spot_img
Home Blog Page 2829

ସ୍ୱିଡେନରେ ପବିତ୍ର ଗ୍ରନ୍ଥ କୁରାନ ପୋଡିକୁ ନେଇ ମୁସଲିମ୍ ଦେଶଗୁଡ଼ିକରେ ପ୍ରତିବାଦ

ନନ୍ଦିଘୋଷ ବ୍ୟୁରୋ: ୟୁରୋପୀୟ ଦେଶ ସ୍ବିଡେନରେ ଇସଲାମର ପବିତ୍ର ଗ୍ରନ୍ଥ କୁରାନ ପୋଡିଯିବା ଘଟଣା । ଏଭଳି ଘଟଣାକୁ ନେଇ ସାରା ବିଶ୍ବରେ ସମାଲୋଚିତ ହୋଇଥିଲା ସ୍ବିଡେନ । ସାଉଦି ଆରବ ସମେତ ସମଗ୍ର ମୁସଲମାନ ଦେଶ ଏହାକୁ ବିରୋଧ କରିଥିଲେ । ଠିକ ଏହି ସମୟରେ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୋସଲବିନ ଫରହାନ ସ୍ବିଡେନର ବୈଦେଶିକ ମନ୍ତ୍ରୀ ଟୋବିଆସ ବିଲଷ୍ଟ୍ରୋମଙ୍କୁ ତାଗିଦ କରିଛନ୍ତି । ଫୋନରେ ସେ ସ୍ବିଡେନର ନେତାଙ୍କୁ କହିଛନ୍ତି, ଯେ ଏଭଳି ଘଟଣା କ୍ରମାଗତ ଭାବେ ଘଟୁଛି ତେଣୁ ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି ହେଉଛି । ଏଭଳି କାର୍ଯ୍ୟକୁ ତୁରନ୍ତ ବନ୍ଦକର ।

ସାଉଦି ଆରବର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ବାରମ୍ବାର କୁରାନ ଜଳିବା ଏବଂ ଇସଲାମ ବିରୋଧରେ ଅନ୍ୟାନ୍ୟ ଅପରାଧ ଘୃଣାକୁ ପ୍ରୋତ୍ସାହନ କରିଥାଏ । ସାଉଦି ଆରବର ବୈଦେଶିକ ମନ୍ତ୍ରୀଙ୍କ ସହ ବାର୍ତ୍ତାଳପରେ ସ୍ବିଡେନ ନେତା ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ସ୍ବାଧିନତାର ସାମ୍ବିଧାନିକ ଅଧିକାରକୁ କିପରି କିଛି ଲୋକ ପ୍ରଭାବିତ କରନ୍ତି ସେକଥା କହିଛନ୍ତି । ପ୍ରିନ୍ସ ଫୋସଲଙ୍କୁ ଆଶ୍ବାସନା ଦେଇ ବିଲଷ୍ଟ୍ରୋମ କହିଛନ୍ତି ସ୍ବିଡେନ ସମସ୍ତ ଧର୍ମ ଏବଂ ଧାର୍ମିକ ଗ୍ରନ୍ଥ ପ୍ରତି ଏଭଳି ଘଟଣାକୁ ବନ୍ଦ କରିବାକୁ ଚାହୁଁଛି । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏଭଳି ଘଟଣା ରାଜନୈତିକ ଫାଇଦା ପାଇଁ କରାଯାଇଥାଏ ।

କାରଣ ଆସନ୍ତା ବର୍ଷ ସ୍ବିଡେନରେ ସଂସଦ ନିର୍ବାଚନ ଅଛି ତେଣୁ ଏଭଳି କାର୍ଯ୍ୟା ଦେଖିବାକୁ ମିଳୁଛି । ମୁସଲମାନ ଦେଶର ଏକ ସଂଗଠନ ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋପରେସନ୍ (OIC) ଏହି ଘଟଣାରେ ଆସନ୍ତା ଜୁଲାଇ ୩୧ରେ ଏକ ବଡ ବୈଠକ କରିବାକୁ ସ୍ଥିର କରିଛନ୍ତି । ସାଉଦି ଆରବ ଏବଂ ଇରାକ୍ ଏହି ବୈଠକ ଡାକିଛନ୍ତି । ପୂର୍ବରୁ ସଂଗଠନ ଏହି ଘଟଣାକୁ ନେଇ ଜୁଲାଇ ୨ତାରିଖରେ ବୈଠକ ଡାକିଥିଲା । ସେପଟେ ଡେନର୍ମାକର ରାଜଧାନୀ କପିଳେନ୍ଦ୍ରରେ କୁରାନ ଜଳିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ।

ଗତ ସପ୍ତାହରେ ଇରାକ୍, ଇଜିପ୍ଟ ଏବଂ ତୁର୍କୀର ଦୂତାବାସ ସମୁଖରେ କୁରାନର ନକଲି ଜଳିଯାଇଥିଲା । ସ୍ବିଡେନ ଏବଂ ଡେନମାର୍କାରେ ଏଭଳି ଘଟଣାକୁ କତାର, ଜୋର୍ଡାନ, ମୋରୋକୋ, ତୁର୍କୀ, ୟୁଏଇ, ଇରାନ ଏବଂ ୟେମେନ ସମେତ ସମସ୍ତ ମୁସଲମାନ ଦେଶ ବିରୋଧ କରିଥିଲେ । ଘଟଣାକୁ ନେଇ ସାଉଦି ଆରବ ଡେନମାର୍କର ପ୍ରତିନିଧିଙ୍କୁ ଡାକି ସତ୍ୟର ବର୍ଣ୍ଣନା କରିଥିଲା । କିନ୍ତୁ ଏହା ପରେ ଇରାକରେ ଥିବା ସ୍ବିଡେନ ଦୂତାବାସରେ ନିଆଁ ଲଗାଇ ଦିଆଯାଇଥିଲା ।

ଅନ୍ୟପଟେ ଜାତିସଂଘ ମାନବାଧିକାର ଆୟୋଗ ମଧ୍ୟ ଗତ ମାସରେ ଧାର୍ମିକ ଘୃଣା ଏବଂ କୁସଂସ୍କାର ଉପରେ ଏକ ସଂକଳ୍ପ ପାରିତ କରିଛନ୍ତି । ପାକିସ୍ତାନ ସମେତ ଅଣ-ମୁସଲମାନ ସଂଖ୍ୟାଲଘୁ ଦେଶ, ଭାରତ ଏବଂ ଭିଏତନାମା ପରି (OIC) ଦେଶ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଆମେରିକା ଏବଂ ୟୁରୋପୀୟ ସଂଘ ଅଭିବ୍ୟକ୍ତିର ସ୍ବାଧିନତା ନାମରେ ପ୍ରସ୍ତାବକୁ ବିରୋଧ କରିଥିଲା ।

ଶିମିଳିପାଳରେ ବୃଦ୍ଧି ପାଇଲା ବାଘ ସଂଖ୍ୟା, ହେଲେ ରାଜ୍ୟରେ ହ୍ରାସ ପାଇଛି ସଂଖ୍ୟା

ଭୁବନେଶ୍ୱର: ଶିମିଳିପାଳରେ ବୃଦ୍ଧି ପାଇଲା ବାଘ ସଂଖ୍ୟା । ୧୬କୁ ବୃଦ୍ଧି ପାଇଲା ବାଘ ସଂଖ୍ୟା । ୨୦୧୮ରେ ଶିମିଳିପାଳରେ ଥିଲେ ୮ବାଘ । ସେପଟେ ଶିମିଳିପାଳରେ ବଢ଼ିଥିଲେ ହେଁ ରାଜ୍ୟରେ କମିଛି ବାଘ ସଂଖ୍ୟା । ରାଜ୍ୟରେ ମାତ୍ର ୨୦ଟି ବାଘ ଥିବା ଗଣନାର ଜଣାପଡ଼ିଛି । ପୂର୍ବ ଗଣନାରେ ରାଜ୍ୟରେ ୨୮ଟି ବାଘ ଥିବା ଜଣାପଡ଼ିଥିଲା । ଅନପଟେ ନିଜସ୍ଵ ବାଘ ଓ ହାତୀ ଗଣନା କରିବେ ରାଜ୍ୟ ସରକାର । ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା ।

ଦୁଇଟି ପର୍ଯ୍ୟାୟରେ ହେବ ଗଣନା । ଟ୍ରାଞ୍ଜାକ୍ଟ ଆନାଲିସିସ ଓ କ୍ୟାମେରା ଟ୍ରାପ ଜରିଆରେ ହେବ ବାଘ ଗଣନା । ଟ୍ରାଞ୍ଜାକ୍ଟ ଆନାଲିସିସରେ ପାଦ ଚିହ୍ନ, ସ୍କ୍ରାଚ ମାର୍କ ଆଦି ଆଧାରରେ ବାଘ ଗଣନା କରାଯିବ । CCTV କ୍ୟାମେରା ଟ୍ରାପ୍ ଜରିଆରେ ବାଘର ଚଳପ୍ରଚଳକୁ କଏଦ କରାଯିବ । ପ୍ରାୟ ଦେଢ଼ ମାସ ଧରି ଚାଲିବ ବାଘ ଗଣନା । ସେହିପରି ୨୦୨୪ ମେ’ରୁ ରାଜ୍ୟ ସରକାର କରିବେ ହାତୀ ଗଣନା । ବନ ବିଭାଗର ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ନିର୍ମାଣଧୀନ ଘରର ସ୍ୱରେଜ ଟାଙ୍କିର ପଟା ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଶିଶୁପାଳ ଗଡ଼ରେ ଅଘଟଣ । ନିର୍ମାଣଧୀନ ଘରର ସ୍ୱରେଜ ଟାଙ୍କିର ପଟା ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ । ସାଥୀ ଶ୍ରମିକଙ୍କୁ ବଞ୍ଚେଇବାକୁ ଯାଇ ଚାଲିଗଲା ଅନ୍ୟ ଜଣଙ୍କ ଜୀବନ । ଦୁଇ ଜଣଙ୍କ ଘର ହେଉଛି ପଶ୍ଚିମବଙ୍ଗର ବୀର ଭୁମିର । ଘର ମାଲିକ କାକଟପୁରର ଦେବ କୃପା ଦଳେଇ, ଘର କାମ କରିବାକୁ ପଶ୍ଚିମବଙ୍ଗର ଠିକାଦାରଙ୍କୁ ଦାୟିତ୍ବ ଦେଇଥିଲେ । ଆଜି 4 ଜଣ ଶ୍ରମିକ ଶିଶୁପାଳଗଡ଼ ରଘୁନାଥ ନଗର ନିର୍ମାଣ ଧୀନ ଘରର ସ୍ବରେଜ ଟାଙ୍କିର ପଟା ସେଣ୍ଟ୍ରିଙ୍ଗ ଖୋଲୁ ଥିଲେ ।

ଘର ମାଲିକଙ୍କ ପୁଅ ଓ ଦୁଇ ଶ୍ରମିକ ଅନ୍ୟ ଦୁଇ ଶ୍ରମିକଙ୍କୁ ସ୍ୱରେଜ ଟାଙ୍କିର ପଟା ସେଣ୍ଟ୍ରିଙ୍ଗ ଖୋଲିବାକୁ ମନା କରିଥିଲେ । ବାରଣ ସତ୍ବେ ଦୁଇ ମୃତକଙ୍କ ମଧ୍ୟରୁ ଜଣେ ସେଣ୍ଟିଙ୍ଗ ଖୋଲିବାକୁ ଯାଇଥିଲେ । ଖୋଲିବା ସମୟରେ ଶ୍ବାସରୁଦ୍ଧ ହୋଇ ଜଣେ ଶ୍ରମିକ ଟାଙ୍କିରେ ପଡ଼ିଗଲେ । ଅନ୍ୟ ସହଯୋଗୀ ଜଣକ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଟାଙ୍କିରେ ଫସିଗଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଫ୍ୟାନ ଲଗାଇ ପଟା କାଟି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ବି ଉଭୟଙ୍କୁ ବଞ୍ଚାଇ ପାରି ନଥିଲେ । ଖବର ପାଇ ଘଟଣା ସ୍ଥଳରେ ଧଉଳି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କଲେ 5T ସଚିବ, କହିଲେ ବିପର୍ଯ୍ୟୟ ମୁକାବିଲା କଥା

କାଲିଫର୍ଣ୍ଣିଆ: ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆରେ 5T ସଚିବ ଭି.କେ ପାଣ୍ଡିଆନ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାରେ ଆରମ୍ଭ ହୋଇଥିବା ରୂପାନ୍ତରଣ ପ୍ରକ୍ରିୟା ଏବଂ ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା ନେଇ ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଛନ୍ତି ।

୨୦୧୩ ଫାଇଲିନ ମୁକାବିଲାରେ ଜିରୋ କାଜୁଆଲଟିର ସଙ୍କଳ୍ପ ନେଇ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲାର ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ସାରା ବିଶ୍ବ ପାଇଁ ଉଦାହାରଣ ପାଲଟିଛି । ଓଡ଼ିଶା ଏବେ ବିଶ୍ବ ପାଇଁ ବିପର୍ଯ୍ୟୟ ମୁକାବିଲାର ମାର୍ଗଦର୍ଶକ । ଯେକୌଣସି ବିପର୍ଯ୍ୟୟ ପୂର୍ବରୁ ରାଜ୍ୟ ସରକାର କୌଣସି ଗୋଟିଏ ମଡେଲକୁ ଅନୁକରଣ କରନ୍ତି ନାହିଁ । ସବୁ ମଡେଲକୁ ଅନୁଶୀଳନ କରି ସବୁଠାରୁ ବଡ଼ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ପ୍ରସ୍ତୁତି କରନ୍ତି ବୋଲି 5T ସଚିବ ଭି.କେ ପାଣ୍ଡିଆନ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରିଛନ୍ତି ।

ସେ କହିଛନ୍ତି ଯେ, ଏବେ ରାଜ୍ୟରେ ସବୁ ଐତିହ୍ୟ କ୍ଷେତ୍ର ଓ ଧର୍ମିକ ଅନୁଷ୍ଠାନର ରୂପାନ୍ତରଣ ଜାରି ରହିଛି । ଏହାର ଉଦ୍ଦେଶ୍ୟ ହେଉଛି, ଆମ ସଂସ୍କୃତିର ମୂଳଦୁଆ ଉପରେ ଛିଡ଼ା ହୋଇ ରାଜ୍ୟ ବିକାଶ ସାଧନ କରୁଛି । ବିକାଶରେ ଲାଗିଛି ସ୍ବପ୍ନର ଡେଣା ।

ଇସଲାମର ପବିତ୍ର ଗ୍ରନ୍ଥ କୋରାନ ପୋଡିକୁ ନେଇ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ : ୟୁରୋପ ଦେଶର ସ୍ବିଡେନରେ ଇସଲାମର ପବିତ୍ର ଗ୍ରନ୍ଥ କୋରାନ ପୋଡିଯିବା ଘଟଣା । ଏଭଳି ଘଟଣାକୁ ନେଇ ସାରା ବିଶ୍ବରେ ସମାଲୋଚିତ ହୋଇଥିଲା ସ୍ବିଡେନ । ସାଉଦି ଆରବ ସମେତ ସମଗ୍ର ମୁସଲମାନ ଦେଶ ଏହାକୁ ବିରୋଧ କରିଥିଲେ । ଠିକ ଏହି ସମୟରେ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୋସଲବିନ ଫରହାନ ସ୍ବିଡେନର ବୈଦେଶିକ ମନ୍ତ୍ରୀ ଟୋବିଆସ ବିଲଷ୍ଟ୍ରୋମଙ୍କୁ ତାଗିଦ କରିଛନ୍ତି ।

ଫୋନରେ ସେ ସ୍ବିଡେନର ନେତାଙ୍କୁ କହିଛନ୍ତି, ଯେ ଏଭଳି ଘଟଣା କ୍ରମାଗତ ଭାବେ ଘଟୁଛି ତେଣୁ ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି ହେଉଛି । ଏଭଳି କାର୍ଯ୍ୟକୁ ତୁରନ୍ତ ବନ୍ଦକର । ସାଉଦି ଆରବର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ବାରମ୍ବାର କୋରାନ ଜଳିବା ଏବଂ ଇସଲାମ ବିରୋଧରେ ଅନ୍ୟାନ୍ୟ ଅପରାଧ ଘୃଣାକୁ ପ୍ରୋତ୍ସାହନ କରିଥାଏ । ସାଉଦି ଆରବର ବୈଦେଶିକ ମନ୍ତ୍ରୀଙ୍କ ସହ ବାର୍ତ୍ତାଳପରେ ସ୍ବିଡେନ ନେତା ଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ।

ସ୍ବାଧିନତାର ସାମ୍ବିଧାନିକ ଅଧିକାରକୁ କିପରି କିଛି ଲୋକ ପ୍ରଭାବିତ କରନ୍ତି ସେକଥା କହିଛନ୍ତି । ପ୍ରିନ୍ସ ଫୋସଲଙ୍କୁ ଆଶ୍ବାସନା ଦେଇ ବିଲଷ୍ଟ୍ରୋମ କହିଛନ୍ତି ସ୍ବିଡେନ ସମସ୍ତ ଧର୍ମ ଏବଂ ଧାର୍ମିକ ଗ୍ରନ୍ଥ ପ୍ରତି ଏଭଳି ଘଟଣାକୁ ବନ୍ଦ କରିବାକୁ ଚାହୁଁଛି । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏଭଳି ଘଟଣା ରାଜନୈତିକ ଫାଇଦା ପାଇଁ କରାଯାଇଥାଏ ।

କାରଣ ଆସନ୍ତା ବର୍ଷ ସ୍ବିଡେନରେ ସଂସଦୀୟ ନିର୍ବାଚନ ଅଛି ତେଣୁ ଏଭଳି କାର୍ଯ୍ୟ ଦେଖିବାକୁ ମିଳୁଛି । ମୁସଲମାନ ଦେଶର ଏକ ସଂଗଠନ ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋପରେସନ୍ (OIC) ଏହି ଘଟଣାରେ ଆସନ୍ତା ଜୁଲାଇ ୩୧ରେ ଏକ ବଡ ବୈଠକ କରିବାକୁ ସ୍ଥିର କରିଛନ୍ତି । ସାଉଦି ଆରବ ଏବଂ ଇରାକ୍ ଏହି ବୈଠକ ଡାକିଛନ୍ତି । ପୂର୍ବରୁ ସଂଗଠନ ଏହି ଘଟଣାକୁ ନେଇ ଜୁଲାଇ ୨ତାରିଖରେ ବୈଠକ ଡାକିଥିଲା ।

ସେପଟେ ଡେନର୍ମାକର ରାଜଧାନୀ କପିଳେନ୍ଦ୍ରରେ କୋରାନ ଜଳିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଗତ ସପ୍ତାହରେ ଇରାକ୍, ଇଜିପ୍ଟ ଏବଂ ତୁର୍କୀର ଦୂତାବାସ ସମୁଖରେ କୋରାନର ନକଲି ଜଳିଯାଇଥିଲା । ସ୍ବିଡେନ ଏବଂ ଡେନମାର୍କାରେ ଏଭଳି ଘଟଣାକୁ କତାର, ଜୋର୍ଡାନ, ମୋରୋକୋ, ତୁର୍କୀ, ୟୁଏଇ, ଇରାନ ଏବଂ ୟେମେନ ସମେତ ସମସ୍ତ ମୁସଲମାନ ଦେଶ ବିରୋଧ କରିଥିଲେ । ଘଟଣାକୁ ନେଇ ସାଉଦି ଆରବ ଡେନମାର୍କର ପ୍ରତିନିଧୀଙ୍କୁ ଡାକି ସତ୍ୟର ବର୍ଣ୍ଣନା କାରାଯାଇଥିଲା । କିନ୍ତୁ ଏହା ପରେ ଇରାକରେ ଥିବା ସ୍ବିଡେନ ଦୂତାବାସରେ ନିଆଁ ଲଗାଇ ଦିଆଯାଇଥିଲା । ଅନ୍ୟପଟେ ଜାତିସଂଘ ମାନବାଧିକାର ଆୟୋଗ ମଧ୍ୟ ଗତ ମାସରେ ଧାର୍ମିକ ଘୃଣା ଏବଂ କୁସଂସ୍କାର ଉପରେ ଏକ ସଂକଳ୍ପ ପାରିତ କରିଛନ୍ତି । ପାକିସ୍ତାନ ସମେତ ଅଣ-ମୁସଲମାନ ସଂଖ୍ୟାଲଘୁ ଦେଶ, ଭାରତ ଏବଂ ଭିଏତନାମା ପରି (OIC) ସେଶ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଆମେରିକା ଏବଂ ୟୁରୋପୀୟ ସଂଘ ଅଭିବ୍ୟକ୍ତିର ସ୍ବାଧିନତା ନାମରେ ପ୍ରସ୍ତାବକୁ ବିରୋଧ କରିଥିଲା ।

ଥାନା ଆଗରେ ଜଣେ ପ୍ରେମିକାକୁ ୨ ପ୍ରେମିକ ବାଡ଼ାବାଡ଼ି

ଭୁବନେଶ୍ବର: ପ୍ରେମ ପାଇଁ ମହାଭାରତ । ଜଣେ ପ୍ରେମିକାକୁ ୨ ପ୍ରେମିକ । ସାମ୍ନା ସାମ୍ନି ହେବାପରେ ଥାନା ଆଗରେ ବାଡାବାଡ଼ି। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଆଗରେ ଏପରି ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି  । ଗତକାଲି ସନ୍ଧ୍ୟାରେ ଥାନା ଆଗରେ ଜଣେ ଯୁବତୀଙ୍କ ପାଇଁ ଦୁଇଜଣ ଯୁବକ ମାର୍‌ପିଟ୍‌  ହେଉଥିବା ଭିଡିଓ ସାମ୍ନାକୁ ଆସିଛି ।

ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ମିଶି ଆଉ ଜଣେ ଯୁବକଙ୍କୁ ମାଡ ମାରୁଥିଲେ। ହଠାତ୍ କିଛି ବୁଝିବା ପୂର୍ବରୁ ଥାନା ଆଗରେ ଜମା ହୋଇଯାଇଥିଲା ଲୋକଙ୍କ ଭିଡ। ଯୁବତୀ ଜଣକ ଦୁଇ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ବେଳେ ଉଭୟ ପ୍ରେମିକ ଏବିଷୟରେ ଆଦୌ ଅବଗତ ନଥିଲେ  । କିନ୍ତୁ ପୂର୍ବ ପ୍ରେମିକ ଏସବୁର ପର୍ଦ୍ଦାଫାସ କରିଥିବାରୁ ଉଭୟ ପ୍ରେମିକା ଆଉ ବର୍ତ୍ତମାନର ପ୍ରେମିକ ମିଶି ତାଙ୍କୁ ଉତ୍ତମମଧ୍ୟମ ଦେଇଥିଲେ।

ସ୍ଥାନୀୟ ଲୋକ ଘଟଣା କଣ ଜାଣିବା ପାଇଁ ପଚାରିବାରୁ କମେଣ୍ଟ ମରାକୁ ନେଇ ଏପରି ହୋଇଛି ବୋଲି କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ ପ୍ରେମିକା ।ତେବେ ଦୁଇ ପ୍ରେମିକ ଏବଂ ପ୍ରେମିକାଙ୍କ ବିଚ୍ ରାସ୍ତାରେ ଝଗଡ଼ା ଓ ମାର୍ ପିଟ୍ କଥା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଦୀପାଳି

ଭୁବନେଶ୍ବର: ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୋର୍ଡ ସଦସ୍ୟା ତଥା ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଧନ୍ୟବାଦ ଜଣାଇଛନ୍ତି ।

ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ପୂରଣ କରିଛନ୍ତି । ଅଗଷ୍ଟ ପ୍ରଥମ କି ଦ୍ଵିତୀୟ ସପ୍ତାହରେ ବୋର୍ଡ ବୈଠକ ଡକାଯିବ । ବୀମାରାଶି ଓ ସରକାରୀ ସୁବିଧା ପ୍ରଦାନ, ଡ୍ରାଇଭରଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ସହାୟତା ପ୍ରଦାନ ନେଇ ଆଲୋଚନା ହେବ ।

ଦୀପାଳିଙ୍କ ସହ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ଆଲୋଚନା କରିଥିଲା । ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ଆବାହକ ପ୍ରଶାନ୍ତ ମେଣ୍ଡିଲ କହିଛନ୍ତି, ଓଡ଼ିଶା ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ ପରେ ଆନ୍ଦୋଳନ ପ୍ରତ୍ୟାହର ହୋଇଛି । ଆମେ ଆନ୍ଦୋଳନସ୍ଥଳ ଛାଡ଼ିବୁ । ଆଲୋଚନାରେ ଓଡ଼ିଶା ଡ୍ରାଇଭର ମହାସଂଘ, ଓଡ଼ିଶା ମୋଟର ଚାଳକ ସଂଘ, ଅଲ ଓଡ଼ିଶା ପରିବହନ ସଂଘ, କଳିଙ୍ଗ ଆଟୋ ଚାଳକ ମହାସଂଘ ଓ ନାଇଟ ହେଲ୍ପକ୍ୟାପ ଟ୍ରଷ୍ଟ ସାମିଲ ଥିଲେ ।

ବାହାନଗା ଅଞ୍ଚଳର ବ୍ୟକ୍ତି ପୁରୀ ସମୁଦ୍ରରେ ନିଖୋଜ

ପୁରୀ: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ପର୍ଯ୍ୟଟକ ନିଖୋଜ । ସମୁଦ୍ରର ୮ ନମ୍ବର ଜୋନରେ ଘଟିଛି ଏଭଳି ଘଟଣା । ନିଖୋଜ ବ୍ୟକ୍ତି ଜଣକ ହେଲେ ବାଲେଶ୍ବର ବାହାନଗା ଅଞ୍ଚଳର ସଞ୍ଜୟ ଜେନା । ନିଖୋଜ ବ୍ୟକ୍ତିଙ୍କ ସହିତ ଆସିଥିବା ଲୋକେ ଏ ନେଇ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଛନ୍ତି ।

ସୃଷ୍ଟି ହେଲା ଲଘୁଚାପ! ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ସୃଷ୍ଟି ହେଲା ଲଘୁଚାପ । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଏହି ଲଘୁଚାପ ଗତି କରିବ । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଜଡ଼ିତ ଘୂର୍ଣ୍ଣିବଳୟ ବାୟୂମଣ୍ଡଳର ୫.୮ କିଲୋମିଟର ଯାଏ ବ୍ୟାପିଛି । ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ପ୍ରବଳ ବର୍ଷା ହେବ । ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୂରଭ଼ଞ୍ଜ ଓ କେନ୍ଦୁଝରରେ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

OSSC ପ୍ରଶ୍ନପତ୍ର ଲିକ୍ ମାମଲା , ୫୫ ପରୀକ୍ଷାର୍ଥୀଙ୍କୁ କାରଣଦର୍ଶାଅ ନୋଟିସ

ବାଲେଶ୍ୱର: JE ପ୍ରଶ୍ନପତ୍ର ଡିଲ୍ ମାମଲା  । ବାଲେଶ୍ୱର ପୋଲିସର ରିପୋର୍ଟ ପରେ ତତ୍ପର ହେଲା OSSC । ୫୫ପରୀକ୍ଷାର୍ଥୀଙ୍କୁ କାରଣଦର୍ଶାଅ ନୋଟିସ ଜାରିକଲା OSSC । OSSC ପରୀକ୍ଷାରୁ ଜୀବନବ୍ୟାପୀ ବାରଣ ନେଇ ନୋଟିସ ଜାରିକରାଯାଇଛି । ଏହି ମାମଲାରେ ସମ୍ପୃକ୍ତ ସବୁ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ OSSC ଦୃଢ଼ ରହିଛି  । OSSC ସଚିବଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।