ନୂଆଦିଲ୍ଲୀ: ଟ୍ରାଫିକ୍ ଜାମରୁ ମୁକ୍ତି ପାଇବାର ସହଜ ଉପାୟ । ଫୁଟ ଓଭର ବ୍ରିଜ୍ ଦେଇ ଗଲା ଅଟୋ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ୟୁଜର୍ସମାନେ ଦେଉଛନ୍ତି ମଜାଳିଆ କମେଣ୍ଟ । ନୂଆଦିଲ୍ଲୀରୁ ଆସିଛି ଏଭଳି ଖବର । ଜି-୨୦ ଶିଖର ସମ୍ମିଳନୀ ହେବାକୁ ଥିବାବେଳେ ପ୍ରସ୍ତୁତି ଜୋରଦାର ଚାଲିଛି । ଯେଉଁ କାରଣରୁ ଟ୍ରାଫିକ୍ ଜାମ ହେଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ସମୟରେ ଅଟୋ ଚାଳକ ଦୀର୍ଘ ସମୟ ଅଟକି ରହିବା ପରେ ଶେଷରେ ଫୁଟ୍ ଓଭର ବ୍ରଜି୍ ଦେଇ ଯାଇଥିବାର ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ହମଦର୍ଦନଗର ରୋଡ୍ ଲାଇଟ୍ ସଙ୍ଗମ ବିହାର ଟ୍ରାଫିକ୍ ପୋଷ୍ଟର ଏହି ଭିଡିଓ ବୋଲି କୁହାଯାଉଛି ।
ପରଲୋକରେ ଜିମ୍ଵାୱେର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍, ୧୦ ଦିନ ପୂର୍ବରୁ ଦେହାନ୍ତକୁ ନେଇ ହୋଇଥିଲା ଗୁଜବ
ନୂଆଦିଲ୍ଲୀ: ଆଉନାହାନ୍ତି ଜିମ୍ବାଓ୍ୱେ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହିଥ୍ ଷ୍ଟ୍ରିକ୍ । ୪୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଷ୍ଟ୍ରିକ୍ । ଏହା ପୂର୍ବରୁ ତାଙ୍କ ଦେହାନ୍ତ ବିଷୟରେ ଗୁଜବ ପ୍ରଚାରିତ ହୋଇଥିଲା । ଯେଉଁଥି ପାଇଁ ହିଥ୍ ଷ୍ଟ୍ରିକ୍ ନିଜେ କ୍ରୋଧ ପ୍ରକାଶ କରିବା ସହ ସେ ସୁସ୍ଥ ଅଛନ୍ତି ବୋଲି କହିଥିଲେ । କିନ୍ତୁ ଏହି ଗୁଜବର ୧୦ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୩ରେ ମୃତ୍ୟୁବରଣ କରିଛନ୍ତି ହିଥ୍ ଷ୍ଟ୍ରିକ୍ । ଏଥର କିନ୍ତୁ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ ନୁହେଁ ବରଂ ସମ୍ପୂର୍ଣ୍ଣ ସଠିକ୍ । ହିଥ୍ ଷ୍ଟ୍ରିକଙ୍କ ମୃତ୍ୟୁ ହୋଇଥିବା କଥା ତାଙ୍କ ପରିବାର ଲୋକ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।
୧୯୯୩ ମସିହା ନଭେମ୍ବରରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ହାଥ୍ ଷ୍ଟ୍ରିକ୍ । ସେହି ବର୍ଷ ଡିସେମ୍ବର ମାସରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଷ୍ଟ୍ରିକ୍ । ହିଥ୍ ତାଙ୍କ କ୍ୟାରିୟରରେ ସଚିନ୍ ତେନ୍ଦୁଲକରଙ୍କୁ ୩ ଥର ଏବଂ ସୌରଭ ଗାଙ୍ଗୁଲିଙ୍କୁ ଚାରିଥର ଆଉଟ କରିଥିଲେ ।
ହିଥ୍ ଷ୍ଟ୍ରିକ୍ ତାଙ୍କ କ୍ୟାରିୟରରେ ମୋଟ୍ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ମ୍ୟାଚରେ ଜିମ୍ବାଓ୍ୱେ ପକ୍ଷରୁ ଖେଳିଥିଲେ । ସେ ଟେଷ୍ଟରେ ୨୧୬ଟି ଓ୍ୱିକେଟ ନେଇଥିବାବେଳେ ଦିନିକିଆରେ ୨୩୯ ଓ୍ୱିକେଟ ଅକ୍ତିଆର କରିଥିଲେ । ଅବସର ଗ୍ରହଣ ପରେ ସେ ଜିମ୍ବାୱେ, ସ୍କଟ୍ଲାଣ୍ଡ୍, ବାଂଲାଦେଶ, ଗୁଜରାଟ ଲାଇଅନ୍ସ ଓ କୋଲ୍କାତା ନାଇଟ୍ ରାଇଡର୍ସ ପ୍ରଭୃତିଙ୍କର କୋଚ୍ ଭାବେ କାର୍ଯ୍ୟ କରି କ୍ରିକେଟ୍ ଖେଳ ସହିତ ଜଡ଼ିତ ଥିଲେ।
କୋହଲିଙ୍କ ସୁନ୍ଦରୀ ପାକିସ୍ତାନୀ ପ୍ରଶଂସକ, ବାବରଙ୍କୁ ଦେଖାଇଲେ ନାଲି ଆଖି
କାଣ୍ଡି: ଶନିବାର ଶ୍ରୀଲଙ୍କାର କାଣ୍ଡିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପର ଗ୍ରୁପ୍ ମ୍ୟାଚ ଖେଳାଯାଇଥିଲା । କିନ୍ତୁ ବର୍ଷା କାରଣରୁ ଏହି ମ୍ୟାଚ ଅଧାରୁ ବାତିଲ ହୋଇଥିଲା । ଏହି ହାଇଭୋଲଟେଜ୍ ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଭାରତ ପ୍ରଥମ ଇନିଂସରେ ୨୬୬ ରନ କରିଥିଲା । ତେବେ ପ୍ରଥମ ଇନିଂସ ପରେ ବର୍ଷା କାରଣରୁ ମ୍ୟାଚ୍ ଆଉ ଆରମ୍ଭ ହୋଇପାରିନଥିଲା । ତେବେ ମ୍ୟାଚ ବାତିଲ ହେବା କାରଣରୁ ଷ୍ଟାଡିୟମରେ ପହଞ୍ଚି ଥିବା ଫ୍ୟାନ୍ସମାନେ ନିରାଶ ହୋଇଥିଲେ । କାହିଁକି ସମସ୍ତେ ଚାହୁଁଥିଲେ ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଏକ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ।
https://twitter.com/SillyMessiKohli/status/1698027322740453796?s=20
ତେବେ ଏସବୁ ମଧ୍ୟରେ ଜଣେ ପାକିସ୍ତାନୀ ଫ୍ୟାନ୍ ଗାର୍ଲଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି ଯେ ସେ କେବଳ ଭାରତର ବିରାଟ କୋହଲିଙ୍କୁ ଦେଖିବାକୁ ଷ୍ଟାଡିୟମକୁ ଆସିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ପ୍ରଶଂସକ ଜଣଙ୍କ କହିଛନ୍ତି, ‘ ବିରାଟ କୋହଲି ମୋର ପ୍ରିୟ ଖେଳାଳି ଏବଂ ମୁଁ ବିରାଟ କୋହଲିଙ୍କୁ ଦେଖିବାକୁ ବିଶେଷ ଭାବେ ଆସିଥିଲି। ମୁଁ ଆଶା କରୁଥିଲି ସେ ଏକ ଏଠାରେ ଶତକ ହାସଲ କରିବେ । କିନ୍ତୁ ତାହା ହୋଇପାରିଲାନି ମୋର ହୃଦୟ ଭାଙ୍ଗିଗଲା’ ।
ପାକିସ୍ତାନରୁ ଆସିଥିବା ଏହି ଫ୍ୟାନ୍ ଗାର୍ଲ ସମସ୍ତଙ୍କ ସାମ୍ନାରେ ବିରାଟ କୋହଲିଙ୍କୁ ସମର୍ଥନ କରୁଥିଲେ । ଏହି ସମୟରେ ଜଣେ ପାକିସ୍ତାନୀ ପ୍ରଶଂସକ କହିଥିଲେ କି ସେ ଭାରତକୁ ସମର୍ଥନ କରୁନାହାନ୍ତି ବରଂ ବିରାଟଙ୍କୁ ସମର୍ଥନ କରୁଛନ୍ତି । ତେବେ ଏହାର ଜବାବରେ ଫ୍ୟାନ୍ ଗାର୍ଲ ଜଣଙ୍କ କହିଥିଲେ କି ’ଚାଚା ପଡ଼ୋଶୀଙ୍କୁ ଭଲ ପାଇବା କିଛି ଖରାପ ଜିନିଷ ନୁହେଁ’ । ଏହା ପରେ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ ଯଦି ଆପଣ ବିରାଟ କୋହଲି ଏବଂ ବାବର ଆଜାମଙ୍କ ମଧ୍ୟରେ ବାଛିବାକୁ ପଡିବ, ତେବେ ଆପଣ କାହାକୁ ବାଛିବେ? ଏହି ପ୍ରଶ୍ନର ଉତ୍ତରରେ ସେ ବିରାଟ କୋହଲିଙ୍କୁ ବାଛିବେ ବୋଲି କହିଥିଲେ । ଏହି ଫ୍ୟାନ୍ ଗାର୍ଲଙ୍କ ଭିଡିଓ ଏବେ ସୋସିଆଲ ମିଡିଆର ଖୁବ୍ ଭାଇରାଲ ହେଉଛି ।
ହାତୀପଲଙ୍କ ଉତ୍ପାତ
କାମାକ୍ଷାନଗର: କାମାକ୍ଷାନଗର ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଜଟିଆ ଗାଁରେ ୨୫ ଟିକିଆ ହାତୀ ପଲଙ୍କ ଉତ୍ପାତ । ଯାହାକୁ ନେଇ ଚାଷୀ ଓ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ ହାତୀ ଗୁଡିକ ଘଉଡାଇବା ପାଇଁ ପ୍ରୟାସ ଜାରି ରହିଛି । ତେବେ ହାତୀ ଗୁଡିକ ନିକଟସ୍ଥ ପିତିରି ସଂରକ୍ଷିତ ଜଙ୍ଗଲରେ ରହି ଆସୁଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଗତ କିଛି ବର୍ଷ ହେବ ହାତୀଙ୍କ ଉତ୍ପାତକୁ ନେଇ ଜଟିଆ ଓ ଡମୋଳ ଗାଁର ଲୋକମାନେ ଚାଷ କାର୍ଯ୍ୟ ଛାଡି ଦେଇଛନ୍ତି ।

