spot_img
Home Blog Page 2825

ହଷ୍ଟେଲ ନିର୍ମାଣରେ ସରକାରୀ ଅର୍ଥ ଆତ୍ମସାତ ମାମଲା, ଠିକା କର୍ମଚାରୀଙ୍କ ଘରେ ରେଡ୍‌

ଭୁବନେଶ୍ବର: ସୋନପୁରରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣରେ ସରକାରୀ ଅର୍ଥ ଆତ୍ମସାତ ମାମଲା । ହିନ୍ଦୁସ୍ତାନ ଷ୍ଟିଲ୍ କନଷ୍ଟ୍ରକ୍ସନ ୱାର୍କ୍ସ ଲିମିଟେଡ୍‌ରେ ଭିଜିଲାନ୍ସ ରେଡ୍ । ବଲାଙ୍ଗୀର ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ନିର୍ଦ୍ଦେଶରେ କମ୍ପାନୀ କର୍ମଚାରୀଙ୍କ ଘର ଓ ଅଫିସରେ ଭିଜିଲାନ୍ସ ରେଡ୍ ଚାଲିଛି । ଭୁବନେଶ୍ୱର ନୟାପଲ୍ଲୀ N1/ 157 ରେ ରେଡ୍‌। ପୂର୍ବରୁ ମାମଲାରେ ସ୍ପେସାଲ୍ କ୍ଲାସ୍ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଏବଂ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ହୋଲ୍ଡର ଦୀପକ କୁମାର ଅଗ୍ରୱାଲ ଓଡ଼ିଶା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

ସୋନପୁର ଜିଲ୍ଲାର ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ୪ଟି ଶହେ ସିଟ୍ ବିଶିଷ୍ଟ ହଷ୍ଟେଲର ନିର୍ମାଣରେ ଅର୍ଥ ତୋଷ‌ାରପାତ ନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭଲ ଜିନିଷ ଲଗେଇବା ବଦଳରେ ଚାଲୁ ଜିନିଷ ବ୍ୟବହାର କରାଯାଇଛି । ବ୍ରାଣ୍ଡେଡ ଓ ଦାମୀ କମ୍ପାନୀର ଉପକରଣ ବ୍ୟବହାର ପାଇଁ ନିର୍ଦ୍ଦେଶ ଥିବା ବେଳେ, ନିମ୍ନମାନର ସାମଗ୍ରୀ ବ୍ୟବହାର କରିଛନ୍ତି କଣ୍ଟ୍ରାକ୍ଟର। ଭିଜିଲାନ୍ସ ଏ ମାମଲାର ତଦନ୍ତ କରୁଥିବା ଶୁଣି କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ଦୀପକ ଅଗ୍ରୱାଲ ଫେରାର ହୋଇଯାଇଥିଲେ।

ଅନୁସୂଚିତ ଜାତି ଛାତ୍ରନିବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ ୫ ତାରିଖ ଦିନ ଜିଲ୍ଲା କାର୍ଯ୍ୟାଳୟ (ଏସସି/ଏସଟି ଉନ୍ନୟନ ବିଭାଗ) ପତ୍ର ସଂଖ୍ୟା ୧୧୧୧, ତା. ୫.୭.୨୦୨୩ ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ପତ୍ର ଲେଖିଥିଲେ।

ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ସୋନପୁର ଭିଜିଲାନ୍ସ ଟିମ ଏବଂ କଟକ ଭିଜିଲାନ୍ସ ବିଭାଗର ବୈଷୟିକ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲେ। ସେମାନେ ମକୁନ୍ଦପୁର ଗ୍ରାମକୁ ଯାଇ ଛାତ୍ରୀନିବାସ ଅନୁଧ୍ୟାନ କରିବା ସହ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରିଥିଲେ। ଭୁବନେଶ୍ବର ଆଇଆର୍‌ସି ଭିଲେଜର ପ୍ଲଟ ନଂ. ୧/୨୦୭ରେ ଥିବା ମେସର୍ସ ହିନ୍ଦୁସ୍ତାନ ଷ୍ଟିଲୱାର୍କ୍ସ କନ୍‌ଷ୍ଟ୍ରକସନ ଲିଃ.(ଏଚ୍‌ଏସ୍‌ସିଏଲ୍‌) ନାମକ ଠିକାସଂସ୍ଥା କେବିକେ ଜିଲ୍ଲା ପାଇଁ ୨୦୧୭-୧୮ରେ ସ୍ବତନ୍ତ୍ର ଆର୍‌ଏଲ୍‌ଟିଏପି ଯୋଜନାରେ ମୁକୁନ୍ଦପୁର ଆଶ୍ରମ ସ୍କୁଲର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରିଥିଲା।

କଂଗ୍ରେସରେ ଯୋଗ ଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ବର: ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ। କଂଗ୍ରେସ ଭବନରେ ମିଶ୍ରଣ ପର୍ବରେ ସେ ଯୋଗ ଦେଇଛନ୍ତି । ଏହାସହ ଧଉଳି ଅଞ୍ଚଳର କିଛି ରାଜନେତା ବି ଯୋଗ ଦେଇଛନ୍ତି।

ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲା କୁମାର, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ଅନୁପ୍ରାଣିତ ହୋଇ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ପ୍ରବୋଧ । ଲୋକ ସେବା ପାଇଁ କଂଗ୍ରେସକୁ ଆସିଛି, ସମସ୍ତେ ମିଶିଲେ କଂଗ୍ରେସ ଆଗକୁ ଯିବ ବୋଲି ସେ କହିଛନ୍ତି ।

ୟୁପିରେ ଅଘଟଣ: ଭୁଶୁଡିଲା ତିନି ମହଲା କୋଠା, ଫସିଛନ୍ତି ୪ ଜଣ

ଲକ୍ଷ୍ନୌ: ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ଦୁଇ ମୃତ । ଉତ୍ତରପ୍ରଦେଶ ବାରବାଙ୍କୀରେ ଅଘଟଣ । ଭଙ୍ଗା ବିଲ୍ଡିଂ ତଳେ ଚାପି ହୋଇ ରହିଥିବା

୧୦ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଆଉ ୪ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଭୋର ପ୍ରାୟ ସାଢ଼େ ୩ଟା ବେଳେ ତିନି ମହଲା ବିଶିଷ୍ଟ କୋଠାଟି ଭୁଶୁଡ଼ି ପଡ଼ିଥିଲା । ଖବରପାଇ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଚଳାଇଛନ୍ତି । ଆହତମାନଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି ।

ଇସ୍ରୋ ମହିଳା ବୈଜ୍ଞାନିକଙ୍କ ପରଲୋକ, ଚନ୍ଦ୍ରଯାନ ଲଞ୍ଚିଂ ବେଳେ ଦେଇଥିଲେ ଭଏସ

ବେଙ୍ଗାଲୁରୁ: ଇସ୍ରୋ ମହିଳା ବୈଜ୍ଞାନିକଙ୍କ ପରଲୋକ । ଚନ୍ଦ୍ରଯାନ ଲଞ୍ଚିଂ ବେଳେ ଆଇକନିକ ଭଏସ ଦେଇଥିବା ମହିଳା ବୈଜ୍ଞାନିକ ଏନ ଭଲରମଥିଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଚନ୍ଦ୍ରଯାନ-୩ ଲଞ୍ଚିଂ ବେଳେ କାଉଣ୍ଟଡାଉନ ଭଏସ ଦେଇଥିଲେ ଭଲରମଥୀ ।

ଚନ୍ଦ୍ରଯାନର ସଫଳ ଉତକ୍ଷେପଣ ସହ ମିଶନ ସଫଳ ହୋଇଥିବା ବେଳେ ଲଞ୍ଚିଂ କାଉଣ୍ଟଡାଉନ୍ କରିଥିବା ସ୍ୱର କିନ୍ତୁ ଆଉ ଶୁଣିବାକୁ ମିଳିବନି । ଅନେକ ରକେଟ ଲଞ୍ଚିଂ ବେଳେ ଦମଦାର ସ୍ବରରେ ଆଇକନିକ ଭଏସ ଦେଇଥିଲେ ଭଲରମଥୀ । ମାତ୍ର ଅସୁସ୍ଥତା ଯୋଗୁ ସେ ସୂର୍ଯ୍ୟ ମିଶନ ବେଳେ କାଉଣ୍ଟଡାଉନ ଭଏସ ଦେଇପାରିନ ଥିଲେ ।

ତାମିଲନାଡ଼ୁର ଅରିୟାଲୁର ନିବାସୀ ଭଲରମଥି ଚେନ୍ନାଇରେ ଥିବା ବେଳେ ଗତ ଶନିବାର ସନ୍ଧ୍ୟାରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ଜଳିଗଲା ହସ୍ପିଟାଲ କେମୋ ଓ୍ବାର୍ଡର ଆଉଟଡୋର, ଅଳ୍ପକେ ବର୍ତ୍ତିଲେ ରୋଗୀ

ବାଲେଶ୍ବର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କେମୋ ଓ୍ବାର୍ଡ ବାହାରେ ଲାଗିଲା ନିଆଁ । ଏସିର ଆଉଟଡୋର ୟୁନିଟ୍‌ରେ ନିଆଁ ଲାଗିଯାଇଛି । ଫଳରେ ଆଉଟଡୋରଟି ଜଳି ଯାଇଛି । ନିଆଁ ଦେଖି ଭୟଭୀତ ହୋଇ ଓ୍ବାର୍ଡରୁ ବାହାରି ଆସିଥିଲେ ରୋଗୀ ଓ ସମ୍ପର୍କୀୟ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଦିବ୍ୟାଙ୍ଗଙ୍କ ପାଇଁ କ୍ରୁଟ୍‌ର ଅଭିନବ ଯୋଜନା, ବସରେ ଚଢ଼ିବା ଓ ଓହ୍ଲାଇବା ପାଇଁ ଲିଫ୍ଟ ବ୍ୟବସ୍ଥା

0

ଭୁବନେଶ୍ବର: ଦିବ୍ୟାଙ୍ଗଙ୍କ ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ କ୍ରୁଟ୍ ଏକ ଅଭିନବ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି। ଏହି ଯୋଜନାରେ ଭୁବନେଶ୍ୱର ସହରରେ ଭିନ୍ନକ୍ଷମଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଥିବା ନୂତନ ଇଲେକ୍ଟ୍ରିକ୍ ବସ ଚଳାଚଳ କରିବ। ଏଥିରେ ସାଧାରଣ ଯାତ୍ରୀ ବି ଯାତାୟାତ କରିବା ବ୍ୟବସ୍ଥା କରାଯିବ।

ଦିବ୍ୟାଙ୍ଗଙ୍କ ପାଇଁ ସାଧାରଣ ସିଟ୍‌କୁ ଛାଡ଼ି ସ୍ଵତନ୍ତ୍ର ସିଟ୍ ବ୍ୟବସ୍ଥା ରହିବ। ବସରେ ଚଢ଼ିବା ଓ ଓହ୍ଲାଇବା ପାଇଁ ଲିଫ୍ଟ ବ୍ୟବସ୍ଥା କରାଯିବ । ଜଣେ ଦିବ୍ୟାଙ୍ଗ ବିନା ସାହାରାରେ ସିଧାସଳଖ ଭାବେ ବସରେ ଚଢ଼ିପାରିବେ ଏବଂ ଓହ୍ଲାଇ ପାରିବେ। ପୂର୍ବରୁ କ୍ରୁଟ୍ ଚଲାଉଥିବା ବସଗୁଡ଼ିକରେ ଯଦିଓ ଭିନ୍ନକ୍ଷମଙ୍କ ନିମନ୍ତେ ଟିକେଟରେ ରହାତି ଓ ସ୍ୱତନ୍ତ୍ର ସିଟ୍ ବ୍ୟବସ୍ଥା ରହିଥିଲା ଏହା ଶତ ପ୍ରତିଶତ ସଫଳ ହେଉ ନ ଥିଲା ।

ବାହାର ରାଜ୍ୟ ଭଳି ଏଣିକି ଓଡ଼ିଶାରେ ସ୍ଵତନ୍ତ୍ର ଲିଫ୍ ବ୍ୟବସ୍ଥା ଥିବା ‘ଲୋ ସ୍କୋର୍‌ ବସ୍ ଚଳାଚଳ କରିବାକୁ ଯାଉଥିବା କୁଟ୍ର ଅପରେସନ୍ ହେଡ୍ ସଞ୍ଜୟ ବିଶ୍ଵାଳ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର: ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ଯାନ୍ତ୍ରିକ ତ୍ରୁଟି ସିଗ୍ନାଲ ମିଳିବା ପରେ ଜରୁରୀ ଅବତରଣ କଲେ ପାଇଲଟ । ଟେକଅପ୍ କରିବାର ୨୫ ମିନିଟ ପରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଯାତ୍ରୀଙ୍କୁ ସତର୍କ କରାଇ ବିମାନ ଫେରାଇ ଆଣିଲେ ପାଇଲଟ ।

ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିଲା ଇଣ୍ଡିଗୋ 6E 2065 ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଅବତରଣ ପରେ ବିମାନର ଯାନ୍ତ୍ରିକ ତ୍ରୁଟିକୁ କରାଗଲା ଯାଞ୍ଚ୍‌ । ସବୁ ସ୍ବାଭାବିକ ଥିବା କହିଲେ ଏୟାରପୋର୍ଟ ନିର୍ଦ୍ଦେଶକ । ଡିଜିସିଏ ଅନୁମତି ପରେ ପୁଣି ଉଡାଣ ଭରିବ ବିମାନ ।

ଆସନ୍ତା ୨୪ ଘଣ୍ଚାରେ ଲଘୁଚାପ, ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କତା ଜାରି

ଭୁବନେଶ୍ବର: ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଚାରେ ନେବ ଲଘୁଚାପର ରୂପ । ପ୍ରଭାବରେ ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ ଓ ବିସ୍ତୃତି। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ କୋରାପୁଟ, କଳାହାଣ୍ଡି, ମାଲକାନଗିରି ଏବଂ ନବରଙ୍ଗପୁରକୁ ସତର୍କତା ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୭୦ରୁ ୨୦୦ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ।

ଆସନ୍ତାକାଲି ୧୧ ଜିଲ୍ଲା, ୬ରେ ୧୩ଜିଲ୍ଲା ଏବଂ ୭ରେ ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। । ବର୍ଷା ସମୟରେ ବଜ୍ରପାତ ବେଶୀ ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ଏହି ସମୟରେ ଘରୁ ନବାହରିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ୧୧ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ତେବେ ତାର ତୀବ୍ରତା କେତେ ରହିବ ଏବଂ ବର୍ଷାର ପରିମାଣ କେତେ ହେବ ସେନେଇ ଆକଳନ ହୋଇନି ।

ମୌସୁମୀ ସିଜିନ୍ ଜୁନ ୧ ତାରିଖରୁ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୧୫ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ତେବେ ସାମ୍ଭାବ୍ୟ ଲଘୁଚାପ ସାମାନ୍ୟ ନିଅଣ୍ଟିଆ ଭରଣା କରିପାରେ।

ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ନୀତି, ଅପରାହ୍ନ ୩ଟାରୁ ମନ୍ଦିର ବନ୍ଦ

ପୁରୀ: ଆଜି ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଅନୁଷ୍ଠିତ ହେବ ରାହୁରେଖା ଲାଗି ନୀତି । ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । ଏହି ନୀତି ଆପାତତଃ ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ଚାଲୁ ରହିବ ।

ମହାପ୍ରଭୁଙ୍କର ଏହା ଗୁପ୍ତନୀତି ହୋଇଥିବାରୁ ୫ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା।

ପାଲେକେଲରେ ଆଜି ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଓ ନେପାଳ ।

0

ପାଲେକେଲ: ଆଜି ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଓ ନେପାଳ । ଦିନ ୩ଟାରେ ମ୍ୟାଚ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଗତ ଶନିବାର ପାକିସ୍ତାନ ସହ ଭାରତର ପ୍ରଥମ ମୁକାବିଲା ରଦ୍ଦ ହୋଇଥିଲା । ବର୍ଷା କାରଣରୁ ପାକିସ୍ତାନ ପଡ଼ିଆକୁ ଓହ୍ଲାଇବାକୁ ସକ୍ଷମ ହୋଇନଥିଲା । ଫଳରେ ମ୍ୟାଚ ରଦ୍ଦ ଦ୍ବାରା ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଥିଲେ ।

ଆଜି ନେପାଳ ବିପକ୍ଷରେ ମ୍ୟାଚ ଜିତି ସୁପର ଫୋରକୁ ଭାରତ ଯିବାକୁ ଲକ୍ଷ୍ୟ ରଖିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ଓପନିଂ ପ୍ରଦର୍ଶନ ଦୁର୍ବଳ ରହିଥିଲା । ତ୍ରୁଟିକୁ ସୁଧାରି ଭାରତ ଭଲ ପ୍ରଦର୍ଶନ କରିବାକୁ ରଣନୀତି କରିଛି । ସେପଟେ ପ୍ରଥମ ମ୍ୟାଚରେ ପାକିସ୍ତାନ ଠୁ ହାରିବା ପରେ ଆଜି ଭାରତ ସହିତ ମୁକାବିଲା କରିବ ନେପାଳ । ଭଳ ପ୍ରଦର୍ଶନ ସହିତ ବିଜୟ ପାଇଁ ଆଶା ରଖିଛି ନେପାଳ ।