କଲମ୍ବୋ: ଶ୍ରୀଲଙ୍କା ବିପକ୍ଷରେ ଏସିଆ କପର ସୁପର-୪ ପର୍ଯ୍ୟାୟର ଅନ୍ତିମ ମ୍ୟାଚରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ । ଗୁରୁବାର ଏହି ମ୍ୟାଚ ଖେଳାଯିବାକୁ ଥିବାବେଳେ କର ବା ମର ସ୍ଥିତି ରହିଛି । ଯଦି ପାକିସ୍ତାନ ଏହି ମ୍ୟାଚରେ ପରାଜୟ ହୁଏ ତାହେଲେ ଫାଇନାଲରେ ସ୍ଥାନ ପକ୍କା କରିପାରିବ ନାହିଁ । ଅନ୍ୟପଟେ ଯଦି ବର୍ଷା ହୁଏ ତାହେଲେ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିବ । ଏଣୁ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଟିମ ପ୍ରସ୍ତୁତ ରହିଥିବାବେଳେ ଦଳକୁ ଲାଗିଛି ବଡ଼ ଝଟକା । ଆହତ କାରଣରୁ ପାକିସ୍ତାନର ଦ୍ରୃତ ବୋଲର ନସିମ ଶାହା ଏସିଆ କପରୁ ବାଦ ପଡ଼ିଛନ୍ତି । ଭାରତ ବିପକ୍ଷ ମ୍ୟାଚ ସମୟରେ ସେ ଆହତ ହୋଇଥିଲେ । ନସିମଙ୍କ ସ୍ଥାନରେ ଯୁବ ବୋଲର ଜମାନ ଖାନଙ୍କୁ ଦଳରେ ସ୍ଥାନ ମିଳିଛି ।
ପତ୍ନୀ ସହ ମିଶି ପ୍ରେମିକାକୁ ପାଣିରେ ବୁଡାଇ ମାରିଦେଲା ଗ୍ରାଫିକ୍ସ ଡିଜାଇନର
ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଏକ ବୀଭତ୍ସ ହତ୍ୟା । ନିଜର ଗର୍ଲପ୍ରେଣ୍ଡଙ୍କୁ ପାଣିରେ ବୁଡାଇ ହତ୍ୟା କରିଛି ଜଣେ ଗ୍ରାଫିକ୍ସ ଡିଜାଇନର । ମହାରାଷ୍ଟ୍ରର ନାଇଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ହତ୍ୟାରେ ସହଯୋଗ କରିଥିଲେ ହତ୍ୟାକାରୀଙ୍କ ପତ୍ନୀ । ବଡ଼କଥା ହେଉଛି ହତ୍ୟାକାଣ୍ଡ ପରେ ଶବକୁ ଏକ ସ୍କୁଟରରେ ସୁଟକେଶରେ ନେଇ ସେମାନେ ୧୫୦ କିଲୋମିଟର ଦୂର ଗୁଜରାଟ ଭାଲସାଦରେ ଫୋପାଡିଥିବା ସୂଚନା ମିଳିଛି ।
ତେବେ ଏହି ଲୋମହର୍ଷକ କାଣ୍ଡକୁ ସର୍ବସାଧାରଣରୁ ଦୂରେଇ ରଖିବା ଲାଗି ସେମାନେ ସ୍କୁଟରରେ ୨ ବର୍ଷର ସନ୍ତାନକୁ ନେଇଥିଲେ । ଅଭିଯୁକ୍ତ ମନୋହର ଶୁକ୍ଲାକୁ ଭାସାଇରୁ ଗିରଫ କରାଯାଇଛି । ତା ସହ ବି ଗିରଫ ହୋଇଛି ପତ୍ନୀ ପୂର୍ଣ୍ଣିମା । ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କ୍ରମେ ତଦନ୍ତ ହେବା ପରେ ସତ ସାମନାକୁ ଆସିଛି । ଏହି ହତ୍ୟାକାଣ୍ଡ ଘଟିଥିଲା ଗତ ଅଗଷ୍ଟ ୯ରେ । ମୃତକ ନୈନା ମହାତ ଜଣେ ହେୟାର ଷ୍ଟାଇଲିଷ୍ଟ । ଅଭିଯୁକ୍ତ ମନୋହର ଓ ନୈନା ବିଭିନ୍ନ କ୍ଷେତ୍ରରେ ଏକତ୍ର କାର୍ଯ୍ୟ କରୁଥିଲେ । ତେବେ ଗତ ୨୦୧୯ରେ ମନୋହର ବିରୋଧରେ ନୈନା ଗୋଟିଏ ବଳାତ୍କାର ଓ ଆକ୍ରମଣ ମାମଲା ଦାୟର କରିଥିଲେ ।
ଭାସାଇରେ ୨୦୧୩ରେ ଦୁହେଁ ପଡୋଶୀ ଭାବେ ବାସ କରୁଥିବାବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା । ୨୦୧୮ରେ ମନୋହର ପୂର୍ଣ୍ଣିମାକୁ ବିବାହ କରିଥିଲେ ବି ନୈନା ସହ ସମ୍ପର୍କ ରଖୁଥିଲା । ବିବାହ ବିଷୟ ଜାଣିବା ପରେ ମନୋହର ବିରୋଧରେ ନୈନା ଏଫଆଇଆର ଦାୟର କରିଥିଲେ । ଗତ ଅଗଷ୍ଟ ୯ ତାରିଖରେ ମନୋହର ଘରକୁ ନୈନା ଆସିବା ପରେ କଳହ ଉପୁଜିଥିଲା । ଏପରିକି କୀଟନାଶକ ଖାଇ ଆତ୍ମହତ୍ୟା କରିବେ ବୋଲି ନୈନା ଧମକ ଦେଇଥିଲେ ।
ଏହାକୁ ନେଇ ଏକ ପାଣି ଭର୍ତ୍ତି ପାତ୍ରରେ ନୈନାର ମୁଣ୍ଡକୁ ବୁଡାଇ ମନୋହର ତାଙ୍କୁ ହତ୍ୟା କରିଥିଲା । ସେହିଦିନ ରାତିରେ ଏକ ଟ୍ରଲି ବ୍ୟାଗରେ ନୈନାର ଶବକୁ ଏକ ସ୍କୁଟରରେ ନେଇ ଫୋପାଡି ଦେଇଥିଲେ । ଲୋକଙ୍କୁ ଭୁଆଁ ବୁଲାଇବା ଲାଗି ପୂର୍ଣ୍ଣିମା ନିଜ ଛୁଆକୁ କୋଳରେ ରଖି ବସିଥିବାର ସିସିଟିଭିର ଭିଜୁଆଲ କଏଦ ହୋଇଥିଲା ।
ଗଞ୍ଜାମରେ ପୁଣି ଥରେ ମନମୋହନ ସାମଲଙ୍କୁ ବିରୋଧ, ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ
ବ୍ରହ୍ମପୁର: ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିବା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପୁଣି ଥରେ ବିରୋଧ। ବିଜେପିର ଦୁଇ ଗୋଷ୍ଠୀ ପୁଣି ମୁହାଁମୁହିଁ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର କାରଗିଲ ସହିଦ ଶ୍ରୀନିବାସଙ୍କ ଗ୍ରାମ ଜଗଦଳପୁର ଗ୍ରାମରେ।
ଗଞ୍ଜାମ ଜିଲ୍ଲା ସଭାପତିଙ୍କ ସମେତ ବହୁ ନେତା ବିଜେପିର ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ପଦଯାତ୍ରା ଆରମ୍ଭ କରୁଥିବା ସମୟରେ ବିଜେପିର ଆଉ ଏକ ଗୋଷ୍ଠୀ ବରିଷ୍ଠ ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ବ ଆସି ବିରୋଧ କରିବା ସହ ଧସ୍ତା ଧସ୍ତି ହୋଇଥିଲେ। ଯାହାକି ବିଜେପିର ଏଭଳି ଘରୋଇ କଳି ଦାଣ୍ଡରେ ପଡି ହାଟରେ ଗଡୁଛି। କିଛି ସମୟ ଧରି ଏଭଳି ଖଣ୍ଡ ଯୁଦ୍ଧ ଚାଲିଥିଲା।
ଶଙ୍ଖ ଭବନରେ କାମ୍ପୋ ସମ୍ପ୍ରଦାୟ, ମୁଖ୍ୟମନ୍ତ୍ରୀ 5T ସଚିବଙ୍କୁ ଦେଲେ ଧନ୍ୟବାଦ
ଭୁବନେଶ୍ବର: ଶଙ୍ଖ ଭବନରେ ଗଜପତି ଜିଲ୍ଲା କାମ୍ପୋ ସମ୍ପ୍ରଦାୟ ଅଧିବାସୀ । ସମସ୍ତଙ୍କୁ ଶଙ୍ଖ ଭବନକୁ ଆଣିଛନ୍ତି ତିରୁପତି ପାଣିଗ୍ରାହୀ । କିଛି ଦିନ ତଳେ 5T ସଚିବ ଭି କେ ପାଣ୍ଡିଆନ ଗଜପତି ଯାଇ କୃଷ୍ଣ ସାଗର, ରାମ ସାଗର ସମେତ ଛେଳିଗଡ଼ ପରି ଅନେକ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହି ସବୁ ପ୍ରକଳ୍ପର ଉନ୍ନତି ପାଇଁ ଫାଇଭ-ଟି ସଚିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବା ପରେ ଅନୁଦାନ ମଧ୍ୟ ଦିଆଯାଇଛି ।
ଜଳସେଚନ ପାଇଁ ମିଳିଥିବା ଅନୁଦାନ ଦ୍ବାରା ଚାଷ ଉପରେ ନିର୍ଭର କରୁଥିବା କାମ୍ପୋ ସମ୍ପ୍ରଦାୟ ଲାଭବାନ ହେବେ। ଏଥି ସହ କାମ୍ପୋକୁ OBC ତାଲିକାରେ ସାମିଲ ପାଇଁ ବି ସୁପାରିସ ହୋଇଛି । ଏସବୁ ଯୋଜନା ଓ ଉଦ୍ୟମ ପାଇଁ କାମ୍ପୋ ସଂପ୍ରଦାୟ ଲୋକ ଶଙ୍ଖ ଭବନକୁ ଧନ୍ୟବାଦ ଜଣାଇବାକୁ ଆସିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ, 5T ସଚିବ, ସାଂସଦ ମାନସ ମଙ୍ଗରାଜ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରଣବ ପ୍ରକାଶ ଦାସଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି ।

