spot_img
Home Blog Page 2805

ଓଡ଼ିଆ ପିଲାଙ୍କୁ ଉଦ୍ୟୋଗୀ ହେବାର ପୁଣି ଏକ ସୁଯୋଗ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଉଚ୍ଚଶିକ୍ଷିତ ପରେ ଚାକିରି ନିଶା ଛାଡ଼ । ଉଦ୍ୟୋଗୀ ହୋଇ ରୋଜଗାର କର ଅନ୍ୟକୁ ରୋଜଗାର ଦିଅ । ନୂଆ ଆଇଡିଆ ସହିତ ଆରମ୍ଭ କର ନିଜ ଷ୍ଟାର୍ଟ୍ ଅପ୍ । ଓଡ଼ିଆ ପିଲାଙ୍କୁ ଉଦ୍ୟୋଗୀ ହେବାର ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ସାରା ରାଜ୍ୟରେ ବୁଲିବ ଷ୍ଟାର୍ଟ ଅପ୍ ଯାତ୍ରା ଗାଡ଼ି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାର୍ଟ୍ ଅପ୍ ଯାତ୍ରାର ଆପ୍ ଓ ଦୁଇଟି ପୋର୍ଟାଲ ଉନ୍ମୋଚନ କରିବା ସହ ୪ଟି ଷ୍ଟାର୍ଟ୍ ଅପ୍ ଗାଡ଼ିକୁ ଫ୍ଲାଗ୍ ଅଫ୍ କରିବେ ।

ସବୁ ଜିଲ୍ଲାରେ ୩୦ରୁ ୪୦ ଦିନ ଧରି ବୁଲିବ ଏହି ଷ୍ଟାର୍ଟ୍ ଅପ୍ ଯାତ୍ରା ଗାଡ଼ି । ୨୦୦ କଲେଜ୍ ଓ ଉଚ୍ଚତର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାର୍ଟ୍ ଅପ୍ ଯାତ୍ରା ଓ ଅଷ୍ଟମରୁ ଦଶମ ପାଠ ପଢୁଥିବା ୬୦ଟି ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାର୍ଟ୍ ଅଫ୍ ଏକ୍ସପ୍ରେସ୍ ଭ୍ୟାନ୍ କ୍ୟାମ୍ପ ସାରା ଓଡ଼ିଶା ବୁଲିବ । ଏଥିରେ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ଭାଗ ନେବେ ବୋଲି ଲକ୍ଷ୍ୟ ରଖିଛି ଏମ୍ଏସ୍ଏମ୍ଇ ବିଭାଗ ।

ଭ୍ୟାନ୍ କ୍ୟାମ୍ପ ଦ୍ବାରା ସଂଗୃହୀତ ନୂଆ ଆଇଡିଆକୁ ସିଲେକସନ୍ କମିଟି ଅନୁଶୀଳନ କରି ସର୍ଟ୍ଲିଷ୍ଟ କରିବ । ୬୦ଟି ବୁଟ୍ କ୍ୟାମ୍ପ୍ ଜରିଆରେ ଚୟନ ହେବେ ଉଦ୍ୟୋଗୀ । ୨୦ଟି ସର୍ବଶ୍ରେଷ୍ଠ ନୂଆ ଚିନ୍ତନକୁ ଭୁବନେଶ୍ବର ଓ-ହବରେ ଇନକ୍ୟୁବେସନ୍ ପାଇଁ ଅଣାଯିବ । କଲେଜ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ୧୦ଟି ଅଭିନବ ସ୍ବତନ୍ତ୍ର ଷ୍ଟାର୍ଟ୍ ଅପ୍ ଆଇଡିଆକୁ ୩ ଲକ୍ଷ ଲେଖାଏଁ ନଗଦ ପୁରସ୍କାର ଦିଆଯିବ ।

ସେହିପରି ଷ୍ଟାର୍ଟ୍ ଅପ୍ ଏକ୍ସ୍ପ୍ରେସ ଜରିଆରେ ସ୍କୁଲ ପିଲାଙ୍କ ଦ୍ବାରା ପ୍ରଦତ୍ତ ୧୦ଟି ସର୍ବଶ୍ରେଷ୍ଠ ଉପଯୋଗୀ ଆଇଡିଆକୁ ୧୦ ହଜାର ଲେଖାଏଁ ନଗଦ ପୁରସ୍କାର ଦିଆଯିବ । ଷ୍ଟାର୍ଟ୍ ଅପ୍ ଓଡ଼ିଶା ଗଠନର ମାତ୍ର ଅଢେଇ ବର୍ଷ ଭିତରେ ଓଡ଼ିଆ ପିଲାଙ୍କ ଭିତରେ ଉଦ୍ୟୋଗୀ ହେବାର ନବଜାଗରଣ ସୃଷ୍ଟି ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ଏହା ଆହୁରି ଉତ୍ସାହିତ କରିବ ବୋଲି ଆଶା ରଖିଛନ୍ତି ଓ-ହବ୍ କର୍ତ୍ତୃପକ୍ଷ ।

ଛିଣ୍ଡିଲା ଲିଫ୍ଟ, ୭ ଶ୍ରମିକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ । ଛିଣ୍ଡି ପଡ଼ିଲି ୪୦ ମହଲାରୁ ଲିଫ୍ଟ । ୭ ଜଣଙ୍କ ମୃତ୍ୟୁ । ଶ୍ରମିକମାନେ କାମ ସାରି ୪୦ ମହଲା କୋଠାରୁ ତଳକୁ ଓହ୍ଲାଇବା ବେଳେ ଏହି ଅଘଟଣ ଘଟିଥିଲା। ଏହି ଦୁର୍ଘଟଣାରେ ଆଉ କିଛି ଶ୍ରମିକ ଆହତ ହୋଇଛନ୍ତି ଓ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।

ସୋମବାର ପୁଣି ଭାରତ- ପାକିସ୍ତାନ ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ: ସୁପର ସଣ୍ଡେରେ ଅନୁଷ୍ଠିତ ହୋଇଥିବା ସୁପର ମ୍ୟାଚରେ ବାଧକ ସାଜିଲା ବର୍ଷା । ସୋମବାର ପୁଣି ଭାରତ- ପାକିସ୍ତାନ ମ୍ୟାଚ ଅନୁଷ୍ଠିତ ହେବ  । କଲୋମ୍ବୋରେ ବର୍ଷା ଲାଗି ରହିଛି । ବର୍ଷା କାରଣରୁ ଆସନ୍ତାକାଲିକୁ ଘୁଞ୍ଚାଯାଇଛି । ଭାରତ ୨୪.୧ ଓଭରରେ ୧୪୭ ରନ୍ କରିଛି  । ରୋହିତ ଶର୍ମା ଓ ଶୁବମନ ଗିଲ୍ ବଡ଼ ଇନିଂସ ଖେଳି ଆୁଟ୍ ହୋଇଛନ୍ତି । ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସୋମବାର ପଡିଆକୁ ଓହ୍ଲାଇବେ ବିରାଟ ଓ କେ.ଏଲ ରାହୁଲ ।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ଆୟ କମ୍

ଭୁବନେଶ୍ବର: ୨୦୫୦ ବେଳକୁ ୬୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ମହିଳା ହେବେ ରୋଜଗାର ଶୂନ୍ୟ। ପ୍ରଭାବିତ ହେବ ୨୦୩୦ ଜାତିସଂଘ ନିରନ୍ତର ବିକାଶ ଲକ୍ଷ୍ୟ। ଏନେଇ ଏକ ସର୍ଭେ ରିପୋର୍ଟ ଜାତିସଂଘ ପ୍ରକାଶ କରିବା ପରେ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି। ଭାରତରେ ପେନ୍ସନ୍ ବ୍ୟବସ୍ଥା ଥିଲେ ବି ଦରଦାମ ବୃଦ୍ଧି ଓ ମୁଦ୍ରାସ୍ଫୀତି ବୃଦ୍ଧାଙ୍କ ରୋଜଗାରକୁ ପ୍ରଭାବିତ କରିବ । କିନ୍ତୁ ଓଡ଼ିଶା କ୍ଷେତ୍ରରେ ବିଶ୍ବ ସମସ୍ୟାର କୌଣସି ପ୍ରଭାବ ପଡ଼ିବନି। ୨୦୦୧ ମସିହାରୁ ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ବ୍ୟବସ୍ଥା ଦେଇଛନ୍ତି ତାହା ଏବେ ମହାଦ୍ରୁମରେ ପରିଣତ ହୋଇଛି।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ଆୟ କମ୍। ମହିଳାଙ୍କ ପ୍ରତି ବିଶ୍ବସ୍ତରରେ ହେଉଛି ବାଛବିଚାର। ଫଳରେ ଜାତିସଂଘ ଦ୍ବାରା ନିର୍ଦ୍ଧାରିତ ୨୦୩୦ ନିରନ୍ତର ବିକାଶ ଲକ୍ଷ୍ୟ ବାଧାପ୍ରାପ୍ତ ହେବ। ୧୧୬ଟି ଦେଶରୁ ୨୮ଟି ଦେଶରେ ମହିଳାଙ୍କ ପାଇଁ ପେନ୍ସନ୍ ବ୍ୟବସ୍ଥା ନାହିଁ। କୌଣସି ସରକାରୀ ଚାକିରିଆଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ପେନ୍ସନ୍ ପାଇବାର ସୁବିଧା ଭାରତ ଭଳି ବହୁତ୍ କମ ଦେଶରେ ରହିଛି । ବିଶେଷକରି ଅନୁନ୍ନତ ଦେଶରେ ବାସ କରୁଥିବା ୭୮ପ୍ରତିଶତ ୬୫ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ରୋଜଗାର ନେଇ ଉଦବେଗ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ବିଶ୍ବର ଆର୍ଥିକ ମାନ୍ଦାବସ୍ଥା ଯୋଗୁ ୫୫ରୁ ୫୯ ବର୍ଷ ବୟସର ମହିଳାମାନେ ବେଶୀ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ଆର୍ଥିକ ମାନ୍ଦାବସ୍ଥା ଯୋଗୁ ବିଶ୍ବର ଗୋଟିଏ ପରେ ଗୋଟିଏ ଦେଶ ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଛନ୍ତି। ଏଭଳି ସ୍ଥିତିରେ ମହଙ୍ଗା ମାଡ଼ ଯୋଗୁ ମହିଳାଙ୍କ ଆର୍ଥିକ ଅବସ୍ଥା ୨୦୫୦ ବେଳକୁ ଆହୁରି ବିଗିଡ଼ିଯିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ ।

ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୧ ମସିହାରୁ ଉଦ୍ୟମ ଆରମ୍ଭ କରିଛନ୍ତି। ମିଶନ ଶକ୍ତି ଆଜି ମହାଦ୍ରୁମରେ ପରିଣତ ହୋଇଛି। ୭୦ଲକ୍ଷ ମହିଳା ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ରୋଜଗାର ଦେଇପାରୁଛନ୍ତି । ଏହା ବିଶ୍ବସ୍ତରରେ ନୂଆ ଉଦାହରଣ ସୃଷ୍ଟି କରିଛି। ମହିଳା ରୋଜଗାର ହରାଇବା ନେଇ ଜାତିସଂଘ ରିପୋର୍ଟ ଭାରତରେ ଯାହା ପ୍ରଭାବ ପକାଇଲେ ବି ଓଡ଼ିଶା କ୍ଷେତ୍ରରେ ସେତେଟା ଗଭୀର ପ୍ରଭାବ ପକାଇବନି। ମହିଳାଙ୍କୁ ଆତ୍ମନିର୍ଭର କରିବାକୁ ବହୁ ପୂର୍ବରୁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ବିନାସୁଧରେ ମହିଳାଙ୍କ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ସହ ସେମାନଙ୍କ ଉତ୍ପାଦକୁ ବିପଣନ କରିବାର ଗ୍ୟାରେଣ୍ଟି ସରକାର ଦେଇଛନ୍ତି। ଏହାସହିତ ବିଭିନ୍ନ ସେବା କ୍ଷେତ୍ରରେ କିପରି ମହିଳାଙ୍କ ଭାଗିଦାରୀ ବଢ଼ିବ ସେନେଇ ବି କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

କଲେଜ ସମସ୍ୟାର ହେବ ସମାଧାନ

ଭୁବନେଶ୍ବର: ଆସନ୍ତା ୧୩ରେ ଲୋକସେବା କନଭେନସନରେ ସମସ୍ତ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ କମର୍ଶାଳା ବସିବ । ଏଥିରେ ଉଚ୍ଚଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ । ଏହି କର୍ମଶାଳା ଜରିଆରେ କଲେଜର ସମସ୍ୟା ଉପରେ ଆଲୋଚନା ହେବା ସହ ଡିଗ୍ରୀ କଲେଜ ଗୁଡ଼ିକରେ ରାଜ୍ୟ ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ନେଇ ମନିଟରିଂ କରାଯିବ । ଫୋକସରେ ରହିବ, ଛାତ୍ରଛାତ୍ରୀ ଦେଇଥିବା ଫିଡବ୍ୟାକ୍ ଉପରେ ପଦକ୍ଷେପ ନେବା ।

କିଛି ଦିନ ତଳେ ରାଜ୍ୟର ଉଚ୍ଚଶିକ୍ଷାକୁ ନେଇ ଛାତ୍ରଛାତ୍ରୀ ଦେଇଥିଲେ ନକରାତ୍ମକ ଫିଡବ୍ୟାକ । ଅନଲାଇନରେ ଆସିଥିବା ମତାମତ ଯୋଗୁ ଉଚ୍ଚଶିକ୍ଷା ବିଭାଗର ନିଦ ହଜି ଯାଇଥିଲା । କେଉଁଠି ଅଧ୍ୟାପକମାନେ ମଦ୍ୟପାନ କରି କ୍ଲାସ ନେଉଥିବା ଅଭିଯୋଗ ଆସିଲା ତ ଆଉ କେଉଁଠି ଅଧ୍ୟାପକମାନେ ବିଳମ୍ବରେ କଲେଜ ଆସୁଥିଲେ । କିଛି କଲେଜରେ ତ ସାତ ଘଣ୍ଟା ବି ରହୁ ନାହାନ୍ତି ଅଧ୍ୟାପକ । ଯାହା ଶିକ୍ଷାଦାନକୁ ପ୍ରଭାବିତ କରୁଥିବା ନେଇ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେପଟେ ରାଜ୍ୟ ସରକାର ବି ଶିକ୍ଷାରେ କୌଣସି ବ୍ୟତିକ୍ରମକୁ ବରଦାସ୍ତ କରିବା ମୁଡ୍ରେ ନାହାନ୍ତି ।

ସେପ୍ଟେମ୍ବର ୧୩ରେ ପାଖାପାଖି ୩୦୦ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କ କର୍ମଶାଳା ଡ଼କାଇଛି ଉଚ୍ଚଶିକ୍ଷା ବିଭାଗ । ଯେଉଁଠି ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠିଥିବା ସମସ୍ୟାର ସମାଧାନ ଦିଗରେ ବାଟ ବାହାର କରାଯିବ । ଉଚ୍ଚଶିକ୍ଷା ପାଇଁ ଫାଇଭ-ଟି ରୂପାନ୍ତର ପରି ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପର କାର୍ଯ୍ୟକାରିତା ଉପରେ ବି ସମୀକ୍ଷା କରାଯିବ ।

ବହୁ ଦିନ ବ୍ୟବଧାନ ପରେ ଅଧ୍ୟକ୍ଷ କର୍ମଶାଳା କରାଯାଉଛି । ଏଥିରେ ଛାତ୍ରଛାତ୍ରୀଙ୍କ ଆପତ୍ତିର ସମାଧାନ ସହ ଶିକ୍ଷକ ଓ ଅଣଶିକ୍ଷକଙ୍କ ଅଭାବ ପୂରଣ ଉପରେ ବି ଆଲୋଚନା ହେବ । ଯେଉଁଥି ପାଇଁ ଅଧ୍ୟକ୍ଷମାନେ ସ୍ବାଗତ କରିଛନ୍ତି । ଏପରିକି କଲେଜକୁ ନିୟମାନୁଯାୟୀ ସମୟ ଦେଇ ରିସର୍ଚ୍ଚ ଅନୁକୁଳ ବାତାବରଣ ସୃଷ୍ଟି କରିବା ନେଇ ବି କର୍ମଶାଳାରେ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇ ପାରିବ ।

 

କେବେ ଛାଡ଼ିବେ ପୁରୁଣା ଅଭ୍ୟାସ?

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପାଇଁ ଦଳ ବିରୋଧୀ କାମ ନୂଆ ନୁହେଁ। ବିଭିନ୍ନ ରାଜନୈତିକ ଦଳକୁ ଡ଼ିଆଁ ମାରିବାର ଅଘୋଷିତ ରେକର୍ଡ କରିଛନ୍ତି ସୌମ୍ୟ ବାବୁ। ହେଲେ ସବୁ ଦଳରେ ତାଙ୍କର ସେଇ ଗୋଟାଏ ରୋଗ । ଯେଉଁ ଦଳକୁ ଯିବେ, ତା ବିରୋଧରେ କହି ବଦନାମ କରିବାର ଅପଚେଷ୍ଟା କରିବେ। ସେଥିରେ ତାଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ସଂସ୍ଥାକୁ ସେ ବ୍ଲାକମେଲିଂର ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ସୌମ୍ୟଙ୍କ ଏପରି ଆଚରଣ ଯୋଗୁ ଅନ୍ୟ ରାଜନୈତିକ ଦଳ ବି ସୌମ୍ୟଙ୍କ ଏଣ୍ଟ୍ରିକୁ ନେଇ ଟେନସନରେ ପଡ଼ିଲେଣି।

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦଳ ଡିଆଁ ରୋଗ ବହୁ ପୁରୁଣା। ବିଭିନ୍ନ ଆଡୁ ଲବି କରି ଆଗ ଗୋଟାଏ ଦଳକୁ ଧସେଇ ପଶନ୍ତି। ସେଠି ଗୁରୁତ୍ବପୂର୍ଣ୍ଣ ପଦପଦବୀ ପାଇବା ପରେ ଭାରାକ୍ରାନ୍ତ ହୋଇପଡ଼ନ୍ତି ସୌମ୍ୟ ବାବୁ। ଯେଉଁ ଦଳ ତାଙ୍କୁ କୋଳାଏ, ସେହି ଦଳ ବିରୋଧରେ ବିଷ ଉଗାରନ୍ତି। ଏଥିପାଇଁ ନିଜ ମାଲିକାନାରେ ଥିବା ଗଣମାଧ୍ୟମକୁ ଅପବ୍ୟବହାର କରିବାକୁ ବି ପଛାନ୍ତି ନାହିଁ ସୌମ୍ୟ। ଦଳ ପରେ ଦଳ ବଦଳିଛି, ହେଲେ ବଦଳିନି ସୌମ୍ୟଙ୍କ ଏହି ରୋଗ। ପୂର୍ବରୁ ଲୋକେ ସୌମ୍ୟ ବାବୁଙ୍କ ବ୍ୟାକଗ୍ରାଉଣ୍ଡ ଦେଖି କିଛି ମାତ୍ରାରେ ତାଙ୍କୁ ଗ୍ରହଣ କରୁଥିଲେ। ହେଲେ ଏବେ ଅଭ୍ୟାସଗତ ବ୍ଲାକମେଲର ପାଲଟିଥିବା ସୌମ୍ୟଙ୍କୁ ଖଣ୍ଡପଡ଼ା ସମେତ ରାଜ୍ୟବାସୀ ବି ପ୍ରତ୍ୟାଖ୍ୟାନ କଲେଣି।

କିଛି ଦିନ ତଳେ ବିରୋଧୀ ଉଦ୍ଦେଶ୍ୟମୂଳକ ଭାବେ ସୌମ୍ୟଙ୍କୁ ସମର୍ଥନ କରୁଥିଲେ । ହେଲେ ଏବେ ସେମାନେ ବି ସୌମ୍ୟଙ୍କୁ ନେଇ ଦ୍ବନ୍ଦ୍ବରେ ପଡ଼ିଲେଣି। କଂଗ୍ରେସରେ ଥିବା ସମୟରେ ଦଳକୁ ବିରୋଧ କରି ନିଜ ଗଣମାଧ୍ୟମରେ ଏଣୁତେଣୁ ଗାଳି କରିଥିଲେ ସୌମ୍ୟ। ତାପୂର୍ବରୁ ବିଜେପିରେ ଥାଇ ବି ନିଜ ଖବରକାଗଜରେ ଦଳକୁ ନେଇ କଟୁ ମନ୍ତବ୍ୟ ଦେଇଥିଲେ। ଆଉ କ୍ଷମତା ପାଇବାକୁ ଏତେ ବ୍ୟାକୁଳ ହୋଇ ପଡ଼ିଲେ ଯେ, ନିଜ ହାତରେ ଗଢିଥିବା ଆମ ଓଡ଼ିଶା ନାମକ ରାଜନୈତିକ ଦଳକୁ ବିଲୟ କରି ବିଜେଡିରେ ମିଶିଗଲେ। ବିଜେଡିରୁ ସାଂସଦ ଓ ବିଧାୟକ ହେବା ପରେ ପୁଣି ବାହାରିଛି ସୌମ୍ୟଙ୍କ ପୁରୁଣା ରୋଗ।

ଏବେ କଂଗ୍ରେସ ନେତା ବି ଭାବିଲେଣି ସୌମ୍ୟ ଫେରିବେ। ହେଲେ ଫେରିଲେ, ଚିରାଚରିତ ଭାବେ ବିରୋଧାଚରଣ କରିବେ। ସେଥିପାଇଁ ସୌମ୍ୟଙ୍କୁ ସ୍ବାଗତ କରିବାକୁ ଯେଉଁଠି ଗୋଟାଏ ଦୁଆର ଖୋଲା ରଖିଛି କଂଗ୍ରେସ, ତାଙ୍କୁ ତଡ଼ିବାକୁ ବି ଆଉ ଗୋଟାଏ ଦୁଆର ଖୋଲି ସାରିଲାଣି ଦଳ।

ସୌମ୍ୟଙ୍କ ମିଛ ବାରମ୍ବାର ଧରା ପଡୁଛି। 5Tସଚିବଙ୍କୁ ନେଇ ଯେଉଁ ମିଛ କଥା ନିଜ ଖବରକାଗଜ ଆଲେଖ୍ୟରେ ଲେଖିଥିଲେ, ତାକୁ ପ୍ରମାଣ କରି ପାରିଲେ ନାହିଁ। ପଶ୍ଚାତାପ ତ ଦୂରର କଥା, ନିଜ ଭୁଲ ମାନିବାକୁ ବି ସୌମ୍ୟ ନାରାଜ। କିଏ ତାଙ୍କୁ ଅଭ୍ୟାସଗତ ମିଛୁଆ ତ କିଏ ବ୍ଲାକମେଲର କହିଲା। ହେଲେ ସୁଧୁରୁ ନାହାନ୍ତି ସୌମ୍ୟ। ଏଣିକି ତାଙ୍କର ଏପରି ଆଭିମୁଖ୍ୟକୁ କେହି ଗ୍ରହଣ କରିବା ମୁଡରେ ନାହାନ୍ତି।

ସ୍ବାର୍ଥ ହାସଲ ପାଇଁ ଗୋଡ଼ ତଳେ ପଡ଼ିବା ଓ ସ୍ବାର୍ଥ ହାସଲ ହେବା ପରେ ଗୋଇଠା ମାରିବା। ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହି କଳାରେ ଡିଗ୍ରୀ ହାସଲ କରିଥିବା ମନେ ହେଉଛି। ଏପରି ସ୍ଥିତିରେ ନିଜ ଦୋଷ ଉପରେ ପରଦା ପକାଇବାକୁ ଯାଇ ସୌମ୍ୟ ନିଜକୁ ସାମ୍ବାଦିକର ଛାଲରେ ଘୋଡ଼ାଇବାକୁ ଉଦ୍ୟମ କରୁଛନ୍ତି, ହେଲେ ତାଙ୍କର ଅସଲ ଚେହେରା ରାଜ୍ୟବାସୀଙ୍କ ଆଗରେ ଖୋଲି ଗଲାଣି।

କର୍କଟ ରୋଗୀଙ୍କ ପାଇଁ ଚୁଟି ଦାନ କଲେ ଛାତ୍ରୀ

ଟିଟିଲାଗଡ଼: କର୍କଟ ରୋଗୀଙ୍କ ପାଇଁ ନିଜ ଚୁଟି ଦାନ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି ଟିଟିଲାଗଡର ଦକ୍ଷିତା ମହାପାତ୍ର । ଚିକିତ୍ସା ସମୟରେ କର୍କଟ ରୋଗୀଙ୍କ ଚୁଟି ଝଡି ଯାଉଥିବାରୁ ସେମାନେ ଲଜ୍ଜା ଅନୁଭବ କରିଥାନ୍ତି । ଏଭଳି ପରିସ୍ଥିତିରେ କର୍କଟ ରୋଗୀ ମାନେ ଓ୍ବିଗ୍ ଲଗାଇ ଏଭଳି ଲଜ୍ଜା ରକ୍ଷା ପାଇପାରିବେ । ଏଭଳି ମହତ ଉଦେଶ୍ୟ ନେଇ ଏକ ୭ମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀ ନିଜ ଚୁଟି ଦାନ କରିଥିବାରୁ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ଦକ୍ଷିତା ମହାପାତ୍ର ।

ଛୋଟ ବୟସ, ମହତ ଉଦ୍ଦେଶ୍ୟ  । କର୍କଟ ରୋଗୀଙ୍କ ପାଇଁ ଚୁଟି ଦାନ କରି ପାଲଟିଲେ ଉଦାହରଣ  । ନିଜ ଉଚ୍ଚ ବିଚାର ପାଇଁ ସବୁଠି ପ୍ରଶଂସିତ ହେଲେ ଟିଟିଲାଗଡର ଦକ୍ଷିତା ମହାପାତ୍ର  । ସରସ୍ବତୀ ଶିଶୁ ମନ୍ଦିରରେ ୭ମ ଶ୍ରେଣୀରେ ପାଠ ପଢନ୍ତି ଦକ୍ଷିତା   । ଗତମାସରେ ସେ କର୍କଟ ରୋଗୀଙ୍କ ପାଇଁ ଚୁଟି ଦାନ କରିଛନ୍ତି   । କର୍କଟ ରୋଗୀ କେମୋ ଥେରାପି ନେବା ପରେ ନିଜ ଚୁଟି ହରାଇଥାନ୍ତି  । ଏହି ସମୟରେ ପୀଡିତ କିମ୍ବା ପୀଡିତା କିଭଳି ଲଜ୍ଜା ଅନୁଭବ ନ କରିବେ ସେନେଇ ଦାନ ଚୁଟିର ବ୍ୟବହାର କରାଯାଇଥାଏ  । ଏହି ମହତ ଉଦ୍ଦେଶ୍ୟ ନେଇ ମୁମ୍ବାଇରେ ଥିବେ ମଦଦ ଚେରିଟେବଲ ଟ୍ରଷ୍ଟକୁ ଗତମାସ ୨୭ ତାରିଖରେ ଚୁଟି ଦାନ କରିଛନ୍ତି ଦିକ୍ଷିତା  ।

ଦିକ୍ଷିତାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ ଡାକ୍ତର ଦେବବ୍ରତ ସାହୁ  । ଦେବବ୍ରତଙ୍କ ଠାରୁ ଏହି ବିଷୟରେ ଜାଣିବାକୁ ପାଇଥିଲେ ଦକ୍ଷିତା । ଉଭୟେ ପୁରୁଷ ଓ ସ୍ତ୍ରୀ ନିଜ ଚୁଟି ୧୨ରୁ ୧୩ ଇଞ୍ଚ ବଢାଇବା ପରେ ଦାନ କରିପାରିବେ ବୋଲି କହିଛନ୍ତି ଡାକ୍ତର  । ନିଜେ ଡାକ୍ତର ମଧ୍ୟ ନିଜ ଚୁଟି କର୍କଟ ରୋଗୀଙ୍କ ପାଇଁ ଦାନ କରିଛନ୍ତି  । ଡାକ୍ତରଙ୍କ ଠାରୁ ଏହା ଜାଣି ଅନେକ ବ୍ୟକ୍ତି ନିଜ ଚୁଟି ଦାନ କରିବାକୁ ପ୍ରସ୍ତୁତ ହେଉଛନ୍ତି  ।

 

ସମ୍ମାନିତ ହେଲେ ୭୦ଜଣ ଗୁରୁ

0

ଭୁବନେଶ୍ବର: ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ଗୁରୁଙ୍କ ଭୂମିକା ଗୁରତ୍ବପୂର୍ଣ୍ଣ । ଗୁରୁ-ଶିଷ୍ୟ ପରମ୍ପରା କାହିଁ କେଉଁ ପ୍ରାଚୀନ କାଳରୁ ରହି ଆସିଛି । ଗରୁଙ୍କ ଆଶୀର୍ବାଦ ଶିଷ୍ୟମାନଙ୍କ ପାଇଁ ସବୁଠାରୁ ବଡ ପୁଞ୍ଜି । ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ଶିବାଂଶୀ ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଭୁବନେଶ୍ବର ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ, ବିଶିଷ୍ଟ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା ଏବଂ ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗ ଦେଇ ୭୦ ଜଣ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନୀତ କରିଛନ୍ତି ।

ରାଜ୍ୟସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନାରେ ୭୦ ଶିକ୍ଷକଙ୍କୁ ସମ୍ମାନ । ଗୁରୁ ଦିବସ ଅବସରରେ ସମ୍ମାନୀତ କଲା ଶିବାଂଶୀ ଫାଉଣ୍ଡେସନ୍ । ଗୁରୁ-ଶିଷ୍ୟର ପ୍ରାଚୀନ ପରମ୍ପରାକୁ ବଜାୟ ରଖିବାରେ ଫାଉଣ୍ଡେସନର ଉଦ୍ୟମକୁ ପ୍ରଶଂସା କଲେ ବିଶିଷ୍ଟ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା । ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରି ଡକ୍ଟର ପଣ୍ଡା କହିଛନ୍ତି, ଛାତ୍ରଛାତ୍ରୀଙ୍କ ମାନସିକ, ବୈଦିକ ଏବଂ ଭୌତିକ ବିକାଶରେ ଗୁରୁଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଗୁରୁମାନେ ସାକ୍ଷାତ ପରମବ୍ରହ୍ମ । ସେମାନେ ଶିଶୁମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି । ଭବିଷ୍ୟତ ଗଢନ୍ତି । ଭାରତ ଏକ ଯୁବ ବହୁଳ ରାଷ୍ଟ୍ରରେ ପରିଣତ ହେବାକୁ ଯାଉଛି । ଯେଉଁମାନଙ୍କ ପାଇଁ ଗୁରଙ୍କ ପ୍ରମୁଖ ଭୁମିକା ରହିଛି । ତେଣୁ ଆମେମାନେ ଗୁରୁମାନଙ୍କୁ ଯେତିକି ସମ୍ମାନ କରିବା ତାହା ଆଗାମୀ ପିଢିଙ୍କ ପାଇଁ ଏକ ପରମ୍ପରା ସୃଷ୍ଟି କରିବ ।

ରାଜ୍ୟର କୋଣ ଅନୁକୋଣରୁ ଗୁରୁମାନଙ୍କୁ ଆଣି ଭୁବନେଶ୍ବରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ସମ୍ମାନୀତ କରିବା ଶିକ୍ଷକମାନଙ୍କୁ ବେଶ ଉତ୍ସାହିତ କରିଛି । ସାମ୍ପ୍ରକିତ ପରିସ୍ଥିତିରେ ବିପଥଗାମୀ ପିଲାମାନଙ୍କୁ ବାଟ କଢାଇବା ଏକ ବଡ ଚ୍ୟାଲେଞ୍ଜ ହୋଇଛି । ତେଣୁ ଏଭଳି ସମ୍ମାନ ଗୁରୁମାନଙ୍କୁ ମନୋବଳ ବୃଦ୍ଧି କରିବା ପାଇଁ ସହାୟକ ହେବ ବୋଲି ଶିକ୍ଷକମାନେ କହିଛନ୍ତି । ଶିବାଂଶୀ ଫାଉଣ୍ଡେସନ୍ର ଦ୍ବିତୀୟ ସଂସ୍କରଣରେ ୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି କରାଯିବ ବୋଲି ଫାଉଣ୍ଡେସନ ମୁଖ୍ୟ କହିଛନ୍ତି ।

 

ଦିବ୍ୟାଙ୍ଗ ହୋଇ ବି ସକ୍ଷମ ସୁଭଦ୍ରା

କଟକ: ଦିବ୍ୟାଙ୍ଗ ହେଲେ ବି ସକ୍ଷମ । ନିଜର ଶକ୍ତି ବଳରେ ଆତ୍ମନିର୍ଭରଶୀଳ । ହାତ ଗୋଡ଼ ନଥିଲେ ବି ମନରେ ରହିଛି ଅନେକ ସ୍ବପ୍ନ । ପାଠ ପଢିବେ, ନିଜ ପରିଚୟ ନିଜ ଉଦ୍ୟମରେ ସୃଷ୍ଟି କରିବେ । ଏହି ଲକ୍ଷ୍ୟ ନେଇ ଜୀବନକୁ ଏକ ନୂଆ ରାହା ଦେଇଛନ୍ତି । କଟକ ସଦର ଅଞ୍ଚଳ କନ୍ଦରପୁର ପଞ୍ଚାୟତ ବମ୍ବୁରି ଗ୍ରାମର ବାବୁଲି ଓ ବେବିଙ୍କ ଝିଅ ସୁଭଦ୍ରା । ଜନ୍ମରୁ ଦିବ୍ୟାଙ୍ଗ । ଆସନ୍ତା ବର୍ଷ ସେ ମାଟ୍ରିକ ପରୀକ୍ଷା ଦେବେ। ହାତଗୋଡ଼ ନ ଥାଇ ମଧ୍ୟ ଲେଖିବା, ଚିତ୍ର ଆଙ୍କିବା, ନାଚିବା ସହ ଘରର ସବୁ କାର୍ଯ୍ୟ କରି ପାରନ୍ତି । ବଡ଼ ଭଉଣୀ ତାଙ୍କୁ ପ୍ରତିଦିନ ସ୍କୁଲ ନେବା ଆଣିବା କରନ୍ତି । ତେବେ ଭଉଣୀଙ୍କ ବିବାହ ହେବା ପରେ ତାଙ୍କୁ ସ୍କୁଲ ନେବାକୁ କେହି ନାହିଁ । କାରଣ ବାପା ସ୍କୁଲକୁ ନେଲେ ରୋଜଗାର କରିବ କିଏ ? ଭଲ ପାଠ ପଢି ଭଲ ସରକାରୀ ଚାକିରି କରିବାକୁ ଲକ୍ଷ୍ୟ ରଖିଛନ୍ତି ସୁଭଦ୍ରା ।

ଦିବ୍ୟାଙ୍ଗ ହେଲେ ବି ମନରେ ରହିଛି ଉଡ଼ିବାର ସ୍ବପ୍ନ । ନିଜେ ଆତ୍ମନିର୍ଭରଶିଳ ହେବା ସହ ଦିନ ମଜୁରିଆ ବାପାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି । ହେଲେ ସ୍କୁଲକୁ ଯିବା ଓ ଲେଖାଲେଖିରେ ତାଙ୍କୁ ସହାୟତା କରିବାକୁ କେହି ନାହିଁ । ତଥାପି ଆତ୍ମବଳ ଭାଙ୍ଗି ନାହାନ୍ତି ସୁଭଦ୍ରା । ସାମାନ୍ୟ ସହାୟତା ମିଳିଲେ ସେ ତାଙ୍କ ସ୍ବପ୍ନ ପୂରା କରି ପାରନ୍ତେ ବୋଲି କହିଛନ୍ତି ପରିବାର ଲୋକ ।

 

ସାବାଡ଼ ହେବେ ରୋଡ୍ ରୋମିଓ

ଭୁବନେଶ୍ବର: ବୁଲେଟ ରାଜାଙ୍କ ନିଦ ହଜାଇଲା ଟ୍ରାଫିକ ପୋଲିସ୍ । ରୋଡ଼ ରୋମିଓଙ୍କ ଆକ୍ସନକୁ ପୋଲିସର ରିଆକ୍ସନ । ଏଥର ଫାଇନ ନୁହେଁ, ସିଧା କୋର୍ଟରୁ ହେବାକୁ ପଡ଼ିବ ବେଲ୍ । ରାଇଡରଙ୍କ ପରେ ମଡିଫାଇଡ଼ ଶୋରୁମର ପାଳି । ଆପଣଙ୍କ ବାଇକ ସାଇଲେନ୍ସରୁ ବିକଟାଳ ଶବ୍ଦ ବାହାରୁଛି କି ? କିମ୍ବା ବୁଲେଟ୍‌ରୁ ଫାୟାରିଂ କରି ଢୋ ଢା ଫୁଟାଉଛନ୍ତି କି ? ତେବେ ହୁସିଆର ! ଆପଣଙ୍କୁ ଯେ କୌଣସି ଛକରେ ଟ୍ରାଫିକ ପୋଲିସ ମାଡ଼ି ବସିପାରେ । ଜରିମାନା ତ ଦେବେ, ତା ସହିତ ଆପଣଙ୍କ ବୁ‌ଲେଟରୁ ସାଇଲେନ୍ସର ମଧ୍ୟ କାଢ଼ି ନେବେ । ଟ୍ରାଫିକ ପୋଲିସ ସମ୍ମୁଖରେ ନିଜ ଗାଡିରେ ନୂଆ ଓ ଠିକ ମାନ ଥିବା ସାଇଲେଇନ୍ସର ଲଗାଇବା ପରେ କୋର୍ଟ ପିଆର ବଣ୍ଡରେ ଗାଡିକୁ ଛାଡିବ । ଟ୍ରାଫିକ ଏସିପି ଭାବେ ଜୟନ୍ତ ଦୋରା କାର୍ଯ୍ୟରେ ଯୋଗଦେବା ପରେ ଟ୍ରାଫିକ ନିୟମ ଖିଲାପିଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରିବା ସହ ୬୦ ରୁ ଉର୍ଦ୍ଧ୍ବ ବାଇକ ଜବତ କରିଛନ୍ତି ।

ଆଗକୁ ପାର୍ବଣ। ରାଜଧାନୀର ୧୩ ଟି ସ୍ଥାନରେ ଅତ୍ୟାଧୁନିକ ଏଏନପିଆର ବା ଟିଭିଡିଏସ୍ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ସ୍ପିଡ, ରଙ୍ଗ ଡ୍ରାଇଭ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ୍ ଉପରେ କଡ଼ା ନଜର ରଖିଛି ଟ୍ରାଫିକ କଣ୍ଟ୍ରୋଲ ରୁମ । ବାଇକ ମଡିଫାଏ କରୁଥିବା ସ୍ପେୟାର ପାର୍ଟସ ଦୋକାନରେ ଖୁବଶୀଘ୍ର ଚଢ଼ାଉ ହେବ । ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ସଡକ ଦୁର୍ଘଟଣା ଉପରେ ରୋକ ଲଗାଇବା ପାଇଁ ଆଗାମୀ ଦିନରେ ନିୟମ ମୁତାବକ ଫରେନ ବାଇକ ଗୁଡିକୁ ସ୍କାନରକୁ ନିଆଯିବ ବୋଲି କହିଛନ୍ତି ଏସିପି ।