spot_img
Home Blog Page 2826

୫ବର୍ଷର ଶିଶୁ କନ୍ୟାକୁ ଅସଦାଚରଣ ପରେ ହତ୍ୟା ମାମଲା, ଅଭିଯୁକ୍ତ ଅସଫାକ୍ ଅସଲମ ଗିରଫ

ଥିରୁଅନନ୍ତପୁରମ: କେରଳ ଏର୍ଣ୍ଣାକୁଲମରେ ୫ବର୍ଷର ଶିଶୁ କନ୍ୟାକୁ ଅସଦାଚରଣ ପରେ ହତ୍ୟା ମାମଲା । ଅଭିଯୁକ୍ତ ଅସଫାକ୍ ଅସଲମକୁ ଗିରଫ କରାଯାଇଛି । କିଛି ଦିନ ହେଲା ଅସଫାକ ପୀଡ଼ିତା ରହୁଥିବା ବିଲଡିଂରେ ରହୁଥିଲା। ଗତ ଶୁକ୍ରବାର ସଂଧ୍ୟାରେ ବିହାରରୁ ଆସିଥିବା ଦମ୍ପତିଙ୍କ ଝିଅ ନିଖୋଜ ହୋଇଯାଇଥିଲା। ସିସିଟିଭି ଫୁଟେଜରେ ଅଭିଯୁକ୍ତ ଝିଅକୁ ସାଙ୍ଗରେ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ ଅସଫାକକୁ ଅଟକ ରଖି ପଚରାଉଚରା କରିଥିଲା । ତେବେ ନିଶାଗ୍ରସ୍ତ ଅବସ୍ଥାରେ ଥିବାରୁ ସଠିକ୍ ତଥ୍ୟ ଦେଇନଥିଲା। ଶନିବାର ସକାଳେ ହତ୍ୟା କରିଥିବା ମାନିଥିଲା ଅସଫାକ୍।

ଅପହରଣ ପରେ ଶିଶୁକୁ ଅସଦାଚରଣ ଓ ହତ୍ୟା କରିଥିଲା ଅଭିଯୁକ୍ତ। ଏହାପରେ ପୀଡ଼ିତାର ମୃତଦେହକୁ ଏକ ବସ୍ତାରେ ପୂରାଇ ଫିଙ୍ଗି ଦେଇଥିଲା। ତେବେ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ନାବାଳିକା ହତ୍ୟାକାଣ୍ଡ ପରେ ସୋସିଆଲ ମିଡିଆରେ ହୃଦରସ୍ପର୍ଶୀ ପୋଷ୍ଟ କରିଛି କେରଳ ପୋଲିସ। ନାବାଳିକାକୁ ସୁରକ୍ଷିତ ତାର ବାପା ମାଆଙ୍କ ପାଖରେ ପହଞ୍ଚାଇବାରେ ଆମେ ବିଫଳ ହୋଇଛୁ । ସରି ଡଟର ଲେଖି ପୋଷ୍ଟ କରିଛି କେରଳ ପୋଲିସ ।

ବ୍ଲାକ ପଲସରରେ ସୁନା ଚେନ ଝାମ୍ପିବା ମାମଲା; ମଞ୍ଚେଶ୍ୱର ଥାନା ପୋଲିସ ହାତରେ ୩ କୁଖ୍ୟାତ ଚେନ୍ ସ୍ନାଚର

ଭୁବନେଶ୍ୱର: ରାଜଧାନୀରେ ବ୍ଲାକ ପଲସରରେ ସୁନା ଚେନ ଝାମ୍ପିବା ମାମଲା । ମଞ୍ଚେଶ୍ୱର ଥାନା ପୋଲିସ ହାତରେ ୩ କୁଖ୍ୟାତ ଚେନ୍ ସ୍ନାଚର । ସୁନା ଚେନ୍, ମୋବାଇଲ, ବାଇକ ଜବତ ହୋଇଛି । ସିସିଟିଭି ଫୁଟେଜ ଅଧାରରେ ଧରିଲା ପୋଲିସ । ଏହି ଲୁଟେରାଙ୍କ ଟାର୍ଗେଟରେ ରହିଛନ୍ତି ମର୍ଣ୍ଣିଂ ୱାକ୍ କରୁଥିବା ଲୋକ । ସହିଦନଗର ଅଞ୍ଚଳରେ ରହି କ୍ରାଇମ ସିଣ୍ଡିକେଟକୁ ଅପରେଟ କରୁଥିଲେ । ଗତ ୨୪ ଜୁଲାଇରେ ପଳାଶୁଣି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜରଙ୍କ ବେକରୁ ଚେନ୍‌ ଛିଡାଇ ଫେରାର ହୋଇଯାଇଥିଲେ । ଗିରଫ 3 ଜଣ ହେଲେ ଶେଖ ସୋନୁ, ପିଣ୍ଟନ କୁମାର ଦଳାଇ ଓ ସାଜଦ ଖାନ । ୩ ଜଣକ ମଧ୍ୟରୁ ପିଣ୍ଟନ ଦଳେଇ ନାଁରେ ୧୧୦ ସିଆରପିସି ବାଉଣ୍ଡଡାଉନକୁ ଖିଲାପ କରିବା ଅଭିଯୋଗ ରହିଛି । ଆଗକୁ ଏମାନଙ୍କୁ ତଡିପାର କରିବ ପୋଲିସ ।

ଭାରତ ପ୍ରେମରେ ଶ୍ରୀଲଙ୍କା ସୁନ୍ଦରୀ, ଫେସବୁକ୍‌ ପ୍ରେମିକ ପାଇଁ ଦରିଆ ଡେଇଁଲେ ଶିବକୁମାରୀ ବିଘ୍ନେଶ୍ବରୀ

ହାଇଦ୍ରାବାଦ: ପ୍ରେମ ପାଇଁ ଆଉ ଏକ ସୀମା ପାର୍ କାହାଣୀ । ସୀମା, ଅଞ୍ଜୁଙ୍କ ପରେ ଶ୍ରୀଲଙ୍କାର ଶିବକୁମାରୀଙ୍କୁ ନେଇ ଚର୍ଚ୍ଚା । ଫେସବୁକ ପ୍ରେମିକଙ୍କୁ ବାହା ହେବାକୁ ଦରିଆ ସେପାରିରୁ ଆସି ଭାରତରେ ପହଞ୍ଚିଛନ୍ତି ଶିବକୁମାରୀ ବିଘ୍ନେଶ୍ବରୀ । ଟୁରିଷ୍ଟ ଭିସା ନେଇ ଶ୍ରୀଲଙ୍କାରୁ ଆସିଥିବା ଶିବକୁମାରୀ ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ଲକ୍ଷ୍ମଣଙ୍କୁ ବିବାହ କରିଛନ୍ତି । ଶନିବାର ଶିବକୁମାରୀ ଓ ଲକ୍ଷ୍ମଣଙ୍କ ପ୍ରେମକାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭିସା ଏକ୍ସପାରୀ ହେବା ପୂର୍ବରୁ ଦେଶ ଛାଡ଼ିବାକୁ ପୋଲିସ କହିଛି । କିମ୍ବା ଭିସା ଅବଧି ବୃଦ୍ଧି କରିବାକୁ ଶିବକୁମାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫେସବୁକରୁ ଶିବକୁମାରୀ ଓ ଲକ୍ଷ୍ମଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଜୁଲାଇ ୮ ତାରିଖରେ ଶିବକୁମାରୀ ଆନ୍ଧ୍ରପ୍ରଦେଶ ଚାଲିଆସିଥିଲେ । ଗତ ୨୦ ତାରିଖରେ ଲକ୍ଷ୍ମଣଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଶିବକୁମାରୀଙ୍କୁ ଭିସା ଅବଧି ଶେଷ ହେଉଥିବାରୁ ଚିତ୍ତୋର ଏସପି ତାଙ୍କୁ ନୋଟିସ ଜାରି କରିବା ସହ ସମୟ ଭିତରେ ଶ୍ରୀଲଙ୍କା ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସେ ଶ୍ରୀଲଙ୍କା ଫେରିଯିବାକୁ ଚାହୁଁ ନଥିବା ବେଳେ ଆଉ ବର୍ଷେ ଭିସା ଅବଧି ବଢ଼ାଇବାକୁ ଆବେଦନ କରିଛନ୍ତି । ଏବଂ ଭାରତୀୟ ନାଗରିକତା ନେବା ପାଇଁ ଚେଷ୍ଟା ଚଳାଇଥିବା ପୋଲିସ କହିଛି ।

ବାଦାମବାଡ଼ି ପୋଲିସ ଦ୍ୱାରା କୁଖ୍ୟାତ ଲୁଟେରା ହେମନ୍ତ ଦାସ ଗିରଫ

କଟକ: କଟକରେ ପୁଣି ବାଦାମବାଡ଼ି ପୋଲିସ ଦ୍ୱାରା ଗିରଫ ହେଲା କୁଖ୍ୟାତ ଲୁଟେରା ହେମନ୍ତ ଦାସ । ଏକ ଚୋରି ମାମଲାରେ ବାଦାମବାଡି ପୋଲିସ ତାକୁ ଗିରଫ କରିଛି । ହେମନ୍ତ ନାଁରେ କେବଳ ରାଜ୍ୟରେ ୧୦୦ରୁ ଅଧିକ ମାମଲା ରହିଥିବା ବେଳେ, ସେ ବିଭିନ୍ନ ରାଜ୍ୟରେ ବୁଲି ଚୋରି କରୁଥିଲା । ତା’ ନାଁରେ ଚୋରି, ଡକାୟତି, ଲୁଟ୍ ଭଳି ସାରା ଦେଶରେ ମୋଟ ୫୦୦ରୁ ଅଧିକ ମାମଲା ରହିଛି । ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ଦିଲ୍ଲୀ ଆଦି ରାଜ୍ୟରେ ସେ ବୁଲି ବୁଲି ଚୋରି କରିଥାଏ । ହେମନ୍ତର ଘର ଭୁବନେଶ୍ବର ଲିଙ୍ଗରାଜ ଥାନା ହାଟସାହି ଅଞ୍ଚଳରେ । ପୂର୍ବରୁ ବାଦାମବାଡି ପୋଲିସ ଦ୍ବାରା ଗିରଫ ହୋଇଥିଲା । ବାଦାମବାଡି ଅଞ୍ଚଳରେ ଏକ ମେଡିସିନ ଷ୍ଟୋରରୁ ଚୋରି କରିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି ।

ବିଦେଶରେ ବଢୁଛି ଭାରତୀୟଙ୍କ ଦବଦବା, ଆମେରିକା ରାଷ୍ଟ୍ରପତି ରେସରେ ତିନି ଭାରତୀୟ ବଂଶୋଦ୍ଭବ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଦୌଡ଼ରେ ତିନି ଭାରତୀୟ ବଂଶୋଦ୍ଭବ । ଡୋନାଲ୍ଡ ଟ୍ରମ୍ପଙ୍କ ବିପକ୍ଷରେ ବିବେକ ରାମାସ୍ବାମୀ, ନିକ୍କି ହେଲିଙ୍କ ପରେ ରେସରେ ସାମିଲ ହୋଇଛନ୍ତି ହର୍ଷବର୍ଦ୍ଧନ ସିଂ । ଅନେକ ବିବାଦ ସତ୍ତ୍ୱେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ଆଗରେ ରହିଛନ୍ତି । ଆସନ୍ତା ବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବ । ଟ୍ରମ୍ପ ଓ ବାଇଡେନଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖାଯାଉଥିବା ବେଳେ ଟ୍ରମ୍ପଙ୍କ ପାର୍ଟିରେ ଥିବା ଭାରତୀୟ-ଆମେରିକୀୟ ନେତା ଆଗକୁ ଆସିଛନ୍ତି । ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦର ପ୍ରାର୍ଥିତ୍ବ ପାଇଁ ଆସନ୍ତାବର୍ଷ ଜୁଲାଇରେ ଏକ ରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜନ କରାଯିବ । ୧୫ରୁ ୧୮ ଜୁଲାଇ ମଧ୍ୟରେ ହେବାକୁ ଥିବା ଏହି ସମ୍ମିଳନୀରେ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରାଯିବ । ଭାରତୀୟ-ଆମେରିକୀୟ ନିକ୍କି ହେଲି ଦକ୍ଷିଣ କାରୋଲିନାର ଦୁଇ ଥର ଗଭର୍ଣ୍ଣର ଓ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ରହିଛନ୍ତି । ଲଗାତାର ତୃତୀୟ ଥର ଲାଗି ନିକ୍କି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଭାବେ ସାମିଲ ହେବାକୁ ଯାଉଛନ୍ତି ।

ସେହିପରି ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଗତ ଫେବୃଆରୀରୁ ଘୋଷଣା କରିସାରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଓ ଫ୍ଲୋରିଡା ଗଭର୍ଣ୍ଣର ରନ ଡେସୋଣ୍ଟିସଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି ବିବେକ । ଟ୍ରମ୍ପଙ୍କୁ ରିପବ୍ଲିକାନ ପାର୍ଟିର ୪୭ ପ୍ରତିଶତ ନେତାଙ୍କ ସମର୍ଥନ ମିଳିଥିବା ବେଳେ ଡେସୋଣ୍ଟିସଙ୍କୁ ୧୯ ପ୍ରତିଶତ ଓ ବିବେକଙ୍କୁ ୯ ପ୍ରତିଶତ ନେତାଙ୍କ ସମର୍ଥନ ମିଳିଛି । ସେହିପରି ଆମେରିକା ରାଷ୍ଟ୍ରପତି ରେସରେ ସାମିଲ ହୋଇଛନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ ହର୍ଷବର୍ଦ୍ଧନ ସିଂ । ଏରୋସ୍ପେସ ଇଞ୍ଜିନିୟର ହର୍ଷବର୍ଦ୍ଧନ ନିକଟରେ ଏକ ଭିଡିଓ ଜାରି କରି ଜୀବନସାରା ରିପବ୍ଲିକାନ ରହିଛନ୍ତି ବୋଲି କହିଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ଘଟିଥିବା ପରିବର୍ତ୍ତନକୁ ବଦଳାଇବା ଏବଂ ଆମେରିକାର ମୂଲ୍ୟବୋଧକୁ ପୁନଃସ୍ଥାପିତ କରିବା ପାଇଁ ଆମକୁ ଦୃଢ଼ ନେତୃତ୍ୱର ଆବଶ୍ୟକତା ରହିଛି । ସେଥିପାଇଁ  ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ୩୮ ବର୍ଷୀୟ ହର୍ଷବର୍ଦ୍ଧନ । ରିପବ୍ଲିକାନ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କ ସମେତ ପ୍ରାୟ ୧୨ ଜଣ ନେତା ରାଷ୍ଟ୍ରପତି ପ୍ରାର୍ଥୀ ରେସରେ ରହିଛନ୍ତି ।

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନରବଳି ଅଭିଯୋଗର ତନାଘନା, ୬ ଜଣଙ୍କୁ ଅଟକ ରଖି କିଆକଟା ପୋଲିସର ପଚରାଉଚରା

ଅନୁଗୁଳ: ଅନୁଗୁଳ ଆଠମଲ୍ଲିକରେ ନରବଳି ଘଟଣାର ତନାଘନା । ନାବାଳକ ସଞ୍ଜିତକୁ ନରବଳି ଅଭିଯୋଗରେ ୬ ଜଣଙ୍କୁ କିଆକଟା ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପୂର୍ବରୁ ଟୁସର ଗାଁର ରୀତାଞ୍ଜଳି ବାଘ ଓ ତାଙ୍କ ୩ ପୁଅ ସମେତ ୬ ଜଣଙ୍କୁ ଅଟକ ରଖିଛି ପୋଲିସ । ସଞ୍ଜିତ କିଛିଦିନ ହେଲା ଅସୁସ୍ଥ ଥିଲା । ଦେହ ସବୁବେଳେ ଖରାପ ହେଉଥିବାରୁ ସଞ୍ଜିତକୁ ତାଙ୍କ ମାଆ ବାସନ୍ତୀ ବିଶ୍ବାଳ ଗତ ୨୨ ତାରିଖରେ ଟୁସର ଗାଁର ରୀତାଞ୍ଜଳି ବାଘଙ୍କ ପାଖକୁ ନେଇଥିଲେ । ରୀତାଞ୍ଜଳି ମଙ୍ଗଳା ଠାକୁରାଣୀଙ୍କୁ ପୂଜା କରୁଛନ୍ତି । ମା ମଙ୍ଗଳାଙ୍କ ପାଖରେ ଅଧିଆ ପଡ଼ିଲେ ଦେହ ସୁସ୍ଥ ହୋଇଯିବ ବୋଲି ସେ କହିଥିଲେ । ପରେ ମଙ୍ଗଳା କୋଠିରେ ସଞ୍ଜିତ ରାତିରେ ଅଧିଆ ପଡ଼ିଥିଲେ । ତାଙ୍କ ମା ଅନ୍ୟ ଏକ କୋଠରିରେ ଶୋଇଥିଲେ । ହେଲେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅ କୋଠିରେ ନ ଥିଲେ । ପରେ ଏନେଇ କିଆକଟା ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୋଲିସ ତଦନ୍ତରେ ମନ୍ଥରତା ରହିଥିଲା । ଥାନାରେ ଏତଲା ଦେବାର ୫ ଦିନ ପରେ ମଧ୍ୟ ପୋଲିସ ନିଖୋଜ ନାବାଳକର ସନ୍ଧାନ ପାଇ ନଥିଲା ବେଳେ, ୨୮ ତାରିଖ ଦିନ ଜଙ୍ଗଲରୁ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହେବା ପରେ ଏହାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି ।

ତାଙ୍କୁ ବଳି ଦିଆଯାଇଥିବା ସନ୍ଦେହ କରିଛନ୍ତି । ଗୁପ୍ତଧନ ପାଇବା ଲୋଭରେ ଠାକୁରାଣୀଙ୍କ ପୂଜା କରୁଥିବା ରୀତାଞ୍ଜଳି ଏଭଳି କାଣ୍ଡ ଭିଆଇଥିବା ଲୋକମାନେ ଅଭିଯୋଗ କରି ରାସ୍ତାରୋକ କରିଥିଲେ । ପ୍ରଶାସନ ଓ ସ୍ଥାନୀୟ ବିଧାୟକ ରମେଶ ସାଏ ନାବାଳକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଏହା ସହ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଆଉ କ୍ଷତିପୂରଣ ରାଶିର ବନ୍ଦୋବସ୍ତ କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସେପଟେ ଗାଁରେ ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ପୋଲିସ ସଜାଗ ରହିଛି । ଥାନାରେ ୨ ପ୍ଲାଟୁନ ଫୋର୍ସ ମହଜୁଦ ଅଛନ୍ତି । ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତା ନିଆଯିବା ସହ SCB ରେ ଶବ ବ୍ୟବଚ୍ଛେଦ କରାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁ କିଭଳି ହେଲା ତାହା ସ୍ପଷ୍ଟ ହେବ ।

ଢେଙ୍କାନାଳରେ ଡିଆରଡିଓ ନାଁରେ ରାଇସ ପୁଲିଂ ଘଟଣା, ୨୪ ଘଣ୍ଟା ନପୂରୁଣୁ ପୋଲିସର ଆକ୍ସନ

ଢେଙ୍କାନାଳ: ନନ୍ଦିଘୋଷ ଟିଭିର ପ୍ରଭାବ । ଢେଙ୍କାନାଳରେ ଡିଆରଡିଓ ନାଁରେ ରାଇସ ପୁଲିଂ ଘଟଣା । ୨୪ ଘଣ୍ଟା ନପୁରୁଣୁ ପୋଲିସର କୁଇକ୍ ଆକ୍ସନ । ଠକଙ୍କୁ ଧରିବା ସହିତ ପୂରା ଘଟଣା ଉପରୁ ପରଦା ଉଠାଇବା ପାଇଁ ପୋଲିସ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ଟିମ୍ । ଏପରିକି ଠକଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ପ୍ରକ୍ରିୟା ଆରମ୍ଭ କରିଛି । ଆନ୍ଧ୍ରପ୍ରଦେଶ ଓ କୋଲକାତା ଯିବ ଦୁଇଟି ଟିମ୍ । ଏହା ସହିତ ଡିଆରଡିଓ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଛି ପୋଲିସ । ଜିଲ୍ଲାରେ ଥିବା ସବୁ ଥାନା ଫାଣ୍ଡିଙ୍କୁ ଏପରି ଠକଙ୍କ ଉପରେ ନଜର ରଖିବା ପାଇଁ ଏସପି ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଠକାମୀରେ ନପଡ଼ିବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ଏସପି ।

ଡିଆରଡିଓ ନାଁ ନେଇ କେମିତି ରାଇସ୍ ପୁଲିଂ କରୁଥିଲେ ଠକ । ଏନେଇ ଗତକାଲି ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି । ଏକ ଧାତୁ ଥିବା ସ୍ୱତନ୍ତ୍ର ବାକ୍ସରେ ଲେଖାଯାଇଥିଲା ଡିଆରଡିଓ । ଏଥିରେ ରିସର୍ଚ୍ଚ ସେଣ୍ଟରର ଅଧିକାରୀଙ୍କ ନକଲ ଦସ୍ତଖତ କରାଯାଇଥିଲା । ଏସବୁ ଲେଖି ଲୋକଙ୍କ ମନରେ ଏହା ଡିଆରଡିଓ ସାମଗ୍ରୀ ବୋଲି ବିଶ୍ୱାସ ଜନ୍ମାଯାଉଥିଲା । ଭିଡିଓ ପ୍ରସ୍ତୁତ କରି ଦେଶର କୋଣ ଅନୁକୋଣରେ ଥିବା ଠକ୍ ଗ୍ୟାଙ୍ଗଙ୍କ ପାଖକୁ ଏହା ପଠାଯାଉଥିଲା । ରାତି ରାତି ବଡ଼ ଲୋକ ହେବା ଲୋଭରେ ଏହି ଧାତୁକୁ ଖୋଜିବା ଆରମ୍ଭ କରିଦିଅନ୍ତି ଧନୀ ଶ୍ରେଣୀର ଲୋକ । ଫରେନ୍ ମାର୍କେଟରେ ଏହି ଧାତୁଟିର ମୁଲ୍ୟ ଶହ ଶହ କୋଟି ଟଙ୍କା । ଆମେରିକା ନାସାରେ ଏହାର ମୂଲ୍ୟ ଅମୂଲ୍ୟ ବୋଲି କହି ଲୋକଙ୍କୁ ଭୁଆଁ ବୁଲାଇ ଥାଆନ୍ତି ଠକ ଗ୍ୟାଙ୍ଗ ।

ପୁଣି ପ୍ରଶ୍ନପତ୍ର ଲିକ୍, OSSCର ULB ଆକାଉଣ୍ଟାଣ୍ଟ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

ଭଦ୍ରକ: ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ OSSC ପରୀକ୍ଷା ବେଳେ ଉତ୍ତେଜନା । OSSC ୟୁଏଲବି ଆକାଉଣ୍ଟାଣ୍ଟ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ କଲେ ପରୀକ୍ଷାର୍ଥୀ । ପରୀକ୍ଷା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପରୀକ୍ଷା ବେଳେ ଉତ୍ତେଜନା । ପରୀକ୍ଷାର୍ଥୀ ପରୀକ୍ଷା ହଲରୁ ବାହାରି ହୋହାଲା କରିବା ସହ ପାଟିତୁଣ୍ଡ କରୁଛନ୍ତି । ଘଟଣା ସ୍ଥଳରେ ଟାଉନଥାନା ପୋଲିସ ପହଞ୍ଚିଛି ।

ମସ୍କୋ ଉପରେ ଆକ୍ରମଣ, ରାତି ଅଧରେ ଡ୍ରୋନ ଆଟାକ

ମସ୍କୋ: ମସ୍କୋ ଉପରେ ହମଲା । ଅଧରାତିରେ ଡ୍ରୋନ୍ ଆଟାକ । ଋଷ ରାଜଧାନୀର ଦୁଇ ଅଫିସ ଟାଓ୍ୱାର ଉପରେ ୟୁକ୍ରେନ ଡ୍ରୋନ୍ ହମଲା କରିଥିବା ବେଳେ ଦୁଇଟି ବ୍ଲକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । କେହି ମୃତାହତ ହୋଇ ନଥିବା ମସ୍କୋ ମେୟର ସୂଚନା ଦେଇଛନ୍ତି । ହମଲା ପରେ ମସ୍କୋର ବନୁକୋଭ ଏୟାରପୋର୍ଟ ବନ୍ଦ କରିଦିଆଯାଇଛି । ବିମାନ ଉଡାଣ ବନ୍ଦ ରହିଥିବା ବେଳେ ଅବତରଣ ପାଇଁ ଅନ୍ୟ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଛି । ଆକ୍ରମଣ କରିଥିବା ଡ୍ରୋନକୁ ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଦେଇଥିବା ବେଳେ ଆଟାକ ପାଇଁ ୟୁକ୍ରେନକୁ ଦାୟୀ କରିଛି କ୍ରେମଲିନ । ୟୁକ୍ରେନ ସୀମାଠାରୁ ପ୍ରାୟ ୫ ଶହ କିମି ଦୂରରେ ହୋଇଥିବା ଏହି ଆକ୍ରମଣକୁ ଆତଙ୍କୀ ହମଲା ବୋଲି କ୍ରେମଲିନ କହିଛି । ଆମେରିକା ଓ ନାଟୋ ସହଯୋଗୀଙ୍କ ବିନା ମସ୍କୋ ଉପରେ ଏଭଳି ଆକ୍ରମଣ କରିବା ୟୁକ୍ରେନ ପକ୍ଷେ ସହଜ ନୁହେଁ ବୋଲି ମସ୍କୋ ପକ୍ଷରୁ କୁହାଯାଇଛି ।

ପ୍ଲାଷ୍ଟିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨୦ ଘଣ୍ଟା ପରେ ବି ଲିଭିନି ନିଆଁ

କୋଲକାତା: ପ୍ଲାଷ୍ଟିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ୨୦ ଘଣ୍ଟା ପରେ ବି ଲିଭିନି ନିଆଁ । ନିଆଁ ଲିଭା କାମରେ ନିୟୋଜିତ ଅଛନ୍ତି ୧୭ଟି ଦମକଳ ଗାଡ଼ି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସ୍ଥିତ ବାରାଇପୁର ମଲ୍ଲିକପୁର ଅଞ୍ଚଳରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ଗତକାଲି ବିଳମ୍ବିତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ରାତିରୁ ହିଁ ନିଆଁ ଲିଭା କାମରେ ଲାଗିଛନ୍ତି ଟିମ୍‌ । କିନ୍ତୁ ୨୦ ଘଣ୍ଟା ପରେ ମଧ୍ୟ ନିଆଁ ଲିଭିବାର ନାଁ ନେଉନି ।