spot_img
Home Blog Page 2792

ଦଶମୀରେ ସିନ୍ଦୂରୁ ଖେଳି ମାଙ୍କୁ ଆରାଧନା

କଟକ: କଟକ ଦୁର୍ଗା ପୂଜାର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି, ବାଙ୍ଗୀୟ ମଣ୍ଡପରେ ସଧବା ମହିଳା ମାନଙ୍କ ଦଶମୀ ସିନ୍ଦୁର ଖେଳ । ସହରର ପୁରାତନ ତଥା ହାତ ଗଣତି ପୂଜା ମଣ୍ଡପରେ କାହିଁ କେଉଁ କାଳରୁ ଦେଖିବାକୁ ମିଳେ ଏହି ଦୁର୍ଲଭ ଦୃଶ୍ୟ । ମଣ୍ଡପ ରୂପକ ବାପ ଘରେ ମା ଦୁର୍ଗାଙ୍କ ପାଞ୍ଚ ଦିନ ରହଣି ପରେ ସଧବା ବେଶରେ ବିଦାୟ ଦିଆଯାଏ । ଏହି ସମୟରେ ନିଜ ଶଙ୍ଖା ସିନ୍ଦୁରର ସୁରକ୍ଷା ଭିକ୍ଷା କରି ସାଧବା ମହିଳା ମାନେ ପରସ୍ପରକୁ ସିନ୍ଦୁର ଲଗାଇ ନାଚିଥାନ୍ତି। ଚଳିତ ବର୍ଷ ମଧ୍ୟ ଏହି ପର୍ବକୁ ବେଶ ଉତ୍ସାହରେ ପାଳିବା ପାଇଁ ଉତ୍କଣ୍ଠା ସହିତ ସମସ୍ତେ ଅପେକ୍ଷା କରିଛନ୍ତି ।

ଭାଇଚାରାର ସହରରେ ମା ଦୁର୍ଗାଙ୍କ ହେବ ବଙ୍ଗୀୟ ରୀତିନୀତୀରେ ପୂଜାର୍ଚ୍ଚନା । ଦଶମୀରେ ସିନ୍ଦୂରୁ ଖେଳି ମାଙ୍କୁ ଭକ୍ତ କରିବେ ଆରାଧନା । ଏନେଇ ବିଭିନ୍ନ ମଣ୍ଡପରେ ଆରମ୍ଭ ହୋଇଯାଇଛି ପୂଜା ପ୍ରସ୍ତୁତି। କଟକ ସହରରେ ଚୈତନ୍ୟ ମହାପ୍ରଭୁଙ୍କ ସହିତ ନଦିଆ ନବ ଦୀପରୁ ଆସିଥିବା ବଙ୍ଗୀୟ ବ୍ରାହ୍ମଣ ମାନେ ମା’ଙ୍କ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ସେବେ ଠାରୁ ସହର ଏକାଧିକ ପୁରାତନ ମଣ୍ଡପରେ ଚାଲିଛି ବଙ୍ଗୀୟ ମାନଙ୍କ ଦ୍ଵାରା ମା’ ଦୁର୍ଗାଙ୍କ ପୂଜା ସାଙ୍ଗକୁ ଦଶମୀରେ ସିନ୍ଦୂର ଖେଳ। ସହରର ସେଲଟର ଛକ ଅଞ୍ଚଳରେ ଥିବା ନେତାଜୀ ନଗରରେ ଆଜକୁ 75 ବର୍ଷରୁ ଅଧିକ ସମୟ ହେବ ପୂଜା ଅନୁଷ୍ଠିତ ହେଉଛି । ଏଠାକାର ବଙ୍ଗୀୟ ସାଧବା ମହିଳା ମାନେ ଦଶମୀରେ ମାଆଙ୍କୁ ସିନ୍ଦୂର  ଲଗାଇ ସ୍ବତନ୍ତ୍ର ପୂଜା କରନ୍ତି । ସାଙ୍ଗ ହୋଇ ପରସ୍ପରକୁ ସିନ୍ଦୂର  ଲଗାଇ ସଦା ସଧବା ରହିବା ପାଇଁ ମାଆଙ୍କ ନିକଟରେ ପାର୍ଥନା କରନ୍ତି ।

କଟକ ସହରର ଅନ୍ୟତମ ପୁରାତନ ମଣ୍ଡପ  କାଜି ବଜ଼ାର ଅଞ୍ଚଳର ଆଦିପୀଠ ଓ ଆଲମଚାନ୍ଦ ବଜ଼ାର ଅଞ୍ଚଳର ଦୁର୍ଗାବାଡ଼ି ପୂଜା ମଣ୍ଡପରେ ମଧ୍ୟ ଦେଖିବାକୁ ମିଳେ ଏହି ଅପୂର୍ବ ଦୃଶ୍ୟ । ଏଠାରେ ଆରମ୍ଭରୁ ବଙ୍ଗୀୟ ପରିବାର ପୂଜାକରି ଆସୁଛନ୍ତି । ବାପ ଘରକୁ ଝିଅକୁ ନିମନ୍ତ୍ରଣ କରିବା ପରି ଏଠାରେ 5ଦିନ ମାଆଙ୍କୁ ମଣ୍ଡପରେ ପୂଜା କରାଯାଏ । ଦଶମୀରେ ମାଆ ମେଲାଣି ନେବା ସମୟ ଆସିଲେ ସଧବା ମାନେ ଏକାଠି ହୋଇ ପାନ ପତ୍ର ସାଙ୍ଗକୁ ନୈବେଦ୍ୟ ଓ ସିନ୍ଦୂର ଲଗାଇ ମାଆଙ୍କୁ ସଜେଇ ଦିୟନ୍ତି। ସେହି ସିନ୍ଦୁର ମୁଣ୍ଡରେ ଲଗାଇ ନାଚନ୍ତି ।

 

କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ,  ଜାଣନ୍ତୁ କେଉଁ ରାଶିକୁ ମିଳିବ ଶୁଭ ଫଳ

ପୁରୀ: ଆଗାମୀ କୁମାର ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ ପଡୁଥିବା ହେତୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ଵତନ୍ତ୍ର ନୀତି । ତେବେ ପରମ୍ପରା ଅନୁସାରେ କୁମାର ପୂର୍ଣ୍ଣିମୀ ଦିନ ଚକ୍ରରାଜ ସୁଦର୍ଶନଙ୍କ ଚାରିଆଶ୍ରମ ବିଜେ ନୀତି ରହିଛି । ଏନେଇ ପରିକ୍ରମା କାର୍ଯ୍ୟ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ  ସମ୍ପନ୍ନ କରାଯିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିବା ବେଳେ ପାଳିଆ ସେବାୟତଙ୍କ ସହଯୋଗ ଲୋଡ଼ାଯାଇଛି । ପ୍ରାୟ ୧ଘଣ୍ଟା ୧୯ ସେକଣ୍ଡ ପର୍ଯ୍ୟନ୍ତ ଚନ୍ଦ୍ର ଗ୍ରହଣ ଦେଖିବାର ସୁଯୋଗ ମିଳୁଥିବା ବେଳେ  ୬ଟି ରାଶି ପାଇଁ ଅଶୁଭ ଓ ଅନ୍ୟ ୬ଟି ରାଶି ପାଇଁ  ଶୁଭଫଳ ରହିଥିବା ଜୌତିର୍ବିଦ ମତ ରଖିଛନ୍ତି।

ଚଳିତ ବର୍ଷ କୁମାରପୂର୍ଣ୍ଣିମାରେ ପଡୁଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ରାତ୍ରି ୧ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଆରମ୍ଭ ହେବ ଗ୍ରହଣର ସ୍ପର୍ଶ ସମୟ। ରାତି ୨ଟା ୨୪ମିନିଟ୍ ୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ । ମୋଟ ଗ୍ରହଣର ଅବଧି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ ରହିବ। ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ। ଏନେଇ ଶ୍ରୀମନ୍ଦିରର ସ୍ଵତନ୍ତ୍ରତାକୁ ଦୃଷ୍ଟିରେ ରଖି ଗ୍ରହଣ ସ୍ପର୍ଶ ହେବା ମାତ୍ରେ ମହାପ୍ରଭୁଙ୍କର ଦେଵନୀତି ଆରମ୍ଭ କରାଯିବ। ଏହି ଦିନ ପରମ୍ପରା ଅନୁସାରେ ଚକ୍ରରାଜ ସୁଦର୍ଶନ ମାର୍କେଣ୍ଡେୟ , ଅଙ୍ଗିରା, ଭୃଗୁ ଓ କଣ୍ଡୁ ଆଦି ଚାରି ଆଶ୍ରମକୁ ବିଜେ କରିଥାନ୍ତି । ଏଣୁ ଏହି ଚାରି ଆଶ୍ରମ ବିଜେ କରି ସିଂହାସନକୁ ପ୍ରତ୍ୟାବର୍ତ୍ତନ ନୀତି କାର୍ଯ୍ୟ ପାକତ୍ୟାଗ ପୂର୍ବରୁ କରିବା ନେଇ ନୀତି ସବ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଷ ପରେ ଶ୍ରୀଜିଉଙ୍କ ମହାସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ପୂର୍ଣ୍ଣମୀ ଦିନ ସୁଦର୍ଶନଙ୍କ ଚାରିଆଶ୍ରମ ବିଜେ ଭଳି ବିଶେଷ ନୀତି ରହିଥିବା ବେଳେ ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳୀଙ୍କ ବ୍ରତ ଶଙ୍କଳ୍ପ ନୀତି ସମ୍ପାଦନ କରାଯିବ । ଏନେଇ ପାଳିଆ ସେବକଙ୍କ ସହଯୋଗ ଲୋଡିଛି ପ୍ରଶାସନ। ଅନ୍ୟପଟେ ଜ୍ୟୋତିର୍ବିଦଙ୍କ ମତ ଅନୁସାରେ ଆଗାମୀ ଗ୍ରହଣ  ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଅଶୁଭ ଥିବା ବେଳେ ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନ ରାଶି ପାଇଁ ଶୁଭ ଫଳଦାୟକ ।

 

ପୂଜାରେ କ୍ରାଇମ୍ ରୋକିବାକୁ ପୋଲିସର ମାଷ୍ଟର ପ୍ଳାନ୍

ଭୁବନେଶ୍ବର: ଆସୁଛି ପୂଜା । ଚଳଚଞ୍ଚଳ ରାଜଧାନୀ । ଏବେଠୁ ରାଜଧାନୀରେ ଡେରା ପକାଇଲେଣି ରାଜ୍ୟ ବାହାର ଛିନତାଇ ଗ୍ୟାଙ୍ଗ । ପୂଜା ପେଣ୍ଡାଲ ନିକଟରେ ଦର୍ଶନ ବାହାନାରେ କରିବେ ହାତ ସଫେଇ । ଗ୍ୟାଙ୍ଗ ମହିଳାଙ୍କୁ ଢାଲ କରି କରିବ ଅପରେସନ। ପୂଜା ପେଣ୍ଡାଲ ଭିତରେ ହେଉକି ବାହାରେ ମୋବାଇଲ, ସୁନା ଚେନ ଓ ଭ୍ୟାନିଟ ଛଡାଇବେ । ପୂର୍ବ ବର୍ଷ ପରି ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ନଜର ରଖିବା ପାଇଁ ଗୁଇନ୍ଦା ନେଟୱର୍କକୁ କଡାକଡି କରିବା ସହିତ ସମସ୍ତ ଥାନାକୁ ଆଲର୍ଟ କରିଛନ୍ତି ଡିସିପି ।

ପୂଜାରେ କ୍ରାଇମ ରୋକିବାକୁ ପୋଲିସର ମାଷ୍ଟର ପ୍ଳାନ । ପାର୍ବାଣ ହେବ କ୍ରାଇମ ଫି । ରାଜଧାନୀରେ ଡେରା ପକାଇଲେଣି ଆନ୍ତଃରାଜ୍ୟ ଗ୍ୟାଙ୍ଗ । ପୂଜାରେ ମଉଜ କରିବେ ସହରିଆ । ଏହି ସମୟରେ ମୌକା ଦେଖି ମାତିବେ ଲୁଟେରା । ଲୁଟେରାଙ୍କୁ କାଉଣ୍ଟର କରିବାକୁ ଡିସିପିଙ୍କ ଷ୍ଟ୍ରାଟେଜି । ସମସ୍ତ ଥାନାକୁ କରାଯାଇଛି ଆଲର୍ଟ । ଗ୍ୟାଙ୍ଗ ସ୍କାନରରେ ଗହଳି ସ୍ଥାନ । ପୂଜା ପେଣ୍ଡାଲରେ ମହିଳାଙ୍କୁ ଝାଲ କରି ଲୁଟିବେ ପୁରଷ । ମୋବାଇଲ, ସୁନା ଚେନ ଝାମ୍ପିବା ସହ ହେବ ପକେଟ ମାର । ଆଉ କେଉଁଠି ବନ୍ଦ ଥିବା ଘରୁ ଲୁଟିବେ ଅଭିଯୁକ୍ତ ।

ଗ୍ୟାଙ୍ଗ ବାବଦରେ ପୋଲିସ ଅବଗତ ଥିବା ବେଳେ ନଜର ରଖିବା ପାଇଁ ପେଣ୍ଡାଲରେ ଅଣ୍ଡର କଭର ଅଫିସର ସାଧା ପୋଷାକରେ ଜଗିବେ । ପୋଲିସର ଆଖି କାନ କୁହାଯାଉଥିବା ସ୍ପେଶାଲ ସ୍କାଡ, ଟିମ-60 ଓ ପିଓପିଡି ଟିମ ଏବେ ଆକ୍ଟିଭ ମୋଡରେ ରହିଛନ୍ତି ।  ଲୋକଙ୍କୁ ଭେଟି ପୋଲିସ ତାର ଉପସ୍ଥିତ ଜାହିର କରୁଛି । ଗତ ବର୍ଷ ବିଭିନ୍ନ ପୂଜା ପେଣ୍ଡାଲରେ ଏମିତି କିଛି ଘଟଣା ଘଟିଥିଲା । ସେହି ଗ୍ୟାଙ୍ଗ ମାନଙ୍କୁ କମିଟି ସହାୟତାରେ ପୋଲିସ ଧରିଥିଲା । ସେହି ଫଣ୍ଡାକୁ ନେଇ ପୋଲିସ ରଣନିତୀ କରିଛି ବୋଲି ଡିସିପି କହିଛନ୍ତି ।

ସେପଟେ ଜେଲ ପରେଡକୁ ଜୋରଦାର କରାଯାଉଛି । କେଉଁ ସବୁ ଅପରାଧୀ ଜେଲରେ ଅଛନ୍ତି, କିଏ ଜାମିନରେ ଯାଇଛି । ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଛି ପୋଲିସ । ଷ୍ଟ୍ରିଟ କ୍ରାଇମକୁ ନେଇ ହେଲ୍ପ ଲାଇନ ନମ୍ବର 7077798111ଜାରି ହୋଇଛି । ସଂପୃକ୍ତ ନମ୍ବରରେ ଅପରାଧିକ କାର୍ଯ୍ୟକଳାପ ନେଇ ପୋଲିସ ପାଖକୁ ଖବର ଆସୁଛି ।

ଯାହାକୁ ନେଇ ପୋଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେଉଛି । ଚଳିତ ବର୍ଷ ୯ ମାସରେ ଅପରଧିକ ମାମଲାରେ ୧୪୨୦ ଜଣଙ୍କୁ ଗିରଫ କରାଯାଇଛି । ୧୫୯ ଜଣଙ୍କୁ ୧୧୦ରେ ବୁକ କରାଯାଇଥିବା ବେଳେ ୬୦୩ ଜଣଙ୍କୁ ଦେଲ ରିମାଣ୍ଡରେ ଆଣାଯାଇଛି । ଛିନତାଇ ଓ ଲୁଟ ମାମଲାରେ ୧ କେଜି ୬୦୭ ଗ୍ରାମ ସୁନା, ୯୫୭ ଗ୍ରାମ ରୁପା ଓ ନଗଦ ୭୬ ଲକ୍ଷ ୬୧ ହଜାର ଟଙ୍କା ଜବତ ହୋଇଛି ।

 

କଥା ଦେଇ କଥା ରଖିଲେ 5T ସଚିବ

ଭୁବନେଶ୍ବର: କଥା ଦେଇ କଥା ରଖିଲେ 5T ସଚିବ। ବେଗୁନିଆରେ ନିର୍ମାଣ ହେବ ୧୦୦ଶାର୍ଯ୍ୟା ବିଶିଷ୍ଟ ଉପଖଣ୍ଡ ସ୍ତରୀୟ ମେଡିକାଲ୍। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବେଗୁନିଆରେ ଖୁସିର ଲହରୀ ଖେଳିଯାଇଛି  ।  ବିଧାୟକ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ବୋଲଗଡ ବାସିନ୍ଦା  ।

ଧନ୍ୟବାଦ ଚାରି କୋଟି ଜନ ମାନସର ନେତା । ବେଗୁନିଆରେ ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ ଉପ ଜିଲ୍ଲାସ୍ତରୀୟ ଡାକ୍ତରଖାନା । ଦାବି ଉପସ୍ଥାପନର ମାତ୍ର ଦୁଇ ମାସ ମଧ୍ୟରେ ସମାଧାନ । ବୋଲଗଡ-ବେଦୁନିଆ ବାସିନ୍ଦାଙ୍କୁ ମୁଖ୍ଯମନ୍ତ୍ରୀଙ୍କ ଦେଇଛନ୍ତି ଦଶହରା ଭେଟି । କଥା ଦେଇ କଥା ରଖିଛନ୍ତି 5T ସଚିବ ଭି କେ ପାଣ୍ଡିଆନ୍ । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବେଗୁନିଆରେ ୧୦୦ଶର୍ଯ୍ୟା ବିଶିଷ୍ଟ ଉପଖଣ୍ଡ ସ୍ତରୀୟ ମେଡିକାଲ୍ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଖୁସିରେ ବିଭୋର ବୋଲଗଡ-ବେଗୁନିଆ ବାସିନ୍ଦା ।  ବୁଧବାର ବିଧାୟକ ରାଜେନ୍ଦ୍ର ସାହୁଙ୍କ ନେତୃତ୍ବରେ ମହିଳା, ଯୁବ, ଛାତ୍ର, ମିଶନ ଶକ୍ତି, ବରିଷ୍ଠ ନାଗରିକଙ୍କ ସମେତ ବୋଲଗଡ ବାସିନ୍ଦା ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି ।

ବେଗୁନିଆରେ ଉପଖଣ୍ଡ ସ୍ତରୀୟ ମେଡିକାଲ୍ ପାଇଁ କିଛି ମାସ ହେବ ଦାବି ହୋଇ ଆସୁଥିଲା । ଏପିରକି ମୁଖ୍ୟମନ୍ତ୍ରୀଙ୍କ ପାଖକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଦାବି ଜଣାଇଥିଲେ। ଉପଖଣ୍ଡ ସ୍ତରୀୟ ମେଡିକାଲ୍ ନିର୍ମାଣ ଲାଗି ଖୁସି ଖବର ପାଇବା ପରେ କ୍ରିୟାନୁଷ୍ଠାନ କମିଟି  5t ସଚିବ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଅଗଷ୍ଟ ୨୨ ତାରିଖରେ ବେଗୁନିଆଗସ୍ତରେ ଜନ ଶୁଣାଣି ସମୟରେ 5t ସଚିବ ଭି କେ ପାଣ୍ଡିଆନ ଗସ୍ତ କରିଥିଲେ । ବେଗୁନିଆରେ ସିଏଚସି ପାଇଁ ଅନୁରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ଉପସ୍ଥାପନ କରି ଖୁସି ଖବର ପାଇବେ ବୋଲି 5t ସଚିବ ପ୍ରତିଶ୍ରୁତି ଦେଇଥିଲେ । ଶେଷରେ କଥା ଦେଇ କଥା ରଖିଛନ୍ତି 5t ସଚିବ ।

କ୍ରିକେଟ୍ ବିଶ୍ୱକପରେ ହମାସ ସମର୍ଥନରେ ବାହାରିଲେ ଏହି ପାକିସ୍ତାନ ଖେଳାଳି

ହାଇଦ୍ରାବାଦ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଯୁଦ୍ଧରେ ଯାଇଛି ଅନେକଙ୍କ ଜୀବନ । ଯାହାକି ଏବେ ବିଶ୍ବରେ ଏକ ପ୍ରକାର ହାହାକାର ଖବର ପାଲଟିଛି । ଏହାରି ଭିତରେ ପାକିସ୍ତାନୀ କ୍ରିକେଟର ହମାସ ସମର୍ଥନରେ ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ବିଶ୍ବକପରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପାକିସ୍ତାନର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ଏକ ଶତକୀୟ ପାଳି ଖେଳିଥିଲେ । ତେବେ ଏହି ଶତକ ସହ ପାକିସ୍ତାନ ବଡ଼ ସ୍କୋରକୁ ପିଛା କରି ବିଜୟୀ ହୋଇଥିଲା । ତେବେ ରିଜଓ୍ବାନ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ସେ ଏହି ପୋଷ୍ଟରେ ଗାଜାକୁ ନେଇ ଲେଖିଛନ୍ତି । ସେ କହିଛନ୍ତି କି, ମୋର ଏହି ଶତକ ଗାଜାରେ ଥିବା ମୋର ଶହ ଶହ ଭାଇ ଓ ଭଉଣୀଙ୍କ ପାଇଁ । ଏହି ବିଜୟରେ ଯୋଗ ଦେଇ ମୁଁ ବହୁତ ଖୁସି । ଏହି ବିଜୟର ସମସ୍ତ ଶ୍ରେୟ ପୁରା ଟିମ ସହ ଅବଦୁଲ୍ଲା ଏବଂ ହାସନ ଅଲ୍ଲିଙ୍କ ମଧ୍ୟ ଯାଉଛି ।

ଇସ୍ରାଏଲ ଏବଂ ପାଲେଣ୍ଟାଇନ ଯୁଦ୍ଧ ଘମାଘୋଟ ହୋଇଛି । ଗତ ସପ୍ତାହରେ ହମାସ ଉପରେ ଆକ୍ରମଣ କରିଥିବା ବେଳେ ଇସ୍ରାଏଲର ୯ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏହାର ଜବାବ ଦେଇଛି ଇସ୍ରାଏଲ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଆଇସିସିର ଇଭେଣ୍ଟ ମଧ୍ୟରେ କୌଣସି ରାଜନୈତିକ ବୟାନ ଦେଇ ହେବ ନାହିଁ । ଆଇସିସି ପକ୍ଷରୁ ଏଭଳି ନିୟମ ରହିଥିବାବେଳେ ଗାଜା ସମ୍ପର୍କରେ ରିଜଓ୍ବାନ କିଭଳି ପୋଷ୍ଟ କଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଉଛି । କ୍ରିକେଟ ପ୍ରେମୀମାନେ ତାଙ୍କ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରାଯାଇଛି । ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ମୋଇନ ଅଲ୍ଲିଙ୍କ ବିରୋଧରେ ଆଇସିସି ଆକ୍ସନ ନେଇଥିଲା ।

୨୦୧୯ ବିଶ୍ବକପ ସମୟରେ ଧୋନୀ ଭାରତୀୟ ସେନାଙ୍କୁ ସପୋର୍ଟ କରି ଏକ ସ୍ପେଶାଲ ଲୋଗୋଥିବା ଗ୍ଲୋବ୍ସ ପିନ୍ଧି ମଇଦାନକୁ ଓହ୍ଲାଇଥିଲେ । ଏହି ଗ୍ଲୋବ୍ସରେ ଭାରତୀୟ ସେନାର ବଳିଦାନ ଛବି ରହିଥିଲା । ଯାହାକୁ ନେଇ ଆଇସିସି ଆକ୍ସନ ନେଇଥିଲା । ଏହି ବ୍ୟାଚକୁ ଓହ୍ଲାଇବା ପାଇଁ ଆଇସିସି ନିର୍ଦ୍ଦେଶ ଦେଇଥିଲା । ଯାହାକୁ ନେଇ ଏବେ ମନେ ପକାଇ ଦେଇଛନ୍ତି ଫ୍ୟାନ୍ସ । କୌଣସି ରାଜନୈତିକ ବୟାନ କିମ୍ବା ସପୋର୍ଟ କଲା ଭଳି ପୋଷ୍ଟ କରିବା ଉପରେ କଟକଣା ରହିଥିବାବେଳେ କିଭଳି ସେ ଏହି ପୋଷ୍ଟ କଲେ ତାକୁ ନେଇ ଫ୍ୟାନ୍ସମାନେ ପ୍ରଶ୍ନ ଉଠାଇଛନ୍ତି ।

ସେପଟେ ୨୦୧୪ ମସିହାରେ ସାଉଥ ଆଫ୍ରିକାର ଅଲଣାଉଣ୍ଡ ମୋଇନ ଅଲ୍ଲି ଭାରତ ବିପକ୍ଷ ମ୍ୟାଚରେ ଏକ ସେଭ୍ ଗାଜା ଏବଂ ଫ୍ରି ଫିଲିଷ୍ଟିନ ଲେଖାଥିବା ଏକ ରିଷ୍ଟ ବ୍ୟାଣ୍ଡ ପିନ୍ଧିଥିଲେ । ତେବେ ଆଇସିସି ତାଙ୍କୁ ତାଗିଦ କରିଥିଲା । ଏଭଳି ଆଗକୁ ପିନ୍ଧିଲେ ମ୍ୟାଚରୁ ବ୍ୟାନ କରିବା ଭଳି ଚେତାବନି ଦେବା ପରେ ସେ ରିଷ୍ଟ ବ୍ୟାଣ୍ଡ କାଢ଼ିବା ପାଇଁ ବାଧ୍ୟ ହୋଇଥିଲେ । ଅନ୍ୟପଟେ ରିଜଓ୍ବାନ ଆଉ ଏକ ପୋଷ୍ଟରେ ହାଇଦ୍ରାବାଦବାସୀଙ୍କ ଆତିଥ୍ୟକୁ ପ୍ରଂଶସା କରିଥିବା ଦେଖିବାକୁ ମିଳିଛି ।

ମନମୋହୁଛି ସାମ୍ବାଦିକାଙ୍କ ଚିତ୍ର

ପଟ୍ଟାମୁଣ୍ଡାଇ: ସାମ୍ବାଦିକାଙ୍କ ଚିତ୍ର ଆଙ୍କିବା ନିଶା । ଦୈନନ୍ଦିନ ଜୀବନରୁ ସମୟ କାଢି ସେ ଆଙ୍କୁଛନ୍ତି ରଙ୍ଗିନ ଚିତ୍ର। ପଟ୍ଟାମୁଣ୍ଡାଇର ସ୍ନିଗ୍ଧା ତ୍ରିପାଠୀ ଚିତ୍ର ଆଙ୍କି ବିଭିନ୍ନ ସ୍ଥାନରୁ ପୁରସ୍କୃତ ହେଉଛନ୍ତି । ପାର୍ବଣ ଋତୁର ଆଗମନରେ ସେ ଶାଢୀର ଆଙ୍କୁଛନ୍ତି ଭଳିକି ଭଳି ଚିତ୍ର ।

ପେଶାରେ ସାମ୍ବାଦିକ ହେଲେ ନିଶା ଚିତ୍ର ଆଙ୍କିବା। ବିନା ପ୍ରଶିକ୍ଷଣରେ ଲିପନ ଆର୍ଟ, ମିରର ଆର୍ଟ, ମୋଜାକ ଆର୍ଟ, ଷ୍ଟିପ୍ ଆର୍ଟ କରିପାରୁଛନ୍ତି କେନ୍ଦାପଡା ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବାଲିପଡ଼ାର ସ୍ନିଗ୍ଧା ତ୍ରିପାଠୀ। ଚଳିତବର୍ଷ ପାର୍ବଣରେ କିଛି ନିଆରା ଢଙ୍ଗରେ ପେଟିଂ କରି ଏବେ ପ୍ରଶଂସା ସାଉଁଟୁଛନ୍ତି ସ୍ନିଗ୍ଧା। ପିଲାଦିନରୁ ଚିତ୍ର ଆଙ୍କିବା ପ୍ରତି ତାଙ୍କର ଆଗ୍ରହ ଥିଲା । ଲୁଗା ଓ ଡ୍ରେସ ଉପରେ ପାର୍ବଣର ରଙ୍ଗ ଭରିବା ସହିତ ବିଭିନ୍ନ ଦେବାଦେବୀ ପେଟିଂ କରି ନିଆରା ଲୁକ୍ ଦେଉଛନ୍ତି ସ୍ନିଗ୍ଧା।

ସ୍ନିଗ୍ଧା ତାଙ୍କର ଏହି କଳାକୁ ପ୍ରଦର୍ଶିତ କରି ପୁରସ୍କୃତ ହୋଇଛନ୍ତି । ସାମ୍ବଦିକତାରୁ ଆଇନଜୀବୀ ପରେ ଜଣେ ଲେଖିକା ଭାବେ ସ୍ନିଗ୍ଧା କିଛି ବହି ମଧ୍ୟ ଲେଖିଛନ୍ତି। ଅନ୍ୟପଟେ ସ୍ନିଗ୍ଧାଙ୍କ କଳାକୁ ନେଇ ବେଶ ଖୁସି ପରିବାର। ଆଗକୁ ରାଜ୍ୟ ବାହାରେ ତାଙ୍କର ଚିତ୍ରକଳା ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଛନ୍ତି ସ୍ନିଗ୍ଧା।

 

ବଣ୍ଡାଘାଟିରୁ ’ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ସହର ଭଳି ଗାଁରେ ଗଡ଼ିବ ବସ୍ । ଲକ୍ଷ୍ମୀ ଯୋଜନା ମାଧ୍ୟମରେ ଗ୍ରାମାଂଚଳରେ ପରିବହନ ସେବାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଗୁରୁବାର ମାଲକାନାଗିରିର ବଣ୍ଡାଘାଟିରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ମାଲକାନାଗିରି, କୋରାପୁଟ, ରାୟଗଡ଼ା,ନବରଙ୍ଗପୁର, କଳାହାଣ୍ଡି, ଗଜପତି ପରି ୬ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ ସେବା ସାମିଲ ହେବ।

ସେବା, ସୁରକ୍ଷା ଓ ସମ୍ମାନ ଏହି ତିନି ଏସ୍ କୁ ଗୁରୁତ୍ବ ଦେଇ ଆସନ୍ତାକାଲିଠୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ଯୋଜନା । ରାଜ୍ୟ ରୁପାନ୍ତିକରଣରେ ଏହି ବସ ସେବା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସହର ଭଳି ଏଣିକି ଗାଁରେ ଗଡ଼ିବ ବସ୍। ଆରାମରେ ଯାତାୟତ କରିବେ ଲୋକେ। ଲକ୍ଷ୍ମୀ ଯୋଜନା ମାଧ୍ୟମରେ ଗ୍ରାମାଂଚଳରେ ପରିବହନ ସେବାକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର।

ଆସନ୍ତାକାଲି ମାଲକାନାଗିରିର ବଣ୍ଡାଘାଟିରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ମାଲକାନାଗିରି, କୋରାପୁଟ, ରାୟଗଡ଼ା,ନବରଙ୍ଗପୁର, କଳାହାଣ୍ଡି, ଗଜପତି ପରି ୬ଟି ଜିଲ୍ଲା ଲକ୍ଷ୍ମୀ ବସ୍ ଯୋଜନାରେ ସାମିଲ ହେବ। ଏଥିପାଇଁ ବେଶ୍ ଉତ୍ସାହିତ ନବରଙ୍ଗପୁର ଅଞ୍ଚଳବାସୀ। ସେହିପରି ରାୟଗଡା ଜିଲ୍ଲାର ଅନେକ ଅଞ୍ଚଳରେ ଗମନାଗମନର ରେ ମଧ୍ୟ ସ୍ଥିତିରେ ସୁଧାର ଆସିବ। ବିଶେଷ କରି ଛାତ୍ର ଛାତ୍ରୀ, ଭିନ୍ନକ୍ଷମ, ବରିଷ୍ଠ ନାଗରିକ ଲକ୍ଷ୍ମୀ ଯୋଜନାରେ ଉପକୃତ ହେବେ ବୋଲି ଆଶା ରଖାଯାଇଛି।

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାରେ ସାମିଲ ହୋଇଛି ମାଲକାନଗିରି। ଏନେଇ ଜିଲ୍ଲାବାସୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମକୁ ସଫଳ କରିବା ପ୍ରସ୍ତୁତ ପ୍ରଶାସନ। ସ୍ଥାନୀୟ ଲକ୍ଷ୍ମଣ ନାୟକ ଷ୍ଟାଡିୟମରେ ଏହି ଯୋଜନାକୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ସେପଟେ ଗଜପତିରେ ଲକ୍ଷ୍ମୀ ଯୋଜନା ସାମିଲ୍ ହୋଇଥିବାରୁ ଖୁସି ଲୋକେ। ପରିବହନ ଦିଗରେ ରାଜ୍ୟସରକାରଙ୍କ ଏଭଳି ପ୍ରୟାସକୁ ସ୍ବାଗତ କରିଛନ୍ତି ଜିଲ୍ଲାବାସୀ। ଏହି ବସ୍ ସେବା ଦ୍ବାରା ଗମନାଗମନ ସହ ଆର୍ଥିକ ଭିତ୍ତିଭୂମିର ମଧ୍ୟ ବିକାଶ ହେବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଗାଁ ଲୋକଙ୍କ ଦୈନିକ ଗମନାଗମନ ପାଇଁ ଲକ୍ଷ୍ମୀ ଯୋଜନା ବେଶ ସହାୟକ ହେବ। ପଂଚାୟତର ଶେଷ ମାଇଲରୁ ରାଜଧାନୀକୁ ବସ ସେବା ଚଳାଚଳ କରିବ।

 

ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡିର ଉନ୍ନୟନ କାର୍ଯ୍ୟର ସମୀକ୍ଷା ଏବଂ ବନ୍ଧୁମିଳନ

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନମଣ୍ଡଳୀରେ ବିଜେଡିର ଉନ୍ନୟନ କାର୍ଯ୍ୟ ସମୀକ୍ଷା ଏବଂ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଆମ୍ବପୁଆରେ ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତାଦଳର ସମସ୍ତ କର୍ମୀ ଓ ନେତା କିଭଳି ଏକତ୍ରିତ ହୋଇ କାର୍ଯ୍ୟକରିବେ ସେନେଇ  ଆଲୋଚନା କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନରେ ଯେପରି ବିଜେଡି ପ୍ରାର୍ଥୀ ଏକପାଖିଆ ଭାବେ ବିଜୟ ଲାଭ କରିବେ ସେନେଇ ରଣନୀତି ହୋଇଛି। ମାନସ କହିଛନ୍ତି, ଗୋପାଳପୁର ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଦୃଷ୍ଟି ରହିଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିକାଶ ପଥେ ଆଗେଇ ଚାଲିଛି । ଆଗକୁ କିପରି ଆହୁରି ବିକାଶ ହୋଇପାରିବ ସେନେଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ମାନସ । ମୁଖ୍ୟମନ୍ତ୍ରୀ ଯେତେବେଳେ ଯାହାକୁ ଦାୟିତ୍ବ ଦେଇଛନ୍ତି ସେ ବ୍ୟକ୍ତିଙ୍କୁ ଗୋପାଳପୁର ନିର୍ବାଚନମଣ୍ଡଳୀବାସୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଆଗକୁ ମଧ୍ୟ ଲୋକମାନେ ବିଜେଡି ପ୍ରତି ଆଶୀର୍ବାଦ ରଖିବେ ବୋଲି ମାନସ କହିଛନ୍ତି ।

କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଙ୍ଘମିତ୍ରା ଦଳାଇ, ପୂର୍ବତନ ବିଧାୟକ ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଉଷା ରାଣୀ, ଉପାଧ୍ୟକ୍ଷା ଅନୀତା ମହାଙ୍କୁଡ,  ରାଜେଶ୍ବରୀ ଦୋରା, ଜିଲ୍ଲାପରିଷଦ ସଦସ୍ୟ ଦୀପକ କୁମାର ସାମନ୍ତ, ଭାରତୀ ନାୟକ, ତଅପୋଇ ଦାସ, ବିଜେଡି ନେତା ବିନୋଦ କୁମାର ମହାଙ୍କୁଡ, ଅମିତ ମଲ୍ଲିକ, ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ. ଜାନକୀ ରାମ, ଗଜପତି ଜିଲ୍ଲାର ପର୍ଯ୍ୟବେକ୍ଷକ ଶଶିଭୂଷଣ ମହାନ୍ତି, କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ରାଜ୍ଯ କାଜୁ ନିଗମର ଅଧ୍ୟକ୍ଷ ସୁବାସ ମହାରଣାଙ୍କ ସମେତ ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ସରପଞ୍ଚ, ସମିତି ସଭ୍ଯ ଯୋଗଦେଇଥିଲେ ।

ବଦଳିଲା ରାଜସ୍ଥାନ ବିଧାନସଭା ନିିର୍ବାଚନ ତାରିଖ, ୨୩ ନୁହେଁ ୨୫ରେ ମତଦାନ

ଜୟପୁର: ଆସନ୍ତା ନଭେମ୍ବର ୨୩ ନୁହେଁ ୨୫ରେ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ  । ନଭେମ୍ବର ୨୫ରେ ମତ ସାବ୍ୟସ୍ତ କରିବେ ଭୋଟର  । ପୂର୍ବରୁ ନଭେମ୍ବର ୨୩ରେ ନିର୍ବାଚନ ନେଇ ଘୋଷଣା କରିଥିଲେ ନିର୍ବାଚନ କମିଶନ  । ଗୋଟିଏ ପର୍ଯ୍ୟାୟରେ ରାଜସ୍ଥାନରେ ମତଦାନ ଗ୍ରହଣ କରାଯିବ  ।

ଆସନ୍ତା ଡିସେମ୍ବର ୩ରେ ଅନ୍ୟ ୪ ରାଜ୍ୟ ସହ ରାଜସ୍ଥାନ ନିର୍ବାଚନ ଫଳାଫଳ ବାହାରିବ  ।

ବିଲେଇକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ

ଭୁବନେଶ୍ବର: ବିଲେଇକୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ଯୁବକଙ୍କ ଜୀବନ। ଭୁବନେଶ୍ବର ପଟିଆ ରେଳ ଷ୍ଟେସନ ନିକଟରେ ଘଟିଛି ଅଘଟଣ । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ଶିବରାମ ସାହୁ । ସୂଚନା ଅନୁସାରେ ପ୍ରାୟ ୬୦ ଗଭୀର ଏକ ପରିତ୍ୟକ୍ତ କୂଅରେ ବିଲେଇଟିଏ ପଡ଼ିଯାଇଥିଲା । ବିଲେଇଟିକୁ ମାଲିକ ଏକ ବାଲଟି ସହାୟତାରେ ବାହାର କରୁଥିଲେ। ଏହି ସମୟରେ ସ୍ଥାନୀୟ ଆଇସକ୍ରିମ ବ୍ଯବସାୟୀ ଶିବରାମ ସାହୁ ବିଲେଇକୁ ଉଦ୍ଧାର କରିବାକୁ କୂଅରେ ପଶିଥିଲେ ।

ପରେ କୂଅ ଭିତରେ ଅଣନିଶ୍ବାସୀ ହୋଇପଡ଼ିଥିଲେ ଶିବରାମ । ଶିବରାମଙ୍କୁ ଉଦ୍ଧାର କରିବାକୁ ଶଙ୍କର ଦାସ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି କୂଅକୁ ଯାଇଥିଲେ । ସେ ମଧ୍ୟ ସେଠାରେ ଅଣନିଶ୍ବାସୀ ହୋଇଯାଇଥିଲେ । ଶେଷରେ ଶିବରାମଙ୍କ ବଡ଼ଭାଇ ଭଜମନ ସାହୁ କୂଅକୁ ଯାଇଥିଲେ ମଧ୍ୟ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତିନି ଜଣଙ୍କୁ କୂଅ ମଧ୍ୟରୁ ଉଦ୍ଧାର କରିଥଇଲେ। ଶିବରାମଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।