ନିକଟରେ ବି ଏହି ତଥ୍ୟ ରହିବ । ରାଜ୍ୟସ୍ତରରେ ବି ଏକ ଡାଟାବେସ ରହିବ । ଏହି ଡାଟାବେସରେ ଅଣପ୍ରତିଷ୍ଠାନଭିତ୍ତିକ ପୋଷ୍ୟ ସନ୍ତାନ ଗ୍ରହଣ, ସରୋଗେସୀ, ଅବିବାହିତା ମାତାଠାରୁ ଜାତ ସନ୍ତାନ ଆଦିଙ୍କ ତଥ୍ୟ ରହିବ। ଜାତୀୟ ସ୍ତରରେ ଜନସଂଖ୍ୟା ରେଜିଷ୍ଟର, ଭୋଟର ତାଲିକା, ରାସନ କାର୍ଡ ଆଦି କ୍ଷେତ୍ରରେ ଏହି ଜାତୀୟ ଡାଟାବେସ ବି ପ୍ରସ୍ତୁତ ହେବ।

କରଞ୍ଜିଆ ବନଖଣ୍ଡକୁ ପଶିଲେ ୨୨ ଟିକିଆ ହାତୀପଲ, ସଞ୍ଜ ହେଲେ ଗାଁ ମୁହାଁ ହେଉଛନ୍ତି…

କରଞ୍ଜିଆ: ଆଜି ସକାଳୁ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି ୨୨ ଟିକିଆ ହାତୀପଲ। ୨୨ ଟିକିଆ ହାତୀପଲ ଗତ କିଛି ଦିନ ହେଲା କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ଫସଲ ବ୍ୟାପକ ନଷ୍ଟ କରିଥିବା ଜଣାପଡିଛି। ହାତୀପଲ ପାଟଣା ବନାଞ୍ଚଳରୁ ଦେଓ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି।

ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଛନ୍ତି ସଞ୍ଜ ହେଲେ ଗାଆଁ ମୁହାଁ ହେଉଛନ୍ତି। ହାତୀ ପଲ ଆସିବା କିଛି ନୂଆ କଥା ନୁହେଁ ବର୍ଷର ବିଭିନ୍ନ ସମୟରେ କରଞ୍ଜିଆ ବନଖଣ୍ଡକୁ ଆସିଥାନ୍ତି ହାତୀ ପଲ। ବର୍ତ୍ତମାନ ଚାଷ ସମୟ ତେଣୁ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ହାତୀ ପଲ ଏବେ କରଞ୍ଜିଆ ବନାଞ୍ଚଳ ବଡ଼ଦେଉଳି ଜଙ୍ଗଲରେ ଅଛନ୍ତି । ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ରହୁଛନ୍ତି। ହାତୀପଲଙ୍କ ଗତି ବିଧି ଉପରେ ରଖିଛି ବନବିଭାଗ।

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସନ୍ଧ୍ୟାରେ ବୈଠକ ବସିବ। ବୈଠକରେ ଅତିରିକ୍ତି ବଜେଟର ଚିଠା ପ୍ରସ୍ତାବକୁ ମିଳିପାରେ ଅନୁମୋଦନ।

୨୦ ହଜାର କୋଟିରୁ ଅଧିକ ଟଙ୍କାର ଅତିରିକ୍ତ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି। ସେହିପରି ବିଭିନ୍ନ ବିଭାଗର ପ୍ରସ୍ତାବରେ ମୋହର ବାଜିପାରେ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, କ୍ରୀଡ଼ା, ସ୍ବାସ୍ଥ୍ୟ, ରାଜସ୍ବ, ପଞ୍ଚାୟତିରାଜ ଓ ପାନୀୟ ଜଳ ଆଦି ବିଭିନ୍ନ ବିଭାଗର ଏକାଧିକ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ।

ପାକିସ୍ତାନକୁ ୨ ୱିକେଟରେ ହରାଇଲା ଶ୍ରୀଲଙ୍କା, ଫାଇନାଲରେ ଭାରତ ସହ ଟକ୍କର

କଲୋମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ଏସିଆ କପ୍‌ର ଫାଇନାଲ୍‌ ଖେଳାଯିବ। ଫାଇନାଲ୍‌ ମ୍ୟାଚ୍‌ ରବିବାର ଅପରାହ୍ନ ୩ଟାରେ କଲୋAsia Cupମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଗତକାଲି ବିଳମ୍ବିତ ରାତିରେ ଶେଷ ହୋଇଥିବା ସୁପର-୪ ମ୍ୟାଚ୍‌ରେ ଶ୍ରୀଲଙ୍କା ୨ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି।

ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୫୨ ରନ୍‌ର ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଶେଷ ବଲ୍‌ରେ ଜିତିଥିଲା। ସେମିଫାଇନାଲ୍ ସଦୃଶ ଏହି ମ୍ୟାଚ୍ ଦୁଇ ଦଳ ପାଇଁ କର ବା ମର ମ୍ୟାଚ ଥିଲା। ବର୍ଷା କିନ୍ତୁ ପ୍ରଥମରୁ ପ୍ରତିବନ୍ଧକ ସାଜିଥିଲା ବର୍ଷା କମିବା ପରେ ମ୍ୟାଚ୍‌କୁ ୪୫ ଓଭର କରାଯାଇଥିଲା। ପାକିସ୍ତାନ ଟସ୍‌ ଜିତି ବ୍ୟାଟିଂ କରିଥିଲା। କିନ୍ତୁ ୨୭.୪ ଓଭରରେ ବ‌ର୍ଷା ପୁଣି ପ୍ରତିବନ୍ଧକ ସାଜିବାରୁ ପରବର୍ତ୍ତୀ ସମୟରେ ଏହାକୁ ୪୨ ଓଭର କରାଯାଇ ପୁନଃ ଆରମ୍ଭ ହୋଇଥିଲା

ଆଜି ସପ୍ତପୁରୀ ଅମାବାସ୍ୟା, ଶ୍ରୀମନ୍ଦିରରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ

ପୁରୀ: ଆଜି ସପ୍ତପୁରୀ ଅମାବାସ୍ୟା। ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଆଜିର ଏହି ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଠାରେ ସପ୍ତପୁରୀ ଭୋଗ ଲାଗି କରାଯିବ। ଅବକାଶ ନୀତି ବଢିବା ପରେ ଠାକୁରଙ୍କୁ ବେଶ କରାଯିବ। ପରେ ଗମ୍ଭିରାରେ ପାଣି ପଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଘରୁ ଆସି ପୂଜାପଣ୍ଡା ସାମନ୍ତଙ୍କ ଦ୍ୱାରା ଷୋଡଶ ଉପଚାରରେ ପୂଜା କରାଯିବ।

ଗତକାଲି ଅଠର ନଳା ନିକଟରେ ଅବସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଚତୁର୍ପାଶ୍ୱ ପରିକ୍ରମା ପରେ ତାଡ ଗୁଡିକୁ ରୋଷ ବେହେରଣରେ ରଖାଯାଇଥିଲା । ଗତକାଲି ସଂଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇଥିଲେ। ବିଶ୍ୱାସ ରହିଛି ଆଜିର ସପ୍ତପୁରୀ ଭୋଗ ନିଜେ ମା ଦକ୍ଷିଣକାଳୀ ପ୍ରସ୍ତୁତ କରିଥାନ୍ତି।

ଏଥିସହ ଆଜି ମଧ୍ୟ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ବିଶେଷ ପୂଜାନୀତି ସହ ସଂଧ୍ୟାଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ସହ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ।